Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 21

ଯିହୁଦାରେ ମନଃଶିଙ୍କର କୁଶାସନର ଆରମ୍ଭ

21 ମନଃଶି ବାରବର୍ଷ ବୟସରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହୀ‌ଫ୍‌ସୀବା ଥିଲା।

ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ତଡ଼ି ଦେଇଥିଲେ ସେହିମାନଙ୍କର ଘୃଣ୍ୟକର୍ମ ସେ କଲେ। ତାଙ୍କର ପିତା ହିଜକିୟ ଯେଉଁ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଥିଲେ, ସେ ପୁନର୍ବାର ସେଗୁଡ଼ିକୁ ନିର୍ମାଣ କଲେ। ଇସ୍ରାଏଲର ଆହାବ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ଆଉ ମଧ୍ୟ ସେ ସ୍ୱର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସେମାନଙ୍କର ସେବା କଲେ। ପୁଣି “ଆମ୍ଭେ ଯିରୁଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ମନ୍ଦିରରେ ସେ ଯଜ୍ଞବେଦି ନିର୍ମାଣ କଲେ। ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ। ମନଃଶି ଆପଣା ପୁତ୍ରକୁ ଅଗ୍ନିରେ ଉତ୍ସର୍ଗ କଲେ। ସେ ଶୁଭ ଶୁଭ କହିବାର ବିଦ୍ୟା, ଗଣକତା, ଯାଦୁବିଦ୍ୟା, ଭୂତ ପ୍ରେତ ଓ ଗୁଣୀ ଗାରେଡ଼ି କାର୍ଯ୍ୟରେ ଅଭ୍ୟସ୍ତ ହେଲେ।

ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ, ଯଦ୍ଦ୍ୱାରା ସଦାପ୍ରଭୁ କ୍ରୋଧିତ ହେଲେ। ପୁଣି ମନଃଶି ଆଶେରାର ଏକ ଖୋଦିତ ମୂର୍ତ୍ତି ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିରରେ ସ୍ଥାପନ କଲେ। କିନ୍ତୁ ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ମୁଁ ସମଗ୍ର ଇସ୍ରାଏଲର ସମସ୍ତ ନଗରଠାରୁ ଯିରୁଶାଲମକୁ ମନୋନୀତ କରିଛି। ଯିରୁଶାଲମର ଏହି ମନ୍ଦିରରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ। ମୁଁ କେବେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଦେଶ ପରିତ୍ୟାଗ କରିବାର କାରଣ ହେବି ନାହିଁ, ଯାହା ମୁଁ ସେମାନଙ୍କର ପୂର୍ବପୁରୁଷଙ୍କୁ ଦେଇଅଛି। ମୁଁ ସେମାନଙ୍କୁ ସେଠାରେ ରହିବାକୁ ଦେବି, କେବଳ ଯଦି ସେମାନେ ମୋର ଆଜ୍ଞା ମାନନ୍ତି ଓ ମୋର ସେବକ ମୋଶା ସେମାନଙ୍କୁ କହିଥିବା ନିତି ନିୟମସବୁ ସେମାନେ ଅନୁସରଣ କରନ୍ତି।” ମାତ୍ର ସେମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିଲେ ନାହିଁ। କିଣାନ ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସେମାନଙ୍କୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କୁ ବିନଷ୍ଟ କରାଗଲା, ଯେତେବେଳେ ଇସ୍ରାଏଲୀୟମାନେ ଦେଶକୁ ଆସିଲେ।

10 ସଦାପ୍ରଭୁ ଆପଣା ସେବକ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଏହିକଥା କହିଲେ। 11 “ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣାଯୋଗ୍ୟ କର୍ମ କରିଅଛି। ତାଙ୍କ ପୂର୍ବରୁ ଯେଉଁ ଇମୋରୀୟମାନେ ଥିଲେ ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିଅଛି। ତାଙ୍କର ପ୍ରତିମା ଆରାଧନା ଦ୍ୱାରା ସେ ଯିହୁଦାକୁ ପାପ କରାଇଛି। 12 ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ ଆମ୍ଭେ ଯିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ଯିଏ ଏହି ବିଷୟରେ ଶୁଣିବ ଆଶ୍ଚର୍ଯ୍ୟ ହେବ।” 13 ପୁଣି ଆମ୍ଭେ ଯିରୁଶାଲମ ଉପରେ ଶମରିୟାର ମାପ କରି ରେଖା ଟାଣିବା ଓ ଆହାବ ପରିବାରର ଓଳମ୍ ଟାଣିବା। ପୁଣି ମଣିଷ ଯେପରି ଥାଳି ପୋଛେ ଆଉ ପୋଛୁ ପୋଛୁ ଓଲଟ ପାଲଟ କରେ ସେହିପରି ମୁଁ ଯିରୁଶାଲମକୁ ପୋଛି ପକାଇବି। 14 ମୁଁ ମୋର ଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ୟାଗ କରିବି। ମୁଁ ସେମାନଙ୍କୁ ସେମାନଙ୍କର ଶତ୍ରୁ ହସ୍ତରେ ସମର୍ପଣ କରିବି। ସେମାନଙ୍କର ଶତ୍ରୁଗଣ ସେମାନଙ୍କୁ ଲୁଟ୍ କରିବେ ଏବଂ ସେମାନେ ସେମାନଙ୍କୁ ବନ୍ଦୀରୂପେ ନେଇଯିବେ। 15 କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି। ପୁଣି ସେମାନେ ସେମାନଙ୍କର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ କ୍ରୋଧ ଜନ୍ମାଇଛନ୍ତି। 16 ପୁଣି ମନଃଶି ବହୁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଯିରୁଶାଲମରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍କର୍ମ କଲେ।’”

17 ମନଃଶିଙ୍କର ଏ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କର କୃତ ପାପ ଯିହୁଦା ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 18 ଅନନ୍ତର ମନଃଶି ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ “ଉଷର ଉଦ୍ୟାନରେ” କବର ପ୍ରାପ୍ତ ହେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଆମୋନ୍ ରାଜା ହେଲେ।

ଆମୋ‌ନଙ୍କ ଅଳ୍ପ ସମୟ ଶାସନ

19 ଆମୋନ୍ ବାଇଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ଯବଟା ନିବାସୀ ହାରୁଷଙ୍କ କନ୍ୟା ଥିଲେ।

20 ଆମୋନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। 21 ତାଙ୍କ ପିତାଙ୍କ ପରି ବାସ କଲେ। ସେ ସେହି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ। 22 ଆଉ ସେ ସଦାପ୍ରଭୁ ତାଙ୍କର ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ସେପରି ବାସ କଲେ ନାହିଁ।

23 ଆମୋ‌ନଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହରେ ତାଙ୍କୁ ବଧ କଲେ। 24 ମାତ୍ର ଜନ ସାଧାରଣ ସେହି ହତ୍ୟାକାରୀଙ୍କୁ, ଯେଉଁମାନେ ଆମୋନ୍ ରାଜାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କୁ ବଧ କଲେ। ତା’ପରେ ସେମାନେ ତାଙ୍କର ପୁତ୍ର ଯୋଶିୟଙ୍କୁ ତାଙ୍କ ପଦରେ ରାଜା କରାଇଲେ।

25 ଏହି ଆମୋ‌ନଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 26 ଆମୋନ୍ ନିଜ ବଗିଗ୍ଭ ଉଷରରେ କବର ନେଲେ ଓ ତାଙ୍କ ପଦରେ ତାଙ୍କର ପୁତ୍ର ଯୋଶିୟ ରାଜା ହେଲେ।

ଏବ୍ରୀ 3

ମୋଶାଙ୍କଠାରୁ ଯୀଶୁ ମହାନ

ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ପରମେଶ୍ୱର ଯୀଶୁଙ୍କୁ ମହାଯାଜକ ସ୍ୱରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମୋଶାଙ୍କ ପରି ଯୀଶୁ ମଧ୍ୟ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କ ଗୃହରେ ଈଶ୍ୱର ଇଚ୍ଛା କରୁଥିବା ସମସ୍ତ କାର୍ଯ୍ୟ ସେ କଲେ। ଯେତେବେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନାରେ ସେହି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ମୋଶାଙ୍କ ତୁଳନାରେ ଯୀଶୁ ଅଧିକ ସମ୍ମାନର ଯୋଗ୍ୟ। ପ୍ରତ୍ୟେକ ଘର କୌଣସି ଲୋକ ଦ୍ୱାରା ନିର୍ମିତ। କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ୱରଙ୍କ ଗୃହରେ ମୋଶା ଜଣେ ସେବକ ରୂପେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ଭବିଷ୍ୟତରେ ଯାହାକିଛି କହିବେ, ସେ ଲୋକମାନଙ୍କୁ ସେହି କଥା କହିଥିଲେ। କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ବିଶ୍ୱସ୍ତ ଥିଲେ। ଆମ୍ଭେ ବିଶ୍ୱାସୀଗଣ ପରମେଶ୍ୱରଙ୍କ ଗୃହ ପରିବାର ସ୍ୱରୂପ ଅଟୁ। ଯଦି ଆମ୍ଭେ ସେହି ମହତ୍ ଆଶାର ଅପେକ୍ଷାରେ ଦୃଢ଼ ଓ ଅଟଳ ରହିବା, ତା’ହେଲେ ଆମ୍ଭ ଅନ୍ତରରେ ପରମେଶ୍ୱର ବାସ କରିବେ।

ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରି ଗ୍ଭଲିଥିବା

ଅତଏବ ପବିତ୍ରଆତ୍ମା କୁହନ୍ତି:

“ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ,
    ତେବେ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ଦିନ
ଯେପ୍ରକାର ପରମେଶ୍ୱରଙ୍କ ବିରୁଦ୍ଧରେ ଥିଲେ,
    ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
ଗ୍ଭଳିଶ୍ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମୋର କାର୍ଯ୍ୟ ଗୁଡ଼ିକ ଦେଖିଲେ।
    ତଥାପି ସେମାନେ ମୋ’ ଧୈର୍ଯ୍ୟର ପରୀକ୍ଷା ନେଲେ।
10 ସେଥିପାଇଁ ମୁଁ ସେହି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି।
    ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ୍ ଅଟେ।
    ସେମାନେ ମୋର ମାର୍ଗ ବୁଝନ୍ତି ନାହିଁ।
11 ଅତଏବ ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି –
    ‘ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମସ୍ଥଳରେ [a] ପ୍ରବେଶ କରିବେ ନାହିଁ।’” (A)

12 ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧ୍ୟରେ କେହି ପାପ ନ କର, ଅବିଶ୍ୱାସୀ ନ ହୁଅ, ଓ ଜୀବିତ ପରମେଶ୍ୱରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ। 13 କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। “ଆଜିଦିନରେ” ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାଯ୍ୟ କର। 14 କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ବଜାୟ ରଖିବ, ତାହାହେଲେ ଯୀଶୁ ଖ୍ରୀଷ୍ଟଙ୍କ ସମସ୍ତ ଅଧିକାରରେ ସହଭାଗୀ ହେବ। 15 ଏହା ହିଁ ଶାସ୍ତ୍ର ମଧ୍ୟ କୁହେ:

“ତୁମ୍ଭେମାନେ ଯଦି ଆଜି ପରମେଶ୍ୱରଙ୍କ ବାକ୍ୟ ଶୁଣ,
    ତା’ହେଲେ ଅତୀତରେ ଯେପରି ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଥିଲ, ସେହିପରି ଆପଣା ହୃଦୟ କଠିନ ନ କର।” (B)

16 ପରମେଶ୍ୱରଙ୍କ ବାକ୍ୟ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ? ଯେଉଁମାନେ ମୋଶାଙ୍କ ଦ୍ୱାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସେହି ଲୋକ ଅଟନ୍ତି। 17 ପରମେଶ୍ୱର ଗ୍ଭଳିଶ୍ ବର୍ଷ ଧରି ତାହା ପ୍ରତି କ୍ରୋଧ କରିଥିଲେ? ଯେଉଁମାନେ ପାପ କରିଥିଲେ ସେମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରିଥିଲେ। ସେମାନେ ମରୁଭୂମିରେ ମଲେ। 18 ପରମେଶ୍ୱରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ? ପରମେଶ୍ୱରଙ୍କ ଆଜ୍ଞାର ଅବାଧ୍ୟ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ। 19 ଅତଏବ ଆମ୍ଭେ ଦେଖୁଛୁ ଯେ, ସେମାନେ ନିଜ ଅବିଶ୍ୱାସ ହେତୁ ସେଠାରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 14

ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ

14 ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ,

“ଆମ୍ଭର ପାପକୁ ନେଇଯାଅ।
    ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର।
    ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।
ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ।
    ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ।
ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି
    ଆମ୍ଭେ ପୁଣି କହିବୁ ନାହିଁ।
କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ
    ଏବଂ ଆମ୍ଭମାନଙ୍କୁ ଦୟା କରିବ।”

ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ

ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା।
    ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା,
    କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।
ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା।
    ଇସ୍ରାଏଲ କଇଁଫୁଲ ପରି ଫୁଟିବ।
    ସେ ଲିବାନୋ‌ନ୍‌ର ଦେବଦାରୁ ଗଛପରି ବଢ଼ିବ।
ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ
    ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ।
ଲିବାନୋ‌ନ୍‌ର ଦେବଦାରୁ ଗଛଗୁଡ଼ିକ
    ସୁବାସ ବିତରଣ କଲାପରି ସେ ହେବ।
ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ।
    ସେମାନେ ଶସ୍ୟ ସଦୃଶ ବଢ଼ିବେ,
ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ।
    ସେମାନେ ଲିବାନୋ‌ନ୍‌ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।

ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କବାଣୀ

“ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ।
    ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ।
ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ।
    ତୁମ୍ଭର ଫଳ ଆମ୍ଭଠାରୁ ଆସେ।”

ଶେଷ ଉପଦେଶ

ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ।
    ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍।
ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍।
    ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ
    ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।

ଗୀତସଂହିତା 139

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
    ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
    ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
    ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
    ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
    ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
24 ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ।
    ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center