Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 20

ହିଜକିୟ ପୀଡ଼ିତ ଓ ମୂମୂର୍ଷ ଅବସ୍ଥା

20 ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”

ହିଜକିୟ କାନ୍ଥ ଆଡ଼େ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ। “ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା’ପରେ ହିଜକିୟ ଅତିଶୟ ରୋଦନ କଲେ।

ଯିଶାଇୟ ଗ୍ରାମର ମଧ୍ୟଭାଗକୁ ପରିତ୍ୟାଗ କରିବା ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ, “ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ। ଆମ୍ଭେ ତୁମ୍ଭର ଆୟୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାଶେ ଓ ଆମ୍ଭର ସେବକ ଦାଉଦଙ୍କ ସକାଶେ ଏହି ନଗରକୁ ରକ୍ଷା କରିବି।’”

ତା’ପରେ ଯିଶାଇୟ କହିଲେ, “ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନରେ ଲଗାଅ।”

ତେଣୁ ସେମାନେ ସେହି ମିଶ୍ରଣ ନେଇ ହିଜକିୟର କ୍ଷତରେ ଲଗାଇଲେ ଓ ସେ ସୁସ୍ଥ ହେଲେ।

ହିଜକିୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ତୃତୀୟ ଦିନରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି, ଏହାର କି ସୂଚନା ଅଛି?”

ତହୁଁ ଯିଶାଇୟ କହିଲେ, “ତୁମ୍ଭେ କି ସୂଚନା ଗ୍ଭହୁଁଛ? ଛାୟା କ’ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ଯିବ [a] ତୁମ୍ଭ ପାଇଁ ପରମେଶ୍ୱରଙ୍କଠାରୁ ଏହି ଚିହ୍ନ ହେବ। ଯେ ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ।”

10 ଏଥିରେ ହିଜକିୟ ଉତ୍ତର କଲେ, “ଛାୟା ଦଶପାହୁଣ୍ତ ଆଗକୁ ଯିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।”

11 ତା’ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଥିରେ ସଦାପ୍ରଭୁ ଛାୟାକୁ କଲେ ଯେ, ତାହା ଦଶ ପାଉଣ୍ତ ଆଗକୁ ଯାଇ ପଛକୁ ଘୁଞ୍ଚି ଆସିଲା।

ହିଜକିୟ ଓ ବାବିଲରୁ ଆସିଥିବା ଲୋକମାନେ

12 ସେ ସମୟରେ ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ବାବିଲର ରାଜା ଥିଲେ। ସେ ହିଜକିୟ, ନିକଟକୁ ପତ୍ରଗୁଡ଼ିକ ଓ ଉପହାର ପଠାଇଲେ। କାରଣ ସେ ହିଜକିୟଙ୍କ ଅସୁସ୍ଥତା ବିଷୟରେ ଶୁଣିଲେ। 13 ହିଜକିୟ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ଦେଲେ ଓ ତାଙ୍କ ଗୃହରେ ଥିବା ସମୁଦାୟ ମୂଲ୍ୟବାନ୍ ପଦାର୍ଥଗୁଡ଼ିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାରରେ ଥିବା ତାଙ୍କର ସମସ୍ତ ଦ୍ରବ୍ୟ ଦେଖାଇଲେ, ଯାହା ହିଜକିୟ ତାଙ୍କ ଗୃହରେ ଓ ସମଗ୍ର ରାଜ୍ୟରେ ଏପରି ଜିନିଷ ନ ଥିଲା।

14 ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ରାଜା ହିଜକିୟଙ୍କ ନିକଟକୁ ଆସି ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?”

ହିଜକିୟ କହିଲେ “ସେମାନେ ଦୂର ଦେଶ ବାବିଲରୁ ଆସିଛନ୍ତି।”

15 ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?”

ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”

16 ତା’ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ। 17 ସମୟ ଆସୁଛି ତୁମ୍ଭ ଗୃହରେ ଥିବା ସମସ୍ତ ଦ୍ରବ୍ୟ ଓ ଏ ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆଯିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡ଼ା ଯିବ ନାହିଁ। 18 ତୁମ୍ଭଠାରୁ ଜନ୍ମ ହୋଇଥିବା ପୁତ୍ରମାନଙ୍କୁ ବାବିଲନୀୟମାନେ ନେଇଯିବେ ଓ ବାବିଲ ରାଜାର ଅଟ୍ଟାଳିକାରେ ସେମାନେ ନପୁଂସକ ହୋଇ ରହିବେ।”

19 ତା’ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।”

20 ହିଜକିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 21 ଅନନ୍ତର ହିଜକିୟଙ୍କର ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।

ଏବ୍ରୀ 2

ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ

ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ। ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ। ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅ‌ଦ୍‌ଭୂତ କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି।

ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ

ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି:

“ପରମେଶ୍ୱର!
    ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର?
ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ?
    ସେ କ’ଣ ସତରେ ମହାନ ଅଟନ୍ତି ଯେ
ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ?
    ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” (A)

ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।

10 ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।

11 ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। 12 ଯୀଶୁ କୁହନ୍ତି:

“ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି।
    ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” (B)

13 ସେ ଆହୁରି କହନ୍ତି:

“ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” (C)

ଓ ସେ କୁହନ୍ତି:

“ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।” (D)

14 ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ। 15 ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ। 16 କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି। 17 ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18 ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13

ଇସ୍ରାଏଲ ନିଜକୁ ନିଜେ ଧ୍ୱଂସ କରିଛି

13 “ଇଫ୍ରୟିମ ଇସ୍ରାଏଲରେ ନିଜକୁ ମହାନ କରି ଦେଲା। ସେ କହିଲା ବେଳେ ଲୋକେ ଭୟରେ ଥରିଲେ। କିନ୍ତୁ ସେ ‌ବା‌ଲ୍‌ଦେବତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ୟୁବରଣ କଲେ। ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି। ସେଥିପାଇଁ ସେହି ଲୋକମାନେ ଶୀଘ୍ର ଅଦୃଶ୍ୟ ହେବେ। ସେମାନେ ସକାଳର କୁହୁଡ଼ି ସଦୃଶ ଶୀଘ୍ର ଦେଖା ଦେବେ ଓ ଶୀଘ୍ର ଅଦୃଶ୍ୟ ହୋଇଯିବେ। ଇସ୍ରାଏଲୀୟମାନେ ଅଗାଡ଼ି ଖଳାରୁ ଉଡ଼ିଗଲା ପରି ଉଡ଼ିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ୟ ହେଲାପରି ସେମାନେ ଅଦୃଶ୍ୟ ହୋଇଯିବେ।

“ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ। ଆମ୍ଭେ ତୁମ୍ଭମାନଙ୍କୁ ମରୁଭୂମିରେ ଜାଣିଥିଲୁ-ଶୁଷ୍କ ଭୂମିରେ ତୁମ୍ଭମାନଙ୍କୁ ଜାଣିଥିଲୁ। ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ।

“ସେଥିପାଇଁ ଆମ୍ଭେ ସିଂହ ଓ ବ୍ୟାଘ୍ର ସଦୃଶ ହୋଇ ରାସ୍ତାକଡ଼ରେ ସେମାନଙ୍କୁ ଅପେକ୍ଷା କରିବା। ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା।

ଇସ୍ରାଏଲକୁ ପରମେଶ୍ୱରଙ୍କ କ୍ରୋଧରୁ କେହି ରକ୍ଷା କରି ପାରିବେ ନାହିଁ

“ହେ ଇସ୍ରାଏଲ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା। 10 ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗରରେ ସେ ତୁମ୍ଭମାନଙ୍କୁ ରକ୍ଷା କରି ପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାନ୍ତି? ତୁମ୍ଭେମାନେ ସେମାନଙ୍କୁ ଏହା କହି ମାଗିଥିଲ, ‘ଆମ୍ଭକୁ ଜଣେ ରାଜା ଓ ନେତୃମଣ୍ତଳୀ ଦିଅ।’ 11 ଆମ୍ଭେ କ୍ରୋଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତେବେଳେ ଅତି କ୍ରୋଧିତ ହେଲୁ ତାଙ୍କୁ ଦୂରକୁ ନେଇଗଲୁ।

12 “ଇଫ୍ରୟିମର ପାପସବୁ
ଗୋଟିଏ ବିଡ଼ାରେ ବନ୍ଧା ହୋଇଛି।
    ସେଗୁଡ଼ିକ ନିରାପଦ ଜାଗାରେ ରଖାଯାଇଛି।
13 ସ୍ତ୍ରୀଲୋକର ପ୍ରସବ ବେଦନା ସଦୃଶ ତା’ର ଦଣ୍ତ କଷ୍ଟଦାୟକ ହେବ।
    ସେ ଜଣେ ଜ୍ଞାନୀ ପୁତ୍ର ହେବ ନାହିଁ।
ଏପରି ଏକ ସମୟ ଆସିବ
    ସେ ଆଉ ତିଷ୍ଠିବ ନାହିଁ।

14 “ଆମ୍ଭେ ସେମାନଙ୍କୁ ମୃତ୍ୟୁଠାରୁ ରକ୍ଷା କରିବା ଉଚିତ୍ କି?
    ଆମ୍ଭେ ସେମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ଉଚିତ୍ କି?
ହେ ମୃତ କେଉଁଠାରେ ତୁମ୍ଭର ମହାମାରୀ ଅଛି?
    ହେ କବର, ତୁମ୍ଭର ଶକ୍ତି କେଉଁଠାରେ ଅଛି?
    ଦୟା ଆମ୍ଭଠାରୁ ଗୁପ୍ତ ରହିବ।
15 ଇସ୍ରାଏଲ ତା’ର ଭାଇମାନଙ୍କ ସହିତ ବଢ଼େ।
    କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ।
ତା’ପରେ ଇସ୍ରାଏଲର କୂଅ ଶୁଖିଯିବ।
    ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ।
ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।
16 ଶମରିୟା ନିଶ୍ଚିତ ଦଣ୍ତିତ ହେବ।
    କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇଥିଲା।
ଇସ୍ରାଏଲୀୟମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ।
    ସେମାନଙ୍କର ପିଲାମାନେ ବିଦୀର୍ଣ୍ଣ ହେବେ।
    ସେମାନଙ୍କର ଗର୍ଭବତୀ ନାରୀମାନେ ମଧ୍ୟ ବିଦୀର୍ଣ୍ଣ ହେବେ।”

ଗୀତସଂହିତା 137-138

137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
    ସେଠାରେ ବସି ରୋଦନ କଲୁ।
ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
    ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
    “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
    ବିଦେଶରେ ଗାନ କରି ପାରିବା!
ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
    ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
ହେ ଯିରୁଶାଲମ,
    ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
    ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।

ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
    ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
    ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
    ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
    ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center