Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 18

ଯିହୁଦାରେ ହିଜକିୟଙ୍କ ଶାସନ ଆରମ୍ଭ

18 ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର, ହୋଶେୟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଆହସଙ୍କ ପୁତ୍ର ହିଜକିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ।

ହିଜକିୟ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।

ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶେରା ମୂର୍ତ୍ତି ଗୁଡ଼ିକୁ କାଟି ପକାଇଲେ। ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଏହାର ନାମ “ନହୁଷ୍ଟର୍ନ” ରଖିଲେ।

ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ। ସେ ସଦାପ୍ରଭୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇ ନ ଥିଲେ। ଆଉ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ। ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ, ସେ ଯେକୌଣସି କାର୍ଯ୍ୟ କଲେ ସବୁରେ କୃତକାର୍ଯ୍ୟ ହେଲେ।

ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ। ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।

ଅଶୂରୀୟମାନଙ୍କ ଶମରିୟା ଅଧିକାର

ଅନନ୍ତର ଯିହୁଦାର ରାଜା ହିଜକିୟଙ୍କର ରାଜତ୍ୱର ଚତୁର୍ଥ ବର୍ଷରେ ଓ ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ୱର ସପ୍ତମ ବର୍ଷରେ ଅଶୂରର ରାଜା ସ‌ଲ୍‌‌‌ମନେଷର ଶମରିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇ ତାଙ୍କୁ ଅବରୋଧ କଲେ। 10 ତୃତୀୟ ବର୍ଷ ଶେଷରେ ସେମାନେ ତାକୁ ଅଧିକାର କଲେ। ହିଜକିୟଙ୍କ ରାଜତ୍ୱର ଷଷ୍ଠ ବର୍ଷରେ ଓ ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଏହା ଅଧିକୃତ ହେଲା। 11 ଏହା ପରେ ଅଶୂରର ରାଜା ଇସ୍ରାଏଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନେଇ ହଲହରେ, ହାବୋରରେ, (ଗୋଶନ୍ ନଦୀ କୂଳରେ) ଓ ମାଦୀୟମାନଙ୍କ ବିଭିନ୍ନ ନଗରରେ ସେମାନଙ୍କୁ ରଖିଲେ। 12 ଏସବୁ ଘଟିବାର କାରଣ ହେଲା ସେମାନେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସେମାନେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।

ଅଶୂର ଯିହୁଦା ଅଧିକାର କରିବାକୁ ପ୍ରସ୍ତୁତ ହୁଏ

13 ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସ‌ନ୍‌ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ। 14 ଏହା ପରେ ଯିହୁଦାର ରାଜା ହିଜକିୟ ଲାଖୀ‌ଶ୍‌କୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, “ମୁଁ ପାପ କରିଅଛି, ଦୟାକରି ମୋ’ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣ ମୋ’ଠାରୁ ଯାହା ଗ୍ଭହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି।”

ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକିୟଙ୍କ ଉପରେ 300 ତାଳନ୍ତ ରୂପା ଓ 30 ତାଳନ୍ତ ସୁନା ଦେବାକୁ ସ୍ଥିର କଲେ। 15 ତେଣୁ ହିଜକିୟ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରମାନରେ ଥିବା ସମସ୍ତ ରୂପା ତାଙ୍କୁ ଦେଇ ଦେଲେ। 16 ସେ ସମୟରେ ହିଜକିୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାର ଦେଶରେ ଓ ସ୍ତମ୍ଭମାନଙ୍କରେ ଯେଉଁ ସୁବର୍ଣ୍ଣ ମଣ୍ତନ କରିଥିଲେ ସେ ସବୁ କାଟି ଅଶୂରର ରାଜାଙ୍କୁ ଅର୍ପଣ କଲେ।

ଅଶୂରର ରାଜା ଯିରୁଶାଲମକୁ ଲୋକ ପ୍ରେରଣ କରନ୍ତି

17 ଅନନ୍ତର ଅଶୂରର ରାଜା ତାଙ୍କ ତିନି ଜଣ ମୁଖ୍ୟ ସେନାଧ୍ୟକ୍ଷ ତର୍ତ୍ତନ, ରବସାରୀସ୍, ଓ ର‌ବ୍‌ଶାକିଙ୍କୁ ମହାସୈନ୍ୟ ସହିତ ଯିରୁଶାଲମରେ ହିଜକିୟ ରାଜା ନିକଟକୁ ପଠାଇଲେ। ତହୁଁ ସେମାନେ ଲଖୀସରୁ ଯାତ୍ରା କରି ଯିରୁଶାଲମକୁ ଆସିଲେ। ସେମାନେ ସେଠାରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ। 18 ପୁଣି ସେମାନେ ରାଜା ହି‌ଲ୍‌‌‌କିୟଙ୍କୁ ଡାକନ୍ତେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ।

19 ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ର‌ବ୍‌ଶାକି ସେମାନଙ୍କୁ କହିଲା, “ତୁମ୍ଭେମାନେ ହିଜକିୟଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,

‘ତୁମ୍ଭେ ଯେଉଁ ବିଶ୍ୱାସ କରୁଛ, ତାହା କି ପ୍ରକାର ବିଶ୍ୱାସ? 20 ତୁମ୍ଭର ଏ କଥା ନିରର୍ଥକ। କାରଣ ତୁମ୍ଭେ କୁହ, “ଯୁଦ୍ଧରେ ଜୟଲାଭ କରିବା ପାଇଁ ମୋର ବହୁତ ମନ୍ତ୍ରଣା ଓ ବଳ ଅଛି।” କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେହେତୁ ମୋ’ ବିପକ୍ଷରେ ବିଦ୍ରୋହ କରୁଛ? 21 ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ। 22 ତୁମ୍ଭେମାନେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ।” କିନ୍ତୁ ମୁଁ ଜାଣେ ହିଜକିୟ ଯେଉଁ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିରେ ଲୋକମାନେ ପୂଜା କରୁଥିଲେ ସେ ସେଗୁଡ଼ିକୁ ଦୂରେଇ ଦେଇଛନ୍ତି ଆଉ ଯିହୁଦାକୁ ଯିରୁଶାଲମକୁ କହିଛନ୍ତି “ତୁମ୍ଭେମାନେ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବ।”

23 ‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। 24 ତୁମ୍ଭେ ମୋର ମହାଶୟଙ୍କ ଦାସମାନଙ୍କ ମଧ୍ୟରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ୟକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।

25 ‘ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଅ ଓ ତାକୁ ଧ୍ୱଂସ କର!”’”

26 ତା’ପରେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍, ଶିବନ ଓ ଯୋୟାହ ରବ୍‌ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭେମାନେ ତାହା ବୁଝୁଅଛୁ। କିନ୍ତୁ ଆପଣ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।”

27 କିନ୍ତୁ ଆଦେଶକାରୀ ସେମାନଙ୍କୁ କହିଲେ, “ମୋର ମହାଶୟ କେବଳ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ୟ ମୁଁ କହିବି। ମୁଁ ସେମାନଙ୍କୁ ଜଣାଇଦେବାକୁ ଗ୍ଭହେଁ ଯେ, ସେମାନେ ତୁମ୍ଭମାନଙ୍କ ସହିତ ସେମାନଙ୍କର ବିଷ୍ଠା ଖାଇବେ ଓ ସେମାନଙ୍କର ମୂତ୍ର ପିଇବେ।”

28 ତା’ପରେ ଆଦେଶକାରୀ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ,

ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ। 29 ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଧକା ଦେବାକୁ ହିଜକିୟକୁ ପ୍ରଶ୍ରୟ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। 30 ହିଜକିୟ ତୁମ୍ଭର ବିଶ୍ୱାସ ସଦାପ୍ରଭୁଙ୍କଠାରେ ନ ଜନ୍ମାଉ, ହିଜକିୟ କହେ, “ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।”

31 ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା’ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା’ର ନିଜ କୂଅରୁ ଜଳପାନ କରି ପାରିବ। 32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ ନେଇଯିବି ଯେଉଁଠାରେ ଶସ୍ୟ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜୀତତୈଳ ଓ ମଧୂ ବିପୁଳ ପରିମାଣରେ ଅଛି, ସେଠାରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ।

ମାତ୍ର ରାଜା ହିଜକିୟଙ୍କ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।’ 33 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା! 34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର, ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ ହସ୍ତରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ନା! 35 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କେହି ଆପଣା ଦେଶକୁ ମୋ’ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମୋ’ଠାରୁ ଯିରୁଶାଲମକୁ ଉଦ୍ଧାର କରିବେ?”

36 ମାତ୍ର ଲୋକମାନେ ନୀରବ ରହିଲେ। ସେମାନେ ପଦେ ହେଲେ ରବ୍‌ଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିୟ ସେମାନଙ୍କୁ ଆଦେଶ କରିଥିଲେ, “କୌଣସି କଥା ତାଙ୍କୁ କହିବ ନାହିଁ।”

37 ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜକିୟ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।

ଫିଲୀମୋନଙ୍କ ପ୍ରତି ପତ୍ର

ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମୋନ, ଆମ୍ଭର ଭଉଣୀ ଆ‌ପ୍‌ପିୟା, ସାଥୀ ସୈନିକ ଆର୍ଖି‌ପ୍‌ପ, ଓ ତୁମ୍ଭ ଘରଠାରେ ଏକତ୍ରିତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ

ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକମାନଙ୍କ ପ୍ରତି ତୁମ୍ଭର ପ୍ରେମ ଓ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ବିଷୟରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସେହି ପ୍ରେମ ଓ ବିଶ୍ୱାସ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ୱାସର ସହଭାଗିତା ତୁମ୍ଭକୁ ସାହାଯ୍ୟ କରିବ ବୋଲି ମୁଁ ପ୍ରାର୍ଥନା କରେ। ହେ ଭାଇ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ରେମଭାବ ଦେଖାଇଛ, ସେମାନଙ୍କୁ ତୁମ୍ଭେ ଖୁସୀ କରିଛ। ଏହା ମୋତେ ବହୁତ ଆନନ୍ଦ ଓ ଆଶ୍ୱାସନା ଦେଲା।

ଅନୀସିମକୁ ଭାଇ ଭଳି ସ୍ୱୀକାର କର

କେତେଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟରେ ଭାଇ ହିସାବରେ ସ‌ତ୍‌‌କାର୍ଯ୍ୟ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦେବାର ମୋର ଅଧିକାର ଅଛି। କିନ୍ତୁ ମୁଁ ତୁମ୍ଭକୁ ପ୍ରେମରେ ନିବେଦନ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଛି। 10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବେଦନ କରୁଛି। ମୁଁ ବନ୍ଦୀ ଗୃହରେ ଥିଲାବେଳେ ସେ ମୋର ସନ୍ତାନ ହୋଇଥିଲା। 11 ଅତୀତରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମୋ’ ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ।

12 ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ ଦେଉଛି। ତା’ ସହିତ ମୋର ହୃଦୟ ମଧ୍ୟ ବନ୍ଧା ହୋଇଛି। 13 ମୁଁ ବନ୍ଦୀ ଗୃହରେ ଥିବା ସମୟରେ ମୋତେ ସୁସମାଗ୍ଭର ପାଇଁ ସାହାଯ୍ୟ କରିବ ବୋଲି ତାହାକୁ ମୋ’ ସହିତ ରଖିବାକୁ ଗ୍ଭହୁଁଥିଲି। ମୋତେ ସାହାଯ୍ୟ କରିବା ଦ୍ୱାରା ସେ ତୁମ୍ଭର ସେବା କରିଥା’ନ୍ତା। 14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଗ୍ଭରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛାରେ ହେଉ, ମୋର ବାଧ୍ୟ ବାଧକତାରେ ନ ହେଉ ବୋଲି ମୁଁ ଗ୍ଭହେଁ।

15 ଅନୀସିମ [a] କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପାରେ ଯଦ୍ଦ୍ୱାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ। 16 ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଜଣେ ଭାଇ ଭଳି ଭଲ ପାଇବ।

17 ଯଦି ତୁମ୍ଭେ ମୋତେ ମିତ୍ର ବୋଲି ଗ୍ରହଣ କରୁଛ, ତା’ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମୋତେ ଯେପରି ସ୍ୱାଗତ କରିଥା’ନ୍ତ, ସେହିପରି ତାହାକୁ ସ୍ୱାଗତ କର। 18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା’ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। 19 ମୁଁ ପାଉଲ, ଏହି କଥା ମୋ’ ହାତରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମୋ’ଠାରେ କେତେ ଋଣୀ, ସେ ସମ୍ପର୍କରେ ମୁଁ କିଛି କହିବି ନାହିଁ। 20 ତେଣୁ ହେ ମୋର ଭାଇ! ପ୍ରଭୁଙ୍କଠାରେ ତୁମ୍ଭେ ମୋ’ ପାଇଁ କିଛି ଆବଶ୍ୟକୀୟ ବିଷୟ କର ବୋଲି, ମୁଁ କୁହେ। ଖ୍ରୀଷ୍ଟଙ୍କଠାରେ ମୋ’ ହୃଦୟକୁ ଆଶ୍ୱାସନା ଦିଅ। 21 ମୁଁ ଯାହା କହିଛି, ସେଗୁଡ଼ିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କହେ, ତୁମ୍ଭେ ତା’ଠାରୁ ଅଧିକ କରିବ।

22 ମୋ’ ରହିବା ପାଇଁ ଗୋଟିଏ ବଖରା ମଧ୍ୟ ପ୍ରସ୍ତୁତ କର। ମୁଁ ଆଶାକରେ ଯେ ପରମେଶ୍ୱର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ଯିବାକୁ ସମର୍ଥ ହୋଇ ପାରିବି।

ଶେଷ ଅଭିନନ୍ଦନ

23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମୋର ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। 24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

25 ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 11

ଇସ୍ରାଏଲ ସଦାପ୍ରଭୁଙ୍କୁ ଭୁଲିଛି

11 ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ।
    ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।
କିନ୍ତୁ ଇସ୍ରାଏଲକୁ ଯେତେ ଅଧିକ ନିଜର କଲୁ ଇସ୍ରାଏଲ
    ସେତେ ଅଧିକ ଆମ୍ଭଠାରୁ ଦୂରେଇଗଲା।
ଇସ୍ରାଏଲୀୟମାନେ ‌ବା‌ଲ୍‌ଦେବଗଣଙ୍କ ଉଦ୍ଦେଶ୍ୟରେ ବଳି ଦେଲେ।
    ସେମାନେ ପ୍ରତିମା ନିକଟରେ ଧୂପ ଦେଲେ।

“ଆମ୍ଭେ ଇଫ୍ରୟିମକୁ ଗ୍ଭଲିବା ଶିଖାଇଲୁ।
    ଆମ୍ଭେ ଇସ୍ରାଏଲୀୟଙ୍କୁ ଆମ୍ଭର ବାହୁରେ ନେଇଥିଲୁ।
ଆମ୍ଭେ ସେମାନଙ୍କୁ ସୁସ୍ଥ କଲୁ।
    କିନ୍ତୁ ସେମାନେ ତାହା ଅନୁଭବ କଲେ ନାହିଁ।
ଆମ୍ଭେ ସେମାନଙ୍କୁ ରଜ୍ଜୁରେ ବାନ୍ଧିଥିଲୁ,
    କିନ୍ତୁ ତାହା ଥିଲା ପ୍ରେମର ରଜ୍ଜୁ।
ଆମ୍ଭେ ଜଣେ ବ୍ୟକ୍ତିପରି ସେମାନଙ୍କୁ ମୁକ୍ତ କଲୁ।
    ଆମ୍ଭେ ନମ୍ର ହେଲୁ ଓ ସେମାନଙ୍କୁ ଖୁଆଇଲୁ।

“ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ମନା କଲେ। ତେଣୁ ସେଥିପାଇଁ ସେମାନେ ମିଶର ଯିବେ। ଅଶୂରର ରାଜା ସେମାନଙ୍କର ରାଜା ହେବେ। ଖଣ୍ତା ସେମାନଙ୍କ ନଗର ବିରୁଦ୍ଧରେ ଝୁଲିବ। ଏହା ସେମାନଙ୍କର ଶକ୍ତିଶାଳୀ ଲୋକଙ୍କୁ ହତ୍ୟା କରିବ। ଏହା ସେମାନଙ୍କର ନେତାମାନଙ୍କୁ ଧ୍ୱଂସ କରିବ।

“ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।”

ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରିବାକୁ ଗ୍ଭହାନ୍ତି ନାହିଁ

“ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ।
    ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ।
ଅଦ୍ମାର ଓ ସବୋୟିମ୍ ପରି
    ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ।
ଆମ୍ଭର ମନକୁ ପରିବର୍ତ୍ତନ କରିଛୁ।
    ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
ଆମ୍ଭେ ଆପଣା ଭୟଙ୍କର କ୍ରୋଧଭାବକୁ ପ୍ରକାଶ କରିବା ନାହିଁ।
    ଇଫ୍ରୟିମକୁ ପୁନର୍ବାର ଧ୍ୱଂସ କରିବା ନାହିଁ।
ଆମ୍ଭେ ପରମେଶ୍ୱର, ମାନବ ନୋହୁଁ।
    ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ
ଧର୍ମସ୍ୱରୂପ ଅଟୁ।
    ଆମ୍ଭର କ୍ରୋଧ ଦେଖାଇବା ନାହିଁ।
10 ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜନ କରିବା।
    ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ।
ଏହି ପିଲାମାନେ ଭୟରେ ଥରିଥରି
    ପଶ୍ଚିମରୁ ଆସିବେ।
11 ସେମାନେ ମିଶରରୁ ପକ୍ଷୀ ସଦୃଶ
    ଥରିଥରି ଆସିବେ।
ଅଶୂରୀୟରୁ କପୋତ ପରି ଥରିଥରି ଆସିବେ।
    ଏବଂ ଆମ୍ଭେ ସେମାନଙ୍କୁ ଗୃହକୁ ଫେରାଇ ନେବା ବୋଲି”
ସଦାପ୍ରଭୁ କହିଲେ।
12 “ଇଫ୍ରୟିମ ମିଥ୍ୟାରେ ଆମ୍ଭର ଗ୍ଭରିପାଖରେ ଘେରିଗଲା।
    ଇସ୍ରାଏଲର ପରିବାର ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
କିନ୍ତୁ ଯିହୁଦା ପରମେଶ୍ୱରଙ୍କ ସହିତ ଅଛି
    ଏବଂ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ଅଛି।”

ଗୀତସଂହିତା 132-134

ଆରୋହଣ ଗୀତ।

132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
    ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
“ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
    ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
ମୁଁ ଶୟନ କରିବି ନାହିଁ।
    ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
ମୁଁ ମୋର ଗୃହକୁ ଯିବି ନାହିଁ
    ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”

ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
    ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
    ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
    ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
    ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
    ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
    “ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
    ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”

13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
    ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
    ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
    ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
    ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
    ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
    କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

ଆରୋହଣ ଗୀତ।

134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
    ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
    ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
    ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center