Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 16

ଆହସ ଯିହୁଦାର ରାଜା ହୁଅନ୍ତି

16 ଇସ୍ରାଏଲରେ ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଯୋଥମଙ୍କ ପୁତ୍ର ଆହସ ଯିହୁଦାରେ ରାଜା ହେଲେ। ଆହାସଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ହୋଇଥିଲା ସେ ରାଜା ହେଲେ ଓ ଯିରୁଶାଲମରେ ଷୋହଳ ବର୍ଷ ରାଜ୍ୟ କଲେ। ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ନ ଥିଲେ। ସେ କୁକର୍ମମାନ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉଚିତ୍ ନ ଥିଲା। ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପରି ବସବାସ କଲେ। ଜଘନ୍ୟ ପାପ ପ୍ରଥା ଅନୁସାରେ ସେ ତାଙ୍କର ପୁତ୍ରକୁ ଅଗ୍ନିରେ ବଳିଦାନ କଲେ। ଯାହା ଜାତିମାନଙ୍କ ଦ୍ୱାରା ଅନୁକରଣ ହୋଇଥିଲା, ତେଣୁ ସଦାପ୍ରଭୁ ଭୂମିରୁ ସେମାନଙ୍କୁ ଜୋର୍ କରି ତଡ଼ି ଦେଲେ, ଯେତେବେଳେ ଇସ୍ରାଏଲମାନେ ଆସିଲେ। ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରି‌ତ୍‌ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ।

ସେତେବେଳେ ଅରାମର ରାଜା ର‌ତ୍‌ସୀନ୍ ଓ ଇସ୍ରାଏଲର ରାଜା ରମଲିୟଙ୍କ ପୁତ୍ର ପେକହ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ସେମାନେ ଆହସଙ୍କୁ ଚତୁର୍ଦ୍ଦିଗରେ ଘେରିଗଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। ସେ ସମୟରେ ଅରାମର ରାଜା ର‌ତ୍‌ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀମାନଙ୍କୁ ଏଲ‌ତ୍‌ରୁ ତଡ଼ି ଦେଲେ। ସେଠାରେ ଅରାମୀୟମାନେ ଆସି ଅଦ୍ୟାବଧି ବାସ କରୁଛନ୍ତି।

ଅଶୂରର ରାଜା ଆହସ୍ ତିଗ୍ଲତ-ପିଲେଷର ନିକଟକୁ ଦୂତ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ୟ। ଦୟାକରି ଏଠାକୁ ଆସ ଓ ମୋତେ ଅରାମର ରାଜା ଓ ଇସ୍ରାଏଲର ରାଜାଙ୍କ ଆକ୍ରମଣରୁ ରକ୍ଷା କର।” ଆଉ ମଧ୍ୟ ଆହସ୍ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସୁବର୍ଣ୍ଣ ଓ ରୌପ୍ୟ ନେଲେ ଓ ଅଶୂରର ରାଜା ନିକଟକୁ ଉପହାର ସ୍ୱରୂପ ପଠାଇଲେ। ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ।

10 ରାଜା ଆହାସ୍ ଅଶୂରର ରାଜା ତିଗ୍ଲତ-ପିଲେଷରଙ୍କୁ ଭେଟିବାକୁ ଦମ୍ମେଶକ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ। ତା’ପରେ ଆହାସର ରାଜା ସେହି ଯଜ୍ଞବେଦିରେ ସକଳ ଶିଳ୍ପକଳା ଅନୁସାରେ ସେହିପ୍ରକାର ଆକୃତି ଉରିୟ ଯାଜକ ନିକଟକୁ ପଠାଇଲେ। 11 ତା’ପରେ ଯାଜକ ଉରିୟ ରାଜା ଆହାସ ଦମ୍ମେଶକରୁ ପଠାଇଥିବା ଯଜ୍ଞବେଦିର ନମୁନା ଅନୁସାରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।

12 ରାଜା ଆହାସ୍ ଯେତେବେଳେ ଦମ୍ମେଶକରୁ ଆସିଲେ। ସେ ଯଜ୍ଞବେଦି ଦେଖିଲେ ଓ ଯଜ୍ଞବେଦି ନିକଟକୁ ଯାଇ ତା’ ଉପରେ ବଳିଦାନ କଲେ। 13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଭକ୍ଷ୍ୟ ନୈବେଦ୍ୟ ଦ‌ଗ୍‌ଧ କରି, ଆପଣା ପେୟନୈବେଦ୍ୟ ଢାଳି ଓ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଯଜ୍ଞବେଦି ଉପରେ ଛିଞ୍ଚିଲେ।

14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ଯଜ୍ଞବେଦି ଆଣିଲେ, ଯେଉଁଟାକି ଆହା‌‌ସ୍‌‌ଙ୍କ ଯଜ୍ଞବେଦି ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ୟସ୍ଥଳରେ ଥିଲା। ଏହା ତାଙ୍କର ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ରଖିଲେ। 15 ରାଜା ଆହସ୍ ଉରିୟ ଯାଜକଙ୍କୁ ଆଦେଶ ଦେଲେ, “ପ୍ରଭାତ କାଳୀନ ହୋମବଳି, ସନ୍ଧ୍ୟାକାଳୀନ ଭକ୍ଷ୍ୟନୈବେଦ୍ୟ, ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ଲୋକଙ୍କ ହୋମବଳି, ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ତୁମ୍ଭେ ଦ‌ଗ୍‌ଧ କରିବା ଉଚିତ୍ ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ଅନ୍ୟ ନୈବେଦ୍ୟ ବୃହତ୍ ଯଜ୍ଞବେଦି ଉପରେ ଛିଞ୍ଚ। କିନ୍ତୁ ମୁଁ ପରମେଶ୍ୱରଙ୍କଠାରୁ ଉତ୍ତର ପାଇବାକୁ ପିତ୍ତଳ ଯଜ୍ଞବେଦି ବ୍ୟବହାର କରିବି” [a] 16 ଯାଜକ ଉରିୟ ରାଜା ଆହାସଙ୍କ ଆଜ୍ଞାନୁସାରେ ସମସ୍ତ କାର୍ଯ୍ୟ କଲେ।

17 ପୁଣି ଆହାସ୍ ରାଜା ବୈଠିକିଗୁଡ଼ିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲେ। ଆଉ ବଡ଼ ଟ୍ୟାଙ୍କ୍ ତଳେ ଯେଉଁ ପିତ୍ତଳ ନିର୍ମିତ ଷଣ୍ଢ ଥିଲା, ସେସବୁର ଉପରୁ ତାକୁ ନେଇ ଏକ ପ୍ରସ୍ତର ଚଟାଣ ଉପରେ ରଖିଲେ। 18 ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ।

19 ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 20 ଆହାସଙ୍କର ମୃତ୍ୟୁ ହେଲା ଓ ସେ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ହିଜକିୟ ଶାସନ କଲେ।

ତୀତସଙ୍କ ପ୍ରତି ପତ୍ର 2

ପ୍ରକୃତ ଶିକ୍ଷାର ଅନୁସରଣ

ପ୍ରକୃତ ଶିକ୍ଷା (ଉପଦେଶ)ର ଅନୁସରଣ କରିବା ପାଇଁ ତୁମ୍ଭେ ଲୋକଙ୍କୁ କହିବା କଥା। ବୃଦ୍ଧ ଲୋକମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆତ୍ମସଂଯମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। ସେମାନେ ବିଶ୍ୱାସରେ, ପ୍ରେମରେ ଓ ଧୈର୍ଯ୍ୟରେ ଦୃଢ଼ ହେବା ଉଚିତ୍।

ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ। ଏପରି ଭାବରେ ସେମାନେ ଯୁବତୀମାନଙ୍କୁ ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିବେ। ସେମାନେ ଯୁବତୀମାନଙ୍କୁ ଶିଖାଇ ପାରିବେ ଯେ ସେମାନେ ଜ୍ଞାନୀ ଓ ପବିତ୍ର ହୁଅନ୍ତୁ, ନିଜ ଘରର ଯତ୍ନ ନିଅନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ନିଜ ସ୍ୱାମୀଙ୍କର ଆଜ୍ଞାକାରିଣୀ ହୁଅନ୍ତୁ। ତା’ହେଲେ କୌଣସି ଲୋକ ଆମ୍ଭକୁ ଦିଆଯାଇଥିବା ପରମେଶ୍ୱରଙ୍କ ଶିକ୍ଷାର ସମାଲୋଚନା କରି ପାରିବ ନାହିଁ।

ସେହିଭଳି ଯୁବକମାନଙ୍କୁ କୁହ ଯେ ସେମାନେ ଜ୍ଞାନୀ ହୁଅନ୍ତୁ। ତୁମ୍ଭେ ନିଜେ ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଭାବରେ ଆଦର୍ଶ ହେବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା ଦେବାରେ ତୁମ୍ଭେ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ୍। ତୁମ୍ଭେ ଯେପରି ସମାଲୋଚିତ ନ ହୁଅ, ସେଥିପାଇଁ ତୁମ୍ଭେ ସତ କୁହ। ତା’ହେଲେ ଜଣେ ବିରୋଧୀ ମଧ୍ୟ ଲଜ୍ଜାବୋଧ କରିବ କାରଣ ସେ ଆମ୍ଭ ବିରୁଦ୍ଧରେ କୌଣସି ମନ୍ଦ ବିଷୟ ପାଇବ ନାହିଁ।

ଦାସମାନଙ୍କୁ ମଧ୍ୟ ସେମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। ସେମାନେ ମାଲିକମାନଙ୍କୁ ଖୁସୀ ରଖିବେ, ସେମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ। 10 ମାଲିକଙ୍କର ଗ୍ଭେରି କରିବେ ନାହିଁ, ଏବଂ ସେମାନେ ପ୍ରମାଣିତ କରିବେ ଯେ ସେମାନେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଦାସମାନେ ନିଜର ପ୍ରତ୍ୟେକ କାମରେ ଏହା ପ୍ରମାଣିତ କରିବେ ଯେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଶିକ୍ଷା ଭଲ ଅଟେ।

11 ପରମେଶ୍ୱରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍ଭେ ସେହିଭଳି ଜୀବନଯାପନ କରିବା କଥା। ସେହି ଅନୁଗ୍ରହ ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରିପାରେ। 12 ସେହି ଅନୁଗ୍ରହ ଆମ୍ଭକୁ ମିଳିଛି। ସେହି ଅନୁଗ୍ରହ ପରମେଶ୍ୱରଙ୍କ ବିରୋଧୀ ନ ହେବା ଓ ସଂସାର ଗ୍ଭହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। ସେହି ଅନୁଗ୍ରହ ଏହି ସଂସାରରେ ଜ୍ଞାନରେ ଧାର୍ମିକ ଓ ନ୍ୟାୟ ମାର୍ଗରେ ରହିବା ଶିଖାଏ। 13 ଆମ୍ଭର ମହାନ୍ ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବାଟକୁ ଗ୍ଭହିଁ ରହିଥିଲାବେଳେ ଆମ୍ଭେ ଏହିଭଳି ରହିବା ଦରକାର। ସେ ଆମ୍ଭମାନଙ୍କର ମହାନ୍ ଭରସା ଓ ସେ ଗୌରବରେ ଆସିବେ। 14 ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।

15 ଲୋକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, ତେଣୁ ଲୋକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ ବୋଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ୟବହାର କର। କୌଣସି ଲୋକ ଯେପରି ତୁମ୍ଭ ସହିତ ଏଭଳି ବ୍ୟବହାର ନ କରେ, ଯାହାକି ତୁମ୍ଭକୁ ଗୁରୁତ୍ୱହୀନ କରିଦେବ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9

ନିର୍ବାସିତମାନଙ୍କର ଦୁଃଖ

ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ। କିନ୍ତୁ ସେହି ଖଳାର ଶସ୍ୟ ଇସ୍ରାଏଲକୁ ପ୍ରଚୁର ଖାଦ୍ୟ ଦେବ ନାହିଁ। ସେଠାରେ ମଧ୍ୟ ପ୍ରଚୁର ଦ୍ରାକ୍ଷାରସ ଇସ୍ରାଏଲ ପାଇଁ ହେବ ନାହିଁ।

ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କ ରାଜ୍ୟରେ ରହିପାରିବେ ନାହିଁ। ଇଫ୍ରୟିମ ମିଶରକୁ ଫେରିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସେହି ଖାଦ୍ୟ ସେମାନେ ଖାଇବେ। ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ୟ ଉତ୍ସର୍ଗ କରିବେ ନାହିଁ। ସେମାନେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସେମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧରେ ଖାଦ୍ୟ ଭକ୍ଷ୍ୟଣ ପରି ହେବ। ଯେ ଏହାକୁ ଭକ୍ଷ୍ୟଣ କରିବ ସେ ଅପବିତ୍ର ହେବ। ସେମାନଙ୍କର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ ନାହିଁ। ସେମାନେ ନିଜେ ସେହି ରୋଟୀକୁ ଭକ୍ଷ୍ୟଣ କରିବେ। ସେମାନେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହେବେ ନାହିଁ।

ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।

ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କଲା

ଭବିଷ୍ୟ‌ଦ୍‌ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା’ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟ‌ଦ୍‌ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।” ଭବିଷ୍ୟ‌ଦ୍‌ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି।

ଗିବିୟାର ସମୟ ପରି ଇସ୍ରାଏଲୀୟମାନେ ଧ୍ୱଂସର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ। ସେ ସେମାନଙ୍କ ପାପ ଲାଗି ଦଣ୍ତ ଦେବେ।

ପ୍ରତିମାପୂଜା ଲାଗି ଇସ୍ରାଏଲ ଧ୍ୱଂସ ହୁଏ

10 “ସେହି ସମୟରେ ଆମ୍ଭେ ଇସ୍ରାଏଲକୁ ପାଇଲୁ, ସେମାନେ ମରୁଭୂମିରେ ସତେଜ ଦ୍ରାକ୍ଷାଲତା ସଦୃଶ ଥିଲେ। ସେମାନେ ଡିମ୍ବିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସେମାନେ ଯେତେବେଳେ ବାଲ୍-ପିୟୋର ନିକଟକୁ ଆସିଲେ ସେମାନେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡ଼ିକୁ ଭକ୍ତି କଲେ। ତା’ପରେ ସେମାନେ ଭଲ ପାଉଥିବା ଜିନିଷଗୁଡ଼ିକ ଘୃଣ୍ୟ ହେଲା।

ଇସ୍ରାଏଲୀୟମାନେ ନିଃସନ୍ତାନ ହେବେ

11 “ଇଫ୍ରୟିମର ଗୌରବ ପକ୍ଷୀ ସଦୃଶ ଉଡ଼ିଯିବ। ଅଧିକ ଗର୍ଭଧାରଣ ହେବ ନାହିଁ, ଅଧିକ ଶିଶୁ ଜନ୍ମ ହେବେ ନାହିଁ। 12 ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”

13 ଆମ୍ଭେ ଦେଖି ପାରୁଛୁ ଇଫ୍ରୟିମ ତା’ର ପିଲାମାନଙ୍କୁ ଯନ୍ତା ମଧ୍ୟକୁ ନେଉଛି। ଇଫ୍ରୟିମ ତା’ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି। 14 ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସେମାନଙ୍କୁ ଦିଅ। ଶିଶୁହରା ଗର୍ଭାଶୟ ସେମାନଙ୍କୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସେମାନଙ୍କୁ ଦିଅ।

15 ସେମାନଙ୍କର ସମସ୍ତ ମନ୍ଦକାର୍ଯ୍ୟ ଗି‌‌ଲ୍‌‌‌‌ଗ‌‌ଲ୍‌‌‌‌ରେ ଅଛି।
    ଆମ୍ଭେ ସେମାନଙ୍କୁ ସେଠାରେ ଘୃଣା କରିବା ଆରମ୍ଭ କଲୁ।
ଆମ୍ଭର ଗୃହ ପରିତ୍ୟାଗ କରିବାକୁ ଆମ୍ଭେ ସେମାନଙ୍କୁ ବାଧ୍ୟ କରିବା,
    କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି।
ଆମ୍ଭେ ସେମାନଙ୍କୁ ଆଉ ଭଲ ପାଇବା ନାହିଁ।
    ସେମାନଙ୍କର ନେତାମାନେ ବିଦ୍ରୋହି, ସେମାନେ ଆମ୍ଭର ବିରୁଦ୍ଧରେ ଯାଇଛନ୍ତି।
16 ଇଫ୍ରୟିମ ଦଣ୍ତିତ ହେବ।
    ସେମାନଙ୍କର ମୂଳ ମରିଯାଇଛି।
    ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ।
ସେମାନେ ସନ୍ତାନ ଜନ୍ମ କରି ପାରନ୍ତି।
    କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା।
17 ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ,
    ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ।
ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ।

ଗୀତସଂହିତା 126-128

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center