Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 13

ଯିହୋୟାହ‌ସଙ୍କ ଶାସନ ଆରମ୍ଭ

13 ଯିହୁଦାର ରାଜା ଅହସିୟଙ୍କ ପୁତ୍ର ଯୋୟାଶଙ୍କ ରାଜତ୍ୱର ତ୍ରୟବିଂଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରିୟାରେ ଇସ୍ରାଏଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ୱ କଲେ।

ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ସେ ଅନୁସରଣ କଲେ, ଯାହା ସେ ଇସ୍ରାଏଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ। ଏଥିରେ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ କ୍ରୋଧାନ୍ୱିତ ହେଲେ। ତେଣୁ ସେ ଅରାମର ରାଜା ହସାୟେଲ ଓ ତାଙ୍କର ପୁତ୍ର ବି‌ନ୍‌ହଦଦ୍ ଶାସନର ଅଧୀନରେ ଇସ୍ରାଏଲକୁ ଦିର୍ଘ ସମୟ ପାଇଁ ଦେଲେ।

ସଦାପ୍ରଭୁଙ୍କର ଇସ୍ରାଏଲୀୟମାନଙ୍କ ଉପରେ ଦୟା

ତା’ପରେ ଯିହୋୟାହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବେଦନ ଶୁଣିଲେ ଓ ଇସ୍ରାଏଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇସ୍ରାଏଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ।

ତେଣୁ ସଦାପ୍ରଭୁ ଇସ୍ରାଏଲର ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳରେ ଇସ୍ରାଏଲୀୟମାନେ ଅରାମୀୟମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ।

ତଥାପି ଇସ୍ରାଏଲୀୟମାନେ ଯାରବିୟାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସେମାନେ ସେହି ପୂର୍ବପରି ପାପ କରି ଗ୍ଭଲିଲେ, ଯାହା ସେମାନେ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ସେମାନେ ମଧ୍ୟ ଶମରିୟାରେ ଆଶେରା ଖମ୍ବଗୁଡ଼ିକ ରଖିଲେ।

ଅରାମର ରାଜା ଯିହୋୟାହସଙ୍କ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଗ୍ଭଶ୍ ଅଶ୍ୱାରୋହୀ, ଦଶ ଗୋଟି ରଥ ଓ 10,000 ପଦାତିକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହୋୟାହସଙ୍କ ସୈନ୍ୟମାନେ ଶସ୍ୟଅମଳ ସମୟରେ ଅଗାଡ଼ି ତୁଲ୍ୟ ପବନରେ ଗ୍ଭଲିଗଲେ।

ଯିହୋୟାହସଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କାର୍ଯ୍ୟାବଳୀ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଅନନ୍ତର ଯିହୋୟାହସଙ୍କ ମୃତ୍ୟୁ ହେଲା ଓ ଲୋକମାନେ ଶମରିୟାରେ ତାଙ୍କ ପୂର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ୟ ଶାସନ କଲେ।

ଇସ୍ରାଏଲରେ ଯୋୟାଶଙ୍କ ଶାସନ

10 ଯିହୁଦାର ଯୋୟାଶ୍ ରାଜାଙ୍କ ସଇଁତିରିଶ୍ ବର୍ଷ ରାଜତ୍ୱ କାଳରେ ଯିହୋୟାହସଙ୍କ ପୁତ୍ର ଯୋୟାଶ୍ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଯାଇ ଷୋହଳ ବର୍ଷ ରାଜ୍ୟ ଶାସନ କଲେ। 11 ଇସ୍ରାଏଲର ରାଜା ଯୋୟାଶ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ନବାଟଙ୍କ ପୁତ୍ର ଯାରବିୟାମ, ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରିଥିଲେ ସେହି ସମାନ ପାପ ଅନୁସରଣ କଲେ ଯିଏ ଇସ୍ରାଏଲର ପାପର କାରଣ ହେଲା। 12 ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାରେ ରାଜା ଅମ‌ତ୍‌ସିୟ ସଙ୍ଗେ ଯୁଦ୍ଧ କରିଥିଲେ ତାହା ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 13 ଯୋୟାଶଙ୍କ ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ଯାରବିୟାମ ତାଙ୍କ ଅନ୍ତେ ସିଂହାସନରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇସ୍ରାଏଲର ରାଜାମାନଙ୍କ ସହିତ ଶମରିୟାରେ କବର ପ୍ରାପ୍ତ ହେଲେ।

ଇଲୀଶାୟଙ୍କୁ ଯୋୟାଶଙ୍କ ପରିଦର୍ଶନ

14 ଇଲୀଶାୟ ପୀଡ଼ିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ୟୁବରଣ କଲେ। ଇସ୍ରାଏଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ ପାଇଁ ଏହା ସମୟ କି?”

15 ଇଲୀଶାୟ ଯୋୟାଶଙ୍କୁ କହିଲେ, “ଧନୁ ଓ ବାଣଗୁଡ଼ିକ ଧର।”

ଯୋୟାଶ୍ ଧନୁ ଓ ବାଣଗୁଡ଼ିକ ଧରିଲେ। 16 ତା’ପରେ ଇଲୀଶାୟ ରାଜାଙ୍କୁ ପୁଣି କହିଲେ, “ଧନୁରେ ତୁମ୍ଭହାତ ଦିଅ।” ତେଣୁ ରାଜା ଧନୁ ଉପରେ ହାତ ରଖିଲେ। ତା’ପରେ ଇଲୀଶାୟ ତାଙ୍କ ହାତ ରାଜାଙ୍କ ହାତ ଉପରେ ରଖିଲେ। 17 ଇଲୀଶାୟ କହିଲେ, “ପୂର୍ବ ଦିଗରେ ଥିବା ଝରକା ଖୋଲ।” ଯୋୟାଶ୍ ଝରକା ଖୋଲିଲେ। ତା’ପରେ ଇଲୀଶାୟ କହିଲେ, “ତୀର ନିକ୍ଷେପ କର।”

ଯୋୟାଶ୍ ତୀର ମାରିଲେ। ତା’ପରେ ଇଲୀଶାୟ କହିଲେ, “ଏହା ହେଉଛି ସଦାପ୍ରଭୁଙ୍କ ଜୟର ବାଣ, ଅରାମ ବିପକ୍ଷରେ ଜୟର ବାଣ, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ପରାସ୍ତ କରି ବିନାଶ କରିବ।”

18 ପୁଣି ଇଲୀଶାୟ କହିଲେ, “ତୀରଗୁଡ଼ିକ ନିଅ।” ସେ ତୀରଗୁଡ଼ିକ ନେଲେ। ତା’ପରେ ଇଲୀଶାୟ ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର।”

ଯୋୟାଶ ତିନିଥର ଭୂମିକୁ ଆଘାତ କଲେ, ତା’ପରେ ସେ ନିବୃତ୍ତ ହେଲେ। 19 ପରମେଶ୍ୱରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହୋଇ କହିଲେ, “ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହୋଇଥିଲେ ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ହରାଇଥା’ନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କେବଳ ତିନିଥର ପାଇଁ ହରାଇବ।”

ଇଲୀଶାୟଙ୍କ କବରେ ଏକ ଅଲୌକିକ କାର୍ଯ୍ୟ

20 ଇଲୀଶାୟଙ୍କ ମୃତ୍ୟୁପରେ ଲୋକମାନେ ତାଙ୍କୁ କବର ଦେଲେ।

ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ଲୁଣ୍ଠନ କରିବାକୁ ଦେଶ ଆକ୍ରମଣ କଲେ। 21 କେତେକ ଇସ୍ରାଏଲୀୟ ଜଣେ ମୃତବ୍ୟକ୍ତିକୁ କବର ଦେଉଥିବା ବେଳେ ସେମାନେ ମୋୟାବୀୟ ସୈନ୍ୟମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସେମାନେ ଭୟରେ ସେହି ମୃତ ଶରୀରକୁ ଇଲୀଶାୟ କବର ଭିତରେ ପକାଇ ଦେଲେ ଏବଂ ଦୌଡ଼ି ପଳାଇଗଲେ। ସେହିମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ରେ ଜୀବନ୍ତ ହୋଇ ନିଜ ଗୋଡ଼ରେ ଛିଡ଼ା ହେଲା।

ଯୋୟାଶ ଇସ୍ରାଏଲ ନଗରକୁ ପୁନର୍ବାର ଜୟ କରନ୍ତି

22 ଯିହୋୟାହସଙ୍କ ରାଜତ୍ୱ କାଳର ସମସ୍ତ ସମୟ ଅରାମର ରାଜା ହସାୟେଲ ଇସ୍ରାଏଲର କ୍ଳେଶର କାରଣ ହେଲେ। 23 ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ ଓ ସେମାନଙ୍କ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହୋଇଥିଲା। ସେ ସେମାନଙ୍କୁ ବିନାଶ କରିବେ ନାହିଁ କି ଦୂରେଇ ଦେବେ ନାହିଁ।

24 ହସାୟେଲଙ୍କ ମୃତ୍ୟୁପରେ ବି‌ନ୍‌ହଦଦ୍ ନୂଆ ରାଜା ହେଲେ। 25 ତାଙ୍କର ମୃତ୍ୟୁ ପୂର୍ବରୁ ଯୋୟାଶଙ୍କର ପିତା ଯିହୋୟାହ‌ସଙ୍କଠାରୁ ନଗରଗୁଡ଼ିକୁ ହସାୟେଲ ଅଧିକାର କରି ନେଲେ। ଯିହୋୟାହ‌ସଙ୍କ ପୁତ୍ର ଯୋୟାଶ ହସାୟେ‌ଲ୍‌‌‌ର ପୁତ୍ର ବି‌ନ୍‌ହଦ‌ଦଙ୍କଠାରୁ ସେହି ନଗରଗୁଡ଼ିକ ପୁନର୍ବାର ନେଲେ। ଯୋୟାଶ୍ ବି‌ନ୍‌ହଦ‌ଦଙ୍କୁ ତିନିଥର ପରାସ୍ତ କରି ଇସ୍ରାଏଲର ନଗରଗୁଡ଼ିକୁ ନେଇଥିଲେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3

ଶେଷ ଦିନଗୁଡ଼ିକରେ

ଏହା ମନେରଖ ଯେ ଶେଷ ଦିନଗୁଡ଼ିକରେ ଅନେକ କଷ୍ଟକର ପରିସ୍ଥିତି ଆସିବ। ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ। ଅନ୍ୟମାନଙ୍କ ଲାଗି ପ୍ରେମଭାବ ରଖିବେ ନାହିଁ। ସେମାନେ ଲୋକମାନଙ୍କୁ କ୍ଷମା ଦେବା ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବେ। ଆତ୍ମସଂଯମୀ ହେବେ ନାହିଁ। ସେମାନେ କ୍ରୋଧୀ ଓ ହୀନମନା ହେବେ ଓ ଉତ୍ତମ ବିଷୟ ଗୁଡ଼ିକୁ ଘୃଣା କରିବେ। ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା’ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ। ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।

ଏମାନଙ୍କ ଭିତରୁ କେତେଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସେହି ସ୍ତ୍ରୀଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ୱାରା ପରିଗ୍ଭଳିତ ହେଉଥିବା ଯୋଗୁଁ ଏହି ସ୍ତ୍ରୀଲୋକମାନେ ପାପରେ ପଡ଼ନ୍ତି। ସେହି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସେମାନେ କେବେ ହେଲେ ସତ୍ୟକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ଯନ୍ନୀସ୍ ଓ ଯମ୍ବ୍ରୀସ୍ କଥା ମନେପକାଅ। ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା।

ଶେଷ ଶିକ୍ଷା

10 କିନ୍ତୁ ତୁମ୍ଭେ ସମସ୍ତେ ମୋତେ ଜାଣିଛ। ଏହା ମଧ୍ୟ ଜାଣିଛ ଯେ ମୁଁ କ’ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁହେ। ମୋ’ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ତୁମ୍ଭେ ଜାଣିଛ। ତୁମ୍ଭେ ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ବିଷୟରେ ଜାଣିଛ ଓ ଏହା ମଧ୍ୟ ଜାଣିଛ ଯେ ମୁଁ କେବେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ। 11 ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ। 12 ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ। 13 ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ।

14 କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। 15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ। 16 ସବୁ ଶାସ୍ତ୍ର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପଯୋଗୀ ଅଟେ। 17 ପରମେଶ୍ୱରଙ୍କ ସେବକ, ଶାସ୍ତ୍ରଗୁଡ଼ିକର ବ୍ୟବହାର ଦ୍ୱାରା ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହେବ ଓ ତା’ର ପ୍ରତ୍ୟେକ ଆବଶ୍ୟକ ବିଷୟ ପାଇବ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5-6

ନେତାମାନେ ଇସ୍ରାଏଲ ଓ ଯିହୁଦାର ପାପର କାରଣ ହୁଅନ୍ତି

“ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ।

“ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ। ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା। ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଯାହାସବୁ କରିଛି ତାହା ମଧ୍ୟ ଜାଣୁ। ହେ ଇଫ୍ରୟିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ଯ୍ୟ କରୁଛ। ଇସ୍ରାଏଲ ପାପରେ କଳୁଷିତ। ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି। ଇସ୍ରାଏଲର ଗର୍ବ ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ଦେବ। ତେଣୁ ଇସ୍ରାଏଲ ଓ ଇଫ୍ରୟିମ ସେମାନଙ୍କ ପାପ ଯୋଗୁଁ ପତିତ ହେବେ। ଯିହୁଦାର ମଧ୍ୟ ସେମାନଙ୍କର ସହିତ ପତନ ହେବ।

“ସେହି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ୱେଷଣରେ ଗଲେ। ସେମାନେ ସେମାନଙ୍କ ସହିତ ମେଷ ଓ ଗାଈମାନଙ୍କୁ ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସେମାନେ ପାଇଲେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଥିଲେ। ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।”

ଇସ୍ରାଏଲ ଧ୍ୱଂସର ଏକ ଭବିଷ୍ୟ‌ଦ୍‌ବାଣୀ

“ଗିବିୟାରେ ତୂରୀ ବଜାଅ।
    ରାମାରେ ତୂରୀ ବଜାଅ।
ବୈଥ-ଆବନରେ ସତର୍କ କରିଦିଅ।
    ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।
ଦଣ୍ତ ଦେବା ସମୟରେ
    ଇଫ୍ରୟିମ ସର୍ବହରା ହୋଇଯିବ।
ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ
    ସେସବୁ ପ୍ରକୃତରେ ଘଟିବ।
10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି।
    ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା।
11 ଇଫ୍ରୟିମ ଦଣ୍ତିତ ହେବ।
    ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ।
    କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି।
12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରୟିମକୁ ଧ୍ୱଂସ କରିବା।
    ଆମ୍ଭେ ଯିହୁଦାକୁ ସଢ଼ାଇ ଦେବା।
13 ଇଫ୍ରୟିମ ତା’ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା’ର କ୍ଷତକୁ ଦେଖିଲା।
    ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା।
ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ।
    କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।
14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା।
    ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା।
ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା।
ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା
    ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।
15 ଆମ୍ଭେ ଆମ୍ଭର ଗୃହକୁ ଫେରିବା
    ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ
    ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ।
ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”

ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର

“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା।
    ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ।
    ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।
ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ।
    ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ।
    ତା’ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା।
    ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା।
ପ୍ରଭାତ ଆସିଲା ପରି
    ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ।
ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି
    ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”

ଲୋକମାନେ ବିଶ୍ୱସ୍ତ ନୁହନ୍ତି

“ହେ ଇଫ୍ରୟିମ, ହେ ଯିହୁଦା,
    ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ?
ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ
    ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।
ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ
    ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ
ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ।
    କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।
କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ,
    ବଳିଦାନ ନୁହେଁ।
ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ,
    କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ।
କିନ୍ତୁ ଠିକ୍ ଆଦମ ପରି ସେମାନେ ଚୁକ୍ତି ଭଙ୍ଗ କଲେ।
    ସେମାନେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।
ଗିଲିୟଦ ଗୋଟିଏ ସହର ଯେ କି ମନ୍ଦକାର୍ଯ୍ୟ କରୁଥିବା ଲୋକମାନଙ୍କରେ ପରିପୂର୍ଣ୍ଣ,
    ହତ୍ୟାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନରେ ରଞ୍ଜିତ।
ଡକାୟତମାନଙ୍କ ପରି ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି।
    ସେହିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ
ରାସ୍ତାରେ ଅପେକ୍ଷା କରନ୍ତି ଓ ସେମାନଙ୍କୁ ଆକ୍ରମଣ କରନ୍ତି।
    ସେମାନେ ଏକତ୍ରିତ ହୋଇ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
10 ଆମ୍ଭେ ଇସ୍ରାଏଲ ରାଜ୍ୟରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ।
ଇଫ୍ରୟିମ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ।
    ଇସ୍ରାଏଲ ପାପରେ କଳୁଷିତ।
11 ହେ ଯିହୁଦା, ତୁମ୍ଭ ପାଇଁ ଅମଳର ସମୟ ଅଛି।
    ଏହା ହିଁ ଘଟିବ।
    ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।

ଗୀତସଂହିତା 119:145-176

କଫ

145 ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ।
    ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି,
    ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147 ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
    ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148 ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ
    ରାତ୍ରି ଉଜାଗର ରହିଲି।
149 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150 ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି।
    ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151 ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ।
    ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152 ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି।
    ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।

ରେଶ୍

153 ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର।
    କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155 ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ।
    କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156 ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ।
    ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157 ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ।
    ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
    ମୁଁ ସେମାନଙ୍କୁ ଘୃଣାକରେ।
159 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160 ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ
    ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।

ଶିନ୍

161 ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି।
    କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162 ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ,
    ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163 ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164 ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ,
    ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165 ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ।
    ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର।
    ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167 ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି।
    ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168 ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି।
    ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।

ତୌ

169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
    କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
    କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
    ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
    ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
    ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
    ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
    କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center