Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 10

ଯେହୂ ଶମରିୟାର ପ୍ରାଚୀନବର୍ଗଙ୍କୁ ଲେଖନ୍ତି

10 ଆହାବଙ୍କର ସତୁରି ପୁତ୍ର ଶମରିୟାରେ ଥିଲେ। ଯେହୂ ଶମରିୟାରେ ଯିଷ୍ରିୟେଲର ଅଧ୍ୟକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା: 2-3 “ଏହି ଚିଠି ପାଇବା ମାତ୍ରେ, ତୁମ୍ଭେମାନେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ଉତ୍ତମ ଓ ଯୋଗ୍ୟତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ୱମାନ ଅଛି ଓ ତୁମ୍ଭେମାନେ ଏକ ସୁଦୃଢ଼ ନଗରରେ ବାସ କରୁଛ, ଆଉ ମଧ୍ୟ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି। ତେଣୁ ସେହି ଯୋଗ୍ୟତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛ ଓ ତୁମ୍ଭେମାନେ ଆପଣା ପ୍ରଭୁର ପରିବାର ପାଇଁ ଯୁଦ୍ଧ କର।”

ମାତ୍ର ଯିଷ୍ରିୟେଲର ଅଧ୍ୟକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହୋଇ ପଡ଼ିଲେ। ସେମାନେ କହିଲେ, “ଯେତେବେଳେ ସେ ଦୁଇ ରାଜା ଯେହୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?”

ତେଣୁ ଗୃହାଧ୍ୟକ୍ଷ, ନଗର ରାଜ୍ୟପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହିକଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭେମାନେ ତାହା ସବୁ ପାଳନ କରିବୁ, ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିରରେ ଭଲ ତାହା ଆପଣ କରନ୍ତୁ।”

ଶମରିୟାରେ ପ୍ରାଚୀନଗଣ ଆହାବଙ୍କ ସନ୍ତାନମାନଙ୍କୁ ହତ୍ୟା କରନ୍ତି।

ତା’ପରେ ଯେହୂ ଦ୍ୱିତୀୟ ଚିଠି ନେତୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, “ଯଦି ତୁମ୍ଭେମାନେ ମୋ’ ସପକ୍ଷରେ ଓ ମୋ’ ଆଜ୍ଞା ପାଳନ କରିବ, ତେବେ ଆହାବଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।”

ଆହାବଙ୍କ ସତୁରି ପୁତ୍ର ନଗରର ଅଧିକାରୀ ସହିତ ଥିଲେ, ତାହା ସେମାନଙ୍କୁ ଉଠାଇଲା। ଯେତେବେଳେ ନେତୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସେମାନେ ସେହି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନେଇ ବଧ କଲେ, ସେମାନେ ସେହି କଟାମୁଣ୍ତକୁ ଡାଲାରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ। ତା’ପରେ ଦୂତ ଆସି ଯେହୂଙ୍କୁ କହିଲା, “ସେମାନେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।”

ତା’ପରେ ଯେହୂ କହିଲେ, “ସେଗୁଡ଼ିକୁ ନଗରର ଦ୍ୱାର ଦେଶରେ ଦୁଇଟି ଗଦାକରି ସକାଳ ପର୍ଯ୍ୟନ୍ତ ରଖ।”

ପ୍ରଭାତରେ ଯେହୂ ବାହାରକୁ ଯାଇ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହୋଇ କହିଲେ, “ତୁମ୍ଭେମାନେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭେମାନେ ସେମାନଙ୍କୁ ବଧ କଲ। 10 ଏବେ ତୁମ୍ଭେମାନେ ଜାଣ ସଦାପ୍ରଭୁ ଯାହା ଆହାବ ବଂଶ ବିଷୟରେ କହିଥିଲେ, ତାହା ନିଶ୍ଚୟ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିୟ ଦ୍ୱାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।”

11 ତେଣୁ ଯେହୂ ଯିଷ୍ରିୟେଲରେ ବାସ କରୁଥିବା ଆହାବଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ, ଆତ୍ମୀୟ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବଙ୍କ ଲୋକ ମଧ୍ୟରୁ କେହି ଜଣେ ହେଲେ ଜୀବିତ ଛଡ଼ାଗଲା ନାହିଁ।

ଯେହୂ ଅହସିୟଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରନ୍ତି

12 ଯେହୂ ଯିଷ୍ରିୟେଲ ତ୍ୟାଗ କରି ଶମରିୟାକୁ ଗଲେ। ସେ ପଥ ମଧ୍ୟରେ ମେଷପାଳକମାନଙ୍କ ଛାଉଣି ନିକଟରେ ଅଟକି ଗଲେ। ଯେଉଁଠାରେ ସେମାନେ ସେମାନଙ୍କ ମେଷଠାରୁ ଲୋମ କାଟିଥିଲେ। 13 ଯେହୂ ଯିହୁଦାର ରାଜା ଅହସିୟଙ୍କ ସମ୍ପର୍କୀୟମାନଙ୍କୁ ଦେଖି ପଗ୍ଭରିଲେ, “ତୁମ୍ଭେମାନେ କିଏ?”

ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅହସିୟ ରାଜାଙ୍କର ସମ୍ପର୍କୀୟ। ଆମ୍ଭେମାନେ ରାଜାଙ୍କର ସନ୍ତାନମାନଙ୍କର ଓ ରାଣୀଙ୍କର ସନ୍ତାନମାନଙ୍କର ମଙ୍ଗଳ କାମନା କରିବାକୁ ଯାଉଅଛୁ।”

14 ତା’ପରେ ଯେହୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, “ଏମାନଙ୍କୁ ଜୀବନ୍ତ ଧର।”

ଯେହୂଙ୍କର ଦାସମାନେ ଅହସିୟଙ୍କର ସମ୍ପର୍କୀୟମାନଙ୍କୁ ଜୀବନ୍ତ ଧରିଲେ ଓ ମେଷଛେଦନ ଗୃହର ବର୍ତ୍ତ ନିକଟରେ ସେହି ବୟାଳିଶ୍ ଜଣଙ୍କୁ ବଧ କଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଛାଡ଼ିଲେ ନାହିଁ।

ଯିହୋନାଦବଙ୍କ ସହିତ ଯେହୂଙ୍କ ସାକ୍ଷାତ

15 ଏହା ପରେ ଯେହୂ ସେଠାରୁ ପ୍ରସ୍ଥାନ କଲାବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହୋନାଦବଙ୍କୁ ଭେଟିଲେ। ସେ ଯିହୋନାଦବଙ୍କୁ ସ୍ୱାଗତ କରି ପଗ୍ଭରିଲେ, “ତୁମ୍ଭେ ମୋର ବିଶ୍ୱସ୍ତ ବନ୍ଧୁ କି, ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ୱସ୍ତ?”

ଯିହୋନାଦବ ଉତ୍ତର ଦେଲେ, “ହଁ, ମୁଁ ତୁମ୍ଭର ଜଣେ ବିଶ୍ୱସ୍ତ ବନ୍ଧୁ।”

ତେଣୁ ଯେହୂ କହିଲେ, “ତେବେ ମୋତେ ତୁମ୍ଭ ହସ୍ତ ଦିଅ।”

ଯେତେବେଳେ ସେ ହସ୍ତ ବଢ଼ାଇଲେ ଯେହୂ ତାଙ୍କୁ ଆପଣା ରଥ ଉପରକୁ ଟାଣି ଆଣିଲେ।

16 ଯେହୂ କହିଲେ, “ମୋ’ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମୋର କିପରି ଦୃଢ଼ ଆସ୍ଥା ତାହା ଦେଖି ପାରିବ।”

ତେଣୁ ସେ ଯେହୂଙ୍କର ରଥରେ ଆରୋହଣ କଲେ। 17 ଯେହୂ ଶମରିୟାକୁ ଆସି ଆହାବଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିୟଙ୍କୁ କହିବାନୁସାରେ ଯେହୂ ସେ ସମସ୍ତଙ୍କୁ ହତ୍ୟା କଲେ।

ଯେହୂ ବାଲ୍ ଉପାସକମାନଙ୍କୁ ଡାକନ୍ତି

18 ପୁଣି ଯେହୂ ସମସ୍ତଙ୍କୁ ଏକତ୍ର କରି ସେମାନଙ୍କୁ ଡାକି କହିଲେ, “ଆହାବ ବା‌ଲ୍‌‌‌ର ଅଳ୍ପ ସେବା କଲା, ମାତ୍ର ଯେହୂ ତା’ର ବହୁତ ସେବା କରିବ। 19 ବର୍ତ୍ତମାନ ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ, ତା’ର ସମସ୍ତ ପୂଜକଙ୍କୁ ଓ ତା’ର ସମସ୍ତ ଯାଜକମାନଙ୍କୁ ମୋ’ ନିକଟକୁ ଡାକ। ଦେଖ ଯେକେହି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ୟରେ ମୋର ଏକ ବଡ଼ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚୟ ହତ୍ୟା କରାଯିବ।”

ଯେହୂ ସେମାନଙ୍କ ସହିତ ଛଳନା କଲେ, ତାଙ୍କର ପ୍ରକୃତ ଅଭିପ୍ରାୟ ଥିଲା ବା‌ଲ୍‌‌‌ର ସମସ୍ତ ଯାଜକ ଓ ପୂଜକମାନଙ୍କୁ ହତ୍ୟା କରିବା। 20 ପୁଣି ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ଆୟୋଜନ କର।” ଆଉ ଯାଜକମାନେ ତାହା ଘୋଷଣା କଲେ। 21 ତା’ପରେ ଯେହୂ ଇସ୍ରାଏଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବା‌ଲ୍‌‌‌ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କେହି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବା‌ଲ୍‌‌‌ର ପୂଜକ ବାଲ୍ ମନ୍ଦିରରେ ପହଞ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।

22 ଯେହୂ ବସ୍ତ୍ରାଗାରର ଅଧ୍ୟକ୍ଷକୁ ଆଦେଶ ଦେଲେ, “ସମସ୍ତ ବା‌ଲ୍‌‌‌ର ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ।” ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।

23 ତା’ପରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ ବାଲ୍ ମନ୍ଦିରକୁ ଗଲେ। ଯେହୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, “ଚତୁର୍ପାର୍ଶ୍ୱକୁ ଦେଖ! ଏଠାରେ ବାଲ୍ ପୂଜାରୀମାନଙ୍କ ଛଡ଼ା ଯେପରି ଆଉ କେହି ନ ଥାଏ। ଏଥିପାଇଁ ଖୋଜି ନିଶ୍ଚିତ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠାରେ ନାହାନ୍ତି।” 24 ଏହା ପରେ ବା‌ଲ୍‌‌‌ର ପୂଜକମାନେ ବଳିଦାନ ଓ ହୋମବଳି କରିବାକୁ ଭିତରକୁ ଗଲେ। ଯେହୂ ନିଜର ଅଶୀ ଜଣଙ୍କୁ ବାହାରେ ନିଯୁକ୍ତ କରିଥିଲେ। ସେ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କ ମଧ୍ୟରୁ ଯେପରି ଜଣେ କେହି ପଳାଇ ନ ଯାଆନ୍ତି।

ଯଦି ଜଣେ କେହି ପଳାଇ ଯାଏ, ଯେଉଁ ଲୋକ ତାକୁ ଛାଡ଼ି ଦେଇ ଥିବ, ସେ ତା’ର ଜୀବନ ତା’ର ବଦଳରେ ଦେବ।”

25 ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।”

ତେଣୁ ସେମାନେ ‌‌ଖ‌ଡ଼୍‌ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ। 26 ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ମୃତି ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ। 27 ସେମାନେ ବା‌ଲ୍‌‌‌ର ସ୍ମରଣାର୍ଥକ ପ୍ରସ୍ତରଗୁଡ଼ିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳୟ କଲେ। ସେଗୁଡ଼ିକ ଆଜିଯାଏ ବ୍ୟବହାର ହେଉଛି।

28 ଏହିରୂପେ ଯେହୂ ଇସ୍ରାଏଲରୁ ବାଲ୍ ପୂଜା ଦୂର କଲେ। 29 ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ଯେହୂ ମଧ୍ୟ ବୈଥେଲ୍ ଓ ଦା‌ନ୍‌ରେ ଥିବା ସୂବର୍ଣ୍ଣ ବାଛୁରି ଧ୍ୱଂସ କରି ପାରିଲେ ନାହିଁ।

ଇସ୍ରାଏଲରେ ଯେହୂଙ୍କ ଶାସନ

30 ଅନନ୍ତର ସଦାପ୍ରଭୁ ଯେହୂକୁ କହିଲେ, “କାରଣ ମୋ’ ଦୃଷ୍ଟିରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମୋର ଇଚ୍ଛା ଅନୁସାରେ ତୁମ୍ଭେ ଆହାବର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲ ସିଂହାସନରେ ରାଜତ୍ୱ କରିବେ।”

31 ତଥାପି ଯେହୂ ସଦାପ୍ରଭୁଙ୍କର ଆଦେଶଗୁଡ଼ିକ ପୂର୍ଣ୍ଣହୃଦୟରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ପାରିଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା।

ହସାୟେଲଙ୍କ ଇସ୍ରାଏଲ ଧ୍ୱଂସ

32 ସେହି ସମୟରେ ସଦାପ୍ରଭୁ ଇସ୍ରାଏଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ। 33 ହସାୟେଲ ଯର୍ଦ୍ଦନର ପୂର୍ବ ଦିଗରୁ ସମସ୍ତ ଗିଲିୟଦ ଦେଶ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍, ରୁବେନ୍ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜୟ କଲେ। ସେ ବାଶନ ଓ ଗିଲିୟଦର ଅର୍ଣ୍ଣୋନ ଉପତ୍ୟକା ଦ୍ୱାରା ଅରୋୟେରଠାରୁ ସମସ୍ତ ଦେଶ ଜୟଲାଭ କଲା।

ଯେହୂଙ୍କ ମୃତ୍ୟୁ

34 ଯେହୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ପରାକ୍ରମ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 35 ଯେହୂଙ୍କ ମୃତ୍ୟୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହୋୟାହସ ଇସ୍ରାଏଲରେ ରାଜା ହେଲେ। 36 ଶମରିୟାରେ ଇସ୍ରାଏଲ ଉପରେ ଯେହୂ ଅଠାଇଶ୍ ବର୍ଷ ରାଜତ୍ୱ କଲେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1

ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ମୁଁ ପ୍ରେରିତ ହୋଇଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନର ପ୍ରତିଜ୍ଞା ବିଷୟରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ୱର ମୋତେ ପଠାଇଲେ।

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମୋ’ ପାଇଁ ମୋ’ ପ୍ରିୟ ପୁତ୍ର ଭଳି।

ପରମପିତା ପରମେଶ୍ୱରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ଧନ୍ୟବାଦ ଓ ଆଶ୍ୱାସନା

ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି। ତୁମ୍ଭେ ମୋ’ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ୱାସ ମୁଁ ମନେପକାଏ। ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା। ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ। ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।

ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହୋଇ ରହିଛି ମୋ’ ପାଇଁ ମଧ୍ୟ ଲଜ୍ଜା ବୋଧ କର ନାହିଁ। କିନ୍ତୁ ମୋ’ ସହିତ ସୁସମାଗ୍ଭର ପାଇଁ କଷ୍ଟ ସହ୍ୟ କର। ତାହା କରିବା ପାଇଁ ପରମେଶ୍ୱର ଆମ୍ଭକୁ ଶକ୍ତି ଦିଅନ୍ତି।

ପରମେଶ୍ୱର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳରେ ତାହା ହୋଇ ନାହିଁ। ବରଂ ପରମେଶ୍ୱର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସେହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମ୍ଭକୁ ଅନାଦି କାଳରୁ ମିଳିଛି। 10 ସେହି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଆମ୍ଭକୁ ଦେଖାଯାଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠାରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ୟୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦେଖାଇଲେ। ସୁସମାଗ୍ଭର ମାଧ୍ୟମରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦେଖାଇଲେ।

11 ସେହି ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହେଲି। ମୁଁ ସୁସମାଗ୍ଭର ପାଇଁ ପ୍ରଗ୍ଭରକ, ପ୍ରେରିତ ଓ ଶିକ୍ଷକ ଭାବେ ମନୋନୀତ ହେଲି। 12 ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ [a] ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ।

13 ମୋ’ଠାରୁ ଶୁଣିଥିବା ସ‌‌ତ୍‌‌‌ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। 14 ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।

15 ତୁମ୍ଭେ ଜାଣ ଯେ ଏସିଆ [b] ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। 16 ମୁଁ ଜେ‌‌‌‌‌‌‌‌ଲ୍‌‌‌‌‌‌‌ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି। 17 ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ। 18 ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2

“ତା’ପରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, ‘ତୁମ୍ଭେମାନେ ଆମ୍ଭର ଲୋକ।’ ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ‘ସେ ତୁମ୍ଭମାନଙ୍କୁ ଦୟା ଦେଖାଇଛନ୍ତି।’”

“ମାଙ୍କ ସହିତ ଯୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା’ର ସ୍ୱାମୀ ନୁହଁ। ବେଶ୍ୟା ପରି ନ ହେବାକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ରେମିକମାନଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ସେମାନଙ୍କୁ ଦୂରେଇ ଦିଅନ୍ତୁ। ଯଦି ସେ ତା’ର ବ୍ୟଭିଗ୍ଭରିତା ବନ୍ଦ ନ କରେ, ତେବେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେବା ସମୟରେ ନମ୍ର ଥିଲା। ଆମ୍ଭେ ତା’ର ସମସ୍ତ ଲୋକମାନଙ୍କୁ ନେଇଯିବା ଏବଂ ସେ ମରୁଭୂମି ପରି ଶୂନ୍ୟ ହୋଇଯିବ। ଆମ୍ଭେ ତାକୁ ଶୋଷରେ ମାରିବା। ତା’ର ପିଲାମାନଙ୍କ ଉପରେ ଆମ୍ଭର ଦୟା ନାହିଁ କାରଣ ସେମାନେ ଜାରଜ ସନ୍ତାନ। ସେମାନଙ୍କର ମା ବେଶ୍ୟାପରି କାମ କରିଅଛି। ସେମାନଙ୍କର ମାଙ୍କ କୃତ କର୍ମ ପାଇଁ ଲଜ୍ଜିତ ହେବା ଉଚିତ୍। ସେ କହିଲା, ‘ମୁଁ ମୋର ପ୍ରେମିକମାନଙ୍କ ପାଖକୁ ଯିବି। ମୋର ପ୍ରେମିକମାନେ ମୋତେ ଖାଦ୍ୟ ଓ ପାଣି ଦେବେ। ସେମାନେ ମୋତେ ପଶମ ଓ ଲାଇଲନ୍ ଦେବେ। ସେମାନେ ମୋତେ ଦ୍ରାକ୍ଷାରସ ଓ ଅଲିଭ୍ ତେଲ ଦେବେ।’

“ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ୱାରା ଅବରୋଧ କରିବା। ତା’ର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳରେ ସେ ଆଉ ପଥ ପାଇବ ନାହିଁ। ସେ ତା’ର ପ୍ରିୟ ପ୍ରେମିକ ପଛରେ ଧାଇଁବ, କିନ୍ତୁ ସେ ସେମାନଙ୍କୁ ମଧ୍ୟ ଧରି ପାରିବ ନାହିଁ। ସେ ସେମାନଙ୍କୁ ବହୁ ଖୋଜିବ କିନ୍ତୁ ପାଇପାରିବ ନାହିଁ। ତା’ପରେ ସେ କହିବ, ‘ମୁଁ ମୋର ପ୍ରଥମ ପ୍ରେମିକ, ପରମେଶ୍ୱରଙ୍କ ନିକଟକୁ ଫେରିଯିବି। ତାଙ୍କ ପାଖରେ ଥିଲା ବେଳେ ମୋର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।’

“ସେ ଜାଣି ନ ଥିଲା ଆମ୍ଭେ ଯିଏ କି ତାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା, ରୂପା ତାକୁ ଦେଇ ଗ୍ଭଲିଥିଲୁ। କିନ୍ତୁ ଇସ୍ରାଏଲୀୟମାନେ ସେହି ସୁନା ଓ ରୂପାକୁ ବା‌‌ଲ୍‌‌‌‌ର ମୂର୍ତ୍ତି ତିଆରିରେ ବ୍ୟବହାର କଲେ। ତେଣୁ ଆମ୍ଭେ ଫେରି ଆସିବା। ଆମ୍ଭେ ଆମ୍ଭର ସେହି ସମୟରେ ଅମଳ ହେଉଥିବା ଶସ୍ୟ ଫେରାଇ ନେବା। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫେରାଇ ନେବା। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫେରାଇ ନେବା। ଆମ୍ଭେ ସେଗୁଡ଼ିକୁ ତା’ର ଶରୀର ଆବୃତ କରିବାକୁ ଦେଇଥିଲୁ। 10 ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦେବା। ତା’ର ଉଲଗ୍ନ ଶରୀର ତା’ର ପ୍ରେମିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତାକୁ କେହି ରକ୍ଷା କରି ପାରିବେ ନାହିଁ। 11 ଆମ୍ଭେ ସଦାପ୍ରଭୁ ତା’ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ସମସ୍ତ ଭୋଜିକୁ ବନ୍ଦ କରିଦେବା। 12 ଆମ୍ଭେ ତା’ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା’ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।

13 “ସେ ବା‌‌ଲ୍‌‌‌‌କୁ ସେବା କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦେବା। ସେ ବା‌‌ଲ୍‌‌‌‌କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା’ର ଅଳଙ୍କାର, ନାକରେ ଗହଣା ପିନ୍ଧି ସେହି ମିଥ୍ୟା ପ୍ରେମିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିଯାଇଥିଲା।” ସଦାପ୍ରଭୁ ଏହା କହିଲେ।

14 “ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା। 15 ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା’ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।” 16 ସଦାପ୍ରଭୁ ଏହା କୁହନ୍ତି,

“ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ। 17 ଆମ୍ଭେ ତା’ର ମୁଖରୁ ବାଲ୍ ଡାକ କାଢ଼ିଦେବା। ତା’ପରେ ଲୋକେ ବା‌‌ଲ୍‌‌‌‌ର ନାମ ଆଉ ପୁନର୍ବାର ବ୍ୟବହାର କରିବେ ନାହିଁ।

18 “ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା। 19 ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ରେମ, ସାଧୁତା, ନ୍ୟାୟ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା। 20 ତୁମ୍ଭକୁ ଆମ୍ଭର ବିଶ୍ୱସ୍ତ ପତ୍ନୀ କରିବା। ସେତେବେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ। 21 ସେତେବେଳେ ଆମ୍ଭେ ଉତ୍ତର ଦେବା।” ସଦାପ୍ରଭୁ ଏହା କହନ୍ତି।

“ଆମ୍ଭେ ଆକାଶକୁ କହିବା
    ଏବଂ ସେ ପୃଥିବୀକୁ ବର୍ଷା ଦେବେ।
22 ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ
    ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ।
23 ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା।
    ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା।
ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’
    ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”

ଗୀତସଂହିତା 119:97-120

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ସାମକ୍

113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
    ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
    ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
    ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
    ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
    କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
    ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
    ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center