Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 8

ରାଜା ଓ ଶୁନେମୀୟା

ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଲେ, “ତୁମ୍ଭେ ଓ ତୁମ୍ଭର ପରିବାର ଯାଇ ଅନ୍ୟ ଦେଶରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତ ବର୍ଷ ପାଇଁ ଏହି ଦେଶରେ ରହିବ।”

ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟାନୁସାରେ ସେ ସ୍ତ୍ରୀଲୋକଟି ଆପଣା ପରିବାର ସହିତ ଯାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ବାସ କଲା। ପୁଣି ସାତ ବର୍ଷ ସମାପ୍ତି ପରେ ସେ ସ୍ତ୍ରୀଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା।

ଆଉ ସେ ନିଜ ଗୃହ ଓ ଜମି ଫେରି ପାଇବାକୁ ଗୁହାରି କରିବା ପାଇଁ ରାଜାଙ୍କ ନିକଟକୁ ଗଲା।

ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗିହେଜୀକୁ କହିଲେ, “ମୁଁ ବିନୟ କରୁଛି, ଇଲୀଶାୟ ଯେଉଁ ମହାନ କାର୍ଯ୍ୟମାନ କରିଛନ୍ତି ମୋତେ ଜଣାଅ।”

ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”

ରାଜା ସ୍ତ୍ରୀଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀଲୋକଟି ସମସ୍ତ କଥା କହିଲା,

ରାଜା ତାକୁ ସାହାଯ୍ୟ କରିବା ପାଇଁ ଏକ କର୍ମଗ୍ଭରୀକୁ ନିଯୁକ୍ତି କରି କହିଲେ, “ତା’ର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର ଜମିର ଉତ୍ପନ୍ନ ଶସ୍ୟର ଫଳ ସେ ସ୍ତ୍ରୀକୁ ଫେରାଇ ଦିଅ।” ସେ ସମସ୍ତ ଫେରି ପାଇଛି ବୋଲି ନିଶ୍ଚିତ ହେଉ।

ବି‌ନ୍‌ହଦ‌ଦ୍‌ ହସାୟେଲକୁ ଇଲୀଶାୟଙ୍କ ନିକଟକୁ ପ୍ରେରଣ

ଇଲୀଶାୟ ଦମ୍ମେଶକରେ ପହଞ୍ଚିଲେ। ଏହି ସମୟରେ ଅରାମର ରାଜା ବି‌ନ୍‌ହଦଦ୍ ପୀଡ଼ିତ ଥିଲେ। ଜଣେ ଲୋକ ବି‌ନ୍‌ହଦ‌ଦଙ୍କୁ କହିଲା, “ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି”

ତତ୍ପରେ ରାଜା ବି‌ନ୍‌ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।”

ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳି‌ଶ୍‌ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବି‌ନ୍‌ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?”

10 ତହିଁରେ ଇଲୀଶାୟ କହିଲେ, “ଯାଅ, ବି‌ନ୍‌ହଦ‌ଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”

ଇଲୀଶାୟ ହସାୟେଲ ସମ୍ବନ୍ଧରେ ଭବିଷ୍ୟ‌ଦ୍‌ବାଣୀ ଶୁଣାନ୍ତି

11 ସେତେବେଳେ ଇଲୀଶାୟ ହସାୟେଲ ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ବିହ୍ୱଳ ହେଲେ। ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ। 12 ତହୁଁ ହସାୟେଲ ପଗ୍ଭରିଲେ, “ହେ ମୋର ମହାଶୟ, କାହିଁକି ରୋଦନ କଲେ?”

ଇଲୀଶାୟ ଉତ୍ତର କଲେ, “ତୁମ୍ଭେ ଇସ୍ରାଏଲୀୟଙ୍କ ସନ୍ତାନଗଣଙ୍କ ପାଇଁ ଅନିଷ୍ଟର କାରଣ କରିବାକୁ ଯାଉଛ, ଏହା ମୁଁ ଜାଣେ। ମୁଁ ଏହି ନିମନ୍ତେ ରୋଦନ କରୁଛି, କାରଣ ତୁମ୍ଭେ ସେମାନଙ୍କର ସୁଦୃଢ଼ ନଗରଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧିଭୂତ କରିବ, ସେମାନଙ୍କର ଯୁବକମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କରିବ, ସେମାନଙ୍କର ଶିଶୁସନ୍ତାନକୁ ଭୂମିରେ କଗ୍ଭଡ଼ି ମାରିବ ଓ ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।”

13 ହସାୟେଲ କହିଲେ, “ମୁଁ ତ ସେପରି ଶକ୍ତିଶାଳୀ [a] ନୁହେଁ, ମୁଁ ସେହି ସାମରିକ କୃତିବ ପାରିବ ନାହିଁ?”

ଇଲୀଶାୟ ଉତ୍ତର କଲେ, “ସଦାପ୍ରଭୁ ମୋତେ ଜଣାଇଛନ୍ତି ତୁମ୍ଭେ ଅରାମର ରାଜା ହେବ।”

14 ତା’ପରେ ହସାୟେଲ ଇଲୀଶାୟଙ୍କଠାରୁ ବିଦାୟ ନେଇ ରାଜାଙ୍କ ନିକଟକୁ ଗଲେ। ବି‌ନ୍‌ହଦଦ୍ ହସାୟେଲଙ୍କୁ କହିଲେ, “ଇଲୀଶାୟ ତୁମ୍ଭକୁ କ’ଣ କହିଛନ୍ତି।”

ହସାୟେଲ ଉତ୍ତର କଲେ, “ଇଲୀଶାୟ କହିଲେ ଯେ, ଆପଣ ନିଶ୍ଚୟ ବଞ୍ଚିବେ।”

ହସାୟେଲ ବି‌ନ୍‌ହଦ‌ଦଙ୍କୁ ହତ୍ୟା କଲେ

15 ମାତ୍ର ପରଦିନ ହସାୟେଲ ଏକ ପତଳା ବସ୍ତ୍ର ନେଇ ଜଳରେ ବୁଡ଼ାଇଲେ ଓ ରାଜା ବି‌ନ୍‌ହଦ‌ଦ୍‌ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ସେ ମଲେ ଓ ହସାୟେଲ ତାଙ୍କ ପଦରେ ରାଜତ୍ୱ କଲେ।

ଯିହୋରାମଙ୍କ ଶାସନ ଆରମ୍ଭ

16 ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲରେ ରାଜତ୍ୱ କରିବାର ପଞ୍ଚମ ବର୍ଷରେ ଯିହୋଶାଫଟଙ୍କ ପୁତ୍ର ଯିହୋରାମ ଯିହୁଦାର ରାଜା ହେଲେ। 17 ଯିହୋରାମଙ୍କୁ ଯେତେବେଳେ ବତିଶ୍ ବର୍ଷ ହୋଇଥିଲା, ସେ ରାଜ୍ୟ ଉପରେ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। 18 ଯିହୋରାମ ଇସ୍ରାଏଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ସେ ଆହାବ ବଂଶାନୁସାରେ ଚଳିଲେ, କାରଣ ସେ ଆହାବଙ୍କ କନ୍ୟାକୁ ବିବାହ କରିଥିଲେ। 19 ମାତ୍ର ସଦାପ୍ରଭୁ ଯିହୁଦାକୁ ବିନାଶ କଲେ ନାହିଁ, କାରଣ ସେ ଆପଣା ଦାସ ଦାଉଦଙ୍କୁ ପ୍ରତିଜ୍ଞା କରି କହିଥିଲେ ତାଙ୍କରି ପରିବାରମାନଙ୍କ ମଧ୍ୟରୁ ଜଣେ ସର୍ବଦା ରାଜା ହେବ।

20 ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧରେ ଇଦୋମୀୟମାନେ ବିଦ୍ରୋହ କଲେ ଓ ସେମାନେ ସେମାନଙ୍କର ଏକ ରାଜା ବାଛିଲେ।

21 ତା’ପରେ ଯିହୋରାମ ଓ ତାଙ୍କର ସମସ୍ତ ରଥ ସାୟୀରକୁ ଯାତ୍ରା କଲେ। ଇଦୋମୀୟ ସୈନ୍ୟମାନେ ସେମାନଙ୍କୁ ଚତୁର୍ଦ୍ଦିଗରୁ ଘେରିଗଲେ। ଯିହୋରାମ ଓ ତାଙ୍କର ସେନାଧ୍ୟକ୍ଷମାନେ ସେମାନଙ୍କୁ ଆକ୍ରମଣ କଲେ। ସେଥିରେ ଶତ୍ରୁମାନେ ପ୍ରାଣଭୟରେ ଦୌଡ଼ି ପଳାୟନ କଲେ। ମାତ୍ର ଯିହୋରାମଙ୍କର ସମସ୍ତ ସୈନ୍ୟ ନିଜ ନିଜ ତମ୍ବୁକୁ ଫେରି ଆସିଲେ। 22 ତେଣୁ ଇଦୋମୀୟ ଲୋକମାନେ ଯିହୁଦା ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜତ୍ୱରୁ ମୁକ୍ତ ଅଛନ୍ତି।

ଠିକ୍ ସେହି ସମୟରେ ଲି‌ବ୍‌ନା ମଧ୍ୟ ଯିହୁଦାର ନିୟମ ଭଙ୍ଗ କଲ।

23 ଯିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ଯ୍ୟାବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇଅଛି।

24 ଯିହୋରାମ ମୃତ୍ୟୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତା’ପରେ ଯିହୋରାମଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜା ହେଲେ।

ଅହସିୟ ତାଙ୍କର ଶାସନ ଆରମ୍ଭ କଲେ

25 ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲ ଭୂଖଣ୍ତର ରାଜା ଦ୍ୱାଦଶ ବର୍ଷରେ ଯିହୋରାମଙ୍କ ପୁତ୍ର ଅହସିୟ ଯିହୁଦାର ରାଜା ହେଲେ। 26 ଅହସିୟଙ୍କୁ ଯେତେବେଳେ ବାଇଶି ବର୍ଷ ହୋଇଥିଲା, ସେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏକ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅଥଲିୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ। 27 ଅହସିୟ ମଧ୍ୟ ଆହାବର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।

ହସାୟେଲଙ୍କ ଯୁଦ୍ଧ ବିରୁଦ୍ଧରେ ଯୋରାମ ଆହତ

28 ଯୋରାମ ଆହାବ ବଂଶର ଥିଲେ। ଏ ନିମନ୍ତେ ସେ ଅହସିୟଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ରାମୋତ-ଗିଲିୟଦରେ ଯୁଦ୍ଧ କରିବାକୁ ଗଲେ। ଏଥିରେ ଅରାମୀୟମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ। 29 ରାଜା ଯୋରାମ, ସେ ତା’ର କ୍ଷତର ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଫେରିଗଲେ। ଯୋରାମ ପୀଡ଼ିତ ହେବା ଯୋଗୁଁ, ଯିହୁଦାର ରାଜା ଅହସିୟ ଯିହୋରାମଙ୍କୁ ଦେଖା କରିବାକୁ ଯିଷ୍ରିୟେଲକୁ ଗଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5

ଅନ୍ୟ ଲୋକଙ୍କ ସହିତ ରହିବା ପାଇଁ କେତୋଟି ନିୟମ

ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର। ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର।

ବିଧବାମାନଙ୍କର ଯତ୍ନ ନେବା

ପ୍ରକୃତରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ। କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। ଯଦି ଜଣେ ବିଧବା ପ୍ରକୃତରେ ଏକୁଟିଆ ଓ ନିରାଶାରେ ରହିଥାଏ, ତା’ହେଲେ ସେ ତା’ ପ୍ରତି ପରମେଶ୍ୱରଙ୍କର ସାହାଯ୍ୟ ଉପରେ ଭରସା କରେ। ସେହି ବିଧବାଟି ରାତିଦିନ ପରମେଶ୍ୱରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରେ। କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ। ସେଠାରେ ଥିବା ସମସ୍ତ ବିଶ୍ୱାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା’ହେଲେ କେହି କହିବେ ନାହିଁ ଯେ ସେମାନେ ଭୁଲ୍ କରୁଛନ୍ତି। ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା’ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।

ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା’ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ। 10 ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା।

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା’ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି। 12 ସେଥିପାଇଁ ସେମାନଙ୍କର ବିଗ୍ଭର ହେବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ଯୋଗୁଁ ସେମାନେ ବଗ୍ଭରିତ ହେବେ। 13 ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି। 14 ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା’ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ। 15 ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।

16 ଯଦି ଜଣେ ବିଶ୍ୱାସୀ ସ୍ତ୍ରୀଲୋକର ପରିବାରରେ ବିଧବାମାନେ ଅଛନ୍ତି, ତା’ହେଲେ ସେମାନଙ୍କର ସେ ନିଜେ ଯତ୍ନ ନେବା ଦରକାର। ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ। ତା’ପରେ ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବାରେ ସକ୍ଷମ ହେବ।

ବୟୋଜ୍ୟେଷ୍ଠ ଏବଂ ଅନ୍ୟ ବିଷୟ ଗୁଡ଼ିକର ଶିକ୍ଷାଦାନ

17 ମଣ୍ଡଳୀକୁ ଉତ୍ତମରୂପେ ଆଗେଇ ନେଇ ଯାଉଥିବା ପ୍ରାଚୀନମାନେ ଅତ୍ୟଧିକ ସମ୍ମାନ ପାଇବା ଉଚିତ୍। ଯେଉଁ ପ୍ରାଚୀନମାନେ ପ୍ରଗ୍ଭର ଓ ଉପଦେଶ ପ୍ରଦାନ କରୁଛନ୍ତି, ସେମାନେ ଅତ୍ୟଧିକ ସମ୍ମାନର ଅଧିକାରୀ ଅଟନ୍ତି। 18 କାରଣ ଶାସ୍ତ୍ର କୁହେ: “ଯେତେବେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତେବେଳେ ତା’ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ୟ ଖାଇବା ପାଇଁ ଅଟକାଅ ନାହିଁ।” [a] ଶାସ୍ତ୍ର ଏପରି ମଧ୍ୟ କୁହେ: “ଜଣେ କାମ କରୁଥିବା ଲୋକ ତା’ର ଦରମା ପାଇବା ଉଚିତ୍।” [b]

19 ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧରେ ନିନ୍ଦା କରେ, ଓ ତା’ ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ୟ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା’ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ। 20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସେମାନଙ୍କର ଭୁଲ୍ ଦେଖାଇଦିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖରେ ଏହା କର। ସେହିପରି କଲେ, ଅନ୍ୟମାନେ ସତର୍କ ହେବେ।

21 ପରମେଶ୍ୱର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ୱର୍ଗଦୂତଙ୍କ ଆଗରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ୟ ଜାଣିବା ପୂର୍ବରୁ ଲୋକମାନଙ୍କର ବିଗ୍ଭର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦେଖାଅ।

22 ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା’ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।

23 ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ।

24 କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ। 25 ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ। ଲୋକଙ୍କ ଭଲ କାମ ସହଜରେ ଦେଖାଯାଏ। କିନ୍ତୁ ଯେତେବେଳେ ସେହି ଭଲ କାମଗୁଡ଼ିକ ଦେଖାଯାଏ ନାହିଁ, ସେଗୁଡ଼ିକ ଲୁଚି ରହେ ନାହିଁ।

ଦାନିୟେଲଙ୍କ ପୁସ୍ତକ 12

12 ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ। ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ୟ ହେବେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ଯ୍ୟ କରିବେ, ଶେଷ ସମୟ ପର୍ଯ୍ୟନ୍ତ ତାରାଗଣ ତୁଲ୍ୟ ଉଜ୍ଜ୍ୱଳ ହେବେ।

“ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନେକ ଏଣେତେଣେ ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବେ ଓ ଜ୍ଞାନର ବୃଦ୍ଧି ହେବ।”

ସେତେବେଳେ ମୁଁ ଦାନିୟେଲ ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏ ପାଖରେ ଓ ଅନ୍ୟଜଣକ ନଦୀର ସେ ପାଖରେ। ଏବଂ ସେ ଶୁକ୍ଳବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ୟ, ତାହାଙ୍କୁ ଏକ ବ୍ୟକ୍ତି ପଗ୍ଭରିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଘଟିବା ପାଇଁ କେତେକ ସମୟ ଲାଗିବ?”

ତା’ପରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା’ର ହସ୍ତ ଉପରକୁ ଟେକି ପରମେଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ଯିବ। ଏହି ସମସ୍ତ ସତ୍ୟ ହେବ ଯେତେବେଳେ ପବିତ୍ର ଲୋକମାନଙ୍କର ଯନ୍ତ୍ରଣା ଶେଷ ହେବ।”

ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏସବୁର ପରିଣାମ କ’ଣ ହେବ?”

ତେଣୁ ସେ କହିଲେ, “ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ ଓ ମୁଦ୍ରିତ ହୋଇଅଛି। 10 ଅନେକ ଲୋକ ନିଜକୁ ସ୍ୱଚ୍ଛ ଓ ନିର୍ମଳମୟ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢ଼ି ବଢ଼ି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ୟରୁ କେହି ହୃ‌ଦ୍‌ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।

11 “ପୁଣି ଯେଉଁ ସମୟରେ ନିତ୍ୟ ବଳିଦାନ ନିବୃତ୍ତ ହେବ ଓ ବିନାଶକାରୀଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ ସେହି ସମୟଠାରୁ 1290 ଦିନ ହେବ। 12 ଯେଉଁ ଲୋକ ଅପେକ୍ଷା କରିବ ଓ 1335 ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ।

13 “ମାତ୍ର ଶେଷକାଳ ପର୍ଯ୍ୟନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶେଷରେ ନିଜର ଅଧିକାରରେ ଛିଡ଼ା ହେବ।”

ଗୀତସଂହିତା 119:49-72

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ହେତ୍

57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
    ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
    ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
    ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
    ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
    ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।

ଟେଟ୍

65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
    ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
    ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
    ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
    ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
    ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
    ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center