M’Cheyne Bible Reading Plan
7 ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହେବ। ଜଣେ ବ୍ୟକ୍ତି ଶମରିୟାର ନଗର ଦ୍ୱାରରେ ଏକ ଶେକଲରେ ଏକ ଝୁଡ଼ିର ସୁନ୍ଦର ମଇଦା ଓ ସେହି ମୂଲ୍ୟରେ ଦୁଇ ଝୁଡ଼ି ଯବ କିଣିବ।’”
2 ସେନାପତି ଯିଏ ରାଜା [a]ଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?”
ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”
କୁଷ୍ଠରୋଗୀମାନେ ଅରାମୀୟମାନଙ୍କ ତମ୍ବୁ ଶୂନ୍ୟ ଥିବାର ଦେଖନ୍ତି
3 ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ? 4 ଶମରିୟାରେ ଦୁର୍ଭିକ୍ଷ, ଆମ୍ଭେମାନେ ଯଦି ନଗର ଭିତରକୁ ଯିବା ତେବେ ମରିବା। ଯଦି ଏହି ସ୍ଥାନରେ ରହିବା, ତେବେ ବି ମରିବା। ତେଣୁ ଗ୍ଭଲ ଅରାମୀୟ ସୈନ୍ୟ ଶିବିରକୁ ଯିବା। ଯଦି ସେମାନେ ବଞ୍ଚାଇବେ, ତେବେ ଆମ୍ଭେ ବଞ୍ଚିବା। ଯେବେ ଆମ୍ଭକୁ ମାରିବେ, ତେବେ ଆମ୍ଭେମାନେ ମରିବା।”
5 ତେଣୁ ସେହି ଦିନ ସନ୍ଧ୍ୟାରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀୟ ଶିବିରକୁ ଗଲେ। ସେମାନେ ଅରାମୀୟ ଶିବିରର ବାହାର ସୀମାରେ ପହଞ୍ଚି ଦେଖିଲେ, ସେଠାରେ କୌଣସି ମନୁଷ୍ୟ ନାହିଁ। 6 କାରଣ ସଦାପ୍ରଭୁ ଅରାମୀୟ ସୈନ୍ୟମାନଙ୍କୁ ରଥ ଶବ୍ଦ, ଅଶ୍ୱ ଶବ୍ଦ ଓ ବିପୁଳ ସୈନ୍ୟବାହିନୀର ଶବ୍ଦ ଶୁଣାଇଲେ। ତହିଁରେ ସେମାନେ ପରସ୍ପରକୁ କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀୟ ଓ ମିଶରୀୟ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧରେ ବେତନ ଦେଇ ନିଯୁକ୍ତ କରିଅଛି।”
7 ତେଣୁ ଅରାମୀୟ ସୈନ୍ୟମାନେ ଗୋଧୂଳି ସମୟରେ ଶିବିର ଛାଡ଼ି ପଳାୟନ କଲେ। ସେମାନେ ସେମାନଙ୍କର ତମ୍ବୁ, ଅଶ୍ୱ, ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡ଼ି ଜୀବନ ରକ୍ଷା କରିବାକୁ ପଳାୟନ କଲେ।
କୁଷ୍ଠୀମାନେ ଶତ୍ରୁ ଶିବିରରେ
8 ଏହା ପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସେମାନେ ସେହି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସେମାନଙ୍କ ପାଇଁ ନେଇ ପଳାଇଲେ ଏବଂ ସେହି ଜିନିଷଗୁଡ଼ିକୁ ଲୁଗ୍ଭଇ ରଖିଲେ। ତା’ପରେ ଶିବିରକୁ ଫେରି ଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ୟ ନେଇଯାଇ ତାକୁ ଲୁଗ୍ଭଇ ରଖିଲେ। 9 ତା’ପରେ ଏହି କୁଷ୍ଠୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଭଲ କରୁ ନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହେବା ପର୍ଯ୍ୟନ୍ତ ବିଳମ୍ବ କରିବା ତେବେ ଆମ୍ଭେମାନେ ଦଣ୍ତିତ ହେବା। ତେବେ ଆସ ଏ ସମ୍ବାଦ ରାଜଗୃହରେ ଦେବା।”
କୁଷ୍ଠୀମାନେ ସୁସମ୍ବାଦ ଦିଅନ୍ତି
10 ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”
11 ତା’ପରେ ଦ୍ୱାରୀମାନେ ଚିତ୍କାର କରି ଏ ସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ। 12 ସେହି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, “ଅରାମୀୟ ସୈନ୍ୟମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସେମାନେ ଜାଣନ୍ତି ଆମ୍ଭେମାନେ କ୍ଷୁଧାର୍ତ୍ତ। ତେଣୁ ସେମାନେ ଶିବିରରୁ ବାହାରି କ୍ଷେତ୍ର ମଧ୍ୟରେ ଲୁଚି ରହିଛନ୍ତି। ସେମାନେ ଭାବିଛନ୍ତି, ‘ଯେତେବେଳେ ଆମ୍ଭେମାନେ ନଗରରୁ ବାହାରିବା ସେମାନେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗରରେ ପ୍ରବେଶ କରିବେ।’”
13 ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ୟରୁ ଜଣେ କହିଲା, “ନଗର ବାହାରେ ଅବଶିଷ୍ଟ ଥିବା ପାଞ୍ଚୋଟି ଅଶ୍ୱରେ କେତେକ ଲୋକ ଯାଇ ଦେଖନ୍ତୁ। ନଗରରେ ସେହି ଅଶ୍ୱଗୁଡ଼ିକ ପଳାଇଛନ୍ତି, କିନ୍ତୁ ଇସ୍ରାଏଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସେହିପରି ସେମାନେ ମରିବେ।”
14 ତେଣୁ ସେମାନେ ଅଶ୍ୱ ସହିତ ଦୁଇଟି ରଥ ନେଲେ। ରାଜା ସେମାନଙ୍କୁ ଅରାମୀୟ ସୈନ୍ୟମାନଙ୍କ ପଛେ ପଠାଇଲେ। ରାଜା ସେମାନଙ୍କୁ କହିଲେ, “ଯାଅ ଏବଂ ଦେଖ କ’ଣ ଘଟିଛି?”
15 ଅରାମୀୟ ସୈନ୍ୟମାନେ ଯାଇଥିବା ପଥରେ ସେମାନେ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ସମଗ୍ର ପଥଟି ଅରାମୀୟମାନଙ୍କର ଦ୍ରୁତ ପଳାୟନରେ ଛାଡ଼ି ଯାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କରେ ପୂର୍ଣ୍ଣ ଥିଲା। ସେମାନେ ଫେରି ଆସି ରାଜାଙ୍କୁ ଏହା ଜଣାଇଲେ।
16 ତା’ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀୟମାନଙ୍କ ଛାଉଣିରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥିରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ଝୁଡ଼ି ସରୁ ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରାଗଲା।
17 ରାଜା ତାଙ୍କ ଅତି ନିକଟ ସେନାପତିଙ୍କୁ ନଗରଦ୍ୱାର ରକ୍ଷା କରିବାକୁ ନିଯୁକ୍ତ କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲାବେଳେ ସେମାନେ ସେନାପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତେବେଳେ ଇଲୀଶାୟ ଗୃହକୁ ଯାଇଥିଲେ ଇଲୀଶାୟ ଯାହା କହିଥିଲେ ତାହା ହିଁ ସବୁ ଘଟିଲା। 18 ଇଲୀଶାୟ ରାଜାଙ୍କୁ କହିଥିଲେ, “କାଲି ପ୍ରାୟ ଏହି ସମୟରେ ଶମରିୟାର ନଗର ଦ୍ୱାରରେ ଜଣେ ଲୋକ ଏକ ଝୁଡ଼ି ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରିବ।” 19 ମାତ୍ର ସେହି ସେନାପତି ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଥିଲା, “ଦେଖ, ଯଦି ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି, ଏପରି ଘଟିବ ନାହିଁ?” ସେତେବେଳେ ଇଲୀଶାୟ ସେନାପତିକୁ ଉତ୍ତର ଦେଲେ, “ତୁମ୍ଭେ ନିଜେ ସ୍ୱଚକ୍ଷୁରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।” 20 ସେହିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ୱାରରେ ତାକୁ ଦଳି ଦେବାରୁ ସେ ମଲା।
ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ
4 ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ। 2 ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସେହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ୟାବାଦୀ ଲୋକମାନଙ୍କ ଦ୍ୱାରା ଆସେ। ସେମାନେ କ’ଣ ଭଲ ଓ କ’ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହୋଇଯାଇଥାଏ। 3 ସେମାନେ ଲୋକମାନଙ୍କୁ ବିବାହ କରିବା ଅନୁଚିତ୍ ବୋଲି କହନ୍ତି। ସେମାନେ ଲୋକମାନଙ୍କୁ ଏ କଥା ମଧ୍ୟ କୁହନ୍ତି ଯେ କେତେକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ୱାସୀ ଏବଂ ସତ୍ୟକୁ ଜାଣନ୍ତି, ସେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସେହି ଖାଦ୍ୟ ଖାଇ ପାରିବେ। 4 ପରମେଶ୍ୱର ଯାହାସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲା ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ୍ ନୁହେଁ। 5 ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ବିଷୟ ପରମେଶ୍ୱର କହିଥିବା କଥା ଦ୍ୱାରା ଓ ପ୍ରାର୍ଥନା ଦ୍ୱାରା ପବିତ୍ର ହୋଇଥାଏ।
ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ
6 ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ। 7 ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର। 8 ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ। 9 ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍। 10 ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।
11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।
13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟଦ୍ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା’ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ।
11 “ପୁଣି ମାଦୀୟ ଦାରିୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ।
2 “ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ୟ କଥା ଜଣାଇବା। ପାରସ୍ୟର ଆଉ ତିନି ରାଜା ଜନ୍ମ ନେବେ। ତା’ପରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହେବ। ଆଉ ଆପଣା ଧନରେ ବଳବାନ ହେବ ଓ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ। 3 ତା’ପରେ ଏକ ମହା ପରାକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହା କର୍ତ୍ତୃତ୍ୱରେ ରାଜତ୍ୱ କରିବ ଓ ସ୍ୱେଚ୍ଛାଗ୍ଭରୀ ହୋଇ କର୍ମ କରିବ। 4 ସେହି ରାଜା ଯିବାପରେ, ତାଙ୍କର ରାଜ୍ୟ ଗ୍ଭରିଭାଗରେ ବିଭକ୍ତ ହେବ। ତାଙ୍କର ପ୍ରଭୁତ୍ୱ ତାଙ୍କ ପୁତ୍ର ନାତିଙ୍କ ମଧ୍ୟରେ ଦିଆଯିବ ନାହିଁ। ଏହା ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବ। ସେହି ରାଜ୍ୟଗୁଡ଼ିକ ପ୍ରଥମ ରାଜ୍ୟପରି ଶକ୍ତିଶାଳୀ ହେବ ନାହିଁ।
5 “ଦକ୍ଷିଣର ରାଜା ଶକ୍ତିଶାଳୀ ହେବେ କିନ୍ତୁ ତାଙ୍କର ସେନାପତିମାନଙ୍କ ମଧ୍ୟରୁ ଜଣେ ରାଜାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ସେ ଦକ୍ଷିଣ ରାଜାଙ୍କ ଅପେକ୍ଷା ବୃହତ୍ ରାଜ୍ୟରେ ରାଜତ୍ୱ କରିବ।
6 “ମାତ୍ର କିଛି ବର୍ଷ ପରେ ସେମାନେ ଏକତ୍ରିତ ହେବେ। ଦକ୍ଷିଣ ରାଜ୍ୟର ରାଜକନ୍ୟା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସେହି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା’ର ସ୍ୱାମୀ ଦୁର୍ବଳ ହେବେ। ସେ ଓ ତାଙ୍କର ସ୍ୱାମୀ, ସେମାନଙ୍କର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାଯିବ।
7 “ମାତ୍ର ତାହାର ପରିବାରରୁ କେହି ଜଣେ ବ୍ୟକ୍ତି ଉତ୍ତର ଦେଶସ୍ଥ ସୈନ୍ୟବାହିନୀକୁ ଆକ୍ରମଣ କରିବ। ଏବଂ ସେହି ଯୁଦ୍ଧରେ ସେ ଜୟଯୁକ୍ତ ହେବ। 8 ସେ ସେମାନଙ୍କର ପ୍ରତିମାଗୁଡ଼ିକୁ, ସେମାନଙ୍କର ଦେବଗଣଙ୍କୁ ଓ ସୁନା, ରୂପାର ମନୋହର ପାତ୍ରଗୁଡ଼ିକୁ ମିଶରକୁ ନେଇଯିବ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀୟ ରାଜାଙ୍କ ପାଇଁ ଆଉ ବିବ୍ରତ ହେବ ନାହିଁ। 9 ଉତ୍ତରର ରାଜା ଦକ୍ଷିଣର ରାଜ୍ୟକୁ ଆକ୍ରମଣ କରିବ। ମାତ୍ର ସେ ଯୁଦ୍ଧରେ ହାରି ଆପଣା ଦେଶକୁ ଫେରିଯିବ।
10 “ଆଉ ତାହା ପୁତ୍ରଗଣ ଯୁଦ୍ଧ କରିବେ। ସେମାନେ ଏକ ବିରାଟ ସୈନ୍ୟବାହିନୀ ସଂଗ୍ରହ କରିବେ। ଆଉ ଦକ୍ଷିଣରେ ସେମାନେ ବନ୍ୟାଜଳ ତୁଲ୍ୟ ଉଚ୍ଛୁଳି ବହିଯିବେ। ଏବଂ ସେମାନେ ଦକ୍ଷିଣ ରାଜାଙ୍କର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ। 11 ସେତେବେଳେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ୱିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ସହିତ ଯୁଦ୍ଧରେ ଅଗ୍ରସର ହେବେ। ଯଦିଓ ଉତ୍ତର ଦେଶୀୟ ରାଜାଙ୍କର ବୃହତ୍ତ ସୈନ୍ୟବାହିନୀ ଥିବ, ତଥାପି ସେ ଯୁଦ୍ଧରେ ହାରିବ। 12 ଉତ୍ତରର ରାଜା ହାରିବା ପରେ ତାଙ୍କର ସୈନ୍ୟମାନଙ୍କୁ ବନ୍ଦୀକରି ନିଆଯିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହୋଇ ହଜାର ହଜାର ସୈନ୍ୟଙ୍କୁ ବଧ କରିବ। ତଥାପି ସେ ନିୟନ୍ତ୍ରଣରେ ରହିବ ନାହିଁ। 13 ଆଉ ଉତ୍ତର ଦେଶର ରାଜା ଫେରି ଏକ ବୃହତ୍ ସୈନ୍ୟବାହିନୀ ସଂଗ୍ରହ କରିବ। ବହୁ ବର୍ଷ ପରେ ପୂର୍ବାପେକ୍ଷା ବିପୁଳ ସୈନ୍ୟ ସାମନ୍ତ ନେଇ ଦକ୍ଷିଣ ଦେଶ ଆକ୍ରମଣ କରିବ। ସେହି ସୈନ୍ୟମାନଙ୍କ ହସ୍ତରେ ବିପୁଳ ଅସ୍ତ୍ର ଶସ୍ତ୍ର ରହିବ ଓ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିବେ।
14 “ସେ ସମୟରେ ଅନେକ ଲୋକ ଦକ୍ଷିଣ ଦେଶ ବିରୁଦ୍ଧରେ ଉଠିବେ। ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଦ୍ରୋହୀମାନେ ଦକ୍ଷିଣ ଦେଶୀୟ ବିରୁଦ୍ଧରେ ଏହି ଦର୍ଶନ ପାଇଁ ଯୁଦ୍ଧ କରିବେ। ମାତ୍ର ସେମାନେ ପତିତ ହେବେ। 15 ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ। ସେତେବେଳେ ଦକ୍ଷିଣ ଦେଶର ସୈନ୍ୟବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରି ପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ତାଙ୍କୁ ବାଧା ଦେଇ ପାରିବେ ନାହିଁ।
16 “ଉତ୍ତର ଦେଶର ରାଜା ନିଜ ଇଚ୍ଛାନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ତା’ର ବିପକ୍ଷରେ କେହି ଠିଆ ହେବେ ନାହିଁ। ଆଉ ସେ ସେହି ପବିତ୍ର ଦେଶରେ ଠିଆ ହେବ ଓ ତାହା ହସ୍ତରେ ବିନାଶର ଶକ୍ତି ରହିବ। 17 ଉତ୍ତର ଦେଶର ରାଜା ତାହାର ସମସ୍ତ ଶକ୍ତି ଦକ୍ଷିଣ ଦେଶ ବିରୁଦ୍ଧରେ ଲଗାଇବ। ସେ ଦକ୍ଷିଣ ଦେଶର ରାଜା ସହିତ ଏକ ଶାନ୍ତି ଚୁକ୍ତି କରିବ। ଏହାକୁ ନଷ୍ଟ କରିବା ପାଇଁ, ନିଜ କନ୍ୟାଗଣ ମଧ୍ୟରୁ ଜଣକୁ ଦକ୍ଷିଣର ରାଜା ସହିତ ବିବାହ ଦେବ। ତା’ର ଯୋଜନା ଫଳପ୍ରଦ ଦେବ ନାହିଁ କି ତାକୁ କେହି ସାହାଯ୍ୟ କରିବେ ନାହିଁ।
18 “ଏହା ପରେ ସେ ଉପକୂଳବର୍ତ୍ତୀ ଅଞ୍ଚଳ ବିରୁଦ୍ଧରେ ଯାଇ ଅନେକଙ୍କୁ କାବୁ କରିବ। ମାତ୍ର ଜଣେ ଅଧିପତି ତାକୁ ପରାସ୍ତ କରିବ। ସେ ତାହା ବିରୁଦ୍ଧରେ ଯାଇ ତାକୁ ଅପମାନିତ କରିବ।
19 “ଏହା ପରେ ସେ ଆପଣା ଦେଶର ଦୁର୍ଗ ଆଡ଼େ ଫେରିବ ମାତ୍ର ସେଠାରେ ତା’ର ପତନ ଘଟିବ ଓ ସେ ଶେଷ ହେବ।
20 “ସେ ଉତ୍ତର ଦେଶର ରାଜାଙ୍କ ଅନ୍ତେ ଜଣେ ନୂତନ ରାଜା ଆସିବେ। ସେ ରାଜା ଜଣଙ୍କ ରାଜକୀୟ ପରିବାରରୁ ଆସିବେ ନାହିଁ। ନିଜର ସୁଖ ବୃଦ୍ଧି ପାଇଁ ଧନ ଉପାର୍ଜନ କରିବା ନିମନ୍ତେ ଜଣେ କରଆଦାୟକାରୀଙ୍କୁ ନିଯୁକ୍ତ କରିବ। ମାତ୍ର ଅଳ୍ପଦିନ ପରେ, ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ କି ଯୁଦ୍ଧରେ ନୁହେଁ।
21 “ଜଣେ ନିଷ୍ଠୁର ଓ ଘୃଣ୍ୟ ବ୍ୟକ୍ତି ତାଙ୍କ ପରେ ରାଜ୍ୟ ପ୍ରାପ୍ତ ହେବ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟୁବାକ୍ୟଦ୍ୱାରା ରାଜ୍ୟ ପାଇବ। 22 ସେ ବୃହତ ଓ ଶକ୍ତିଶାଳୀ ସୈନ୍ୟବାହିନୀକୁ ପରାସ୍ତ କରିବ ଓ ସେ ପରମେଶ୍ୱରଙ୍କ, ଲୋକମାନଙ୍କ ଦ୍ୱାରା ମନୋନୀତ ଅଧିପତିକୁ ଧ୍ୱଂସ କରିବ। 23 ବହୁଦେଶ ତାଙ୍କ ସହିତ ଚୁକ୍ତି ସ୍ଥିର କରିବେ, ମାତ୍ର ସେ ପ୍ରତାରଣା ପୂର୍ବକ କାର୍ଯ୍ୟ କରିବ। କାରଣ ସେ ଅଳ୍ପ ଲୋକଙ୍କ ଦ୍ୱାରା ପରାକ୍ରମୀ ହେବ।
24 “ଯେତେବେଳେ ଧନଶାଳୀ ଦେଶଗୁଡ଼ିକ ନିରାପଦ ଅନୁଭବ କରିବେ, ସେ ସେମାନଙ୍କୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରି ନ ଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧ୍ୟରେ ଲୁଣ୍ଠିତ ଦ୍ରବ୍ୟ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦେବ। ସେ ଅଳ୍ପ ସମୟ ପାଇଁ ସଫଳ ହେବ।
25 “ପୁଣି ସେ ମହା ସୈନ୍ୟଦଳ ସଙ୍ଗରେ ନେଇ ଦକ୍ଷିଣ ଦେଶ ବିରୁଦ୍ଧରେ ଆପଣା ବଳ ଓ ସାହସ ଦେଖାଇବ। ତେଣୁ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଘେନି ତାହା ସଙ୍ଗେ ଯୁଦ୍ଧ କରିବ। ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ, କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ। 26 ଯେଉଁମାନେ ତା’ର ସପକ୍ଷରେ ଥିବେ ସେମାନେ ତାକୁ ବିନାଶ କରିବେ। ତା’ର ସୈନ୍ୟବାହିନୀ ପରାସ୍ତ ହେଲା ପରେ ବହୁସୈନ୍ୟ ନିହତ ହେବେ। 27 ପୁଣି ଦୁଇ ରାଜା ପରସ୍ପରର ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ସେମାନେ ଏକା ମେଜ ଉପରେ ବସି ପରସ୍ପର ମିଥ୍ୟା କଥା କହିବେ। ମାତ୍ର ସେମାନେ ସଫଳ ହେବେ ନାହିଁ। କାରଣ ପରମେଶ୍ୱର ସେମାନଙ୍କର ସମାପ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବେ।
28 “ତା’ପରେ ଉତ୍ତରର ରାଜା ଅନେକ ସମ୍ପତ୍ତି ନେଇ ନିଜ ଦେଶକୁ ଫେରିଯିବ। ତା’ର ଚିତ୍ତ ପବିତ୍ର ଚୁକ୍ତିର ପ୍ରତିକୂଳରେ ଯିବ। ସେ ପରମେଶ୍ୱରଙ୍କର ଲୋକମାନଙ୍କୁ ଆକ୍ରମଣ କରିବ ଏବଂ ନିଜ ଇଚ୍ଛାରେ କର୍ମ କରିବ।
29 “ନିରୂପିତ ସମୟରେ ସେ ପୁଣି ଦକ୍ଷିଣ ବିରୁଦ୍ଧରେ ଯିବ। ମାତ୍ର ପୂର୍ବପରି ସେ ଆଉ ସଫଳ ହେବ ନାହିଁ। 30 କାରଣ କିତ୍ତିମର ଜାହାଜ ସବୁ ତା’ର ବିରୁଦ୍ଧରେ ଆସିବ। ଏଥିପାଇଁ ସେ, ଦୁଃଖିତ ହୋଇ ଫେରିଯିବ ଓ ପବିତ୍ର ଚୁକ୍ତିର ପ୍ରତିକୂଳରେ କ୍ରୋଧ କରି ସ୍ୱେଚ୍ଛାମତେ କାର୍ଯ୍ୟ କରିବ। ସେ ଫେରିଯାଇ ପବିତ୍ର ଚୁକ୍ତି ଭଙ୍ଗକାରୀ ଲୋକଙ୍କ ସହିତ ଯୋଗ ଦେବ। 31 ଉତ୍ତରର ରାଜା ଯିରୁଶାଲମକୁ ସୈନ୍ୟଗଣ ପଠାଇଲେ ଏବଂ ମନ୍ଦିର ତିଆରି କଲେ ଏବଂ ଦୁର୍ଗକୁ ଅଶୁଚି କଲେ। ସେମାନେ ନିତ୍ୟ ନୈବେଦ୍ୟ ବନ୍ଦ କରିବେ ଏବଂ ଅତି ମନ୍ଦ ଘୃଣା ପ୍ରତି ମୂର୍ତ୍ତି ସ୍ଥାପନ କରିବେ।
32 “ସେ ଅବିଶ୍ୱସ୍ତ ଯିହୁଦୀମାନଙ୍କୁ ଛଳନା କଥା କହି, ବିପଥଗାମୀ କରିବେ। ମାତ୍ର ଯେଉଁ ଯିହୁଦୀମାନେ ଆପଣା ପରମେଶ୍ୱରଙ୍କୁ ଶକ୍ତିଶାଳୀ ବୋଲି ଜାଣନ୍ତି ସେମାନେ ମହତ୍ କର୍ମ କରିବେ।
33 “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଜ୍ଞାନୀ, ସେମାନେ ଅନେକଙ୍କୁ ଉପଦେଶ ଦେବେ। ତଥାପି ବହୁ ଦିନ ପର୍ଯ୍ୟନ୍ତ ସେମାନେ ଖଡ଼୍ଗରେ, ଅଗ୍ନିଶିଖାରେ, ବନ୍ଦୀ ଅବସ୍ଥାରେ ଓ ଲୁଟ୍ରେ ପତିତ ହେବେ। 34 ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ। ମାତ୍ର ଅନେକେ ଗ୍ଭଟୁକାର ସେମାନଙ୍କ ସଙ୍ଗେ ଯୋଗ ହେବେ। 35 କେତେକ ଜ୍ଞାନୀ ଲୋକଙ୍କର ପତନ ଘଟିବ ଓ ସେମାନେ ଭୁଲ କରିବେ। ମାତ୍ର ସେହି ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ଶେଷ ସମୟ ପର୍ଯ୍ୟନ୍ତ ପତିତ ହେବେ। ସେହି ସମୟ ଆସିବ ଯେତେବେଳେ ପରମେଶ୍ୱର ନିଷ୍ପତ୍ତି କରିବେ।
ରାଜା ନିଜକୁ ପ୍ରଶଂସା କରନ୍ତି
36 “ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦେବତାଠାରୁ ନିଜକୁ ବଡ଼ ବୋଲି ସେ ଗର୍ବ କରିବ। ପୁଣି ସେ ଈଶ୍ୱରଗଣଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ଶକ୍ତିଶାଳୀ କଥା କହିବ। ତା’ର କ୍ରୋଧ ଫଳବତୀ ନ ହେବା ପର୍ଯ୍ୟନ୍ତ ସେ ସଫଳ ହେବେ। କାରଣ ଯାହା ପରମେଶ୍ୱରଙ୍କ ଯୋଜନା କରିଛନ୍ତି ତାହା ହେବ।
37 “ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦେବତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ଼ ମନେ କରିବ। 38 ସେହି ରାଜା କେବଳ ଶକ୍ତିର ଦେବତାକୁ ଆରାଧନା କରିବ। ସେ ଶକ୍ତି ଓ ସାମର୍ଥକୁ ଆରାଧନା କରିବ। ସେ ତାହାର ପୂର୍ବପୁରୁଷଗଣର ଦେବତାଙ୍କୁ ଆରାଧନା କରିବ ନାହିଁ। ସେ ଶକ୍ତିର ଦେବତାଙ୍କୁ ସୁନା, ରୂପା ଓ ମୂଲ୍ୟବାନ ପଥର ଦେଇ ଆରାଧନା କରିବ।
39 “ସେ ବିଦେଶୀୟ ଦେବତା ଶକ୍ତିର ଦେବତାର ସାହାଯ୍ୟରେ, ମଜ୍ବୁତ୍ ଦୁର୍ଗର ପ୍ରତିକୂଳରେ କାର୍ଯ୍ୟ କରିବ। ଯେକେହି ତାକୁ ସ୍ୱୀକାର କରିବ ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକଙ୍କ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପଦ ଦେବ ଓ ଟଙ୍କା ପରିବର୍ତ୍ତେ ଭୂମି ବିଭାଗ କରିବ।
40 “ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ। 41 ଉତ୍ତର ଦେଶର ରାଜା ରମ୍ୟ ଦେଶରେ ପ୍ରବେଶ କରିବ ତହିଁରେ ଅନେକ ଦେଶ ପରାସ୍ତ ହେବେ। ମାତ୍ର ଇଦୋମ, ମୋୟାବ ଓ ଅମୋନ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ। 42 ଆହୁରି ସେ ନାନା ଦେଶ ମଧ୍ୟରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ୟ ରକ୍ଷା ପାଇବ ନାହିଁ। 43 ସେ ମିଶର ଦେଶରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟ ସବୁ ତାହାର ହସ୍ତଗତ ହେବ। ଆଉ ଲୁଦିୟ କୂଶୀୟମାନେ ତା’ର ଅନୁଚର ହେବେ। 44 ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍ବିଗ୍ନ କରିବ। ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ। 45 ଏବଂ ସେ ସାଗର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହେବ ଓ କେହି ତାହାକୁ ସାହାଯ୍ୟ କରିବେ ନାହିଁ।
ଦାଲତ୍
25 ମୁଁ ମରିବା ବେଳେ ଧୂଳିରେ ଗଡ଼େ।
ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26 ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି।
ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ।
ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27 ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର।
ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28 ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ।
ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29 ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ।
ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30 ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି।
ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31 ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି।
ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32 ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି,
ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
ବୌ
41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
ଯେଉଁମାନେ ମୋତେ ଅପମାନିତ କରୁଥିଲେ।
ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।
2010 by World Bible Translation Center