Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 3

ଯିହୋରାମ୍ ଇସ୍ରାଏଲର ରାଜା ହେଲେ

ଆହାବଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। ସେ ଯିହୁଦାର ରାଜା ଯିହୋଶାଫଟଙ୍କର ଅଷ୍ଟାଦଶ ବର୍ଷର ରାଜତ୍ୱ କାଳରେ ରାଜା ହେଲେ ଓ ଇସ୍ରାଏଲରେ ବାରବର୍ଷ ରାଜ୍ୟ କଲେ। ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ୟ ନ ଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବା‌ଲ୍‌‌‌ର ସ୍ତମ୍ଭଗୁଡ଼ିକୁ ଦୂର କରିଦେଲେ। ତଥାପି ନବା‌ଟ୍‌ଙ୍କ ପୁତ୍ର ଯାରବିୟାମ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ୟ ସେହି ପାପଗୁଡ଼ିକର ଆସକ୍ତ ହେଲେ। ଯାରବିୟାମ ଏହି ପାପଗୁଡ଼ିକୁ ବନ୍ଦ କଲେ ନାହିଁ।

ମୋୟାବ ଇସ୍ରାଏଲର ବିରୁଦ୍ଧାଚରଣ କରନ୍ତି

ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ। ମାତ୍ର ଆହାବଙ୍କ ମୃତ୍ୟୁପରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧାଚରଣ କଲେ।

ସେତେବେଳେ ରାଜା ଯିହୋରାମ୍ ଶମରିୟାରୁ ଯାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ତତ୍ପରେ ଯିହୋରାମ୍ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ନିକଟକୁ ଦୂତ ପଠାଇ କହିଲେ, “ମୋୟାବର ରାଜା ମୋ’ ବିରୁଦ୍ଧରେ ଦ୍ରୋହାଚରଣ କରିଛି, ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବାକୁ ମୋୟାବ ବିରୁଦ୍ଧରେ ଯିବ କି?”

ଯିହୋଶାଫଟ୍ କହିଲେ, “ହଁ, ମୁଁ ତୁମ୍ଭ ସହିତ ଯୋଗ ଦେବି। ଆମ୍ଭେ ଏକ ବୃହତ ସେନା ସ୍ୱରୂପେ ଏକତ୍ରିତ ଯୋଗଦେବା। ମୋର ଲୋକ ତୁମ୍ଭ ଲୋକପରି ଓ ମୋର ଅଶ୍ୱ ତୁମ୍ଭର ଅଶ୍ୱପରି।”

ତିନି ରାଜା ଇଲୀଶାୟଙ୍କ ପରାମର୍ଶ ଗ୍ଭହିଁଲେ

ଯିହୋରାମଙ୍କୁ ଯିହୋଶାଫଟ୍ ପଗ୍ଭରିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?”

ଯିହୋରାମ୍ ଉତ୍ତର ଦେଲେ, “ଆମ୍ଭେମାନେ ଇଦୋମର ମରୁଭୂମି ପ୍ରାନ୍ତର ଦେଇ ଯିବା।”

ତହୁଁ ଇସ୍ରାଏଲର ରାଜା, ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତ ଦିନ ଧରି ଯାତ୍ରା କଲେ। ସେମାନଙ୍କର ସୈନ୍ୟମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନ ଥିଲା। 10 ଶେଷରେ ଇସ୍ରାଏଲର ରାଜା ଯିହୋରାମ୍ କହିଲେ, “ହାୟ, ସଦାପ୍ରଭୁ ମୋୟାବ ହସ୍ତରେ ସମର୍ପଣ କରିବାକୁ ଆମ୍ଭ ତିନି ଜଣଙ୍କୁ ଏକତ୍ର ଡାକିଛନ୍ତି।”

11 ମାତ୍ର ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଏପରି କେହି ଭବିଷ୍ୟ‌ଦ୍‌ବକ୍ତା କ’ଣ ଏଠାରେ ନାହାନ୍ତି, ଯାହାଙ୍କ ଦେଇ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?”

ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ କହିଲେ, “ଶାଫଟର ପୁତ୍ର ଇଲୀଶାୟ ଯେ ଏଲିୟ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”

12 ତହୁଁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପାଖରେ ଅଛି।”

ତେଣୁ ଇସ୍ରାଏଲର ରାଜା, ଯିହୋଶାଫଟ୍ ଓ ଇଦୋମର ରାଜା ଇଲୀଶାୟଙ୍କୁ ଭେଟ କରିବାକୁ ଗଲେ।

13 ଏଥିରେ ଇଲୀଶାୟ ଇସ୍ରାଏଲର ରାଜା ଯିହୋରା‌‌ମଙ୍କୁ କହିଲେ, “ମୋ’ ପାଖରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତାମାତାଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଯାଅ।”

ଇସ୍ରାଏଲର ରାଜା ଉତ୍ତର ଦେଲେ, “ନାଁ ଆମ୍ଭେ ତୁମ୍ଭଙ୍କୁ ଦେଖିବାକୁ ଆସିଲୁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକି ଅଛନ୍ତି।”

14 ପୁଣି ଇଲୀଶାୟ କହିଲେ, “ମୁଁ ଯିହୁଦାର ରାଜା ଯିହୋଶାଫ‌ଟଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମୟଙ୍କର ସେବା କରେ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ପ୍ରତିଜ୍ଞା କରୁଛି, କେବଳ ଯିହୋଶାଫ‌ଟଙ୍କ ସକାଶେ ମୁଁ ଏଠାକୁ ଆସିଲି। ଯଦି ଯିହୋଶାଫଟ୍ ଏଠି ନ ଥା’ନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥା’ନ୍ତି। ମୁଁ ତୁମ୍ଭ ଆଡ଼େ ସମ୍ପୂର୍ଣ୍ଣ ଦୃଷ୍ଟି ପକାଇ ନ ଥା’ନ୍ତି। 15 ତଥାପି ଜଣେ ବୀଣାବାଦକକୁ ଆଣ।”

ଯେତେବେଳେ ସେହି ବାଦକ ଆସି ବୀଣା ବାଦନ କଲା ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା। 16 ତା’ପରେ ଇଲୀଶାୟ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ଉପତ୍ୟକାରେ ଗାତମାନ ଖୋଳ।’ 17 ସଦାପ୍ରଭୁ ଏହା ମଧ୍ୟ କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳରେ ପରିପୂର୍ଣ୍ଣ ହେବ। ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସମସ୍ତ ଗୋମେଷାଦି ପଶୁମାନେ ଜଳପାନ କରିବେ।’ 18 ଏହି କାର୍ଯ୍ୟ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ୟ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ପରାସ୍ତ କରାଇବେ। 19 ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ସୁଦୃଢ଼ ଓ ଉତ୍ତମ ନଗରଗୁଡ଼ିକୁ ଧ୍ୱଂସ କରିବ। ପ୍ରତ୍ୟେକ ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇବ। ନିର୍ଝରଗୁଡ଼ିକର ଜଳକୁ ଅଟକାଇ ଓ ପ୍ରତ୍ୟେକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡ଼ି ବିନାଶ କରିବ।”

20 ଏହା ପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦେଇ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।

21 ମୋୟାବୀୟମାନେ ଶୁଣିଲେ ଯେ ରାଜାମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସେମାନେ ସମସ୍ତେ ଏପରିକି ଅତ୍ୟଧିକ ବୃଦ୍ଧମାନେ ମଧ୍ୟ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ଯୁଦ୍ଧ ପାଇଁ ସୀମାନ୍ତରେ ଅପେକ୍ଷା କରି ରହିଲେ। 22 ମୋୟାବୀୟମାନେ ପ୍ରଭାତରେ ଉଠିଲା ବେଳେ ସେହି ସମୟରେ ସୂର୍ଯ୍ୟ ଜଳ ଉପରେ ଚମୁକୁ ଥିଲା। ସେମାନେ ଏହାକୁ ସେମାନଙ୍କର ରକ୍ତ ତୁଲ୍ୟ ରଙ୍ଗପରି ଦେଖିଲେ। 23 ମୋୟାବୀୟମାନେ କହିଲେ, “ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ବିନଷ୍ଟ ହୋଇଛନ୍ତି। ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ସେମାନଙ୍କର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସେହି ମୃତ ଶରୀରରୁ ମୂଲ୍ୟବାନ ଜିନିଷମାନ ଲୁଟିବା।”

24 ଯେତେବେଳେ ମୋୟାବୀୟମାନେ ଇସ୍ରାଏଲୀୟମାନଙ୍କ ଶିବିରରେ ପହଞ୍ଚିଲେ, ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ସେମାନେ ଯୁଦ୍ଧ ଭୂମିରୁ ପଳାୟନ କଲେ। ଇସ୍ରାଏଲୀୟ ଲୋକମାନେ ସେମାନଙ୍କୁ ଘଉଡ଼ାଇ ଦେଇ ମୋୟାବ ଭିତକୁ ପ୍ରବେଶ କଲେ। 25 ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀ‌ର୍‌ହେରସ‌ତ୍‌ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ।

26 ପୁଣି ମୋୟାବର ରାଜା ଦେଖିଲେ ଯେ ଯୁଦ୍ଧ ତାଙ୍କ ପାଇଁ ଅତି ଅସହ୍ୟ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ୟାକରି ସେମାନଙ୍କ ଦ୍ୱାରା ଭଙ୍ଗାଯିବା, ସେ ତାଙ୍କର 700 ‌‌ଖ‌ଡ଼୍‌ଗଧାରୀ ସୈନ୍ୟ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ। 27 ତହୁଁ ସେ ଆପଣାର ଉତ୍ତରାଧିକାରୀ ଜ୍ୟେଷ୍ଠପୁତ୍ରଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ, ଯିଏ କି ପରବର୍ତ୍ତୀ ରାଜା ହୋଇଥା’ନ୍ତେ। ତାଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ। ଏଥିରେ ଇସ୍ରାଏଲ ଲୋକମାନଙ୍କର ବିପର୍ଯ୍ୟୟ ବଢ଼ିଲା। ତେଣୁ ଇସ୍ରାଏଲୀୟମାନେ ମୋୟାବ ପରିତ୍ୟାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3

ଆମ୍ଭ ପାଇଁ ପ୍ରାର୍ଥନା କର

ଭାଇ ଓ ଭଉଣୀମାନେ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହେବ। ପ୍ରାର୍ଥନା କର, ତୁମ୍ଭେମାନେ ଯେଉଁଭଳି ସେହି ଶିକ୍ଷାକୁ ସମ୍ମାନ ଦେଲ, ଠିକ୍ ସେହିଭଳି ଲୋକେ ସେହି ଶିକ୍ଷାକୁ ସମ୍ମାନ ଦେବେ। ଆହୁରି ମଧ୍ୟ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠାରେ ବିଶ୍ୱାସ ନ ଥାଏ।)

ପରମେଶ୍ୱର ହେଉଛନ୍ତି ବିଶ୍ୱସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସେହି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ। ତୁମ୍ଭମାନଙ୍କୁ କୁହାଯାଇଥିବା କାମସବୁ ତୁମ୍ଭେମାନେ କରୁଛ ବୋଲି ପରମେଶ୍ୱର ଆମ୍ଭକୁ ନିଶ୍ଚିତ ଭାବେ ଉପଲ‌ବ୍‌‌‌‌ଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭେମାନେ ଏହି କାମ ସବୁ କରି ଗ୍ଭଲିଥିବ। ଖ୍ରୀଷ୍ଟଙ୍କର ଧୈର୍ଯ୍ୟ ଓ ପରମେଶ୍ୱରଙ୍କ ପ୍ରେମ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହେବା ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଗ୍ଭଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।

କର୍ମର ବାଧ୍ୟତା

ଭାଇ ଓ ଭଉଣୀମାନେ! ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳରେ, କାମ କରିବାକୁ ମନା କରୁଥିବା ବିଶ୍ୱାସୀ ଭାଇମାନଙ୍କଠାରୁ ଦୂରରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଗ୍ଭହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାନ୍ତି। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭେମାନେ ରହିବା ଉଚିତ୍। ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ କେବେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ। ମୂଲ୍ୟ ନ ଦେଇ ଆମ୍ଭେ କାହାରି ଘରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭେମାନେ କାହାରି ଉପରେ ଭାର ସ୍ୱରୂପ ନ ହେବୁ ବୋଲି ସର୍ବଦା କର୍ମରତ ରହୁଥିଲୁ। ଆମ୍ଭେ ଦିନରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନେବା ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆମ୍ଭେ ଏପରି କରିଥିଲୁ। 10 ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ: “ଯଦି ଜଣେ କାମ ନ କରିବ, ତା’ହେଲେ ସେ ଖାଇବ ନାହିଁ।”

11 ତୁମ୍ଭମାନଙ୍କ ଦଳରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସେମାନେ କିଛି କରୁ ନାହାନ୍ତି। ସେମାନେ ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବାରେ ସମୟ ଅତିବାହିତ କରନ୍ତି। 12 ଆମ୍ଭେ ସେମାନଙ୍କୁ ଆଦେଶ ଦେଉଛୁ ଯେ, ସେମାନେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ିଦିଅନ୍ତୁ। ସେମାନେ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେ ଅନୁରୋଧ କରୁଛୁ ଯେ, ସେମାନେ ଏପରି କରନ୍ତୁ। 13 ଭାଇ ଓ ଭଉଣୀମାନେ! ଭଲ କାମ କରିବା ପାଇଁ କେବେ ହେଲେ କ୍ଳାନ୍ତ ହୁଅ ନାହିଁ।

14 ଆମ୍ଭେ ଏହି ପତ୍ରରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା’ହେଲେ ସେହି ଲୋକଠାରୁ ସତର୍କ ରୁହ। ତା’ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହେବ। 15 କିନ୍ତୁ ତାକୁ ଶତ୍ରୁ ଭଳି ବ୍ୟବହାର ନ କରି, ଭାଇ ଭଳି ଚେତେଇ ଦିଅ।

ଶେଷ କଥା

16 ଆମ୍ଭେ ପ୍ରାର୍ଥନା କରୁ ଯେ, ଶାନ୍ତିର ପ୍ରଭୁ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ସେ ତୁମ୍ଭମାନଙ୍କୁ ସବୁବେଳେ ଓ ପ୍ରତ୍ୟେକ କ୍ଷେତ୍ରରେ ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ୍ଭମାନଙ୍କ ସମସ୍ତଙ୍କ ସହିତ ଥାଆନ୍ତୁ।

17 ମୁଁ ପାଉଲ, ମୋ’ ନିଜ ହାତରେ ଲେଖିଥିବା ଏହି ପତ୍ର ମୋ’ ଦସ୍ତଖତ କରି ସମାପ୍ତ କରୁଛି। ପତ୍ରଗୁଡ଼ିକ ମୋର ବୋଲି ଜଣାଇ ଦେବା ପାଇଁ ମୁଁ ମୋର ସମସ୍ତ ପତ୍ରରେ ଦସ୍ତଖତ କରିଛି। ମୋ’ ଲେଖିବାର ଢଙ୍ଗ ଏହିପରି।

18 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।

ଦାନିୟେଲଙ୍କ ପୁସ୍ତକ 7

ଗ୍ଭରିପଶୁଙ୍କ ବିଷୟରେ ଦାନିୟେଲଙ୍କ ସ୍ୱପ୍ନ

ବାବିଲର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସେହି ସ୍ୱପ୍ନରେ ସାରକଥା ଲେଖି ରଖିଲେ। ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ମୋର ଦର୍ଶନ ପାଇଲି ଯେ ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ତ ବେଗରେ ବହିଲା ସେହି ବାୟୁ ସମୁଦ୍ରକୁ ଅଶାନ୍ତ କଲା। ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।

ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା’ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା’ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।

“ଆଉ ତତ୍ପରେ ମୋ’ ସମ୍ମୁଖରେ ଦ୍ୱିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, ‘ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷ୍ୟଣ କର।’

“ଏହା ପରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା’ର ପୃଷ୍ଠ ଭାଗରେ ପକ୍ଷୀର ଗ୍ଭରି ଡେଣା ଥିଲା। ଆଉ ମଧ୍ୟ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା।

“ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା।

“ସେହି ଶିଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ୟରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହା ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗରେ ଏକ ପାଟି ଥିଲା। ସେହି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।

ଚତୁର୍ଥ ପଶୁର ବିଗ୍ଭର

“ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି।
    ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ।
ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ
    ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା।
ତାଙ୍କର ସିଂହାସନ ଅଗ୍ନିମୟପରି
    ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା।
10 ତାଙ୍କ ସମ୍ମୁଖରୁ
    ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା
ଓ ସହସ୍ର ସହସ୍ର ଲୋକ
    ତାଙ୍କର ଗ୍ଭରିପଟେ ଛିଡ଼ା ହେଲେ।
ବିଗ୍ଭର ସଭା ବସିଲା
    ଓ ପୁସ୍ତକମାନ ଖୋଲାଗଲା।

11 “ମୁଁ ଦେଖିବାରେ ଲାଗିଲି, ସେହି ଛୋଟ ଶିଙ୍ଗର କ’ଣ ହେବ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ଯ୍ୟନ୍ତ ଏବଂ ତାହାର ଶରୀର ଧ୍ୱଂସ କରି ଅଗ୍ନି ମଧ୍ୟକୁ ଫିଙ୍ଗି ପାଉଁଶ କରି ଦିଆଗଲା। 12 ପୁଣି ଅନ୍ୟ ପଶୁମାନଙ୍କଠାରୁ ଅଧିକାର ଓ କର୍ତ୍ତୃତ୍ୱ କାଢ଼ି ନିଆଗଲା। ମାତ୍ର କିଛି କାଳ ଏକ ନିର୍ଦ୍ଦିଷ୍ଟ ସମୟ ବଞ୍ଚି ରହିବାକୁ ସେମାନଙ୍କୁ ଅନୁମତି ଦିଆଗଲା।

13 “ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

14 “ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ପ୍ରଦତ୍ତ ହେଲା। ତେଣୁ ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହେବ ନାହିଁ। ଆଉ ତାଙ୍କର ରାଜ୍ୟ ଅବିନାଶୀ ହେବ।

ଚତୁର୍ଥ ପଶୁ ସମ୍ମନ୍ଧରେ ସ୍ୱପ୍ନର ଅର୍ଥପ୍ରକାଶ

15 “ମୁଁ, ଦାନିୟେଲ ଦ୍ୱନ୍ଦରେ ପଡ଼ିଲି ଓ ବ୍ୟସ୍ତ ହୋଇଗଲି। ଆଉ ମୋର ମାନସିକ ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା। 16 ସେଠାରେ ଛିଡ଼ା ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣକ ନିକଟକୁ ଯାଇ ଏସବୁ ତଥ୍ୟ ପଗ୍ଭରିଲି। ତେଣୁ ସେ ମୋତେ ସେ ସବୁର ଅର୍ଥ ବୁଝାଇ କହିଲେ। 17 ‘ସେହି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସେମାନେ ଏହି ପୃଥିବୀରୁ ଉତ୍ପନ୍ନ ହେବେ। 18 ମାତ୍ର ପରମେଶ୍ୱରଙ୍କ ପବିତ୍ର ଲୋକମାନେ ରାଜ୍ୟ ପ୍ରାପ୍ତ ହେବେ ଓ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’

19 “ତା’ପରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧରେ ସମସ୍ତ ତଥ୍ୟ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦରେ ଦଳି ଦେଲା। 20 ସେହି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ଦଶଶିଙ୍ଗ ମଧ୍ୟରୁ ତିନିଶିଙ୍ଗ ପଡ଼ିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। 21 ଆଉ ମୁଁ ଦେଖିଲି ସେହି ଶିଙ୍ଗ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସେମାନଙ୍କୁ ବଧ କଲା। 22 ତା’ପରେ ସେହି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷରେ ଓ ଶିଙ୍ଗ ବିପକ୍ଷରେ ନ୍ୟାୟ ହେଲା। ଆଉ ପରମେଶ୍ୱର ସେହି ପବିତ୍ର ଲୋକମାନଙ୍କର ରାଜତ୍ୱ କରିବାର ସମୟ ଉପସ୍ଥିତ ହେଲା।

23 “ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ। 24 ପୁଣି ସେହି ଦଶ ଶିଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ। ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ। 25 ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।

26 “‘ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କର୍ତ୍ତୃତ୍ୱ କାଢ଼ି ନିଆଯିବ ଓ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବ। 27 ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’

28 “ଏହିଠାରେ ମୋର ସ୍ୱପ୍ନ ଶେଷ ହେଲା। ମୁଁ ଦାନିୟେଲ ମୋର ଭାବନା ମୋତେ ଉ‌‌ଦ୍‌‌ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗରେ କହି ପାରିଲି ନାହିଁ।”

ଗୀତସଂହିତା 114-115

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
    ମହିମା ତ ତୁମ୍ଭର।
    ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
କାହିଁକି ଅନ୍ୟ ଦେଶୀୟମାନେ କହିବେ
    ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
    ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
    ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
    ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
    ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
    ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
    ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
    ସେହିପରି ହେବେ!

ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।

12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
    ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
    ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
    ଆଶୀର୍ବାଦ କରିବେ।

14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
    ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
    ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
    କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
    ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ଧନ୍ୟବାଦ କରିବା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center