Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 1

ଅହସିୟଙ୍କ ପାଇଁ ଏକବାର୍ତ୍ତା

ଅନନ୍ତର ଆହାବଙ୍କ ମୃତ୍ୟୁପରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହାଚରଣ କଲେ।

ଏକଦା ଅହସିୟ ତାଙ୍କର ଶମରିୟାସ୍ଥିତ ଗୃହର ଛାତ ଉପରୁ ଝରକା ଦେଇ ପଡ଼ି ଆହତ ହେଲେ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, “ଯାଅ, ମୁଁ ଏହି ଆଘାତରୁ ଆରୋଗ୍ୟ ଲାଭ କରିବି କି ନାହିଁ, ଏହା ଇକ୍ରୋଣର ଯାଜକ ବାଲ୍-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।”

ମାତ୍ର ସଦାପ୍ରଭୁଙ୍କ ଦୂତ ତି‌‌‌‌ଶ୍‌ବୀୟ ଏଲିୟଙ୍କୁ କହିଲେ, “ଯାଅ, ଶମରିୟା ରାଜାଙ୍କର ଦୂତମାନଙ୍କୁ ଭେଟ ଓ ସେମାନଙ୍କୁ କୁହ, ‘ଇସ୍ରାଏଲରେ କ’ଣ ଇସ୍ରାଏଲର ପରମେଶ୍ୱର ନାହାନ୍ତି ଯେ, ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ? ପୁଣି ଅହସିୟଙ୍କୁ କୁହ, ଯେହେତୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦେଲ, ଏଥିପାଇଁ ସଦାପ୍ରଭୁ ଏହା କୁହନ୍ତି, ତୁମ୍ଭେ ଆଉ ତୁମ୍ଭର ଶଯ୍ୟାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ୟୁବରଣ କରିବ।’” ଏଲିୟ ଅହସିୟଙ୍କ ଦାସମାନଙ୍କୁ ଏହା କହି ପରିତ୍ୟାଗ କଲେ।

ବାର୍ତ୍ତାବହମାନେ ଅହସିୟଙ୍କ ନିକଟକୁ ଫେରି ଆସନ୍ତେ, ଅହସିୟ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଶୀଘ୍ର ଫେରି ଆସିଲ?”

ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’”

ଅହସିୟ ବାର୍ତ୍ତାବହମାନଙ୍କୁ ପଗ୍ଭରିଲେ, “ଯେଉଁ ଲୋକ ତୁମ୍ଭଙ୍କୁ ସାକ୍ଷାତ କରି ଆସି ଏହିସବୁ କହିଲା, ସେ ଜଣେ କି ପ୍ରକାର ଲୋକ?”

ବାର୍ତ୍ତାବହମାନେ ଅହସିୟଙ୍କୁ ଉତ୍ତର କଲେ, “ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା [a] ଓ ତା’ର କଟିରେ ଏକ ଚମଡ଼ାର ପଟୁକା ବନ୍ଧା ଥିଲା।”

ତା’ପରେ ଅହସିୟ କହିଲେ, “ସେ ପ୍ରକୃତରେ ତି‌‌‌‌ଶ୍‌ବୀୟ ଏଲିୟ।”

Ahaziah Calls for Elijah

ଅନନ୍ତର ଅହସିୟ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟଙ୍କ ନିକଟକୁ ପଠାଇଲେ। ଅଧିନାୟକ ଉପରକୁ ଯାଇ ଏଲିୟଙ୍କୁ ମିଶିଲେ ଯିଏ ପର୍ବତ ଉପରେ ବସିଥିଲେ ଓ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ଦୟାକରି ‘ତଳକୁ ଆସ।’” କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।

10 ଏଲିୟ ସେହି ପଗ୍ଭଶ୍ ଲୋକ ଅଧିନାୟକଙ୍କୁ କହିଲେ, “ଯଦି ମୁଁ ପରମେଶ୍ୱରଙ୍କ ଲୋକ ହୋଇଥାଏ, ତେବେ ସ୍ୱର୍ଗରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କରୁ।”

ତେଣୁ ସ୍ୱର୍ଗରୁ ଅଗ୍ନି ଆସି ଅଧିନାୟକଙ୍କ ସହିତ ତାଙ୍କର ପଗ୍ଭଶ୍ ଲୋକଙ୍କୁ ଦ‌ଗ୍‌ଧିଭୂତ କଲା।

11 ପୁନର୍ବାର ଅହସିୟ ଆଉ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟ ନିକଟକୁ ପଠାଇଲେ। ସେ ଅଧିନାୟକ ଏଲିୟଙ୍କୁ ପୂର୍ବପରି କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, ‘ଦୟାକରି ତଳକୁ ଆସ।’”

12 ଏଲିୟ ସେ ଅଧିନାୟକଙ୍କୁ କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସୁ ଏବଂ ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କରୁ।”

ତେଣୁ ଅଗ୍ନି ସ୍ୱର୍ଗରୁ ଆସି ଅଧିନାୟକ ସହିତ ତା’ର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କଲା।

13 ଏହା ପରେ ଅହସିୟ ତୃତୀୟ ଥର ଅଧିନାୟକ ସହିତ ପଗ୍ଭଶ୍ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାୟକ ଏଲିୟ ନିକଟକୁ ଯାଇ ଏଲିୟଙ୍କ ଆଗରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମୋର ଜୀବନ ସହିତ ମୋର ପଗ୍ଭଶ୍ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ। 14 ଅଗ୍ନି ସ୍ୱର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସେମାନଙ୍କର ପଗ୍ଭଶ୍ ଲୋକଙ୍କୁ ପୋଡ଼ି ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।”

15 ତତ୍ପରେ ସଦାପ୍ରଭୁଙ୍କ ଦୂତ ଏଲିୟଙ୍କୁ କହିଲେ, “ଅଧିନାୟକଙ୍କ ସହିତ ଯାଅ, ତାଙ୍କୁ ଭୟ କର ନାହିଁ।”

ତେଣୁ ଏଲିୟ ଅହସିୟଙ୍କ ନିକଟକୁ ଗଲେ।

16 ତହୁଁ ଏଲିୟ ରାଜାଙ୍କୁ କହିଲେ, “ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତୁମ୍ଭେ ଇକ୍ରୋଣ ଦେବତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କାହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ଯ୍ୟ ଯୋଗୁଁ ତୁମ୍ଭେ ଶଯ୍ୟାରୁ ଆଉ ଉଠିବ ନାହିଁ, ସେହିଠାରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ୟଗୁଡ଼ିକ କହିଲେ।”

ଯିହୋରାମ ଅହସିୟଙ୍କ ସ୍ଥାନ ନେଲେ

17 ସଦାପ୍ରଭୁ ଏଲିୟଙ୍କ ଦେଇ କହିଥିବା ଅନୁସାରେ ଅହସିୟଙ୍କର ମୃତ୍ୟୁ ହେଲା। ତାଙ୍କର ପୁତ୍ର ନ ଥିବାରୁ ଅହସିୟଙ୍କ ପରେ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ପୁତ୍ର ଯିହୋରାମର ଦ୍ୱିତୀୟ ବର୍ଷ ରାଜତ୍ୱ କାଳରେ ଯିହୋରାମ ତାଙ୍କ ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ।

18 ଅହସିୟଙ୍କ ଅନ୍ୟ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1

ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର।

ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ।

ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠାରେ ରହିଥାଉ।

ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି। ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।

ପରମେଶ୍ୱରଙ୍କ ନ୍ୟାୟ ସମ୍ପର୍କରେ ପାଉଲ କହନ୍ତି

ପରମେଶ୍ୱର ତାହାଙ୍କର ବିଗ୍ଭରରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ୟରେ ପ୍ରବେଶ ପାଇଁ ଯୋଗ୍ୟ ହୁଅ, ଯେଉଁଥିପାଇଁ ତୁମ୍ଭେମାନେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ। ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ। ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ। ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ। 10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।

11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ। 12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ।

ଦାନିୟେଲଙ୍କ ପୁସ୍ତକ 5

କାନ୍ଥ ଉପରେ ଲେଖା

ରାଜା ବେ‌‌ଲ୍‌‌‌‌ଶତ୍ସର ନିଜର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧ୍ୟରେ ରାଜା ଦ୍ରାକ୍ଷାରସ ପାନ କଲେ। ବେ‌‌ଲ୍‌‌‌‌ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖ‌ଦ୍‌ନିତ୍ସର। ଯିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପାରେ ପାତ୍ରଗୁଡ଼ିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥିରେ ସେ, ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ। ତାଙ୍କର ଲୋକମାନେ ଯିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ୟ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ପାତ୍ରରେ ପାନ କଲେ। ସେମାନେ ଦ୍ରାକ୍ଷାରସ ପାନ କରୁଥିବା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦେବଗଣର ପ୍ରଶଂସା କଲେ।

ସେହି ସମୟରେ ହଠାତ୍ ମନୁଷ୍ୟର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲେପନ ଉପରେ ଅଙ୍ଗୁଳିରେ ଲେଖିଲା। ସେହି ହସ୍ତ ଦୀପରୁଖା ନିକଟସ୍ଥ ରାଜପ୍ରାସାଦ କାନ୍ଥରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ୱହସ୍ତର ଅଂଶ ଦେଖୁଥିଲେ।

ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ। ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”

ତେଣୁ ରାଜାଙ୍କର ସମସ୍ତ ବିଦ୍ୱାନ ଲୋକ ଭିତରକୁ ଯଦିଓ ଆସିଲେ, ସେମାନେ ଲେଖା ପଢ଼ି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ। ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉ‌‌ଦ୍‌‌ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।

10 ତା’ପରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, “ହେ ରାଜା, ଦୀର୍ଘଜୀବୀ ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ ନ କରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ। 11 ତୁମ୍ଭ ରାଜ୍ୟରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତରରେ ପବିତ୍ର ଦେବଗଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦେବଗଣର ଜ୍ଞାନତୁଲ୍ୟ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠାରେ ପ୍ରକାଶିତ ହୋଇଥିଲା। ଆଉ ତୁମ୍ଭର ପିତା ରାଜା ନବୂଖ‌ଦ୍‌ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ। 12 ମୁଁ ଯେଉଁ ବ୍ୟକ୍ତି ବିଷୟରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେ‌‌ଲ୍‌‌‌‌ଟଶତ୍ସର ନାମ ଦେଇଥିଲେ। ସେହି ବେ‌‌ଲ୍‌‌‌‌ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ୱପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ଼ ତଥ୍ୟ ପ୍ରକାଶ କରି ପାରନ୍ତି। ତାଙ୍କୁ ଡକାଅ। ସେ କେବଳ ଏ ଲେଖାର ଅର୍ଥ ବୁଝାଇ ଦେବେ।”

13 ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜ ଯିହୁଦା ଦେଶରୁ ଯେଉଁ ନିର୍ବାସିତ ଯିହୁଦୀମାନଙ୍କୁ ଆଣିଥିଲେ ସେମାନଙ୍କ ମଧ୍ୟରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି? 14 ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ମହିମା ତୁମ୍ଭଠାରେ ଦେଖାଯାଏ। 15 ମୋର ରାଜ୍ୟର ଜ୍ଞାନୀ ଲୋକମାନେ ମୋ’ ପାଖକୁ ଆସିଥିଲେ। କିନ୍ତୁ ସେମାନେ କାନ୍ଥରେ ଲେଖା ହୋଇଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ। 16 ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଭଞ୍ଜନ କରିପାର। ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇ ପାର, ତେବେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦେବି ଓ ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମୋ’ ରାଜ୍ୟରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”

17 ତା’ପରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, “ହେ ରାଜା ବେ‌‌ଲ୍‌‌‌‌ଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।

18 “ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖ‌ଦ୍‌ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ। 19 ପରମେଶ୍ୱର ତାଙ୍କୁ ଏପରି ମହିମାନ୍ୱିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ। ସେ ଯାହାକୁ ମାରିବାକୁ ଗ୍ଭହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଗ୍ଭହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସାରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସାରେ ଜଣେ ଅବନତ ହେଲା।

20 “କିନ୍ତୁ ନବୂଖ‌ଦ୍‌ନିତ୍ସର ଗର୍ବୀ ଏବଂ ଜି‌‌ଦ୍‌‌ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା’ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା। 21 ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା’ପରେ ସେ ହୃ‌‌ଦ୍‌‌ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି।

22 “କିନ୍ତୁ ବେ‌‌ଲ୍‌‌‌‌ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ୟ ଆପଣଙ୍କ ଅନ୍ତଃକରଣକୁ ନମ୍ର କରି ନାହାନ୍ତି। 23 ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି। 24 ତେଣୁ ସେହି କାରଣରୁ ପରମେଶ୍ୱରଙ୍କର ହସ୍ତ ପ୍ରେରିତ ଲିଖିତ ହେଲା ଓ ଏହି ଲେଖା ଲିଖିତ ହେଲା। 25 କାନ୍ଥରେ ଲିଖିତ ହୋଇଥିବା ଶବ୍ଦଗୁଡ଼ିକ ହେଲା ଏହି:

ମିନେ, ମିନେ, ତକେଲ୍, ଉପାରସୀନ।

26 “ମିନେର ଅର୍ଥ ହେଉଛି,
    ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି।
27 ତକେଲର ଅର୍ଥ,
    ଆପଣ ନିକିତିରେ ତୌଲା ଯାଇ ଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି।
28 ଉପାରସୀନର ଅର୍ଥ,
    ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି
    ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”

29 ବେ‌‌ଲ୍‌‌‌‌ଶତ୍ସର ଆଜ୍ଞାରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବେ ବୋଲି ଘୋଷଣା କଲେ। 30 ସେହି ରାତ୍ରିରେ କ‌‌ଲ୍‌‌‌‌ଦୀୟମାନଙ୍କର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କୁ ବଧ କରାଗଲା। 31 ପୁଣି ମାଦୀୟ ଦାରିୟାବସ ରାଜ୍ୟ ପ୍ରାପ୍ତ ହେଲା। ସେ ସମୟରେ ତାହାର ବୟସ ବାଷଠି ବର୍ଷ ହୋଇଥିଲା।

ଗୀତସଂହିତା 110-111

ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।

110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
    “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
    ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”

ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
    ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
ତୁମ୍ଭ ପରାକ୍ରମର ଦିନରେ,
    ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
    ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
    କାକର ଟୋପା ପରି ବେଢ଼ି ରହିବେ।

ସଦାପ୍ରଭୁ ପ୍ରତିଜ୍ଞା କଲେ,
    ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମ‌ଲ୍‌କୀଷେଦକଙ୍କ ପରି
    ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”

ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
    ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
    ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
    ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।

ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
    ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।

111 ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center