M’Cheyne Bible Reading Plan
ହୋରେବ (ସୀନୟ) ଶୃଙ୍ଗରେ ଏଲିୟ
19 ଆହାବ ଏଲିୟଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ଼୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ହତ୍ୟା କରିଥିଲେ, ସେ ସମସ୍ତ ଈଷେବଲକୁ ଜଣାଇଲେ। 2 ତେଣୁ ଈଷେବଲ ଏଲିୟଙ୍କ ନିକଟକୁ ଦୂତ ପଠାଇଲେ, “ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ୟା କରିବି, ଯେପରି ତୁମ୍ଭେ ସେହି ଭବିଷ୍ୟଦ୍ବକ୍ତାଙ୍କୁ ହତ୍ୟା କରିଥିଲ। ଯଦି ମୁଁ ତୁମ୍ଭକୁ ହତ୍ୟା ନ କରେ, ତେବେ ଦେବତାଗଣ ମୋତେ ଅଧିକ ଦଣ୍ତ ଦେଇ ପାରନ୍ତି।”
3 ଯେତେବେଳେ ଏଲିୟ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସେବକ ସହିତ ଯିହୁଦାର ବେର୍ଶେବାକୁ ଗ୍ଭଲିଗଲେ ଓ ତାକୁ ସେ ସେଠାରେ ଛାଡ଼ିଲେ। 4 ଏଲିୟ ପ୍ରାନ୍ତର ଭିତରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳରେ ବସି ପଡ଼ିଲେ ଓ ନିଜର ମୃତ୍ୟୁ ପାଇଁ ପ୍ରାର୍ଥନା କରି କହିଲେ, “ଏହା ଯଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମୋର ପ୍ରାଣ ନିଅ, କାରଣ ମୁଁ ମୋର ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।”
5 ତା’ପରେ ଏଲିୟ ସେହି ରୋତମ ଗଛମୂଳରେ ନିଦ୍ରା ଗଲେ। ଏହା ପରେ ଜଣେ ସ୍ୱର୍ଗଦୂତ ଆସିଲେ ଓ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ! ଭୋଜନ କର।” 6 ଅନନ୍ତର ଏଲିୟ ଦେଖିଲେ ତାଙ୍କର ମୁଣ୍ତ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶୟନ କଲେ।
7 ଏହା ପରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ସ୍ପର୍ଶ କଲେ ଓ କହିଲେ, “ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ଯାତ୍ରା ପାଇଁ ଶକ୍ତିଶାଳୀ ହେବା ଦରକାର।” 8 ତେଣୁ ଏଲିୟ ଉଠି ଭୋଜନ ପାନ କଲେ। ସେ ଖାଦ୍ୟରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପରମେଶ୍ୱରଙ୍କ ପର୍ବତ ହୋରେବ ପହଞ୍ଚିଲା ପର୍ଯ୍ୟନ୍ତ ଗ୍ଭଲି ଗ୍ଭଲି ଗଲେ। 9 ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ।
ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
10 ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”
11 ତା’ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା’ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12 ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
13 ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
14 ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟଦ୍ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।”
15 ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। 16 ଆଉ ନିମ୍ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେଲ୍ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟଦ୍ବକ୍ତା ରୂପେ ଅଭିଷେକ କର। 17 ତହିଁରେ ଯେଉଁ ଲୋକ ହସାୟେଲର ଖଡ଼୍ଗରୁ ବଞ୍ଚିବ ଯେହୂ ତାକୁ ବଧ କରିବ ଓ ଯେ ଯେହୂର ଖଡ଼୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। 18 ମୁଁ ଇସ୍ରାଏଲରେ 7000 ଜଣଙ୍କୁ ଛାଡ଼ି ଦେବି, ଯେଉଁମାନେ କେବେ ବାଲ୍ଦେବତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସେମାନେ କେବେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।”
ଇଲୀଶାୟ ଜଣେ ଭବିଷ୍ୟଦ୍ବକ୍ତା ହେଲେ
19 ସେଠାରୁ ଏଲିୟ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖୋଜିବାକୁ ଗଲେ। ଇଲୀଶାୟ ବାରହଳ ବଳଦ ଆଗରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ୱାଦଶ ହଳରେ ଥିଲେ। ଏଲିୟ ତାଙ୍କ ନିକଟକୁ ଗଲେ ଓ ଆପଣା ବସ୍ତ୍ରକୁ ତା’ ଉପରେ ପକାଇଲେ। 20 ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା’ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।”
ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”
21 ତା’ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା’ପରେ ସେ ଏଲିୟଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।
ଥେସଲନୀକୀଠାରେ ପାଉଲଙ୍କ କାର୍ଯ୍ୟ
2 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା। 2 ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲିପ୍ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ। 3 ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ। 4 ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି।
5 ତୁମ୍ଭେମାନେ ଜାଣିଛ ଯେ, କେବେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଗ୍ଭହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ୱାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ୱର ଜାଣନ୍ତି ଯେ, ଏହା ସତ୍ୟ। 6 ଆମ୍ଭେ ଲୋକମାନଙ୍କର ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଗ୍ଭହୁଁ ନାହୁଁ।
7 ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ। 8 ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କେବଳ ପରମେଶ୍ୱରଙ୍କ ସୁସମାଗ୍ଭରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ୟ ତୁମ୍ଭମାନଙ୍କ ସହିତ ବାଣ୍ଟି ଦେବାକୁ ପ୍ରସ୍ତୁତ ଥିଲୁ। 9 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କଲାବେଳେ, ତୁମ୍ଭେମାନେ ଆମ୍ଭକୁ କିଛି ଦେଇ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଗ୍ଭହିଁଲୁ ନାହିଁ।
10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଗହଣରେ ରହିଥିଲାବେଳେ, ଆମ୍ଭେମାନେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ। 11 ତୁମ୍ଭେମାନେ ଓ ପରମେଶ୍ୱର ମଧ୍ୟ ଜାଣନ୍ତି ଯେ, ଏହା ସତ୍ୟ। ପିତା ନିଜ ସନ୍ତାନମାନଙ୍କୁ ସ୍ନେହ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନେହପୂର୍ବକ ବ୍ୟବହାର କରିଛୁ। 12 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ୱାସନା ଦେଲୁ ଏବଂ ପରମେଶ୍ୱରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ୱର ତୁମ୍ଭମାନଙ୍କୁ ନିଜ ରାଜ୍ୟ ଓ ମହିମା ପ୍ରାପ୍ତ କରିବା ପାଇଁ ଡାକୁଛନ୍ତି।
13 ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ୱରଙ୍କ ବାକ୍ୟ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ୱରଙ୍କୁ ଅନବରତ ଧନ୍ୟବାଦ ଜଣାଉଛୁ। ଏହା ପ୍ରକୃତରେ ପରମେଶ୍ୱରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଉପରେ ପଡ଼ିଛି। 14 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଯିହୂଦାରେ [a] ଥିବା ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହୋଇଛ। ଯିହୂଦାରେ ପରମେଶ୍ୱରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭେମାନେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ୟ ସେହିଭଳି ଯାତନା ପାଇଛ। 15 ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରିଦେଲେ। ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ମାରିଦେଲେ। ସେହି ଯିହୂଦୀମାନେ ଆମ୍ଭକୁ ସେହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ୟ କଲେ। ପରମେଶ୍ୱର ସେମାନଙ୍କଠାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ସମଗ୍ର ମାନବ ଜାତିର ବିରୋଧୀ। 16 ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି।
ପାଉଲ ପୁଣି ଥରେ ସେମାନଙ୍କୁ ଦେଖାକରିବାକୁ ଇଚ୍ଛା କରନ୍ତି
17 ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂରରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସେଠାରେ ନ ଥିଲେ ମଧ୍ୟ, ଆମ୍ଭର ଚିନ୍ତାଗୁଡ଼ିକ ସେଠାରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ୟଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ୟ କରିଥିଲୁ। 18 ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦେଇଛି। 19 ତୁମ୍ଭେମାନେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ। 20 ପ୍ରକୃତରେ ତୁମ୍ଭେମାନେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।
ଦାନିୟେଲଙ୍କୁ ବାବିଲକୁ ନିଆଗଲା
1 ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର ସୈନ୍ୟବାହିନୀ ସହ ଆସି ଯିରୁଶାଲମକୁ ଅବରୋଧ କଲା। 2 ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।
3 ତା’ପରେ ରାଜା ନବୂଖଦ୍ନିତ୍ସର ଅସ୍ପନସ୍କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସେବାରେ ଜଣେ ନପୁଂସକାଧିପତି ଥିଲେ। ରାଜା କେତେକ ଇସ୍ରାଏଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖଦ୍ନିତ୍ସର କେବଳ ମହତ୍ତ୍ୱପୂର୍ଣ୍ଣ ପରିବାରରୁ ଯିହୁଦୀ ଲୋକମାନଙ୍କୁ ଓ ଇସ୍ରାଏଲ ବଂଶରୁ ରାଜାମାନଙ୍କୁ ଗ୍ଭହିଁଲେ। 4 ରାଜା ଯିହୋୟାକୀମ୍ ଗ୍ଭହିଁଲେ ସ୍ୱାସ୍ଥ୍ୟବାନ୍, ସୁନ୍ଦର ଯୋଗ୍ୟ ଏବଂ ଜ୍ଞାନୀ ଯିହୁଦୀ ବାଳକମାନେ ଯେଉଁମାନେ ରାଜକୀୟ ସ୍ଥାନରେ ଠିଆ ହେବାକୁ ଯୋଗ୍ୟ ଥିଲେ ଏବଂ ଅସ୍ପନସ୍ ନପୁଂସକାଧିପତି ଭାଷା ଏବଂ କଲ୍ଦୀୟ ଲୋକମାନଙ୍କର ଲେଖା ଶିଖାଇବାକୁ ପଗ୍ଭରିଲେ।
5 ଏବଂ ରାଜା ସେହିସବୁ ଯୁବକମାନଙ୍କୁ ରାଜକୀୟ ଖାଦ୍ୟ ଓ ପାନୀୟ ଦେଲେ। ସେ ତିନି ବର୍ଷ ଯାଏ ସେମାନଙ୍କୁ ଖାଦ୍ୟ ଦେବା ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସେବା କରିବା ପାଇଁ ସେମାନଙ୍କୁ ତାଲିମ ପ୍ରାପ୍ତ ହେବାକୁ ଗ୍ଭହିଁଲେ। 6 ଏହି ଯୁବକମାନଙ୍କ ମଧ୍ୟରେ ଯିହୁଦା ପରିବାରବର୍ଗୀୟ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଥିଲେ। 7 ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ।
8 ମାତ୍ର ଦାନିୟେଲ ସେହି ରାଜକୀୟ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନପୁଂସକାଧିପତିକୁ ନିବେଦନ କଲେ ଓ ସେ ଅନ୍ୟାନ୍ୟ ଖାଦ୍ୟ ଖାଇ ପାରିବେ କି ବୋଲି ପଗ୍ଭରିଲେ, ଯାହାଫଳରେ ସେ ଅଶୁଚି ହେବେ ନାହିଁ।
9 ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। 10 କିନ୍ତୁ ସେହି ନପୁଂସକାଧିପତି ଦାନିୟେଲଙ୍କୁ କହିଲା, “ମୁଁ ମୋର ମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭେମାନେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀୟ ଗ୍ରହଣ ନ କର, ତୁମ୍ଭେମାନେ ରୁଗ୍ଣ ଦେଖାଯିବ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଶୁଖିଲା ଦେଖାଯାଅ, ରାଜା ମୋ’ ଉପରେ ରାଗିବେ ଏବଂ ମୋର ମୁଣ୍ତ କାଟ କରିବେ। ତା’ପରେ ତୁମ୍ଭେମାନେ ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବ।”
11 ତା’ପରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, ଯେଉଁ ନପୁଂସକାଧିପତି, ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଉପରେ ଦୃଷ୍ଟି ରଖିବାକୁ ନିଯୁକ୍ତ କରାଯାଇଥିଲା। 12 ସେ କହିଲେ, “ଦୟାକରି ଆମ୍ଭମାନଙ୍କୁ ଦଶ ଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ପନିପରିବା ଓ ପିଇବା ନିମନ୍ତେ ଜଳ ଦିଅନ୍ତୁ। 13 ପୁଣି ଦଶ ଦିନ ପରେ ଆମ୍ଭମାନଙ୍କୁ ସେହି ରାଜକୀୟ ଭକ୍ଷ୍ୟ ଓ ପାନୀୟ ଗ୍ରହଣ କରୁଥିବା ଯୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ୱାସ୍ଥ୍ୟବାନ୍ ଦେଖାଯିବ। ତା’ପରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ୟବହାର କରିବା ହେବେ।”
14 ତେଣୁ ଗୃହରକ୍ଷୀ ଏ ବିଷୟରେ ଏକମତ ହୋଇ, ଦାନିୟେଲ, ହନାନିୟ, ମୀଶାୟେଲ ଏବଂ ଅସରିୟଙ୍କୁ ଦଶ ଦିନ ପର୍ଯ୍ୟନ୍ତ ପରୀକ୍ଷା କଲେ। 15 ଆଉ ଦଶ ଦିନ ପରେ ଦେଖାଗଲା ସେମାନେ ରାଜକୀୟ ଭକ୍ଷ୍ୟଣକାରୀଙ୍କଠାରୁ ଅଧିକ ସୁସ୍ଥ ସବଳ ଓ ହୃଷ୍ଟପୁଷ୍ଟ ଦେଖାଗଲେ। 16 ଏଥିରେ ଗୃହରକ୍ଷୀ ସେମାନଙ୍କର ସେହି ରାଜକୀୟ ଭକ୍ଷ୍ୟ ଓ ଦ୍ରାକ୍ଷାରସ ପାନୀୟ ବନ୍ଦ କରି ସେମାନଙ୍କୁ ପୂର୍ବପରି ଶାକାହାର ଦେଲେ।
17 ଆଉ ପରମେଶ୍ୱର ସେହି ଗ୍ଭରି ଯୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ୟତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।
18 ରାଜା ତିନି ବର୍ଷରେ ସେମାନେ ତାଲିମପ୍ରାପ୍ତ ହେବେ ବୋଲି ଇଚ୍ଛା କରିଥିଲେ। ତାହା ଶେଷ ହେଲା ପରେ ନପୁଂସକାଧିପତି ସେମାନଙ୍କୁ ନବୂଖଦ୍ନିତ୍ସର ସମ୍ମୁଖକୁ ଆଣିଲା। 19 ରାଜା ସେମାନଙ୍କ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସେମାନେ ରାଜାଙ୍କର ଦାସ ହେଲେ। 20 ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ। 21 ପୁଣି ଦାନିୟେଲ କୋରସ୍ ରାଜାର ପ୍ରଥମବର୍ଷ ପର୍ଯ୍ୟନ୍ତ ରହିଲେ।
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
ପରମେଶ୍ୱର ଇସ୍ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
ଏବଂ ସେହି ଭୂମି ତୁମ୍ଭର ହେବ।”
12 ଯେତେବେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତେବେଳେ ପରମେଶ୍ୱର ସେହି ପ୍ରତିଜ୍ଞା କରିଥିଲେ।
ପୁଣି ସେମାନେ ସେହି ଦେଶରେ ପ୍ରବାସୀ ପରି ରହୁଥିଲେ।
13 ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ
ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।
14 କିନ୍ତୁ ପରମେଶ୍ୱର, ସେମାନଙ୍କର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ।
ଆହୁରି ସେ ରାଜଗଣଙ୍କୁ ସେମାନଙ୍କର କ୍ଷତି ନ କରିବା ପାଇଁ କହିଲେ।
15 ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ।
ଏବଂ ଆମ୍ଭର ଭବିଷ୍ୟଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।”
16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ [a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
ସେମାନେ ଏକ ଲୁହାର କଡ଼ା ତା’ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା’ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
27 ପରମେଶ୍ୱର ମୋଶା ଓ ହାରୋଣଙ୍କ ଦ୍ୱାରା
ହାମ ଦେଶରେ ବହୁ ଅଦ୍ଭୂତ କାର୍ଯ୍ୟମାନ କରାଇଲେ।
28 ପରମେଶ୍ୱର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ,
କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ।
29 ସେ ସେମାନଙ୍କର ଜଳକୁ ରକ୍ତ କଲେ
ଓ ସେମାନଙ୍କର ମାଛସବୁ ମରିଗଲେ।
30 ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର
ବେଙ୍ଗରେ ପରିପୂର୍ଣ୍ଣ ହେଲା।
31 ପରମେଶ୍ୱର ଆଜ୍ଞା ଦେଲେ,
ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି
ସବୁଆଡ଼େ ଭର୍ତ୍ତି ହୋଇଗଲେ।
32 ପରମେଶ୍ୱର ସେମାନଙ୍କୁ ବର୍ଷା ବଦଳରେ କୁଆପଥର ବୃଷ୍ଟି କରାଇଲେ
ଏବଂ ଦେଶର ଗ୍ଭରିଆଡ଼େ ବିଜୁଳିର ଅଗ୍ନି ବ୍ୟାପିଗଲା।
33 ପରମେଶ୍ୱର ସେମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ
ଏବଂ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
34 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଓ ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ,
ସେମାନେ ଅସଂଖ୍ୟ ଥିଲେ।
35 ପଙ୍ଗପାଳ ଓ ପତଙ୍ଗ ସେମାନଙ୍କ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ।
ସେମାନେ କ୍ଷେତରୁ ଶସ୍ୟସବୁ ଖାଇ ପକାଇଲେ।
36 ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ
ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।
42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
2010 by World Bible Translation Center