Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 18

ଏଲିୟ ଓ ବାଲଙ୍କ ଭବିଷ୍ୟ‌ଦ୍‌ବକ୍ତାଗଣ

18 ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।” ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ।

ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା। ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ। ପୁଣି ଯେଉଁ ସମୟରେ ଈଷେବଲ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିୟ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଗୋଟିଏ ଗହ୍ୱର ମଧ୍ୟରେ ଲୁଗ୍ଭଇ ରଖି ସେମାନଙ୍କୁ ଅନ୍ନ ଜଳ ଦେଇ ପ୍ରତିପାଳନ କରିଥିଲେ। ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।” ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ଦେଶ ମଧ୍ୟରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ୱେଷଣ କରିବାକୁ ଗଲେ। ଆହାବ ଗୋଟିଏ ଦିଗରେ ଓ ଓବଦିୟ ଅନ୍ୟ ଦିଗରେ ଗଲେ। ଓବଦିୟ ପଥ ମଧ୍ୟରେ ଯାଉ ଯାଉ ଏଲିୟଙ୍କୁ ଭେଟିଲେ। ସେ ସଙ୍ଗେ ସଙ୍ଗେ ଏଲିୟଙ୍କୁ ଚିହ୍ନିଲେ ଓ ମୁଣ୍ତ ନୁଆଁଇ ପ୍ରଣାମ କରି କହିଲେ, “ତୁମ୍ଭେ କ’ଣ ମୋର ମହାଶୟ ଏଲିୟ?”

ଏଲିୟ ତହୁଁ ଉତ୍ତର କଲେ, “ହଁ, ମୁଁ ଏଲିୟ, ଯାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠାରେ ଅଛି।”

ତା’ପରେ ଓବଦିୟ କହିଲେ, “ଯଦି ମୁଁ ଆହାବଙ୍କୁ ତୁମ୍ଭର ଉପସ୍ଥିତି କହେ, ତେବେ ସେ ମୋତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତେବେ ତୁମ୍ଭେ ମୋତେ କାହିଁକି ମରାଇବାକୁ ଇଚ୍ଛା କରୁଛ?” 10 ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି। 11 ଏବେ ତୁମ୍ଭେ କହୁଛ, ଯାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିୟ ଏଠାରେ ଅଛନ୍ତି। 12 ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି। 13 ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଦୁଇଟି ଗହ୍ୱରରେ ଲୁଗ୍ଭଇ ରଖିଥିଲି ଓ ସେମାନଙ୍କୁ ଅନ୍ନ ଜଳ ଦେଇ ଭରଣ ପୋଷଣ କରିଥିଲି। 14 ଏବେ ତୁମ୍ଭେ କହୁଛ, ଯାଅ ତୁମ୍ଭ ମୁନିବଙ୍କୁ କୁହ ଏଲିୟ ଏଠାରେ ଅଛି। ତହିଁରେ ସେ ମୋତେ ବଧ କରିବେ।”

15 ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।”

16 ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ।

17 ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?”

18 ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବା‌ଲ୍‌‌‌ର ପୂଜା କରିବା ଆରମ୍ଭ କଲ। 19 ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ କର୍ମିଲ ପର୍ବତରେ ଦେଖା କରିବାକୁ କୁହ। ‌ବା‌ଲ୍‌ଦେବତାର 450 ଭବିଷ୍ୟ‌ଦ୍‌ବକ୍ତା ଓ ଆଶେରା ବେଦିର 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସେହି ପର୍ବତରେ ଦେଖା କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷେବଲର ମେଜରେ ଭୋଜନ କରନ୍ତି ଏବଂ ସେମାନଙ୍କୁ ପର୍ବତକୁ ଆଣ।”

20 ତେଣୁ ଆହାବ ସମସ୍ତ ଇସ୍ରାଏଲୀୟଙ୍କୁ ଓ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ। 21 ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ‌ବା‌ଲ୍‌ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।”

କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ। 22 ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଅଛି, ମାତ୍ର ବା‌ଲ୍‌‌‌ର 450 ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି। 23 ଦୁଇଟି ବୃଷଭ ଆଣ। ବାଲ୍ ଭବିଷ୍ୟ‌ଦ୍‌ବକ୍ତା ସେଥି ମଧ୍ୟରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସେମାନେ ସେଥିରେ ଅଗ୍ନି ସଂଯୋଗ କରିବା ଉଚିତ୍ ନୁହେଁ। ମୋତେ ମଧ୍ୟ ଗୋଟିଏ ବୃଷଭ ଦିଆଯାଉ, ଠିକ୍ ସେହିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି ଏବଂ ମୁଁ ତାକୁ ଅଗ୍ନି ଲଗାଇବି ନାହିଁ। 24 ବାଲ୍ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭେ ତୁମ୍ଭର ଦେବତାକୁ ପ୍ରାର୍ଥନା କରିବ ଓ ମୁଁ ମୋର ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ୱର ଅଗ୍ନିଦ୍ୱାରା ଉତ୍ତର ଦେବେ ସେହିଁ ପ୍ରକୃତ ପରମେଶ୍ୱର।”

ତା’ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।

25 ଏଲିୟ ବାଲ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ତୁମ୍ଭେମାନେ ତ ଏଠାରେ ଅନେକ ଅଛ। ପ୍ରଥମେ ତୁମ୍ଭେମାନେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦେବତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂଯୋଗ କର ନାହିଁ।”

26 ତେଣୁ ସେମାନେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ପ୍ରାର୍ଥନା କରି କହିଲେ, “ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ।” ମାତ୍ର କୌଣସି ଶବ୍ଦ ହେଲା ନାହିଁ କି କେହି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କ ନିର୍ମିତ ଯଜ୍ଞବେଦିର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।

27 ଏଲିୟ ସେମାନଙ୍କୁ ପରିହାସ କରି କହିଲେ, “ଯଦି ବାଲ୍ ସତ୍ୟ ଦେବତା, ତେବେ ଉଚ୍ଚସ୍ୱରରେ ଡାକ, ସେ ହୁଏତ ଧ୍ୟାନ କରୁଥିବ କିମ୍ବା ବାହାରକୁ ଯାଇଥିବ, କିମ୍ବା ଯାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ୱରରେ ଡାକ।” 28 ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା। 29 ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପ କରି ଗ୍ଭଲିଲେ। କିନ୍ତୁ କୌଣସି ଶବ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କେହି ମନୋଯୋଗ କଲେ ନାହିଁ।

30 ତା’ପରେ ଏଲିୟ ଲୋକମାନଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମ୍ଭେମାନେ ମୋ’ ନିକଟକୁ ଆସ।” ତେଣୁ ସେମାନେ ଏଲିୟର ଗ୍ଭରି ପାଖରେ ଏକତ୍ରିତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ଯାଇଥିବା ଯଜ୍ଞବେଦିକୁ ଏଲିୟ ପୁନଃନିର୍ମାଣ କଲେ। 31 ଏଲିୟ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ। 32 ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ। 33 ତା’ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ। 34 ତା’ପରେ ଏଲିୟ କହିଲେ, “ଗ୍ଭରିଟି କଳସ ଜଳରେ ପୂର୍ଣ୍ଣ କରି ସେହି ହୋମାର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ।” ପୁଣି ଏଲିୟ କହିଲେ, “ଦ୍ୱିତୀୟ ଥର ପାଇଁ ତାହା କର।” ତା’ପରେ ପୁଣି କହିଲେ, “ତୃତୀୟ ଥର ପାଇଁ ତାହା କର।” ସେମାନେ ପ୍ରତିଥର ତାହା ହିଁ କଲେ। 35 ତଦ୍ଦ୍ୱାରା ଯଜ୍ଞବେଦିରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା।

36 ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି। 37 ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।”

38 ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା। 39 ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”

40 ତା’ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।

ପୁନର୍ବାର ବର୍ଷାର ଆଗମନ

41 ତତ୍ପରେ ଏଲିୟ ରାଜା ଆହାବଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଇ ଭୋଜନପାନ କର। କାରଣ ପ୍ରବଳ ବର୍ଷା ଆସୁଅଛି।” 42 ତେଣୁ ରାଜା ଆହାବ ଭୋଜନ ନିମନ୍ତେ ଗଲେ। ଏଲିୟ କର୍ମିଲ ପର୍ବତର ଉପରକୁ ଚଢ଼ିଲେ ଆଶାରେ ପଡ଼ିଲେ ଏବଂ ଆପଣା ଆଣ୍ଠୁ ମଧ୍ୟରେ ମୁଣ୍ତ ରଖିଲେ। 43 ତା’ପରେ ଏଲିୟ ତାଙ୍କର ସେବକକୁ କହିଲେ, “ସମୁଦ୍ର ଆଡ଼କୁ ଅନାଅ।”

ତହୁଁ ସେ ଉଠିଲା ଏବଂ ସମୁଦ୍ର ଆଡ଼କୁ ଅନାଇଲା ଏବଂ କହିଲା, “ମୁଁ କିଛି ଦେଖୁ ନାହିଁ।” ଏହିପରି ଭାବରେ ଏଲିୟ ତାଙ୍କୁ ସାତଥର ଯାଇ ଆସିବାକୁ କହିଲେ। 44 ସପ୍ତମ ଥରରେ ସେବକ ଫେରି ଆସି କହିଲା, “ମୁଁ ମନୁଷ୍ୟର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।”

ବର୍ତ୍ତମାନ ଏଲିୟ ସେବକକୁ କହିଲେ, “ଯାଅ ଏବଂ ଆହାବଙ୍କୁ କୁହ: ତୁମ୍ଭର ରଥ ପ୍ରସ୍ତୁତ କରି ଘରକୁ ଗ୍ଭଲି ଯାଆନ୍ତୁ ନଚେତ୍ ବର୍ତ୍ତମାନ ବର୍ଷା ତୁମ୍ଭର ଯାତ୍ରାକୁ ଅଟକାଇବ।”

45 ଅଳ୍ପକ୍ଷଣ ପରେ ଆକାଶ କଳା ମେଘରେ ଆବୃତ ହୋଇ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହୋଇଗଲା। ଆହାବ ତାଙ୍କର ରଥରେ ବସି ଯିଷ୍ରିୟେଲକୁ ଗଲେ। 46 ସଦାପ୍ରଭୁଙ୍କ ଶକ୍ତି ଏଲିୟଙ୍କ ଉପରେ ପଡ଼ିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କ ଆଗେ ଆଗେ ଦୌଡ଼ିଗଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1

ପାଉଲ, ସିଲ୍ୱାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର।

ଏହି ମଣ୍ଡଳୀଟି ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି।

ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।

ଥେସଲନୀକୀୟମାନଙ୍କ ଜୀବନ ଓ ବିଶ୍ୱାସ

ପ୍ରାର୍ଥନା କଲାବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେ ପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।

ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ। ଏବେ ତୁମ୍ଭେମାନେ ମଧ୍ୟ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହୋଇ ଯାଇଛ। ଅତ୍ୟଧିକ କଷ୍ଟ ପାଇଲା ପରେ ମଧ୍ୟ ତୁମ୍ଭେମାନେ ସେହି ଶିକ୍ଷାକୁ ଆନନ୍ଦରେ ଗ୍ରହଣ କରିଛ। ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।

ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକମାନଙ୍କ ପାଇଁ ତୁମ୍ଭେମାନେ ଆଦର୍ଶ ହୋଇଥିଲ। ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ। ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ, ଯେପରି ଭଲ ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭେମାନେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ୱରଙ୍କ ସେବା କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟରେ ସେମାନେ କହନ୍ତି। 10 ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଙ୍କର ସ୍ୱର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌‌ଥିତ କରିଛନ୍ତି। ପରମେଶ୍ୱରଙ୍କ ଆଗାମୀ କ୍ରୋଧପୂର୍ଣ୍ଣ ବିଗ୍ଭରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 48

ଇସ୍ରାଏଲର ପରିବାରବର୍ଗ ପାଇଁ ଦେଶ

48 “ଉତ୍ତର ସୀମା ଭୂମଧ୍ୟସାଗରଠାରୁ ପୂର୍ବକୁ ହ‌‌ତ୍‌‌ଲୋନ, ହମାତ୍ ମଧ୍ୟରେ ଏବଂ ହ‌‌ତ୍‌‌ସରେ-ଐନନ୍ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଏହା ଦମ୍ମେଶକ ଓ ହମାତର ସୀମା ଉପରେ ଥିଲା। ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧ୍ୟରେ ଦେଶ ବିଭାଗ ହେବ ଓ ଉତ୍ତରରୁ ଦକ୍ଷିଣ ସୀମା ମଧ୍ୟରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହେବ। ଆଉ ପରିବାରବର୍ଗଙ୍କ ନାମ ଏହିପରି ଯଥା: ଦାନ, ଆଶେର, ନପ୍ତାଲି, ମନଃଶି, ଇଫ୍ରୟିମ, ରୁବେନ୍ ଓ ଯିହୁଦା।

ଭୂମିର ସ୍ୱତନ୍ତ୍ର ବିଭାଗ

“ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦେଇଛ ତାହା ଯିହୁଦାର ଉତ୍ତର ସୀମାରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଅନ୍ୟାନ୍ୟ ଅଂଶର ସମାନ ହେବ। ଆଉ ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ମନ୍ଦିର ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହାର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ [a] ହେବ। 10 ସେହି ବିଶେଷ ଭୂମି

“ଯାଜକମାନଙ୍କ ପାଇଁ ହେବ। ତାହା ଉତ୍ତରରେ 25,000 ହାତ ଦୈର୍ଘ୍ୟ ଓ ପଶ୍ଚିମରେ 10,000 ହାତ ପ୍ରସ୍ଥ ହେବ। ପୁଣି ପୂର୍ବ ଆଡ଼େ 10,000 ହାତ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ 25,000 ହାତ ଦୈର୍ଘ୍ୟ ହେବ। ଏହାର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ମନ୍ଦିର ହେବ। 11 ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହେବ। ଯେଉଁମାନେ ମୋତେ ବିଶ୍ୱସ୍ତ ଭାବରେ ସେବା କରିଛନ୍ତି, କାରଣ ସେମାନେ ଆମର ରକ୍ଷଣୀୟ। ଇସ୍ରାଏଲର ପରିବାରବର୍ଗ ବିପଥଗାମୀ ହେବା ସମୟର ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ। 12 ସେମାନେ ମହାପବିତ୍ର ଭୂମିରୁ ଲେବୀୟମାନଙ୍କ ସୀମା ପାଖରେ ଏକ ବିଶେଷ ଭାଗ ପାଇବେ।

13 “ସୀମା ସହିତ ଯାଜକମାନେ, ଲେବୀୟମାନେ 25,000 ହାତ ଦୈର୍ଘ୍ୟ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାୟ ଭୂମିର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ ହେବ। 14 ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ୟ ପରିବର୍ତ୍ତିତ ହେବ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହୋଇଅଛି।

ନଗର ସମ୍ପତ୍ତି ପାଇଁ ବିଭାଗ ବଣ୍ଟନ

15 “ଆଉ 25,000 ହାତ ଦୈର୍ଘ୍ୟ ଓ 5000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ୟବହାର, ନଗର, ବସତିସ୍ଥାନ ଓ ଗ୍ଭରଣଭୂମି ନିମନ୍ତେ ରହିବ ଓ ତାହାର ମଧ୍ୟସ୍ଥାନରେ ନଗର ରହିବ। 16 ନଗରର ପରିମାପ ଏହିପରି ହେବ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରତ୍ୟେକ 4500 ହାତ ବିଶିଷ୍ଟ ହେବ। 17 ଆଉ ନଗରର ଗ୍ଭରଣଭୂମି ହେବ। ତାହାର ଉତ୍ତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୀମା ପ୍ରତ୍ୟେକ 250 ହାତ ବିଶିଷ୍ଟ ଭୂମି ହେବ। 18 ପୁଣି ପବିତ୍ର ଉପହାର ଭୂମି ଦୈର୍ଘ୍ୟାନୁସାରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହେବ। ଆଉ ତାହା ନଗରର କାର୍ଯ୍ୟ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ। 19 ଆଉ ଇସ୍ରାଏଲର ଯାବତୀୟ ପରିବାରବର୍ଗ ସେହି ଭୂମିରେ କୃଷି କରିବେ।

20 “ସମୁଦାୟ ଉପହାର ଭୂମିର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 25,000 ହାତ ହେବ। ସ୍ୱତନ୍ତ୍ର ବ୍ୟବହାର ନିମନ୍ତେ ଏହି ଭୂମିକୁ ବ୍ୟବହାର କରାଯିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲେବୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।

21-22 “ଭୂମିର ଅଂଶ ପବିତ୍ର ମନ୍ଦିର ପାଇଁ ଅଲଗା ରଖାଗଲା ଏବଂ ସହର ମୁଖ୍ୟଙ୍କ ପାଖକୁ ଯିବା ଉଚିତ୍। ଅର୍ଥାତ୍ ଅନ୍ୟାନ୍ୟ ଅଂଶ ଅନୁସାରେ ପୂର୍ବସୀମା ଆଡ଼େ 25,000 ହାତ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ 25,000 ହାତ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ। ଆଉ ପବିତ୍ର ଉପହାର ଭୂମି ଓ ମନ୍ଦିରର ପବିତ୍ର ସ୍ଥାନ ତହିଁର ମଧ୍ୟବର୍ତ୍ତୀ ହେବ। ଆହୁରି ଅଧିପତିଙ୍କ ଅଂଶର ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି ତାହା ଅଧିପତିଙ୍କ ପାଇଁ ହେବ।

23-27 “ଯର୍ଦ୍ଦନ ନଦୀର ପୂର୍ବରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ୱତନ୍ତ୍ର ଭୂମିର ଦକ୍ଷିଣରେ ରହିବ। ଏହିସବୁ ପରିବାରବର୍ଗମାନେ ଯର୍ଦ୍ଦନ ନଦୀର ପୂର୍ବଦିଗରେ ବାସ କରନ୍ତି। ପୂର୍ବ ସୀମାରୁ ମହାସମୁଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସେହି ପରିବାରବର୍ଗଗୁଡ଼ିକ ହେଲେ: ବିନ୍ୟାମୀନ, ଶିମିୟୋନ, ଇଷାଖର, ସବଲୁନ ଓ ଗାଦ୍।

28 “ପୁଣି ଗା‌ଦ୍‌ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ ଦେଶର ସୀମା ହେବ। 29 ସେହି ହେଉଛି ଦେଶ ଯାହାକୁ ତୁମ୍ଭେମାନେ ଇସ୍ରାଏଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ କରିବ ଓ ଏଗୁଡ଼ିକ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ଅଟେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

ନଗରର ଦ୍ୱାରସମୂହ

30 “ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ। ଇସ୍ରାଏଲଙ୍କ ପରିବାରବର୍ଗ ପରେ ସେମାନେ ନାମିତ ହେବେ।

“ଉତ୍ତର ଆଡ଼େ 4500 ହାତ ପରିମିତ ଭୂମି ହେବ। 31 ଇସ୍ରାଏଲର ପରିବାରବର୍ଗର ନାମାନୁସାରେ ଉତ୍ତରରେ ତିନି ଦ୍ୱାର ହେବ। ସେଗୁଡ଼ିକ ହେଲେ ରୁବେ‌‌‌ନ୍‌‌‌ର ଦ୍ୱାର, ଯିହୁଦାର ଦ୍ୱାର ଓ ଲେବୀର ଦ୍ୱାର।

32 “ନଗରର ପୂର୍ବଦିଗରେ 4500 ହାତ ପରିମିତ ଭୂମି ହେବ ଓ ସେଠାରେ ତିନି ଦ୍ୱାର ହେବ। ଯଥା: ଯୋଷେଫଙ୍କର ଦ୍ୱାର, ବିନ୍ୟାମୀନର ଦ୍ୱାର ଓ ଦାନର ଦ୍ୱାର।

33 “ନଗରର ଦକ୍ଷିଣ ପାର୍ଶ୍ୱ 4500 ହାତ ହେବ ଓ ସେଠାରେ ମଧ୍ୟ ତିନି ଦ୍ୱାର ରହିବ। ଯଥା: ଶିମିୟୋନର ଦ୍ୱାର, ଇଷାଖରର ଦ୍ୱାର ଓ ସବୂଲୂନର ଦ୍ୱାର।

34 “ପୁଣି ପଶ୍ଚିମ ପାର୍ଶ୍ୱର ଭୂମି 4500 ହାତ ପରିମିତ ହେବ ଓ ସେଠାରେ ମଧ୍ୟ ତିନିଦ୍ୱାର ହେବ। ଯଥା: ଗା‌ଦ୍‌ର ଦ୍ୱାର, ଆଶେରର ଦ୍ୱାର ଓ ନପ୍ତାଲିର ଦ୍ୱାର।

35 “ନଗରର ଚତୁର୍ଦ୍ଦିଗର ଦୈର୍ଘ୍ୟ 18,000 ହାତ ପରିମିତ ହେବ। ଆଉ ବର୍ତ୍ତମାନଠାରୁ ନଗରର ନାମ ହେବ, ସଦାପ୍ରଭୁ ତହିଁ ବିଦ୍ୟମାନ।”

ଗୀତସଂହିତା 104

104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
    ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
    ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
    ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
    ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
    ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ।
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
    ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
    ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
    ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
    ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
    ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

10 ପରମେଶ୍ୱର ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
    ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
    ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
    ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
    କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
    ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
    ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
    ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ
    ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।

16 ଲିବାନୋ‌ନ୍‌ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
    ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
    ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
    ଶୈଳସବୁ ଶାଫନର [b] ଆଶ୍ରୟ।

19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
    ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
    ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
    ସେତ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
    ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା’ର କାମକୁ ବାହାରେ
    ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
    ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
    ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
    ତହିଁରେ ଖେଳିବା ପାଇଁ
    ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।

27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
    ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
    ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
    ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
    ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
    ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
    ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
    ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।

33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
    ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center