Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 16

16 ଅନନ୍ତର ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁ ହନାନିର ପୁତ୍ର ଯେହୂଙ୍କୁ କହିଲେ, “ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମୋର ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ଯାରବିୟାମଙ୍କ ପଥ ଅନୁସରଣ କଲ ଏବଂ ମୋର ଲୋକ ଇସ୍ରାଏଲୀୟମାନଙ୍କୁ ପାପ କରାଇଲ। ସେମାନଙ୍କ ପାପରେ ଆମ୍ଭେ କ୍ରୋଧିତ ହେଲୁ। ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ଯାରବିୟାମର ପରିବାରକୁ ଧ୍ୱଂସ କରିଥିଲି। ବାଶାର କେହି ଯଦି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ ଯେଉଁମାନେ କ୍ଷେତ୍ରରେ ମରିବେ ପକ୍ଷିମାନେ ସେମାନଙ୍କୁ ଖାଇବେ।”

ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ କାର୍ଯ୍ୟକଳାପ ଇସ୍ରାଏଲର ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। ବାଶା ମୃତ୍ୟୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସାରେ କବର ପାଇଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଏଲା ରାଜା ହେଲେ।

ସଦାପ୍ରଭୁ, ବାଶା ଓ ତା’ର ପରିବାରର ବିପକ୍ଷରେ ଭବିଷ୍ୟ‌ଦ୍‌ବକ୍ତା ହନାନିୟଙ୍କ ପୁତ୍ର ଯେହୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ଯ୍ୟଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧିତ କଲେ। ଯାରବିୟାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସେଇ କାର୍ଯ୍ୟ କଲେ। ସଦାପ୍ରଭୁ ମଧ୍ୟ କ୍ରୋଧିତ ଥିଲେ କାରଣ ସେ ସମସ୍ତ ଯାରବିୟାମ ପରିବାରକୁ ହତ୍ୟା କଲେ।

ଏଲା, ଇସ୍ରାଏଲର ରାଜା

ଯିହୁଦାରେ ଆସାର ଛବିଶ୍ ବର୍ଷ ରାଜତ୍ୱ କାଳରେ ବାଶାର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜତ୍ୱ କଲେ।

ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା। 10 ସେତେବେଳେ ସିମ୍ରି ଗୃହ ମଧ୍ୟକୁ ପ୍ରବେଶ କରି ଏଲାଙ୍କୁ ହତ୍ୟା କଲେ। ଯିହୁଦାର ରାଜା ଆସାଙ୍କର ସତାଇଶ୍ ବର୍ଷ ରାଜତ୍ୱ କାଳରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇସ୍ରାଏଲର ରାଜା ହେଲେ।

ସିମ୍ରି ଇସ୍ରାଏଲର ରାଜା

11 ସିମ୍ରି ରାଜା ହେଲା ପରେ ସେ ବାଶାଙ୍କର ସମୁଦାୟ ବଂଶ, ଜ୍ଞାତି ଓ ବନ୍ଧୁମାନଙ୍କୁ ହତ୍ୟା କଲେ। ଏପରିକି ଜଣେ ପୁରୁଷକୁ ସେ ଛାଡ଼ିଲେ ନାହିଁ। 12 ସଦାପ୍ରଭୁ ବାଶାଙ୍କ ବିରୁଦ୍ଧର ବାକ୍ୟ ଅନୁସାରେ ଭବିଷ୍ୟ‌ଦ୍‌ବକ୍ତା ଯେହୂଙ୍କୁ ସିମ୍ରି ବାଶାଙ୍କର ସମଗ୍ର ବଂଶକୁ ଧ୍ୱଂସ କଲେ। 13 ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମରେ ଲିପ୍ତ ରହିଲେ ଓ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। ସେମାନଙ୍କର ବହୁତ ମୂର୍ତ୍ତି ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।

14 ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।

15 ଯିହୁଦାରେ ଆସାଙ୍କ ସତାଇଶ୍ ବର୍ଷ ରାଜତ୍ୱ କାଳରେ ସିମ୍ରି ଇସ୍ରାଏଲର ରାଜା ହେଲେ। ସେ ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। 16 ଛାଉଣିରେ ଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଗୁପ୍ତ ଚକ୍ରାନ୍ତ ଦ୍ୱାରା ରାଜାଙ୍କୁ ମାରି ରାଜା ହୋଇଛନ୍ତି। ସେମାନେ ଅମ୍ରିନାମକ ଜଣେ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କରାଇଲେ। 17 ତେଣୁ ଅମ୍ରି ଏବଂ ସମଗ୍ର ଇସ୍ରାଏଲ ଲୋକ ଗିବ୍ବଥୋନ ତ୍ୟାଗ କରି ତିର୍ସା ଆକ୍ରମଣ କଲେ। 18 ଯେତେବେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହୋଇଯାଇଛି, ସେ ପ୍ରାସାଦରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡ଼ିଯାଇ ମୃତ୍ୟୁବରଣ କଲେ। 19 ସିମ୍ରି ତା’ର ପାପ ପାଇଁ ମଲା। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଗ୍ଭଲିଲେ ଓ ଯାରବିୟାମଙ୍କ ପରି ପାପ ପଥରେ ଗଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ଫଳରେ ସମଗ୍ର ଇସ୍ରାଏଲ ପାପଗ୍ରସ୍ତ ହେଲା।

20 ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ରାଜାଙ୍କର ବିରୁଦ୍ଧରେ ଚକ୍ରାନ୍ତ ବିଷୟରେ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।

ଅମ୍ରି ଇସ୍ରାଏଲର ରାଜା

21 ସେ ସମୟରେ ଇସ୍ରାଏଲର ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ। ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତି‌ବ୍‌ନିକି ରାଜା କରିବା ପାଇଁ ତା’ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। 22 ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତି‌ବ୍‌ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତି‌ବ୍‌ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।

23 ଯିହୁଦାରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ୱ କାଳରେ ଅମ୍ରି ଇସ୍ରାଏଲର ରାଜା ହେଲେ। ଅମ୍ରି ଇସ୍ରାଏଲରେ ବାରବର୍ଷ ରାଜତ୍ୱ କଲେ। ସେହି ବାରବର୍ଷ ମଧ୍ୟରୁ ଛଅ ବର୍ଷ ତିର୍ସାରେ ରାଜତ୍ୱ କଲେ। 24 ମାତ୍ର ସେ ଶେମରଙ୍କୁ ଦୁଇ ତଳାନ୍ତ ରୂପା ଦେଇ ଶମରୋଣ୍ ପର୍ବତ କ୍ରୟ କଲେ। ସେ ଶମରୋଣ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସେହି ପର୍ବତର ମାଲିକର ନାମ ଶେମରର ନାମାନୁସାରେ ନଗରର ନାମ ଶମରିୟା ରଖିଲେ।

25 ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ। 26 ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ କରିଥିଲେ ଅମ୍ରି ସେହି ପାପ କଲେ ଓ ଇସ୍ରାଏଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ।

27 ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ଯ୍ୟଗୁଡ଼ିକ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 28 ଅମ୍ରିଙ୍କର ମୃତ୍ୟୁପରେ ସେ ଶମରିୟାରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।

ଆହାବ, ଇସ୍ରାଏଲର ରାଜା

29 ଯିହୁଦାରେ ଆସାଙ୍କ ରାଜତ୍ୱ କାଳର ଅଠତିରିଶ୍ ବର୍ଷରେ ଅମ୍ରିଙ୍କ ପୁତ୍ର ଆହାବ ଇସ୍ରାଏଲର ରାଜା ହେଲେ। ଆହାବ ଇସ୍ରାଏଲର ଶମରିୟା ନଗରରେ ବାଇଶ ବର୍ଷ ରାଜତ୍ୱ କଲେ। 30 ଆହାବ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ। 31 ନବାଟଙ୍କ ପୁତ୍ର ଯାରବିୟାମଙ୍କ ପରି ପାପ କରିବା ତାଙ୍କ ପାଇଁ ଯଥେଷ୍ଟ ନ ଥିଲା। ସେ ସୀଦୋନର ରାଜା ଇ‌ତ୍‌ବାଲଙ୍କର କନ୍ୟା ଈଷେବଲକୁ ବିବାହ କଲେ ଓ ସୀଦୋନର ‌ବା‌ଲ୍‌ଦେବତାଙ୍କୁ ପୂଜା କରିବାକୁ ଓ ସେବା କରିବାକୁ ଆରମ୍ଭ କଲେ। 32 ଆହାବ ଶମରିୟାରେ ‌ବା‌ଲ୍‌ଦେବତାଙ୍କ ଉପାସନା ପାଇଁ ଏକ ମନ୍ଦିର ନିର୍ମାଣ କଲେ ଓ ସେହି ମନ୍ଦିରରେ ଏକ ଯଜ୍ଞବେଦି ତିଆରି କଲେ। 33 ଆହାବ ଉପାସନା କରିବା ପାଇଁ ଆଶେରା ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତି କଲେ।

34 ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା।

କଲସୀୟଙ୍କ ପ୍ରତି ପତ୍ର 3

ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ

ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି। ସବୁବେଳେ ସେହି ସ୍ୱର୍ଗର ବିଷୟ ଗୁଡ଼ିକ ଅନ୍ୱେଷଣ କର, ମର୍ତ୍ତ୍ୟର ବିଷୟ ଗୁଡ଼ିକ ପାଇଁ ନୁହେଁ। ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ।

ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ।

କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। 10 ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। 11 ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।

ଅନ୍ୟ ଲୋକଙ୍କ ସହିତ ତୁମ୍ଭର ନୂତନ ଜୀବନ

12 ପରମେଶ୍ୱର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ଅତଏବ ତୁମ୍ଭେମାନେ ସର୍ବଦା ନିମ୍ନୋକ୍ତ କାର୍ଯ୍ୟମାନ କର: ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ଧୈର୍ଯ୍ୟବାନ ହୁଅ। 13 ପରସ୍ପର ପ୍ରତି କ୍ରୋଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ୍ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ମଧ୍ୟ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ। 14 ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ୟ ବିଷୟ ହେଲା, ପରସ୍ପରକୁ ପ୍ରେମ କରିବା। ପ୍ରେମ ତୁମ୍ଭମାନଙ୍କୁ ଏକତାରେ ଏକାଠି ବାନ୍ଧି ରଖେ। 15 ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଗ୍ଭରକୁ ସଂଯମ କରିବ। ତୁମ୍ଭେମାନେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀରରେ ଡକା ହୋଇଛ। ସବୁବେଳେ ଧନ୍ୟବାଦୀ ରୁହ।

16 ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ। 17 ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।

ଆପଣଙ୍କ ନୂତନ ଜୀବନ ଆପଣଙ୍କ ଗୃହରେ

18 ପତ୍ନୀଗଣ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ୍ ଅଟେ।

19 ପତିଗଣ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର କର।

20 ସନ୍ତାନଗଣ! ପ୍ରତ୍ୟେକ କଥାରେ ପିତା-ମାତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।

21 ପିତାଗଣ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା’ହେଲେ ସେମାନେ ହତାଶ ହୋଇଯିବେ।

22 ସେବକଗଣ! ଏହି ପୃଥିବୀରେ ପ୍ରତ୍ୟେକ କଥାରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତେବେଳେ ମାଲିକ ଦେଖୁ ନାହାନ୍ତି, ସେତେବେଳେ ମଧ୍ୟ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ୱାରା ତୁମ୍ଭେମାନେ ପ୍ରକୃତରେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭେମାନେ ନିଷ୍ଠାପର ସହିତ ଆଜ୍ଞା ପାଳନ କର। 23 ସମସ୍ତ କାମଗୁଡ଼ିକ କଲାବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସେବା କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର। 24 ମନେରଖ! ତୁମ୍ଭେମାନେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦେଇଛନ୍ତି, ତାହା ତୁମ୍ଭମାନଙ୍କୁ ଦେବେ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରୁଛ। 25 ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 46

ଅଧିପତି ଓ ପର୍ବଗୁଡ଼ିକ

46 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଭିତର ପ୍ରାଙ୍ଗଣର ପୂର୍ବଦ୍ୱାର କାର୍ଯ୍ୟକାରୀ ଛଅ ଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ୟା ଦିନ ଖୋଲା ରହିବ। ପୁଣି ଅଧିପତି ବାହାର ଦ୍ୱାରର ବାରଣ୍ଡା ଦେଇ ପ୍ରବେଶ କରିବେ ଓ ଦ୍ୱାର ଚୌକାଠ ନିକଟରେ ଠିଆ ହେବେ। ଆଉ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତା’ପରେ ବାହାରି ଯିବେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। ଆଉ ବିଶ୍ରାମ ବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।

“ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିଖୁଣ ଛଅ ଗୋଟି ମେଷଶାବକ ଓ ନିଖୁଣ ଏକ ମେଷ ହେବ। ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଶସ୍ୟ ନୈବେଦ୍ୟ ଦେବେ ଓ ମେଷଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦେବେ।

“ଅମାବାସ୍ୟା ଦିନ ହୋମବଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମେଷ ଶାବକ ଓ ଏକ ମେଷ ହେବ। ଆଉ ଏଗୁଡ଼ିକ ସବୁ ନିଖୁଣ ହେବେ। ଆଉ ଅଧିପତି ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ, ମେଷ ସଙ୍ଗେ ଏକ ଐଫା ଶସ୍ୟ ଓ ମେଷଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦେବେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦେବେ।

“ପୁଣି ଅଧିପତି ପ୍ରବେଶ କଲାବେଳେ ସେହି ଦ୍ୱାର ବାରଣ୍ଡା ଦେଇ ଭିତରକୁ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।

“ମାତ୍ର ନିରୂପିତ ପର୍ବଦିନମାନଙ୍କରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାର ପଥଦେଇ ଆସିବ, ସେ ଦକ୍ଷିଣ ଦ୍ୱାର ପଥଦେଇ ବାହାରି ଯିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ୱାର ପଥ ଦେଇ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ୱାର ପଥଦେଇ ବାହାରି ଯିବ। ମାତ୍ର କେହି ଯେଉଁ ଦ୍ୱାର ଦେଇ ଆସିବେ ସେହି ଦ୍ୱାର ଦେଇ ଫେରିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ। 10 ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ ସେତେବେଳେ ଅଧିପତି ସେମାନଙ୍କ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସେମାନେ ଏକତ୍ର ବାହାରିଯିବେ।

11 “ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ, ଏକ ଅଣ୍ଡିରା ମେଷ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ ଓ ମେଷ ଶାବକମାନଙ୍କ ସଙ୍ଗେ ଶସ୍ୟ ନୈବେଦ୍ୟ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦେବେ।

12 “ପୁଣି ଅଧିପତି ଯେତେବେଳେ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବଦ୍ୱାର ଫିଟାଯିବ। ଏବଂ ସେ ବିଶ୍ରାମ ଦିନରେ ଯେପରି କରନ୍ତି ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା’ପରେ ସେ ବାହାରି ଯିବେ ଓ ବାହାରି ଗଲାପରେ ଦ୍ୱାର ବନ୍ଦ କରାଯିବ।

ପ୍ରତ୍ୟହ ନୈବେଦ୍ୟ

13 “ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ଏକ ମେଷ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତରେ ଉତ୍ସର୍ଗ କରିବ। 14 ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ୟ ନୈବେଦ୍ୟ ବନ୍ଦ ନ କରି ସର୍ବଦା ଦେବ। 15 ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତରେ ମେଷଛୁଆ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।”

ଅଧିପତିଙ୍କ ଉତ୍ତରାଧିକାରୀଙ୍କ ପାଇଁ ବିଧି

16 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତେବେ ତା’ର ଉତ୍ତରାଧିକାରୀ ସେହି ପୁତ୍ରମାନେ ହେବେ। ଏହା ସେମାନଙ୍କର ସମ୍ପତ୍ତି ହେବ। 17 ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତିବର୍ଷ ପର୍ଯ୍ୟନ୍ତ ତାହାର ହେବ। ଓ ତା’ପରେ ତାହା ଅଧିପତି ନିକଟକୁ ଫେରିଯିବ। ଆଉ ସେ ଉତ୍ତରାଧିକାରିତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। 18 ଆଉ ଅଧିପତି ନିଶ୍ଚୟ ଲୋକମାନଙ୍କୁ ସେମାନଙ୍କ ଉତ୍ତରାଧିକାରୀରୁ ବଞ୍ଚିତ କରି ପାରିବେ ନାହିଁ, ସେମାନଙ୍କର ସମ୍ପତ୍ତିରୁ ତଡ଼ି ଦେଇ ପାରିବ ନାହିଁ। ତାଙ୍କର ପୁତ୍ରଗଣ କେବଳ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକାରେ ମୋର କୌଣସି ଲୋକ ତା’ର ସମ୍ପତ୍ତିରୁ ଅଲଗା ହେବ ନାହିଁ।”

ସ୍ୱତନ୍ତ୍ର ପାକଶାଳା

19 ତା’ପରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସେଠାରେ ପଶ୍ଚିମରେ ଏକ ସ୍ଥାନ ଥିବାର ଦେଖିଲି। 20 ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବା ଦରକାର ନାହିଁ।”

21 ଏହା ପରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଗ୍ଭରିକୋଣ ଦେଇ ଗମନ କରାଇଲେ। ଆଉ ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। 22 ପ୍ରାଙ୍ଗଣର ଗ୍ଭରି କୋଣରେ ଗ୍ଭଳିଶ୍ ହାତ ଦୈର୍ଘ୍ୟ ଓ ତିରିଶ୍ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ ଛୋଟ ପ୍ରାଙ୍ଗଣ ଥିଲା। କୋଣମାନଙ୍କର ଏହି ଗ୍ଭରି ପ୍ରାଙ୍ଗଣର ମାପ ସମାନ ଥିଲା। 23 ସେହି ପ୍ରାଙ୍ଗଣର ଗ୍ଭରିପାଖରେ ଥାକ ଥିଲା। ସେହି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହୋଇଥିଲା। 24 ଆଉ ସେ ମୋତେ କହିଲେ, “ଏସବୁ ପାକ ଗୃହ ଓ ଏହି ସ୍ଥାନରେ ଗୃହର ପରିଗ୍ଭରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”

ଗୀତସଂହିତା 102

ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
    ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
    ମୋ’ ପ୍ରତି କର୍ଣ୍ଣପାତ କର।
    ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
    ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ମୋର ଶକ୍ତିସବୁ ଶେଷ ହୋଇଯାଇଛି।
    ମୁଁ ଯେପରି ଶୁଖିଲା ତୃଣପରି।
    ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
ମୋର ଦୁଃଖ ସକାଶୁ ବର୍ତ୍ତମାନ
    ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
    ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
    ମୁଁ ଶୋଇପାରେ ନାହିଁ।
ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
    ମୋତେ ସେମାନେ ପରିହାସ କରନ୍ତି।
ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
    ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
    ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।

11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
    ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
    ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
    ସେହି ଯଥାର୍ଥ ସମୟ ଆସିଅଛି।
    ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
    ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
    ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
    ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
    ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
    ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
    ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
    ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
    ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
    ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
    ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
    ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
    ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
    କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
    ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
    ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
    ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
    ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center