M’Cheyne Bible Reading Plan
ଶିବାର ରାଣୀ ଶଲୋମନଙ୍କୁ ସାକ୍ଷାତ କରିବାକୁ ଆସିଲେ
10 ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ। 2 ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣରେ ଯିରୁଶାଲମକୁ ଆସିବା ବେଳେ ସଙ୍ଗରେ ଓଟ ପୃଷ୍ଠରେ ସୁଗନ୍ଧି ଦ୍ରବ୍ୟ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭେଟିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶଲୋମନଙ୍କୁ ପଗ୍ଭରିଲେ। 3 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନ ଥିଲା। 4 ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ୟ ତାଙ୍କର ନୂତନ ପ୍ରାସାଦ ଦେଖିଲେ। 5 ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’
6 ସେ ଶଲୋମନଙ୍କୁ କହିଲେ, “ମୁଁ ନିଜ ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ବିଷୟରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ। 7 ମୁଁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖିରେ ଦେଖିଅଛି। ଯାହାସବୁ ମୁଁ ଶୁଣିଥିଲି, ତୁଳନାତ୍ମକ ମୁଁ ତାହା ପାଇଛି, ଜିନିଷଗୁଡ଼ିକ ମୁଁ ଏଠାରେ ଯାହା ଦେଖୁଛି ବହୁତ ବଡ଼ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ୱର୍ଯ୍ୟର କଥା ଯାହା ମୋତେ ଲୋକମାନେ କହିଥିଲେ, ତା’ଠାରୁ ବହୁତ ଅଧିକ। 8 ତୁମ୍ଭର ସ୍ତ୍ରୀମାନେ [a] ଓ ତୁମ୍ଭର ଲୋକମାନେ ବାସ୍ତବରେ ଭାଗ୍ୟବାନ୍, ତୁମ୍ଭ ଉପସ୍ଥିତିରେ ରହି ଜ୍ଞାନର ବାକ୍ୟଗୁଡ଼ିକ ତୁମ୍ଭ ଓଠରୁ ଶୁଣନ୍ତି। 9 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ୱର ଚିରକାଳ ଇସ୍ରାଏଲକୁ ପ୍ରେମ କରନ୍ତି। ତେଣୁ ସେ ଉଚିତ୍ ବିଗ୍ଭର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
10 ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ୟ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ ଏତେ ପରିମାଣର କେହି ଇସ୍ରାଏଲକୁ କେବେ ଦେଇ ନ ଥିଲେ।
11 ହୀରମଙ୍କର ଜାହାଜରେ ଓଫୀରରୁ ସୁନା ଆସିଥିଲା, ସେହିସବୁ ଜାହାଜରେ ମଧ୍ୟ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା। 12 ସେହି ଚନ୍ଦନ କାଠରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାୟକମାନଙ୍କ ପାଇଁ ବୀଣା ଓ ବେହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କେହି କେବେ ପୂର୍ବରୁ ଇସ୍ରାଏଲକୁ ଆଣି ନ ଥିଲେ ଏବଂ ତା’ପରଠାରୁ କେହି ସେହିପରି ଚନ୍ଦନକାଠ ପୁନର୍ବାର ଦେଖି ନ ଥିଲେ।
13 ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ୟ ଉପହାରମାନ ଦେଲେ। ଆଉ ମଧ୍ୟ ରାଣୀଙ୍କ ମାଗିବାନୁସାରେ ସେ ସମସ୍ତ ଜିନିଷ ଦେଲେ। ଏହା ପରେ ରାଣୀ ଓ ତାଙ୍କର ଦାସମାନେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ।
Solomon’s Great Wealth
14 ପ୍ରତି ବର୍ଷ ରାଜା ଶଲୋମନଙ୍କ ନିକଟକୁ 666 ତୋଳା ସୁନା ଆସୁଥିଲା। 15 କାର୍ଗ ଜାହାଜର ସୁବର୍ଣ୍ଣ ବ୍ୟତୀତ ରାଜା ଶଲୋମନ ମିଶ୍ରିତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ୟବସାୟରୁ ସୁବର୍ଣ୍ଣ ପାଇଲେ।
16 ସେ ମଧ୍ୟ ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲରେ 600 ଶେକଲ ସୁନା ଲାଗିଲା। 17 ଆଉ ମଧ୍ୟ ସେ ପିଟା ସୁନାରେ 300 ଛୋଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲରେ 300 ସେର ସୁନା ଲାଗିଲା। ରାଜା ସେ ସବୁକୁ ଲିବାନୋନ-ଅରଣ୍ୟ ନାମକ ଗୃହରେ ରଖିଲେ।
18 ଆଉ ମଧ୍ୟ ରାଜା ହାତୀ ଦାନ୍ତରେ ଏକ ବଡ଼ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣରେ ଛାଉଣି କଲେ। 19 ସେହି ସିଂହାସନକୁ ଯିବାକୁ ଛଅଟି ପାବଛ ଥିଲା, ସେହି ସିଂହାସନ ଉପରି ଭାଗର ପଛଆଡ଼େ ଗୋଲାକାର ଥିଲା। ଆସନର ଦୁଇ ପାର୍ଶ୍ୱରେ ଦୁଇ ହସ୍ତ ଲମ୍ବିତ ଥିଲା ଓ ସେହି ଲମ୍ବିଥିବା ହସ୍ତ ନିକଟରେ ଦୁଇଟି ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। 20 ଆଉ ସେହି ଛଅ ପାବଛ ଉପରେ ପ୍ରତି ପାବଛର ଦୁଇ ପାଖରେ ଦୁଇଟି ଲେଖାଏ ସିଂହମୂର୍ତ୍ତି, ଏହିପରି ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଏପରି ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା।
21 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସୁନାରେ ତିଆରି ହୋଇଥିଲା। ଲିବାନୋନ-ଅରଣ୍ୟ କୋଠାର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୂପାର କୌଣସି ଜିନିଷ ରାଜପ୍ରାସାଦରେ ନ ଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କେହି ପଗ୍ଭରୁ ନ ଥିଲେ।
22 ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ୟ ଜାହାଜ ସମୁଦ୍ରରେ ଥିଲା, ଯାହାକି ପ୍ରତି ତିନି ବର୍ଷରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମୟୂର ନେଇ ଆସୁଥିଲା।
23 ଶଲୋମନ ପୃଥିବୀର ସର୍ବଶ୍ରେଷ୍ଠ ରାଜା ଥିଲେ। କାରଣ ଐଶ୍ୱର୍ଯ୍ୟରେ ଓ ଧନରେ ତାଙ୍କଠାରୁ ଅଧିକ କୌଣସି ରାଜା ନ ଥିଲେ। 24 ଅଧିକନ୍ତୁ ପରମେଶ୍ୱର ଶଲୋମନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ଲୋକ ଆସିଲେ। 25 ପ୍ରତି ବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭେଟି ଆଣି ରାଜାଙ୍କୁ ଦେଖା କରୁଥିଲେ। ସେମାନେ ରୂପାପାତ୍ର, ସୁନାପାତ୍ର, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଭେଟି ଆଣୁଥିଲେ।
26 ଏହିପରି ରାଜା ଶଲୋମନଙ୍କର ବହୁତଗୁଡ଼ିଏ ରଥ ଓ ଅଶ୍ୱାରୋହୀ ହୋଇଗଲେ। ତାଙ୍କର 1400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେ ତାଙ୍କର ରଥଗୁଡ଼ିକ ପାଇଁ ସ୍ୱତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ଯିରୁଶାଲମ ନଗରରେ ରଖିଲେ। 27 ରାଜା ଇସ୍ରାଏଲକୁ ଅତ୍ୟନ୍ତ ଧନଶାଳୀ କରି ଗଢ଼ିଲେ। ଯିରୁଶାଲମ ନଗରରେ ରୂପା ସାଧାରଣତ ପଥର, ଇଟା ସଦୃଶ୍ୟ ହେଲା। ପ୍ରାଚୁର୍ଯ୍ୟ ହେତୁ ଏରସ କାଠକୁ ନିମ୍ନ ଭୂମିସ୍ଥ ଡିମ୍ବିରି ବୃକ୍ଷ ତୁଲ୍ୟ କଲେ। 28 ଶଲୋମନଙ୍କର ଅଶ୍ୱଗୁଡ଼ିକ ବଣିକମାନଙ୍କ ଦ୍ୱାରା ମିଶରରୁ ଓ କ୍ୟୁଏରୁ ଅଣାଗଲା, ଯେଉଁମାନେ କି ସେଗୁଡ଼ିକ ସେଠାରୁ କିଣିଥିଲେ। 29 ମିଶରର ଏକ ଏକ ରଥର ମୂଲ୍ୟ 600 ରୌପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ୱର ମୂଲ୍ୟ 150 ରୌପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସେହି ରଥ ଓ ଅଶ୍ୱକୁ ହିତ୍ତୀୟ ଅରାମୀୟ ରାଜାଙ୍କୁ ବିକ୍ରି କଲେ।
1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ [a] ଏବଂ ବିଶେଷ ସେବକମାନଙ୍କୁ ପତ୍ର।
2 ଆମ୍ଭ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ପାଉଲଙ୍କ ପ୍ରାର୍ଥନା
3-4 ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ। 5 ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ। 6 ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।
7 ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ। 8 ପରମେଶ୍ୱର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ।
9 ତୁମ୍ଭମାନଙ୍କ ପାଇଁ ମୋର ପ୍ରାର୍ଥନା ଏହି ଯେ:
ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ; ତୁମ୍ଭମାନଙ୍କର ପ୍ରେମ ଦ୍ୱାରା ତୁମ୍ଭେ ଜ୍ଞାନ ଓ ବୋଧଶକ୍ତି ପ୍ରାପ୍ତ ହୁଅ; 10 ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ; 11 ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।
ପାଉଲଙ୍କ ସମସ୍ୟା ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରେ
12 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା। 13 ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ୱାସୀ ହୋଇଥିବାରୁ ବନ୍ଦୀଘରେ ରଖାଯାଇଛି। 14 ମୁଁ ଏବେ ମଧ୍ୟ ବନ୍ଦୀଘରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ, ଅଧିକ ଉତ୍ସାହିତ ହୋଇ ସାହସ ପୂର୍ବକ ନିର୍ଭୟରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି।
15 ଏହା ସତ୍ୟ ଯେ ସେମାନଙ୍କ ଭିତରୁ କେତେଜଣ କଠୋର ଓ ଈର୍ଷାନ୍ୱିତ ହୋଇ ବିବାଦ ମନୋଭାବ ନେଇ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ଭାବରେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି। 16 ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି। 17 କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି କାରଣ ସେମାନେ ସ୍ୱାର୍ଥପର। ସେମାନେ ମନ୍ଦ ଅଭିପ୍ରାୟରେ ପ୍ରଗ୍ଭର କରନ୍ତି। ସେମାନେ ବନ୍ଦୀଘରେ ମୋ’ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଗ୍ଭହାନ୍ତି। 18 ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ।
ମୁଁ ଆନନ୍ଦିତ ହେଉଥିବି ମଧ୍ୟ। 19 ତୁମ୍ଭେମାନେ ମୋ’ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମୋ’ ପରିତ୍ରାଣର କାରଣ ହେବ। 20 ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି। 21 ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।” 22 ଯଦି ମୁଁ ଶରୀରରେ ଜୀବିତ ରୁହେ, ତା’ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା? 23 ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ। 24 କିନ୍ତୁ, ତୁମ୍ଭ ପାଇଁ ମୋର ଶରୀରରେ ବଞ୍ଚି ରହିବା ଅଧିକ ଆବଶ୍ୟକ। 25 ମୁଁ ଜାଣେ ତୁମ୍ଭେମାନେ ମୋତେ ଗ୍ଭହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ୱାସରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। 26 ଯଦି ମୁଁ ତୁମ୍ଭ ପାଖକୁ ଫେରିଯାଏ, ତେବେ ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋ’ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହେବ।
27 ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ। 28 ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ। 29 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କେବଳ ପରମେଶ୍ୱର ତୁମ୍ଭକୁ ସୁଯୋଗ ଦେଇଛନ୍ତିା ତାହା ଯଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ଏହି ଉଭୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ। 30 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ।
ସଦାପ୍ରଭୁଙ୍କ ନୂତନ ମନ୍ଦିର
40 ଆମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭରେ ମାସର ଦଶମ ଦିନରେ ସଦାପ୍ରଭୁଙ୍କ ଶକ୍ତି ମୋ’ ଉପରେ ଅଧିଷ୍ଠିତ ହେଲା। ଏହା ବାବିଲ ଯିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପରେ ସେହି ଦିନ ସଦାପ୍ରଭୁ ମୋତେ ସେଠାକୁ ଦର୍ଶନରେ ଆଣିଲେ।
2 ଦର୍ଶନ ଯୋଗେ ପରମେଶ୍ୱର ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ। ସେହି ପର୍ବତ ଉପରେ ମୋର ସମ୍ମୁଖରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା। 3 ସେ ମୋତେ ସେ ସ୍ଥାନକୁ ନେଇଗଲେ। ସେଠାରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ୟ ଥିଲା। ତାଙ୍କ ହସ୍ତରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ। 4 ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।”
5 ମୁଁ ଦେଖିଲି ମନ୍ଦିରର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଗ୍ଭରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।
6 ତା’ପରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନେଇ ଉପରକୁ ଉଠିଲେ। ତା’ପରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା। 7 ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀର କାନ୍ଥଗୁଡ଼ିକ ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହୋଇଥିଲା ଓ ଗୃହାଭିମୁଖେ ଦ୍ୱାରର ବାରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା। 8 ତା’ପରେ ସେ ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ମାପିଲେ। 9 ଦ୍ୱାରର ବାରଣ୍ଡା ଆଠ ହାତ ଥିଲା ଓ ତହିଁର ଉପସ୍ତମ୍ଭ ସକଳ ଦୁଇ ହାତ ଥିଲା। ଆଉ ଦ୍ୱାରର ବାରଣ୍ଡା ମନ୍ଦିର ଆଡ଼େ ଥିଲା। 10 ଆଉ ପୂର୍ବାଭିମୁଖ ଦ୍ୱାରର ଏପାଖରେ ତିନି ଓ ସେପାଖରେ ତିନି କୋଠରୀ ଥିଲା। ସେ ତିନି ତିନି କୋଠରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା। 11 ପୁଣି ସେ ଦ୍ୱାରର ପ୍ରବେଶ ପଥ ମାପିଲେ। ତାହାର ଦୀର୍ଘତା ତେର ହାତ ଓ ପ୍ରସ୍ଥ ଦଶ ହାତ ଥିଲା। 12 ପ୍ରତି କୋଠରୀର ସମ୍ମୁଖରେ ଏ ପାଖରେ ଏକ ହାତ ଓସାର ଓ ସେ ପାଖରେ ଏକ ହାତ ଲମ୍ବ ଛୋଟ କାନ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀ ଛଅହାତ ବର୍ଗ ପରିମିତ ଥିଲା।
13 ତା’ପରେ ଏକ କାନ୍ଥଠାରୁ ଅନ୍ୟ କାନ୍ଥ ପର୍ଯ୍ୟନ୍ତ ପଚିଶ୍ ହାତ ମାପିଲେ। ଏହାର ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା। 14 ସେହି ମନୁଷ୍ୟଟି ଉପସ୍ତମ୍ଭର ଦୁଇ କାନ୍ଥ ସମେତ ଗ୍ଭରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମୋଟ ଷାଠିଏ ହାତ ଥିଲା। 15 ପୁଣି ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଗ୍ଭଶ୍ ହାତ ଥିଲା। 16 ପ୍ରତି ଦ୍ୱାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତରେ ଗ୍ଭରିଆଡ଼େ ଜଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ୟ ସେହିପରି ଥିଲା। ଆଉ ଜଳାକବାଟିସବୁ ଭିତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ୱାରର ପ୍ରତ୍ୟେକ ପାର୍ଶ୍ୱର କାନ୍ଥରେ ଖର୍ଜ୍ଜୁର ବୃକ୍ଷର ଆକୃତି ଖୋଦିତ ହୋଇଥିଲା।
ବାହାର ପାଖ ଅଗଣା
17 ତା’ପରେ ସେ ମୋତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରିଶ୍ଟି କୋଠରୀ ଥିଲା। 18 ସେହି ଚଟାଣ ଦ୍ୱାରର ଦୀର୍ଘତାନୁସାରେ ପ୍ରଶସ୍ତ ଥିଲା, ଆଉ ସେହି ଚଟାଣ ଦ୍ୱାରସବୁର ପାର୍ଶ୍ୱରେ ଥିଲା ଓ ଏହା ନିମ୍ନତର ଚଟାଣ। 19 ତେବେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗରେ 100 ହାତ ଥିଲା।
20 ତେବେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ୱାରର ଦୈର୍ଘ୍ୟ ପ୍ରସ୍ଥ ମାପିଲେ। 21 ଏହି ଫାଟକଟି ପ୍ରତ୍ୟେକ ପାର୍ଶ୍ୱରେ ତିନୋଟି କୋଠରୀ ସହିତ ଏହାର ପ୍ରାଙ୍ଗଣରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। 22 ଏବଂ ତାହାର ଜଳାକବାଟି, ମଣ୍ଡପ ଓ ଖୋଦିତ ଖର୍ଜ୍ଜୁର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ୱାରର ମାପ ଅନୁସାରେ ଥିଲା। ସାତୋଟି ପାହାଚ ଫାଟକ ଆଡ଼କୁ ଯାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶେଷ ଫାଟକର ଭିତର ପାଖରେ ଥିଲା। 23 ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବରେ ଥିବା ଫାଟକ ପରି। ଗୋଟିଏ ଦ୍ୱାରରୁ ଅନ୍ୟ ଗୋଟିଏ ଦ୍ୱାର ପର୍ଯ୍ୟନ୍ତ 100 ହାତ ଥିଲା।
24 ତା’ପରେ ସେ ମୋତେ ଦକ୍ଷିଣ ପାର୍ଶ୍ୱକୁ କଢ଼ାଇ ନେଲେ। ଏବଂ ସେଠାରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାର୍ଶ୍ୱକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସେମାନେ ଅନ୍ୟ ଫାଟକ ପରି ଏହାକୁ ମାପିଲେ। 25 ପୁଣି ସେ ଦ୍ୱାରରେ ଓ ତାହାର ମଣ୍ଡପ ସକଳର ଗ୍ଭରିଆଡ଼େ ପୂର୍ବୋକ୍ତ ଫାଟକ ପରି ଜଳାକବାଟି ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। 26 ତାହା ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା। ଏହାର ମଣ୍ଡପ ଶେଷ ଫାଟକର ଭିତର ଭାଗରେ ଥିଲା। ଫାଟକର ଉଭୟ ପାର୍ଶ୍ୱର କାନ୍ଥରେ ଖଜ୍ଜୁର୍ର ବୃକ୍ଷର ଛବି ଖୋଦିତ ଥିଲା। 27 ଆଉ ଦକ୍ଷିଣ ପାଖରେ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା। ତହୁଁ ସେ ଦକ୍ଷିଣ ପାର୍ଶ୍ୱର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ 100 ହାତ ମାପିଲେ।
ଭିତର ପ୍ରାଙ୍ଗଣ
28 ତା’ପରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣଦ୍ୱାର ମାପିଲେ। 29 କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ୟ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଗ୍ଭଶ୍ ହାତ ଦୈର୍ଘ୍ୟ ଓ ପଚିଶ୍ ହାତ ପ୍ରସ୍ଥ ଥିଲା। 30 ଏବଂ ତାହାର ମଣ୍ଡପ ପଚିଶ୍ ହାତ ଦୈର୍ଘ୍ୟ ଓ ପାଞ୍ଚ ହାତ ପ୍ରସ୍ଥ ଥିଲା। 31 ତା’ପରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା।
32 ଅନନ୍ତର ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ନେଇଗଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା। 33 ତା’ର କୋଠରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ୟ ସେହି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ତାହା ପଗ୍ଭଶ୍ ହାତ ଲମ୍ବ ଓ ପଚିଶ୍ ହାତ ପ୍ରସ୍ଥ ଥିଲା। 34 ତାହାର ପ୍ରାଙ୍ଗଣ ଗୁଡ଼ିକ ବାହାର ପ୍ରାଙ୍ଗଣ ଅଭି ମୁଖରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାର୍ଶ୍ୱରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା।
35 ତା’ପରେ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ତାହାକୁ ମାପିଲେ। ତା’ର ମାପସବୁ ଅନ୍ୟାନ୍ୟ ଫାଟକର ମାପ ସହିତ ସମାନ ଥିଲା। 36 ତହିଁର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକୁ ସମାନ ମାପ ବିଶିଷ୍ଟ ଥିଲା। ଆଉ ତାହାର ଗ୍ଭରିଆଡ଼େ ଜଳାକବାଟି ଥିଲା। ଫାଟକର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। 37 ଏହାର ତ୍ୱରଣ ଫାଟକଟି ବାହାର ପ୍ରାଙ୍ଗଣ ଆଡ଼େ ମୁହଁ କରିଥିଲା। ସେହି ଉଚ୍ଚସ୍ତମ୍ଭ ସବୁର ଉପରେ ଉଭୟ ପାଖରେ ଖର୍ଜ୍ଜୁର ଆକୃତି ଥିଲା। ପୁଣି ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା।
କୋଠରୀଗୁଡ଼ିକ ହୋମବଳି ପାଇଁ ନିର୍ମିତ
38 ପ୍ରତ୍ୟେକ ଫାଟକର ତ୍ୱରଣ ନିକଟରେ ଏକ ଦ୍ୱାର ବିଶିଷ୍ଟ ଏକ କୋଠରୀ ଥିଲା। ସେଠାରେ ଯାଜକମାନେ ହୋମବଳି ଧୌତ କଲେ। 39 ଆଉ ତ୍ୱରଣ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏଁ ମେଜ ଥିଲା। ଏହିଠାରେ ହୋମବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ନିମନ୍ତେ ପଶୁଗୁଡ଼ିକୁ ଉତ୍ସର୍ଗ କରାଯାଏ। 40 ତ୍ୱରଣର ବାହାର ଦ୍ୱାରର ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି ଲେଖାଏଁ ମେଜ ଥିଲା। 41 କାନ୍ଥର ଭିତର ପାଖରେ ଗ୍ଭରୋଟୀ ମେଜ ଓ ବାହାର ପାଖର କାନ୍ଥର ଗ୍ଭରୋଟି ମେଜ, ଏହିପରି ଆଠ ମେଜ ଥିଲା। ଏହି ଆଠଟି ମେଜକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲାବେଳେ ବ୍ୟବହାର କରୁଥିଲେ। 42 ଆଉ ହୋମବଳି ପାଇଁ କଟା ପ୍ରସ୍ତରର ଗ୍ଭରି ମେଜ ଥିଲା। ତାହା ଦୈର୍ଘ୍ୟ ଦେଢ଼ ହାତ, ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚତା ଏକ ହାତ ଥିଲା। ତାହା ଉପରେ ହୋମବଳି ଓ ପ୍ରାୟଶ୍ଚିତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖା ଯାଇଥିଲା। 43 ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଗ୍ଭରିଆଡ଼େ ଲଗା ଯାଇଥିଲା ଏବଂ ମେଜମାନଙ୍କ ଉପରେ ଉପହାରାର୍ଥକ ମାଂସ ରଖାଯାଇଥିଲା।
ଯାଜକମାନଙ୍କ ଆବାସ
44 ଭିତର ପ୍ରାଙ୍ଗଣରେ ଦୁଇଟି କୋଠରୀ ଥିଲା। ଉତ୍ତର ଦ୍ୱାର ନିକଟରେ ଥିବା କୋଠରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ୱାର ନିକଟରେ ଥିବା କୋଠରୀଟି ଉତ୍ତରାଭିମୁଖୀ ଥିଲା। 45 ପୁଣି ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖୀ କୋଠରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। 46 ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯାଜକମାନଙ୍କ ପାଇଁ ଅଛି, ଯେଉଁମାନେ ଯଜ୍ଞବେଦିର ଦାୟିତ୍ୱରେ ଥା’ନ୍ତି। ଏମାନେ ସାଦୋକର ସନ୍ତାନ, ଲେବୀର ବଂଶଧର ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ନିକଟକୁ ଆସନ୍ତି।”
47 ଏହା ପରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ଦୈର୍ଘ୍ୟ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ଯଜ୍ଞବେଦିଟି ମନ୍ଦିର ସମ୍ମୁଖରେ ଥିଲା।
ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା
48 ତେବେ ସେ ମୋତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡାରେ ଥିବା ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ। ତାହାର ପ୍ରତ୍ୟେକ ପାଖ କାନ୍ଥର ଦୈର୍ଘ୍ୟ ପାଞ୍ଚ ହାତ ଥିଲା ଓ ପ୍ରସ୍ଥ ତିନି ହାତ ଥିଲା ଓ ସେମାନଙ୍କ ମଧ୍ୟରେ ପନ୍ଦର ହାତ ଜାଗା ଥିଲା। 49 ତ୍ୱରଣଟିର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶ ଗୋଟି ପାହାଚ ତ୍ୱରଣକୁ ଯାଇଥିଲା। ଉଭୟ ପାର୍ଶ୍ୱର ପ୍ରତ୍ୟେକ କାନ୍ଥ ପାଇଁ ଦୁଇଟି ଲେଖାଏଁ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥରେ ଗୋଟିଏ ସ୍ତମ୍ଭ ଥିଲା।
91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ,
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
2 ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”
3 ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ
ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
4 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ।
ପକ୍ଷୀ ତା’ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ।
5 ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ।
କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ।
6 ଅନ୍ଧକାରଗାମୀ ମହାମାରୀ,
କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ।
7 ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ।
ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ,
କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ।
8 ତୁମ୍ଭେ ଦେଖିବ ଯେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହୋଇଛନ୍ତି।
ତୁମ୍ଭେ ଏହାକୁ ନିଜ ଆଖିରେ ଦେଖି ପାରିବ।
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
2010 by World Bible Translation Center