Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 9

ପରମେଶ୍ୱର ପୁନର୍ବାର ଶଲୋମନଙ୍କ ନିକଟକୁ ଆସିଲେ

ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସାରେ ସମସ୍ତ ଜିନିଷର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ। ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବିୟୋନରେ ଦର୍ଶନ ଦେଇଥିଲେ, ସେହିପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ। ସଦାପ୍ରଭୁ ତାଙ୍କୁ କହିଲେ,

“ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭକୁ କଥା ଦେଇଅଛୁ ଯେ, ଆମ୍ଭର ଧ୍ୟାନ ଓ ପ୍ରେମ ମନ୍ଦିର ପ୍ରତି ରହିବ। ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦେଇ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସେବା କରିବ। ଯଦି ତୁମ୍ଭେ ସେହି ପରି କର ଏବଂ ଆମ୍ଭର ନିୟମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ। ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇସ୍ରାଏଲର ଶାସକ ହେବ। ତ‌ଦ୍‌ନୁସାରେ ଆମ୍ଭେ ଇସ୍ରାଏଲରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା।

6-7 “ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିୟମ ମାନିବାକୁ ଯତ୍ନ ନ କରନ୍ତି, ଯଦି ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କର କି ପ୍ରତିମାର ସେବାକର ଓ ପ୍ରଣାମ କର, ତେବେ ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଭୂମିରୁ ବିତାଡ଼ିତ କରିବା, ଯାହା ଆମ୍ଭେ ସେମାନଙ୍କୁ ଦେଇଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ୟାଖ୍ୟାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ସମ୍ମୁଖରେ ଉପହାସର ଉଦାହରଣ ହେବ। ଏହି ମନ୍ଦିର ଧ୍ୱଂସ ହେବ। ପ୍ରତ୍ୟେକ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହେବେ ଓ କହିବେ, ‘ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ଯ୍ୟ କଲେ?’ ତହିଁରେ ଲୋକମାନେ ଉତ୍ତର ଦେଇ ଥାଆନ୍ତେ, ‘ଏହା ଘଟିଲା କାରଣ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ କାର୍ଯ୍ୟ ଘଟାଇଲେ।’”

10 ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା। 11 କୋଡ଼ିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡ଼ିକ ଦେଲେ, କାରଣ ହୀରମ୍ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣରେ ଶଲୋମନଙ୍କୁ ସାହାଯ୍ୟ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦେବଦାରୁ କାଠ ଓ ସୁବର୍ଣ୍ଣ ଯୋଗାଇ ଥିଲେ। 12 ହୀରମ୍ ଶଲୋମନଙ୍କ ଦତ୍ତ ନଗରଗୁଡ଼ିକୁ ଦେଖିବାକୁ ସୋରରୁ ଆସିଲେ, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ। 13 ତେଣୁ ସେ କହିଲା, “ହେ ମୋର ଭାଇ, ଏସବୁ କି ନଗର ମୋତେ ଦେଇଅଛ?” ପୁଣି ସେ ସେହିସବୁର ନାମ କାବୁଲ ଦେଶ ଦେଲା, ଅଦ୍ୟାପି ସେ ଦେଶର ନାମ କାବୁଲ ଅଛି। 14 ପୁଣି ହୀରମ୍ 120 ତୋଳା ସୁନା ସଦାପ୍ରଭୁଙ୍କ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଶଲୋମନଙ୍କ ନିକଟକୁ ପଠାଇ ଥିଲେ।

15 ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ୟ କରିଥିଲେ। ତତ୍ପରେ ସେ ମିଲ୍ଲୋ, ଯିରୁଶାଲମର ପ୍ରାଚୀର, ହା‌ତ୍‌ସୋର, ମଗିଦ୍ଦୋ ଓ ଗେଷର୍ ନିର୍ମାଣ କରିବାରେ ସେମାନଙ୍କୁ ମଧ୍ୟ ବ୍ୟବହାର କରିଥିଲେ।

16 ପୂର୍ବେ ମିଶରର ରାଜା ଗେଷର୍ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ତାକୁ ପୋଡ଼ି ଦେଲେ। ସେ ତନ୍ନିବାସୀ କିଣାନୀୟମାନଙ୍କୁ ବଧ କଲେ। ଶଲୋମନ ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ଫାରୋ ଯୌତୁକ ସ୍ୱରୂପ ସେହି ନଗରକୁ ଶଲୋମନଙ୍କୁ ଦାନ କଲେ। 17 ଶଲୋମନ ଗେଷର୍ ଓ ଅଧଃସ୍ଥିତ ବୈଥୋରୋଣ ନଗର ନିର୍ମାଣ କଲେ। 18 ସେ ମଧ୍ୟ ଯର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦମୋର [a] ସହର ନିର୍ମାଣ କଲେ। 19 ରାଜା ଶଲୋମନ ଶସ୍ୟ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ୱାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ଯିରୁଶାଲମରେ, ଲିବାନୋ‌ନ୍‌ରେ ଓ ତାଙ୍କ ଶାସନାଧୀନ ଦେଶ ବ୍ୟତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।

20 ସେ ଦେଶରେ କେବଳ ଇସ୍ରାଏଲୀୟ ସନ୍ତାନ ନ ଥିଲେ। ଏପରିକି ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ। 21 ଇସ୍ରାଏଲୀୟମାନେ ସେମାନଙ୍କୁ ବିନାଶ କରିବାକୁ କ୍ଷମ ହୋଇ ନ ଥିଲେ। ମାତ୍ର ଶଲୋମନ ସେମାନଙ୍କୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସେମାନେ ଦାସ ହୋଇ ରହିଛନ୍ତି। 22 ମାତ୍ର ଇସ୍ରାଏଲ ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାରିକୁ ଦାସ କଲେ ନାହିଁ। ସେମାନେ ଯୋଦ୍ଧା, ରାଜଭୃତ୍ୟ, ଅଧିପତି, ସେନାପତି, ରଥାରୋହୀ ଓ ଅଶ୍ୱାରୋହୀମାନଙ୍କ ଅଧ୍ୟକ୍ଷ ଥିଲେ। 23 ସେମାନଙ୍କ ମଧ୍ୟରୁ 550 ଜଣ ଶଲୋମନଙ୍କର କାର୍ଯ୍ୟର ପରିଦର୍ଶକ ଥିଲେ। ଏହି ପ୍ରଧାନ ଅଧ୍ୟକ୍ଷଗଣ ଶଲୋମନଙ୍କର ଶ୍ରମିକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।

24 ମାତ୍ର ଫାରୋର କନ୍ୟା ଦାଉଦ ନଗରରୁ ଆସି ଶଲୋମନଙ୍କ ଦ୍ୱାରା ନିର୍ମିତ ବୃତତ୍ ପ୍ରାସାଦରେ ବାସ କଲେ। ତା’ପରେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।

25 ପୁଣି ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ବର୍ଷରେ ତିନିଥର ଧୂପ ଜଳାଇଲେ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

26 ଅନନ୍ତର ଶଲୋମନ ରାଜା ଇଦୋମ ଦେଶରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇ‌ତ୍‌ସିୟୋନ ଗେବରରେ ଜାହାଜମାନ ନିର୍ମାଣ କଲେ। 27 ପୁଣି ହୀରମ୍ ସେହି ଜାହାଜରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ। 28 ଆଉ ସେମାନେ ଓଫୀରକୁ ଯାଇ ସେଠାରୁ 420 ତାଳନ୍ତ ସୁନା ଶଲୋମନ ରାଜାଙ୍କ ନିକଟକୁ ଆଣିଲେ।

ଏଫିସୀୟଙ୍କ ପ୍ରତି ପତ୍ର 6

ସନ୍ତାନ ଓ ପିତାମାତା

ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍। କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’ [a] ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ। ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’ [b]

ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର।

ଦାସ ଓ ମାଲିକ

ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର। ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ। ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ। ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ।

ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।

ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ

10 ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। 11 ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ। 12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ। 13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

14 ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ। 15 ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ। 16 ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। 17 ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ। 18 ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।

19 ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ। 20 ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।

ଶେଷ ଶୁଭେଚ୍ଛା

21 ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା’ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି। 22 ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ପଠାଉଛି।

23 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପିତା ପରମେଶ୍ୱରଙ୍କ ଦ୍ୱାରା ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରାପ୍ତ ହେଉ। 24 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଶେଷ ପ୍ରେମ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ହେଉ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 39

ଗୋଗ ଓ ତାହାର ସୈନ୍ୟସାମନ୍ତଙ୍କ ମୃତ୍ୟୁ

39 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ରୋଶ, ମେଶକ ଓ ତୁବଲର ମୁଖ୍ୟ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧରେ ଅଛି। ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫେରାଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇସ୍ରାଏଲର ପର୍ବତସମୂହର ବିରୁଦ୍ଧରେ ତୁମ୍ଭକୁ ଆଣିବି। ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି। ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ତୁମ୍ଭେ ପତିତ ହେବ। ତୁମ୍ଭର ସମସ୍ତ ସୈନ୍ୟ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ୟ ପତିତ ହେବେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି। ତୁମ୍ଭେ ଖୋଲା ପଡ଼ିଆରେ ପତିତ ହେବ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

ପରମେଶ୍ୱର କହିଲେ, “ପୁଣି ନିରାପଦରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ୱୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ରେରଣ କରିବି। ତହିଁରେ ଏହା ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ମୋର ପବିତ୍ର ନାମକୁ ଜ୍ଞାତ କରାଇବି। ମୋର ପବିତ୍ର ନାମକୁ ଆଉ ଅପବିତ୍ର ହେବାକୁ ଦେବି ନାହିଁ। ତାହାହେଲେ ମୁଁ ଯେ ଇସ୍ରାଏଲ ମଧ୍ୟରେ ଧର୍ମମୟ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀୟମାନେ ଜାଣିବେ। ଆଉ ଦେଖ, ସେହି ଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ।” ଏହା ସଦାପ୍ରଭୁ କହନ୍ତି। “ପୁଣି ଯେଉଁ ଦିନର ବିଷୟ ମୁଁ କହିଅଛି, ଏହା ସେହି ଦିନ।

“ସେହି ସମୟରେ ଇସ୍ରାଏଲର ନଗରବାସୀ ପ୍ରାନ୍ତରକୁ ଆସି ଢାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନେଇ ନିଆଁ ଲଗାଇ ଜାଳି ଦେବେ। ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେ ସବୁକୁ ନେଇ ଜାଳେଣି କରିବେ। 10 ଆଉ ସେମାନେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସେମାନେ ସେହି ଅସ୍ତ୍ରଶସ୍ତ୍ରକୁ ଜାଳେଣି ରୂପେ ବ୍ୟବହାର କରିବେ। ଆଉ ସେମାନେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସେମାନଙ୍କର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ।” ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି।

11 “ପରମେଶ୍ୱର କହନ୍ତି ମୁଁ ସେହି ଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇସ୍ରାଏଲ ମଧ୍ୟରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନରୋଧ କରିବ। ସେହି ସ୍ଥାନରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦେବେ। ଏବଂ ସେହି ସ୍ଥାନକୁ ସେମାନେ ‘ଗୋଗର ସୈନ୍ୟମାନଙ୍କର ଉପତ୍ୟକା’ ବୋଲି ନାମ ଦେବେ। 12 ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲୀୟମାନଙ୍କୁ ସାତ ମାସ ଲାଗିବ। 13 ଦେଶର ସମସ୍ତ ଜନସାଧାରଣ ସେମାନଙ୍କୁ କବର ଦେବେ। ସଦାପ୍ରଭୁ, ମୋର ପ୍ରଭୁ କହିଲେ, ମୁଁ ଗୌରବାନ୍ୱିତ ହେବି ଏବଂ ସେହି ଦିନଟି ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।”

14 ପରମେଶ୍ୱର କହିଲେ, “ଦେଶକୁ ଶୁଚି କରିବା ପାଇଁ ମୃତ ସୈନିକମାନଙ୍କୁ କବର ଦେବା ନିମନ୍ତେ ଲୋକମାନଙ୍କୁ ପୁରା ସମୟ କାର୍ଯ୍ୟରେ ନିଯୁକ୍ତ ଦିଆଯିବ। ସେମାନେ ସାତ ମାସ ଧରି ମୃତ ଶବଗୁଡ଼ିକର ଅନୁସନ୍ଧାନରେ ଦେଶ ମଧ୍ୟଦେଇ ଗମନ କରିବେ ଓ କବର ଦେବେ। 15 ପୁଣି ସେହି ଗମନକାରୀମାନେ ଦେଶ ମଧ୍ୟରେ ଗଲାବେଳେ କୌଣସି ସ୍ଥାନରେ ଅସ୍ଥି ଦେଖିଲେ, ସେଠାରେ ସେମାନେ ଏକ ଚିହ୍ନ ରଖିବେ। ତା’ପରେ କବର ଦେବା ଲୋକମାନେ ହାମୋନ-ଗୋଗ ଉପତ୍ୟକାରେ ତାକୁ କବର ଦେବେ। 16 ଆଉ ସେହି ‘ମୃତମାନଙ୍କର ନଗରର’ ନାମ ହାମୋନା [a] ନାମରେ ପରିଚିତ ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।”

17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମନୁଷ୍ୟ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟପଶୁକୁ କୁହ, ‘ତୁମ୍ଭେମାନେ ଏକତ୍ର ହୋଇ ଆସ। ଆଉ ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଗ୍ଭରିଆଡ଼େ ରୁଣ୍ଡ ହୁଅ। ମୁଁ ଇସ୍ରାଏଲ ପର୍ବତଗୁଡ଼ିକ ଉପରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାଯଜ୍ଞର ବନ୍ଦୋବସ୍ତ କରୁଅଛି। 18 ତୁମ୍ଭେମାନେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସେମାନେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି। 19 ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆୟୋଜନ କଲି, ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ। 20 ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ।’” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।

21 “ପରମେଶ୍ୱର କହିଲେ, ଜାତିମାନଙ୍କ ମଧ୍ୟରେ ମୋର ମହିମା ସ୍ଥାପନ କରିବି। ସେମାନେ ସେହି ଦଣ୍ଡ ଦେଖିବେ ଯାହା ମୁଁ ମୋର ହସ୍ତ ଉଠାଇ ପ୍ରୟୋଗ କରିଅଛି। 22 ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ। 23 ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ପତିତ ହେଲେ। 24 ସେମାନଙ୍କର ପାପ ଓ ଅପରାଧ ଅନୁସାରେ ମୁଁ ସେମାନଙ୍କୁ ବ୍ୟବହାର କଲି। ମୁଁ ସେମାନଙ୍କଠାରୁ ମୋର ମୁହଁ ଲୁଗ୍ଭଇଲି।”

25 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି। 26 ସେମାନେ ସର୍ବଦା ମୋ’ ବିରୁଦ୍ଧରେ ଯାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସେମାନେ ନିରାପଦରେ ଆପଣା ଦେଶରେ ବାସ କରିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। 27 ମୁଁ ସେମାନଙ୍କୁ ଯେଉଁ ଦିନ ନାନା ଜାତି ମଧ୍ୟରୁ ପୁନର୍ବାର ଆଣିବି ଏବଂ ସେମାନଙ୍କୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନେକ ଦେଶମାନଙ୍କ ଦୃଷ୍ଟିରେ ମୁଁ ମୋର ପବିତ୍ରତା ସେମାନଙ୍କ ମଧ୍ୟରେ ଦେଖାଇବି। 28 ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ। 29 ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।

ଗୀତସଂହିତା 90

ଚତୁର୍ଥ ପୁସ୍ତକ

(ଗୀତସଂହିତା 90-106)

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
    ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
    ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
    ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
    ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
    ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
    ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
    ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
    ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
    ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
    ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
    ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
    କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
    ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center