Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 7

ଶଲୋମନଙ୍କର ପ୍ରାସାଦ

ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା। ସେ ମଧ୍ୟ ଏକ ଗୃହ ନିର୍ମାଣ କଲେ ତାହା “ଲିବାନୋ‌ନ୍‌ର ଅରଣ୍ୟ-ଗୃହ” ନାମରେ ନାମିତ ହେଲା। ଏହାର ଦୈର୍ଘ୍ୟ ଶହେ ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଏହାର ଗ୍ଭରିଧାଡ଼ି ଏରସ କାଠର ସ୍ତମ୍ଭ ଉପରେ ଏରସ କାଠର କଡ଼ି ଦେଇ ତାହା ନିର୍ମାଣ କଲେ। ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଗ୍ଭଳିଶ କଡ଼ି ଉପରେ ଏରସ କାଠର ଛାତ କଲେ, ପ୍ରତି ଧାଡ଼ିରେ ପନ୍ଦରଟି ଲେଖାଏଁ କଡ଼ି ଥିଲା। ପ୍ରତ୍ୟେକ ପାର୍ଶ୍ୱ କାନ୍ଥରେ ତିନି ଧାଡ଼ି ଝରକା ଥିଲା ଓ ପରସ୍ପର ସେଗୁଡ଼ିକ ସମ୍ମୁଖାସମ୍ମୁଖୀ ଥିଲେ। ପ୍ରତ୍ୟେକର ଶେଷରେ ତିନୋଟି କବାଟ ଥିଲା। ସବୁ କବାଟ ଖୋଲା ଥିଲା ଓ ତା’ର ଦ୍ୱାରବନ୍ଧ ବର୍ଗାକାର ଥିଲା।

ଆହୁରି ମଧ୍ୟ ସେ “ସ୍ତମ୍ଭ ସଦୃଶ ବାରଣ୍ତା” କଲେ। ଏହା ପଗ୍ଭଶ୍ ହାତ ଦୀର୍ଘ, ତିରିଶ୍ ହାତ ଚଉଡ଼ା ଥିଲା ଓ ବାରଣ୍ତାର ସମ୍ମୁଖରେ ଏକ ସ୍ତମ୍ଭରେ ଭରାଦିଆ ଯାଇଥିବା ପରଦା ଥିଲା।

ସେ ମଧ୍ୟ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲେ ଓ ଏହାକୁ “ନିୟମର ପ୍ରଶସ୍ତ ଗୃହ” କହିଲେ। ସେହି କୋଠରୀ ଚଟାଣଠାରୁ ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ଥିଲା।

ରାଜା ଶଲୋମନଙ୍କର ବିଗ୍ଭର ଗୃହର ଅଗଣା ଉପରେ ଅବସ୍ଥିତ ଥିଲା। ଏହା ନିୟମ ପ୍ରଶସ୍ତଗୃହ ସଦୃଶ ନିର୍ମିତ ହେଲା। ସେ ମଧ୍ୟ ନିଜର ଭାର୍ଯ୍ୟା, ଫାରୋର କନ୍ୟା ନିମନ୍ତେ ସେହି ନିୟମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲେ।

ଏହିସବୁ ଅଟାଳିକାଗୁଡ଼ିକ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। ଏହିସବୁ ପଥରଗୁଡ଼ିକ ନିର୍ଦ୍ଧିଷ୍ଟ ଆକାର ଅନୁସାରେ କରତରେ କଟାଗଲା। ସେଗୁଡ଼ିକର ଆଗପଛ କଟାଗଲା। ଏହି ପଥରଗୁଡ଼ିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ଯ୍ୟନ୍ତ ବ୍ୟବହାର ହେଲା। ପ୍ରାଙ୍ଗଣ ମଧ୍ୟ ବହୁମୂଲ୍ୟ ପ୍ରସ୍ତରରେ ତିଆରି ହେଲା। 10 ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। କେତେକ ପ୍ରସ୍ତର ଦଶ ହାତ ଓ କେତେକ ଆଠ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। 11 ସେହି ପ୍ରସ୍ତରର ଅଗ୍ରଭାଗରେ ବହୁମୂଲ୍ୟ ଖୋଦିତ ପ୍ରସ୍ତର ଓ ଏରସ କାଠର କଡ଼ି ଥିଲା। 12 ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁର୍ପାର୍ଶ୍ୱରେ କାନ୍ଥ ଥିଲା। ସେହି କାନ୍ଥଗୁଡ଼ିକ ତିନିଧାଡ଼ି ପ୍ରସ୍ତର ଓ ଏକଧାଡ଼ି ଏରସ କଡ଼ି କାଠରେ ନିର୍ମିତ ହୋଇଥିଲା।

13 ଅନନ୍ତର ରାଜା ଶଲୋମନ ଲୋକ ପଠାଇ ସୋରରୁ ହୀରମ୍ ନାମକ ଏକ ଲୋକକୁ ଅଣାଇଲେ। 14 ହୀରମ୍ ଇସ୍ରାଏଲର ନପ୍ତାଲି ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତା’ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ୍ ଜଣେ ନିପୁଣ ପିତ୍ତଳ କାରୀଗର ଥିଲା। ରାଜା ଶଲୋମନ ସେହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ଯ୍ୟରେ ନିଯୁକ୍ତ କଲେ।

15 ହୀରମ୍ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ଯାହାର ଉଚ୍ଚତା ଅଠର ହାତ ଓ ଗୋଲେଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା। 16 ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରତ୍ୟେକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା। 17 ସେ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲା। 18 ସେ ପ୍ରତ୍ୟେକ ଜାଲିର ସ୍ତମ୍ଭର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡ଼ି ଡାଳିମ୍ବାକୃତି ନିର୍ମାଣ କଲା। ମୁଣ୍ତାଳିରେ ମଧ୍ୟ ତଦ୍ରୂପ କଲା। 19 ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନରେ ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା। 20 ଆଉ ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ତାଳି ଥିଲା ଓ ସେଗୁଡ଼ିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200ଟି ଡାଳିମ୍ବାକୃତି ଥିଲା। 21 ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା। 22 ପୁଣି ସେ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପରେ ରଖିଲା। ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।

23 ତା’ପରେ ସେ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା’ର ନାମ ଦେଲା “ସମୁଦ୍ର”। ସେହି କୁଣ୍ତର ପରିଧି ତିରିଶ୍ ହାତ, ବ୍ୟାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା। 24 ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖରେ ଏକ ଫନ୍ଦ ଥିଲା। ଫନ୍ଦ ତଳେ ଦୁଇଧାଡ଼ି ପିତ୍ତଳର ଲାଭା ଥିଲା। ସେହି ଲାଭାଗୁଡ଼ିକ ଚୌବାଗ୍ଭ ସହିତ ଏକ ଖଣ୍ତ କରି ନିର୍ମାଣ କରାଯାଇ ଥିଲା। 25 ଏହି କୁଣ୍ତ ବାର ଗୋଟି ଷଣ୍ଢ ଉପରେ ସ୍ଥାପିତ ହୋଇଥିଲା। ସେହି ଷଣ୍ଢଗୁଡ଼ିକ ତିନି ଦଳରେ ସଜା ହୋଇଥିଲେ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ଢମାନଙ୍କର ପଶ୍ଚା‌ତ୍‌ଭାଗ କୁଣ୍ତ ମଝି ଆଡ଼କୁ ଥିଲା। କୁଣ୍ତ ସେମାନଙ୍କ ଉପରେ ରଖାଯାଇଥିଲା। 26 ସେହି ପାତ୍ରର ମୋଟେଇ ଗ୍ଭରି ଅଙ୍ଗୁଳି ଥିଲା। ତା’ର ଫନ୍ଦ କପର ଫନ୍ଦ ପରି କିଅବା ପୁଷ୍ପର ପାଖୁଡ଼ା ସଦୃଶ ଥିଲା। ସେହି ଚୌବାଗ୍ଭ 2000 ମହଣ ଧାରଣ କରୁଥିଲା।

27 ତା’ପରେ ହୀରମ୍ ଦଶ ଗୋଟି କଂସା ଶଗଡ଼ ନିର୍ମାଣ କଲା। ପ୍ରତ୍ୟେକ ଶଗଡ଼ର ଦୈର୍ଘ୍ୟ ଗ୍ଭରି ହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନି ହାତ ଥିଲା। 28 ସେହି ଶଗଡ଼ଗୁଡ଼ିକର ଗଠନ ଚତୁର୍ଭୁଜାକାର ଓ ଫ୍ରେମ୍ ମଝିରେ ବିଟ ଥିଲା। ଯଥା: ସେ ସବୁର ମଧ୍ୟଦେଶ ଥିଲା ଓ ସେହିସବୁ ମଧ୍ୟଦେଶ ବିଟମାନଙ୍କ ମଧ୍ୟରେ ଥିଲା। 29 ପୁଣି ବିଟର ମଧ୍ୟବର୍ତ୍ତି ସେହିସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୁବଦୂତମାନେ ଥିଲେ। ବିଟ ଉପରେ ଏକ ବଇଠି ଥିଲା। ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। 30 ପ୍ରତ୍ୟେକ ବୈଠିକିର ଗ୍ଭରୋଟି ପିତ୍ତଳମୟ ଚକ ଓ ପିତ୍ତଳର ଅଖ ଗ୍ଭରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା। ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। 31 ଉପରେ ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତୁଃଷ୍କୋଣ ଥିଲା। ଏହାର ବ୍ୟାସ ଦେଢ଼ ହାତ ଥିଲା। ସେହି ଥାକରେ କଂସାରେ ବହୁତ ନ‌କ୍‌ସା ଅଙ୍କା ଯାଇଥିଲା। 32 ଫ୍ରେମ୍ ତଳେ ଗ୍ଭରୋଟି ଚକ ଥିଲା ଓ ଚକଗୁଡ଼ିକର ବ୍ୟାସ ଦେଢ଼ ହାତ ଥିଲା। ଚକଗୁଡ଼ିକର କାଠ ଗୋଟିଏ ଖଣ୍ତ ଥିଲା। 33 ଆଉ ସେହି ଚକଗୁଡ଼ିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନେମି, ନାଭି ଓ ଅର ସବୁ ଢଳା ପିତ୍ତଳରେ ନିର୍ମିତ ହୋଇଥିଲା।

34 ପ୍ରତ୍ୟେକ ଖଟୁଲିର ଗ୍ଭରି କୋଣରେ ଗ୍ଭରୋଟି ଠେସା ଥିଲା ଓ ସେହି ଠେସାଗୁଡ଼ିକ ଖଟୁଲି ସହିତ ଏକ ଖଣ୍ତ ହୋଇ ରହିଲା। 35 ଆଉ ପ୍ରତି ଖଟୁଲି ମୁଣ୍ତରେ ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବେଢ଼ା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ୟ ଦେଶ ତାହା ସହିତ ନିର୍ମିତ ହୋଇଥିଲା। 36 ସେଇ ଖଟୁଲିର ଓ ଫ୍ରେ‌ମ୍‌ର ପାର୍ଶ୍ୱରେ କିରୁବଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବି ଖୋଦିତ ହୋଇଥିଲା। ଏହିସବୁ ଛବିଗୁଡ଼ିକ ଖଟୁଲିର ସବୁଆଡ଼େ ଖୋଦିତ କରାଯାଇ ଥିଲା ଓ ଖଟୁଲିର ଚତୁର୍ପାର୍ଶ୍ୱରେ ଥିବା ଫ୍ରେ‌ମ୍‌ରେ ଫୁଲସବୁ ଖୋଦିତ ହୋଇଥିଲା। 37 ହୀରମ୍ ଦଶ ଗୋଟି ଖଟୁଲି ନିର୍ମାଣ କଲା। ପ୍ରତ୍ୟେକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇ ଗୋଟିଏ ଛାଞ୍ଚରେ ଢାଳି ସେ ସେଗୁଡ଼ିକୁ ନିର୍ମାଣ କରିଥିଲା।

38 ସେ ଦଶ ଗୋଟି ଖଟୁଲି ଉପରେ ରହିବା ପାଇଁ ଦଶ ଗୋଟି ମାଠିଆ ନିର୍ମାଣ କଲା। ପ୍ରତ୍ୟେକ ମାଠିଆର ବ୍ୟାସ ଗ୍ଭରି ହାତ ଥିଲା ଓ ପ୍ରତ୍ୟେକ ମାଠିଆ ଗ୍ଭଳିଶ୍ ମହଣ ଧାରଣ କରୁଥିଲା। 39 ପୁଣି ସେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ବାମ ପାର୍ଶ୍ୱରେ ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କୋଣରେ ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା। 40-45 ହୀରମ୍ ଏହିସବୁ ପ୍ରକ୍ଷାଳନ ପାତ୍ର, ଛୋଟ କରଚୁଲ୍ଲୀ ଏବଂ ଛୋଟ ତାଟିଆଗୁଡ଼ିକ ନିର୍ମାଣ କଲା। ସେ ଶଲୋମନଙ୍କ ଇଚ୍ଛାନୁସାରେ ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତ ହେଲା। ଯଥା:

2 ଗୋଟି ସ୍ତମ୍ଭ;

2 ଗୋଟି ଗୋଲାକାର ମଣ୍ତଳୀ, ସେହି ସ୍ତମ୍ଭ ଉପରିସ୍ଥ ଆବୃତ କରିବା ପାଇଁ;

2 ଗୋଟି ଜାଲି;

400 ଗୋଟି ଡାଳିମ୍ବ ଉଭୟ ଜାଲି ନିମନ୍ତେ, ପ୍ରତ୍ୟେକ ଜାଲିରେ ଦୁଇଧାଡ଼ି ଡାଳିମ୍ବ ରହିବ;

10 ଗୋଟି ଶଗଡ଼ରୁ ପ୍ରତ୍ୟେକ ଶଗଡ଼ରେ ଗୋଟିଏ ପକ୍ଷାଳନ ପାତ୍ର ରହିବ;

ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି;

ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା।

Huram made everything King Solomon wanted. ସେଗୁଡ଼ିକ ସୁନ୍ଦର ପିତ୍ତଳରେ ନିର୍ମିତ ହୋଇଥିଲା। 46-47 ଶଲୋମନ ସମସ୍ତ ଜିନିଷ ନିର୍ମାଣରେ ବ୍ୟବହୃତ ପିତ୍ତଳକୁ ଓଜନ କଲେ ନାହିଁ। କାରଣ ତା’ର ପରିମାଣ ଏତେ ଅଧିକ ଥିଲା ଯେ ତାହା ଓଜନ କରିବା ସମ୍ଭବ ନ ଥିଲା। ରାଜା ଯର୍ଦ୍ଦନ ପଦାରେ ସୁ‌କ୍‌କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚି‌କ୍‌କଣ ଭୂମିରେ ତାହା ନିର୍ମାଣ କରିବାକୁ ଆଦେଶ ଦେଲେ। ସେଗୁଡ଼ିକୁ ପିତ୍ତଳ ତରଳାଇ ଓ ଛାଞ୍ଚରେ ଢାଳି ତିଆରି କରାଗଲା।

48-50 ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହୁତ ସାମଗ୍ରୀ ସୁବର୍ଣ୍ଣର ପାଇଲେ। ଏଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରି ହେଲା। ସେଗୁଡ଼ିକ ଯଥା:

ସ୍ୱର୍ଣ୍ଣବେଦି,

ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ,

ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ,

ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍

ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

51 ଏହିରୂପେ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ରାଜା ଶଲୋମନ ସମ୍ପୂର୍ଣ୍ଣ କଲେ। ସେ ମନ୍ଦିର ନିମନ୍ତେ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡ଼ିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ରଖିଲେ।

ଏଫିସୀୟଙ୍କ ପ୍ରତି ପତ୍ର 4

ଶରୀରର ଏକତା

ମୁଁ ପ୍ରଭୁଙ୍କର ହୋଇ ଥିବାରୁ କାରାଗାରରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ୱର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ୱରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭେମାନେ ସେହିଭଳି ଜୀବନଯାପନ କର। ସବୁବେଳେ ନମ୍ର, ଭଦ୍ର, ଧୈର୍ଯ୍ୟବାନ ହୁଅ। ପରସ୍ପରକୁ ପ୍ରେମରେ ଗ୍ରହଣ କର। ତୁମ୍ଭେ ସମସ୍ତେ ପବିତ୍ରଆତ୍ମାଙ୍କ ଦ୍ୱାରା ଶାନ୍ତିର ବନ୍ଧନରେ ଏକତ୍ର ହୋଇ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ। ଶରୀର ଏକ, ପବିତ୍ରଆତ୍ମା ମଧ୍ୟ ଏକ। ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡାକି ଥିଲେ। ପ୍ରଭୁ ଏକ, ବିଶ୍ୱାସ ଏକ ଓ ବାପ୍ତିସ୍ମ ମଧ୍ୟ ଏକ। ପରମେଶ୍ୱର ଜଣେ ଓ ସେ ହେଉଛନ୍ତି ପ୍ରତ୍ୟେକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ୱାମୀ ଅଟନ୍ତି। ସେ ସବୁଠାରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି।

ଖ୍ରୀଷ୍ଟ ଆମ୍ଭ ପ୍ରତ୍ୟେକଙ୍କୁ ଗୋଟିଏ ବିଶେଷ ଅନୁଗ୍ରହ ଦାନ ଦେଇଛନ୍ତି। ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ:

“ସେ ଆକାଶର ଉଚ୍ଚକୁ ଗଲେ;
    ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ,
    ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’ (A)

“ଉଚ୍ଚକୁ ଗଲେ” କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ। 10 ଯେଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିଲେ ସେ ହିଁ ଉଚ୍ଚକୁ ଗଲେ। ସେ ଉଚ୍ଚତମ ଆକାଶକୁ ଗଲେ ଯେପରି ସେ ନିଜକୁ ପୂର୍ଣ୍ଣ କରନ୍ତି। 11 ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ। 12 ପରମେଶ୍ୱରଙ୍କ ଲୋକମାନେ ତାଙ୍କର ସେବା କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସେମାନଙ୍କୁ ଦେଲେ। ଏହା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀରସ୍ୱରୂପ ଆମ୍ଭେମାନେ ମଧ୍ୟ ଦୃଢ଼ ଓ ବଳବାନ ହେବା। 13 ସମସ୍ତ ଲୋକେ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ୱାସ ଓ ସମାନ ଜ୍ଞାନ ସହିତ ଏକତ୍ର ହେବା ପର୍ଯ୍ୟନ୍ତ ଏହି କାମ ଗ୍ଭଲିଥିବା ନିତାନ୍ତ ଆବଶ୍ୟକ, ଯେପର୍ଯ୍ୟନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହୋଇଛୁ, ସେ ପର୍ଯ୍ୟନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହେବାକୁ ପଡ଼ିବ।

14 ତା’ହେଲେ ଆମ୍ଭେ ଆଉ ଶିଶୁ ହୋଇ ରହିବା ନାହିଁ। ସମୁଦ୍ରରେ ଜାହାଜ ଲହରୀ ହେତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ନୂତନ ଉପଦେଶ ଦ୍ୱାରା ଆମ୍ଭେ ଏଣେତେଣେ ଆଉ ଭାସି ଯିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନାରେ ଚ୍ଛନ୍ଦନ୍ତି, 15 ନା! ଆମ୍ଭେ ପ୍ରେମ ସହକାରେ ସତ୍ୟ କହିବା। ଆମ୍ଭେ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହେବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର। 16 ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରତ୍ୟେକ ଅଙ୍ଗ ଏକାଠି ଯୋଡ଼ି ହୋଇ ରହିଛନ୍ତି। ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରନ୍ତି। ଏହା ଦ୍ୱାରା ସମଗ୍ର ଶରୀର ପ୍ରେମରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।

କିଭଳି ଜୀବନ-ଯାପନ କରିବା ଉଚିତ୍

17 ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ। 18 ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ। 19 ସେମାନଙ୍କର ଲଜ୍ଜା ନାହିଁ। ସେମାନେ ମନ୍ଦ କାର୍ଯ୍ୟ କରି ଜୀବନଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂପେ କରିବାକୁ ସେମାନଙ୍କର ଇଚ୍ଛା। 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଶିଖିଲ, ସେଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। 21 ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। 22 ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ିଦିଅ। କାରଣ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଭଲ ପାଇବାରୁ ତଦ୍ଦ୍ୱାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳରେ ପୁରୁଣା ରୂପ ଦ୍ୱାରା ମନ୍ଦ ଆହୁରି ହୋଇଯାଏ। 23 ମାତ୍ର, ତୁମ୍ଭମାନଙ୍କୁ ହୃଦୟରେ ଓ ଭାବନାରେ ନୂତନ ହେବାକୁ ପଡ଼ିବ। 24 ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ।

25 ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ। 26 ଯେତେବେଳେ ତୁମ୍ଭର କ୍ରୋଧ ହୁଏ, ସେତେବେଳେ ଅତି କ୍ରୋଧୀ ହୋଇ ପାପ କର ନାହିଁ। 27 ଦିନସାରା କ୍ରୋଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ। 28 ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା’ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ।

29 ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ। 30 ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି। 31 କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ। 32 ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 37

ଶୁଷ୍କ ଅସ୍ଥିସକଳର ଦର୍ଶନ

37 ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ସଦାପ୍ରଭୁ ସେହି ଅସ୍ଥିଗୁଡ଼ିକ ଦେଇ ନେଲେ, ଯାହା ଚତୁର୍ଦ୍ଦିଗରେ ଥିଲା। ସେହି ଉପତ୍ୟକାରେ ବହୁତ ଅସ୍ଥି ଥିବାର ମୁଁ ଦେଖି ପାରିଲି। ମୁଁ ସେହି ଅସ୍ଥିଗୁଡ଼ିକ ଅତିଶୟ ଶୁଷ୍କ ଥିବାର ଲକ୍ଷ୍ୟ କଲି।

ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ ପଗ୍ଭରିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହୋଇ ପାରିବେ କି?”

ମୁଁ ଉତ୍ତର ଦେଲି, “ସଦାପ୍ରଭୁ, ମୋର ପ୍ରଭୁ, ଏ ପ୍ରଶ୍ନର ଉତ୍ତର କେବଳ ଆପଣ ଜାଣନ୍ତି।”

ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି କୁହ, ‘ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ, ମୋର ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବି ଓ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କ ଉପରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବି। ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଏହା ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ କଲି, ଯେତେବେଳେ ମୁଁ ଭବିଷ୍ୟ‌ଦ୍‌ବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହୋଇଗଲେ। ମୁଁ ନିରୀକ୍ଷଣ କରି ଦେଖିଲି, ସେହିସବୁ ଅସ୍ଥି ଉପରେ ସ୍ନାୟୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସେମାନଙ୍କର ପ୍ରାଣବାୟୁ ନ ଥିଲା।

ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର ଓ ବାୟୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପରେ ପ୍ରଶ୍ୱାସ ଦିଅ, ଯେପରି ସେମାନେ ଜୀବିତ ହେବେ।’”

10 ଏବଂ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କଲି ଏବଂ ପ୍ରଶ୍ୱାସ ସେମାନଙ୍କ ମଧ୍ୟକୁ ଆସିଲା। ଆଉ ସେମାନେ ଜୀବିତ ହୋଇଗଲେ ଏବଂ ଛିଡ଼ା ହୋଇଗଲେ। ସେମାନେ ବହୁତ ଲୋକ ଥିଲେ ଏବଂ ମହାନ ସୈନ୍ୟବାହିନୀ ଗଠନ କଲେ।

11 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’ 12 ଏଣୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ମୋର ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବି। 13 ହେ ମୋର ଲୋକମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସେଗୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭେମାନେ ଜାଣିବ। 14 ଆଉ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶରେ ବସାଇବି। ତାହାହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭେମାନେ ଜାଣିବ।’” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

ଯିହୁଦା ଓ ଇସ୍ରାଏଲ ପୁନର୍ବାର ଏକାଠି ହେବେ

15 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନେଇ ତହିଁ ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ;’ ତା’ପରେ ଆଉ ଖଣ୍ଡେ ଆଶାବାଡ଼ି ନେଇ ତାହା ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଇଫ୍ରୟିମର, ଇସ୍ରାଏଲ ବଂଶ ଯୋଷେଫ ଓ ତା’ର ସାଙ୍ଗମାନଙ୍କୁ ଦର୍ଶାଏ।’ 17 ତା’ପରେ ତୁମ୍ଭ ହସ୍ତରେ ସେହି ଦୁଇ ଆଶାବାଡ଼ି ଯେପରି ଏକ ହେବ, ଏଥିପାଇଁ ସେହି ଦୁଇ ଆଶାବାଡ଼ିକୁ ଏକତ୍ର ଯୋଡ଼।

18 “ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ। 19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ‘ଇଫ୍ରୟିମର ହସ୍ତରେ ଥିବାର ଯୋଷେଫଙ୍କର ଆଶାବାଡ଼ି ପୁଣି ତାଙ୍କର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା, ଆଉ ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା। ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଆଶାବାଡ଼ି ହେବେ।’

20 “ଯେଉଁ ଦୁଇ ଆଶାବାଡ଼ିରେ ତୁମ୍ଭେ ସେମାନଙ୍କର ନାମ ଲେଖିଥିଲ, ତାହା ସେମାନେ ଦେଖିବା ପାଇଁ ତୁମ୍ଭ ହସ୍ତରେ ରହିବ। 21 ପୁଣି ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସେମାନେ ଯାଇ ଅଛନ୍ତି ସେହି ସ୍ଥାନର ଗୋଷ୍ଠୀୟମାନଙ୍କ ମଧ୍ୟରୁ ମୁଁ ସେମାନଙ୍କୁ ନିଜ ଦେଶକୁ ନେଇଆସିବି। ଆଉ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବି। 22 ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ। 23 ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।

24 “‘ପୁଣି ମୋର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ। କେବଳ ସେ ହିଁ ଜଣେ ସମସ୍ତଙ୍କ ଉପରେ ମେଷପାଳକ ହେବେ। ଆଉ ସେମାନେ ମୋର ବ୍ୟବସ୍ଥା ମାନି ଚଳିବେ ଓ ମୋର ବିଧିସବୁ ରକ୍ଷାକରି ପାଳନ କରିବେ। 25 ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ। 26 ଏବଂ ମୁଁ ସେମାନଙ୍କ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସେମାନଙ୍କ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହେବ। ଏବଂ ମୁଁ ସେମାନଙ୍କୁ ବସାଇବି ଓ ବଢ଼ାଇବି। ଆଉ ସେମାନଙ୍କ ମଧ୍ୟରେ ସଦାକାଳ ମୁଁ ଆପଣା ପବିତ୍ର ସ୍ଥାନ ସ୍ଥାପନ କରିବି। 27 ଆଉ ମଧ୍ୟ ମୋର ପବିତ୍ର ତମ୍ବୁ ସେମାନଙ୍କ ସଙ୍ଗରେ ରହିବ। ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ। 28 ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଇସ୍ରାଏଲକୁ ମୋର ବିଶେଷ ଲୋକ କରେ। କାରଣ ମୋର ପବିତ୍ର ସ୍ଥାନ ସର୍ବଦା ସେମାନଙ୍କ ମଧ୍ୟରେ ରହିବ।’”

ଗୀତସଂହିତା 87-88

କୋରହ ସନ୍ତାନଗଣର ଏକ ଗୀତ।

87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
    ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।

4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
    “ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
    “ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
    ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ।

ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
    “ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”

କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।

88 ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା।
    ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ।
    ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ମୋର ପ୍ରାଣ ଦୁଃଖରେ ଭରପୁର।
    ମୁଁ ଶୀଘ୍ର ମରିଯିବି।
ମୁଁ ଜଣେ ଶକ୍ତି ହରାଇଥିବା
    ପ୍ରାୟ ମୃତ ଲୋକପରି ହୋଇଅଛି।
ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ।
    ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି
ଏବଂ ଲୋକମାନେ ଏ ବିଷୟରେ ସବୁ
    ଭୁଲିଗଲେ ଓ ସହାୟ ନାହିଁ।
ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର
    ଗଭୀର ସ୍ଥାନରେ ରଖିଅଛ।
ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି।
    ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ।

ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ,
    ମୁଁ ଅଛୁଆଁ ପରି ସେମାନେ ମୋ’ଠାରୁ ଦୂରେଇ ଗଲେ।
ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।
    କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି।
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି।
    ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
10 ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର?
    ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ?

11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ।
    ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ।
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ।
    ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ।
13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି।
    ମୋତେ ସାହାରା ଦିଅ।
    ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ?
    ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ?
15 ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି।
    ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ।
16 ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି,
    ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି।
17 ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା।
    ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।
18 ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ’ଠାରୁ ଦୂରେଇ ରଖିଅଛ।
    ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center