M’Cheyne Bible Reading Plan
ଦାଉଦ ତାଙ୍କର ସୈନ୍ୟମାନଙ୍କୁ ଗଣନା କରିବା ପାଇଁ ନିଷ୍ପତ୍ତି ନେଲେ
24 ସଦାପ୍ରଭୁ ପୁନ୍ନରାୟ ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରେଇଲେ। ତେଣୁ ଦାଉଦ ଆଦେଶ ଦେଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”
2 ରାଜା ଦାଉଦ ତାଙ୍କର ସେନାପତି ଯୋୟାବକୁ ଡାକି କହିଲେ, “ତୁମ୍ଭେମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ବଂଶ ଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”
3 କିନ୍ତୁ ଯୋୟାବ ରାଜାଙ୍କୁ କହିଲେ, “ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ 100 ଗୁଣ ବୃଦ୍ଧି କରାନ୍ତୁ ଓ ମୋ’ ପ୍ରଭୁ ମହାରାଜାଙ୍କ ଚକ୍ଷୁ ତାହା ଦେଖୁ। କାହିଁକି ରାଜା ସେହି କାର୍ଯ୍ୟ କରିବାକୁ ଗ୍ଭହାନ୍ତି?”
4 ରାଜା ଦାଉଦ ଗୁରୁତର ସହକାରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସେନାଧ୍ୟକ୍ଷଙ୍କୁ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସେନାଧ୍ୟକ୍ଷମାନେ ରାଜାଙ୍କ ପାଖରୁ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ। 5 ସେମାନେ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ସେମାନେ ଅରୋୟେରରେ ସେନା ଛାଉଣି ପକାଇଲେ। ସେମାନଙ୍କର ଛାଉଣି ସହରର ଦକ୍ଷିଣ ପାର୍ଶ୍ୱରେ ରହିଲା। ସହରଟି ଗାଦ୍ ଉପତ୍ୟକାର ମଧ୍ୟରେ ଅବସ୍ଥିତ ଥିଲା, ଯାହାକି ଯାସେର ପର୍ଯ୍ୟନ୍ତ ବିସ୍ତୃତ ଥିଲା।
6 ତା’ପରେ ସେମାନେ ପୂର୍ବରେ ଥିବା ଗିଲିୟଦ୍କୁ ଓ ତହତୀମ୍ ହଦ୍ଶି ଦେଶକୁ ଗଲେ। ତା’ପରେ ସେମାନେ ବୁଲି ସୀଦୋନକୁ ଆସିଲେ। 7 ସେମାନେ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କ ଓ କିଣାନୀୟମାନଙ୍କ ସମସ୍ତ ନଗରରେ ପହଞ୍ଚିଲେ। ସେମାନେ ବେର୍ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ। 8 ଏହା ତାଙ୍କୁ 9ମାସ 20ଦିନ ସମୟ ଲାଗିଲା। ଏହା ପରେ ସେମାନେ ଯିରୁଶାଲମକୁ ଫେରି ଆସିଲେ।
9 ଯୋୟାବ ରାଜାଙ୍କୁ ଗଣନାର ଚିଠା ଦେଲେ। ଇସ୍ରାଏଲରେ ଖଡ଼୍ଗଧାରୀ 800,000 ବଳବାନ ଲୋକ ଓ ଯିହୁଦାର 500,000 ଲୋକ ଥିଲେ।
ସଦାପ୍ରଭୁ ଦାଉଦଙ୍କୁ ଦଣ୍ତମାନ ଦେଲେ
10 ଏହା ପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦୟ ଦୁଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଛି। ହେ ସଦାପ୍ରଭୁ, ମୁଁ ଆପଣଙ୍କୁ ବିନୟ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁଁ ଅତି ମୁର୍ଖର କର୍ମ କରିଅଛି।”
11 ଯେତେବେଳେ ଦାଉଦ ପ୍ରଭାତରେ ଶଯ୍ୟା ତ୍ୟାଗ କଲେ ସେତେବେଳେ ଦାଉଦଙ୍କ ଦର୍ଶକ ଗାଦ୍ ଭବିଷ୍ୟଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। 12 ସଦାପ୍ରଭୁ ଗାଦ୍କୁ କହିଲେ, “ଦାଉଦ ନିକଟକୁ ଯାଇ କୁହ, ‘ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖିଅଛୁ ସେଥି ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତୁ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବୁ।’”
13 ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ଏହି ତିନୋଟି ମଧ୍ୟରୁ ଗୋଟିକୁ ବାଛ।
1, ତୁମ୍ଭ ପାଇଁ, ତୁମ୍ଭ ଦେଶ ପାଇଁ ସାତ ବର୍ଷ ଦୁର୍ଭିକ୍ଷ ହେବ।
2, ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ତିନି ମାସ ପର୍ଯ୍ୟନ୍ତ ଗୋଡ଼ାଇବେ।
3, ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ।
ଏହିସବୁ କଥା ବିଷୟରେ ଭାବ ଏବଂ ଏହି ତିନି କଥାରୁ ଗୋଟିକୁ ବାଛ। ଏବଂ ମୁଁ ସଦାପ୍ରଭୁଙ୍କୁ ତୁମ୍ଭର ପସନ୍ଦ ଜଣାଇ ଦେବି। ଯେହେତୁ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି।”
14 ଦାଉଦ ଗାଦ୍କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।”
15 ତେଣୁ ସଦାପ୍ରଭୁ ଇସ୍ରାଏଲକୁ ମହାମାରୀ ପଠାଇଲେ। ଏହି ପ୍ରତ୍ୟୁଷରୁ ଆରମ୍ଭ ହୋଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ଭଲୁ ରହିଲା। ତେଣୁ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ 70,000 ଲୋକ ମୃତ୍ୟୁବରଣ କଲେ। 16 ଦୂତ ଯିରୁଶାଲମକୁ ଧ୍ୱଂସ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦୁଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କୁ କହିଲେ, “ଯେଉଁ ଲୋକମାନଙ୍କୁ ମାରିଅଛ ତାହା ଯଥେଷ୍ଟ, ତୁମ୍ଭ ହସ୍ତ ନତ କର।” ଏହି ସମୟରେ ସେହି ଦୂତ ଯିବୂଷୀୟ ଅରୌଣାରେ ଶସ୍ୟ ମର୍ଦ୍ଦନ ସ୍ଥାନ ନିକଟରେ ଥିଲେ।
ଦାଉଦ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନକୁ କିଣିଲେ
17 ପୁଣି ଦାଉଦ ସେହି ସଂହାରକ ଦୂତକୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି। ମାତ୍ର ଏହି ମେଷଗଣ କ’ଣ କଲେ? ବିନୟ କରୁଅଛି ତୁମ୍ଭ ହସ୍ତ ମୋ’ ପ୍ରତିକୂଳରେ ଓ ମୋ’ ପିତୃଗୃହର ପ୍ରତିକୂଳରେ ହେଉ।”
18 ସେହି ଦିନ ଗାଦ୍ ଦାଉଦଙ୍କ ନିକଟକୁ ଯାଇ ତାହାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।” 19 ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦ୍ର ବାକ୍ୟନୁସାରେ ଉଠି ଗଲେ। 20 ସେତେବେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ୟ ଓ ତାଙ୍କର ଦାସମାନେ ତାଙ୍କ ଆଡ଼କୁ ଆସୁ ଅଛନ୍ତି। ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। 21 ପୁଣି ଅରୌଣା ପଗ୍ଭରିଲା, “ମୋ’ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି କାରଣରେ ଆସିଲେ?” ସଦାପ୍ରଭୁଙ୍କ ପାଇଁ ବେଦି ତିଆରି କରିବାକୁ ମୁଁ ତୁମ୍ଭର ଖଳାର ଭୂମି କିଣିବାକୁ ଆସିଅଛି। ତା’ପରେ ମହାମାରୀ ବନ୍ଦ ହେବ।
ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେମନ୍ତ ମହାମାରୀ ନିବୃତ୍ତ ହେବ। ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବ। କାରଣ ତୁମ୍ଭଠାରୁ ଶସ୍ୟ ମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”
22 ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋ’ ପ୍ରଭୁ ମହାରାଜା ଆପଣଙ୍କୁ ଯାହା ଭଲ ଲାଗେ ତାହା ଦେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ ହୋମବଳି ନିମନ୍ତେ ଏହି ବୃଷକୁ ଓ କାଠ ନିମନ୍ତେ ଏହି ଶସ୍ୟ ମର୍ଦ୍ଦନ ଯନ୍ତ୍ର ସଜ୍ଜ ଅଛି। 23 ହେ ମହାରାଜ, ଅରୌଣା ଏ ସମସ୍ତ ମହାରାଜାଙ୍କୁ ଦେଉଅଛି।” ପୁଣି ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ।”
24 ତହିଁରେ ରାଜା ଅରୌଣାକୁ କହିଲେ, “ନା, ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି ଆଉ ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନା ମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।”
ତହୁଁ ଦାଉଦ ପଗ୍ଭଶ୍ ଶେକଲ ରୂପାରେ ସେହି ଶସ୍ୟ ମର୍ଦ୍ଦନ ସ୍ଥାନ ଓ ବୃଷ ସବୁ କିଣିଲେ। 25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ।
ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।
4 ମୁଁ କହୁଛି ଯେ, ଯେପର୍ଯ୍ୟନ୍ତ ଜଣେ ଉତ୍ତରାଧିକାରୀ ଶିଶୁ ଅବସ୍ଥାରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ। 2 କାରଣ ସେହି ଶିଶୁ ଆପଣା ପିତାଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ତା’ର ଯତ୍ନ ନ୍ୟସ୍ତ କରା ଯାଇଥିବା ବ୍ୟକ୍ତିମାନଙ୍କର ଅଧୀନରେ ଥାଏ। 3 ଠିକ୍ ସେହିପରି ଆମ୍ଭେମାନେ ଶିଶୁଥିବା ସମୟରେ ଆମ୍ଭେ ମଧ୍ୟ ସଂସାରର ଅନୁପଯୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ। 4 କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହେବାରୁ ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ୟବସ୍ଥା ଅଧୀନରେ ଜୀବନଯାପନ କରୁଥିଲେ। 5 ବ୍ୟବସ୍ଥାର ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ରୂପେ ଗଢ଼ି ତୋଳିବା ନିମନ୍ତେ ସେ ଏପରି କରିଥିଲେ।
6 ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ ଆବ୍ବା, ପ୍ରିୟ ପିତା” ବୋଲି ଡାକନ୍ତି। 7 ଅତଏବ, ତୁମ୍ଭେମାନେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହୋଇଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।
ଗାଲାତୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ
8 ପୂର୍ବରୁ ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। ତୁମ୍ଭେମାନେ ମିଥ୍ୟା ଦେବତାମାନଙ୍କର ଦାସ ଥିଲ। 9 କିନ୍ତୁ ଏବେ ତୁମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ। ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମ୍ଭେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭେମାନେ କ’ଣ ପୁଣି ଦାସ ହେବାକୁ ଇଚ୍ଛା କର? 10 ତୁମ୍ଭେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। 11 ତୁମ୍ଭମାନଙ୍କ ପାଇଁ ଯେଉଁସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡରୁଛି।
12 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭେମାନେ ବର୍ତ୍ତମାନ ମୋ’ ପରି ହୁଅ। 13 ତୁମ୍ଭେମାନେ ମୋ’ ପାଇଁ ଖୁବ୍ଭଲ ଥିଲ। ତୁମ୍ଭେମାନେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେହେତୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିଥିଲି। 14 ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ। 15 ତୁମ୍ଭେମାନେ ସେତେବେଳେ ଅତ୍ୟଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା? ମୋର ମନେ ପଡ଼େ, ତୁମ୍ଭେମାନେ ତୁମ୍ଭମାନଙ୍କର ସାଧ୍ୟମତେ ମୋତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲ। ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜର ଆଖି ମଧ୍ୟ ତାଡ଼ି ମୋତେ ପ୍ରଦାନ କରି ଦେଇଥାଆନ୍ତ। 16 କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି?
17 ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦେଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ୟରେ ନୁହେଁ। କାରଣ, ତାହାଦ୍ୱାରା ସେମାନେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂରେଇ ନେବାକୁ ଇଚ୍ଛା କରନ୍ତି ଓ ସେମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। 18 କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍ଯୋଗୀ ହେବା ଉଚିତ୍। 19 ମୋ’ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା’ ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍ଭେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେପର୍ଯ୍ୟନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି। 20 ମୋର ଇଚ୍ଛା ହେଉଛି ମୁଁ ବର୍ତ୍ତମାନ ସେଠାରେ ତୁମ୍ଭମାନଙ୍କ ପାଖରେ ଥା’ନ୍ତି କି, ଯଦ୍ଦ୍ୱାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକାରେ କଥା ହୋଇପାରନ୍ତି। କାରଣ ତୁମ୍ଭମାନଙ୍କ ବିଷୟରେ କ’ଣ କରାଯିବ, ମୁଁ କିଛି ଜାଣିପାରୁ ନାହିଁ।
ସାରା ଓ ହାଗାରର ଉଦାହରଣ
21 ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭେମାନେ ଜାଣ କି ବ୍ୟବସ୍ଥା କ’ଣ କୁହେ? 22 ଶାସ୍ତ୍ର କୁହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ୱାଧୀନା ସ୍ତ୍ରୀ। 23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।
24 ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ। 25 ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି। 26 କିନ୍ତୁ ସ୍ୱର୍ଗସ୍ଥ ଯିରୁଶାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। 27 ଶାସ୍ତ୍ର କୁହେ:
“ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ;
ଖୁବ୍ ଜୋର୍ରେ ହର୍ଷନାଦ କର,
ତୁମ୍ଭେ ପ୍ରସବବେଦନା
କେବେ ହେଲେ ଅନୁଭବ କରି ନାହଁ।
ଯେଉଁ ସ୍ତ୍ରୀ ପରିତ୍ୟକ୍ତା,
ତା’ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।” (A)
28-29 ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା। 30 କିନ୍ତୁ ଶାସ୍ତ୍ର କ’ଣ କୁହେ? “ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।” [a] 31 ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।
ଅଶୂର ଏକ ଏରସ ବୃକ୍ଷ ତୁଲ୍ୟ
31 ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନ୍ର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ମିଶରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ ଏହି କଥା କୁହ,
“‘ତୁମ୍ଭେ ମହାନ,
ତୁମ୍ଭେ ଆପଣା ମହତ୍ତ୍ୱରେ ତାହାର ତୁଲ୍ୟ?
3 ଅଶୂରକୁ ଦେଖ! ସେ ଲିବାନୋନ୍ର ଏରସ ବୃକ୍ଷସ୍ୱରୂପ ଅଟେ।
ତାହାର ସୁନ୍ଦର ଘନଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା।
ଆଉ ତାହାର ଶିଖର ମେଘ ମଧ୍ୟରେ ଥିଲା।
4 ଅମାପ ଜଳ ତାହାକୁ ପୁଷ୍ଟ କଲା।
ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା
ଓ ତାହାର ସ୍ରୋତ ସମୂହ ବୃକ୍ଷରୋପଣ ସ୍ଥାନର
ଚତୁର୍ଦ୍ଦିଗରେ ପ୍ରବାହିତ ହେଲା।
5 ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା।
ତାହାର ଡାଳଗୁଡ଼ିକ ବହୁସଂଖ୍ୟାରେ ବଢ଼ିବାକୁ ଲାଗିଲା।
ଆଉ ଅମାପ ଜଳ ହେତୁ
ତାହାର ଶାଖାସବୁ ପ୍ରସାରିତ ହୋଇ ବଢ଼ିଗଲା।
6 ଆକାଶର ପକ୍ଷୀସକଳ
ତାହାର ଡାଳରେ ବସା ବାନ୍ଧିଲେ।
କ୍ଷେତ୍ରସ୍ଥ ପଶୁମାନେ
ତାହାର ଶାଖାତଳେ ପ୍ରସବ କଲେ।
ଏବଂ ତାହାର ଛାୟା ତଳେ
ବହୁତ ଜାତିଗଣ ବାସ କଲେ।
7 ଏହିରୂପେ ସେ ନିଜର ମହତ୍ତ୍ୱରେ
ତାହାର ଶାଖାଗୁଡ଼ିକର ଦୀର୍ଘତା ଯୋଗୁଁ
ମନୋହର ହେଲା,
କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
8 ଏପରିକି ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ
ଏହି ବୃକ୍ଷ ପରି ବଡ଼ ନ ଥିଲେ।
ଆଉ ଦେବଦାରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା।
ଏବଂ ସାଧାରଣ ବୃକ୍ଷଗୁଡ଼ିକ ସେହିଭଳି ଶାଖା ଯୁକ୍ତ ନ ଥିଲା।
ଆଉ ପରମେଶ୍ୱରଙ୍କ ଉଦ୍ୟାନରେ
କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହାପରି ନ ଥିଲେ।
9 ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି
ତାକୁ ରମଣୀୟ କଲି।
ଏଣୁ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ
ସକଳବୃକ୍ଷ ତାହାକୁ ଈର୍ଷା କଲେ।’”
10 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେହି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡାଳସବୁର ଶିଖର ଦେଶ ଉଚ୍ଚତାରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା। 11 ଏଥିପାଇଁ ମୁଁ ତାହାକୁ ବଳବାନ୍ ଶାସକର ହସ୍ତରେ ଦେଇଅଛି। ଯାହା ଫଳରେ ସେ ଏହାକୁ ତା’ର ଦୁଷ୍ଟାମି ଅନୁଯାୟୀ ବ୍ୟବହାର କରିବ। ମୁଁ ଏହାକୁ ଖାରଜ କରିଛି। 12 ପୁଣି ଜାତିମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଛନ୍ତି। ପର୍ବତମାନଙ୍କ ଉପରେ ଓ ସମସ୍ତ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଛି। ତେଣୁ ପୃଥିବୀସ୍ଥ ଯାବତୀୟ ଜାତି ତାହାର ଛାୟା ତଳୁ ଗ୍ଭଲିଯାଇଛନ୍ତି ଓ ତାକୁ ପରିତ୍ୟାଗ କରିଛନ୍ତି। 13 ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ଯାଇଥିବା ଶାଖା ଉପରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧ୍ୟରେ ରହିବେ।
14 “ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହେବ ନାହିଁ ଓ ସେମାନେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସେଚିତ ବୃକ୍ଷସବୁ କିପରି ସେମାନେ ଡେଙ୍ଗା ହେବେ, ଏ ବିଷୟରେ ଅହଂକାର କରିବେ ନାହିଁ। କାରଣ ସେମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁ ଅବଶ୍ୟମ୍ଭାବିତ ଅଟେ, ପୃଥିବୀ ତଳକୁ ଯିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସେମାନେ ଅନ୍ୟମାନଙ୍କୁ ଯୋଗ ଦେବେ, ଯିଏ ପୂର୍ବରୁ ଗର୍ତ୍ତ ଭିତରକୁ ଯାଇଥିଲେ।”
15 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ସେ ମୃତ୍ୟୁସ୍ଥାନକୁ ଗଲେ, ମୁଁ ସେହି ଦିନ ଶୋକ କଲି। ମୁଁ ତାହାକୁ ଅଗାଧ ଜଳଧିରେ ଆଚ୍ଛାଦନ କଲି ଓ ତହିଁର ସ୍ରୋତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବାନୋନକୁ ଶୋକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖରେ ମ୍ଳାନ ହେଲେ। 16 ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦେଲା ବେଳେ, ତାହାର ପତନ ଶବରେ ଗୋଷ୍ଠୀୟମାନେ କମ୍ପିତ ହେଲେ। ପୁଣି ପୃଥିବୀରେ ଥିବା ଏଦନର ସମସ୍ତ ଜଳ ସେଚିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନ୍ର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀରେ ସାନ୍ତ୍ୱନା ଦିଆଗଲା। 17 ଅନ୍ୟ ଦେଶମାନଙ୍କରୁ ଏହାର ମିତ୍ରଗଣ ଯେଉଁମାନେ ଏହାର ଛାଇରେ ବାସ କରୁଥିଲେ, ସେମାନେ ଏହା ସହିତ ସିୟୋନ ତଳକୁ ଗଲେ। ଯେଉଁମାନେ ଖଡ଼୍ଗରେ ହତ ହୋଇଥିଲେ ତାଙ୍କ ସହିତ ମିଳିତ ହେଲେ।
18 “ମିଶର, ଯିଏ କି ମହାନତାରେ ଗୌରବରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି? ଏହା ବ୍ୟତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାଯିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ଼୍ଗହତ ଲୋକମାନଙ୍କ ସହିତ ଶୟନ କରିବ।
“ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ।” ସଦାପ୍ରଭୁ, ମୋର ପ୍ରଭୁ ତାହା କରିଛନ୍ତି।
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
10 ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ।
“ସେମାନଙ୍କର ପରମେଶ୍ୱର କାହାନ୍ତି?”
ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ।
ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ।
11 ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ।
ହେ ପରମେଶ୍ୱର, ତୁମ୍ଭର ମହାଶକ୍ତି ପ୍ରୟୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
12 ହେ ପରମେଶ୍ୱର,
ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି,
ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
13 ତା’ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ
ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ।
ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।
2010 by World Bible Translation Center