Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 18

ଦାଉଦ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ

18 ଦାଉଦ ଲୋକମାନଙ୍କୁ ଗଣି 1000 ଜଣରେ ଜଣେ ଓ ପ୍ରତି 100 ଜଣରେ ଜଣେ ଲେଖାଏ ମୁଖିଆଙ୍କୁ ନିଯୁକ୍ତ କଲେ। ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍‌ର ଇତ୍ତୟ ଆଦେଶର ଅଧୀନରେ ଥିଲେ।

ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।”

ଲୋକମାନେ କହିଲେ, “ଆପଣ ଆମ୍ଭ ସହିତ ନିଶ୍ଚୟ ଯିବେ ନାହିଁ। କାରଣ ଆମ୍ଭେମାନେ ପଳାଇଲେ ଅବଶାଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିରି କରିବେ ନାହିଁ। ଆମ୍ଭମାନଙ୍କରୁ ଅର୍ଦ୍ଧେକ ମୃତ୍ୟୁବରଣ କଲେ ହେଁ, ସେମାନେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗରରେ ସାହାଯ୍ୟ ପାଇଁ ରୁହନ୍ତୁ।”

ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଉତ୍ତମ ବିଗ୍ଭର କର ମୁଁ ତାହା କରିବି।”

ଏହା ପରେ ସେ ନଗର ଫାଟକ ପାର୍ଶ୍ୱରେ ଛିଡ଼ା ହେଲେ ଓ ହଜାର ଲୋକ ଦଳ ଦଳ ହୋଇ ବାହାରି ଆସିଲେ।

ରାଜା ଯୋୟାବ ଅବୀଶୟ ଓ ଇତ୍ତୟକୁ ଆଦେଶ ଦେଇ କହିଲେ, “ମୋ’ ପାଇଁ ଅବଶାଲୋମ ପ୍ରତି ଭଦ୍ର ବ୍ୟବହାର କର।” ଯେତେବେଳେ ରାଜା ଏହି ଆଦେଶ ସମସ୍ତ ଅଧିପତିମାନଙ୍କୁ ଦେଲେ, ସମସ୍ତ ଲୋକ ଏ କଥା ଶୁଣି ପାରିଲେ।

ଦାଉଦଙ୍କର ସେନା ଅବଶାଲୋମଙ୍କର ସେନାକୁ ପରାଜିତ କଲେ

ଏହିପରି ଦାଉଦଙ୍କର ଲୋକମାନେ ଇସ୍ରାଏଲୀୟ ବିରୁଦ୍ଧରେ ଯୁଦ୍ଧ କ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବଣରେ ଯୁଦ୍ଧ ହେଲା। ସେଠାରେ ଇସ୍ରାଏଲୀୟ ଲୋକମାନେ ଦାଉଦଙ୍କ ସୈନ୍ୟମାନଙ୍କ ଆଗରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ବହୁତ କ୍ଷତି ହେଲା ଏବଂ 20,000 ଲୋକ ସେଠାରେ ମୃତ୍ୟୁବରଣ କଲେ। ଦେଶଯାକ ଯୁଦ୍ଧ ବ୍ୟାପିଗଲା। ପୁଣି ସେଦିନ ‌‌ଖ‌ଡ଼୍‌ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା।

ଅବଶାଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦେଖା ହେଲା। ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ି ଥିଲା। ସେ ଯେତେବେଳେ ଖଚରରେ ଆରୋହଣ କରୁଥିଲା, ସେ ଖସିଯିବା ପାଇଁ ଗ୍ଭହୁଁଥିଲା ସେହି ସମୟରେ ଏକ ବିରାଟ ଅଲୋ‌ନ୍‌ବୃକ୍ଷରେ ତା’ର ମୁଣ୍ଡ ଧ‌କ୍‌କା ହେଲା ଏବଂ ବାଳଗୁଡ଼ାକ ଗଛ ଡାଳରେ ଲାଗି ଭୂମିର ଉପରେ ଝୁଲି ରହିଲା। ଯେତେବେଳେ ଖଚରଟି ସେହି ବାଟେ ଦୌଡ଼ିଥିଲା।

10 ସେହି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକୁ ଜଣାଇ ଦେଲା, “ମୁଁ ଅବଶାଲୋମକୁ ଅଲୋନ ବୃକ୍ଷରେ ଟଙ୍ଗା ହୋଇଥିବାର ଦେଖିଲି।”

11 ଯୋୟାବ ସେ ଲୋକକୁ କହିଲେ, “ଦେଖ, ତୁମ୍ଭେ ଏସବୁ ଦେଖିଲ ମାତ୍ର ତୁମ୍ଭେ କାହିଁକି ତାକୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ ମୁଁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦେଇଥା’ନ୍ତି।”

12 ସେ ଲୋକଟି ଯୋୟାବକୁ କହିଲା, “ମୁଁ ସେ ରାଜପୁତ୍ରକୁ ମାରି ପାରି ନ ଥା’ନ୍ତି, ମୋତେ ଆପଣ ଯେତେ ଧନ ଦେଲେବି। ବା 1000 ଖଣ୍ତ ରୂପା ଦେଲେ ମଧ୍ୟ ଏକାର୍ଯ୍ୟ ଅସମ୍ଭବ। କାରଣ ଆମ୍ଭେମାନେ ରାଜାଙ୍କର ଆଦେଶ ତୁମ୍ଭ ପ୍ରତି, ଅବୀଶୟ ପ୍ରତି ଓ ଇତ୍ତୟ ପ୍ରତି ଶୁଣିଥିଲୁ। ରାଜାଙ୍କର ଆଦେଶ ଥିଲା, ‘ସାବଧାନ, ଅବଶାଲୋମକୁ ଆଘାତ କର ନାହିଁ।’ 13 ଯଦି ମୁଁ ଅବଶାଲୋମକୁ ହତ୍ୟା କରିଥା’ନ୍ତି, ରାଜା ଏ କଥା ଜାଣିଥା’ନ୍ତେ ଏବଂ ଆପଣ ମୋର ରକ୍ଷା କରିବାକୁ ଆସି ନ ଥା’ନ୍ତେ।”

14 ଯୋୟାବ କହିଲେ, “ମୁଁ ଏଠାରେ ତୁମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।”

ଅବଶାଲୋମ ତଥାପି ଜୀବିତ ଅବସ୍ଥାରେ ଅଲୋ‌ନ୍‌ଗଛରେ ଝୁଲୁଥିଲା। ଯୋୟାବ ଏକ ତ୍ରିଶୁଳ ନେଇ ଅବଶାଲୋମର ଛାତିରେ ଆଘାତ କଲେ। 15 ଯୋୟାବଙ୍କର ଦଶ ଜଣ ଯୁବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରୁଥିଲେ। ସେହି ସୈନିକମାନେ ଅବଶାଲୋମର ଚତୁର୍ପାର୍ଶ୍ୱରେ ଏକତ୍ରିତ ହୋଇ ତାକୁ ହତ୍ୟା କଲେ।

16 ଯୋୟାବ ତୂରୀ ବଜାଇ ଇସ୍ରାଏଲୀୟମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ। 17 ତା’ପରେ ଯୋୟାବର ଲୋକମାନେ ଅବଶାଲୋମର ମୃତ ଶରୀରକୁ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକୁ ପଥର ପକେଇ ପୋତି ଦେଲେ।

ଯେଉଁ ଇସ୍ରାଏଲୀୟମାନେ ଅବଶାଲୋମଙ୍କର ସାଙ୍ଗ ଦେଇଥିଲେ, ସେମାନେ ସେମାନଙ୍କର ଗୃହକୁ ପଳାୟନ କଲେ।

18 ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକାରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, “ମୋର ନାମକୁ ଜୀବିତ ରଖିବା ପାଇଁ ମୋର ପୁତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ।” ସେହି ନାମ ଅଦ୍ୟପି “ଅବଶାଲୋମର ସମାଧି ସ୍ତୁପ” ରହିଅଛି।

ଯୋୟାବଙ୍କର ସମ୍ବାଦ ଦାଉଦଙ୍କ ପାଖକୁ

19 ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।”

20 ଯୋୟାବ ଉତ୍ତରରେ ଅହୀମାସକୁ କହିଲେ, “ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକୁ ନେଇ ଯିବ ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନେଇଯିବ। କିନ୍ତୁ ଆଜି ନେବ ନାହିଁ। କାରଣ ରାଜାଙ୍କର ପୁତ୍ର ମରିଅଛି।”

21 ଏହା ପରେ ଯୋୟାବ କୂଶୀୟରୁ ଆସିଥିବା ଲୋକକୁ କହିଲେ, “ତୁମ୍ଭେ ଯାଅ, ଆଉ ଯାହା ଦେଖିଛ ତାହା ରାଜାଙ୍କୁ କୁହ।”

ତେଣୁ କୂଶୀୟ ତାଙ୍କୁ ପ୍ରଣାମ କରି ଦାଉଦଙ୍କ ନିକଟକୁ କହିବାକୁ ଦୌଡ଼ିଲା।

22 କିନ୍ତୁ ସାଦୋକର ପୁତ୍ର ଅହୀମାସ ପୁନର୍ବାର ଯୋୟାବକୁ ଅନୁରୋଧ କଲା, “ଯାହା ହେଉନା ପଛେ, ମୋତେ ମଧ୍ୟ ସେଇ କୂଶୀୟମାନଙ୍କ ପଛରେ ଦାଉଦଙ୍କ ଆଡ଼କୁ ଧାଇଁବାକୁ ଦିଅ।”

ଯୋୟାବ କହିଲେ, “ମୋ’ ପୁତ୍ର, ତୁମ୍ଭେ କାହିଁକି ଏ ଖବର ନେବାକୁ ଇଚ୍ଛା କର? ଏହା ପାଇଁ କୌଣସି ପୁରସ୍କାର ପାଇବ ନାହିଁ।”

23 ଅହୀମାସ ଉତ୍ତର ଦେଲା, “ଯାହା ହେଉନା କାହିଁକି ମୁଁ ଯିବି।”

ତହିଁରେ ଯୋୟାବ ତାକୁ କହିଲେ, “ଠିକ୍ ଅଛି, ତୁମ୍ଭେ ଦାଉଦଙ୍କ ନିକଟକୁ ଦୌଡ଼।”

ଏହା ପରେ ଅହୀମାସ ଯର୍ଦ୍ଦନ ଉପତ୍ୟକା ଦେଇ କୂଶୀୟକୁ ଅତିକ୍ରମ କରିଗଲା।

ଦାଉଦ ସମ୍ବାଦ ଶୁଣିଲେ

24 ଦାଉଦ ନଗରର ଦୁଇ ଫାଟକର ମଧ୍ୟରେ ବସିଥିଲେ। ତା’ପରେ ଜଣେ ପ୍ରହରୀ ଦ୍ୱାର ଛାତର କାନ୍ଥ ଉପରକୁ ଯାଇ ଦେଖିଲା ଜଣେ ଲୋକ ଦୌଡ଼ି ଦୌଡ଼ି ଆସୁଅଛି। 25 ପ୍ରହରୀଟି ରାଜା ଦାଉଦଙ୍କୁ କହିଲା,

ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।”

ଲୋକ ଜଣକ ସହରର ନିକଟରୁ ନିକଟତର ହେଲା। 26 ପ୍ରହରୀ ଆଉ ଜଣେ ଦୌଡ଼ି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ୱାରପାଳକୁ ଡାକି କହିଲା, “ଦେଖ! ଆଉ ଜଣେ ଲୋକ ଦୌଡ଼ି ଆସୁଅଛି।”

ରାଜା କହିଲେ, “ସେ ମଧ୍ୟ ଖବର ଆଣୁଅଛି।”

27 ପ୍ରହରୀ ଜଣକ କହିଲା, “ମୁଁ ଭାବୁଛି ପ୍ରଥମ ଲୋକଟି ସାଦୋକର ପୁତ୍ର ଅହୀମାସ୍।”

ରାଜା କହିଲେ, “ଅହୀମାସ ଜଣେ ଉତ୍ତମ ଲୋକ। ସେ ନିଶ୍ଚିତ ଏକ ଭଲ ଖବର ନେଇ ଆସିଥିବ।”

28 ଅହୀମାସ ଉଚ୍ଚସ୍ୱରରେ କହିଲା, “ସବୁ ମଙ୍ଗଳ!” ଅହୀମାସ ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କଲା। ଅହୀମାସ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କର ପ୍ରଶଂସା କରନ୍ତୁ। ମୋର ସଦାପ୍ରଭୁ ସେହିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରୁଦ୍ଧରେ ଯାଉଥିଲେ।”

29 ରାଜା ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?”

ଅହୀମାସ ଉତ୍ତର ଦେଲା, “ଯୋୟାବ ମୋତେ ଯେତେବେଳେ ପଠାଇଲେ, ମୁଁ ଦେଖିଲି ଏକ ମହା ଲୋକ ଗହଳି। କିନ୍ତୁ ଏହା କ’ଣ ଥିଲା ମୁଁ ଜାଣି ପାରିଲି ନାହିଁ।”

30 ତା’ପରେ ରାଜା କହିଲେ, “ଏଠାରୁ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର।” ଅହୀମାସ ସେଠାରୁ ଯାଇ ଅନ୍ୟତ୍ର ଠିଆ ହୋଇ ଅପେକ୍ଷା କଲା।

31 ଠିକ୍ ତା’ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।”

32 ରାଜା କୂଶୀୟକୁ ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?”

କୂଶୀୟ ଉତ୍ତର ଦେଲା, “ମୋର ପ୍ରଭୁ ମହାରାଜାଙ୍କର ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁ ଲୋକମାନେ ଆଗେଇ ଆସିଥିଲେ, ସମସ୍ତେ ସେହି ଯୁବକ ଅବଶାଲୋମ ପରି ହୁଅନ୍ତୁ।”

33 ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।”

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11

ପାଉଲ ଓ ଭଣ୍ଡ ପ୍ରେରିତ

11 ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ। ମୁଁ ତୁମ୍ଭ ପ୍ରତି ଈର୍ଷା କରିଲି, ଏହା ପରମେଶ୍ୱରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ୟା ହେବା ପାଇଁ ତାହାଙ୍କଠାରେ ସମର୍ପିତ କରିବି। ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ। କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା’ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ।

ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ’ଠାରୁ କୌଣସି ଗୁଣରେ ଅଧିକ। ଏହା ସତ୍ୟ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମୋର ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାରେ ସ୍ପଷ୍ଟ ଭାବରେ ଦେଖାଇ ଦେଇଛୁ।

ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ୟରେ ପରମେଶ୍ୱରଙ୍କ ସୁସମାଗ୍ଭର ଦେଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହୋଇ ଯାଇଥିଲି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଭୁଲ୍ କରିଥିଲି? ମୁଁ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପାଇଁ ଅନ୍ୟ ମଣ୍ଡଳୀମାନଙ୍କଠାରୁ ଅର୍ଥ (ବା ସେମାନେ ଦରିଦ୍ର ହେଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି। ତୁମ୍ଭମାନଙ୍କ ସହିତ ଥିବା ବେଳେ, ମୋର ଆବଶ୍ୟକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସେମାନେ ମୋର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହୋଇ ନାହିଁ ଓ ଭବିଷ୍ୟତରେ ମଧ୍ୟ କଦାପି ହେବି ନାହିଁ। 10 ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ। 11 ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ? ଏହା କ’ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ? ନା, ପରମେଶ୍ୱର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।

12 ମୁଁ ଯାହା କରୁଛି, ତାହା କରି ଗ୍ଭଲି ଥିବି। ସେହି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଗ୍ଭଲିଥିବି। 13 ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି। 14 ଏହା ଆମ୍ଭକୁ ଆଶ୍ଚର୍ଯ୍ୟ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ୟ ତେଜସ୍ୱୀ ସ୍ୱର୍ଗଦୂତର ରୂପ ଧାରଣ କରେ। 15 ଅତଏବ, ତା’ର ସେବକମାନେ ଯଦି ଧାର୍ମିକତାର ସେବକରୂପ ଧାରଣ କରନ୍ତି, ଏହା କ’ଣ ଆଶ୍ଚର୍ଯ୍ୟର କଥା? କିନ୍ତୁ ଶେଷରେ ସେମାନେ ତାଙ୍କ କର୍ମ ପାଇଁ ଅବଶ୍ୟ ଦଣ୍ଡ ପାଇବେ।

ପାଉଲଙ୍କ ଯାତନା

16 ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା’ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର। 17 ତା’ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ। 18 ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। 19 ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। 20 କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ। 21 ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ।

ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା’ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। 22 ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। 23 ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।

24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା’ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।

27 ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। 28 ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। 29 ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।

30 ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା’ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। 32 ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ। 33 କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 25

ଅମ୍ମୋନ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା

25 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଅମ୍ମୋନ ଲୋକମାନଙ୍କ ଆଡ଼େ ଗ୍ଭହଁ ଏବଂ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ଏବଂ ଅମ୍ମୋନ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁ, ମୋର ପ୍ରଭୁଙ୍କର ବାକ୍ୟ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇସ୍ରାଏଲ ଦେଶ ଧ୍ୱଂସିତ ହେଲା ବେଳେ ଓ ଯିହୁଦୀୟ ଲୋକମାନେ ନିର୍ବାସିତ ହେଲେ। ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀୟ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତରେ ସମର୍ପଣ କରିବି। ଏବଂ ସେମାନେ ତୁମ୍ଭମାନଙ୍କ ମଧ୍ୟରେ ଛାଉଣି ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧ୍ୟରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁ‌ଗ୍‌ଧ ପାନ କରିବେ।

“‘ଆଉ ମୁଁ ରବ୍ବାକୁ ଓଟମାନଙ୍କର ଗ୍ଭରଣଭୂମି କରିବି ଓ ଅମ୍ମୋନ ଲୋକମାନଙ୍କୁ ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବି। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇସ୍ରାଏଲ ଦେଶର ଦୁର୍ଭାଗ୍ୟ ସମୟରେ କରତାଳି ଦେଇଅଛ, ପଦାଘାତ କରିଅଛ ଏବଂ ଇସ୍ରାଏଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ। ଏଣୁ ମୁଁ ତୁମ୍ଭ ବିରୁଦ୍ଧରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ୟ ରୂପେ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ପୃଥକ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦେବି। ଆଉ ମୁଁ ତୁମ୍ଭକୁ ଧ୍ୱଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

ମୋୟାବ ଓ ସେୟୀର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା

ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୋୟାବ ଓ ସେୟୀର କହୁଅଛନ୍ତି, ‘ଦେଖ ଯିହୁଦା ପରିବାର ଅନ୍ୟ ସକଳ ଜାତିମାନଙ୍କ ତୁଲ୍ୟ।’ ମୁଁ ମୋୟାବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମୋୟାବ ମହିମା ସ୍ୱରୂପ ଯଥା: ବୈତ୍-ଯିଶୀମୋତ୍, ବାଲ-ମିୟୋନ ନଗରଗୁଡ଼ିକୁ ନେଇଯିବି। 10 ମୁଁ ସେହି ନଗରଗୁଡ଼ିକୁ ପୂର୍ବଦେଶୀୟ ଲୋକମାନଙ୍କୁ ହସ୍ତାନ୍ତର କରିବି। ଯେଉଁମାନେ ଅମ୍ମୋନୀୟମାନଙ୍କୁ ଅତିକ୍ରମ କରିବେ। ତେଣୁକରି ଅମ୍ମୋନୀୟମାନେ ଏକ ଗୋଷ୍ଠୀ ବୋଲି ଆଉ ସ୍ମରଣ କରାଯିବ ନାହିଁ। 11 ତେଣୁ ମୁଁ ମୋୟାବକୁ ଦଣ୍ଡ ଦେବି। ତହୁଁ ସେମାନେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।”

ଇଦୋମ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା

12 ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “କାରଣ ଇଦୋମ ଯିହୁଦା ଉପରେ ପ୍ରତିଶୋଧ ନେଇଛି ଏବଂ ତାହା କରି ଦୋଷୀ ହୋଇଛି।” 13 ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଇଦୋମ ବିପକ୍ଷରେ ମୋର ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ୟରୁ ମନୁଷ୍ୟ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମ‌‌‌ନ୍‌‌‌ଠାରୁ ଦଦାନ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କରିବି। 14 ପୁଣି ମୁଁ ମୋର ଲୋକ ଇସ୍ରାଏଲୀୟମାନଙ୍କ ଦ୍ୱାରା ଇଦୋମ ଉପରେ ପ୍ରତିଶୋଧ ନେବି। ତେଣୁ ସେମାନେ ଇଦୋମ ଉପରେ ମୋର କ୍ରୋଧ ଓ ମୋର କୋପ ଅନୁସାରେ ପ୍ରତିଶୋଧ ନେବି। ସେତେବେଳେ ସେମାନେ ଆମ୍ଭ ଦତ୍ତ ପ୍ରତିଶୋଧ ବିଷୟରେ ଜାଣିବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା

15 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ପଲେଷ୍ଟୀୟ ଲୋକମାନେ ପ୍ରତିଶୋଧ ନେଲେ ଏବଂ ତାହା ଈର୍ଷାପରାୟଣ ହୃଦୟରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଗ୍ଭହିଁଲେ।” 16 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଦେଖ, ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ମୋର ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀୟ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ୱଂସ କରିବି। 17 ମୋର କ୍ରୋଧଦ୍ୱାରା ସେମାନଙ୍କୁ ଦଣ୍ଡିତ କରି ମୁଁ ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିଶୋଧ ନେବି ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ଉପରେ ପ୍ରତିଶୋଧ ନେଲି।”

ଗୀତସଂହିତା 73

ତୃତୀୟ ପୁସ୍ତକ

(ଗୀତସଂହିତା 73-89)

ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।

73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
    ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
    ମୋର ବିଶ୍ୱାସ ପ୍ରାୟ ହରାଇଲି।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
    ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
    କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
    ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
    ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
    ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
    ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
    ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
    ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
    ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
    ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”

12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
    ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
    କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
    ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।

15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
    କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
    କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
    ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
    ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
    ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
    ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
    ରାକ୍ଷସ ପରି ଅଦୃଶ୍ୟ କରିଦିଅ।

21-22 ମୁଁ ନିର୍ବୋଧ ଥିଲି,
    ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
    ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
    ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
    ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
    କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
    ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
    ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
    ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
    ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center