M’Cheyne Bible Reading Plan
ଦାଉଦଙ୍କ ସହିତ ସୀବଃଙ୍କ ସାକ୍ଷାତ
16 ଦାଉଦ ପର୍ବତ ଶୃଙ୍ଗ ପାର ହୋଇ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇଟି ଗଧ ସଙ୍ଗରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପେଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳୀନ ଫଳ ଏବଂ ଏକ କୁମ୍ଫା ଦ୍ରାକ୍ଷାରସ ଥିଲା। 2 ରାଜା ଦାଉଦ ସୀବଃକୁ ପଗ୍ଭରିଲେ, “ଏଗୁଡ଼ିକ କାହା ପାଇଁ?”
ସୀବଃ ଉତ୍ତର ଦେଲା, “ଏହି ଗଧଗୁଡ଼ିକ ତୁମ୍ଭର ଲୋକମାନେ ଚଢ଼ିବା ପାଇଁ ଏବଂ ରୋଟୀ ଓ ଗ୍ରୀଷ୍ମକାଳୀନ ଫଳଗୁଡ଼ିକ ଯୁବକମାନଙ୍କର ଖାଇବା ପାଇଁ, ଦ୍ରାକ୍ଷାରସ ତୁମ୍ଭମାନଙ୍କ ସହିତ ମରୁଭୂମିକୁ ନେବା ପାଇଁ ଯେଉଁମାନେ ମୂର୍ଛା ହୋଇ ଯାଆନ୍ତି।”
3 ରାଜା ଦାଉଦ ପଗ୍ଭରିଲେ, “ତୁମ୍ଭ ମୁନିବର ପୁତ୍ର କାହିଁ।”
ସୀବଃ ରାଜାଙ୍କୁ କହିଲା, “ସେ ଯିରୁଶାଲମରେ ଅଛନ୍ତି। କାରଣ ସେ କହିଲେ, ‘ଇସ୍ରାଏଲ ପରିବାର ଆଜି ମୋର ଅଜାଙ୍କ ରାଜ୍ୟକୁ ଫେରି ଆସିବ।’”
4 ତା’ପରେ ରାଜା ସୀବଃକୁ କହିଲେ, “ସେହି କାରଣରୁ, ବର୍ତ୍ତମାନ ମୁଁ ତୁମ୍ଭକୁ ମଫୀବୋଶତର ସର୍ବସ୍ୱ ଦେଉଛି।”
ସୀବଃ କହିଲା, “ମୁଁ ଆପଣଙ୍କୁ ପ୍ରଣାମ କରୁଅଛି ହେ ପ୍ରଭୁ ମହାରାଜ, ଆପଣଙ୍କୁ ଖୁସୀ କରିବା ପାଇଁ ମୁଁ ସର୍ବଦା ଆଶା କରୁଛି।”
ଦାଉଦଙ୍କୁ ଶିମିୟିର ଅଭିଶାପ
5 ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା’ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।
6 ଶିମିୟି ଗାଳି ଦେଉ ଦେଉ ଦାଉଦ ଓ ତାଙ୍କର ସୈନ୍ୟମାନଙ୍କ ଉପରକୁ ପଥର ଫିଙ୍ଗୁ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ୟଦଳ ଓ ଲୋକମାନେ ଦାଉଦଙ୍କୁ ଘେରି କରି ରହିଥିଲେ। 7 ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ। 8 ସଦାପ୍ରଭୁ ତୁମ୍ଭଙ୍କୁ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ୟା କଲ ଏବଂ ଶାଉଲଙ୍କର ରାଜପଦ ଗ୍ଭେରାଇ ନେଲ। କିନ୍ତୁ ବର୍ତ୍ତମାନ ଠିକ୍ ସେହି ମନ୍ଦ କର୍ମ ତୁମ୍ଭ ପାଇଁ ଘଟିବାକୁ ଯାଉଛି। ସଦାପ୍ରଭୁ ସେହି ରାଜ୍ୟକୁ ତୁମ୍ଭ ପୁଅ ଅବଶାଲୋମକୁ ହସ୍ତାନ୍ତର କରିଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସୁ ମଣିଷ।”
9 ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, “ଏ ମଲା କୁକୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦିଅନ୍ତୁ ମୁଁ ପାର ହୋଇ ତା’ର ମୁଣ୍ଡ କାଟି ଆଣିବି।”
10 କିନ୍ତୁ ରାଜା କହିଲେ, “ସରୁୟାର ପୁତ୍ରମାନେ, କାହିଁକି ତୁମ୍ଭେମାନେ ମୋ’ ବିଷୟରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମିୟି ମୋତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକୁ କହିଛନ୍ତି, ମୋତେ ଅଭିଶାପ ଦେବା ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରି ପାରିବ, ଜିନିଷଗୁଡ଼ିକ ବିଷୟରେ ସେ କରନ୍ତି?” 11 ଦାଉଦ ଅବିଶୟକୁ ଓ ନିଜର ଦାସମାନଙ୍କୁ କହିଲେ, “ଦେଖ, ମୋର ନିଜ ପୁତ୍ର ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ୟାମୀନ ଗୋଷ୍ଠୀବର୍ଗର ଏହି ଲୋକ ମୋତେ ମାରିବାକୁ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକୁ ଏକା ଛାଡ଼ିଦିଅ। ତାକୁ ଅଭିଶାପ ଦେବାକୁ ଦିଅ। କାରଣ ସଦାପ୍ରଭୁ ତାକୁ ଅନୁମତି ଦେଇ ଅଛନ୍ତି। 12 ଏହା ହୋଇପାରେ ଯେ, ସଦାପ୍ରଭୁ ମୋ’ ପ୍ରତି ଅନ୍ୟାୟ ହେଉଥିବାର ଦେଖିବେ ଏବଂ ଶିମିୟିର ଅଭିଶାପ ବଦଳରେ ସେ ମୋତେ ଆଶୀର୍ବାଦ କରିବେ।”
13 ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିୟି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତାରେ ଅନୁସରଣ କରୁଥିଲା ଓ ଅଭିଶାପ ଦେଉଥିଲା। ଏବଂ ସେ ତାଙ୍କୁ ପଥର ଫିଙ୍ଗୁଥାଏ ଓ ଧୂଳି ପକାଉ ଥାଏ।
14 ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ଯର୍ଦ୍ଦନ ନଦୀ କୂଳରେ ପହଞ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଳାନ୍ତ ହୋଇଯାଇ ଥିଲେ। ତେଣୁ ସେମାନେ ସେଠାରେ ବିଶ୍ରାମ ନେଲେ ଓ କ୍ଳାନ୍ତ ମେଣ୍ଟାଇଲେ।
15 ଅବଶାଲୋମ, ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଯିରୁଶାଲମକୁ ଫେରି ଆସିଲେ। 16 ଦାଉଦଙ୍କର ସାଙ୍ଗ ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ହୂଶୟ ଅବଶାଲୋମକୁ କହିଲା, “ମହାରାଜ ଚିରଜୀବୀ ହୁଅନ୍ତୁ, ମହାରାଜ ଚିରଜୀବୀ ହୁଅନ୍ତୁ।”
17 ଅବଶାଲୋମ ହୂଶୟକୁ କହିଲେ, “ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ୱସ୍ତ ନୁହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?”
18 ହୂଶୟ ଅବଶାଲୋମକୁ କହିଲା, “ସଦାପ୍ରଭୁ ଓ ଏହି ସମୁଦାୟ ଇସ୍ରାଏଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁଁ ତୁମ୍ଭର ସମର୍ଥନ କରିବି ଏବଂ ତୁମ୍ଭ ସହିତ ମୁଁ ରହିବି। 19 ମୁଁ କାହାର ସେବା କରିବି, ଅତୀତରେ ମୁଁ ତୁମ୍ଭର ପିତାଙ୍କର ସେବା କରିଛି। ତେଣୁ ମୁଁ ବର୍ତ୍ତମାନ ତୁମ୍ଭର ସେବା କରିବି।”
ଅବଶାଲୋମ ଅହୀଥୋଫଲଙ୍କୁ ପରାମର୍ଶ ପାଇଁ ପଗ୍ଭରିଲେ
20 ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ମନ୍ତ୍ରଣା ଦିଅ।”
21 ଅହୀଥୋଫଲ ଅବଶାଲୋମକୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କରିବାକୁ ଯାଅ। ଏହା ସମୁଦାୟ ଇସ୍ରାଏଲୀୟମାନେ ଶୁଣିବେ। ସେମାନେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭକୁ ଘୃଣା କରନ୍ତି। ତାହାହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦେବା ପାଇଁ ଅଧିକ ଉତ୍ସାହିତ ହେବେ।”
22 ଏହା ପରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା’ପରେ ଅବଶାଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇସ୍ରାଏଲୀୟମାନେ ଏହା ଦେଖିଲେ। 23 ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ବୋଲି ବିବେଚନା କରାଯାଏ। ଦାଉଦ ଓ ଅବଶାଲୋମ ଉଭୟ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କଲେ।
ଖ୍ରୀଷ୍ଟିୟାନମାନଙ୍କ ଦାନ
9 ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏହି ସେବା ବିଷୟରେ ଏପରି ଲେଖିବା ମୋ’ ପାଇଁ ପ୍ରକୃତରେ ଆବଶ୍ୟକ ନୁହେଁ। 2 ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। 3 କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ। 4 ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ। 5 ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।
6 ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ। 7 ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। 8 ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ। 9 ଶାସ୍ତ୍ରରେ ଏହା ଲେଖା ଅଛି:
“ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ
ତା’ର ଦୟା ସର୍ବଦା ପାଇଁ ରହି ଥାଏ।” (A)
10 ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ। 11 ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।
12 ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା’ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ। 13 ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ। 14 ଯେତେବେଳେ ସେମାନେ ପ୍ରାର୍ଥନା କରିବେ, ସେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ୱରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହେତୁରୁ ସେମାନେ ଏପରି ଅନୁଭବ କରିବେ। 15 ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ।
23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ସେଠାରେ ଏକ ମାତାର କନ୍ୟା ଦୁଇ ଭଉଣୀ ଥିଲେ। 3 ସେମାନେ କିଶୋରୀ ସମୟରେ ମିଶରରେ ବ୍ୟଭିଗ୍ଭରିଣୀ ହେଲେ। ସେ ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ମନ୍ଥନ କଲେ। 4 ଜ୍ୟେଷ୍ଠାର ନାମ ଅହଲା ଓ ତା’ର ଭଗିନୀର ନାମ ଅହଲୀବା ଥିଲା। ସେମାନେ ମୋର ପତ୍ନୀ ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ବଡ଼ ଭଉଣୀ ଅହଲା ଶମରିୟା ଅଟେ ଓ ସାନ ଭଉଣୀ ଅହଲୀବା ଯିରୁଶାଲମ ଅଟେ।
5 “ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ପ୍ରେମ କଲା। ସେ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା। 6 ସେମାନେ ନୀଳରଙ୍ଗ ପୋଷାକ ପରିହିତ ଦେଶାଧ୍ୟକ୍ଷ ଓ ଶାସନ କତ୍ତୃର୍ଗଣ। ସେମାନେ ସମସ୍ତେ ସୁନ୍ଦର ଯୁବକ ଏବଂ ଅଶ୍ୱାରୋହୀ ଥିଲେ। 7 ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗରେ ବ୍ୟଭିଗ୍ଭର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତା ଥିଲା। ସେ ତା’ର ପ୍ରତିମାଗଣ ଦ୍ୱାରା ଆପଣାକୁ ଅପବିତ୍ର କଲା। 8 ଆଉ ସେ ମିଶରଠାରୁ ତା’ର ପ୍ରେମ ବୃତ୍ତି ତ୍ୟାଗ କରି ନ ଥିଲା। କାରଣ ଯୌବନ କାଳରୁ ମିଶର ତା’ ସହିତ ପ୍ରେମ କରିଥିଲା। ସେମାନେ ତାହାର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ଟିପିଲେ ଓ ତା’ ସହିତ ଅତିଶୟ ପ୍ରେମ କଲେ। 9 ତେଣୁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ। 10 ସେମାନେ ତାକୁ ଧର୍ଷଣ କଲେ, ସେମାନେ ତା’ର ପୁତ୍ରକନ୍ୟାଗଣକୁ ନେଇଗଲେ। ସେମାନେ ସେମାନଙ୍କୁ ଖଡ଼୍ଗରେ ହତ୍ୟା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା। କାରଣ ଅଶୂରୀୟ ଲୋକମାନେ ତାକୁ ବେଦନାପୂର୍ଣ୍ଣ ଦଣ୍ଡ ଦେଲେ।
11 “ଆଉ ତା’ର ଭଗିନୀ ଏସବୁ ଦେଖି ମଧ୍ୟ ବେଶ୍ୟାବୃତ୍ତିରେ ଓ ପ୍ରେମାଶକ୍ତିରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା’ର ଭଗିନୀର ବ୍ୟଭିଗ୍ଭରିତାଠାରୁ ସେ ଅଧିକ ବ୍ୟଭିଗ୍ଭରିଣୀ ହେଲା। 12 ସେ ମଧ୍ୟ ସେହି ଅଶୂରୀୟ ଦେଶାଧ୍ୟକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ଯୁବକ ଓ ଅଶ୍ୱାରୋହୀ ଥିଲେ। 13 ଏବଂ ମୁଁ ଅନୁତାପ କଲି ଯେ, ସେ ଦୁହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସେହି କାର୍ଯ୍ୟଗୁଡ଼ିକ କରୁଥିଲେ, ଯାହା ସେମାନଙ୍କୁ ତୁଚ୍ଛ କଲା।
14 “ଏବଂ ଅହଲୀବା ନିଜର ବ୍ୟଭିଗ୍ଭରିତା ବଢ଼ାଇଲା। ସେ କାନ୍ଥରେ ବିଚିତ୍ର କଲ୍ଦୀୟ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା। 15 ସେମାନଙ୍କ କଟିରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସେମାନେ ସମସ୍ତେ କଲ୍ଦୀୟ ଦେଶଜାତ ବାବିଲନୀୟମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ। 16 ପୁଣି ଅହଲୀବା ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍ଦୀୟ ଦେଶରୁ ସେମାନଙ୍କୁ ଡକାଇଲା। 17 ତେଣୁ ବାବିଲନୀୟ ଲୋକମାନେ ତାହା ନିକଟକୁ ଆସି ପ୍ରେମ କଲେ। ସେମାନେ ବ୍ୟଭିଗ୍ଭର କ୍ରିୟାଦ୍ୱାରା ତାକୁ ଅଶୁଚି କଲେ। ସେମାନଙ୍କ ଦ୍ୱାରା ତୁଚ୍ଛ ହେବା ପରେ, ସେ ସେମାନଙ୍କ ପ୍ରତି କ୍ରୋଧିତ ହେଲେ।
18 “ଏହିରୂପେ ସେ ନିଜର ବେଶ୍ୟାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା’ର ଭଗିନୀଠାରୁ ବିମୁଖ ହେଲା ପରି ତା’ଠାରୁ ମଧ୍ୟ ବିମୁଖ ହେଲି। 19 ସେ ଅଧିକରୁ ଅଧିକ ତା’ର ବେଶ୍ୟାବୃତ୍ତି ବଢ଼ାଇ ଗ୍ଭଲିଲା। ଯୌବନ କାଳରେ ମିଶର ଦେଶରେ ଯେଉଁ ବେଶ୍ୟାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ୟଭିଗ୍ଭରିତା ବୃଦ୍ଧି କଲା। 20 ଆଉ ସେ ଗର୍ଦ୍ଦଭ ପରି ଯୌନାଙ୍ଗ ବିଶିଷ୍ଟ ଓ ଅଶ୍ୱପରି ରେତ ବିଶିଷ୍ଟ ଉପପତିମାନଙ୍କଠାରେ ଆସକ୍ତା ହେଲା।
21 “ହେ ଅହଲୀବା, ତୁମ୍ଭେ ଯୌବନ କାଳରେ ମିଶରୀୟମାନଙ୍କ ଦ୍ୱାରା ଯେପରି ତୁମ୍ଭର କୁଗ୍ଭଗ୍ରକୁ ମର୍ଦ୍ଦନ କରାଉଥିଲ, ସେହି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ। 22 ଏଣୁ ହେ ଅହଲୀବା, ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ମୁଁ ତୁମ୍ଭ ପ୍ରେମିକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଉଠାଇବି। ସେହି ପ୍ରେମିକମାନେ ଯିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘେରି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି। 23 ବାବିଲନୀୟମାନଙ୍କୁ ଓ ସମୁଦାୟ କଲ୍ଦୀୟ ଲୋକଙ୍କୁ ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବି। ସେମାନେ ସମସ୍ତେ ସୁନ୍ଦର ଯୁବକ, ଦେଶାଧ୍ୟକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ୟାତ ଲୋକ ଓ ଅଶ୍ୱାରୋହୀ। 24 ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ। 25 ଏବଂ ମୁଁ ତୁମ୍ଭ ବିରୁଦ୍ଧରେ ମୋର ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସେମାନ କୋପରେ ତୁମ୍ଭକୁ ଆଘାତ କରିବେ। ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ଖଡ଼୍ଗରେ ତୁମ୍ଭକୁ ହତ୍ୟା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ୟ ଖଡ଼୍ଗରେ ପତିତ ହେବେ। ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନିରେ ଗ୍ରାସିତ ହେବେ। 26 ସେମାନେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନେଇଯିବେ। 27 କିନ୍ତୁ ମୁଁ ତୁମ୍ଭକୁ ବ୍ୟଭିଗ୍ଭରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ଯ୍ୟଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସେମାନଙ୍କୁ ଆଉ ସ୍ମରଣ କରିବ ନାହିଁ।’”
28 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ମୁଁ ତୁମ୍ଭକୁ ସମର୍ପଣ କରିବି। 29 ଆଉ ସେମାନେ ତୁମ୍ଭକୁ ଘୃଣ୍ୟ ଭାବରେ ବ୍ୟବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦେବେ। ତଦ୍ଦ୍ୱାରା ତୁମ୍ଭର ବ୍ୟଭିଗ୍ଭର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ୟାବୃତ୍ତି ପ୍ରକାଶ ପାଇବ। 30 ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଅନୁଗାମୀନୀ ହୋଇ ବେଶ୍ୟାବୃତ୍ତି କରିଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାଯିବ। 31 ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା’ର ପାନପାତ୍ର ତୁମ୍ଭ ହସ୍ତରେ ଦେବି।” 32 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେ ନିଜ ଭଗିନୀର ପାତ୍ରରେ ପାନ କରିବ।
ସେହି ପାତ୍ର ବଡ଼ ଗଭୀର ଓ ସେହି ପାତ୍ର ବହୁତ ଧାରଣ କରେ।
ତୁମ୍ଭେ ଲୋକମାନଙ୍କର ହାସ୍ୟ
ଓ ଉପହାସର ପାତ୍ର ହେବ।
33 ତୁମ୍ଭେ ମତ୍ତ ହୋଇ
ଶୋକରେ ଆତୁର ହେବ।
ତୁମ୍ଭର ଭଗିନୀ ଶମରିୟାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ୱଂସ
ଓ ବିନାଶରେ ପରିପୂର୍ଣ୍ଣ ହେବ।
34 ତୁମ୍ଭେ ସେହି ପାତ୍ରରୁ
ସମସ୍ତ ବିଷ ନିଗାଡ଼ି ପାନ କରିବ
ଏବଂ ସେହି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ।
ତୁମ୍ଭ ଯନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ।
କାରଣ ମୁଁ ପ୍ରଭୁ ସଦାପ୍ରଭୁ
ଏହା କହୁଅଛି।
35 “ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ପାଶୋରି ଦେଇଛ ଓ ମୋତେ ତୁମ୍ଭ ପଛରେ ପକାଇ ଛାଡ଼ି ଗ୍ଭଲିଯାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ୟ ଚିନ୍ତାଗୁଡ଼ିକ ଓ ବ୍ୟଭିଗ୍ଭରିତାର ପାଇଁ ଦଣ୍ଡ ସହିବ।’”
ଅହଲା ଓ ଅହଲୀବା ବିରୁଦ୍ଧରେ ବିଗ୍ଭର
36 ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଅହଲାର ଓ ଅହଲୀବାର ବିଗ୍ଭର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜଣାଅ। 37 କାରଣ ଏହି ଯେ ସେମାନେ ବ୍ୟଭିଗ୍ଭରରେ ସିଦ୍ଧ ହସ୍ତ ଥିଲେ। ସେମାନେ ମଧ୍ୟ ରକ୍ତ ପାତ କରିବାରେ ଓ ଆପଣା ପ୍ରତିମାଗଣ ସହ ବ୍ୟଭିଗ୍ଭର କରିଛନ୍ତି। ସେମାନେ ମୋ’ଠାରୁ ଜାତ ସନ୍ତାନମାନଙ୍କୁ ସେମାନଙ୍କର ଦେବତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ। 38 ସେମାନେ ମୋର ମନ୍ଦିରକୁ ଅଶୁଚି ଓ ମୋର ବିଶେଷ ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛନ୍ତି। 39 ଏବଂ ଠିକ୍ ସେହି ଦିନ ସେମାନେ ପ୍ରତିମାଗଣ ଉଦ୍ଦେଶ୍ୟରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସେମାନେ ମୋର ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ।
40 “ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭେମାନେ ଦୂତ ପଠାଇଲ। ସେମାନେ ପ୍ରେରିତ ଦୂତମାନଙ୍କ ଦ୍ୱାରା ଆସିଲେ। ସେମାନଙ୍କ ପାଇଁ ତୁମ୍ଭେ ସ୍ନାନ କଲ, ଆଖିରେ ଅଞ୍ଜନ ଦେଲ ଓ ଅଳଙ୍କାର ବିଭୂଷିତା ହେଲେ। 41 ପୁଣି ରାଜକୀୟ ଶଯ୍ୟାରେ ବସି, ତାହା ସମ୍ମୁଖରେ ମେଜ ସଜ୍ଜାଇ ତାହା ଉପରେ ଆମ୍ଭର ଧୂପ ଓ ତୈଳ ରଖିଲ।
42 “ଗୋଟିଏ ଶବ୍ଦ ଯିରୁଶାଲମରେ ଶୁଣା ହେଲା। ସେହି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ୟପ ଲୋକମାନେ ମରୁଭୂମିରୁ ପହଞ୍ଚିଲେ। ଏବଂ ସେମାନେ ସ୍ତ୍ରୀଲୋକଙ୍କ ହସ୍ତରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ। 43 ତେବେ ବ୍ୟଭିଗ୍ଭର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, ‘ବର୍ତ୍ତମାନ ସେମାନେ ତା’ ସଙ୍ଗେ ବ୍ୟଭିଗ୍ଭର ପାପ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ?’ 44 ଲୋକମାନେ ବେଶ୍ୟା ନିକଟକୁ ଆସିଲା ପରି ସେମାନେ ତା’ ନିକଟକୁ ଆସନ୍ତି। ଏହିପରି ସେମାନେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ।
45 “କିନ୍ତୁ ଧାର୍ମିକମାନେ ବ୍ୟଭିଗ୍ଭରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଗ୍ଭରାନୁସାରେ ସେମାନଙ୍କର ବିଗ୍ଭର କରିବେ। ଏହି କାରଣ ଯୋଗୁଁ ସେମାନେ ବ୍ୟଭିଗ୍ଭରିଣୀ ଓ ନରହତ୍ୟାର ରକ୍ତ ସେମାନଙ୍କ ହସ୍ତରେ ଅଛି।”
46 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଲୋକମାନଙ୍କୁ ଏକତ୍ରିତ କର ଏବଂ ସେହି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦେବାକୁ ଓ ପରିହାସ କରିବାକୁ ଦିଅ। 47 ସେହି ଜନ ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ଼୍ଗରେ ସେମାନଙ୍କୁ ବଧ କରିବେ। ସେମାନେ ମଧ୍ୟ ସେମାନଙ୍କର ସନ୍ତାନମାନଙ୍କୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ। 48 ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ୱାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ। 49 ଲୋକମାନେ ତୁମ୍ଭମାନଙ୍କର ବ୍ୟଭିଗ୍ଭରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବେ ଓ ତୁମ୍ଭେମାନେ ନିଜର ପ୍ରତିମାଗଣ ସମ୍ବନ୍ଧୀୟ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭେମାନେ ଜାଣିବ।”
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ।
70 ହେ ପରମେଶ୍ୱର, ମୋତେ ରକ୍ଷା କର!
ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର!
2 ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
ସେମାନଙ୍କୁ ନିରାଶ ଓ ଅପମାନିତ କର!
ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି।
ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର।
3 ଲୋକମାନେ ମୋତେ ପରିହାସ କରନ୍ତି।
ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
4 ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି,
ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି।
ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି,
ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।”
5 ମୁଁ ଏକ ନିଃସହାୟ ଲୋକ।
ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର!
ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ।
ସଦାପ୍ରଭୁ ବିଳମ୍ବ କର ନାହିଁ।
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
7 ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ,
ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।
8 ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।
9 ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ।
ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।
10 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି।
ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ।
11 ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ।
ପରମେଶ୍ୱର ତାଙ୍କୁ କରିତ୍ୟାଗ କରିଛନ୍ତି।
ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”
12 ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ,
ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର।
13 ମୋର ଶତ୍ରୁମାନଙ୍କୁ ପରାସ୍ତ କର!
ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର।
ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି।
ସେମାନେ ଅପମାନିତ ହୁଅନ୍ତୁ।
14 କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି।
ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି।
15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ।
ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ,
ଯେପରିକି କେତେଥର ଗଣତି କରି ପାରିବ ନାହିଁ।
16 ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି।
ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି।
17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି।
ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି।
18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି।
ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର।
ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।
19 ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ।
ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ।
ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।
20 ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ।
ମୋ’ ଜୀବନକୁ ପୁନଃସ୍ଥାପନ କର।
ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।
21 ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର
ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ।
22 ତା’ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି।
ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି।
ତୁମେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି
ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
23 ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ।
ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
24 ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ,
କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ
ପରାସ୍ତ ଓ ଅପମାନିତ ହେବେ।
2010 by World Bible Translation Center