M’Cheyne Bible Reading Plan
ଅମ୍ନୋନ ଓ ତାମର
13 ଦାଉଦଙ୍କର ଏକ ପୁତ୍ର ଥିଲା, ଯାହାର ନାମ ଥିଲା ଅବଶାଲୋମ। ଅବଶାଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସୁନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପୁତ୍ର ଥିଲା ଅମ୍ନୋନ। 2 ଅମ୍ନୋନ ନିଜର ସାବତ ଭଉଣୀ ତାମରକୁ ଭଲପାଇ ବସିଲା ଓ ତା’ ପ୍ରେମରେ ତାକୁ ଜ୍ୱର ଆସିଗଲା। ତାମର ଅନୁଢ଼ା ଥିଲା। ଅମ୍ନୋନ ତାକୁ ବହୁତ ଗ୍ଭହୁଁଥିଲା, କିନ୍ତୁ ତା’ ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ।
3 ଅମ୍ନୋନର ଯୋନାଦବ୍ ନାମକ ଜଣେ ଚତୁର ବନ୍ଧୁ ଥିଲା, ଯିଏ କି ଶିମିୟର ପୁତ୍ର। ଶିମିୟ ଦାଉଦଙ୍କର ଭାଇ ଥିଲା। 4 ସେ ଅମ୍ନୋନକୁ ପଗ୍ଭରିଲା, “ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଛ। ତୁମ୍ଭେ ମୋତେ କ’ଣ ତାହା କହିବ ନାହିଁ?”
ତା’ପରେ ଅମ୍ନୋନ କହିଲା, “ମୁଁ ଅବଶାଲୋମର ଭଉଣୀ ତାମରକୁ ଭଲ ପାଏ।”
5 ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର। ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ଦୟାକରି ମୋର ଭଉଣୀ ତାମରକୁ ମୋ’ ପାଖକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’”
6 ରାଜା ଦେଖିବାକୁ ଆସିବା ସମୟରେ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା। ଅମ୍ନୋନ କହିଲା, “ମୋ’ ଭଉଣୀ ତାମରକୁ ଆସିବାକୁ ଦିଅନ୍ତୁ ଏବଂ ସେ ମୋ’ ଆଗରେ ଦୁଇଟି ପିଠା କରିବ, ତା’ପରେ ମୁଁ ସେଗୁଡ଼ିକ ତା’ ହାତରୁ ଖାଇବି।”
7 ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, “ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।”
8 ଯେତେବେଳେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା, ସେତେବେଳେ ସେ ଶଯ୍ୟାରେ ଥିଲା। ତେଣୁ ତାମର ଚକଟା ମଇଦା ନେଇ ଦଳି ଅମ୍ନୋନ ଦେଖୁଥିବା ବେଳେ ପିଠା ପ୍ରସ୍ତୁତ କରି ତାକୁ ପାକ କଲା। 9 ସେ କରେଇରୁ ପିଠାଗୁଡ଼ିକ କାଢ଼ିନେଇ ତା’ ଆଗରେ ରଖିଲା। ଏବଂ ସେ ଖାଇବାକୁ ମନାକଲା ଏବଂ ଅମ୍ନୋନ କହିଲା, “ସମସ୍ତଙ୍କୁ ବାହାରକୁ ପଠେଇ ଦିଅ।” ଏବଂ ସମସ୍ତେ କୋଠରୀରୁ ବାହାରି ଗଲେ।
ଅମ୍ନୋନ ତାମର ସହିତ ବଳତ୍କାର କଲା
10 ତା’ପରେ ଅମ୍ନୋନ ତାମରକୁ କହିଲା, “ଖାଦ୍ୟ ଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରୁ ତାହା ଭୋଜନ କରିବି।”
ଏଥିରେ ତାମର ନିଜେ ତିଆରି କରିଥିବା ପିଠା ନେଇ ଅମ୍ନୋନର ଶୟନ କକ୍ଷକୁ ଗଲା। 11 ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, “ଆସ ମୋର ଭଉଣୀ ମୋ’ ପାଖରେ ଶୟନ କର।”
12 ସେଥିରେ ସେ ଉତ୍ତର ଦେଲା, “ନା, ନା, ଭାଇ ମୋତେ ଏହା କରିବାକୁ ବାଧ୍ୟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ନିଷେଧ। ଏହିପରି ଭୟଙ୍କର କାର୍ଯ୍ୟ କର ନାହିଁ। 13 ଯଦି ତୁମ୍ଭେ ଏହା କର, ମୁଁ ଲଜ୍ଜାରୁ କେବେ ମୁକ୍ତ ହୋଇ ପାରିବି ନାହିଁ। ଏବଂ ଇସ୍ରାଏଲରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବେଚିତ ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।”
14 ତଥାପି ଅମ୍ନୋନ ତାହାର କଥା ଶୁଣିଲା ନାହିଁ। ମାତ୍ର ସେ ତା’ଠାରୁ ବଳବାନ୍ ହେବାରୁ ତାହାକୁ ବଳତ୍କାର କରି ତା’ ସଙ୍ଗେ ଶୟନ କଲା। 15 ତା’ପରେ ଅମ୍ନୋନ ତାକୁ ଅତି ଘୃଣା କଲା, ସେ ତାକୁ ଯେପରି ପ୍ରେମ କରିଥିଲା, ତା’ ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ନୋନ ତାହାକୁ କହିଲା, “ଉଠ ଏଠାରୁ ଗ୍ଭଲିଯାଅ।”
16 ସେଥିରେ ସେ କହିଲା, “ମୋତେ ଏହିପରି ଅବସ୍ଥାରେ ଦୂରେଇ ଦିଅ ନାହିଁ। ତୁମ୍ଭେ ମୋ’ ପ୍ରତି ବର୍ତ୍ତମାନ ଯାହା କଲ, ତା’ଠାରୁ ମଧ୍ୟ ଏହା ଅଧିକରୁ ଅଧିକ ମନ୍ଦ ହେବ।”
କିନ୍ତୁ ସେ ତା’ର କଥାକୁ ଶୁଣିଲା ନାହିଁ। 17 ତା’ପରେ ଅମ୍ନୋନ ତା’ର ଦାସକୁ ଡାକି କହିଲା, “ଏହାକୁ ମୋ’ ପାଖରୁ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।”
18 ତେଣୁ ଅମ୍ନୋନଙ୍କର ଦାସ ତାକୁ ଘରୁ ବାହାର କରି କବାଟ ବନ୍ଦ କରି ଦେଲା।
ତାମର ଏକ ଦୀର୍ଘ ଛାପାବସ୍ତ୍ର ପିନ୍ଧି ଥିଲା, କାରଣ ଅନୁଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି। 19 ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ ପଛେ କବାଟ ଦେଇଦେବାରୁ ସେ ନିଜର ମୁଣ୍ଡରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରେଖା ଚିରି ଦେଲା। ତା’ପରେ ସେ ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ସେଠାରୁ ପ୍ରସ୍ଥାନ କଲା।
20 ତୁମ୍ଭ ସହିତ ତୁମ୍ଭର ଭାଇ ଅମ୍ନୋନ ଅଛି କି? “ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ ବିଷୟରେ ଚିନ୍ତା କରି ବ୍ୟତିବ୍ୟସ୍ତ ହୁଅ ନାହିଁ।” ଏହା ପରେ ସେ ନିଜର ସହୋଦର ଅବଶାଲୋମର ଗୃହରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସେଠାରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।
21 ମାତ୍ର ରାଜା ଦାଉଦ ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ। 22 ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା।
ଅବଶାଲୋମଙ୍କର ପ୍ରତିଶୋଧ
23 ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବାଲ୍ହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। 24 ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସିଲା ଓ କହିଲା, “ଦେଖନ୍ତୁ ମୋର ମେଷଗୁଡ଼ିକର ଲୋମ ଛେଦନ ହୋଇଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗରେ ଆସନ୍ତୁ।”
25 ଏଥିରେ ରାଜା ଅବଶାଲୋମକୁ କହିଲେ, “ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ।”
ମାତ୍ର ସେ ବହୁତ ବଳାଇଲା। ତେବେ ହିଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ।
26 ଏଥିରେ ଅବଶାଲୋମ କହିଲା, “ଯଦି ଆପଣ ଆସୁନାହାନ୍ତି, ତେବେ ମୋର ଭାଇ ଅମ୍ନୋନକୁ ଆମ ସଙ୍ଗରେ ଯିବାକୁ ଅନୁମତି ଦିଅନ୍ତୁ।”
ରାଜା ତାଙ୍କୁ କହିଲେ, “ସେ କାହିଁକି ତୁମ୍ଭ ସଙ୍ଗେ ଯିବ?”
27 ମାତ୍ର ଅବଶାଲୋମ ବଳାଇବାରୁ ରାଜା ଅମ୍ନୋନକୁ ଓ ସବୁ ରାଜ ପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ।
ଅମ୍ନୋନଙ୍କର ହତ୍ୟା
28 ଏହା ପରେ ଅବଶାଲୋମ ନିଜର ସେବକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, “ଅମ୍ନୋନକୁ ଜଗି ଥାଅ, ଯେତେବେଳେ ସେ ଟିକେ ମାତାଲ ହେବ, ଦ୍ରକ୍ଷାରସରୁ ଉତ୍ତମ ଅନୁଭବ କରିବ, ମୋ’ ଆଦେଶ ଅନୁକରଣ କରି ତାକୁ ହତ୍ୟା କର। ଭୟ କର ନାହିଁ, ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ, ବଳବାନ୍ ଏବଂ ସାହସୀ ହୁଅ।”
29 ଅବଶାଲୋମର ଲୋକମାନେ ଗଲେ ଓ ଅବଶାଲୋମର ଆଜ୍ଞାନୁସାରେ ଅମ୍ନୋନକୁ ହତ୍ୟା କଲେ। ତେଣୁ ରାଜପୁତ୍ରମାନେ ସମସ୍ତେ ଉଠି ପ୍ରତ୍ୟେକ ନିଜ ନିଜ ଖଚର ଉପରେ ଚଢ଼ି ପଳାଇଲେ।
ଅମ୍ନୋନଙ୍କର ମୃତ୍ୟୁ ବିଷୟରେ ଦାଉଦ ଶୁଣିଲେ
30 ସେମାନେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।”
31 ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲେ।
32 ସେତେବେଳେ ଦାଉଦଙ୍କର ଭାଇ ଶିମିୟର ପୁତ୍ର ଯୋନାଦବ୍ ପହଞ୍ଚିଲା ଓ କହିଲା, “ନା! ସମସ୍ତଙ୍କୁ ହତ୍ୟା କରାଯାଇ ନାହିଁ। ମାତ୍ର ଅମ୍ନୋନକୁ ହତ୍ୟା କରାଗଲା। ଅମ୍ନୋନ ତାମରକୁ ଧର୍ଷଣ କରିବା ଦିନଠାରୁ ଅବଶାଲୋମ ଏହି ଷଡ଼ଯନ୍ତ୍ର କରି ଆସୁଅଛି। 33 ଏଣୁ ସମସ୍ତ ରାଜପୁତ୍ର ମରିଛନ୍ତି ବୋଲି ମୋର ପ୍ରଭୁ, ମହାରାଜ ମନରେ ନ ଘେନନ୍ତୁ। କାରଣ କେବଳ ଅମ୍ନୋନ ମରିଛି।”
34 ଏଥି ମଧ୍ୟରେ ଅବଶାଲୋମ ପଳାୟନ କରିଥିଲା।
ଏହି ସମୟରେ ଜଣେ ପ୍ରହରୀ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇଥିଲା। ସେ ଦେଖିଲା, ବହୁତ ଗୁଡ଼ିଏ ଲୋକ ପର୍ବତର ଅନ୍ୟ ପାର୍ଶ୍ୱରୁ ଆସୁଛନ୍ତି। 35 ତେଣୁ ଯୋନାଦବ୍, ରାଜା ଦାଉଦଙ୍କୁ କହିଲା, “ଦେଖ ମୁଁ ଠିକ୍ କହୁଅଛି, ଦେଖ, ରାଜାଙ୍କର ପୁତ୍ରମାନେ ଆସୁଛନ୍ତି।”
36 ଏହା କହି ସାରିବା ପରେ ରାଜକୁମାରଗଣ ଆସି ସେଠାରେ ପହଞ୍ଚି ଗଲେ ଏବଂ ସେମାନେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ୟ କାନ୍ଦିବାକୁ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ। 37 ତାଙ୍କର ପୁତ୍ର ଅମ୍ନୋନଙ୍କ ପାଇଁ ଦାଉଦ ବହୁତ ଦିନ ଶୋକ କଲେ।
ଅବଶାଲୋମ ଗଶୂରକୁ ପଳାୟନ କଲେ
ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଯାଇଥିଲା। 38 ଏହା ପରେ ଅବଶାଲୋମ ଗଶୂରକୁ ପଳାଇ ସେଠାରେ ତିନି ବର୍ଷ ଧରି ରହିଲା। 39 ଦାଉଦ ତାଙ୍କର ମନ ଅବଶାଲୋମ ଆଡ଼େ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ନୋନର ମୃତ୍ୟୁ ଜାଣି ସାନ୍ତ୍ୱନା ପ୍ରାପ୍ତ ହେଲେ।
6 ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ। 2 ପରମେଶ୍ୱର କହିଛନ୍ତି:
“ମୁଁ ଉଚିତ୍ ସମୟରେ ତୁମ୍ଭ କଥା ଶୁଣିଲି
ଓ ପରିତ୍ରାଣ ଦିନରେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆସିଲି।” (A)
ମୁଁ ତୁମ୍ଭକୁ କହୁଛି, ଦେଖ, ଏହା ହେଉଛି “ଉଚିତ୍ ସମୟ।” ଏହା “ପରିତ୍ରାଣର ଦିନ” ଅଟେ।
3 ଆମ୍ଭ କାମରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଛା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। 4 ବରଂ ପରମେଶ୍ୱରଙ୍କ ସେବକ ରୂପରେ ଆମ୍ଭେମାନେ ପ୍ରତ୍ୟେକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ୟା ମଧ୍ୟରେ ଅନେକ କଠୋର ତଥା ଧୈର୍ଯ୍ୟପୂର୍ବକ ସହୁ। 5 ଆମ୍ଭକୁ ମାଡ଼ ଦିଆଯାଏ, କାରାଗାରରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧରେ ଉଠନ୍ତି। ଆମ୍ଭେ କଠୋର ପରିଶ୍ରମ କରୁ, ବେଳେବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସରେ ରହୁ। 6 ଆମ୍ଭର ଜ୍ଞାନ, ଧୈର୍ଯ୍ୟ, ଦୟା, ପବିତ୍ରଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତାରେ, ପ୍ରକୃତ ପ୍ରେମ ପ୍ରକାଶିବା ଦ୍ୱାରା, ପୁଣି ସତ୍ୟ କଥା କହି ଓ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ କରି ଏହାର ପରିଚୟ ଦେଇଥାଉ। 7 ପ୍ରତ୍ୟେକ କଥାରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷା ଢାଲ ଭାବରେ ବ୍ୟବହାର କରୁ।
8 କେତେକ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ୟାବାଦୀ ଓ ତଥାପି ଆମ୍ଭେ ସତ୍ୟ କହୁ। 9 ଆମ୍ଭେ ଜନପ୍ରିୟ ହୋଇ ଥିଲେ ମଧ୍ୟ କେତେକଙ୍କ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ୟ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ। 10 ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନେକଙ୍କୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁକିଛି ଅଛି।
11 ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖୋଲା ମନରେ ତୁମ୍ଭମାନଙ୍କ ସହିତ କଥା ହୋଇଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖୋଲି ଦେଇଛୁ। 12 ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ରେମ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭେମାନେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶନ ବନ୍ଦ କରି ଦେଇଛ। 13 ମୋ’ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ୱରୂପେ ତୁମ୍ଭେମାନେ ମଧ୍ୟ ନିଜର ହୃଦୟ ଆମ୍ଭ ପାଇଁ ସମ୍ପୂର୍ଣ୍ଣ ଭାବରେ ଖୋଲା ରଖିବା ଉଚିତ୍।
ଅଣଖ୍ରୀଷ୍ଟିୟାନମାନଙ୍କ ବିଷୟରେ ସତର୍କବାଣୀ
14 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ତୁମ୍ଭେମାନେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସେମାନଙ୍କ ସହିତ ଯୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧ୍ୟରେ କି ସହଭାଗିତା ଅଛି? 15 ଯୀଶୁ ଖ୍ରୀଷ୍ଟ ଓ ବିଲିୟାର୍ ଭିତରେ ଚୁକ୍ତି ହୋଇପାରେ କି? ଜଣେ ବିଶ୍ୱାସୀ ଓ ଜଣେ ଅବିଶ୍ୱାସୀଙ୍କ ଭିତରେ କ’ଣ କିଛି ମେଳ ହୋଇପାରେ? 16 ପରମେଶ୍ୱରଙ୍କ ମନ୍ଦିର [a] ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି:
“ମୁଁ ସେମାନଙ୍କ ସହିତ ରହିବି
ଓ ସେମାନଙ୍କ ସହିତ ଗ୍ଭଲିବି,
ମୁଁ ସେମାନଙ୍କର ପରମେଶ୍ୱର ହେବି
ଓ ସେମାନେ ମୋର ଲୋକ ହେବେ।” (B)
17 “ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ
ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ,
ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ,
ତା’ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।” (C)
18 “ମୁଁ ତୁମ୍ଭମାନଙ୍କର ପିତା ହେବି
ଓ ତୁମ୍ଭେମାନେ ମୋ’ ପୁଅ ଓ ଝିଅ ହେବ
ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।” (D)
Israel Turned Away From God
20 ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ।
2 ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 3 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ପ୍ରାଚୀନବର୍ଗଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭେମାନେ ମୋ’ ବିଷୟରେ ତଦାରଖ କରିବାକୁ ଆସିଅଛ? ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କିଛି ପଗ୍ଭରିବାକୁ ଦେବି ନାହିଁ।’ 4 ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ସେମାନଙ୍କର ବିଗ୍ଭର କରିବ? ସେମାନଙ୍କର ପିତୃପୁରୁଷମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ। 5 ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତେବେଳେ ଇସ୍ରାଏଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶରରେ ସେମାନଙ୍କ ନିକଟରେ ନିଜକୁ ପରିଚିତ କରାଇଲି, ମୁଁ ସେମାନଙ୍କ ଉପରେ ହସ୍ତ ବିସ୍ତାର କଲି ଏବଂ ସେମାନଙ୍କ ପକ୍ଷରେ କହିଲି, “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।” 6 ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା।
7 “‘ଏବଂ ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ଦେଖୁଥିବା ଘୃଣ୍ୟ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀୟମାନଙ୍କ ମୂର୍ତ୍ତି ଦ୍ୱାରା ତୁମ୍ଭେମାନେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ।” 8 କିନ୍ତୁ ସେମାନେ ମୋର ବିରୁଦ୍ଧାଚରଣ କଲେ ଓ ମୋ’ କଥା ଶୁଣିଲେ ନାହିଁ। ସେମାନେ ପ୍ରତ୍ୟେକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ୟ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀୟ ପ୍ରତିମାମାନଙ୍କୁ ପରିତ୍ୟାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିବାକୁ ସେମାନଙ୍କ ପ୍ରତିକୂଳରେ ଆପଣା କୋପ ଢାଳିଲି। 9 କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି। 10 ମୁଁ ଇସ୍ରାଏଲକୁ ମିଶର ଦେଶରୁ ବାହାର କରି ଆଣି ମରୁଭୂମିରେ ରଖିଲି। 11 ତା’ପରେ ଆମ୍ଭେ ସେମାନଙ୍କୁ ଆପଣାର ବିଧି ଦେଲୁ ଓ ଆପଣା ବ୍ୟବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ। 12 ଏବଂ ମୁଁ ସେମାନଙ୍କୁ ମୋର ବିଶ୍ରାମ ଦିନ ବିଷୟରେ ସବୁ କହିଲି। ଏହା ମୋର ଓ ସେମାନଙ୍କ ମଧ୍ୟରେ ଚୁକ୍ତିର ଚିହ୍ନ ସ୍ୱରୂପ ଯେଉଁଥିପାଇଁ ସେମାନେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସେମାନଙ୍କୁ ପବିତ୍ର କଲି।
13 “‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି। 14 କିନ୍ତୁ ମୁଁ ମୋର ନାମକୁ ସେହି ଲୋକମାନଙ୍କ ସମ୍ମୁଖରେ ଭ୍ରଷ୍ଟ କରିବା ପାଇଁ ଗ୍ଭହିଁଲି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲି। 15 ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି।
16 “‘କାରଣ ସେମାନେ ମୋର ବିଧି ସକଳ ମାନିବାକୁ ମନା କଲେ। ସେମାନେ ମୋର ନିୟମ ଅନୁସାରେ ଜୀବନଯାପନ କଲେ ନାହିଁ ଏବଂ ସେମାନେ ମୋର ବିଶ୍ରାମ ଦିନକୁ କଳୁଷିତ କଲେ। ସେମାନେ ଏହିପରି ବ୍ୟବହାର କଲେ, କାରଣ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା। 17 ତଥାପି ମୁଁ ସେମାନଙ୍କ ପାଇଁ ଦୁଃଖିତ ହେଲି ଓ ସେମାନଙ୍କୁ ବିନାଶ କଲି ନାହିଁ। ସେହି ମରୁଭୂମି ମଧ୍ୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ହତ୍ୟା କଲି ନାହିଁ। 18 ଏବଂ ମରୁଭୂମିରେ ସେମାନଙ୍କର ପୁତ୍ରଗଣଙ୍କୁ କହିଲି, “ତୁମ୍ଭେମାନେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଗ୍ଭଲ ନାହିଁ। ସେମାନଙ୍କର ବ୍ୟବସ୍ଥା ସକଳ ମାନ ନାହିଁ, ସେମାନଙ୍କ ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କର ନାହିଁ। 19 ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ; ମୋର ବିଧି ରୂପ ପଥରେ ଗ୍ଭଲ ଓ ମୋର ବିଧି ସକଳ ରକ୍ଷା କରି ପାଳନ କର। 20 ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
21 “‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି। 22 କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମୋର ନାମ ପାଖାପାଖି ଦେବତାମାନଙ୍କ ଦ୍ୱାରା ଉପହାସିତ ନ ହେଉ ବୋଲି ମୁଁ ଗ୍ଭହିଁଲି। ଯେଉଁମାନଙ୍କ ଦୃଷ୍ଟିରେ ମୁଁ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରି ଆଣିଲି। 23 ଏବଂ ସେମାନଙ୍କୁ ନାନା ଜାତି ଏବଂ ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା ସକାଶେ ମରୁଭୂମିରେ ମୁଁ ସେମାନଙ୍କ ବିରୁଦ୍ଧରେ ମୋର ହସ୍ତ ଉଠାଇଲି।
24 “‘କାରଣ ସେମାନେ ମୋର ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମୋର ସକଳ ବିଧି ଅଗ୍ରାହ୍ୟ କଲେ ଓ ମୋର ସମସ୍ତ ବିଶ୍ରାମ ଦିନ କଳୁଷିତ କଲେ ଏବଂ ସେମାନଙ୍କର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ। 25 ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସେହିସବୁ ବିଧି ଆମ୍ଭେ ସେମାନଙ୍କୁ ଦେଲୁ ଓ ଯେଉଁ ଶାସନରେ ସେମାନେ ବଞ୍ଚିବେ ନାହିଁ ସେହିପରି ଶାସନ ସେମାନଙ୍କୁ ଦେଲୁ। 26 ମୁଁ ସେମାନଙ୍କୁ ସେମାନଙ୍କର ଉପହାର ମାଧ୍ୟମରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ୟମରେ ଅଶୁଚି କଲି। ତେଣୁ ମୁଁ ସେମାନଙ୍କୁ ବିନାଶ କରିପାରିଲି। ଫଳରେ ସେମାନେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।’ 27 ଏଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସେମାନଙ୍କର ଅବିଶ୍ୱସ୍ତତାରେ ମୋର ନିନ୍ଦା କରିଅଛନ୍ତି। 28 ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ। 29 ସେ ଉଚ୍ଚସ୍ଥଳୀକୁ ଯିବାର ଅଭିପ୍ରାୟ କ’ଣ ବୋଲି ଆମ୍ଭେ ସେମାନଙ୍କୁ ପଗ୍ଭରିଲୁ। ମାତ୍ର ଏବେସୁଦ୍ଧା ସେହି ସ୍ଥାନର ନାମ ବାମା ରହିଅଛି।’
30 ପରମେଶ୍ୱର କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ପଗ୍ଭରନ୍ତି, ପିତୃପୁରୁଷମାନଙ୍କ ପରି କାର୍ଯ୍ୟ କରି ମୂର୍ତ୍ତିମାନଙ୍କ ସହିତ ବ୍ୟଭିଗ୍ଭରୀତା କରି ତୁମ୍ଭେମାନେ କ’ଣ ନିଜକୁ ଅଶୁଚି କରୁ ନାହଁ ଓ ସେମାନଙ୍କର ଘୃଣ୍ୟ ମୂର୍ତ୍ତିମାନଙ୍କ ଦ୍ୱାରା ବ୍ୟଭିଗ୍ଭରୀ ହେଉଅଛ? 31 ଯେତେବେଳେ ତୁମ୍ଭେମାନେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ଯ୍ୟନ୍ତ ଅଗ୍ନିରେ ଉତ୍ସର୍ଗ କରୁଛ? ହେ ଇସ୍ରାଏଲର ଲୋକମାନେ, ମୋ’ଠାରୁ ଉପଦେଶ ନେବାକୁ ତୁମ୍ଭମାନଙ୍କୁ ଅନୁମତି ଦେବି କି? ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାଯାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦେବି ନାହିଁ। 32 ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’”
33 ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ନିଶ୍ଚୟ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କ ଊପରେ ରାଜା ହୋଇ ଶାସନ କରିବୁ। 34 ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବୁ ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ। 35 ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଗ୍ଭର କରିବି। 36 ପୁଣି ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଗ୍ଭର କରିଥିଲି, ମୁଁ ତୁମ୍ଭମାନଙ୍କର ବିଗ୍ଭର କରିବି।”
37 “ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନରେ ଆବଦ୍ଧ କରିବୁ। 38 ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମୋ’ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରି ଦୂର କରି ଦେବି। ସେମାନେ ଯେଉଁ ଦେଶରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସେମାନଙ୍କୁ ବାହାର କରି ଆଣିବି, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”
39 ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”
40 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୋର ପବିତ୍ର ଉଚ୍ଚ ପର୍ବତରେ ସମଗ୍ର ଇସ୍ରାଏଲର ଲୋକମାନେ ମୋତେ ଉପାସନା କରିବେ। ସେହି ସ୍ଥାନରେ ମୁଁ ସେମାନଙ୍କୁ ଗ୍ରହଣ କରିବି ଓ ସେହି ସ୍ଥାନରେ ମୁଁ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଲୋଡ଼ିବି। 41 ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି। 42 ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭେମାନେ ଏହା ଜାଣିବ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଇସ୍ରାଏଲ ଭୂମିକୁ ଫେରାଇ ଆଣିବି। ସେହି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବି ବୋଲି ପ୍ରତିଜ୍ଞା କରିଥିଲି। 43 ଆଉ ସେହି ସ୍ଥାନରେ ତୁମ୍ଭେମାନେ ନିଜକୁ ଅଶୁଚି କରିଅଛ ଓ ନିଜର ଆଗ୍ଭର ବ୍ୟବହାର, କ୍ରିୟାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିୟା ହେତୁ ତୁମ୍ଭେମାନେ ଲଜ୍ଜିତ ହେବ। 44 ଏବଂ ତା’ପରେ ତୁମ୍ଭେମାନେ ଜାଣିବ ଯେ, ଯେତେବେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତେବେଳେ ମୁଁ ମୋର ମର୍ଯ୍ୟାଦାନୁସାରେ ବ୍ୟବହାର କରେ।”
45 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 46 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ୟ ବର୍ଷଣ କର। ଏବଂ ନେଗେଭର ଅରଣ୍ୟ [a] ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର। 47 ଏବଂ ନେଗେଭ ଅରଣ୍ୟକୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ସଂଯୋଗ କରିବା। ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଦେଶ ସେହି ଅଗ୍ନିରେ ଦଗ୍ଧିଭୂତ ହେବ। 48 ସେତେବେଳେ ଆମ୍ଭେ ସଦାପ୍ରଭୁ ସେହି ଅଗ୍ନି ଜଳାଇ ଅଛୁ ବୋଲି ତୁମ୍ଭେମାନେ ଜାଣିବ। ତାହା ନିର୍ବାପିତ ହେବ ନାହିଁ ଓ ଏହା ସମସ୍ତ ପ୍ରାଣୀ ଦେଖିବେ।’”
49 ଏଥିରେ ମୁଁ (ଯିହିଜିକଲ) କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ ସେମାନେ ମୋ’ ବିଷୟରେ କହୁଛନ୍ତି, ସେ କେବଳ ନୀତିବାକ୍ୟ କହୁଛି।”
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
16 ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ।
2 ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ।
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା’ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
2010 by World Bible Translation Center