M’Cheyne Bible Reading Plan
ବତ୍ଶେବା ସହିତ ଦାଉଦଙ୍କର ସାକ୍ଷାତ
11 ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ।
କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। 2 ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା। 3 ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସେହି ସ୍ତ୍ରୀ ବିଷୟରେ ବୁଝିଲେ। ସେ ଜାଣିବାକୁ ପାଇଲେ ଯେ, “ସେ ହେଉଛନ୍ତି ଇଲିୟାମର ଝିଅ ହିତ୍ତୀୟ ଊରିୟର ସ୍ତ୍ରୀ, ବତ୍ଶେବା।”
4 ଦାଉଦ ବତ୍ଶେବାକୁ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତେବେଳେ ସେ ଆସିଲେ। ସେହି ସ୍ତ୍ରୀ ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀଲୋକଟି ଋତୁସ୍ନାନ [a] କରିଥିଲା। ତେଣୁ ସେ ନିଜର ଗୃହକୁ ଫେରିଗଲା। 5 କିନ୍ତୁ ବତ୍ଶେବା ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ମୁଁ ଗର୍ଭବତୀ ହୋଇଛି।”
ଦାଉଦ ନିଜର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କଲେ
6 ତା’ପରେ ଦାଉଦ ଯୋୟାବ ନିକଟକୁ ଏକ ବାର୍ତ୍ତା ପଠାଇଲେ, “ଊରିୟ ଓ ହିତ୍ତୀୟକୁ ମୋ’ ପାଖକୁ ପଠାଅ।”
ତେଣୁ ଯୋୟାବ ଊରିୟକୁ ଦାଉଦଙ୍କ ନିକଟକୁ ପଠାଇଲେ। 7 ତେଣୁ ଊରିୟ ଆସି ପହଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଗ୍ଭରିଲେ। 8 ତା’ପରେ ଦାଉଦ ଊରିୟକୁ କହିଲେ ଠିକ୍ ଅଛି, “ବର୍ତ୍ତମାନ ତୁମ୍ଭେ ଗୃହକୁ ଯାଇ ବିଶ୍ରାମ ନିଅ।”
ତା’ପରେ ଊରିୟ ରାଜାଙ୍କ ପାଖରୁ ଗ୍ଭଲିଗଲା। ରାଜା ଊରିୟଙ୍କ ପାଖକୁ କିଛି ଉପହାର ପଠାଇଲେ। 9 କିନ୍ତୁ ଊରିୟ ଗୃହକୁ ଗଲା ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ୱାରରେ ଶୟନ କଲା। 10 ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।”
ତା’ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?”
11 ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା’ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”
12 ଦାଉଦ ଊରିୟକୁ କହିଲେ, “ଆଜି ତୁମ୍ଭେ ଏହିଠାରେ ରୁହ। ଆସନ୍ତା କାଲି ମୁଁ ତୁମ୍ଭକୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେବି।”
ଊରିୟ ସେଦିନ ସକାଳ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ରହିଲେ। 13 ତା’ପରେ ଦାଉଦ ଊରିୟକୁ ଡାକି କହିଲେ ଏବଂ ଊରିୟ ଦାଉଦଙ୍କ ସଙ୍ଗେ ଖିଆପିଆ କଲା। ଦାଉଦ ଊରିୟକୁ ମଦ୍ୟପାନ କରାଇଲେ, ତା’ପରେ ମଧ୍ୟ ଊରିୟ ଗୃହକୁ ନ ଯାଇ ରାଜାଙ୍କର ଦାସମାନଙ୍କ ସହିତ ରାଜଗୃହର ଦ୍ୱାର ଦେଶରେ ଶୟନ କଲା।
ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ
14 ତା’ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। 15 ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା’ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।”
16 ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅମ୍ମୋନୀୟ ସାହସୀ ସୈନ୍ୟମାନେ ଯେଉଁଠାରେ ଥିଲେ ସେ ଦେଖିଲେ ଏବଂ ସେ ଊରିୟକୁ ସେହି ସ୍ଥାନକୁ ଯିବା ପାଇଁ ଆଦେଶ ଦେଲେ। 17 ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ କେତେକ ଲୋକ ମୃତ୍ୟୁବରଣ କଲେ ଓ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।
18 ତା’ପରେ ଯୋୟାବ ଯାହାସବୁ ଯୁଦ୍ଧରେ ହେଲା ସେ ଖବର ଦାଉଦଙ୍କ ନିକଟକୁ ପଠାଇଲେ। 19 ସେ ଦୂତକୁ ଆଜ୍ଞା ଦେଲେ, ଯୁଦ୍ଧରେ ଘଟୁଥିବା ସବୁ ଘଟଣା ରାଜାଙ୍କୁ କୁହ। 20 “ରାଜା ଏଥିରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, ‘ଆମ୍ଭର ସୈନ୍ୟଗଣ କାହିଁକି ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲେ? ସେମାନେ ପ୍ରାଚୀରରୁ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି? 21 ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରୁ ତାହା ଉପରକୁ ଚକିର ଉପର ପଟ ପକାନ୍ତେ ସେ କ’ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ନିଜର ଦାସ ହିତ୍ତୀୟ ଊରିୟ ମଧ୍ୟ ମରିଅଛି।’”
22 ସେ ଦୂତ ଯାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କୁ ଜଣାଇଲେ। 23 ସେହି ଦୂତ ଜଣକ ରାଜା ଦାଉଦଙ୍କୁ କହିଲା, “ସେହି ଅମ୍ମୋନୀୟ ଲୋକମାନେ ଆମ୍ଭମାନଙ୍କୁ ଖୋଲା ପଡ଼ିଆରେ ଆକ୍ରମଣ କଲେ, ତା’ପରେ ଆମ୍ଭେ ନଗରର ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼େଇ ନେଲୁ। 24 ଏଥିରେ ଧନୁର୍ଦ୍ଧାରୀମାନେ ପ୍ରାଚୀରରୁ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷେପ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତ୍ୟୁବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।”
25 ଦାଉଦ ଦୂତକୁ କହିଲେ, “ଯୋୟାବକୁ ଏହି ବାର୍ତ୍ତା ଦିଅ: ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକୁ ଆଖିବୁଜା ଭାବରେ ହତ୍ୟା କରି ପାରିବ। ରବ୍ବା ବିରୁଦ୍ଧରେ ଏକ ଜୋର୍ଦାର ଆକ୍ରମଣ କର ଏବଂ ତୁମ୍ଭେ ଜୟଲାଭ କରିବ।’ ଏହିସବୁ ବାକ୍ୟରେ ଯୋୟାବକୁ ଉତ୍ସାହିତ କର।”
ଦାଉଦ ବତ୍ଶେବା ସହିତ ବିବାହ କଲେ
26 ଏହା ପରେ ଊରିୟର ଭାର୍ଯ୍ୟା ତା’ର ସ୍ୱାମୀର ମୃତ୍ୟୁ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା। 27 ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବତ୍ଶେବାକୁ ନିଜ ଗୃହକୁ ଡକାଇଲେ। ତା’ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।
ମାଟିପାତ୍ର ଭିତରେ ଆଧ୍ୟାତ୍ମିକ ଧନ
4 ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ। 2 ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ। 3 ସୁସମାଗ୍ଭର ଯଦି ଆଚ୍ଛାଦିତ ହୋଇଥାଏ, ତେବେ ସେହି ଆଚ୍ଛାଦନ କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗରେ ରହିଛନ୍ତି। 4 ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ। 5 ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ। 6 ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।
7 ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ। 8 ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ୟା ଆମକୁ ଗ୍ଭପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନେକ ସମୟରେ କ’ଣ କରିବାକୁ ହେବ ତାହା ଆମ୍ଭେ ଜାଣି ପାରୁ ନାହୁଁ। 9 ଆମ୍ଭେ ନିର୍ଯ୍ୟାତିତ ହେଉଛୁ, କିନ୍ତୁ ପରମେଶ୍ୱର ଆମ୍ଭକୁ ଛାଡ଼ିଦିଅନ୍ତି ନାହିଁ। ଆମ୍ଭେ କେତେ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ ହୋଇ ନାହୁଁ। 10 ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ। 11 ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହେତୁ ଆମ୍ଭେ ସର୍ବଦା ମୃତ୍ୟୁ ସଙ୍କଟର ସମ୍ମୁଖୀନ ହେଉଛୁ। ଯଦ୍ଦ୍ୱାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧ୍ୟରେ ସ୍ପଷ୍ଟ ଭାବରେ ଦେଖି ପାରିବା। 12 ଅତଏବ ଆମ୍ଭ ଭିତରେ ମୃତ୍ୟୁ ଓ ତୁମ୍ଭମାନଙ୍କ ଭିତରେ ଜୀବନ ସକ୍ରିୟ ଅଟେ।
13 ଶାସ୍ତ୍ରରେ ଲେଖାଅଛି: “ମୁଁ ବିଶ୍ୱାସ କଲି, ଏଣୁ ସ୍ପଷ୍ଟ କହିଲି।” [a] ଆମ୍ଭର ବିଶ୍ୱାସ ମଧ୍ୟ ସେହିଭଳି ଅଟେ। ଆମ୍ଭେ ବିଶ୍ୱାସ କରୁ, ସେଥିପାଇଁ ଆମ୍ଭେ କହୁ। 14 କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ପୁନରୁତ୍ଥିତ କଲେ, ସେ ଆମ୍ଭକୁ ମଧ୍ୟ ଯୀଶୁଙ୍କ ସହ ପୁନରୁତ୍ଥିତ କରିବେ। 15 ସେ ଆମ୍ଭକୁ ମଧ୍ୟ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହା ଦ୍ୱାରା ଅନେକ ଲୋକ ଯେପରି ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ୱରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ୟବାଦ ଅର୍ପଣ କରାଯିବ।
ବିଶ୍ୱାସରେ ଜୀବନ କାଟିବା
16 ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। 17 ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।
True Justice
18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ ଯେତେବେଳେ ଏହି ପ୍ରବାଦଟି ବ୍ୟବହାର କର ଏହାର ଅର୍ଥ କ’ଣ?
‘ପିତାଗଣ ଅଙ୍ଗୁର ଖାଇଲେ
ଏବଂ ସେମାନଙ୍କର ପୁତ୍ରମାନଙ୍କର ଦାନ୍ତ ଯନ୍ତ୍ରଣା କରେ।’”
3 କିନ୍ତୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ଯାଏ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦକୁ ଆଉ ବ୍ୟବହାର କରିବ ନାହିଁ। 4 ଆଉ ସମସ୍ତଙ୍କର ଜୀବନ ମୋର ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ୟ ସେପରି। ଏବଂ ଯେଉଁ ବ୍ୟକ୍ତି ପାପ କରେ ସେ ମରିବ।
5 “ଯଦି ଜଣେ ମନୁଷ୍ୟ ଧାର୍ମିକ ହୁଏ, ତେବେ ନ୍ୟାୟ ଓ ଯଥାର୍ଥ କରେ। 6 ଏବଂ ସେ ପର୍ବତଗୁଡ଼ିକ ଉପରେ ଦିଆଯାଇଥିବା ବଳି ଭୋଜନ କରେ ନାହିଁ ଏବଂ ଇସ୍ରାଏଲ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ ନାହିଁ। ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ପାପ କରି ନାହିଁ କିମ୍ବା ନିଜ ସ୍ତ୍ରୀର ରଜସ୍ୱଳା ସମୟରେ ତା’ ସହିତ ସହବାସ କରି ନାହିଁ। 7 ସେ କାହାରି ପ୍ରତି ଅନ୍ୟାୟ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା’ର ବନ୍ଧକ ଫେରାଇ ଦେଇଛି। ସେ ତାହାର କିଛି ଗ୍ଭେରି କରି ନାହିଁ। ସେ ଆପଣାର ଭକ୍ଷ୍ୟ ଦ୍ରବ୍ୟକୁ କ୍ଷୁଧାର୍ତ୍ତକୁ ଦେଇଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦେଇଅଛି। 8 ସେ ଋଣ ଦେଇ ସୁଧ ନେଇ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂରରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରେ। 9 ସେ ମୋ’ ନିୟମାନୁସାରେ ଜୀବନ ଧାରଣ କରେ ଏବଂ ମୋ’ ନିୟମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ସେହି ମନୁଷ୍ୟ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।”
10 “ଏବଂ ଯଦି ସେହି ଧାର୍ମିକ ବ୍ୟକ୍ତିର ପୁତ୍ର ଡକାୟତି ଓ ରକ୍ତପାତ ଓ ଏଥିମଧ୍ୟରୁ ଅନୁସରଣ କରେ। 11 ଯଦିଓ ତା’ର ବାପା ଏଗୁଡ଼ିକ ମଧ୍ୟରୁ କୌଣସିଟି କଲା ନାହିଁ। ପର୍ବତ ଉପରେ ମୂର୍ତ୍ତିଗୁଡ଼ିକୁ ଉତ୍ସର୍ଗ କରାଯାଇଥିବା ଜିନିଷ ଖାଆନ୍ତି ଏବଂ ଆପଣା ପ୍ରତିବାସୀର ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ, 12 ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ୟାୟ କରେ, ଗ୍ଭେରି କରେ ଓ ବନ୍ଧକ ଦ୍ରବ୍ୟ ଫେରାଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ। 13 ଏବଂ ଘୃଣ୍ୟ କର୍ମ କରେ, ଋଣ ଦେଇ ସୁଧ ଆଦାୟ କରେ, ସେ ବଞ୍ଚିବ କି? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ୟ କାର୍ଯ୍ୟ କରେ। ଏବଂ ସେ ତା’ର ନିଜର ମୃତ୍ୟୁ ପାଇଁ ଦାୟୀ ରହିବ।
14 “ଏବଂ କୁହ ତା’ର ମଧ୍ୟ ଗୋଟିଏ ପୁତ୍ର ଅଛି, ଯିଏ କି ତା’ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସେଗୁଡ଼ିକୁ ଦେଖେ ସେ ଠିକ୍ ସେହିପରି କାର୍ଯ୍ୟ କରେ ନାହିଁ। 15 ସେ ପର୍ବତ ଉପରେ ମୂର୍ତ୍ତିଗୁଡ଼ିକ ପାଖରେ ଉତ୍ସର୍ଗ ହୋଇଥିବା ଦ୍ରବ୍ୟ ଖାଏ ନାହିଁ ଓ ଇସ୍ରାଏଲର ମୂର୍ତ୍ତିଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ ନାହିଁ କିମ୍ବା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ ନାହିଁ। 16 ସେ ଲୋକଙ୍କ ପ୍ରତି ଅନ୍ୟାୟ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ୟ ଗ୍ରହଣ କରେ ନାହିଁ, ଗ୍ଭେରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ। 17 ସେ ଦୀନଦରିଦ୍ରକୁ ସାହାଯ୍ୟ କରେ, ସୁଧ ନ ନେଇ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମୋର ନୀତି ନିୟମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାଶେ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ। 18 ତା’ର ପିତା, କାରଣ ସେ ତାଙ୍କର ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ଭାଇ ପ୍ରତି ଅତ୍ୟାଗ୍ଭର କଲା ଓ ତା’ଠାରୁ ଗ୍ଭେରି କରେ କାରଣ ସେ, ଯାହା ସମାଜରେ ଭଲ ତାହା କଲା ନାହିଁ। ତା’ର ଦୋଷ କାରଣରୁ ସେ ମୃତୁବରଣ କରିବ।
19 “କିନ୍ତୁ ତୁମ୍ଭେ ପଗ୍ଭରୁଛ, ‘ପିତାର ପାପର ଦଣ୍ଡ ତା’ର ପୁତ୍ର କାହିଁକି ବହନ ନ କରିବ?’ କାରଣ ଯାହା ନ୍ୟାୟ ଓ ଯଥାର୍ଥ ସେ କରେ ଏବଂ ମୋ’ ନିୟମ ମାନେ ଓ ପ୍ରୟୋଗ କରେ। ସେ ନିଶ୍ଚୟ ଭାବରେ ବଞ୍ଚିବ। 20 କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ।
21 “ଏବଂ ଦୁଷ୍ଟ ଲୋକ ଯେବେ ପାପ ପଥରୁ ବିରତ ହୁଏ, ମୋର ବିଧି ସକଳ ପାଳନ କରେ ଓ ନ୍ୟାୟ ଏବଂ ଧର୍ମାଚରଣ କରେ ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। 22 ତା’ର କୌଣସି ପାପ ସ୍ମରଣ କରାଯିବ ନାହିଁ। ସେ ତା’ର ଧାର୍ମିକତା ଯୋଗୁଁ ବଞ୍ଚିବ।”
23 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନ ଥାଏ। ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ ଆମ୍ଭର ସନ୍ତୋଷ ରହିଛି।
24 “କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା’ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା’ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା’ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।
25 “କିନ୍ତୁ ତୁମ୍ଭେ କୁହ, ‘ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।’ ହେ ଇସ୍ରାଏଲର ପୁତ୍ରଗଣ, ଶୁଣ, ମୁଁ ନ୍ୟାୟ ଅଟେ। କିନ୍ତୁ ତୁମ୍ଭେମାନେ ଯିଏ ନ୍ୟାୟ ନୁହଁ। 26 ଯଦି ଜଣେ ଧାର୍ମିକ ଲୋକ ତା’ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ। 27 ଦୁଷ୍ଟଲୋକ ଯେତେବେଳେ ନିଜ ଦୁଷ୍ଟତାରୁ ବିରତ ହୋଇ ନ୍ୟାୟ ଓ ଧର୍ମାଚରଣ କରେ ସେତେବେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ। 28 ସେ ତା’ର ମନ୍ଦ ଆଚରଣକୁ ବିବେଚନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବାରେ ସେ ଅଭ୍ୟସ୍ତ ଥାଏ। ତେବେ ସେ ବଞ୍ଚିବ, ସେ ମୃତ୍ୟୁବରଣ କରିବ ନାହିଁ।”
29 କିନ୍ତୁ ଇସ୍ରାଏଲର ଲୋକମାନେ କହନ୍ତି, “ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।”
ପରମେଶ୍ୱର କହନ୍ତି, “ମୁଁ ନ୍ୟାୟପୂର୍ଣ୍ଣ ଅଟେ! ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଯଥାର୍ଥ ନୁହଁ। 30 ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ। 31 ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜେ ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୁଅ ନାହିଁ। 32 ଆମ୍ଭେ ତୁମ୍ଭର ମୃତ୍ୟୁ ଗ୍ଭହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫେରି ଆସ ଓ ବଞ୍ଚି ରୁହ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।
ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।
62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
ମୋର ପରିତ୍ରାଣ ତାଙ୍କଠାରୁ ଆସେ।
2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
9 କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖଡ଼୍ଗରେ ହତ୍ୟା କରାଯିବ।
ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।
2010 by World Bible Translation Center