M’Cheyne Bible Reading Plan
ଦାଉଦ ଅନେକ ଯୁଦ୍ଧରେ ବିଜୟ ହେଲେ
8 ଏହା ପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କଠାରୁ ତାଙ୍କ ରାଜଧାନୀର କର୍ତ୍ତୃତ୍ୱ ନେଲେ। 2 ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା’ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।
3 ସୋବାରର ରାଜା ରହୋବର ପୁତ୍ର, ହଦଦେଷର ଫରାତ୍ ନଦୀ ନିକଟରେ ନିଜର ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। 4 ଦାଉଦ ତା’ଠାରୁ 1700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ।
5 ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଲେ। କିନ୍ତୁ ଦାଉଦ ସେହି 22,000 ଅରାମୀୟମାନଙ୍କୁ ପରାସ୍ତ କଲେ। 6 ତା’ପରେ ଦାଉଦ ଦମ୍ମେଶକର ଅରାମ ସୀମାରେ ସୈନ୍ୟଦଳମାନଙ୍କୁ ମୁତୟନ କଲେ। ଏବଂ ଅରାମୀୟମାନେ ଦାଉଦଙ୍କର ସେବକ ହୋଇଗଲେ। ସେମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡ଼କୁ ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।
7 ଦାଉଦ ହଦଦେଷର ଅଧିକାରୀମାନଙ୍କ ପାଖରେ ଥିବା ସୁବର୍ଣ୍ଣ ଢାଲଗୁଡ଼ିକ ଛଡ଼ାଇ ଆଣିଲେ। ଦାଉଦ ସେହି ସୁବର୍ଣ୍ଣ ଢାଲଗୁଡ଼ିକ ଯିରୁଶାଲମକୁ ନେଇ ଆସିଲେ। 8 ଦାଉଦ ମଧ୍ୟ ହଦଦେଷର ସହର ବେଟହ ଓ ବେରୋଥାରୁ ବହୁତ ଦ୍ରବ୍ୟ ଓ ଅପାର ପିତ୍ତଳ ନେଇ ଆସିଲେ।
9 ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦେଷର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରିଛନ୍ତି। 10 ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ। 11 ଦାଉଦ ସେସବୁ ଦ୍ରବ୍ୟକୁ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସେଗୁଡ଼ିକୁ ଅର୍ପଣ କଲେ। ସେ ସେଗୁଡ଼ିକୁ ଅନ୍ୟ ସୁନା, ରୂପାର ଦ୍ରବ୍ୟ ପାଖରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସେଗୁଡ଼ିକୁ ଯେଉଁ ଦେଶକୁ ପରାସ୍ତ କରୁଥିଲେ, ସେହି ଦେଶରୁ ଦ୍ରବ୍ୟମାନ ଆଣୁଥିଲେ। 12 ଦାଉଦ ଅରାମ, ମୋୟାବ, ଅମ୍ମୋନ, ପଲେଷ୍ଟୀୟ, ଅମାଲେକୀୟ ଏବଂ ସେ ମଧ୍ୟ ସୋବାର ରାଜା ରେହବର ପୁତ୍ର ହଦଦେଷରକୁ ପରାସ୍ତ କରିଥିଲେ। 13 ଦାଉଦ ଲବଣ ନାମକ ଉପତ୍ୟକାରେ ଅରାମୀୟମାନଙ୍କର 18,000 ସୈନ୍ୟଙ୍କୁ ବଧ କରିଥିଲେ ଓ ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ। 14 ଦାଉଦ ଦୁର୍ଗ ରକ୍ଷକ ସେନାଙ୍କୁ ଇଦୋମରେ ମୁତୟନ କଲେ। ସେ ଇଦୋମ ସାରା ବହୁତ ଦୁର୍ଗ ରକ୍ଷକ ସେନାଙ୍କୁ ମୁତୟନ କଲେ। ସମସ୍ତ ଇଦୋମୀୟଗଣ ଦାଉଦଙ୍କର ଦାସ ହେଲେ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।
ଦାଉଦଙ୍କର ଶାସନ
15 ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ। 16 ସରୁୟାର ପୁତ୍ର ଯୋୟାବ ସୈନ୍ୟମାନଙ୍କ ଉପରେ ପ୍ରଧାନ ଥିଲା, ଅହୀଟୂବର ପୁତ୍ର ଯିହୋଶାଫଟ୍ ମଧ୍ୟ ଇତିହାସ ଲେଖକ ଥିଲେ। 17 ଅହୀଟୂବର ପୁତ୍ର ସାଦୋକ୍ ଓ ଅବିୟାଥରର ପୁତ୍ର ଅହୀମେଲକ ଯାଜକ ଥିଲେ। ସରାୟ ଲେଖକ ଥିଲେ। 18 ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଦାୟିତ୍ୱରେ ଥିଲେ। ଏବଂ ଦାଉଦଙ୍କର ପୁତ୍ରମାନେ ମହତ୍ତ୍ୱପୂର୍ଣ୍ଣ ନେତୃବର୍ଗ [a] ଥିଲେ।
ଶାଉଲଙ୍କର ପରିବାର ପ୍ରତି ଦାଉଦଙ୍କର ଦୟା
9 ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।”
2 ସୀବଃ ନାମକ ଏକ ଗ୍ଭକର ଶାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମୁଖକୁ ଡକା ହୋଇଥିଲା। ଏବଂ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ସୀବଃ?”
ସେ ଉତ୍ତର ଦେଇ କହିଲା, “ହଁ ଆଜ୍ଞା, ମୁଁ ଆପଣଙ୍କର ଦାସ ସୀବଃ।”
3 ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।”
ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।”
4 ରାଜା ଦାଉଦ ସୀବଃଙ୍କୁ କହିଲେ, “ସେ ପୁତ୍ର କେଉଁଠାରେ ଅଛି?”
“ସେ ପୁତ୍ର ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଘରେ ଅଛି।”
5 ଯୋନାଥନର ପୁତ୍ରକୁ ଆଣିବା ପାଇଁ ରାଜା ଦାଉଦ ତାଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲୋ-ଦବାରରେ ମାଖୀରଙ୍କ ଅମ୍ମୀୟେଲର ପୁତ୍ର ଘରକୁ ପଠାଇଲେ। 6 ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା।
ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।”
ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”
7 ଦାଉଦ ମଫୀବୋଶତ୍କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”
8 ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।”
9 ତା’ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକୁ ପାଖକୁ ଡାକିଲେ ଏବଂ କହିଲେ, “ମୁଁ ତୁମ୍ଭର ମୁନିବର ନାତିକୁ ଶାଉଲଙ୍କର ଓ ତାହାଙ୍କ ପରିବାରକୁ ସମସ୍ତ ସମ୍ପତ୍ତି ଦେଲି। 10 ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।”
ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ। 11 ତେବେ ସୀବଃ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହେବ।”
ତେଣୁ ମଫୀବୋଶତ୍ ସର୍ବଦା ରାଜାଙ୍କ ପାଖରେ ତାଙ୍କର ପୁତ୍ର ତୁଲ୍ୟ ସର୍ବଦା ଭୋଜନ କରି ରହିଲେ। 12 ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରତ୍ୟେକ ଲୋକ ମଫୀବୋଶତ୍ର ଦାସ ହୋଇ ରହିଲେ। 13 ମଫୀବୋଶତ୍ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ।
2 ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ। 2 ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ କିଏ ମୋତେ ସୁଖୀ କରିବ। କେବଳ ତୁମ୍ଭେମାନେ ମୋତେ ସୁଖ ଦେଇ ପାରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦେଇଛି। 3 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ। 4 ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି।
ମନ୍ଦ କରିଥିବା ଲୋକକୁ କ୍ଷମା ଦିଅ
5 ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମୋତେ ଦୁଃଖିତ କରିଛି, ସେ କେବଳ ମୋତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରାରେ ତୁମ୍ଭମାନଙ୍କୁ ମଧ୍ୟ କରିଛି। 6 ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି। 7 କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ। 8 ସେଥିପାଇଁ ମୋର ଅନୁରୋଧ ଯେ, ତୁମ୍ଭେମାନେ ତା’ ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ରେମଭାବ ଦେଖାଅ। 9 ତୁମ୍ଭେମାନେ ମୋର ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି। 10 ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି। 11 ଏପରି କରିବା ଉଦ୍ଦେଶ୍ୟ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟରେ ଅତି ଭଲ ଭାବରେ ଜାଣୁ।
ତ୍ରୋୟାରେ ପାଉଲଙ୍କର ଉଦ୍ବେଗ
12 ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ। 13 ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି।
14 ପରମେଶ୍ୱର ହେଉଛନ୍ତି ଧନ୍ୟ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭ ବିଜୟ ଅଭିଯାନରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ୟମରେ ସେ ପ୍ରତ୍ୟେକ ସ୍ଥାନରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି। 15 ଆମ୍ଭର ଉତ୍ସର୍ଗ ବଳି ପରମେଶ୍ୱରଙ୍କ ପାଇଁ ହେଉଛି ଏହା: ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାନ୍ତି, ସେମାନଙ୍କ ପାଇଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି। 16 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ? 17 ଅନେକ ଯେପରି କରନ୍ତି, ସେହିପରି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ୱରଙ୍କ ବାକ୍ୟ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟ କହୁ। ପରମେଶ୍ୱରଙ୍କ ପ୍ରେରିତ ଲୋକ ଭଳି କଥା କହୁ।
God’s Love for Jerusalem
16 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀଙ୍କ ଘୃଣ୍ୟ ବ୍ୟବହାରକୁ ତୁମ୍ଭେ ସେମାନଙ୍କୁ ଜଣାଅ। 3 ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଯିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ। ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲେ। 4 ହେ ଯିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା। ତୁମ୍ଭ ଶରୀରରେ ଲବଣ ଦିଆଯାଇ ନ ଥିଲା କିମ୍ବା ତୁମ୍ଭକୁ ପଟିରେ ଆବୃତ କରାଯାଇ ନ ଥିଲା। 5 ଏହିସବୁ କରିବା ପାଇଁ ସେଠାରେ କେହି ନ ଥିଲେ। ତୁମ୍ଭ ପ୍ରତି ଯତ୍ନ ନେବାକୁ କିମ୍ବା ଦୟା ଦେଖାଇବା ପାଇଁ କେହି ସେଠାରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମେଲା ପଡ଼ିଆରେ ଫୋପାଡ଼ି ଦେଇ ଯାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।
6 “‘ସେତେବେଳେ ମୁଁ (ପରମେଶ୍ୱର) ତୁମ୍ଭ ପାଖ ଦେଇ ଗଲି। ମୁଁ ଲକ୍ଷ୍ୟ କଲି ତୁମ୍ଭେ ରକ୍ତରେ ଭିଜି ଯାଇଛ ତା’ପରେ ମୁଁ ତୁମ୍ଭକୁ କହିଲି, “ଜୀବିତ ରୁହ” ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହୋଇଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହୋଇଅଛ, ମୁଁ ତୁମ୍ଭକୁ କହିଲି, “ବଞ୍ଚ।” 7 ମୁଁ ତୁମ୍ଭକୁ ସେହି କ୍ଷେତ୍ରରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ଯୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନଯୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ। 8 ଏବଂ ମୁଁ ଯେତେବେଳେ ତୁମ୍ଭକୁ ଅନାଇଲି, ସେତେବେଳେ ଦେଖିଲି ତୁମ୍ଭେ ପ୍ରେମ କରିବା ପାଇଁ ରାଜି ହୋଇଯାଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପରେ ମୋର ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲି ଏବଂ ତୁମ୍ଭେ ମୋର ହେଲ।’” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି 9 “‘ତହୁଁ ମୁଁ ତୁମ୍ଭକୁ ଜଳରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ରକ୍ତ ଧୋଇ ଦେଲି ଓ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲି। 10 ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ରରେଶମ ବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ରରେ ବିଭୂଷିତା କଲି। 11 ଆହୁରି ମୁଁ ତୁମ୍ଭକୁ ଅଳଙ୍କାରରେ ଭୂଷିତା କଲି। ତୁମ୍ଭ ହସ୍ତରେ କଙ୍କଣ ଓ ଗଳାଦେଶରେ ହାର ଦେଲି। 12 ପୁଣି ମୁଁ ତୁମ୍ଭ ନାସିକାରେ ନୋଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲି। 13 ଏହିରୂପେ ତୁମ୍ଭେ ସୁନା ଓ ରୂପାରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ରରେଶମ ଓ ପଟ୍ଟଦ୍ୱାରା ନିର୍ମିତ ଓ ଶିଳ୍ପ କର୍ମରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ଯୋଗ୍ୟ ହେଲ। 14 ମୁଁ ତୁମ୍ଭକୁ ଏପରି ସୌନ୍ଦର୍ଯ୍ୟରେ ମୋର ଐଶ୍ୱର୍ଯ୍ୟ ଦ୍ୱାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଗଲା।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
Jerusalem, the Unfaithful Bride
15 “କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜର ସୁଖ୍ୟାତି ହେତୁ ମୋ’ଠାରେ ଅବିଶ୍ୱସ୍ତ ହେଲ। ତୁମ୍ଭେ ମୋତେ ପ୍ରତାରିତ କଲ, ଯେକେହି ତୁମ୍ଭ ନିକଟ ଦେଇ ଗଲା ତୁମ୍ଭେ ଗଣିକା ସଦୃଶ ତା’ର ହେଲ ଓ ସେମାନେ ତୁମ୍ଭକୁ ବ୍ୟଭିଗ୍ଭରିଣୀ ରୂପେ ଉପଭୋଗ କଲେ। 16 ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଗ୍ଭରିଣୀ କର୍ମ କଲ। ଏପରି କାର୍ଯ୍ୟ ଘଟିବା ଉଚିତ୍ ନୁହେଁ। 17 ଆହୁରି ମୋର ସୁନା ଓ ରୂପାରେ ନିର୍ମିତ ଯେଉଁସବୁ ସୁନ୍ଦର ଆଭରଣ ମୁଁ ଦେଇଥିଲି ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଗ୍ଭର କଲ। 18 ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ। 19 ପୁଣି ଆମ୍ଭେ ଯେଉଁ ସରୁ ମଇଦା, ତୈଳ ଓ ମଧୁ ତୁମ୍ଭ ଖାଦ୍ୟ ପାଇଁ ଦେଇଥିଲୁ, ତୁମ୍ଭେ ସେସବୁ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ। ତୁମ୍ଭେ ଗଣିକା ସଦୃଶ ସେହି ପ୍ରତିମାଗଣକୁ ସନ୍ତୁଷ୍ଟ କରିବାକୁ ଏହିସବୁ କଲ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।
20 “ମୋ’ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସେହି ପୁତ୍ରକନ୍ୟାଗଣକୁ ବଧ କରି ସେମାନଙ୍କୁ ଭଣ୍ଡ ଦେବତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ଯଥେଷ୍ଟ ବେଶ୍ୟାବୃତ୍ତି କଲ ନାହିଁ କି? 21 ତୁମ୍ଭେ ମୋର ସନ୍ତାନଗଣଙ୍କୁ ହତ୍ୟା [a] କରି ତୁମ୍ଭର ଭଣ୍ଡ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗ୍ନି ମଧ୍ୟରେ ଉତ୍ସର୍ଗ କରିଅଛ। 22 ଏବଂ ତୁମ୍ଭର ସବୁ ଘୃଣ୍ୟ ଓ ବ୍ୟଭିଗ୍ଭର କାର୍ଯ୍ୟ କଲାବେଳେ ଆପଣା ଯୌବନାବସ୍ଥାରେ ସେହି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତରେ କିପରି ଛଟପଟ ହେଉଥିଲ ତାହା ସ୍ମରଣ କଲ ନାହିଁ।
23 “ମୋଟ ଭାବରେ ତୁମ୍ଭେ ଏହା କରିଛ। ଏହା ତୁମ୍ଭ ପାଇଁ ବହୁତ ଖରାପ ଅଟେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। 24 “ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରତ୍ୟେକ ରାସ୍ତାର ଛକରେ ଦେବତାଗଣ ନିମନ୍ତେ ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ। 25 ତୁମ୍ଭେ ପ୍ରତ୍ୟେକ ରାସ୍ତା ମୁଣ୍ଡରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ଯ୍ୟକୁ ଘୃଣା କରିଅଛ। ଆଉ ପ୍ରତ୍ୟେକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ୟଭିଗ୍ଭରୀତାର ସୀମା ନାହିଁ। 26 ତୁମ୍ଭେ ମିଶର ସହିତ ଅବାଧ ଯୌନକ୍ରିୟା ଉପଭୋଗ କରିଛ, ତୁମ୍ଭର ବୃହତ ଯୌନାଙ୍ଗରେ ପଡ଼ୋଶୀ ଯୌନକ୍ରିୟା କରିଛନ୍ତି। ମୋତେ ବିରକ୍ତ କରିବା ପାଇଁ ତୁମ୍ଭେ ତା’ ସହିତ ବହୁବାର ଯୌନକ୍ରିୟା କରିଥିଲ। 27 ତେଣୁ ମୁଁ ମୋର ହସ୍ତ ତୁମ୍ଭ ବିରୁଦ୍ଧରେ ଉଠାଇଲି ଏବଂ ତୁମ୍ଭର ଦେଶର କିଛି ଅଂଶ ନେଇଯାଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ୟାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତାରେ ଭାରାକ୍ରାନ୍ତ ହେଲେ। 28 ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଗ୍ଭର କରିଥିଲ। ତୁମ୍ଭେ ସେମାନଙ୍କ ସହିତ ବ୍ୟଭିଗ୍ଭର କଲେ ହେଁ ସନ୍ତୁଷ୍ଟ ହୋଇ ନାହଁ। 29 ତୁମ୍ଭେ କିଣାନ ଓ ବାବିଲକୁ ଯାଇଅଛ ଏବଂ ସେଠାରେ ତୁମ୍ଭର ବ୍ୟଭିଗ୍ଭର ବଢ଼ାଇଛ, ତଥାପି ତୃପ୍ତ ହୋଇ ନାହଁ। 30 ତୁମ୍ଭର ଇଚ୍ଛା କେତେ ଦୁର୍ବଳ, ଯେତେବେଳେ ତୁମ୍ଭେ ସ୍ୱେଚ୍ଛାଗ୍ଭରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
31 “ଯେତେବେଳେ ତୁମ୍ଭେ ପ୍ରତ୍ୟେକ ରାସ୍ତା ମୁଣ୍ଡରେ ଆପଣା ଆପଣା ଗୃହ ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଆପଣା ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ। ତୁମ୍ଭେ ପ୍ରକୃତରେ ଜଣେ ବେଶ୍ୟା ପରି ନୁହଁ, ତୁମ୍ଭେ ବ୍ୟଭିଗ୍ଭରିଣୀ କାର୍ଯ୍ୟରେ ଲିପ୍ତ ହେଲ, କିନ୍ତୁ ମୁଦ୍ରା ନେଲ ନାହିଁ। 32 ତୁମ୍ଭେ ଜଣେ ବ୍ୟଭିଗ୍ଭରିଣୀ ସ୍ତ୍ରୀ, ତୁମ୍ଭେ ସ୍ୱାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ଯୌନ ସହଚର ରୂପେ ପସନ୍ଦ କଲ। 33 ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ରେମିକମାନଙ୍କୁ ଭଡ଼ା ଦେଇ ବ୍ୟଭିଗ୍ଭର କରୁଅଛ। ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସେମାନଙ୍କୁ ଲାଞ୍ଚ ଦେଇଅଛ। 34 ତୁମ୍ଭର ବେଶ୍ୟାବୃତ୍ତି ଅନ୍ୟ ବେଶ୍ୟାଙ୍କଠାରୁ ବିପରୀତ ଅଟେ। ଅନ୍ୟ ବେଶ୍ୟାମାନେ ଜାରପୁରୁଷଠାରୁ ଭଡ଼ା ନେଉଥିଲା ବେଳେ ତୁମ୍ଭେ ଜାରପୁରୁଷକୁ ତୁମ୍ଭ ସହିତ ବ୍ୟଭିଗ୍ଭର ପାଇଁ ଭଡ଼ା ଦେଇଥାଅ।”
35 ଏଣୁ ହେ ଗଣିକା, ସଦାପ୍ରଭୁଙ୍କ ବାକ୍ୟ ଶୁଣ। 36 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପ୍ରେମିକଗଣ ସଙ୍ଗେ ବ୍ୟଭିଗ୍ଭର ହେତୁ ତୁମ୍ଭର ଉଲଗ୍ନତା ଅନାବୃତ ହୋଇଅଛି। ତୁମ୍ଭେ ତୁମ୍ଭର ଘୃଣ୍ୟ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦେଇଅଛି। 37 ତେଣୁ ମୁଁ ତୁମ୍ଭର ସମସ୍ତ ପ୍ରେମିକମାନଙ୍କୁ ଏକତ୍ରିତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ରେମ କର। ମୁଁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଗ୍ଭରିଆଡ଼ୁ ଏକତ୍ରିତ କରିବି ଏବଂ ତୁମ୍ଭର ନଗ୍ନତା ସେମାନଙ୍କ ଆଗରେ ଅନାବୃତ କରିବି। ଏବଂ ସେମାନଙ୍କୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦେବି। ସେମାନେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ। 38 ମୁଁ ତୁମ୍ଭକୁ ବ୍ୟଭିଗ୍ଭରିଣୀ ଓ ହତ୍ୟାକାରିଣୀ ରୂପେ ବିଗ୍ଭର କରିବି। ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବି। 39 ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରେମିକମାନଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସେମାନେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦେବେ। 40 ଏବଂ ସେମାନେ ତୁମ୍ଭ ବିରୁଦ୍ଧରେ ଏକ ଜନ ସମାଜକୁ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ସେମାନଙ୍କ ଖଡ଼୍ଗରେ ତୁମ୍ଭକୁ ଖଣ୍ଡ ବିଖଣ୍ଡିତ କରିବେ। 41 ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ। ବହୁତ ସ୍ତ୍ରୀଲୋକମାନଙ୍କ ସମ୍ମୁଖରେ ସେମାନେ ତୁମ୍ଭକୁ ଦଣ୍ଡିତ କରିବେ। ତୁମ୍ଭ ବ୍ୟଭିଗ୍ଭରୀତାର ମୁଁ ପୂର୍ଣ୍ଣଛେଦ ପକାଇବି ଏବଂ ତୁମ୍ଭେ ତୁମ୍ଭର ପ୍ରେମିକମାନଙ୍କୁ ଆଉ ଭଡ଼ା ଦେବ ନାହିଁ। 42 ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ ଓ ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ। ଆଉ ଆମ୍ଭେ କ୍ଷାନ୍ତ ହୋଇ କ୍ରୋଧ କରିବା ନାହିଁ। 43 ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ଯୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ଯ୍ୟ ଦ୍ୱାରା ମୋତେ କ୍ରୋଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ୟବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ୟ କାର୍ଯ୍ୟ ସହିତ ବେଶ୍ୟାବୃତ୍ତିକୁ ଯୋଡ଼ିବାରେ କ’ଣ ଅଧିକ ପ୍ରାଧାନ୍ୟ ହୋଇ ନ ଥିଲା?” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଲେ।
44 “ଯେଉଁ ଲୋକମାନେ ପ୍ରବଚନ ବ୍ୟବହାର କରନ୍ତି, ତୁମ୍ଭ ଉପରେ ଏହା ପ୍ରୟୋଗ କରିବେ। ‘ମା ଗୁଣେ ଝିଅ।’ 45 ତୁମ୍ଭେ ପ୍ରକୃତରେ ତୁମ୍ଭ ମାତାର କନ୍ୟା। ସେ ଆପଣା ସ୍ୱାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସେମାନେ ସେମାନଙ୍କର ସ୍ୱାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀୟା ଓ ତୁମ୍ଭ ପିତା ଜଣେ ଇମୋରୀୟ ଥିଲେ। 46 ଏବଂ ତୁମ୍ଭର ବଡ଼ ଭଉଣୀ ଶମରିୟା, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ବାମ ଦିଗରେ ବାସ କରେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି। 47 ତୁମ୍ଭେ କେବଳ ସେମାନଙ୍କର ଘୃଣ୍ୟ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଗ୍ଭର କରିଛ। 48 ମୋର ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମୋର ଜୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ ତୁମ୍ଭପରି ଓ ତୁମ୍ଭ କନ୍ୟାଗଣ ପରି କୁକର୍ମ କରି ନାହାନ୍ତି।”
49 ପରମେଶ୍ୱର କହନ୍ତି, “ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସେମାନଙ୍କର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସେମାନଙ୍କର ଯଥେଷ୍ଟ ଖାଦ୍ୟ ଓ ସୌଭାଗ୍ୟ ଜନିତ ଶାନ୍ତି ଥିଲେ ମଧ୍ୟ ସେମାନେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରୁ ନ ଥିଲେ। 50 ଏବଂ ସେମାନେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସେମାନେ ତାହା କଲେ। ତେଣୁ ମୋ’ ଦୃଷ୍ଟିରେ ମୁଁ ସେମାନଙ୍କୁ ଉଚିତ୍ ଦଣ୍ଡ ଦେଲି।”
51 ପରମେଶ୍ୱର କହିଲେ, “ଶମରିୟା ତୁମ୍ଭ ପାପସବୁର ଅର୍ଦ୍ଧେକ ପାପ କରି ନାହିଁ। ତୁମ୍ଭର ବ୍ୟବହାର ତା’ (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ୟ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ। 52 ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ୟ ବହନ କର। ଯେଉଁଗୁଡ଼ାକ ସେମାନଙ୍କର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ୟାୟ ଦେବା ସକାଶେ ଅପମାନ ବହନ କର।”
53 ପରମେଶ୍ୱର କହିଲେ, “ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣକୁ ଓ ଶମରିୟା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣଙ୍କୁ ବିନାଶ କରିବି। ଯିରୁଶାଲମ ମଧ୍ୟ ଧ୍ୱଂସ ହେବ। କିନ୍ତୁ ମୁଁ ସେହି ସମଗ୍ର ନଗର ଓ ଯିରୁଶାଲମକୁ ପୁନର୍ବାର ନିର୍ମାଣ କରିବି। 54 ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ୱନା ଦେଇ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହେବାକୁ ଓ ଦୁଃଖିତ ହେବାକୁ ପଡ଼ିବ। 55 ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ, ଶମରିୟା ଓ ତାହାର କନ୍ୟାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ପୁନଃନିର୍ମିତ ହେବ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫେରି ଆସିବ।”
56 ପରମେଶ୍ୱର କହିଲେ, “ଅତୀତରେ ତୁମ୍ଭେ ତୁମ୍ଭର ଗର୍ବ ହେତୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରି ପାରିବ ନାହିଁ। 57 ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ୟାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣ ଓ ପଲେଷ୍ଟୀୟମାନଙ୍କର କନ୍ୟାଗଣ ତୁମ୍ଭକୁ ତାଚ୍ଛଲ୍ୟ କଲେ। 58 ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ୟ କ୍ରିୟା ଓ ବ୍ୟଭିଗ୍ଭରର ଭାର ବହନ କରିବ।” ଏହା ସଦାପ୍ରଭୁ କହିଛନ୍ତି।
God Remains Faithful
59 ଏଥିପାଇଁ ସଦାପ୍ରଭୁ, ମୋର ପ୍ରଭୁ ଯାହା କହନ୍ତି, “ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ମୁଁ ସେହିପରି ବ୍ୟବହାର କରିବି। 60 କିନ୍ତୁ ତୁମ୍ଭ ସହିତ ଯୌବନାବସ୍ଥାରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭ ପ୍ରତି ମୁଁ ଚିରଦିନ ପାଇଁ ଏକ ନିୟମକୁ ସମର୍ଥନ କରିବି। 61 ସେ ସମୟରେ ତୁମ୍ଭେ ଯେତେବେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ନିଜର ଚରିତ୍ରହୀନତା ଯୋଗୁଁ ଲଜ୍ଜିତା ହେବ। ମୁଁ ସେମାନଙ୍କୁ କନ୍ୟାରୂପେ ତୁମ୍ଭକୁ ଦେବି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ। 62 ଏବଂ ମୁଁ ତୁମ୍ଭ ସହିତ ମୋର ନିୟମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃଦ୍ବୋଧ କରିବ। 63 ତୁମ୍ଭେ ଯାହାସବୁ କରିଅଛ, ଯେତେବେଳେ ମୁଁ ସେସବୁକୁ ସଂଶୋଧନ କରି ଦେବି। ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍।
58 ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି?
ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି?
2 ନା, ତୁମ୍ଭେ କେବଳ ମନ୍ଦକାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛ।
ତୁମ୍ଭେମାନେ ନିଜେ ଏହି ଦେଶରେ ଅପରାଧ କରୁଛି।
3 ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ।
ସେମାନେ ଜନ୍ମଠାରୁ ମିଥ୍ୟାବାଦୀ।
4 ସେମାନଙ୍କର କ୍ରୋଧ ସର୍ପର ବିଷତୁଲ୍ୟ ବିପଦପୂର୍ଣ୍ଣ।
ଆଉ ନାଗସାପ ପରି ଯିଏ ଶୁଣିପାରିବ ନାହିଁ, ସେମାନେ ସତ କଥା ଶୁଣିବାକୁ ବାରଣ କରନ୍ତି।
5 ସାପୁଆକେଳାମାନଙ୍କର ବାଦ୍ୟ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ।
ଆଉ ସେହି ମନ୍ଦ ଲୋକମାନେ ସେହିପରି, ଯେତେବେଳେ ସେମାନେ ସେମାନଙ୍କର ମନ୍ଦ ଯୋଜନା କରନ୍ତି।
6 ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି।
ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ।
7 ସେମାନେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତୁ।
ରାସ୍ତାର ଘାସ ତୁଲ୍ୟ ସେମାନେ ପଦଦଳିତ ହୁଅନ୍ତୁ।
8 ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ।
ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।
9 ଜ୍ୱଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି
ସେମାନେ ଶୀଘ୍ର ଧ୍ୱଂସ ହୁଅନ୍ତି।
10 ଜଣେ ଧାର୍ମିକ ଲୋକ ଯେତେବେଳେ
ସେହି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହେବାର ଦେଖେ, ସେ ଆନନ୍ଦିତ ହେବ।
11 ଯେତେବେଳେ ଏପରି ଘଟେ, ଲୋକମାନେ କହିବେ, “ଏଣୁ ଯେଉଁ ଲୋକମାନେ ଯାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି।
ସତରେ ପରମେଶ୍ୱର ଅଛନ୍ତି, ଯିଏ ପୃଥିବୀ ଉପରେ ବିଗ୍ଭର କରନ୍ତି।”
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।
59 ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର।
ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।
3 ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି।
ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ
କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
4 ମୁଁ କୌଣସି ଦୋଷ କରି ନାହିଁ।
କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି।
ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ!
5 ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର!
ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ।
ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।
6 ସେହି ଦୁଷ୍ଟ ଲୋକମାନେ କୁକୁର ପରି।
ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
7 ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ।
ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ।
ଯେହେତୁ ସେମାନେ ଖରାପ କଥା କହନ୍ତି।
8 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର।
ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର।
9 ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।
10 ପରମେଶ୍ୱର ମୋତେ ଭଲପା’ନ୍ତି।
ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ।
11 ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ।
ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି।
ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର।
12 ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି।
ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର।
ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।
13 ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର।
ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର।
ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ,
ପରମେଶ୍ୱର ଇସ୍ରାଏଲର ଶାସକ।
14 ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି।
ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
15 ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି।
ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି। [a]
16 କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି।
ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି।
କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ।
ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ।
17 ମୁଁ ତୁମ୍ଭର ସ୍ତୁତିଗାନ କରିବି।
କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ,
ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।
2010 by World Bible Translation Center