Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 25

ଦାଉଦ ଓ ମୂର୍ଖ ନାବଲ

25 ଶାମୁୟେଲଙ୍କର ଦେହାନ୍ତ ହେଲା। ସମସ୍ତ ଇସ୍ରାଏଲୀୟବାସୀ ଏକତ୍ର ହୋଇ ଶାମୁୟେଲଙ୍କ ମୃତ୍ୟୁରେ ଶୋକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହରେ ତାଙ୍କୁ କବର ଦେଲେ।

ତା’ପରେ ଦାଉଦ ପାରଣ ପ୍ରାନ୍ତରକୁ ଗଲେ। ମାୟୋନରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3000 ମେଣ୍ଢା ଏବଂ 1000 ଛେଳି ଥିଲା। ସେ ଲୋକ ଜଣକ କର୍ମିଲକୁ ମେଣ୍ଢାମାନଙ୍କର ଲୋମ କାଟିବାକୁ ଯାଇଥିଲା। ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସୁନ୍ଦରୀ ଓ ବୁଦ୍ଧିମତୀ ମଧ୍ୟ ଥିଲା। କିନ୍ତୁ ନାବଲ ଭାରି ନିର୍ଦ୍ଦୟ ଓ ପାପିଷ୍ଠ ଥିଲା। ସେ କାଲେବ ପରିବାରର ଥିଲା।

ଦାଉଦ ମରୁଭୂମିରେ ଶୁଣିଲେ ଯେ ନାବଲ ଆପଣା ମେଣ୍ଢାମାନଙ୍କର ଲୋମ କାଟୁଅଛି। ଦାଉଦ 10ଜଣ ଯୁବକଙ୍କୁ କହିଲେ ଶୁଣ, “କର୍ମିଲକୁ ଯାଅ ଓ ନାବଲକୁ ମୋର ‘ନମସ୍କାର’ ଜଣାଅ।” ଦାଉଦ କହିଲେ ତୁମ୍ଭେ ଯାଇ ଏହିପରି କୁହ, ଯେ, “ତୁମ୍ଭେ ଚୀରଜୀବି ହୁଅ ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ୱ ମଙ୍ଗଳ ହେଉ। ମୁଁ ଶୁଣିଲି ତୁମ୍ଭର ମେଷପାଳକମାନେ ମେଷମାନଙ୍କର ଲୋମ କାଟୁଛନ୍ତି। କିଛି ସମୟ ପାଇଁ ତୁମ୍ଭର ମେଷପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭେମାନେ ସେମାନଙ୍କର କୌଣସି କ୍ଷତି କରି ନାହୁଁ କି କର୍ମିଲରେ ଥିବା ସମୟରେ ସେମାନଙ୍କର କିଛି ହଜି ନାହିଁ। ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ ସତ କହିବେ। ମୋର ଯୁବକ ଲୋକମାନଙ୍କୁ ଦୟାକର। ଆମ୍ଭେମାନେ ଏହି ଖୁସୀ ସମୟରେ ତୁମ୍ଭ ପାଖକୁ ଆସିଛୁ। ବିନୟ କରୁଅଛୁ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ [a] ଦାଉଦ ପାଇଁ ଏହା କର।”

ଦାଉଦଙ୍କର ଲୋକମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହିଲେ। 10 ନାବଲ ଦାଉଦଙ୍କ ଲୋକମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ପଳାଇଯାଇ ବୁଲୁଛନ୍ତି। 11 ମୁଁ କ’ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଅଜ୍ଞାନ ଲୋକମାନଙ୍କୁ ଦେବି?”

12 ଦାଉଦର ଲୋକମାନେ ନିଜ ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେ ସବୁ କଥା ତାଙ୍କୁ ଜଣାଇଲେ। 13 ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧ,” ତେଣୁ ସେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦ ମଧ୍ୟ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖରେ ରହିଲେ।

ଅବୀଗଲ କଷ୍ଟକୁ ନିବାରଣ କଲା

14 ଯୁବକମାନଙ୍କ ମଧ୍ୟରୁ ଜଣେ ନାବଲର ସ୍ତ୍ରୀ ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ଶୁଭେଚ୍ଛା ଜଣେଇବା ନିମନ୍ତେ ମରୁଭୂମିରୁ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସେମାନଙ୍କୁ ଖରାପ ଭାବିଲେ। 15 ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ଆମ୍ଭେମାନେ କ୍ଷେତ୍ରରେ ମେଣ୍ଢାଙ୍କୁ ନେଇ ଥିବା ସମୟରେ ଦାଉଦଙ୍କର ଲୋକମାନେ ଆମ ସହିତ ଥିଲେ। ସେମାନେ ଆମର କିଛି ନେଇ ନାହାନ୍ତି କି ଆମର କିଛି କ୍ଷତି କରି ନାହାନ୍ତି। 16 ଦାଉଦର ଲୋକମାନେ ଆମ୍ଭମାନଙ୍କୁ ଦିନରାତି ସର୍ବଦା ନିରାପତ୍ତା ଦେଇଛନ୍ତି। ଆମ୍ଭେ ଯେତେବେଳେ ମେଷମାନଙ୍କୁ ନେଇ କ୍ଷେତରେ ଥିବା ସମୟରେ ସେମାନେ ଆମର ଚତୁର୍ଦ୍ଦିଗରେ ପ୍ରାଚୀର ସଦୃଶ ଥିଲେ। 17 ବର୍ତ୍ତମାନ ଚିନ୍ତାକର ଓ କ’ଣ କରାଯାଇ ପାରିବ ସ୍ଥିର କର। ଆମର ସ୍ୱାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସୁଅଛି। ଏପରି ଦୁଷ୍ଟ ବ୍ୟକ୍ତିକୁ କେହି କିଛି କହି ନ ପାରେ, କାଳେ ସେ ତା’ର ମନ ପରିବର୍ତ୍ତନ କରିବ।”

18 ଅବୀଗଲ ଶୀଘ୍ର 200 ରୋଟୀ, ଦୁଇ କୁମ୍ଫା ଦ୍ରାକ୍ଷାରସ ଓ ପାଞ୍ଚୋଟି ମେଷର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନେଇ ଗଧମାନଙ୍କ ପିଠିରେ ଲଦିଲା। 19 ତା’ପରେ ଅବୀଗଲ ତା’ର ଦାସମାନଙ୍କୁ କହିଲା, “ମୋ’ ଆଗେ ଆଗେ ଗ୍ଭଲ, ଦେଖ, ମୁଁ ତୁମ୍ଭ ପଛେ ପଛେ ଯାଉଛି।” କିନ୍ତୁ ସେ ତା’ର ସ୍ୱାମୀକୁ ଏ କଥା ଜଣାଇଲା ନାହିଁ।

20 ଅବୀଗଲ ଗଧ ପିଠିରେ ଚଢ଼ି ପର୍ବତର ତଳକୁ ଆସନ୍ତେ ସେ ଦେଖିଲେ, ଦାଉଦ ଓ ସେମାନଙ୍କର ଲୋକମାନେ ତା’ର ବିପରୀତ ଦିଗରୁ ଆସୁଛନ୍ତି।

21 ଦାଉଦ ଅବୀଗଲଙ୍କୁ ଦେଖିବା ପୂର୍ବରୁ କହୁଥିଲେ, “ମୁଁ ନାବଲର ସମ୍ପତ୍ତିକୁ ମରୁଭୂମିରେ ଜଗିଲି। ମୁଁ ଭାବୁଥିଲି ଏହାର ଗୋଟିଏ ହେଲେ ମେଷ ନ ହଜୁ। ମୁଁ ଏହା କରୁଥିଲି ମୋର କିଛି ସ୍ୱାର୍ଥ ନ ଥିଲା। କିନ୍ତୁ ତା’ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମୋ’ ପ୍ରତି ଖରାପ ବ୍ୟବହାର ଦେଖାଇଲା। 22 ଯଦି ତା’ ପରଦିନ ସକାଳ ପର୍ଯ୍ୟନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁଁ ବଞ୍ଚିବାକୁ ଦିଏ, ତାହାହେଲେ ପରମେଶ୍ୱର ମୋତେ ଦଣ୍ତ ଦିଅନ୍ତୁ।”

23 ଠିକ୍ ସେହି ସମୟରେ ଅବୀଗଲ ପହଞ୍ଚିଗଲା, ଯେତେବେଳେ ଅବୀଗଲ ଦାଉଦଙ୍କୁ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ଓହ୍ଲାଇ ପଡ଼ି ନତମସ୍ତକ ହୋଇ ଦାଉଦ ସମ୍ମୁଖରେ ସମ୍ମାନ ଜଣାଇଲା। 24 ଅବୀଗଲ ଦାଉଦଙ୍କ ଚରଣରେ ପଡ଼ି କହିଲା, “ହେ ମୋର ପ୍ରଭୁ, ମୋର କଥା ଟିକେ ଶୁଣନ୍ତୁ। ଯାହାସବୁ ଘଟିଗଲା, ସେଥିରେ ମୋତେ ଦୋଷ ଦିଅନ୍ତୁ। 25 ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା’ର ନାମକୁ ସାର୍ଥକ କରିଛି। ତା’ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି। 26 ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ। 27 ବର୍ତ୍ତମାନ ମୁଁ ଆଣିଥିବା ଭେଟି, ଦୟାକରି ତୁମ୍ଭର ଲୋକମାନଙ୍କୁ ଦିଅ। 28 ଦୟାକରି ମୋତେ ମୋର କରିଥିବା ଦୋଷ ପାଇଁ କ୍ଷମା କର। ମୁଁ ଜାଣେ ସଦାପ୍ରଭୁ ତୁମ୍ଭ ପରିବାରକୁ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭେମାନେ ତାଙ୍କର ପ୍ରତିରୋଧରେ ଯୁଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ। 29 ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ। 30 ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇସ୍ରାଏଲର ଶାସକ ରୂପେ ନିଯୁକ୍ତ କରିବେ। ଯେତେବେଳେ ସେ ମୋର ପ୍ରଭୁ ପ୍ରତି ସଫଳ କରି ତୁମ୍ଭକୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ। 31 ତୁମ୍ଭେ ନିରୀହମାନଙ୍କର ରକ୍ତପାତ ଦୋଷରେ ଦୋଷୀ ହେବ ନାହିଁ। ଯେତେବେଳେ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରୁଛନ୍ତି, ତୁମ୍ଭେ ତୁମ୍ଭର ଏହି ଦାସୀକୁ ମନେରଖ।”

32 ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋ’ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ। 33 ତୁମ୍ଭର ସୁବିଗ୍ଭର ଧନ୍ୟ ହେଉ ଓ ଆଜି ମୋତେ ନିରୀହମାନଙ୍କର ରକ୍ତପାତ କରିବାରୁ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ। 34 ସଦାପ୍ରଭୁ ମୋତେ ତୁମ୍ଭକୁ ଆଘାତ କରିବାରୁ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେପର୍ଯ୍ୟନ୍ତ ଅଛନ୍ତି, ଯଦି ତୁମ୍ଭେ ମୋତେ ସାକ୍ଷାତ କରିବା ପାଇଁ ଶୀଘ୍ର ଆସି ନ ଥା’ନ୍ତ, ପ୍ରତ୍ୟୁଷ ବେଳକୁ ନାବଲ ପରିବାର କେହି ଜଣେ ପୁରୁଷ ଜୀବିତ ରହି ନ ଥା’ନ୍ତା।”

35 ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାକୁ କହିଲେ, “ଭଲରେ ତୁମ୍ଭେ ଘରକୁ ଯାଅ, ଦେଖ, ମୁଁ ତୁମ୍ଭ କଥା ଶୁଣିଲି ଓ ତୁମ୍ଭକୁ ଗ୍ରହଣ କଲି।”

ନାବଲର ମୃତ୍ୟୁ

36 ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା’ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ। 37 ତା’ ପରଦିନ ସକାଳେ ତା’ର ନିଶା କମିଲା ପରେ ତା’ର ସ୍ତ୍ରୀ ତାକୁ ସବୁକଥା ଜଣାଇଲା, ଏଥିରେ ତା’ର ହୃଦୟ ବନ୍ଦ ହୋଇଗଲା ତାହା ଅନ୍ତରରେ ମରିଗଲା। ତା’ର ହୃ‌‌ତ୍‌‌କ୍ରିୟା ବନ୍ଦ ହୋଇଗଲା ଓ ସେ ପଥର ପରି ପଡ଼ି ରହିଲା। 38 ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।

39 ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା’ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।”

ତା’ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ। 40 ଦାଉଦଙ୍କ ଦାସମାନେ କର୍ମିଲକୁ ଗଲେ ଏବଂ ଅବୀଗଲକୁ କହିଲେ, “ଦାଉଦ ତୁମ୍ଭକୁ ନେଇଯିବା ପାଇଁ ଏଠାକୁ ପଠାଇଛନ୍ତି। ଦାଉଦ ଗ୍ଭହାନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।”

41 ଅବୀଗଲ ନତମସ୍ତକ ହୋଇ ଠିଆ ହେଲେ, ସେ କହିଲେ, “ମୁଁ ହେଉଛି ତୁମ୍ଭର ଦାସୀ, ମୋର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭହେଁ।”

42 ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ। 43 ଦାଉଦ ମଧ୍ୟ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ ତହିଁରେ ସେ ଦୁହେଁ ତା’ର ସ୍ତ୍ରୀ ହେଲେ। 44 ଶାଉଲ ନିଜର କନ୍ୟା ମୀଖଲକୁ, ଦାଉଦଙ୍କର ସ୍ତ୍ରୀକୁ ଗଲିମ୍ ନିବାସୀ ଲୟିସ ପୁତ୍ର ପ‌ଲ୍‌ଟିକି ଦେଇଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6

ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦର ମୀମାଂସା

ଯେତେବେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବିରୁଦ୍ଧରେ ଅଭିଯୋଗ ଥାଏ, ସେତେବେଳେ ତୁମ୍ଭେମାନେ କାହିଁକି ବିଗ୍ଭରାଳୟର ବିଗ୍ଭରପତି ନିକଟକୁ ଯାଅ? ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଧାର୍ମିକ ନୁହନ୍ତି। ତେଣୁ ସୁବିଗ୍ଭର ନିମନ୍ତେ ପରମେଶ୍ୱରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ଯିବାକୁ ଲଜ୍ଜାବୋଧ ହୁଏ ନାହିଁ କି? ତୁମ୍ଭେମାନେ ଅବଶ୍ୟ ଜାଣିଛ ଯେ ପରମେଶ୍ୱରଙ୍କର ଲୋକମାନେ ଜଗତର ବିଗ୍ଭର କରିବେ। ଅତଏବ, ଯଦି ତୁମ୍ଭେମାନେ ଜଗତର ବିଗ୍ଭର କରିବ, ତା’ହେଲେ ଏହିଭଳି ଛୋଟ ଛୋଟ କଥାଗୁଡ଼ିକର ବିଗ୍ଭର କ’ଣ ତୁମ୍ଭେମାନେ କରି ପାରିବ ନାହିଁ? ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା’ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। ଅତଏବ, ଯଦି ତୁମ୍ଭମାନଙ୍କ ଭିତରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭେମାନେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ଯିବ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗନ୍ୟ। ମୁଁ ତୁମ୍ଭକୁ ଲଜ୍ଜା ଦେବା ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଥିବା ବିବାଦର ବିଗ୍ଭର କରିବାକୁ ତୁମ୍ଭମାନଙ୍କ ଭିତରେ କ’ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ? କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧରେ ଅଦାଲତକୁ ଯାଉଛି, ଓ ଅବିଶ୍ୱାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।

ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା। ତା’ ପରିବର୍ତ୍ତେ ତୁମ୍ଭେମାନେ ନିଜେ ନିଜ ପ୍ରତି ଅନ୍ୟାୟ କରୁଛ ଓ ଠକୁଛ। ଖ୍ରୀଷ୍ଟରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରୁଛ।

9-10 ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। 11 ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।

ନିଜ ଶରୀରକୁ ପରମେଶ୍ୱରଙ୍କ ମହିମାରେ ଲଗାଅ

12 “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ। 13 “ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି। 14 ପରମେଶ୍ୱର କେବଳ ପ୍ରଭୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରି ନାହାନ୍ତି, ବରଂ ନିଜର ଶକ୍ତି ଦ୍ୱାରା ସେ ଆମ୍ଭମାନଙ୍କୁ ମଧ୍ୟ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରିବେ। 15 ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା’ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ। 16 ଶାସ୍ତ୍ରରେ ଲେଖାଅଛି “ଉଭୟ ଏକ ହେବେ।” [a] ଅତଏବ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ବେଶ୍ୟାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା’ ସହିତ ଏକ ହୁଏ। 17 କିନ୍ତୁ ଯେଉଁ ଲୋକ ପ୍ରଭୁଙ୍କ ସଙ୍ଗରେ ରହେ ସେ ଆତ୍ମାରେ ତାହାଙ୍କ ସହିତ ଏକ ହୁଏ।

18 ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। 19 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ। 20 କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 4

Warnings About the Attack of Jerusalem

“ହେ ମନୁଷ୍ୟ ପୁତ୍ର ତୁମ୍ଭ ସମ୍ମୁଖରେ ଖଣ୍ଡେ ଇଟା ରଖ ଓ ତହିଁରେ ଯିରୁଶାଲମ ନଗରର ନ‌କ୍‌ସା ଅଙ୍କନ କର। ଏବଂ ସେଗୁଡ଼ିକୁ ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର। ଏବଂ ଗୋଟିଏ ଲୁହାର କରେଇ ନିଅ ଏବଂ ତୁମ୍ଭ ଓ ନଗରର ନ‌କ୍‌ସା ମଧ୍ୟରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହେବ। ଏହା ଇସ୍ରାଏଲୀୟମାନଙ୍କର ଏକ ଚିହ୍ନ ହେବ।

“ଆଉ ତୁମ୍ଭେ ତୁମ୍ଭର ବାମପାର୍ଶ୍ୱ ହୋଇ ପଡ଼ି ରହିବ। ଏହା ଦେଖାଯାଏ ଯେ, ତୁମ୍ଭେ ନିଜେ ଇସ୍ରାଏଲ ଲୋକମାନଙ୍କର ପାପ ବୋହିଛ। ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ବାମପାର୍ଶ୍ୱ ହୋଇ ଅପରାଧ ପଡ଼ି ରହିବ, ତୁମ୍ଭେ ନିଶ୍ଚୟ 390 ଦିନ ଇସ୍ରାଏଲର ଦୋଷବହନ କରିବ। ଏହି ପ୍ରକାରେ ମୁଁ ତୁମ୍ଭକୁ କହୁଅଛି, କେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ ଦଣ୍ଡିତ ହେବ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।

“ଏହି ସମସ୍ତ ଦିନ ସମାପ୍ତି ପରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାର୍ଶ୍ୱରେ ଶୟନ କରିବ। ଏହି ପ୍ରକାରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସେମାନଙ୍କୁ ଦେଖାଇବ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭେମାନେ ଏହା ଗ୍ଭଳିଶ୍ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।”

ପରମେଶ୍ୱର ପୁନର୍ବାର କହିଲେ, “ବର୍ତ୍ତମାନ ଯିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତରେ ଏହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କର। ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପରେ ଅବରୋଧର ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।”

ପୁନର୍ବାର ପରମେଶ୍ୱର କହିଲେ, “ତୁମ୍ଭେ ନିଜ ପାଇଁ ଗହମ, ଯବ, ଶିମ, ମସୁର, ଜୋଆର, ଓ ଯନ୍ନା ନେଇ ସେଗୁଡ଼ିକୁ ଗୋଟିଏ ପାତ୍ରରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ଯ୍ୟନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାର୍ଶ୍ୱରେ ପଡ଼ିରହିବ। ସେହି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ। 10 ତୁମ୍ଭେ ପ୍ରତ୍ୟେକ ଦିନ କୋଡ଼ିଏ ଶେକଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ। 11 ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ। 12 ପୁଣି ତୁମ୍ଭେ ସେହି ଖାଦ୍ୟ ଦ୍ରବ୍ୟ ଯବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ୟର ବିଷ୍ଠା ଦ୍ୱାରା ପାକ କରି ସମସ୍ତଙ୍କ ସମ୍ମୁଖରେ ଭୋଜନ କରିବ।” 13 ତା’ପରେ ସଦାପ୍ରଭୁ କହିଲେ, “ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ଜାତିମାନଙ୍କର ମଧ୍ୟରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସେମାନଙ୍କୁ ବଳପୂର୍ବକ ତଡ଼ିଦେବା।”

14 ତା’ପରେ ମୁଁ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ! ଅଶୁଚି ଖାଦ୍ୟ ଖାଇବା ଦ୍ୱାରା ମୁଁ ନିଜକୁ କେବେ ଅଶୁଚି କରି ନାହିଁ। ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ ପଶୁ, ପଚି ଯାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ୱାରା ମରା ହୋଇଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାଯାଇଥିବା ମାଂସ ମୋ’ ପାଟିରେ ଦେଇ ନାହିଁ।”

15 ତା’ପରେ ପରମେଶ୍ୱର ମୋତେ କହିଲେ, “ଏହା ଉତ୍ତମ ଅଟେ। ମନୁଷ୍ୟ ବିଷ୍ଠା ବଦଳରେ ମୁଁ ତୁମ୍ଭକୁ ଗୋବର ବ୍ୟବହାର କରିବାକୁ ଦେବି। ତୁମ୍ଭେ ଏହାର ନିଆଁରେ ରୋଟୀ ସେକି ପାରିବ।”

16 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଯିରୁଶାଲମକୁ ଖାଦ୍ୟ ଯୋଗାଣ ବନ୍ଦ କରିବା। ସେମାନେ ଉତ୍କଣ୍ଠାରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟରେ ସୀମିତ ପରିମାଣରେ ଜଳପାନ କରିବେ। 17 ଅନ୍ନ ଓ ଜଳର ଅଭାବ କାରଣରୁ, ସେମାନେ ପରସ୍ପରକୁ ଦେଖି ଆତଙ୍କିତ ହୋଇଯିବେ ଏବଂ ସେମାନଙ୍କର ପାପ ଯୋଗୁଁ କ୍ଷୀଣ ହୋଇଯିବେ।

ଗୀତସଂହିତା 40-41

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

40 ମୁଁ ସଦାପ୍ରଭୁଙ୍କୁ ଡାକିଲି,
    ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।
ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ।
    ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ।
ସେ ମୋତେ ଟେକି ଧରିଲେ।
    ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ।
    ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା।
ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ।
    ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ।
ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ।
    ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ।
    ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ।
କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ।
    ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ।

ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ।
    ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ,
    ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ।
ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ।
    ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।
ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି।
    ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।
ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି।
    ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ।
10 ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ।
    ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ।
ହେ ସଦାପ୍ରଭୁ ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି।
    ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ।
11 ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ’ଠାରେ ଲୁଗ୍ଭଅ ନାହିଁ।
    ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।”

12 ଦୁଷ୍ଟ ଲୋକମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଛନ୍ତି।
    ସେମାନେ ଅନେକ ଯାହାକି ଗଣିବା କଷ୍ଟକର।
ମୋ’ ପାପ ମୋତେ ଧରାଇ ଦେଇଛି, ତେଣୁ ମୁଁ ମୋର ପାପରୁ ଉଦ୍ଧାର ପାଇପାରିବି ନାହିଁ।
    ମୋର ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ୟାଠାରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି।
13 ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର।
    ହେ ସଦାପ୍ରଭୁ ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
14 ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି।
    ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର।
    ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ।
15 ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି।
    ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।
16 କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି।
    ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି।
    ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।”

17 ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ।
    ହେ ମୋର ପରମେଶ୍ୱର ଆଉ ବିଳମ୍ବ କର ନାହିଁ।
ମୋତେ ସାହାଯ୍ୟ କର
    ଓ ମୋତେ ଉଦ୍ଧାର କର।

ଦାଉଦଙ୍କର ଗୀତ।

41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
    ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
    ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
    ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
    ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।

ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
    ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
    ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
    ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
    ଓ ସେଥିପାଇଁ ବେମାର ଅଛି।
    ସେ ଆଉ ଭଲ ହେବ ନାହିଁ।”
ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
    କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
    ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
    ତୁମ୍ଭେ ମୋତେ ସାହାଯ୍ୟ କରିଲ।
    ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।

13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
    ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।

ଆମେନ୍, ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center