M’Cheyne Bible Reading Plan
ଦାଉଦ ଓ ଯୋନାଥନ ଏକ ଚୁକ୍ତି କଲେ
20 ଦାଉଦ ନାୟୋତଠାରୁ ରାମାକୁ ପଳାୟନ କଲେ। ଦାଉଦ ଯୋନାଥନଙ୍କ ପାଖକୁ ଯାଇ ପଗ୍ଭରିଲେ, “ମୁଁ କ’ଣ ଭୁଲ୍ କଲି, ମୁଁ ତୁମ୍ଭ ପିତାଙ୍କ ବିରୁଦ୍ଧରେ କ’ଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମୋତେ ମାରିବାକୁ ଗ୍ଭହୁଁଛନ୍ତି?”
2 ଯୋନାଥନ ତାଙ୍କ ଉତ୍ତରରେ କହିଲେ, “ତାହା ସତ୍ୟ ହୋଇ ପାରିବ ନାହିଁ। ମୋର ବାପା ମୋତେ ପ୍ରଥମେ ନ ପଗ୍ଭରି କିଛି କରନ୍ତି ନାହିଁ। ସାଧାରଣ କଥା ହୋଇଥାଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଉ, ସେ ସର୍ବଦା ମୋ’ ସହିତ ପରାମର୍ଶ କରନ୍ତି। ମୋତେ ନ ପଗ୍ଭରି କାହିଁକି ତୁମ୍ଭକୁ ମାରିବାକୁ ଗ୍ଭହିଁଲେ? ନା! ଏହା ସତ୍ୟ ନୁହେଁ?”
3 କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା’ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”
4 ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାହା ଗ୍ଭହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି।”
5 ତା’ପରେ ଦାଉଦ କହିଲେ, “ଦେଖ ଆସନ୍ତା କାଲି ଅମାବାସ୍ୟାର ଭୋଜି। ମୋତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡ଼ିବ କିନ୍ତୁ ମୋତେ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଲୁଚିବାକୁ ଅନୁମତି ଦିଅ। 6 ଯଦି ତୁମ୍ଭର ବାପା ଭୋଜିରେ ମୋର ଅନୁପସ୍ଥିତ ଲକ୍ଷ୍ୟ କରନ୍ତି, ତୁମ୍ଭେ ତାଙ୍କୁ କୁହ, ‘ଦାଉଦ ତା’ର ବୈଥ୍ଲେହମସ୍ଥିତ ତା’ର ପରିବାରର ଗୃହକୁ ଯିବ ବୋଲି, ତାକୁ ଯିବାକୁ ଦେବା ପାଇଁ ଅନୁରୋଧ କଲା। କାରଣ ତାଙ୍କର ପରିବାର ସେଠାରେ ସେମାନଙ୍କର ବାର୍ଷିକ ବଳିଦାନ କରାଯିବ।’ 7 ଯଦି ତୁମ୍ଭର ବାପା କହନ୍ତି, ‘ଠିକ୍ ଅଛି,’ ମୁଁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତେବେ ତୁମ୍ଭେ ଜାଣିବ ଯେ ସେ ମୋତେ ମାରିବାକୁ ସ୍ଥିର କରିଛନ୍ତି। 8 ଯୋନାଥନ ମୋ’ ଉପରେ ଦୟାକର, ମୁଁ ତୁମ୍ଭର ଦାସ ଅଟେ। ତୁମ୍ଭେ ମୋ’ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲ। ଯଦି ମୁଁ ଦୋଷି ତେବେ ତୁମ୍ଭେ ମୋତେ ମାରି ଦିଅ। କିନ୍ତୁ ଦୟାକରି ମୋତେ ତୁମ୍ଭ ପିତାଙ୍କ ପାଖକୁ ନିଅ ନାହିଁ।”
9 ଯୋନାଥନ କହିଲେ, “କଦାପି ନୁହେଁ। ଯଦି ମୁଁ ଏହା ଜାଣେ ଯେ ମୋର ବାପା ତୁମ୍ଭକୁ ମାରିବାକୁ ଯୋଜନା କରିଛନ୍ତି ତେବେ ମୁଁ ତୁମ୍ଭକୁ ସତର୍କ କରାଇ ଦେବି।”
10 ଦାଉଦ କହିଲେ, “କିଏ ମୋତେ ସତର୍କ କରାଇବ। ଯଦି ତୁମ୍ଭର ବାପା ତୁମ୍ଭକୁ ରୁକ୍ଷ ଭାବରେ ଉତ୍ତର ଦିଅନ୍ତି?”
11 ତା’ପରେ ଯୋନାଥନ କହିଲେ, “ଆସ ଆମ୍ଭେ ବିଲକୁ ପଳାଇବା,” ଯୋନାଥନ ଏବଂ ଦାଉଦ ସାଥୀ ହୋଇ ବିଲକୁ ପଳାଇ ଗଲେ।
12 ଯୋନାଥନ ଦାଉଦଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ପ୍ରତିଜ୍ଞା କରୁଅଛି, ମୁଁ ମୋର ବାପାଙ୍କଠାରୁ କାଲି ବୁଝିବି। ତାଙ୍କର ଧାରଣା ତୁମ୍ଭ ସମ୍ବନ୍ଧରେ ଭଲ କି ତିକ୍ତ, ତା’ପରେ ତୃତୀୟ ଦିନ ମୁଁ ତୁମ୍ଭ ପାଖକୁ କ୍ଷେତକୁ ନିଶ୍ଚିତ ଖବର ପଠାଇବି। 13 ଯଦି ମୋର ବାପା ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହାନ୍ତି ମୁଁ ତୁମ୍ଭକୁ ଜଣାଇ ଦେବି। ମୁଁ ତୁମ୍ଭକୁ ନିରାପଦରେ ପଠାଇ ଦେବି। ମୁଁ ଯଦି ଏହା ନ କରେ ସଦାପ୍ରଭୁ ମୋତେ ନିଶ୍ଚୟ ଦଣ୍ତ ଦେବେ। ସଦାପ୍ରଭୁ ଯେପରି ମୋର ବାପାଙ୍କ ସହିତ ଅଛନ୍ତି ସେହିପରି ତୁମ୍ଭ ସହିତ ରୁହନ୍ତୁ। 14 ମୁଁ ବଞ୍ଚିଥିବାଯାଏ ମୋତେ ଦୟା ଦେଖାଅ। ଏବଂ ମୁଁ ମଲାପରେ, 15 ମୋ’ ପରିବାର ପ୍ରତି ତୁମ୍ଭର ଦୟା ଦେଖାଇବା ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତ୍ରୁକୁ ପୃଥିବୀରୁ ବିନାଶ କରିବେ।” 16 ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚୁକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତ୍ରୁମାନଙ୍କୁ ଦଣ୍ତ ଦିଅନ୍ତୁ।
17 ତା’ପରେ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ତା’ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପୁନର୍ବାର ସତ୍ୟତା ପ୍ରମାଣ କରାଇବାକୁ ଦାଉଦଙ୍କୁ ପଗ୍ଭରିଲେ। ଯୋନାଥନ ଏପରି କଲେ କାରଣ ସେ ନିଜକୁ ଯେତିକି ଭଲ ପାଉଥିଲେ ଦାଉଦଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ।
18 ଯୋନାଥନ ଦାଉଦଙ୍କୁ କହିଲେ, “ଆସନ୍ତାକାଲି ଅମାବାସ୍ୟା। ତୁମ୍ଭର ଆସନ ଖାଲି ହେଲେ ମୋ’ ବାପା ତୁମ୍ଭକୁ ଖୋଜିବେ। 19 ତୃତୀୟ ଦିନ ସେହି ସ୍ଥାନକୁ ଯାଅ, ଯେଉଁଠାରେ ତୁମ୍ଭେ ଲୁଚି ରହିଥିଲ। ଯେତେବେଳେ ଅସୁବିଧା କେବଳ ଆରମ୍ଭ ହେବ, ସେ ପର୍ବତ ପାଖରେ ଅପେକ୍ଷାରେ ରହିବ। 20 ତୃତୀୟ ଦିନ ମୁଁ ସେହି ପର୍ବତପାଖକୁ ଯିବି ଏବଂ ମୁଁ ଅଭିନୟ କରିବି ଯେପରି ମୁଁ ଲକ୍ଷ୍ୟକରି ତୀର ମାରିବି। 21 ତା’ପରେ ମୁଁ ସେ ପିଲାକୁ ତୀରଗୁଡ଼ିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତେବେ ମୁଁ ସେ ପିଲାକୁ କହିବି, ‘ତୁମ୍ଭେ ବହୁତ ଦୂରକୁ ଯାଇଅଛ ତୀରଗୁଡ଼ିକ ମୋ’ ପାଖାପାଖି ଅଛି। ଫେରି ଆସ ଏବଂ ସେଗୁଡ଼ିକ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେଠାରୁ ବାହାରି ଆସିବ। ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭେ ନିରାପଦ, ତୁମ୍ଭ ଉପରେ ବିପଦ ନାହିଁ। 22 ଯଦି ଅସୁବିଧା ଥାଏ ତେବେ ମୁଁ ସେ ବାଳକକୁ କହିବି, ‘ତୀରଗୁଡ଼ିକ ବହୁତ ଦୂର ପଳାଇଛି। ଯାଅ ସେଗୁଡ଼ିକୁ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେ ସ୍ଥାନ ଛାଡ଼ି ପଳାଇ ଯିବ। ସଦାପ୍ରଭୁ ତୁମ୍ଭକୁ ଦୂରକୁ ପଠାଇ ଦେବେ। 23 ପ୍ରଭୁ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନେରଖ ଆମ ଭିତରେ ଏପରି ଚୁକ୍ତି ହୋଇଛି।”
24 ତା’ପରେ ଦାଉଦ ନିଜକୁ ଲୁଗ୍ଭଇ ରଖିଲେ।
ଶାଉଲଙ୍କର ଭୋଜିରେ ଲକ୍ଷ୍ୟ
ଅମାବାସ୍ୟା ଭୋଜିଦିନ ରାଜା ଆସିଲେ ଏବଂ ଭୋଜନ ପାଇଁ ବସିଲେ। 25 ରାଜା ସବୁଥର ବସିଲା ପରି କାନ୍ଥ ନିକଟରେ ଥିବା ଆସନରେ ବସିଲେ। ଯୋନାଥନ ଶାଉଲଙ୍କୁ ମୁହଁ କରି ବସିଲେ। ଅବ୍ନର ଶାଉଲଙ୍କ ପାଖରେ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ୟ ରହିଲା। 26 ସେଦିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, “ଦାଉଦର କିଛି ହୋଇଛି। ସେ ପ୍ରାୟ ଶୁଚି ନାହିଁ।”
27 ତା’ ପରଦିନ ମାସର ଦ୍ୱିତୀୟ ଦିନ ଦାଉଦଙ୍କର ସ୍ଥାନ ମଧ୍ୟ ଶୂନ୍ୟ ରହିଲା। ତା’ପରେ ଶାଉଲ ତାଙ୍କର ପୁତ୍ର ଯୋନାଥନଙ୍କୁ ପଗ୍ଭରିଲେ, “କାହିଁକି ଯିଶୀର ପୁଅ ଗତକାଲି ଏବଂ ଆଜି ଏଠାକୁ ଭୋଜନ କରିବାକୁ ଆସିଲେ ନାହିଁ?”
28 ଯୋନାଥନ ଉତ୍ତର ଦେଲେ, “ଦାଉଦ ବୈଥ୍ଲେହମକୁ ଯିବା ପାଇଁ ମୋତେ କହିଲେ। 29 ସେ କହିଲେ, ‘ମୋତେ ଯିବାକୁ ଦିଅ, କାରଣ ଆମ ପରିବାରର ଏକ ବଳିଦାନ ବୈଥ୍ଲେହମରେ ହେବାର ଅଛି । ମୋର ଭାଇ ମୋତେ ଆଦେଶ ଦେଇଛନ୍ତି ସେଠାକୁ ଯିବା ପାଇଁ। ମୁଁ ଯଦି ତୁମ୍ଭର ବନ୍ଧୁ ତେବେ ମୋତେ ଯିବାକୁ ଦିଅ ଏବଂ ମୁଁ ମୋର ଭାଇମାନଙ୍କୁ ଦେଖେ।’ ଏଥିପାଇଁ ପ୍ରାୟ ଦାଉଦ ରାଜାଙ୍କ ଟେବୁଲ୍ ପାଖକୁ ଆସି ନାହିଁ।”
30 ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କୁ କହିଲେ, “ତୁ ହେଉଛୁ ଜଣେ ଦାସୀ ସ୍ତ୍ରୀଲୋକର ପୁତ୍ର। ଯିଏ କି ମାନିବା ପାଇଁ ମନାକରେ। ତୁବି ଠିକ୍ ତା’ପରି, ମୁଁ ଜାଣେ ତୁ ଦାଉଦର ପକ୍ଷ ନେଇଛୁ। ତୁ ନିଜ ପାଇଁ ଓ ତୋର ମା ପାଇଁ ଅପମାନ ଆଣୁଛୁ। 31 ଯିଶୀର ପୁତ୍ର ଏ ପୃଥିବୀରେ ଯେତେ ଦିନ ବଞ୍ଚିଥାଏ ସେତେ ଦିନ ପର୍ଯ୍ୟନ୍ତ ତୋର ରାଜ୍ୟ ଠିକ୍ ହେବ ନାହିଁ। ତେଣୁ ଲୋକ ପଠାଇ ତାକୁ ମୋ’ ପାଖକୁ ଆଣ କାରଣ ସେ ନିଶ୍ଚୟ ମରିବ।”
32 ଯୋନାଥନ ତା’ର ପିତାଙ୍କୁ ପଗ୍ଭରିଲେ, “ଦାଉଦକୁ କାହିଁକି ମାରିବ? ତା’ର ଅପରାଧ କ’ଣ?”
33 କିନ୍ତୁ ଶାଉଲ ଯୋନାଥନଙ୍କୁ ମାରିବା ପାଇଁ ତା’ ଉପରକୁ ବର୍ଚ୍ଛା ଫୋପାଡ଼ିଲେ। ତେଣୁ ଯୋନାଥନ ଜାଣିଲେ ତାଙ୍କ ବାପା ଦାଉଦଙ୍କୁ ମାରିବା ପାଇଁ ବହୁତ ଆଗ୍ରହୀ। 34 ଯୋନାଥନ ବହୁତ ରାଗିଗଲେ ଓ ଖାଇବା ଟେବୁଲ୍ ପାଖରୁ ଉଠିଗଲେ। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲେ ଓ ଦ୍ୱିତୀୟ ଦିନ ଭୋଜିରେ କିଛି ଖାଇଲେ ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବାକୁ ଗ୍ଭହୁଁଥିଲେ।
ଦାଉଦ ଏବଂ ଯୋନାଥନ ଉଭୟେ ବିଦାୟ ନେଲେ
35 ତା’ ପରଦିନ ସକାଳେ ଯୋନାଥନ ସେହି କ୍ଷେତକୁ ଗଲେ। ସେମାନଙ୍କର ଯୋଜନା ଅନୁସାରେ ସେ ଦାଉଦଙ୍କୁ ସାକ୍ଷାତ କରିବାକୁ ଗଲେ। ଯୋନାଥନ ତାଙ୍କ ସହିତ ଏକ ଛୋଟ ବାଳକକୁ ମଧ୍ୟ ନେଲେ। 36 ଯୋନାଥନ ସେହି ବାଳକକୁ କହିଲେ, “ତୁମ୍ଭେ ଦୌଡ଼ି ଯାଇ ମୁଁ ଯେଉଁ ତୀର ମାରିଲି ସେଗୁଡ଼ିକୁ ଗୋଟାଇ ଆଣ।” ବାଳକଟି ଦୌଡ଼ିବାକୁ ଲାଗିଲା ଏବଂ ଯୋନାଥନ ସେ ବାଳକ ମୁଣ୍ଡ ଉପରେ ତୀରଗୁଡ଼ିକୁ ମାରିଲେ। 37 ବାଳକଟି ତୀର ପଡ଼ିଥିବା ସ୍ଥାନ ପାଖକୁ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲେ, “ତୀରଗୁଡ଼ିକ ତୋ’ ଆଗରେ ପଡ଼ିଛି।” 38 ଯୋନାଥନ ଚିତ୍କାର କରି କହିଲେ, “ଶୀଘ୍ର ଦୌଡ଼ ଓ ସେଗୁଡ଼ିକୁ ସଂଗ୍ରହ କର। ସେଠାରେ ଛିଡ଼ା ହୁଅ ନାହିଁ।” ବାଳକଟି ତୀରଗୁଡ଼ିକୁ ସଂଗ୍ରହ କଲା ଓ ତା’ର ମୁନିବକୁ ଆଣି ଦେଲା। 39 କ’ଣ ଗ୍ଭଲିଥିଲା ବାଳକଟି ଏ ବିଷୟରେ କିଛି ଜାଣି ନ ଥିଲା। କେବଳ ଯୋନାଥନ ଓ ଦାଉଦ ଏ କଥା ଜାଣିଥିଲେ। 40 ଯୋନାଥନ ବାଳକଟିକୁ ଧନୁ ଏବଂ ତୀରଗୁଡ଼ିକ ଦେଲେ। ତା’ପରେ ସେ ବାଳକକୁ କହିଲେ, ସହରକୁ ଫେରିଯାଅ।
41 ଯେତେବେଳେ ବାଳକଟି ପଳାଇଗଲା, ଦାଉଦ ଲୁଚିଥିବା ସ୍ଥାନରୁ ପର୍ବତର ଅପରପାର୍ଶ୍ୱକୁ ପଳାଇଲେ। ଦାଉଦ ମୁଣ୍ଡ ନୁଆଇଁ ଯୋନାଥନକୁ ତିନିଥର ପ୍ରଣାମ କଲେ। ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କଲେ। ସେମାନେ ଉଭୟେ ମଧ୍ୟ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରୁ ଅଧିକ କାନ୍ଦିଲେ।
42 ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”
କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା
2 ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି। 2 କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି। 3 ଏଣୁ ମୁଁ ଦୁର୍ବଳ ଓ ଭୟରେ ଥରି ଥରି ସେଠାକୁ ଆସିଥିଲି। 4 ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ। 5 ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି।
ପରମେଶ୍ୱରଙ୍କ ଜ୍ଞାନ
6 ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। 7 କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। 8 ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। 9 କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି:
“କୌଣସି ଆଖି ଦେଖି ନାହିଁ।
କୌଣସି କାନ ଶୁଣି ନାହିଁ।
କେହିହେଲେ କଳ୍ପନା କରି ନାହିଁ;
ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।” (A)
10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି।
ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। 11 କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା’ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? 12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।
13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ। 14 ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। 15 କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। 16 ଶାସ୍ତ୍ର କୁହେ:
“ପ୍ରଭୁଙ୍କ ମନ କିଏ ଜାଣି ଅଛି?
କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” (B)
କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।
ସଦାପ୍ରଭୁଙ୍କୁ ଏକ ବିନତି
5 ହେ ସଦାପ୍ରଭୁ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର।
ଆମ୍ଭମାନଙ୍କ ପ୍ରତି ହୋଇଥିବା ଅପମାନକୁ ଅବଲୋକନ କର।
2 ଆମ୍ଭମାନଙ୍କର ଦେଶ ବିଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
ଆମ୍ଭମାନଙ୍କର ଗୃହସବୁ ପରଦେଶୀୟମାନେ ଅଧିକାର କରିଛନ୍ତି।
3 ଆମ୍ଭେମାନେ ଅନାଥ
ଓ ପିତୃହୀନ ହୋଇଅଛୁ।
ଆମ୍ଭମାନଙ୍କ ମାମାନେ ବିଧବା ତୁଲ୍ୟ ହୋଇଛନ୍ତି।
4 ଆମ୍ଭେମାନେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦେଇ ପାନ କରିଅଛୁ
ଓ ଆମ୍ଭେମାନେ କାଠ କିଣି ବ୍ୟବହାର କରିଅଛୁ।
5 ଆମ୍ଭମାନଙ୍କ ସ୍କନ୍ଧରେ ବଳପୂର୍ବକ ଯୁଆଳି ରଖା ଯାଇଛି।
ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
6 ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ
ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ।
7 ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସେମାନେ ନାହାନ୍ତି।
ମାତ୍ର ସେମାନଙ୍କର ପାପର ଭାର ଆମ୍ଭେମାନେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
8 ଦାସମାନେ ଆମ୍ଭମାନଙ୍କର ଶାସକ ହୋଇଛନ୍ତି।
ସେମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ କେହି ନାହିଁ।
9 ପ୍ରାନ୍ତରରେ ଖଡ଼୍ଗ ଥିବାରୁ
ଆମ୍ଭେମାନେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
10 କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ।
ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
11 ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର
ସ୍ତ୍ରୀଲୋକମାନଙ୍କୁ ଧର୍ଷଣ କଲେ।
12 ସେମାନେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ।
ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
13 ଯିହୁଦାର ଯୁବକଗଣ ଚକି ବହନ କଲେ।
ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ।
14 ପ୍ରାଚୀନବର୍ଗ ନଗରଦ୍ୱାରରେ ଆଉ ବସୁ ନାହାନ୍ତି
ଓ ଯୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହୋଇଅଛନ୍ତି।
15 ଆମ୍ଭମାନଙ୍କ ହୃଦୟରୁ ଆନନ୍ଦ ଗ୍ଭଲି ଯାଇଛି।
ଆମ୍ଭମାନଙ୍କ ନୃତ୍ୟ ଶୋକରେ ପରିଣତ ହୋଇଅଛି।
16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି।
ଆମ୍ଭମାନଙ୍କ ଅବସ୍ଥା ଶୋଚନୀୟ ହୋଇଅଛି, କାରଣ ଆମ୍ଭେମାନେ ପାପ କରିଅଛୁ।
17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହୋଇଅଛି
ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହୋଇଅଛି।
18 ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି।
କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି।
19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ।
ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
20 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ?
ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ୟାଗ କରିଅଛ?
21 ହେ ସଦାପ୍ରଭୁ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ନିଅ।
ତହିଁରେ ଆମ୍ଭେମାନେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫେରି ଆସିବୁ।
ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
22 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।
ଆଉ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?
ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ
36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
2 ସେହି ଲୋକ ଆପଣାକୁ ମିଥ୍ୟା କହେ।
ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3 ତା’ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।
12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”
2010 by World Bible Translation Center