Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 19

ଯୋନାଥନ ଦାଉଦଙ୍କୁ ସାହାଯ୍ୟ କଲେ

19 ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କର ପୁତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦଙ୍କୁ ବହୁତ ଭଲ ପାଉଥିଲେ। 2-3 ଯୋନାଥନ ଦାଉଦଙ୍କୁ ସତର୍କ କରାଇ କହିଲେ, “ମୋର ପିତା ତୁମ୍ଭକୁ ମାରିବାକୁ ଗ୍ଭହାନ୍ତି। ତୁମ୍ଭେ ପ୍ରାତଃକାଳରେ ସାବଧାନ ସହକାରେ କୌଣସି ଜାଗାରେ ଲୁଚି ରୁହ। ତୁମ୍ଭେ ଯେଉଁଠାରେ ଲୁଚିଥିବ, ମୁଁ ସେ ସ୍ଥାନ ନିକଟକୁ ଯାଇ ମୋର ପିତାଙ୍କ ସହିତ ତୁମ୍ଭ ବିଷୟରେ କଥୋପକଥନ ହେବି। ଯଦି ମୁଁ କିଛି ଦେଖେ ତେବେ ମୁଁ ତୁମ୍ଭକୁ ଜଣାଇବି।”

ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷୟରେ ଭଲ କଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, “ମହାରାଜ ଆପଣା ଦାସ ଦାଉଦଙ୍କ ବିରୁଦ୍ଧରେ ପାପ କରନ୍ତୁ ନାହିଁ। କାରଣ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ। ତା’ର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି। ସେ ଆପଣା ପ୍ରାଣକୁ ବିପଦରେ ପକାଇ ପଲେଷ୍ଟୀୟକୁ ହତ୍ୟା କଲା। ସେଥିରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ବିଜୟ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣରେ ଦାଉଦକୁ ହତ୍ୟା କରିବେ କାହିଁକି? ସେ ନିର୍ଦ୍ଦୋଷ, ତାକୁ ହତ୍ୟା କରିବାର କିଛି କାରଣ ନାହିଁ।”

ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।”

ଯୋନାଥନ ଦାଉଦଙ୍କୁ ଡାକିଲେ ଓ ତାଙ୍କୁ ସମସ୍ତ କଥା ଶୁଣାଇଲେ। ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲେ, ତହିଁରେ ଦାଉଦ ପୂର୍ବ ପରି ଶାଉଲଙ୍କ ପାଖରେ ରହିଲେ।

ଶାଉଲ ଦାଉଦଙ୍କୁ ମାରିବାକୁ ପୁନର୍ବାର ଚେଷ୍ଟା କଲେ

ପୁନର୍ବାର ଯୁଦ୍ଧ ହେଲା ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କଲେ, ସେ ଏତେ ଜୋ‌ର୍‌ରେ ଆଘାତ କଲେ ଯେ, ପଲେଷ୍ଟୀୟମାନେ ଭୟରେ ଦୌଡ଼ି ପଳାଇଲେ। କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକୁ ଆସିଲା। ଶାଉଲ ତାଙ୍କ ନିଜ ଗୃହରେ ବସିଥିଲେ। ଶାଉଲ ହାତରେ ବର୍ଚ୍ଛା ଧରି ଥିଲେ। ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉ ଥିଲେ। 10 ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚି ଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା। ସେହି ରାତ୍ରିରେ ଦାଉଦ ପଳାୟନ କଲେ।

11 ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।” 12 ତା’ପରେ ମୀଖଲ ଦାଉଦଙ୍କୁ ଏକ ଝରକା ଦେଇ ବାହାରକୁ ପଠାଇ ଦେଲା। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡ଼ି ପଳାଇ ଗଲେ। 13 ମୀଖଲ ଗୃହର ଦେବତାଙ୍କୁ ଲୁଗାରେ ଘୋଡ଼ାଇ ଦେଲା। ତା’ପରେ ସେ ପ୍ରତିମୂର୍ତ୍ତିକୁ ବିଛଣା ମଧ୍ୟରେ ପୁରାଇ ଦେଲା। ସେ ମଧ୍ୟ ଛାଗ ଚମଡ଼ାକୁ ତହିଁର ମସ୍ତକରେ ଘୋଡ଼ାଇ ଦେଲା।

14 ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, “ସେ ପିଡ଼ୀତ ଅଛନ୍ତି।”

15 ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, “ତାହାକୁ ଶଯ୍ୟାରେ ମୋ’ ପାଖକୁ ଆଣ। ମୁଁ ତାକୁ ହତ୍ୟା କରିବି।”

16 ଯେତେବେଳେ ଦୂତମାନେ ଗୃହ ଭିତରକୁ ଯାଇ ଦେଖନ୍ତେ, ସେମାନେ ଶଯ୍ୟା ଉପରେ ପ୍ରତିମୂର୍ତ୍ତି ଦେବତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।

17 ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।”

ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?”

ଦାଉଦ ରାମାସ୍ଥିତ ସେନାଛାଉଣିକୁ ଗଲେ

18 ଦାଉଦ ପଳାୟନ କରି ରକ୍ଷା ପାଇଲେ ଓ ରାମାରେ ଶାମୁୟେଲ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।

19 ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାୟୋତରେ ଅଛି। 20 ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସେମାନେ ଭବିଷ୍ୟ‌ଦ୍‌ବକ୍ତା ଦଳକୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତି ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ। ତହିଁରେ ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ।

21 ଏହିକଥା ଶାଉଲଙ୍କୁ ଜଣାଇ ଦିଆଯା’ନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ, ଶାଉଲ ପୁନର୍ବାର ତୃତୀୟ ଥର ପାଇଁ ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। 22 ଶେଷରେ ଶାଉଲ ନିଜେ ରାମାକୁ ଗଲେ ଓ ସେଠାରେ ଥିବା ବୃହତ କୂପ ନିକଟରେ ଉପସ୍ଥିତ ହେଲେ, ପୁଣି ସେ ପଗ୍ଭରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?”

ଜଣେ କହିଲା, “ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।”

23 ତେଣୁ ଶାଉଲ ରାମା ନିକଟସ୍ଥ ନାୟୋତକୁ ଗଲେ। ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ଆସନ୍ତେ ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। 24 ତା’ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେ ସେହି ଦିନଯାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡ଼ି ରହିଲେ।

ତେଣୁ ଲୋକେ କହନ୍ତି, “ଶାଉଲ ବି କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1

ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି। ‌‌‌‌‌‌‌‌‌‌‌

କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।

ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ।

ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି

ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ। ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି। ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ। ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।

କରିନ୍ଥୀ ମଣ୍ଡଳୀରେ ସମସ୍ୟା

10 ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।

11 ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି। 12 ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!” 13 ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା! 14 ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ୟରୁ ଆଉ କାହାରିକୁ ବାପ୍ତିଜିତ ନ ଦେଇ ଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। 15 ଏଥିଲାଗି ଧନ୍ୟବାଦ ଦେଉଛି ଯେ, କେହିହେଲେ ମୋ’ ନାମରେ ତୁମ୍ଭେମାନେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ। 16 ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ୟ ବାପ୍ତିଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ। 17 ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ।

ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ

18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:

“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
    ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।” (A)

20 ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। 21 ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।

22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍‌ମାନେ ଜ୍ଞାନ ଗ୍ଭହାନ୍ତି। 23 କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। 24 କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। 25 ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।

26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। 27 କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। 28 ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। 29 ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। 30 କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। 31 ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା’ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” [a]

ଯିରିମିୟଙ୍କ ବିଳାପ 4

ଯିରୁଶାଲମ ଉପରେ ଆକ୍ରମଣର ଆତଙ୍କ

ଦେଖ, ସୁବର୍ଣ୍ଣ କିପରି ମଳିନ ହୋଇଅଛି।
    ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି।
ପବିତ୍ର ସ୍ଥାନର ରତ୍ନସବୁ
    ରାଜ ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଅଛି।
ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ
    ସିୟୋନର ସନ୍ତାନଗଣ ଥିଲେ।
ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ
    ମାଟି କଳସ ତୁଲ୍ୟ ଗଣନା କରିଛନ୍ତି।
ଏପରିକି ଶୃଗାଳମାନେ
    ନିଜ ନିଜ ଛୁଆମାନଙ୍କୁ ସ୍ତନ୍ୟପାନ କରାନ୍ତି।
ମାତ୍ର ଯିରୁଶାଲମ କନ୍ୟା
    ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହୋଇଛନ୍ତି।
ତୃଷା ହେତୁ, ସ୍ତନ୍ୟପାୟୀ ଶିଶୁର ଜିହ୍ୱା
    ତାଳୁରେ ଲାଗି ଯାଉଛି।
ପିଲାମାନେ ରୋଟୀ ମାଗନ୍ତି,
    ମାତ୍ର କେହି ସେମାନଙ୍କୁ ରୋଟୀ ଦିଅନ୍ତି ନାହିଁ।
ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ,
    ସେମାନେ ବର୍ତ୍ତମାନ ରାସ୍ତାରେ ଅନାଥ ହୋଇଛନ୍ତି।
ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହୋଇଥିଲେ।
    ସେମାନେ ଖତରାଶି ଅବଲମ୍ବନ କରୁଛନ୍ତି।
ଯିରୁଶାଲମ କନ୍ୟାମାନଙ୍କର ପାପ ସଦୋମ
    ଓ ଗୋମୋରଠାରୁ ଅଧିକ।
ସଦୋମ ନିମିଷକ ମଧ୍ୟରେ ଧ୍ୱଂସପ୍ରାପ୍ତ ହେଲା
    ଓ କେହି ବ୍ୟକ୍ତି ତାକୁ ଆକ୍ରମଣ କରି ନ ଥିଲେ।
ଯିହୁଦାର କେତେକ ଲୋକ ପରମେଶ୍ୱରଙ୍କୁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହୋଇଥିଲେ।
    ସେମାନେ ନିର୍ମଳ ଥିଲେ;
ସେମାନେ ହିମ ଅପେକ୍ଷା ଅଧିକ ଶୁଭ୍ର,
    ଦୁ‌ଗ୍‌ଧଠାରୁ ଅଧିକ ଶୁକ୍ଳ ଥିଲେ।
ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ
    ଓ ସେମାନଙ୍କର କ୍ଳାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା।
ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ,
    ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ।
ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି
    ଓ ତାହା କାଠପରି ଶୁଷ୍କ ହୋଇଅଛି।
ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ‌‌ଖ‌ଡ଼୍‌ଗରେ ନିହତ ହୋଇଥିବା ଲୋକମାନେ ଭଲ,
କାରଣ ସେମାନଙ୍କର ଜୀବନ ସେମାନଙ୍କର ଶୁଷ୍କ ଜମିରେ ଖାଦ୍ୟ ଉତ୍ପନ୍ନ ପାଇଁ ଯେଭଳି,
    ସେମାନେ କ୍ଷୁଧା ଦ୍ୱାରା ଘସି ହୋଇଛନ୍ତି।
10 ସ୍ନେହମୟୀ ମାମାନେ
    ଆପଣା ପ୍ରିୟ ସନ୍ତାନମାନଙ୍କୁ ରାନ୍ଧିଲେ
କାରଣ ସେମାନେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ।
    ଯେତେବେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।
11 ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ
    ସିୟୋନ ଉପରେ ଢାଳି ଦେଲେ।
ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ,
    ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।
12 ବିପକ୍ଷ ଲୋକ ଓ ଶତ୍ରୁ
    ଯେ ଯିରୁଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ,
ଏହା ପୃଥିବୀସ୍ଥ ରାଜଗଣ
    ଓ ଜଗତବାସୀ କେହି ବିଶ୍ୱାସ କରି ନ ଥିଲେ।
13 ଏହା ଘଟିଲା, କାରଣ ଯିରୁଶାଲମର ଯାଜକଗଣ
    ଓ ଭବିଷ୍ୟ‌ଦ୍‌ବକ୍ତାଗଣ ପାପ କଲେ।
ଏବଂ ସେମାନେ ତାଙ୍କ ସତ୍ ଲୋକମାନଙ୍କର
    ରକ୍ତପାତ କଲେ।
14 ସେହି ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତାଗଣ
    ଅନ୍ଧ ଲୋକପରି ରାସ୍ତାରେ ବୁଲିଲେ,
ସେମାନେ ରକ୍ତରେ ଅଶୁଚି ହୋଇଥିଲେ।
    ତେଣୁ କେହି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।
15 ଲୋକେ ସେମାନଙ୍କୁ ଡାକି କହିଲେ, “ଦୂର ହୁଅ, ଦୂର ହୁଅ।
    ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।”
ସେମାନେ ଏଣେ ତେଣେ ବାସହୀନ ହୋଇ ବୁଲୁଥିବା ବେଳେ
    ଅନ୍ୟ ଗୋଷ୍ଠୀୟମାନେ କହିଲେ,
    “ସେମାନେ ଆମ୍ଭମାନଙ୍କ ସହିତ ଆଉ ଏଠାରେ ପ୍ରବାସ କରିବେ ନାହିଁ।”
16 ସଦାପ୍ରଭୁଙ୍କ କୋପରେ ସେମାନେ ବିନଷ୍ଟ ହୋଇଅଛନ୍ତି।
    ସଦାପ୍ରଭୁ ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କରିବେ ନାହିଁ।
କାରଣ ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ
    କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।
17 ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା।
    ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ।
ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ,
    ମାତ୍ର କୌଣସି ଗୋଷ୍ଠୀ
    ଉଦ୍ଧାର କରିବାକୁ ଆସିଲେ ନାହିଁ।
18 ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ।
    ତେଣୁ ଆମ୍ଭେମାନେ ରାସ୍ତାରେ ଗ୍ଭଲି ପାରିଲୁ ନାହିଁ।
ଆମ୍ଭମାନଙ୍କ ଶେଷ ନିକଟ ଅଟେ।
    ଆମ୍ଭମାନଙ୍କର ଆୟୁ ଶେଷ ହୋଇଛି।
    ଆମ୍ଭମାନଙ୍କର ଶେଷକାଳ ଉପସ୍ଥିତ।
19 ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ
    ଆକାଶର ଉତ୍କ୍ରୋଶପକ୍ଷୀଠାରୁ ଅଧିକ ବେଗଗାମୀ।
ସେମାନେ ଆମ୍ଭମାନଙ୍କୁ ପର୍ବତରେ ଗୋଡ଼ାଇଲେ
    ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଲୁଚି ରହିଲେ।
20 ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ୟ ଥିଲେ
ଓ ସେ ଆମ୍ଭର ନାସାର ନିଃଶ୍ୱାସସ୍ୱରୂପ ଥିଲେ।
    ଆମ୍ଭେମାନେ କହୁଥିଲୁ,
“ତାଙ୍କର ଛାୟାତଳେ ଆମ୍ଭେମାନେ ବଞ୍ଚିବା
    ଓ ସେ ଗୋଷ୍ଠୀୟମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।”
ମାତ୍ର ସଦାପ୍ରଭୁଙ୍କ ସେହି ଅଭିଷିକ୍ତ ଲୋକ
    ସେମାନଙ୍କ ଦ୍ୱାରା ଗର୍ତ୍ତରେ ଧରାଗଲେ।

21 ହେ ଇଦୋମର କନ୍ୟା ଓ ଉଷ ଦେଶ ନିବାସିନୀ,
    ତୁମ୍ଭେମାନେ ଆନନ୍ଦ କର ଓ ପୁଲକିତା ହୁଅ।
ସଦାପ୍ରଭୁଙ୍କର ସେହି କ୍ରୋଧରୂପକ ପାନପାତ୍ର
    ତୁମ୍ଭମାନଙ୍କ ନିକଟକୁ ଯିବ।
    ତୁମ୍ଭେମାନେ ତାହା ପାନ କରି ମତ୍ତ ହେବ ଓ ଉଲଗ୍ନା ହେବ।
22 ହେ ସିୟୋନର କନ୍ୟା, ତୁମ୍ଭ ଅଧର୍ମର ଦଣ୍ଡ ଶେଷ ହୋଇଛି।
    ତୁମ୍ଭେମାନେ ଆଉ ବନ୍ଦୀତ୍ୱ ସ୍ଥାନକୁ ଯିବ ନାହିଁ।
ହେ ଇଦୋମର କନ୍ୟା, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦେବେ।
    ସେ ତୁମ୍ଭର ପାପସବୁ ଖୋଲି ଦେବେ।

ଗୀତସଂହିତା 35

ଦାଉଦଙ୍କର ଗୀତ

35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
    ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
    ଜାଗ୍ରତ ହୁଅ, ମୋର ସହାୟ ହୁଅ।
ଏକ ବର୍ଚ୍ଛା ଓ କୁନ୍ତ ଧର
    ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”

କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
    ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
    ସେମାନଙ୍କୁ ଘଉଡ଼ାଇ ଦିଅ।
    ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
    ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
    ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
    ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
    ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
    ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
    ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
    ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
    ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
    ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
    ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
    ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
    ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
    ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
    ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
    ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ।
    ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
    ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
    ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
    ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।

17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
    ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
    ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
    ସେମାନେ ସିଂହ ତୁଲ୍ୟ ଅଟନ୍ତି।

18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
    ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
    ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
    ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
    ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
    ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ।
    ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
    ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
    ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
    ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ।
    ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
    ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
    ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”

28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
    ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center