M’Cheyne Bible Reading Plan
ଶାମୁୟେଲ ରାଜାଙ୍କ ବିଷୟରେ କହିଲେ
12 ଶାମୁୟେଲ ସମସ୍ତ ଇସ୍ରାଏଲୀଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ସେ ପ୍ରକାରେ ତୁମ୍ଭମାନଙ୍କର ଏକ ରାଜା ନିୟୋଜନ କଲି। 2 ବର୍ତ୍ତମାନ ତୁମ୍ଭର ନେତୃତ୍ୱ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇ ଗଲିଣି। ମୁଁ ମୋ’ ଯୁବାବସ୍ଥାରୁ ତୁମ୍ଭ ମୁନିବ ଥିଲି। ବର୍ତ୍ତମାନ ମୋ’ ପୁଅମାନେ ତୁମ୍ଭ ସାଥୀରେ ଅଛନ୍ତି। 3 ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୁଁ କିଛି ଭୁଲ୍ କରିଛି ତୁମ୍ଭେମାନେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକୁ କୁହ। ମୁଁ କାହାର ଗଧ କିମ୍ବା ଗାଈ ଗ୍ଭେରି କରିଛି କି? ମୁଁ କାହାକୁ ଆଘାତ କିମ୍ବା ଧକ୍କା ଦେଇଛି କି? ମୁଁ ମୋର ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇ ନାହିଁ, ଯେପରିକି ମୁଁ ଅନ୍ୟ ଦ୍ୱାରା ଅପରାଧ କରିଥିବା ଉପଦ୍ରବ୍ୟ ଦେଖି ନ ପାରେ? ଯଦି ମୁଁ ଏଥିରୁ କୌଣସିଟି କରିଛି, ତେବେ ମୁଁ ତାହା ଭରଣା କରିବା ପାଇଁ ପ୍ରସ୍ତୁତ ଅଛି।”
4 ଇସ୍ରାଏଲୀୟମାନେ ଉତ୍ତର ଦେଲେ, “ନା! ତୁମ୍ଭେ ଏପରି ଖରାପ କାମ କେବେ ବି କରି ନାହଁ। ତୁମ୍ଭେ ଆମକୁ ଠକି ନାହଁ କିମ୍ବା ଆମ୍ଭଠାରୁ କିଛି ନେଇ ନାହଁ।”
5 ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସେମାନେ ଦୃଢ଼ କରିବାକୁ ସାକ୍ଷୀ ରହିଲେ ଯେ ତୁମ୍ଭ ବିରୁଦ୍ଧରେ ଜାଣିଲେ ମୁଁ କିଛି ଭୁଲ୍ କରି ନାହିଁ।” ଲୋକମାନେ କହିଲେ, “ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ୟ।”
6 ଶାମୁୟେଲ ଲୋକମାନଙ୍କୁ କହିଲେ, “ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ନିଯୁକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ବାହାର କରି ଆଣିଥିଲେ। 7 ଆହୁରି ମଧ୍ୟ ଶୁଣ ମୁଁ ତୁମ୍ଭକୁ ସଦାପ୍ରଭୁଙ୍କ ତୁମ୍ଭମାନଙ୍କ ପ୍ରତି ଅଲୌକିକତା ଓ ତୁମ୍ଭ ପୂର୍ବପୁରୁଷଙ୍କ କଥା କହିବି।
8 “ଯାକୁବ ମିଶରକୁ ଗଲା ଉତ୍ତାରୁ ମିଶରୀୟମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକୁ ଦୁର୍ବିସହ କରିଦେଲେ। ତେଣୁ ସେମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ପଠାଇଲେ। ସେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ଆଣିଲେ ଏବଂ ଏହି ସ୍ଥାନରେ ବାସ କରାଇଲେ।
9 “କିନ୍ତୁ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପାଶୋରିବାରୁ ସଦାପ୍ରଭୁ ସେମାନଙ୍କୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହାତ୍ସୋର ସୈନ୍ୟବାହିନୀର ସେନାପତି ଥିଲେ। ସଦାପ୍ରଭୁ ସେମାନଙ୍କୁ ପଲେଷ୍ଟୀୟମାନଙ୍କର ଓ ମୋୟାବ ରାଜାର ଦାସ କଲେ। ସେମାନେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ଯୁଦ୍ଧ କଲେ। 10 ତା’ପରେ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଛୁ ଯେହେତୁ ଆମ୍ଭେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍ଦେବଗଣର ଏବଂ ଅଷ୍ଟାରୋତ୍ ଦେବଗଣର ପୂଜା କରୁଛୁ। ଏବେ ଆମ୍ଭମାନଙ୍କୁ ଶତ୍ରୁ କବଳରୁ ରକ୍ଷା କର, ଆମ୍ଭେମାନେ ତୁମ୍ଭର ଉପାସନା କରିବୁ।’
11 “ସଦାପ୍ରଭୁ ତୁମ୍ଭମାନଙ୍କୁ ଯିରୁବ୍ବାଲ୍କୁ, ବଦାନ୍କୁ, ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ଚତୁର୍ଦ୍ଦିଗରେ ଥିବା ତୁମ୍ଭ ଶତ୍ରୁମାନଙ୍କ କବଳରୁ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ। 12 ତା’ପରେ ତୁମ୍ଭେ ଦେଖିଲ ଅମ୍ମୋନର ରାଜା ନାହଶ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତୁମ୍ଭେ କହିଲ, ‘ନା! ଆମ୍ଭେ ଜଣେ ରାଜା ଗ୍ଭହୁଁ’ ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ। 13 ବର୍ତ୍ତମାନ ତୁମ୍ଭମାନଙ୍କ ଅନୁରୋଧ ଓ ପସନ୍ଦ ଅନୁସାରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କୁ ଦେଇଛନ୍ତି। 14 ବର୍ତ୍ତମାନ ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସେବା କର, ଯେବେ ତୁମ୍ଭେମାନେ ତାଙ୍କର ବାକ୍ୟ ଶୁଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରୁଦ୍ଧରେ ନ ଯାଅ, ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦ୍ୱାରା ରକ୍ଷା ପାଇବ [a]। 15 କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ କଥା ନ ମାନ ଏବଂ ତାଙ୍କ ବିରୁଦ୍ଧରେ ଯାଅ, ତେବେ ପରମେଶ୍ୱରଙ୍କର ହସ୍ତ ତୁମ୍ଭମାନଙ୍କ ବିରୁଦ୍ଧରେ ଯିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରୁଦ୍ଧରେ ଥିଲେ।
16 “ବର୍ତ୍ତମାନ ଧିର ହୋଇ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ମହତ୍ କାର୍ଯ୍ୟ କରିବେ ଦେଖ। 17 ବର୍ତ୍ତମାନ ଗହମ କାଟିବାର ସମୟ [b]। କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।”
18 ତେଣୁ ଶାମୁୟେଲ ସଦାପ୍ରଭୁଙ୍କୁ ଡାକିଲେ, ସେହି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବୁଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ। 19 ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅନେକ ଥର ପାପ କରିଅଛୁ ଏବଂ ବର୍ତ୍ତମାନ ଆମ୍ଭେମାନେ ରାଜାଙ୍କୁ ମାଗି ପାପକୁ ବଢ଼େଇ ଦେଉଛୁ।”
20 ତା’ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟଭୀତ ହୁଅ ନାହିଁ। ଏହା ସତ୍ୟ ତୁମ୍ଭେମାନେ ଏହିସବୁ ବହୁତ ମନ୍ଦକାର୍ଯ୍ୟ କରିଛ କିନ୍ତୁ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କର ନାହିଁ। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କର ସେବା କର। 21 ମୂର୍ତ୍ତିଗୁଡ଼ିକୁ ଅନୁସରଣ କରିବା ପାଇଁ ପରମେଶ୍ୱରଙ୍କଠାରୁ ଦୌଡ଼ି ପଳାଅ ନାହିଁ! ସେମାନେ ଅସାର, ସେମାନେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।
22 “ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି। 23 ମୋ’ ପକ୍ଷରେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହେବି ନାହିଁ। ଯଦି ମୁଁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦେବି, ତେବେ ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି। ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ଶିକ୍ଷା ଦେବା ଗ୍ଭଲୁ ରଖିବି। 24 କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କ ସେବା କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। 25 କିନ୍ତୁ ଯଦି ତୁମ୍ଭେମାନେ କ୍ରମାଗତ କୁକର୍ମ କରିବାରେ ଆଗ୍ରହ ପ୍ରକାଶ କର, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଧ୍ୱଂସ ହେବ।”
10 ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ। 2 ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ। 3 ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ। 4 ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ।
5 ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।” [a] 6 କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’”(ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”) 7 “ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”)
8 ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।” [b] ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ। 9 ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ। 10 ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।
11 ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।” [c] 12 ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି। 13 ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।” [d]
14 କିନ୍ତ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ। 15 ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।” [e]
16 ମାତ୍ର ସମସ୍ତେ ସୁସମାଗ୍ଭରକୁ ଗ୍ରହଣ କରି ନାହାନ୍ତି। ଯିଶାଇୟ କହନ୍ତି: “ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡ଼ିକ କିଏ କ’ଣ ବିଶ୍ୱାସ କଲା?” [f] 17 ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି।
18 କିନ୍ତୁ ମୁଁ ପଗ୍ଭରୁଛି: “କ’ଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି?” ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ:
“ସେମାନଙ୍କର ସ୍ୱର ଜଗତର ସର୍ବତ୍ର ଖେଳିଗଲା।
ସେମାନଙ୍କ ବାକ୍ୟ ଜଗତର ପ୍ରାନ୍ତରର ଶେଷଭାଗ ପର୍ଯ୍ୟନ୍ତ ଖେଳିଗଲା।” (A)
19 ପୁନର୍ବାର ମୁଁ ପଗ୍ଭରୁଛି: “କ’ଣ ଇସ୍ରାଏଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝିଥିଲେ। ପ୍ରଥମେ ମୋଶା କହିଛନ୍ତି:
“ଜାତୀୟ ଚରିତ୍ର ନ ଥିବା ଲୋକଙ୍କ ଦ୍ୱାରା ମୁଁ ତୁମ୍ବ ଭିତରେ ଈର୍ଷା ଜାତ କରାଇବି।
ନିର୍ବୋଧ ଲୋକଙ୍କ ଦ୍ୱାରା ମୁଁ ତୁମ୍ଭ ଭିତରେ କ୍ରୋଧ ଜାତ କରାଇବି।” (B)
20 ଏହା ପରେ ଯିଶାଇୟ ନିର୍ଭୟ ହୋଇ କହନ୍ତି:
“ଯେଉଁ ଲୋକମାନେ ମୋତେ ଖୋଜୁ ନ ଥିଲେ
ସେମାନେ ପାଇଲେ।
ଯେଉଁମାନେ ଖୋଜି ନାହାନ୍ତି ସେମାନଙ୍କ ପାଇଁ ମୁଁ ନିଜକୁ ପ୍ରକାଶ କଲି।” (C)
21 କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି,
“ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ,
ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।” [g]
ଅମ୍ମୋନ ବିଷୟରେ ଏକ ବାର୍ତ୍ତା
49 ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି,
“ହେ ଅମ୍ମୋନୀୟ ସନ୍ତାନଗଣ,
ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ?
ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି?
ତେବେ ମିଲ୍କମ୍ କାହିଁକି ଗାଦ୍ର ଭୂମି ଅଧିକାର କରୁଅଛି
ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?”
2 ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ
ଯୁଦ୍ଧର ଧ୍ୱନି ଶୁଣାଯିବ।
ରବ୍ବା ଧ୍ୱଂସ ପାଇବ
ଓ ତାହା ଏକ ଜନଶୂନ୍ୟ ଢିପି ହେବ।
ତା’ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦଗ୍ଧିଭୂତ ହେବ।
ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ,
ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।”
ଏହା ସଦାପ୍ରଭୁ କହନ୍ତି।
3 “ହେ ହିଶ୍ବୋନ୍ ନିବାସୀଗଣ, ତୁମ୍ଭେମାନେ ଚିତ୍କାର କର।
କାରଣ ଅୟ ଧ୍ୱଂସ ପାଇଲା।
ହେ ରବ୍ବାର କନ୍ୟାଗଣ, ଚିତ୍କାର କର।
ଚଟବସ୍ତ୍ର ପରିଧାନ କରି ବିଳାପ କର
ଓ ପ୍ରାଚୀର ମଧ୍ୟରେ ଏଣେ ତେଣେ ଦୌଡ଼,
କାରଣ ମିଲ୍କମ୍ର ଯାଜକଗଣ ଓ ଅଧିପତିଗଣ ଏକତ୍ର ହୋଇ ନିର୍ବାସନକୁ ଯିବେ।
4 ତୁମ୍ଭେମାନେ ତୁମ୍ଭମାନଙ୍କର ଶକ୍ତି
ଓ ଧନ ସମ୍ପଦ ଉପରେ ଦର୍ପ କରୁଅଛ।
ଏଥିପାଇଁ ତୁମ୍ଭେମାନେ କହୁଅଛ
ଆମ୍ଭମାନଙ୍କ ପାଖକୁ କେହି ଆସିବେ ନାହିଁ।”
5 କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷରେ ଭୟ ଆଣିବା।
ତୁମ୍ଭେମାନେ ଏଣେତେଣେ ଧାବିତ ହେବ,
ମାତ୍ର ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ କେହି ନ ଥିବେ।”
6 ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।”
ଇଦୋମ ବିଷୟରେ ଏକ ବାର୍ତ୍ତା
7 ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି,
“ତୈମନରେ ଆଉ କ’ଣ ଜ୍ଞାନ ନାହିଁ?
ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି?
ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?
8 ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ।
ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର।
କାରଣ ଆମ୍ଭେ ଏଷୌରକୁ ତା’ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା।
9 “ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ
କିଛି ଫଳ ଗଛରେ ଛାଡ଼ିଥା’ନ୍ତି।
ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି,
ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ।
10 କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ
ଏବଂ ତା’ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ।
ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ।
ତା’ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ।
11 ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ।
ଆମ୍ଭେ ସେମାନଙ୍କୁ ଜୀବିତ ରଖିବା।
ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।”
12 ମାତ୍ର ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ନାହିଁ, ସେମାନେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ୟ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହେବ। ତୁମ୍ଭେ ଦଣ୍ଡରୁ କେବେ ରକ୍ଷା ପାଇବ ନାହିଁ।” 13 ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।”
14 ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି;
ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ
ଜଣେ ଦୂତ ପ୍ରେରିତ ହୋଇଅଛି।
ଯଥା: “ତୁମ୍ଭେ ଏକତ୍ରିତ ହୋଇ
ତାହା ବିରୁଦ୍ଧରେ ଆସ,
ଇଦୋମ ବିରୁଦ୍ଧରେ ଯୁଦ୍ଧ ପାଇଁ ଅଗ୍ରସର ହୁଅ।
15 “ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧ୍ୟରେ କ୍ଷୁଦ୍ର
ଓ ମନୁଷ୍ୟମାନଙ୍କ ମଧ୍ୟରେ ଘୃଣାଯୋଗ୍ୟ କରିଅଛୁ।
16 ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ
ନିଜକୁ ମହାନ ଭାବିଛ।
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି।
ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ
ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ।
ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ
ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।”
ଏହା ସଦାପ୍ରଭୁ କହନ୍ତି।
17 “ଇଦୋମ ଧ୍ୱଂସ ହେବ ଓ ଅନ୍ୟମାନଙ୍କ ନିକଟରେ ବିସ୍ମୟର ପାତ୍ର ହେବ।
ତାହା ନିକଟ ଦେଇ ଗମନକାରୀ ବିସ୍ମିତ ହେବେ
ଓ ତା’ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।
18 ସଦୋମ ଓ ହମୋରାର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ୟ ହେବ।
କୌଣସି ଲୋକ ସେଠାରେ ବାସ କରିବ ନାହିଁ
କିଅବା କୌଣସି ଶିଶୁ ସେଠାରେ ଜନ୍ମ ହେବ ନାହିଁ।”
19 “ଏବଂ ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଦୂର କରି ଦେବା ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସେମାନଙ୍କ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପରେ ଶାସନ କରିବା ପାଇଁ ଆମ୍ଭେ ନିଯୁକ୍ତ କରିବା। କାରଣ ମୋ’ ପରି କିଏ ଅଛି? ଏପରି ପାଳକ କେହି ଅଛି, ଯିଏ କି ଆମ୍ଭ ସମ୍ମୁଖରେ ଠିଆ ହେବ?”
20 ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା
ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ।
ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ।
ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।
21 ଇଦୋମର ପତନ ଶବ୍ଦରେ ପୃଥିବୀ କମ୍ପିତ ହେଉଅଛି।
ସେମାନଙ୍କର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ଯ୍ୟନ୍ତ ଶୁଣାଯାଉଛି।
22 ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ,
ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ।
ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ
ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ।
ଦମ୍ମେଶକ ବିଷୟରେ ଏକ ବାର୍ତ୍ତା
23 ଦମ୍ମେଶକ ପାଇଁ ଏହି ବାର୍ତ୍ତା,
“ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି,
କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି।
ସେମାନେ ନିରୁତ୍ସାହିତ ହୋଇଅଛନ୍ତି,
ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ।
24 ଦମ୍ମେଶକ ଦୁର୍ବଳ ହୋଇଅଛି।
ଏହା ରକ୍ଷା ପାଇବା ପାଇଁ ଆଶା କରୁଅଛି।
ସେମାନଙ୍କୁ ଭୟ ଆକ୍ରାନ୍ତ କରିଅଛି,
ପ୍ରସବକାଳୀନ ତୀବ୍ର ବେଦନାଗ୍ରସ୍ତ ସ୍ତ୍ରୀ ପରି
ସେମାନେ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି।
25 “ସୁଖମୟ ଓ ‘ଆନନ୍ଦଦାୟକ’ ଦମ୍ମେଶକ ନଗର
କିପରି ପରିତ୍ୟକ୍ତ ହୋଇଅଛି।
26 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।”
27 “ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା
ଓ ତାହା ବିନ୍ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।”
କେଦର ଓ ହାତ୍ସୋର ବିଷୟରେ ବାର୍ତ୍ତା
28 ବାବିଲର ରାଜା ନବୂଖଦ୍ନିତ୍ସର ଦ୍ୱାରା ପରାଜିତ କେଦରର ଓ ହାତ୍ସୋରର ରାଜା ସମୂହ ବିଷୟରେ ଏହି ବାର୍ତ୍ତା।
ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାଅ ଓ କେଦରର ପରିବାରବର୍ଗକୁ ଆକ୍ରମଣ କର।
ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।
29 ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲକୁ ନେଇଯିବେ।
ସେମାନଙ୍କର ଯବନିକା, ସେମାନଙ୍କର ଯାବତୀୟ ପାତ୍ର ଓ ଓଟ ପଲକୁ
ସେମାନେ ନିଜ ପାଇଁ ନେଇଯିବେ।
ଆଉ ‘ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି’
ସେମାନେ ଉଚ୍ଚସ୍ୱରରେ କହିବେ।”
30 ସଦାପ୍ରଭୁ କହନ୍ତି,
“ହେ ହାତ୍ସୋର ନିବାସୀଗଣ, ପଳାୟନ କର।
ନିରାପଦ ସ୍ଥାନରେ ଲୁଚି ରୁହ।
କାରଣ ବାବିଲର ରାଜା ନବୂଖଦ୍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛ।
ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ସଂକଳ୍ପ କରିଅଛି।
31 ସଦାପ୍ରଭୁ କହନ୍ତି, “ଯେଉଁ ଦେଶ କବାଟ ବିହୀନ
ଓ ହୁଡ଼ୁକା ନ ଥିବା ସ୍ଥାନରେ ରହି
ନିଜକୁ ନିରାପଦ ମନେ କରୁଛନ୍ତି,
ସେହିମାନଙ୍କୁ ଆକ୍ରମଣ କର।
32 ଶତ୍ରୁଗଣ ସେମାନଙ୍କର ଓଟଗୁଡ଼ିକୁ ନେଇଯିବେ।
ସେମାନଙ୍କର ଅପାର ପଶୁପଲ ଲୁଣ୍ଠିତ ହେବେ।
ପୁଣି ଯେଉଁମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା
ଓ ସେମାନଙ୍କ ନିକଟକୁ ଗ୍ଭରିଆଡ଼ୁ ବିପଦ ଆଣିବା।”
ଏହା ସଦାପ୍ରଭୁ କହନ୍ତି।
33 “ହାତ୍ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ।
କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ।
ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”
ଏଲମ ବିଷୟରେ ବାର୍ତ୍ତା
34 ଯିହୁଦାର ରାଜା ସିଦିକିୟର ରାଜତ୍ୱର ଆରମ୍ଭ ସମୟରେ ଏଲମ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।
35 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମର ସବୁଠାରୁ
ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।
36 ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଗ୍ଭରି ବାୟୁକୁ ଏଲମ ବିରୁଦ୍ଧରେ ପ୍ରବାହିତ କରାଇବା।
ଆଉ ସେହିସବୁ ବାୟୁ ଏଲମକୁ ପୃଥିବୀର ଗ୍ଭରିଆଡ଼େ ଛିନ୍ନଭିନ୍ନ କରିବ।
ପୃଥିବୀର ଏପରି ଦେଶ ନ ଥିବ ଯେଉଁଠାକୁ
ଏଲମର ପଳାତକ ଯାଇ ନ ଥିବେ।
37 ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କର ଶତ୍ରୁଗଣ ସମ୍ମୁଖରେ
ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ସମ୍ମୁଖରେ ବିନାଶ କରିବା।”
ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କ ଉପରେ
ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା
ଓ ସେମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ
ସେମାନଙ୍କ ପଛରେ ଏକ ଖଡ଼୍ଗ ପଠାଇବା।”
38 ପୁଣି ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା
ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।”
39 ମାତ୍ର ସଦାପ୍ରଭୁ କହନ୍ତି,
“ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।”
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
ଦାଉଦଙ୍କର ଗୀତ।
27 ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
2 ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
3 ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
4 ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”
5 ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
6 ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।
7 ହେ ସଦାପ୍ରଭୁ, ମୋର ଡାକ ଶୁଣ।
ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
9 ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
ମୋତେ ସାହାଯ୍ୟ କର।
ମୋତେ ଦୂର କର ନାହିଁ।
ମୋତେ ପରିତ୍ୟାଗ କର ନାହିଁ।
ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
ବଳଶାଳୀ ଓ ସାହସିକ ହୁଅ
ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
2010 by World Bible Translation Center