Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 9

ଶାଉଲ ତାଙ୍କ ବାପାଙ୍କ ଗଧର ଯତ୍ନ ନେଲେ

ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା। କୀ‌ଶ୍‌ଙ୍କର ପୁଅଙ୍କର ନାମ ଶାଉଲ। ଶାଉଲ ଜଣେ ସୁନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟଙ୍କ ମଧ୍ୟରେ ସୁନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଅଧିକ ଉଚ୍ଚ ଥିଲେ।

ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ୍ ଶାଉଲକୁ କହିଲେ, “ତୁମ୍ଭେ ଗ୍ଭକରମାନଙ୍କ ମଧ୍ୟରୁ ଜଣକୁ ନେଇ ଗଧମାନଙ୍କର ସନ୍ଧାନ ନିଅ।” ଶାଉଲ ଗଧମାନଙ୍କୁ ଖୋଜିବା ପାଇଁ ଗଲେ। ସେ ଇଫ୍ରୟିମ ପର୍ବତ ଅଞ୍ଚଳ ଦେଇ ଗଲେ, ତା’ପରେ ଶାଲିଶା ପ୍ରଦେଶ ଦେଇ ଗଲେ। କିନ୍ତୁ ସେ ଦୁହେଁ ନିରାଶ ହେଲେ। ତେଣୁ ସେମାନେ ଶାଲୀମ୍ ପ୍ରଦେଶ ଦେଇ ଗଲେ ସେଠାରୁ ନିରାଶ ହେବାରୁ ବିନ୍ୟାମୀନଙ୍କ ପ୍ରବେଶ ଦେଇଗଲେ। ସେଠାରେ ମଧ୍ୟ ନିରାଶ ହେଲେ।

ଶେଷରେ ସେମାନେ ସୂଫ ସହରକୁ ଆସିଲେ। ତା’ପରେ ଶାଉଲ ତାଙ୍କର ଗ୍ଭକରକୁ କହିଲେ, “ଗ୍ଭଲ! ଆମ୍ଭେ ଫେରିଯିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତ୍ତେ ଆମ୍ଭମାନଙ୍କ ପାଇଁ ବ୍ୟସ୍ତ ହେଉଥିବେ।”

ଗ୍ଭକର କହିଲା, “ଏ ସହରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ୟ‌ଦ୍‌ବାଣୀ ସତ ହୁଏ। ଗ୍ଭଲ, ସେଠାକୁ ଯିବା, ପରମେଶ୍ୱରଙ୍କ ଲୋକ ଆମ୍ଭକୁ ଗଧମାନଙ୍କର ସନ୍ଧାନ ଦେଇପାରନ୍ତି।”

ତା’ପରେ ଶାଉଲ ଗ୍ଭକରକୁ କହିଲେ, “ଆମ୍ଭେ ନିଶ୍ଚୟ ସହରକୁ ଯିବା, କିନ୍ତୁ ଆମ୍ଭେମାନେ ତାଙ୍କୁ କ’ଣ ଉପହାର ଦେବା। ବର୍ତ୍ତମାନ ଏପରିକି ଆମ୍ଭ ଖାଦ୍ୟ ମୁଣାରୁ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ’ଣ ଦେବା।”

ପୁନ୍ନରାୟ ଗ୍ଭକର କହିଲା, “ଦେଖ, ମୋ’ ପାଖରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି। ଆସ ପଇସାକୁ ଆମ୍ଭେ ପରମେଶ୍ୱରଙ୍କର ଲୋକମାନଙ୍କୁ ଦେବା। ତା’ପରେ ତାଙ୍କ କଥା ଅନୁସାରେ ଆମ୍ଭେ ସେ ସ୍ଥାନକୁ ଯିବା।”

9-11 ଶାଉଲ ଗ୍ଭକରକୁ କହିଲେ, “ଏହା ଏକ ଉତ୍ତମ ବୁଦ୍ଧି। ଗ୍ଭଲ ଯିବା,” ତା’ପରେ ସେମାନେ ପରମେଶ୍ୱରଙ୍କ ଲୋକଙ୍କ ନଗରକୁ ଯାତ୍ରା ଆରମ୍ଭ କଲେ।

ଶାଉଲ ଏବଂ ଗ୍ଭକର ପାର୍ବତ୍ୟାଞ୍ଚଳ ଦେଇ ଯାତ୍ରା କଲେ। ସେମାନେ ଯିବା ରାସ୍ତାରେ କେତେକ ଯୁବତୀଙ୍କୁ ଦେଖିଲେ। ଯୁବତୀମାନେ ପାଣି ନେବା ପାଇଁ ଆସିଥିଲେ। ଶାଉଲ ଓ ତାଙ୍କ ଗ୍ଭକର ଯୁବତୀମାନଙ୍କୁ ପଗ୍ଭରିଲେ, “ଧର୍ମାତ୍ମା ଏଠାରେ ଅବସ୍ଥାନ କରୁଛନ୍ତି କି?” (ଅତୀତରେ ଇସ୍ରାଏଲୀୟମାନେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ “ଧର୍ମାତ୍ମା” କହୁଥିଲେ। ଯଦି ସେମାନେ ପରମେଶ୍ୱରଙ୍କଠାରୁ କିଛି ମାଗିବା ପାଇଁ ଗ୍ଭହୁଁଥିଲେ, ସେମାନେ କହିଲେ, “ଆସ ଧର୍ମାତ୍ମା ନିକଟକୁ ଯିବା।”)

12 ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି। 13 ତୁମ୍ଭେମାନେ ସହର ଭିତରକୁ ଯାଅ, ତାଙ୍କୁ ପାଇଯିବ। ଯଦି ତୁମ୍ଭେ ଚଞ୍ଚଳ ଯିବ, ତେବେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନରେ ଭୋଜନ ପୂର୍ବରୁ ସାକ୍ଷାତ କରି ପାରିବ। ସେଠାରେ ସେ ନୈବେଦ୍ୟ ଆଶୀର୍ବାଦ କରିବେ। ତା’ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହୁଅ ତାଙ୍କୁ ପାଇ ପାରିବ।”

14 ଶାଉଲ ଏବଂ ତାଙ୍କ ଗ୍ଭକର ଆଗକୁ ଗ୍ଭଲିଲେ। ସେମାନେ ସହରରେ ପହଞ୍ଚିବା ମାତ୍ରେ ଦେଖିଲେ ଶାମୁୟେଲ ଠିକ୍ ସେ ସମୟରେ ସହରରୁ ଉପାସନା ସ୍ଥାନକୁ ଆସୁଛନ୍ତି।

15 ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ, 16 “ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।”

17 ଶାମୁୟେଲ ଶାଉଲକୁ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, “ଏହି ସେହି ଲୋକ, ମୁଁ ଯାହା କଥା କହୁଥିଲି ସେ ମୋର ଲୋକମାନଙ୍କୁ ଶାସନ କରିବ।”

18 ଶାଉଲ ଫାଟକ ପାଖରେ ଠିଆ ହୋଇଥିବା ଜଣେ ଲୋକଙ୍କୁ ପରମେଶ୍ୱରଙ୍କ ଲୋକଙ୍କୁ ଭେଟିବାର ଦିଗ ପଗ୍ଭରିଲେ। ଏ ବ୍ୟକ୍ତି ଜଣକ କିନ୍ତୁ ଶାମୁୟେଲ ଥିଲେ, ଶାଉଲ କହିଲେ, “କ୍ଷମା କରିବେ, ଆପଣ ପରମେଶ୍ୱରଙ୍କ ଲୋକଙ୍କ ଘର ବତେଇ ଦେବେ କି?”

19 ଶାମୁୟେଲ କହିଲେ, “ମୁଁ ପରମେଶ୍ୱରଙ୍କ ଲୋକ। ମୋତେ ଅନୁସରଣ କର ମୁଁ ଉଚ୍ଚସ୍ଥାନକୁ ନେଇଯିବି। ତୁମ୍ଭେ ଏବଂ ତୁମ୍ଭ ଦାସ ମୋ’ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭେମାନେ ଘରକୁ ଫେରିଯିବ। ଏବଂ ମୁଁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦେବି। 20 ତୁମ୍ଭେମାନେ ତିନି ଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦୁଃଖ କର ନାହିଁ। ସେମାନଙ୍କୁ ମିଳିଯାଇଛି। ବର୍ତ୍ତମାନ ଇସ୍ରାଏଲୀୟମାନେ ଜଣେ ବ୍ୟକ୍ତିର ସନ୍ଧାନରେ ଅଛନ୍ତି ଏବଂ ସେ ବ୍ୟକ୍ତିଜଣକ ତୁମ୍ଭେ ଅଟ। ସେମାନେ ତୁମ୍ଭକୁ ଏବଂ ତୁମ୍ଭ ପିତାଙ୍କ ପରିବାରବର୍ଗକୁ ଗ୍ଭହାନ୍ତି।”

21 ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”

22 ଶାମୁୟେଲ ଶାଉଲ ଏବଂ ତାଙ୍କ ଦାସକୁ ଭୋଜନ ସ୍ଥାନକୁ ନେଲେ। ସେ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଟେବୁଲ୍ ପାଖରେ ଶାଉଲଙ୍କୁ ଏବଂ ତାଙ୍କର ଦାସ ତିରିଶ୍ ଜଣ ନିମନ୍ତ୍ରିତ ଅତିଥି ମଧ୍ୟରେ ପ୍ରଦାନ କଲେ। 23 ଶାମୁୟେଲ ରୋଷେଇଆକୁ ନିର୍ଦ୍ଦେଶ ଦେଲେ, “ମୁଁ ତୁମ୍ଭକୁ ରଖିବାକୁ କହି ଦେଇଥିବା ମାଂସ ଆଣ।”

24 ରୋଷେଇଆ ଚଟୁଆ [a] ମାଂସ ଆଣି ଶାଉଲଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଲା। ଶାମୁୟେଲ କହିଲେ, “ତୁମ୍ଭେ ତୁମ୍ଭ ଟେବୁ‌ଲ୍‌ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶେଷ ସମୟ ପାଇଁ ଯେତେବେଳେ ଏକତ୍ରିତ ହେବା ପାଇଁ ମୁଁ ଲୋକମାନଙ୍କୁ ଡାକିଲି।” ତା’ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ।

25 ସେମାନେ ଖାଦ୍ୟ ଖାଇ ସାରିବା ପରେ ସେ ଉପାସନା ସ୍ଥଳରୁ ସହରକୁ ଫେରିଲେ। ଶାମୁୟେଲ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ 26 ଏବଂ ଶାଉଲ ଶୋଇବା ପାଇଁ ଗଲେ।

ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ।

27 ଶାଉଲ, ଦାସ ଏବଂ ଶାମୁୟେଲ ସହର ପ୍ରାନ୍ତରେ ପହଞ୍ଚିବା ସମୟରେ ଶାମୁୟେଲ କହିଲେ, “ଦାସକୁ ଆଗକୁ ଯିବାକୁ କୁହ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ବାର୍ତ୍ତା କହିବାକୁ ଗ୍ଭହେଁ।” ତେଣୁ ଦାସ ଆଗରେ ଗ୍ଭଲିଲା।

ରୋମୀୟଙ୍କ ପ୍ରତି ପତ୍ର 7

ବିବାହର ଦୃଷ୍ଟାନ୍ତ

ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ବ୍ୟବସ୍ଥା ଜାଣ। ତୁମ୍ଭେମାନେ ଜାଣ ଯେ ଯେତେବେଳେ ଜଣେ ଲୋକ ଜୀବିତ, ବ୍ୟବସ୍ଥା ତାହାକୁ ନିୟନ୍ତ୍ରିତ କର। ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା’ ସହିତ ଆବଦ୍ଧ ହୋଇ ରହିଥାଏ। କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇ ଯାଏ। କିନ୍ତୁ ଯେତେବେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ଅବସ୍ଥାରେ, ଆଉ ଜଣକୁ ବିବାହକରେ, ବ୍ୟବସ୍ଥା କୁହେ ଯେ, ସେ ବ୍ୟଭିଗ୍ଭର ଦୋଷରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ୱାମୀ ମରି ଯାଏ, ତାହାହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଏ। ଅତଏବ, ଯଦି ସେହି ସ୍ତ୍ରୀଲୋକ ସ୍ୱାମୀର ମୃତ୍ୟୁ ପରେ ଆଉ ଜଣକୁ ବିବାହକରେ, ସେ ବ୍ୟଭିଗ୍ଭର ଦୋଷରେ ଆଉ ଦୋଷୀ ହୁଏ ନାହିଁ।

ଠିକ୍ ସେହିଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଇଛ। ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ। ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା। ଅତୀତରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ୱାରା ବ୍ୟବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ୟାତ୍ମିକ ମୃତ୍ୟୁ ଘଟାଉ ଥିଲା। ଅତୀତର ବ୍ୟବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ୟକ୍ତିତ୍ୱ ଏବେ ମରି ଯାଇଛି ଓ ଆମ୍ଭେ ବ୍ୟବସ୍ଥାରୁ ମୁକ୍ତ ହୋଇ ସାରିଛୁ। ଅତଏବ ଆମ୍ଭେ ପ୍ରାଚୀନ ପଦ୍ଧତି ଲିଖିତ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସେବା କରୁ ନାହୁଁ। ଆମ୍ଭେ ପରମେଶ୍ୱରଙ୍କ ନୂତନ ପଦ୍ଧତିରେ ଆତ୍ମାରେ ସେବା କରୁଅଛୁ।

ପାପ ସହିତ ଆମ୍ଭର ସଂଘର୍ଷ

ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।” [a] ଏହି ଆଦେଶ ଅନୁସାରେ ମୋ’ ଭିତରେ ସମସ୍ତ ପ୍ରକାରର ଭୁଲ୍ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହେତୁ ପାପ ମୋ’ ପାଖକୁ ଆସିଲା। କିନ୍ତୁ ବ୍ୟବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ। ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି। କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି। 10 ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମୋ’ ପାଇଁ ଆଜ୍ଞା ଆଣିଲା ମୃତ୍ୟୁ। 11 ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା।

12 ଅତଏବ ବ୍ୟବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ୟ ପବିତ୍ର, ଠିକ୍ ଓ ଉତ୍ତମ। 13 ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ’ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହା ହିଁ ଦେଖାଇବା ପାଇଁ ହେଲା।

ମଣିଷର ଦ୍ୱନ୍ଦ

14 ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ। କିନ୍ତୁ ମୁଁ ଆତ୍ମିକ ନୁହେଁ। ପାପର ଦାସ ଭଳି ମୁଁ ତା’ ପାଖରେ ବିକ୍ରି ହୋଇ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ। 15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ। 16 ଯେଉଁ କାମ କରିବାକୁ ମୁଁ ଗ୍ଭହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ ମୁଁ କରେ। 17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ। 18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ। 19 ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ। 20 ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଗ୍ଭହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ। ମୋ’ ଭିତରେ ଥିବା ପାପ ଏହିସବୁ କାମ କରେ।

21 ସେହିଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ। 22 ମୋ’ ମନରେ, ମୁଁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ସୁଖୀ। 23 କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି। ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି। ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସୋହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ। 24 ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ। 25 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଧନ୍ୟବାଦ ହେଉ।

ଅତଏବ-ମୋ’ ମନ ସହିତ ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାର ଦାସ। କିନ୍ତୁ ପାପପୂର୍ଣ୍ଣ ସ୍ୱଭାବରେ ମୁଁ ପାପଯୁକ୍ତ ନିୟମର ଦାସ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 46

ବିଭିନ୍ନ ଗୋଷ୍ଠୀ ସମ୍ବନ୍ଧରେ ବାର୍ତ୍ତା

46 ବିଭିନ୍ନ ଗୋଷ୍ଠୀଗଣ ବିଷୟରେ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ମିଶର ସମ୍ବନ୍ଧରେ ବାର୍ତ୍ତା

ମିଶର ଦେଶ ସମ୍ବନ୍ଧରେ ଏହି ବାର୍ତ୍ତା। ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ଅଧିକାରର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ମିଶରର ରାଜା ଫାରୋ-ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟ ସାମନ୍ତ ବିଷୟକ କଥା।

“ତୁମ୍ଭେମାନେ ଚର୍ମରେ ଢାଲ ଓ ଫଳକ ପ୍ରସ୍ତୁତ କର
    ଓ ଯୁଦ୍ଧ କରିବା ଲାଗି ଅଗ୍ରସର ହୁଅ।
ହେ ଅଶ୍ୱାରୋହୀଗଣ,
    ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର।
ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ।
    କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ।
ଆମ୍ଭେ କ’ଣ ଦେଖୁଅଛୁ?
    ସେମାନେ ଉ‌‌ଦ୍‌‌ବିଗ୍ନ ହୋଇ ପଛକୁ ଫେରୁଛନ୍ତି।
ସେମାନଙ୍କର ବୀରଗଣ
    ପରାସ୍ତ ହୋଇଛନ୍ତି
ଓ ପଛକୁ ନ ଗ୍ଭହିଁ
    ଶୀଘ୍ର ଶୀଘ୍ର ପଳାୟନ କରୁଛନ୍ତି।
    ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ଭରି ଯାଇଛି।”
ସଦାପ୍ରଭୁ ଏହିସବୁ କହନ୍ତି।

“ଦ୍ରୁତଗାମୀ ଲୋକ ପଳାୟନ କରି ପାରିବେ ନାହିଁ,
    କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ।
ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିବେ
    ଓ ସେମାନଙ୍କର ପତନ ହେବ।
ସେ କିଏ ଯେ କି ନୀଳନଦୀପରି ଉଠୁଅଛି
    ଓ ନଦୀ ସମୂହର ଜଳରାଶି ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି?
ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ୟ ଉଠୁଅଛି।
    ତା’ର ଜଳରାଶି ନଦୀ ସମୂହର ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି।
ଆଉ ସେ କହୁଅଛି, ‘ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଳାବିତ କରିବି,
    ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।’
ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ।
    ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର,
ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର।
    କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ,
    ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।

10 “କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ
    ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ।
‌‌ଖ‌ଡ଼୍‌ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ
    ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ।
କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ
    ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି।

11 “ହେ ମିଶରର ଅନୂଢ଼ା କନ୍ୟା, ତୁମ୍ଭେ ଗିଲିୟଦଠାରୁ ଔଷଧ ନିଅ।
    ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ୟ ତାହା ବ୍ୟର୍ଥ ହେବ,
    ତୁମ୍ଭେ ଆରୋଗ୍ୟ ହେବ ନାହିଁ।
12 ଗୋଷ୍ଠୀଗଣ ତୁମ୍ଭର କ୍ରନ୍ଦନ ଶୁଣିବେ।
    ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ ହେବ।
କାରଣ ‘ବୀର ସୈନିକ’ ଅନ୍ୟ ଜଣେ ‘ବୀର ସୈନିକ’ ଉପରେ ଝୁଣ୍ଟି ପଡ଼ିବ
    ଓ ସେ ଦୁହେଁ ଏକତ୍ର ପଡ଼ିବେ।”

13 ବାବିଲର ରାଜା ନବୂଖ‌ଦ୍‌ନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ କହିଲେ,

14 “ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର,
    ମି‌ଗ୍‌ଦୋଲରେ ଘୋଷଣା କର,
    ଆଉ ନୋଫ ଓ ତଫ‌‌‌ନ୍‌‌‌ହେଷରେ କୁହ,
‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର।
    କାରଣ ‌‌ଖ‌ଡ଼୍‌ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’
15 “ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ୟୁବରଣ କରିବେ
    ଓ ସେମାନେ ସ୍ଥିର ହୋଇ ଛିଡ଼ା ହୋଇ ପାରିବେ ନାହିଁ।
    କାରଣ ସଦାପ୍ରଭୁ ସେମାନଙ୍କୁ ତଳେ ଠେଲି ପକାଇ ଦେବେ।
16 ସେହି ସୈନ୍ୟଗଣ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ।
    ସେମାନେ ପୁଣି କହିବେ,
‘ଉଠ, ଆମ୍ଭେମାନେ ‌‌ଖ‌ଡ଼୍‌ଗରୁ ରକ୍ଷା ପାଇବା ପାଇଁ
    ଆପଣା ଲୋକମାନଙ୍କ ନିକଟକୁ ପଳାଇଯିବା
ଓ ଆପଣା ଜନ୍ମଭୂମିକୁ
    ପୁନର୍ବାର ଫେରିଯିବା।’
17 ସେମାନଙ୍କ ଜନ୍ମଭୂମିରେ ଲୋକମାନେ କହିବେ,
    ‘ଫାରୋ କେବଳ ଜଣେ ଅହଙ୍କାରୀ,
    ଯିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।”’
18 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
    “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି,
ଯିଏ କି ତାବୋର ପର୍ବତ ସଦୃଶ ମହାନ
    କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।
19 ହେ ମିଶରର କନ୍ୟା,
    ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର।
କାରଣ ନୋଫ ଧ୍ୱଂସପ୍ରାପ୍ତ
    ଓ ଦ‌ଗ୍‌ଧିଭୂତ ହେବ।
    ସେଠାରେ କେହି ଲୋକ ବାସ କରିବେ ନାହିଁ।

20 “ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି,
    ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କ‌‌ଲ୍‌‌ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ।
21 ଆହୁରି ମିଶରର ବେତନଗ୍ରାହୀ ସୈନ୍ୟମାନେ ଗୋଶାଳାର ଗୋବତ୍ସ ତୁଲ୍ୟ।
    ସେମାନେ ପଳାୟନ କରିବେ।
    ସେମାନେ ଆକ୍ରମଣର ସମ୍ମୁଖୀନ ହୋଇ ପାରିବେ ନାହିଁ।
କାରଣ ସେମାନଙ୍କର ବିପଦର ଦିନ ଆସୁଅଛି
    ଓ ସେମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିଫଳ ପାଇବେ।
22 ମିଶର ସର୍ପତୁଲ୍ୟ ଶବ୍ଦକରି
    ପଳାଇବାକୁ ଚେଷ୍ଟା କରିବ।
ମାତ୍ର ଶତ୍ରୁଗଣ ତା’ର ନିକଟରୁ
    ନିକଟତର ହେବେ।
ସେମାନେ କାଠ ‌‌କଟାଳୀ ସଦୃଶ କୁହ୍ରାଡ଼ି ନେଇ
    ତା’ ବିରୁଦ୍ଧରେ ଆକ୍ରମଣ କରିବେ।”

23 ସଦାପ୍ରଭୁ କହନ୍ତି,
    “ମିଶରର ସୈନ୍ୟ ଅରଣ୍ୟ ସଦୃଶ।
ଅଗଣିତ ହେଲେ ହେଁ
    ଶତ୍ରୁସୈନ୍ୟ ସେମାନଙ୍କୁ ହାଣି ପକାଇବେ।
କାରଣ ଶତ୍ରୁସୈନ୍ୟ ପଙ୍ଗପାଳ ଅପେକ୍ଷା
    ଅନେକ ଓ ଅସଂଖ୍ୟ ଅଟନ୍ତି।
24 ମିଶର ଲଜ୍ଜିତା ହେବ।
    ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେବ।”

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା। 26 ପୁଣି ସେମାନଙ୍କର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।”

ପୁଣି ସଦାପ୍ରଭୁ କହନ୍ତି, “ପୂର୍ବକାଳରେ ମିଶର ଯେଉଁପରି ଶାନ୍ତିରେ ବାସ କରୁଥିଲା, ଏହି ଦୁଃସମୟ ପରେ ସେ ପୁନର୍ବାର ଶାନ୍ତିରେ ରହିବ।”

ଉତ୍ତର ଇସ୍ରାଏଲ ପାଇଁ ଏକ ବାର୍ତ୍ତା

27 “ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ
    କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ।
ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ
    ତୁମ୍ଭ ବଂଶକୁ ଉଦ୍ଧାର କରିବା।
ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା ।
    ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”
28 ସଦାପ୍ରଭୁ କହନ୍ତି,
“ହେ ମୋର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ।
    କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ,
ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ,
    ଆମ୍ଭେ ସେମାନଙ୍କୁ ସଂହାର କରିବା।
    ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ।
ଆମ୍ଭେ ତୁମ୍ଭକୁ ବିବେଚନା ପୂର୍ବକ ଶାସ୍ତି ଦେବା।
    ମାତ୍ର ତୁମ୍ଭକୁ ଦଣ୍ଡ ନ ଦେଇ
    ଛାଡ଼ିବା ନାହିଁ।”

ଗୀତସଂହିତା 22

ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ।

22 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ?
    ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ?
    ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।
ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି
    କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ
ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।

ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ।
    ତୁମ୍ଭେ ରାଜାର ଆସନରେ ଆସୀନ।
    ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।
ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ।
    ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ।
    ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ।
ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ।
    ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।
କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ,
    ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।
ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି।
    ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।
ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି।
    ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”

ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ।
    ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି।
    ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି।
10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି।
    ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି।

11 ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।
12 ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି।
    ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
13 ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି
    ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ।

14 ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି,
    ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି।
ମୋର ଅସ୍ଥିସବୁ ଭାଙ୍ଗି ଯାଉଛି।
    ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।
15 ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି।
    ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।
16 “କୁକୁରମାନେ” ମୋର ଗ୍ଭରିକଡ଼ରେ ଘେରି ରହିଛନ୍ତି।
    ସେହି ଦୁଷ୍ଟ ଲୋକମାନେ ଦଳବଦ୍ଧ ହୋଇ ମୋତେ ଯନ୍ତାରେ ପକାଇଛନ୍ତି।
    ସେମାନେ ମୋର ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।
17 ମୋର ପଞ୍ଜରା ସବୁ ଗଣି ହୋଇ ଯାଉଛି
    ଓ ସେହି ଲୋକମାନେ ମୋ’ ଆଡ଼କୁ କ୍ରୁର ଦୃଷ୍ଟିରେ ଗ୍ଭହୁଁଛନ୍ତି।
18 ସେହି ଲୋକମାନେ ମୋର ବସ୍ତୁସବୁ ନିଜ ଭିତରେ ବାଣ୍ଟି ନେଲେ।
    ସେମାନେ ମୋର ଗ୍ଭେଗାକୁ ବାଜି ଲଗାନ୍ତି।

19 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ତୁମ୍ଭେ ହିଁ ମୋର ଶକ୍ତି, ଶୀଘ୍ର ମୋତେ ସାହାଯ୍ୟ କର।
20 ହେ ସଦାପ୍ରଭୁ, ମୋର ପ୍ରାଣକୁ ସେହି ଖ‌ଡ଼୍‌ଗରୁ ରକ୍ଷା କର।
    ସେହି କୁକୁରମାନଙ୍କ କବଳରୁ ମୋର ମୂଲ୍ୟବାନ ଆତ୍ମାକୁ ରକ୍ଷା କର।
21 ମୋତେ ସିଂହ ମୁଖରୁ ଉଦ୍ଧାର କର।
    ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

22 ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି।
    ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।
23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
    ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
    ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
    ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
    ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
    ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
    ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
    ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
    ଯାହାସବୁ ପରମେଶ୍ୱର କରିଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center