Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 20

ଇସ୍ରାଏଲ ଓ ବିନ୍ୟାମୀନୀୟମାନଙ୍କ ମଧ୍ୟରେ ଯୁଦ୍ଧ

20 ଏଣୁ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ସେମାନେ ସମସ୍ତେ ମି‌ସ୍‌ପୀରେ ସଦାପ୍ରଭୁଙ୍କଠାରେ ଏକତ୍ରିତ ହେଲେ। ଇସ୍ରାଏଲୀୟମାନେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଓ ଗିଲିୟଦଠାରୁ ମଧ୍ୟ ଆସିଲେ। ଇସ୍ରାଏଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସେଠାରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣ ସେହି ସମାଜରେ ରହିଲେ। ‌‌ଖ‌ଡ଼୍‌ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 400,000। ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇସ୍ରାଏଲର ସମସ୍ତ ଲୋକ ମି‌ସ୍‌ପୀରେ ଏକତ୍ରିତ ହୋଇଛନ୍ତି। ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭମାନଙ୍କୁ କୁହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?”

ଲେବୀୟ ଲୋକ, ଯିଏ କି ହତ୍ୟା କରାଯାଇଥିବା ସ୍ତ୍ରୀଲୋକର ପ୍ରଭୁ, ସେମାନଙ୍କୁ କହିଲା, ଯାହା ସେମାନଙ୍କ ପ୍ରତି ଘଟିଯାଇଥିଲା। ସେ କହିଲା, “ମୋର ଉପପତ୍ନୀ ଏବଂ ମୁଁ ସେହି ବିନ୍ୟାମୀନୀୟ ଦେଶକୁ ଯାଇଥିଲୁ। ଆମ୍ଭେମାନେ ସେଠାରେ ରାତ୍ରି ଯାପନ କଲୁ। କିନ୍ତୁ ସେହି ରାତ୍ରିରେ ଗିବିୟାର ଅଧିପତି ସେଠାକୁ ଆସିଲେ। ଯେଉଁଠାରେ ମୁଁ ରହୁଥିଲି। ସେମାନେ ସେ ଗୃହକୁ ଘେରିଗଲେ। ଏବଂ ସେମାନେ ଗ୍ଭହିଁଲେ ମୋତେ ମାରିଦେବା ପାଇଁ ସେମାନେ ମୋର ଉପପତ୍ନୀଙ୍କୁ ଧର୍ଷଣ କଲେ। ଏବଂ ସେ ମରିଗଲା। ତେଣୁ ମୁଁ ମୋର ଉପପତ୍ନୀଙ୍କୁ ଗୃହକୁ ନେଇ ଆସିଲି ଏବଂ ତାକୁ କାଟି ଖଣ୍ତ ଖଣ୍ତ କରିଦେଲି। ତା’ପରେ ମୁଁ ତା’ର ଶରୀରର ଖଣ୍ତଗୁଡ଼ିକ ସାରା ଇସ୍ରାଏଲ ମଧ୍ୟକୁ ପଠାଇଦେଲି, କାରଣ ବିନ୍ୟାମୀନର ଏହିସବୁ ଲୋକମାନେ ଇସ୍ରାଏଲରେ ଏହିପରି ଜଘନ୍ୟ ଅପମାନଜନକ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଇସ୍ରାଏଲର ସମସ୍ତ ଲୋକଗଣ କୁହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭେମାନେ କ’ଣ କରିବା।”

ଏହା ପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡ଼ିଲେ ଓ କହିଲେ, “ଆମ୍ଭମାନଙ୍କ ମଧ୍ୟରୁ କେହି ଗୃହକୁ ଯିବା ନାହିଁ। କେହି କାହାର ସ୍ୱଗୃହକୁ ଫେରିବା ନାହିଁ। ଗିବିୟା ପ୍ରତି ଏବେ ଆମ୍ଭେମାନେ ଏହିପରି କରିବୁ, ଗୁଲିବାଣ୍ଟ କ୍ରମେ ତା’ର ପ୍ରତିକୂଳରେ ଯିବୁ। 10 ଆମ୍ଭେମାନେ 100 ଜଣ ଲୋକମାନଙ୍କରୁ ଦଶ ଜଣଙ୍କୁ, 1000 ଜଣରୁ 100 ଜଣଙ୍କୁ, ଆମ୍ଭର ସୈନ୍ୟବାହିନୀର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲୁ। ତେଣୁ ସୈନିକମାନେ ବିନ୍ୟାମୀନର ଗିଲିୟଦକୁ ଆକ୍ରମଣ କରିବେ। ସେମାନେ ସେହି ଲୋକମାନଙ୍କୁ ସେମାନଙ୍କର କୁକର୍ମ ଯୋଗୁଁ ଇସ୍ରାଏଲରେ ଦଣ୍ତ ଦେବେ।”

11 ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଜଣେ ଲୋକପରି ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ। 12 ଏହା ପରେ ଇସ୍ରାଏଲ ପରିବାରବର୍ଗ ବିନ୍ୟାମୀନର ସମୁଦାୟ ପରିବାରବର୍ଗ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଛି? 13 ଗିବିୟାର କୁକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ବର୍ତ୍ତମାନ ସମର୍ପଣ କର, ଯାହାଫଳରେ ଆମ୍ଭେମାନେ ସେମାନଙ୍କୁ ହତ୍ୟା କରି ପାରିବୁ ଏବଂ ଇସ୍ରାଏଲରୁ ଦୁଷ୍ଟତା ଦୂର କରିଦେବୁ।”

ମାତ୍ର ବିନ୍ୟାମୀନ ଆପଣା ସମ୍ପର୍କୀୟ ଇସ୍ରାଏଲ ଲୋକମାନଙ୍କର କଥା ଅନୁସାରେ ସମ୍ମତ ହେଲେ ନାହିଁ। 14 ପୁଣି ବିନ୍ୟାମୀନ ପରିବାରବର୍ଗର ଲୋକମାନେ ନଗରମାନରୁ ବାହାରି ଗିବିୟାକୁ ଯାଇ ଇସ୍ରାଏଲର ଅନ୍ୟ ବଂଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 15 ସେହି ଦିନ ନଗରମାନଙ୍କରୁ ଆସନ୍ତା ବିନ୍ୟାମୀନ ସନ୍ତାନଗଣର 26,000 ‌‌ଖ‌ଡ଼୍‌ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିୟା ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ। 16 ଏହି ଲୋକମାନଙ୍କ ମଧ୍ୟରେ 700 ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ୟ ନ ହରାଇ ସେମାନେ ଗୋଟିଏ କେଶକୁ ମଧ୍ୟ ବାଟୁଳି ଦ୍ୱାରା ଲକ୍ଷ୍ୟଭେଦ କରି ପାରନ୍ତି।

17 ବିନ୍ୟାମୀନ ପରିବାରବର୍ଗ ବ୍ୟତୀତ ଇସ୍ରାଏଲର 400,000 ‌‌ଖ‌ଡ଼୍‌ଗଧାରୀ ଗଣତି ହେଲେ। ସେମାନେ ସମସ୍ତେ ତାଲିମ ପ୍ରାପ୍ତ ସୈନିକ ଥିଲେ। 18 ଏହା ପରେ ଇସ୍ରାଏଲ ଲୋକମାନେ ବୈଥେଲହମକୁ ଗଲେ ଓ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ବିନ୍ୟାମୀନ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରଥମେ କିଏ ଯିବ।”

ସଦାପ୍ରଭୁ କହିଲେ, “ଯିହୁଦା ବଂଶର ଦଳ ପ୍ରଥମେ ଯିବ।”

19 ଏହା ପରେ ଇସ୍ରାଏଲ ଲୋକମାନେ ସକାଳୁ ଉଠିଲେ ଓ ଗିବିୟା ନିକଟରେ ସେମାନଙ୍କର ଛାଉଣି ସ୍ଥାପନ କଲେ।” 20 ତା’ପରେ ଇସ୍ରାଏଲୀୟମାନେ ବିନ୍ୟାମୀନ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ ଓ ଗିବିୟାଠାରେ ଯୁଦ୍ଧ କଲେ। 21 ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ।

22-23 ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?”

ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ।

24 ଯୁଦ୍ଧର ଦ୍ୱିତୀୟ ଦିନରେ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନ ସୈନ୍ୟମାନଙ୍କର ନିକଟବର୍ତ୍ତୀ ହେଲେ। 25 ଦ୍ୱିତୀୟ ଦିନରେ ବିନ୍ୟାମୀନ ପରିବାରବର୍ଗର ସୈନ୍ୟଗଣ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗିବିୟାରୁ ବାହାରି ଆସିଲେ। ଏହିଥର ବିନ୍ୟାମୀନ ତାଲିମପ୍ରାପ୍ତ ସୈନ୍ୟଗଣ ଇସ୍ରାଏଲର 18,000 ସୈନ୍ୟଙ୍କୁ ହତ୍ୟା କଲେ। ଯେଉଁମାନେ କି ସେମାନଙ୍କର ତାଲିମପ୍ରାପ୍ତ ସୈନିକ ଥିଲେ।

26 ଏହା ପରେ ଇସ୍ରାଏଲର ସମସ୍ତ ଲୋକ ବୈଥେଲହମକୁ ଗଲେ। ସେହି ସ୍ଥାନରେ ସେମାନେ ବସି ସଦାପ୍ରଭୁଙ୍କୁ ଗୁହାରି ଜଣାଇଲେ। ସେମାନେ ସେଠାରେ ଦିନ ତମାମ କିଛି ଖାଇଲେ ନାହିଁ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ହୋମବଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ। 27 ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଗ୍ଭରିଲେ, ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବୈଥେ‌ଲ୍‌ଠାରେ ଥିଲା।

28 ସେଠାରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିୟାସରର ବଂଶଧର ଥିଲେ। ଇଲିୟାସର ଥିଲା ହାରୋଣଙ୍କର ପୁତ୍ର। ଇସ୍ରାଏଲର ଲୋକମାନେ ପଗ୍ଭରିଲେ, “ବିନ୍ୟାମୀନର ଲୋକମାନେ ଆମ୍ଭର ସମ୍ପର୍କୀୟ। ଆମ୍ଭର ତାଙ୍କ ସହିତ ଯୁଦ୍ଧ କରିବା ଉଚିତ୍ ନା ଯୁଦ୍ଧ ବନ୍ଦ କରିବା ଉଚିତ୍?”

ସଦାପ୍ରଭୁ କହିଲେ, “ଆସନ୍ତା କାଲି ଯାଅ ଓ ସେମାନଙ୍କୁ ପରାସ୍ତ କର। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସହାୟ ହେବି।”

29 ଏହା ପରେ ଇସ୍ରାଏଲର କିଛି ସୈନିକ ଗିବିୟା ନଗରର ଚତୁର୍ପାର୍ଶ୍ୱରେ ଲୁଚିରହିଲେ। 30 ଇସ୍ରାଏଲର ସୈନ୍ୟମାନେ ତୃତୀୟ ଦିନ ଗିବିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ପୂର୍ବଥର ପରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିଲେ। 31 ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗିବିୟାରୁ ବାହାରି ଆସିଲେ। ଇସ୍ରାଏଲର ସୈନ୍ୟମାନେ ପଳାୟନ କଲେ ଓ ବିନ୍ୟାମୀନ ସୈନ୍ୟମାନେ ସେମାନଙ୍କର ପଛରେ ଗୋଡ଼ାଇଲେ। ଏହି ପ୍ରକାରେ ସେମାନେ ଇସ୍ରାଏଲୀୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକୁ ପଛରେ ଛାଡ଼ି ଯିବାର କଲେ।

ବିନ୍ୟାମୀନର ସୈନ୍ୟମାନେ ପୂର୍ବଥର ପରି ଇସ୍ରାଏଲର କେତେକ ସୈନ୍ୟମାନଙ୍କୁ ମାରିବାକୁ ଲାଗିଲେ। ଏହିପରି ଭାବରେ ତିରିଶ୍ ଜଣ ସୈନ୍ୟ ହତ ହେଲେ। ସେମାନେ କେତେକ ଲୋକଙ୍କୁ କ୍ଷେତ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଡ଼କରେ ହତ୍ୟା କଲେ। ଗୋଟିଏ ରାସ୍ତା ଗିବିୟାକୁ ପଡ଼ିଥିଲା, ଅନ୍ୟଟି ବୈଥେ‌ଲ୍‌କୁ। 32 ବିନ୍ୟାମୀନର ଲୋକମାନେ ସେମାନଙ୍କ ମଧ୍ୟରେ କୁହା କୁହି ହେଲେ, “ଆମ୍ଭେ ପୂର୍ବପରି ଜିତିବୁ।”

ଇସ୍ରାଏଲର ଲୋକମାନେ ଦୌଡ଼ିପଳାଇଲେ। କିନ୍ତୁ ଏହା ଏକ ଗ୍ଭତୁରୀ ଥିଲା। ସେମାନେ ଗ୍ଭହୁଁଥିଲେ ବିନ୍ୟାମୀନ ଲୋକମାନେ ସେମାନଙ୍କର ନଗରରୁ ବାହାରି ରାସ୍ତାକୁ ପଳାଇ ଆସନ୍ତୁ। 33 ତେଣୁ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ସ୍ଥାନରୁ ଉଠି ଦୌଡ଼ିଲେ। ସେମାନେ ସମସ୍ତେ ଗୋଟିଏ ଜାଗାରେ ରୁଣ୍ଡ ହେଲେ। ସେହି ସ୍ଥାନର ନାମ ଥିଲା ବା‌ଲ୍‌ତାମର। ଇସ୍ରାଏଲର କେତେକ ଲୋକ ଗିବିୟାର ପଶ୍ଚିମରେ ଲୁଚି ରହୁଥିଲେ। ପୂର୍ବ ଗିବିୟାରେ, ସେମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ ଓ ଗିବିୟାକୁ ଆକ୍ରମଣ କଲେ। 34 10,000 ଉତ୍ତମ ତାଲିମପ୍ରାପ୍ତ ସୈନିକମାନେ ଗିବିୟାକୁ ଆକ୍ରମଣ କଲେ। ଏହା ଏକ ଭୟଙ୍କର ଯୁଦ୍ଧ ଥିଲା କିନ୍ତୁ ବିନ୍ୟାମୀନ ସୈନ୍ୟମାନେ ଅନୁଭବ କରି ପାରିଲେ ନାହିଁ ଯେ, ଏକ ଦୁର୍ଘଟଣା ସେମାନଙ୍କ ଉପରେ ଘଟିବାକୁ ଯାଉଛି।

35 ସଦାପ୍ରଭୁ ଇସ୍ରାଏଲର ସୈନ୍ୟମାନଙ୍କ ଦ୍ୱାରା ବିନ୍ୟାମୀନମାନଙ୍କୁ ପରାସ୍ତ କଲେ। ସେହି ଦିନ ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର 25,100 ସୈନ୍ୟମାନଙ୍କୁ ହତ୍ୟା କଲେ। ସେ ସମସ୍ତ ସୈନ୍ୟମାନେ ମୁଖ୍ୟତଃ ଯୁଦ୍ଧ ପାଇଁ ତାଲିମ ନେଇଥିଲେ। 36 ତେଣୁ ବିନ୍ୟାମୀନ ଲୋକମାନେ ଦେଖିଲେ ଯେ ସେମାନେ ହାରି ଯିବେ।

ଇସ୍ରାଏଲର ସୈନ୍ୟମାନେ ପଛକୁ ଫେରିଲେ। ସେମାନେ ବୁଲିଗଲେ କାରଣ ସେମାନେ ବିନ୍ୟାମୀନମାନଙ୍କ ଉପରେ ହଠାତ୍ ଆକ୍ରମଣ କରିବା ପାଇଁ ଗ୍ଭହୁଁଥିଲେ। ଯେଉଁ ଲୋକମାନେ ଗିବିୟାରେ ଲୁଚି ରହିଥିଲେ ସେହିମାନେ ଆକ୍ରମଣ ଆରମ୍ଭ କରିଦେଲେ। 37 ସେଠାରେ ଲୁଚିଥିବା ଲୋକମାନେ ଗିବିୟାକୁ ଆକ୍ରମଣ କରିଦେଲେ। ସେମାନେ ନଗରର ଗ୍ଭରିଆଡ଼େ ବ୍ୟାପିଗଲେ ଏବଂ ନଗରରେ ଖଣ୍ତା ଦ୍ୱାରା ପ୍ରତ୍ୟେକଙ୍କୁ ହତ୍ୟା କଲେ। 38 ବର୍ତ୍ତମାନ ଯେଉଁ ଇସ୍ରାଏଲୀୟ ଲୋକମାନେ ଲୁଚି ରହିଲେ, ସେମାନେ ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ନଗରରୁ ବୃହତ୍ ଧୂମ ମେଘ ଉଠାଇବେ। ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ନିଷ୍ପତ୍ତି ହୋଇଯାଇ ଥିଲା।

39 ବିନ୍ୟାମୀନର ସୈନ୍ୟମାନେ ପ୍ରାୟ ତିରିଶ୍ ଜଣ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ହତ୍ୟା କଲେ। ତେଣୁ ବିନ୍ୟାମୀନୀୟମାନେ ନିଜକୁ ନିଜେ କହିଲେ, “ଆମ୍ଭେମାନେ ଠିକ୍ ପୂର୍ବ ପରି ଜୟ କରୁଛୁ।” 40 କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ୟାମୀନର ସୈନ୍ୟମାନେ ବୁଲିକରି ଗ୍ଭହିଁଲେ ଏବଂ ଦେଖିଲେ କ’ଣ ସବୁ ଗ୍ଭଲୁଛି। ସେମାନେ ବୁଲିପଡ଼ି ଦେଖିଲେ ଯେ, ନଗରରେ ନିଆଁ ଜଳୁଛି। 41 ଏହା ପରେ ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ିବା ବନ୍ଦ କରିଦେଲେ। ସେମାନେ ସମସ୍ତେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହୋଇଗଲେ। ବିନ୍ୟାମୀନର ସୈନ୍ୟମାନେ ଭୟଭୀତ ହୋଇଗଲେ। ସେମାନେ ଅନୁଭବ କଲେ ଯେ, ଏକ ଭୟଙ୍କର ବିପଦ ସେମାନଙ୍କ ଉପରକୁ ଆସୁଅଛି।

42 ତେଣୁ ବିନ୍ୟାମୀନୀୟ ସୈନିକମାନେ ଇସ୍ରାଏଲ ସୈନ୍ୟଙ୍କ ପାଖରୁ ଦୌଡ଼ି ପଳାଇବାକୁ ଲାଗିଲେ। ସେମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ। କିନ୍ତୁ ସେମାନେ ଏପରି କରି ମଧ୍ୟ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇସ୍ରାଏଲର ସୈନ୍ୟମାନେ ନଗର ବାହାରକୁ ବାହାରି ଆସିଲେ ଏବଂ ସେମାନଙ୍କୁ ହତ୍ୟା କଲେ। 43 ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ସୈନ୍ୟମାନଙ୍କ ଚତୁର୍ପାର୍ଶ୍ୱରେ ଘେରିଗଲେ ଓ ସେମାନଙ୍କ ପଛରେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ବିଶ୍ରାମ ଦେଲେ ନାହିଁ । ଇସ୍ରାଏଲର ସୈନ୍ୟମାନେ ଗିବିୟାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ। 44 ଏହିପରି ଭାବରେ ବିନ୍ୟାମୀନୀୟର 18,000 ଯୋଦ୍ଧା ସୈନିକଙ୍କୁ ହତ୍ୟା କଲେ।

45 ବିନ୍ୟାମୀନୀୟ ସୈନ୍ୟମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ । ସେମାନେ ରିମ୍ମୋନ ଶୈଳ ନିକଟକୁ ଦୌଡ଼ିଲେ। କିନ୍ତୁ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନୀୟ 5000 ସୈନିକଙ୍କୁ ରାସ୍ତା ଉପରେ ହତ୍ୟାକଲେ। ଏବଂ ସେମାନେ ପଳାୟନକାରୀ ବିନ୍ୟାମୀନୀୟ ସୈନ୍ୟମାନଙ୍କୁ ଗିଦିୟୋମ୍ ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ। ସେଠାରେ ଇସ୍ରାଏଲର ସୈନ୍ୟମାନେ ଆହୁରି 2000 ବିନ୍ୟାମୀନର ସୈନ୍ୟମାନଙ୍କୁ ହତ୍ୟା କଲେ।

46 ସେହି ଦିନ 25,000 ଲୋକ ବିନ୍ୟାମୀନୀୟ ସୈନ୍ୟମାନଙ୍କ ମଧ୍ୟରୁ ମରିଗଲେ। ଯେଉଁମାନେ କି ବୀରତାର ସହକାରେ ଯୁଦ୍ଧ ଚଳାଇ ଥିଲେ। 47 କିନ୍ତୁ 600 ସୈନିକ ବିନ୍ୟାମୀନୀୟଙ୍କର ମରୁଭୂମିକୁ ଦୌଡ଼ି ପଳାୟନ କଲେ। ସେମାନେ ରିମ୍ମୋନ୍ ଶୈଳ ନିକଟକୁ ପଳାଇ ସେଠାରେ ଗ୍ଭରିମାସ ଧରି ରହିଲେ। 48 ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ଦେଶକୁ ଫେରିଗଲେ। ସେମାନେ ପ୍ରତ୍ୟେକ ସହରର ପ୍ରତ୍ୟେକ ଲୋକମାନଙ୍କୁ ହତ୍ୟା କଲେ, ଯେଉଁମାନଙ୍କୁ ସେମାନେ ଭେଟିଲେ। ସେମାନେ ପଶୁମାନଙ୍କୁ ହତ୍ୟା କଲେ ଓ ସେମାନଙ୍କର ସମ୍ମୁଖରେ ଯାହା ପଡ଼ିଲା ସେଗୁଡ଼ିକୁ ସେମାନେ ଧ୍ୱଂସ କଲେ। ପୁଣି ସେମାନେ ଯେଉଁ ସହରରେ ପ୍ରବେଶ କଲେ ତାକୁ ଅଗ୍ନିରେ ପୋଡ଼ି ପକାଇଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 24

ପାଉଲଙ୍କ ଉପରେ ଯିହୂଦୀମାନଙ୍କର ଅଭିଯୋଗ

24 ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ,

“ହେ ମହାମାନ୍ୟ ଫେଲୀ‌କ୍‌ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି। ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି। ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ। ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା। ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା। କିନ୍ତୁ ସେତିକିବେଳେ ଆମ୍ଭେ ତାହାକୁ ଧରିନେଲୁ। [a] ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣି ପାରିବେ।” ତା’ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ।

ଫେଲୀ‌କ୍‌ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ

10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। 11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।

14 “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ। 16 ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।

17 “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା’ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। 19 ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ? 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋ‌ର୍‌‌ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”

22 ଫେଲୀ‌କ୍‌ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।” 23 ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।

ଫେଲୀ‌କ୍‌ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା

24 କିଛି ଦିନ ପରେ ଫେଲୀ‌କ୍‌ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀ‌କ୍‌ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ। 25 କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀ‌କ୍‌ସ୍ ଭୟଭୀତ ହୋଇଗଲେ। ଫେଲୀ‌କ୍‌ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।” 26 କିନ୍ତୁ ଫେଲୀ‌କ୍‌ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।

27 କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀ‌କ୍‌ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀ‌କ୍‌ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 34

ଯିହୁଦାର ରାଜ ସିଦିକିୟଙ୍କୁ ସତର୍କବାଣୀ

34 ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ, ତାହାର ଶାସନାଧୀନ ସମସ୍ତ ରାଜ୍ୟ ଓ ସମସ୍ତ ଗୋଷ୍ଠୀ ଯିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।

ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକିୟଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତରେ ଯିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ। ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ୱଚକ୍ଷୁରେ ଦେଖିବ। ସେ ମୁହାଁମୁହିଁ ହୋଇ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ଯିବ। ମାତ୍ର ହେ ଯିହୁଦାର ସିଦିକିୟ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି। ତୁମ୍ଭେ ‌‌ଖ‌ଡ଼୍‌ଗରେ ନିହତ ହେବ ନାହିଁ। ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତିରେ ମୃତ୍ୟୁବରଣ କରିବ। ଯେପରି ସୁଗନ୍ଧ ସେମାନେ ତାଙ୍କ ପାଇଁ ଜାଳି ଥିଲେ, ସେହିପରି ସେମାନେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି “ହାୟ ପ୍ରଭୋ!” ହାୟ ପ୍ରଭୋ! କହି ସେମାନେ ତୁମ୍ଭ ପାଇଁ ବିଳାପ କରିବେ।’” କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ।

ତେଣୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ଯିରୁଶାଲମରେ ଯିହୁଦାର ରାଜା ସିଦିକିୟଙ୍କୁ ଏହିସବୁ କଥା କହିଲେ। ସେତେବେଳେ ବାବିଲ ରାଜାର ସୈନ୍ୟ ଯିରୁଶାଲମ ବିରୁଦ୍ଧରେ, ଯିହୁଦାର ଅବଶିଷ୍ଟ ସକଳ ନଗର ବିରୁଦ୍ଧରେ ଓ ଲାଖୀଶ ଏବଂ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।

ଲୋକମାନେ ସେମାନଙ୍କର ଗୋଟିଏ ନିୟମ ଭଙ୍ଗ କରନ୍ତି

ସିଦିକିୟ ରାଜା ଯିରୁଶାଲମ ଲୋକମାନଙ୍କ ସହିତ ଏହି ନିୟମ କରିଥିଲେ ଯେ ପ୍ରତ୍ୟେକ ନିଜ ନିଜ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେବେ। କେହି ସେମାନଙ୍କୁ ଅର୍ଥାତ୍ ନିଜ ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବେ ନାହିଁ। ସିଦିକିୟ ଏହି ନିୟମ କଲାପରେ ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ପ୍ରତ୍ୟେକ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରିବେ ଓ କେହି ଯିହୁଦୀୟମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। 10 ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିୟମ ଗ୍ରହଣ କଲେ ଓ ପ୍ରତ୍ୟେକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେଲେ। ଏହି ନିୟମରେ ସମସ୍ତେ ସମ୍ମତ ହେଲେ ଓ ସେମାନଙ୍କୁ ଦାସ୍ୟକର୍ମ ଆଉ କରାଇଲେ ନାହିଁ। 11 ମାତ୍ର ତାହାପରେ ସେମାନେ ନିଜ ନିଜ ହୃଦୟ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସେମାନଙ୍କୁ ପୁନର୍ବାର ଆଣି ଦାସ୍ୟକର୍ମରେ ନିଯୁକ୍ତ କଲେ।

12 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 13 ହେ ଯିରିମିୟ! ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ୱରୁ ମୁକ୍ତ କରିଥିଲୁ ଓ ସେମାନଙ୍କ ସହିତ ଏହି ନିୟମ କରିଥିଲୁ। 14 ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। 15 ପୁଣି ତୁମ୍ଭେମାନେ ଏହା ପରେ ଆପଣା ପ୍ରତିବାସୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମରେ ଖ୍ୟାତ ମନ୍ଦିରରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ। 16 ମାତ୍ର ତେମ୍ଭେମାନେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାୟ ଦେଇଥିଲୁ, ପୁନର୍ବାର ସେମାନଙ୍କୁ ଆଣି ଆପଣା ଆପଣା ଦାସ୍ୟକର୍ମରେ ବାଧ୍ୟ କରି ନିଯୁକ୍ତ କଲ।

17 “ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ପ୍ରତିବାସୀଙ୍କୁ “ମୁକ୍ତ ଦେବା ପାଇଁ “‘ଆମ୍ଭ ନିୟମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା। 18 ପୁଣି ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧ୍ୟରେ ଗମନ କରିଛନ୍ତି, ମୁଁ ସେମାନଙ୍କୁ ସେହି ବାଛୁରି ପରି କରିବି। 19 ପୁଣି ଯିହୁଦାର ଅଧିପତିଗଣଙ୍କୁ, ଯିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ୟଦେଇ ଗମନ କଲେ ସେମାନଙ୍କୁ ମଧ୍ୟ ସମର୍ପଣ କରିବା। 20 ଆମ୍ଭେ ସେମାନଙ୍କୁ ସେମାନଙ୍କର ଶତ୍ରୁଗଣ ହସ୍ତରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନଙ୍କର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ୟ ପଶୁମାନଙ୍କର ଖାଦ୍ୟ ହେବ। 21 ପୁଣି ଯିହୁଦାର ରାଜା ସିଦିକିୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ଆଉ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠିଯାଇ ଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବି। 22 ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସେମାନଙ୍କୁ ଆମ୍ଭର ଆଜ୍ଞାରେ ଏହି ନଗରକୁ ଅଣାଇବା। ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନିରେ ଦ‌ଗ୍‌ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ୟ କରି ଧ୍ୱଂସ ସ୍ତୁପରେ ପରିଣତ କରିବା।”

ଗୀତସଂହିତା 5-6

ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ ମୋର କଥା ଶୁଣନ୍ତୁ।
    ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
ହେ ମୋର ପରମେଶ୍ୱର ଓ ରାଜା
    ମୋର ପ୍ରାର୍ଥନା ଶୁଣ।
ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
    ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।

ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
    କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
    ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
    ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।

କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
    ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
ହେ ସଦାପ୍ରଭୁ ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
    ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
    ଓ ମୋର ପଥକୁ ସରଳ କର।
ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ।
    ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି।
ସେମାନଙ୍କର ପାଟି ଏକ କବର ସ୍ୱରୂପ।
    ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।
10 ହେ ପରମେଶ୍ୱର ସେମାନଙ୍କୁ ଶାସ୍ତି ଦିଅ।
    ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ।
ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି,
    ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।
11 କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି।
    ପରମେଶ୍ୱର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।
12 ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର,
    ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର।

ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
    ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ରୁ‌‌ଗ୍‌‌ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
    କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
    ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
    ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
    ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେଥିପାଇଁ ମୋତେ ରକ୍ଷା କର।

ହେ ସଦାପ୍ରଭୁ,
    ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
    ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
    ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
    କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।

10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
    ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center