M’Cheyne Bible Reading Plan
ଜଣେ ଲେବୀୟ ବ୍ୟକ୍ତି ଓ ତା’ର ଉପପତ୍ନୀ
19 ସେହି ସମୟରେ ଇସ୍ରାଏଲୀୟମାନଙ୍କର କେହି ରାଜା ନ ଥିଲେ।
ଇଫ୍ରୟିମ ପର୍ବତମୟ ଦେଶର ବହୁ ଦୂରରେ ଜଣେ ଲେବୀୟ ବ୍ୟକ୍ତି ବାସ କରୁଥିଲେ। ଯିହୁଦାର ବୈଥ୍ଲେହମର ତାଙ୍କର ଜଣେ ଦାସୀ ଥିଲା। 2 କିନ୍ତୁ ସେହି ସ୍ତ୍ରୀ ଜଣକ ତାଙ୍କ ସହିତ ତର୍କ କରି ତା’ର ପିତୃ ଗୃହକୁ ଗ୍ଭଲିଗଲା। ସେ ସେଠାରେ ଗ୍ଭରିମାସ ଧରି ରହିଲେ। 3 ଏହା ପରେ ତା’ର ସ୍ୱାମୀ ତା’ ପାଖକୁ ଦେଖିବାକୁ ଗଲେ ଓ ତାକୁ ନମ୍ରତାରେ କହିଲେ କାଳେ ସେ ତାଙ୍କ ସହିତ ଫେରି ଆସିବ। ସେ ତାଙ୍କର ଗୋଟିଏ ଯୋଡ଼ା ଗଧ ଓ ତାଙ୍କର ଦାସ ସହିତ ସେଠି ପହଞ୍ଚିଲେ। ସେହି ଲେବୀୟ ଲୋକଟିକୁ ଦେଖି ସେହି ସ୍ତ୍ରୀଲୋକ ଜଣକର ପିତା ବହୁତ ଖୁସୀ ହୋଇଗଲେ ଓ ତାଙ୍କୁ ପାଛୋଟି ନେବା ପାଇଁ ବାହାରକୁ ବାହାରି ଆସିଲେ। 4 ସେହି ସ୍ତ୍ରୀଲୋକଟିର ପିତା ଲେବୀୟ ଲୋକଜଣଙ୍କୁ ତାଙ୍କ ଘରକୁ ପାଛୋଟି ନେଲେ। ଏବଂ ସେ ଦିନ ସେଠାରେ ରହିବା ପାଇଁ ତାଙ୍କୁ ନିମନ୍ତ୍ରଣ କଲେ। ତେଣୁ ସେହି ଲେବୀୟ ଲୋକଜଣକ ସେଠାରେ ତିନି ଦିନ ଧରି ରହିଲେ। ସେ ତାଙ୍କ ଶ୍ୱଶୁର ଘରେ ଖାଇପିଇ ଶୋଇ ରହିଲେ।
5 ଚତୁର୍ଥ ଦିନ ସେହି ସ୍ଥାନ ଛାଡ଼ିବା ପାଇଁ ପ୍ରଭାତରୁ ଉଠି ପ୍ରସ୍ତୁତ ହେଲେ। ସ୍ତ୍ରୀଲୋକଟିର ବାପା କହିଲା, “ପ୍ରଥମେ କିଛି ଖାଅ, ଖାଇ ସାରିବା ପରେ ତୁମେ ଯାଇପାର।” 6 ତେଣୁ ଲେବୀୟ ଲୋକ ଏବଂ ତାଙ୍କ ଶ୍ୱଶୁର ଏକ ସାଙ୍ଗରେ ଖିଆପିଆ କଲେ। ଏହା ପରେ ସେହି ଯୁବତୀର ପିତା ତାଙ୍କୁ କହିଲେ, “ଦୟାକରି ଆଜି ରାତ୍ରି ଏହିଠାରେ ରହିଯାଅ ଏବଂ ନିଜକୁ ଉପଭୋଗ କର।” ତେଣୁ ସେହି ଲୋକଦ୍ୱୟ ବସି ଭୋଜନ କଲେ। 7 ଲେବୀୟ ଲୋକ ଜଣକ ଯିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ତାଙ୍କର ଶ୍ୱଶୁର ତାଙ୍କୁ ଗୋଟିଏ ରାତ୍ରି ରହିବା ପାଇଁ ଅନୁରୋଧ କଲେ।
8 ଏହା ପରେ ପଞ୍ଚମ ଦିନ ଲେବୀୟ ଲୋକଜଣକ ଅତି ପ୍ରତ୍ୟୁଷରୁ ଉଠି ଯିବାକୁ ବାହାରିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅନୁରୋଧ କଲେ, “ପ୍ରଥମେ କିଛି ଖିଆ ପିଆ କର।” ତେଣୁ ସେମାନେ ଏକତ୍ର ଉପରଓଳି ପର୍ଯ୍ୟନ୍ତ ଖାଇ ପିଇ ମଉଜ କଲେ।
9 ଏହା ପରେ ସେହି ଲେବୀୟ ଲୋକ ଜଣକ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସେବକମାନେ ଯିବା ପାଇଁ ଉଠିଲେ। କିନ୍ତୁ ସେହି ସମୟରେ ସେହି ଯୁବତୀର ପିତା କହିଲେ, “ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରି ଏହିଠାରେ ରହିଯାଅ, ଏବଂ ତୁମ୍ଭେ ନିଜକୁ ଉପଭୋଗ କର। ଆସନ୍ତା କାଲି ପର୍ଯ୍ୟନ୍ତ ଏଠାରେ ରହିଯାଅ। ଆସନ୍ତାକାଲି ପ୍ରଭାତରୁ ତୁମ୍ଭେ ଉଠି ତୁମ୍ଭ ବାଟରେ ତୁମ୍ଭେ ଗ୍ଭଲିଯିବ।”
10 କିନ୍ତୁ ଲେବୀୟ ଲୋକଜଣକୁ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗୁ ନ ଥିଲା। ତେଣୁ ସେ ପ୍ରସ୍ତୁତ ହେଲା ଏବଂ ତା’ର ଉପପତ୍ନୀ ଓ ଗଧ ଦୁଇଟିକୁ ଧରି ଗ୍ଭଲିଗଲା, ସେ ଯିବୂଷ ପର୍ଯ୍ୟନ୍ତ ଯାତ୍ରା କଲେ। 11 ଦିନ ସରିଆସିବା ବେଳକୁ ସେମାନେ ଯିବୂଷ ନିକଟରେ ଥିଲେ। ତେଣୁ ତାଙ୍କର ଦାସ ତାଙ୍କର ମୁନିବକୁ କହିଲେ, “ଗ୍ଭଲ ଏହିଠାରେ ରହିଯିବା ରାତ୍ରିଟି ଏହିଠାରେ କଟାଇ ଦେବା।”
12 କିନ୍ତୁ ତାଙ୍କର ମୁନିବ ଲେବୀୟ ଲୋକଜଣକ ତାଙ୍କୁ କହିଲେ, “ନା, ଆମ୍ଭେ ଏହି ବିଚିତ୍ର ନଗରରେ ରହିବା ନାହିଁ। ସେହି ଲୋକମାନେ ଇସ୍ରାଏଲୀୟ ନୁହନ୍ତି। ଆମ୍ଭେମାନେ ଗିବିୟାକୁ ଯିବା।” 13 ଲେବୀୟ ଲୋକଜଣକ କହିଲେ, “ଆସ ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯିବା, ପୁଣି ଗିବିୟା କି ରାମାରେ ରାତ୍ରି କାଟିବା।”
14 ତେଣୁ ସେମାନେ ଆପଣା ପଥରେ ଗ୍ଭଲିଗଲେ। ବିନ୍ୟାମୀନ ପରିବାରବର୍ଗର ଅଧୀନରେ ଥିବା ଗିବିୟା ନିକଟରେ ପହଞ୍ଚିଲା ବେଳେ ସୂର୍ଯ୍ୟ ଅସ୍ତ ହେଉଥିଲା। 15 ତେଣୁ ସେମାନେ ଗିବିୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ସେମାନେ ନଗରରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରି ଯାପନ କରିବା ପାଇଁ କେହି ସେମାନଙ୍କୁ ନିମନ୍ତ୍ରଣ କଲା ନାହିଁ।
16 ସେତେବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ନିଜର କ୍ଷେତ୍ରରୁ ସ୍ୱକର୍ମସାରି ଫେରୁଥିଲା। ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବିୟାରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନୀୟ ଥିଲେ। 17 ସେ ଲୋକ ଅନାଇ ନଗରର ଛକରେ ସେହି ପଥିକକୁ ବସିଥିବାର ଦେଖିଲା, ଏବଂ ସେହି ବୃଦ୍ଧ ଲୋକଜଣକ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ? ତୁମ୍ଭେ କେଉଁଠାକୁ ଯାଉଅଛ?”
18 ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଯିହୁଦାର ବୈଥ୍ଲେହମରୁ ଆସୁଅଛୁ ଏବଂ ପର୍ବତମୟ ଦେଶ ଇଫ୍ରୟିମର ଅଗମ୍ୟ ଅଞ୍ଚଳକୁ ଯାଉଅଛୁ। ଆମ୍ଭେ ସେହି ସ୍ଥାନର ଲୋକ, ଆମ୍ଭେମାନେ ବୈଥ୍ଲେହମକୁ ଯାଇଥିଲୁ। ଏବେ ମୁଁ ମୋର ଗୃହକୁ ଯାଉଅଛି। ମାତ୍ର ବର୍ତ୍ତମାନ ମୋତେ ଆପଣା ଗୃହକୁ ନେବାକୁ କେହି ନାହିଁ। 19 ଆମ୍ଭମାନଙ୍କ ପାଖରେ ଆମ୍ଭର ଗଧପାଇଁ ନଡ଼ା ଓ ଶସ୍ୟ ଅଛି। ମୋ’ ପାଇଁ ମୋର ଉପପତ୍ନୀ ପାଇଁ ଓ ମୋର ସେବକମାନଙ୍କ ପାଇଁ ଯେଉଁମାନେ ମୋ’ ସହିତ ଅଛନ୍ତି, ସେମାନଙ୍କ ପାଇଁ ପ୍ରଚୁର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭେମାନେ କିଛି ଅଭାବ ବୋଧ କରୁ ନାହୁଁ।”
20 ତେଣୁ ସେହି ବୃଦ୍ଧଲୋକ ଜଣକ କହିଲା, “ତୁମ୍ଭେ ଶାନ୍ତିରେ ରୁହ। ମୁଁ ତୁମ୍ଭର ସମସ୍ତ ଆବଶ୍ୟକତାର ଯତ୍ନ ନେବି। ଦୟାକରି ନଗରର ଛକରେ ରାତ୍ରିଯାପନ କର ନାହିଁ।” 21 ଏହା ପରେ ସେ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା। ପୁଣି ସେମାନେ ପାଦ ଧୋଇ ଭୋଜନ କଲେ।
22 ସେମାନେ ଖାଉଥିବା ବେଳେ ଓ ଉପଭୋଗ କରୁଥିବା ବେଳେ ସହରରୁ କେତେକ ଦୁଷ୍ଟ ଲୋକ ଗୃହ ଗ୍ଭରିପାଖରେ ଘେରିଗଲେ। ସେମାନେ କବାଟରେ ବାଡ଼େଇବା ଆରମ୍ଭ କଲେ। ସେମାନେ ଗୃହମାଲିକ ସେହି ବୃଦ୍ଧ ଲୋକଙ୍କୁ ପାଟି କରି କହିଲେ, “ସେହି ଲୋକକୁ ଗୃହରୁ ବାହାର କରି ଆଣ ଯିଏ ତୁମ୍ଭର ଅତିଥି। ଆମ୍ଭେ ତା’ ସହିତ ରତିକ୍ରିୟା କରିବୁ।”
23 ତେଣୁ ସେହି ବୃଦ୍ଧ ଗୃହ ଭିତରୁ ବାହାରି ଆସିଲେ ଏବଂ କହିଲେ, “ମୋର ବନ୍ଧୁଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ୟ ପାପ କର ନାହିଁ। ଏହି ଲୋକ ମୋ’ ଗୃହରେ ଅତିଥିରୂପେ ଅଛି। 24 ଦେଖ, ଏଠାରେ ମୋର ଝିଅ, ଯେ କି କୁମାରୀ ଅଛି। ଏବଂ ଏହିଠାରେ ତା’ର ଉପପତ୍ନୀ ଅଛି। ମୁଁ ସେମାନଙ୍କୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହା ହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ୟ କାର୍ଯ୍ୟ କର ନାହିଁ।”
25 କିନ୍ତୁ ସେହି ଦୁଷ୍ଟ ଲୋକମାନେ ବୃଦ୍ଧ ଲୋକଟିର ଆବେଦନ ପ୍ରତି ଧ୍ୟାନ ଦେଲେ ନାହିଁ। ତେଣୁ ସେହି ଲେବୀୟ ଲୋକ ଜଣକ, ନିଜର ଉପପତ୍ନୀକୁ ଘରୁ ବାହାର କଲେ। ତା’ପରେ ସେହି ଲୋକମାନେ ରାତ୍ରିସାରା ତା’ ସହିତ ରତିକ୍ରିୟା କଲେ ଏବଂ ପ୍ରଭାତରେ ଦାସୀକୁ ଛାଡ଼ି ଦେଲେ। 26 ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଗୃହ ଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା।
27 ଏହା ପରେ ତା’ର ପ୍ରଭୁ ଉଠି ନିଜ ବାଟରେ ଯିବା ପାଇଁ ଦ୍ୱାର ଫିଟାଇଲା ଏବଂ ତା’ର ଉପପତ୍ନୀକୁ ଦ୍ୱାର ସମ୍ମୁଖରେ ପଡ଼ିଥିବାର ପାଇଲା। ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। 28 ଲେବୀୟ ତାକୁ କହିଲା, “ଉଠ, ଗ୍ଭଲ” ଆମ୍ଭେମାନେ ଆମ୍ଭ ରାସ୍ତାରେ ଯିବା, ମାତ୍ର ସେ ଉତ୍ତର ଦେଲା ନାହିଁ।
ତେଣୁ ସେ ତାକୁ ଗଧ ଉପରକୁ ନେଲା ଏବଂ ଆପଣା ସ୍ଥାନକୁ ପ୍ରସ୍ଥାନ କଲା। 29 ଏହା ପରେ ସେ ନିଜ ଗୃହରେ ପହଞ୍ଚି ଗୋଟିଏ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା। 30 ଏଥିରେ ଯେତେ ଲୋକ ଖଣ୍ତସବୁ ଦେଖିଲେ ସେମାନେ କହିଲେ, “ଇସ୍ରାଏଲୀୟଗଣ ମିଶର ଦେଶ ପରିତ୍ୟାଗ କଲାଠାରୁ ଆଜି ପର୍ଯ୍ୟନ୍ତ ଏପରି ଜିନିଷ କେବେ କରାଯାଇ ନାହିଁ କି କେବେ ଦେଖାଯାଇ ନାହିଁ। ଏହି ବିଷୟରେ ଚିନ୍ତା କର, ସିଦ୍ଧାନ୍ତରେ ଉପନୀତ ହୁଅ ଏବଂ ଏହାକୁ ଉଚ୍ଚାରଣ କର।”
23 ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।” 2 ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ। 3 ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”
4 ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।”
5 ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ [a]”
6 ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋର୍ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।”
7 ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା। 8 ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି। 9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”
10 ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
11 ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”
ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର
12 ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ। 13 ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ। 14 ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ। 15 ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”
16 ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ। ସେ ସେନାମାନଙ୍କ ସୈନ୍ୟନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ। 17 ତା’ପରେ ପାଉଲ ଜଣେ ସେନା ଅଧିକାରୀଙ୍କୁ ଡାକି କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇଯାଅ। ତା’ର ତାହାଙ୍କୁ କିଛି କହିବାର ଅଛି।” 18 ତେଣୁ ସେନା ଅଧିକାରୀ ତାହାକୁ ସେନାଧ୍ୟକ୍ଷଙ୍କ ନକଟକୁ ନେଇଗଲା ଓ କହିଲା, “ବନ୍ଦୀ ପାଉଲ ଏ ଯୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଗ୍ଭହଁ।”
19 ସେନାଧ୍ୟକ୍ଷ ଯୁବକର ହାତ ଧରି ନିରୋଳା ସ୍ଥାନକୁ ନେଇ ପଗ୍ଭରିଲେ, “ତୁମ୍ଭେ ମୋତେ କ’ଣ କହିବାକୁ ଗ୍ଭହଁ?”
20 ସେ କହିଲା, “ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଗ୍ଭରିବାର ବାହାନାରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ୟରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି। 21 କିନ୍ତୁ ଆପଣ ସେମାନଙ୍କ କଥା ବିଶ୍ୱାସ କରିବେ ନାହିଁ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀୟ ଲୁଚିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।”
22 ସେନାଧ୍ୟକ୍ଷ ସେହି ଯୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏ କଥା କହିଛି ବୋଲି କାହାକୁ ଯେପରି ନ କୁହେ, “ଓ ଏହା କହି ତାହାଙ୍କୁ ପଠାଇଦେଲେ।”
ପାଉଲଙ୍କୁ କାଇସରୀଆକୁ ସ୍ଥାନାନ୍ତରିତ
23 ସେନାଧ୍ୟକ୍ଷ ଦୁଇଜଣ ସେନାପତିଙ୍କୁ ଡାକି କହିଲେ, “ଆଜି ରାତି ନ’ଟା ବେଳେ କାଇସରୀଆକୁ ଯିବା ପାଇଁ 200 ପଦାତିକ ସୈନ୍ୟ, 70 ଜଣ ଅଶ୍ୱାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। 24 ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀକ୍ସଙ୍କ ପାଖରେ ଉପସ୍ଥିତ କରାଅ।” 25 ସେନାଧ୍ୟକ୍ଷ ରାଜ୍ୟପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା;
26 “ମହାମହିମ ରାଜ୍ୟପାଳ ଫେଲୀକ୍ସଙ୍କୁ
କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।
27 ଯିହୂଦୀମାନେ ଏହି ଲୋକକୁ ଧରି ନେଇ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳରେ ସୈନ୍ୟମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ। 28 ମୁଁ ଏହି ଲୋକକୁ ସେମାନଙ୍କର ମହାସଭାକୁ ନେଇ ତାହା ବିରୁଦ୍ଧରେ ଥିବା ଅଭିଯୋଗ ଜାଣିବାକୁ ଗ୍ଭହୁଁଥିଲି। 29 ତା’ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଅଭିଯୁକ୍ତ ହୋଇଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ। 30 ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।
31 ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରିୀରେ ଆନ୍ତିପାତ୍ରି ନଗରକୁ ଆଣିଲେ। 32 ତହିଁ ଆରଦିନ ପାଉଲଙ୍କୁ କାଇସରୀଆରେ ପହଞ୍ଚାଇବାର ଦାୟିତ୍ୱ ଅଶ୍ୱାରୋହୀମାନଙ୍କୁ ଦେଇ ପଦାତିକ ସୈନ୍ୟମାନେ ସୈନ୍ୟ ନିବାସକୁ ଫେରି ଆସିଲେ। 33 ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ। ତା’ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ।
34 ରାଜ୍ୟପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଗ୍ଭରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ। 35 ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ।
ପରମେଶ୍ୱରଙ୍କ ପ୍ରତିଜ୍ଞା
33 ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା। 2 “ଯିଏ ଏହି ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ସେ ଏହାକୁ ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଛନ୍ତି। ସଦାପ୍ରଭୁ ତାଙ୍କର ନାମ। ସେହି ସଦାପ୍ରଭୁ ଏହା କହନ୍ତି। 3 ‘ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷୟ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।’ 4 ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ଖଡ଼୍ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।
5 “‘ଯିରୁଶାଲମର ଲୋକମାନେ ବହୁ ଦୁଷ୍କର୍ମ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ପ୍ରଚଣ୍ଡ କୋପରେ ବିନାଶ କରିଅଛୁ ପୁଣି କଲ୍ଦୀୟମାନେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିବେ। ଆମ୍ଭର କ୍ରୋଧ ଯୋଗୁଁ ସେମାନଙ୍କ ଗୃହ ଶବରେ ପରିପୂର୍ଣ୍ଣ ହେବ।
6 “‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ। 7 ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା। 8 ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା। 9 ତା’ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା’ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’
10 “ତୁମ୍ଭେମାନେ କହୁଅଛ, ‘ଏହି ସ୍ଥାନ ନରଶୂନ୍ୟ ଓ ପଶୁଶୂନ୍ୟ ହୋଇ ଏକ ଧ୍ୱଂସିତ ନଗର ହେବ।’ ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହେବ। 11 ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”
12 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ। 13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗର ସମୂହରେ, ନିମ୍ନଭୂମିର ନଗରମାନଙ୍କରେ, ଦକ୍ଷିଣଦିଗସ୍ଥ ସକଳ ନଗରରେ, ବିନ୍ୟାମୀନ ଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନଙ୍କରେ ଲୋକମାନେ ସେମାନଙ୍କର ମେଷପଲକୁ ଗଣନା କରିବେ।”
ଉତ୍ତମ ଶାଖା
14 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି। 15 ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ। 16 ସେହି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ଯିରୁଶାଲମ ନିରାପଦରେ ବାସ କରିବ। ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ପରିଗ୍ଭଳକ ହେବେ, ସଦାପ୍ରଭୁ ଆମ୍ଭର ନ୍ୟାୟବାନ।’”
17 ଆଉ ସଦାପ୍ରଭୁ କହନ୍ତି, “ଦାଉଦ ବଂଶରୁ ଜଣେ ସର୍ବଦା ଇସ୍ରାଏଲୀୟ ବଂଶର ସିଂହାସନରେ ଉପବିଷ୍ଟ ହେବ। 18 ପୁଣି ଆମ୍ଭ ସମ୍ମୁଖରେ ହୋମବଳି ଶସ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ବଂଶରୁ ଜଣେ ଯାଜକ ସର୍ବଦା ରହିବ।”
19 ଅନନ୍ତର ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 20 ସଦାପ୍ରଭୁ କହନ୍ତି, “ଯଦି କେହି ଦିନରାତି ସହିତ ନିୟମ ଭଙ୍ଗ କରେ, ସେ ନିୟମିତ ଭାବରେ ଦେଖା ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ। 21 ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା’ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ। 22 ଯେପରି ଆକାଶର ତାରା ଗଣା ଯାଇପାରିବ ନାହିଁ କି ସମୁଦ୍ରର ବାଲୁକା ମପା ଯାଇପାରିବ ନାହିଁ, ସେହିପରି ଆମ୍ଭେ ଦାଉଦ ବଂଶଧରକୁ ଓ ଲେବୀୟ ପରିବାରବର୍ଗକୁ ଏତେ ସଂଖ୍ୟାରେ ଦାସ ଓ ପରିଗ୍ଭରକ ପଠାଇବା ସେଗୁଡ଼ିକ ମଧ୍ୟ ଆକଳନ ହେବେ।”
23 ଅନନ୍ତର ଯିରିମିୟ ସଦାପ୍ରଭୁଙ୍କର ବାକ୍ୟ ପ୍ରାପ୍ତ ହେଲେ। 24 “ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’”
25 ସଦାପ୍ରଭୁ କହନ୍ତି, “ଯଦି ଦିବାରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ ଓ ଆମ୍ଭେ ଯେବେ ଆକାଶର ଓ ପୃଥିବୀର ବିଧି ସକଳ ନିରୂପଣ କରି ନ ଥାଉ, ତାହାହେଲେ ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିବା। 26 ତାହାହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସେବକ ଦାଉଦର ବଂଶଧରଗଣଙ୍କୁ ଅବ୍ରହାମ, ଇସ୍ହାକ ଓ ଯାକୁବର ବଂଶଧରଗଣ ଉପରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ୟାଖାନ କରିବା କି? ଏହା ହେବ ନାହିଁ, କାରଣ ଆମ୍ଭେ ସେମାନଙ୍କର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସେମାନଙ୍କ ଉପରେ କୃପା କରିବା।”
ଏହା ହେଉଛି ଦାଉଦଙ୍କର ନିଜ ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।
3 “ହେ ସଦାପ୍ରଭୁ, ମୋର ବହୁତ ଶତ୍ରୁ ଅଛନ୍ତି।
ବହୁତ ଲୋକ ମୋ’ ବିରୁଦ୍ଧରେ ଲାଗିଛନ୍ତି।
2 ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି।
ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।”
3 କିନ୍ତୁ ହେ ସଦାପ୍ରଭୁ,
ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ।
ତୁମ୍ଭେ ମୋର ମହିମା।
ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।
4 ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି
ଏବଂ ସେ ତାହଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ।
5 ମୁଁ ଶୋଇଲି ଓ ବିଶ୍ରାମ ନେଲି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହେବି,
କାରଣ ସଦାପ୍ରଭୁ ମୋତେ ସର୍ବଦା ରକ୍ଷା କରନ୍ତି।
6 ହଜାର ହଜାର ସୈନ୍ୟମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଲେ ସୁଦ୍ଧା
ମୁଁ ସେହି ଶତ୍ରୁମାନଙ୍କୁ କେବେ ଭୟ କରିବି ନାହିଁ।
7 ହେ ସଦାପ୍ରଭୁ, ତୁମ୍ଭେ ଉଠ!
ହେ ପରମେଶ୍ୱର ତୁମ୍ଭେ ଆସ ଓ ମୋତେ ରକ୍ଷା କର।
ତୁମ୍ଭେ ଅତି ବଳଶାଳୀ ଅଟ।
ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ,
ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ।
8 ହେ ସଦାପ୍ରଭୁ ଶେଷରେ ତୁମ୍ଭର ହିଁ ବିଜୟ ହେବ।
ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।
ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
4 ହେ ମୋର ଧର୍ମସ୍ୱରୂପ ପରମେଶ୍ୱର,
ମୋତେ ଉତ୍ତର ଦିଅ।
ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ।
ମୋ’ ପ୍ରତି ସଦୟ ହୁଅ।
ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।
2 ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ?
ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ?
କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ?
3 ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି।
ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ।
4 ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି,
ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।
5 ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର।
6 ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ?
ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”
7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ।
ମୁଁ ବର୍ତ୍ତମାନ ବହୁତ ଖୁସୀ।
ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ,
ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
8 ମୁଁ ବିଛଣାରେ ଶାନ୍ତିରେ ଶୟନ କରେ,
କାରଣ ହେ ସଦାପ୍ରଭୁ ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।
2010 by World Bible Translation Center