M’Cheyne Bible Reading Plan
ମୀଖାର ପ୍ରତିମାଗୁଡ଼ିକ
17 ମୀଖା ନାମକ ଜଣେ ବ୍ୟକ୍ତି ଇଫ୍ରୟିମ ପର୍ବତମୟ ଦେଶରେ ବାସ କରୁଥିଲା। 2 ମୀଖା ତା’ର ମା’କୁ କହିଲା, “ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1100 ଖଣ୍ତ ରୂପା ଗ୍ଭେରି ହୋଇଥିଲା ଏବଂ ତୁମ୍ଭେ ଶାପ ଦେଉଥିବାର ମୁଁ ଶୁଣିଲି। ସେହି ରୂପା ମୋ’ ପାଖରେ ଅଛି, ମୁଁ ଏହା ଦେଖିଲି।”
ତା’ର ମା ତାକୁ କହିଲା, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ ମୋର ପୁତ୍ର।”
3 ମୀଖା ସେହି 1100 ଖଣ୍ତ ରୂପା ତା’ର ମା’କୁ ଫେରାଇ ଦେଲା। ଏହା ପରେ ତା’ର ମା ତାକୁ କହିଲେ, “ମୁଁ ସେହି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶେଷ ଉପହାର ରୂପେ ଅର୍ପଣ କରିବି। ମୁଁ ଏହା ମୋର ପୁତ୍ରକୁ ଦେବି, ଯାହାଫଳରେ ସେ ଏକ ମୂର୍ତ୍ତି କରି ତାକୁ ରୂପା ଆଚ୍ଛାଦନ କରି ପାରିବ। ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।”
4 କିନ୍ତୁ ମୀଖା ସେହି ରୂପା ଖଣ୍ଡକୁ ତା’ର ମାକୁ ଫେରାଇ ଦେଲା। ତା’ର ମା ଦୁଇଶହ ଖଣ୍ତ ରୂପା ସୁନାରିକୁ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା। 5 ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନେକ ମୂର୍ତ୍ତିଗୁଡ଼ିକ ଥିଲା। ସେ ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଯାଜକ ରୂପେ ନିଯୁକ୍ତ କଲା। 6 ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟିରେ ଯାହା ଭଲ ଲାଗିଲା, ସେ ତାହା କଲା।
7 ସେଠାରେ ଜଣେ ଲେବୀୟ ଯୁବକ ଯିହୁଦାର ବୈଥ୍ଲେହମର ଥିଲା। ସେ ଯିହୁଦାର ପରିବାରବର୍ଗରେ ବାସ କରି ଆସୁଥିଲା। 8 ସେ ଯେଉଁଠାରେ ସ୍ଥାନ ପାଇ ପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ନଗରରୁ, ଅର୍ଥାତ୍ ବୈଥ୍ଲେହମ୍ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରୟିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା। 9 ତହିଁରେ ମୀଖା ତାହାକୁ ପଗ୍ଭରିଲା, “ତୁମ୍ଭେ କେଉଁଠାରୁ ଆସିଲ?”
ସେ ଉତ୍ତର କରି କହିଲା, “ମୁଁ ବୈଥ୍ଲେହମ୍ ଯିହୁଦାର ଏକ ଲେବୀୟ ଲୋକ। ମୁଁ ବାସ କରିବାକୁ ଗୋଟିଏ ସ୍ଥାନ ଖୋଜୁଛି।”
10 ମୀଖା କହିଲା, “ମୋ’ ସଙ୍ଗେ ତୁମେ ବାସ କର। ମୋର ପିତା ଓ ଯାଜକ ହୁଅ। ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦେବି।” ମୀଖା ଯାହା କହିଲା, ସେହି ଲେବୀୟ ତାହା କଲା।
ତହିଁରେ ସେ ଲେବୀୟ ଲୋକ ଗଲା। 11 ଏହା ପରେ ସେହି ଲେବୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା। 12 ଏହା ପରେ ମୀଖା ଦ୍ୱାରା ଯାଜକ ଭାବରେ ନିଯୁକ୍ତ ହୋଇ ସେହି ଯୁବା ଲୋକ ମୀଖାର ଗୃହରେ ରହିଲା। 13 ତା’ପରେ ମୀଖା କହିଲା, “ବର୍ତ୍ତମାନ ମୁଁ ଜାଣେ ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ଜଣେ ଲେବୀୟ ପରିବାରବର୍ଗ ମୋର ଯାଜକ ହେଲା।”
ପାଉଲଙ୍କ ଯିରୁଶାଲମ ଯାତ୍ରା
21 ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ନେଲୁ। ତା’ପରେ ଆମ୍ଭେ ସିଧା କୋସ୍ ଉପଦ୍ୱୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସେଠାରୁ ରୋଦା ଉପଦ୍ୱୀପକୁ ଆସିଲୁ। ପୁଣି ସେଠାରୁ ଆମ୍ଭେ ପାତାରାରେ ପହଞ୍ଚିଲୁ। 2 ପାତାରାରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥିରେ ଚଢ଼ିଲୁ ଓ ଯାତ୍ରା କଲୁ।
3 ଆମ୍ଭେ ଯାଇ କୁପ୍ର ଉପଦ୍ୱୀପ ପାଖରେ ପହଞ୍ଚି ତା’ର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗରରେ ଓହ୍ଲେଇଲୁ, କାରଣ ସେଠାରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା। 4 ଆମ୍ଭେ ସେଠାରେ ଯୀଶୁଙ୍କର କେତେକ ଶିଷ୍ୟମାନଙ୍କୁ ଦେଖିଲୁ। ସେମାନଙ୍କ ସହିତ ସାତ ଦିନ ପର୍ଯ୍ୟନ୍ତ ରହିଲୁ। ସେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଲଙ୍କୁ ଯିରୁଶାଲମ ନଯିବା ପାଇଁ ଚେତାବନୀ ଦେଲେ। 5 ସମୟ ପୁରିଗଲା ପରେ ଆମ୍ଭେ ସେଠାରୁ ବିଦାୟ ନେଲୁ। ସେତେବେଳେ ସେମାନେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲୁ। 6 ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନେଇ ଜାହାଜରେ ଚଢ଼ିଲୁ। ଶିଷ୍ୟମାନେ ନିଜ ନିଜ ଘରକୁ ଫେରିଗଲେ।
7 ସୋର ନଗରରୁ ଆମ୍ଭେ ଆମ୍ଭର ଯାତ୍ରା ଆରମ୍ଭ କଲୁ ଓ ପତଲମାଇରେ ପହଞ୍ଚିଲୁ। ସେଠାରେ ଭାଇମାନଙ୍କୁ ଅଭିନନ୍ଦନ ଜଣେଇ ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ। 8 ଆମ୍ଭେ ତହିଁ ଆରଦିନ କାଇସରୀଆ ନଗରରେ ପହଞ୍ଚିଲୁ। ତା’ପରେ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭରକ ଫିଲିପ୍ପଙ୍କ ଘରେ ପ୍ରବେଶ କଲୁ। ସେ ସାତ ଜଣ ବିଶେଷ ସେବକମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମ୍ଭେମାନେ ତାହାଙ୍କ ସହିତ ରହିଲୁ। 9 ତାହାଙ୍କର ଗ୍ଭରୋଟି ଅବିବାହିତା ଝିଅ ଥିଲେ। ସେମାନେ ଭାବବାଦିନୀ ଥିଲେ।
10 ସେଠାରେ ଆମ୍ଭେ ବହୁତ ଦିନ ରହିଲା ପରେ ଯିହୂଦା ଦେଶରୁ ଆଗାବ ନାମରେ ଜଣେ ଭବିଷ୍ୟଦ୍ବକ୍ତା ଆସି ପହଞ୍ଚିଲେ। 11 ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନେଇ ନିଜ ହାତ ଗୋଡ଼ ବାନ୍ଧି ପକେଇଲେ ଓ କହିଲେ, “ପବିତ୍ରଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, ‘ତାହାଙ୍କୁ ଯିରୁଶାଲମରେ ଯିହୂଦୀମାନେ ଏହିପରି ବାନ୍ଧି । ସେମାନେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତରେ ସମର୍ପଣ କରିବେ।’”
12 ଆମ୍ଭେମାନେ ଓ ଅନ୍ୟ ବିଶ୍ୱାସୀମାନେ ଏହି କଥା ଶୁଣି ପାଉଲଙ୍କୁ ଯିରୁଶାଲମ ନ ଯିବା ପାଇଁ ବହୂତ ଅନୁରୋଧ କଲୁ। 13 କିନ୍ତୁ ପାଉଲ କହିଲେ, “ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ଦୁଃଖିତ କରୁଛ? ଯିରୁଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।”
14 ସେ ଆମ୍ଭ କଥାରେ ପ୍ରଭାବିତ ନ ହେବାରୁ ଆମ୍ଭେମାନେ ଚୁପ୍ ରହିଲୁ। ଆମ୍ଭେ କହୁଲୁ, “ପ୍ରଭୁଙ୍କର ଯାହା ଇଚ୍ଛା, ତାହା ହିଁ ହେଉ।”
15 ଏହି ସମସ୍ତ ଦିନ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ଯିରୁଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ। 16 କାଇସରୀଆରେ ଥିବା ଯୀଶୁଙ୍କ କେତେକ ଶିଷ୍ୟ ଆମ୍ଭ ସହିତ ଆସିଲେ। ସେମାନେ ଆମ୍ଭକୁ କୁପ୍ର ଉପଦ୍ୱୀପର ମନାସୋନ (ଯିଏ କି ଯୀଶୁଙ୍କ ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରେ ଜଣେ) ନାମକ ଜଣେ ଶିଷ୍ୟଙ୍କ ଘରକୁ ନେଇଗଲେ। ସେଠାରେ ଆମ୍ଭେ ରାତି କଟାଇବା କଥା ଥିଲା।
ପାଉଲ ଯାକୁବଙ୍କ ସହିତ ମିଳନ
17 ଆମ୍ଭେମାନେ ଯିରୁଶାଲମରେ ପହଞ୍ଚିବା ମାତ୍ରେ ଆମ୍ଭକୁ ଭାଇମାନେ ଖୁସୀରେ ସ୍ୱାଗତ ଜଣାଇଲେ। 18 ତା’ ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ। ସବୁ ପ୍ରାଚୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ। 19 ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ। ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ।
20 ସେମାନେ ଏହା ଶୁଣି ପରମେଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ପାଉଲଙ୍କୁ କହିଲେ, “ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ୱାସୀ ହୋଇ ଅଛନ୍ତି। କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। 21 ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ।
22 “ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ। 23 ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖରେ ପରମେଶ୍ୱରଙ୍କଠାରେ ମାନତ କରିଥିବାର ଗ୍ଭରି ଜଣ ଲୋକ ଅଛନ୍ତି। 24 ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ।
25 “ଆମ୍ଭେ ଅଣଯିହୂଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସେମାନଙ୍କୁ ଲେଖିସାରିଛୁ:
‘ମୂର୍ତ୍ତିକୁ ସମର୍ପିତ ହୋଇଥିବା ଖାଦ୍ୟ ଖାଅ ନାହିଁ।
ରକ୍ତ ଖାଅ ନାହିଁ।
ତୁମ୍ଭେମାନେ କୌଣସି ପ୍ରକାରର ଯୌନ ସମ୍ବନ୍ଧୀୟ ପାପ କାର୍ଯ୍ୟ କର ନାହିଁ।’”
ପାଉଲଙ୍କୁ ଗିରଫ କରାଗଲା
26 ତେଣୁ ପାଉଲ ତହିଁ ଆରଦିନ ସେହି ଗ୍ଭରି ଜଣ ଲୋକଙ୍କୁ ସାଙ୍ଗରେ ନେଇ ଆପଣାକୁ ଶୁଚି କଲେ। ତା’ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିୟା ସମାରୋହର ଦିନ ପୁରି ଯିବ ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଦାନ ଦିଆଯିବ, ସେହି ବିଷୟରେ ଘୋଷଣା କଲେ।
27 ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ। 28 ସେମାନେ ଖୁବ୍ ଜୋର୍ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।” 29 ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।
30 ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା। 31 ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୁଶାଲମରେ ଉତ୍ତେଜନା ଖେଳି ଯାଇଛି। 32 ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।
33 ତା’ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ। 34 ଲୋକ ଗହଳି ଭିତରୁ ଲୋକେ ଚିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚିତ୍କାର କରି ଯାଉଥିଲେ। 35 ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। 36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।”
37 ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଗ୍ଭରିଲେ, “ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?”
ସେନାପତି ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ରୀକ୍ ଭାଷା ଜାଣ? 38 ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।”
39 ପାଉଲ କହିଲେ, “ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଗ୍ଭହୁଁଛି।”
40 ପାଉଲ ସେନାପତିଙ୍କଠାରୁ ଅନୁମତି ପାଇ ପାହାଚ ଉପରେ ଠିଆ ହୋଇଗଲେ। ସେ ଲୋକମାନଙ୍କୁ ହାତରେ ସଙ୍କେତ କରିବା ହେତୁ ସମସ୍ତେ ଅତି ଶାନ୍ତ ହୋଇଗଲେ। ତା’ପରେ ସେ ଏବ୍ରୀ ଭାଷାରେ କହିଲେ।
ଆଶାର ଶପଥ
30 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଯେଉଁସବୁ କଥା କହିଅଛୁ, ତାହା ତୁମ୍ଭେ ଗୋଟିଏ ପୁସ୍ତକରେ ଲେଖି ରଖ।” 3 କାରଣ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱ ଅବସ୍ଥା ପରିବର୍ତ୍ତନ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।”
4 ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁ କହିଲେ। 5 ସଦାପ୍ରଭୁ ଏହା କହିଲେ,
“ଆମ୍ଭେ ଲୋକମାନଙ୍କର କମ୍ପିବାର
ଓ ଭୟର ଶବ୍ଦ ଶୁଣିଅଛୁ, ମାତ୍ର ଶାନ୍ତିର ଶବ୍ଦ ଶୁଣି ନାହୁଁ।
6 “ପ୍ରତ୍ୟେକ ଲୋକଙ୍କୁ ପଗ୍ଭରି ବୁଝ,
ସେମାନେ କ’ଣ ପ୍ରସବ ବେଦନା ପାଉଛନ୍ତି?
ତାହା ନ ହେଲେ ପ୍ରତ୍ୟେକ ପୁରୁଷ କାହିଁକି ପ୍ରସବ ବେଦନା ପାଇଲା ପରି
ଆପଣା କଟିଦେଶରେ ହସ୍ତ ରଖିଛନ୍ତି
ଓ ପ୍ରତ୍ୟେକଙ୍କର ମୁଖ
ମଳିନ ପଡ଼ିଛି କାହିଁକି?
7 “ଆହା, ସେଦିନ ଅତି ମହାନ।
ତାହା ସମାନ ଆଉ ଦିନ ନାହିଁ।
ତାହା ଯାକୁବର ସଙ୍କଟକାଳ,
ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।
8 “ସେହି ସମୟରେ” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ଯିହୁଦା ଓ ଇସ୍ରାଏଲର ଲୋକମାନଙ୍କ ସ୍କନ୍ଦରୁ ଯୁଆଳି ସବୁ ଭାଙ୍ଗି ପକାଇବା ଓ ସେମାନଙ୍କର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସେମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। 9 ଆଉ ସେମାନେ ବିଦେଶୀମାନଙ୍କର ସେବା କରିବେ ନାହିଁ। ସେମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କୁ ସେବା କରିବେ। ଆଉ ସେମାନଙ୍କ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସେବା କରିବେ।
10 ଏଣୁ ସଦାପ୍ରଭୁ କହନ୍ତି,
“ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ,
ତୁମ୍ଭେ ଭୟ କର ନାହିଁ।
ଆଉ ହେ ଇସ୍ରାଏଲ,
ତୁମ୍ଭେ ନିରାଶ ହୁଅ ନାହିଁ।
କାରଣ ଆମ୍ଭେ ବହୁ ଦୂର ଦେଶରୁ
ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ।
ପୁଣି ଯାକୁବ ଫେରି ଆସି ଶାନ୍ତିରେ
ଓ ନିରାପଦରେ ରହିବ।
କେହି ତାହାକୁ ଭୟ ଦେଖାଇବେ ନାହିଁ।”
11 ପୁଣି ସଦାପ୍ରଭୁ କହନ୍ତି,
“ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ,
ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ।
ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ।
ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା।
ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ।
ତଥାପି ଆମ୍ଭେ ବିବେଚନା ପୂର୍ବକ
ତୁମ୍ଭମାନଙ୍କୁ ଶାସ୍ତି ଦେବା।
ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।”
12 ପୁଣି ସଦାପ୍ରଭୁ କହନ୍ତି,
“ତୁମ୍ଭମାନଙ୍କର କ୍ଷତ ଦୁରାରୋଗ୍ୟ
ଓ ତୁମ୍ଭମାନଙ୍କର ଘା କେବେ ପୂରଣ ହେବ ନାହିଁ।
13 ତୁମ୍ଭମାନଙ୍କର ଘା’ର ଯତ୍ନ କେହି ନେବେ ନାହିଁ,
ତେଣୁ ତାହା ସୁସ୍ଥ ହେବ ନାହିଁ।
14 ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ।
ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି।
ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ।
କାରଣ ତୁମ୍ଭର ବହୁ ଅଧର୍ମ
ଓ ବହୁ ପାପ ଯୋଗୁଁ
ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ
ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।
15 ହେ ଇସ୍ରାଏଲ ଓ ଯିହୁଦା, ତୁମ୍ଭେମାନେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଅଛ?
ତୁମ୍ଭମାନଙ୍କର ଏହି କ୍ଷତ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ।
ତୁମ୍ଭମାନଙ୍କର ଅଧର୍ମ ଅନେକ ଓ ପାପ ବହୁତ।
ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।
16 ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି,
ସେମାନେ ଗ୍ରାସିତ ହେବେ।
ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକର ବନ୍ଦୀତ୍ୱ ସ୍ଥାନକୁ ଯିବେ।
ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି,
ସେମାନେ ଲୁଣ୍ଠିତ ହେବେ।
ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ୟ ଅପହରଣ କରନ୍ତି,
ଆମ୍ଭେ ସେମାନଙ୍କର ଦ୍ରବ୍ୟ ଅପହରଣ କରାଇବା।”
17 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା
ଓ ଆମ୍ଭେ ତୁମ୍ଭର ଘା’ସବୁ ସୁସ୍ଥ କରିବା।
କାରଣ ସେମାନେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି।
‘ଆଉ ସିୟୋନକୁ କେହି ଗ୍ଭହାନ୍ତି ନାହିଁ।’”
18 ସଦାପ୍ରଭୁ କହନ୍ତି,
“ମୁଁ ଯାକୁବର ତମ୍ବୁଗୁଡ଼ିକର
ବନ୍ଦୀତ୍ୱର ପରିବର୍ତ୍ତନ କରିବି
ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି।
ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ
ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।
19 ସେହି ସ୍ଥାନମାନଙ୍କରୁ ଧନ୍ୟବାଦ
ଓ ଆନନ୍ଦର ଧ୍ୱନି ବାହାରିବ।
ଆମ୍ଭେ ସେମାନଙ୍କୁ ଅସଂଖ୍ୟ କରିବା।
ସେମାନେ ଅଳ୍ପ ସଂଖ୍ୟକ ହୋଇ ରହିବେ ନାହିଁ
ଆଉ ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା।
କେହି ସେମାନଙ୍କୁ ଘୃଣା କରିବେ ନାହିଁ।
20 ଯାକୁବର ସନ୍ତାନଗଣ ଇସ୍ରାଏଲର ପୂର୍ବପରି ହେବେ।
ଆମ୍ଭେ ଇସ୍ରାଏଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା।
ଯେଉଁମାନେ ସେମାନଙ୍କ ଉପରେ ଉପଦ୍ରବ କରିବେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା।
21 ପୁଣି ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ।
ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ସୃଷ୍ଟି ହେବେ।
ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା
ଓ ସେ ଆମ୍ଭ ନିକଟକୁ ଆସିବେ।”
କାରଣ ସଦାପ୍ରଭୁ କହନ୍ତି,
“ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ?
22 ପୁଣି ତୁମ୍ଭେମାନେ ଆମ୍ଭର ଲୋକ ହେବ
ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।”
23 “ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ
ସର୍ବନାଶକାରୀ ଝଡ଼
ଓ ତୋଫାନ ସଦୃଶ
ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ।
24 ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ ହେବା ପର୍ଯ୍ୟନ୍ତ
ତାଙ୍କର ପ୍ରଜ୍ୱଳିତ କ୍ରୋଧ ପ୍ରଶମିତ ହେବ ନାହିଁ।
ତୁମ୍ଭେମାନେ ଅନ୍ତିମ ସମୟରେ
ତାହା ବୁଝିବ।”
ନୂତନ ଇସ୍ରାଏଲ
31 ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”
2 ସଦାପ୍ରଭୁ କହନ୍ତି,
“ଖଡ଼୍ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତରରେ ଆଶ୍ରୟ ପାଇବେ,
ଯେତେବେଳେ ଇସ୍ରାଏଲ ବିଶ୍ରାମ ଗ୍ଭହିଁଲେ।”
3 ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ
ଦର୍ଶନ ଦେଲେ ଓ କହିଲେ,
“ଆମ୍ଭେ ଚିରସ୍ଥାୟୀ ଭାବରେ ତୁମ୍ଭକୁ ପ୍ରେମ କରି ଆସିଛୁ।
ଏଣୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା।
4 “ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା।
ତୁମ୍ଭେ ପୁନର୍ବାର ଏକ ଦେଶ ହେବ।
ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ
ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।
5 ତୁମ୍ଭେ କୃଷକମାନେ ପୁନର୍ବାର ଶମରିୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ।
ତୁମ୍ଭେମାନେ ରୋପଣ କରି
ତାହାର ଫଳ ଭୋଗ କରିବ।
6 ଏପରି ଏକ ସମୟ ଆସିବ ଯେତେବେଳେ ପ୍ରହରୀମାନେ
ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ,
‘ଆସ, ଆମ୍ଭେମାନେ ସିୟୋନକୁ ଯିବା ଓ ଆମ୍ଭର ସଦାପ୍ରଭୁ’ ପରମେଶ୍ୱରଙ୍କୁ ପୂଜା କରିବା।”
7 କାରଣ ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର।
ଅଗ୍ରଗଣ୍ୟ ଦେଶ ନିମନ୍ତେ ଜୟଧ୍ୱନି କର,
ପ୍ରାର୍ଥନା କର ଓ ପ୍ରଶଂସା କର,
‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କୁ
ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ପରିତ୍ରାଣ କର।’
8 ଆଉ ଦେଖ, ଆମ୍ଭେ ସେମାନଙ୍କୁ
ଉତ୍ତର ଦେଶରୁ ଆଣିବା।
ପୁଣି ପୃଥିବୀର ପ୍ରାନ୍ତ ଭାଗରୁ ସେମାନଙ୍କୁ
ଓ ସେମାନଙ୍କ ସହିତ ଅନ୍ଧ, ଛୋଟା,
ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀଙ୍କୁ
ଏକତ୍ର ସଂଗ୍ରହ କରିବା।
ସେମାନେ ବହୁ ସଂଖ୍ୟାରେ ଜନଗହଳି ହୋଇ ଏ ସ୍ଥାନକୁ ଆସିବେ।
9 ସେମାନେ କ୍ରନ୍ଦନ କରି ଆସୁଥିଲା ବେଳେ
ଆମ୍ଭେ ସେମାନଙ୍କୁ ଆଗେଇ ନେବା।
ଆମ୍ଭେ ସେମାନଙ୍କୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦେଇ
ସଳଖ ପଥରେ ଗମନ କରାଇବା।
ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ।
କାରଣ ଆମ୍ଭେ ଇସ୍ରାଏଲର ପିତା
ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।
10 “ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
ଆଉ ଦୂରସ୍ଥ ଦ୍ୱୀପ ସମୂହରେ ତାହା ପ୍ରଗ୍ଭର କରି କୁହ,
‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ,
ସେ ତାହାକୁ ସଂଗ୍ରହ କରିବେ।
ଆଉ ପାଳକ ଯେପରି ତାହାର ମେଷପଲକୁ ରକ୍ଷା କରେ, ସେପରି ସେ ତାହାକୁ ସୁରକ୍ଷା ଦେବେ।’
11 କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି
ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି।
12 ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ
ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ,
ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ
ଓ ଗୋପଲର ଗୋବତ୍ସ ବହି ଆସିବ
ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ।
ସେମାନେ ଆଉ ଦୁଃଖୀ ହେବେ ନାହିଁ।
13 ସେତେବେଳେ ଯୁବତୀ ନାରୀମାନେ ଆନନ୍ଦରେ ନୃତ୍ୟ କରିବେ
ଓ ଯୁବା ଏବଂ ବୃଦ୍ଧମାନେ ସେମାନଙ୍କ ସହିତ ଯୋଗ ଦେବେ।
ଆମ୍ଭେ ସେମାନଙ୍କର ଶୋକକୁ ଆନନ୍ଦରେ ପରିଣତ କରିବା।
ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା ଦେବା ଓ ସେମାନଙ୍କୁ ଦୁଃଖ ବଦଳରେ ସୁଖ ଦେବା।
14 ଆଉ ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା
ଓ ଆମ୍ଭର ଲୋକମାନେ ପ୍ରଚୁର ଖାଦ୍ୟ ପାଇ ପରିତୃପ୍ତ ହେବେ।
ଏହା ସଦାପ୍ରଭୁ କହନ୍ତି।”
15 ପୁଣି ସଦାପ୍ରଭୁ ଏହି କଥା କହନ୍ତି,
“ରାମାରେ କୋଳାହଳ
ଓ ଅତି କରୁଣ ଚିତ୍କାର ଶୁଣାଯିବ।
ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ।
ସେ ତା’ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ,
କାରଣ ସେମାନେ ମୃତ।”
16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ କ୍ରନ୍ଦନରୁ ନିବୃତ୍ତ ହୁଅ
ଓ ଚକ୍ଷୁରୁ ଲୋତକ ବନ୍ଦ କର।
କାରଣ ତୁମ୍ଭେ ତୁମ୍ଭର କର୍ମାନୁସାରେ ପୁରସ୍କୃତ ହେବ।”
ଆଉ ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ଶତ୍ରୁ ଦେଶରୁ ଫେରି ଆସିବ।
17 ତୁମ୍ଭ ଅନ୍ତିମକାଳ ବିଷୟରେ ପ୍ରତ୍ୟାଶ ଅଛି।”
ସଦାପ୍ରଭୁ କହନ୍ତି,
ଆଉ “ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣା ଦେଶକୁ ଫେରି ଆସିବେ।
18 ମୁଁ ପ୍ରକୃତରେ ଇଫ୍ରୟିମର କ୍ରନ୍ଦନ ଶୁଣିଅଛି।
ସେ କାନ୍ଦିକରି ଏହି କଥା କହୁଛି, ‘ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶାସ୍ତି ଦେଇଅଛ।
ମୁଁ ପ୍ରକୃତ ଶିକ୍ଷା ପାଇଛି।
ମୁଁ ଏକ ବନ୍ୟପଶୁ ସଦୃଶ ଥିଲି।
ମୋତେ ତୁମ୍ଭ ନିକଟକୁ ଫେରିବାକୁ ଦିଅ,
କାରଣ ତୁମ୍ଭେ ସଦାପ୍ରଭୁ ମୋର ପରମେଶ୍ୱର।
19 ହେ ସଦାପ୍ରଭୁ, ମୁଁ ଫେରିଲା ପରେ ଅନୁତପ୍ତ ହେଲି।
ଶିକ୍ଷା ପାଇଁ ଦୁଃଖରେ ଆପଣା ଊରୁଦେଶକୁ
ଆଘାତ କଲି।
ମୁଁ ଆପଣା ଯୌବନ କାଳରେ ମନ୍ଦାଗ୍ଭର ଯୋଗୁଁ
ଲଜ୍ଜିତ ଓ ବ୍ୟାକୁଳ ହେଲି।’”
20 ପରମେଶ୍ୱର କହନ୍ତି, “ଇଫ୍ରୟିମ ଆମ୍ଭର ପ୍ରିୟ ପୁତ୍ର।
ଆମ୍ଭେ ତାହାକୁ ପ୍ରେମ କରୁ।
ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା’ ବିରୁଦ୍ଧରେ ଯାଉ,
ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ।
ଏଣୁ ତା’ ପାଇଁ ଆମ୍ଭର ପ୍ରାଣ ବ୍ୟାକୁଳ ହୁଏ।
ଆମ୍ଭେ ପ୍ରକୃତରେ ତାକୁ ଦୟା କରିବା।”
ଏହା ସଦାପ୍ରଭୁ କହନ୍ତି।
21 “ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ
ଓ ପଥ ପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର।
ଯେଉଁ ରାଜପଥରେ ତୁମ୍ଭେ ଗମନ କରିଥିଲ
ସେହି ପଥରେ ମନୋନିବେଶ କର।
ହେ ଇସ୍ରାଏଲ କୁମାରୀ, ଫେରି ଆସ,
ତୁମ୍ଭର ନଗରଗୁଡ଼ିକୁ ଫେରି ଆସ।
22 ହେ ଅବିଶ୍ୱସ୍ତା କନ୍ୟା,
ତୁମ୍ଭେ କେତେକାଳ ଏଣେତେଣେ ଭ୍ରମଣ କରିବ?
“କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି,
ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ।”
23 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହନ୍ତି, “ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱରୁ ମୁକ୍ତ କରିବା। ଯିହୁଦା ଦେଶରେ ଓ ତାହାର ନଗର ସକଳରେ ସେମାନେ ପୁନର୍ବାର ଏହା ବ୍ୟବହାର କରିବେ। ‘ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’
24 “ପୁଣି ଯିହୁଦା ଓ ତାହାର ନଗର ସବୁରେ କୃଷକମାନେ ଓ ପଲ ନେଇ ଭ୍ରମଣକାରୀମାନେ ଏକତ୍ର ଶାନ୍ତିରେ ବାସ କରିବେ। 25 କାରଣ ଆମ୍ଭେ କ୍ଳାନ୍ତ ଓ ଦୁର୍ବଳ ପ୍ରାଣକୁ ବିଶ୍ରାମ ଓ ଶକ୍ତି ପ୍ରଦାନ କରିବା।”
26 ଏହା ଶୁଣିଲା ଉତ୍ତାରେ, ମୁଁ ସୁଖଦାୟକ ନିଦ୍ରାରୁ ଜାଗ୍ରତ ହୋଇ ଗ୍ଭରିଆଡ଼କୁ ଗ୍ଭହିଁଲି।
27 ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନେବା। ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପଶୁମାନଙ୍କୁ ଦ୍ୱିଗୁଣିତ କରିବା। 28 ଅତୀତରେ ଆମ୍ଭେ ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଳେଶ ଦେଇଥିଲୁ। ମାତ୍ର ବର୍ତ୍ତମାନ ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା। ଆଉ ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ଶକ୍ତିଶାଳୀ କରିବା।” ଏହା ସଦାପ୍ରଭୁ କହନ୍ତି।
29 “ଲୋକେ ଆଉ ଏପରି କଥା କେବେ କହିବେ ନାହିଁ ଯେ:
‘ପିତୃଗଣ ଅମ୍ଳ ଦ୍ରାକ୍ଷା ଫଳ ଖାଇଲେ,
ସନ୍ତାନଗଣର ଦାନ୍ତ ଖଟା ହେବ।’
30 ସଦାପ୍ରଭୁ କହନ୍ତି, ପ୍ରତ୍ୟେକ ଲୋକ ନିଜର ପାପ ଯୋଗୁଁ ମରିବେ। କାରଣ ଅମ୍ଳ ଦ୍ରାକ୍ଷା ଫଳ ଖାଇବା ଲୋକର ଦାନ୍ତ କେବଳ ଖଟା ହେବ।”
ନୂତନ ନିୟମ
31 ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା। 32 ଏହି ନିୟମ ସେମାନଙ୍କ ପୂର୍ବପୁରୁଷଗଣଙ୍କ ସହ ହୋଇଥିବା ନିୟମ ପରି ହେବ ନାହିଁ। ସେତେବେଳେ ଆମ୍ଭେ ସେମାନଙ୍କୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିୟମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।”
33 ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। 34 ପରମେଶ୍ୱରଙ୍କୁ ଜାଣିବାକୁ ସେମାନେ ଆପଣା ଆପଣା ପ୍ରତିବାସୀଙ୍କୁ ଓ ଭ୍ରାତାଙ୍କୁ ଶିକ୍ଷା ଦେବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜାଣିବେ। ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆଉ ସ୍ମରଣ କରିବା ନାହିଁ।”
ସଦାପ୍ରଭୁ ଇସ୍ରାଏଲକୁ ପରିତ୍ୟାଗ କରିବେ ନାହିଁ
35 ସଦାପ୍ରଭୁ କହନ୍ତି,
“ଯିଏ ଦିବସରେ ଆଲୋକ ଦେବା ପାଇଁ ସୂର୍ଯ୍ୟ
ଓ ରାତ୍ରିରେ ଜ୍ୟୋତିଃ ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି,
ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି,
ସେହି ହେଉଛନ୍ତି ସୈନ୍ୟାଧିପତି ସଦାପ୍ରଭୁ।”
36 ତା’ପରେ ସଦାପ୍ରଭୁ ଏହା କହନ୍ତି, “ଯେବେ ସୂର୍ଯ୍ୟ, ଚନ୍ଦ୍ର, ତାରକା ଓ ସମୁଦ୍ର ମୋ’ ନିୟନ୍ତ୍ରଣରେ ନ ରହନ୍ତି,
ତେବେ କେବଳ ଇସ୍ରାଏଲ ବଂଶଧର ଆମ୍ଭ ସମ୍ମୁଖରେ ଗୋଟିଏ ଦେଶ ହେବାରୁ ବିରତ ହେବ।”
37 ପୁଣି ସଦାପ୍ରଭୁ ଏହା କହନ୍ତି, “ଯଦି ଲୋକମାନେ ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ
ଓ ଅଧଃସ୍ଥ ପୃଥିବୀକୁ ମାପି ପାରିବେ।
ତାହାହେଲେ କେବଳ ଆମ୍ଭେ ମଧ୍ୟ ଇସ୍ରାଏଲର ବଂଶଧରଗଣ ଯାହା କଲେ
ତାହା ପ୍ରତ୍ୟାଖାନ କରିଦେବା।”
ଏହା ସଦାପ୍ରଭୁ କହନ୍ତି।
ନୂତନ ଯିରୁଶାଲମ
38 ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେତେବେଳେ ଯିରୁଶାଲମ ନଗର ପୁନର୍ବାର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ। ତା’ପରେ ହନନେଲ ଦୁର୍ଗରୁ କୋଣ ଫାଟକ ପର୍ଯ୍ୟନ୍ତ ତାହା ନିର୍ମିତ ହେବ। 39 ଆଉ ସେଠାରୁ ପରିମାପକ ରଜ୍ଜୁ ଗାରେବ୍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ସେଠାରୁ ବୁଲି ଗୋୟା ପର୍ଯ୍ୟନ୍ତ ଯିବ। 40 ପୁଣି ଶବ ଭସ୍ମରେ ପୂର୍ଣ୍ଣ ହୋଇଥିବା ଉପତ୍ୟକା, କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଓ ପୂର୍ବ ଦିଗସ୍ଥ ଅଶ୍ୱ ଦ୍ୱାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଆଉ ସେହି ଯିରୁଶାଲମ ନଗର କେବେ ଉତ୍ପାଟିତ ବା ନିପାତିତ ହେବ ନାହିଁ।”
ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ(A)
16 ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ। 2 ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ। 3 ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?”
4 ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି। 5 ସେମାନେ କବର ଭିତରକୁ ଗଲେ। ସେଠାରେ ସେମାନେ ଧଳା ପୋଷାକ ପିନ୍ଧିଥିବା ଜଣେ ଯୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲେ। ସେମାନେ ଡରିଗଲେ।
6 କିନ୍ତୁ ଯୁବକ ଜଣକ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ କ୍ରୁଶବିଦ୍ଧ ନାଜରିତର ଯୀଶୁଙ୍କୁ ଖୋଜୁଛ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେ ଏଠାରେ ନାହାନ୍ତି। ଦେଖ, ସେମାନେ ତାହାଙ୍କୁ ଏହି ସ୍ଥାନରେ ରଖିଥିଲେ। 7 ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।”
8 ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।
କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି।
କେତେକ ଶିଷ୍ୟ ଯୀଶୁଙ୍କୁ ଦେଖିଲେ(B)
9 ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ। 10 ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ୟମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତେବେଳକୁ ଶିଷ୍ୟମାନେ ଶୋକରେ ବୁଡ଼ି ଯାଇଥିଲେ ଓ ବିଳାପ କରୁଥିଲେ। 11 ମରିୟମ ସେମାନଙ୍କୁ କହିଲେ ଯେ, ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ୟମାନେ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।
12 ଏହା ପରେ ଦୁଇଜଣ ଶିଷ୍ୟ ପଡ଼ିଆ ମଧ୍ୟରେ ଯାଉଥିବା ସମୟରେ ଯୀଶୁ ସେମାନଙ୍କ ନିକଟରେ ଅନ୍ୟ ଏକ ରୂପରେ ଦେଖା ଦେଲେ। 13 ଏହି ଶିଷ୍ୟ ଦୁଇଜଣ ଫେରି ଆସି ଅନ୍ୟ ଶିଷ୍ୟମାନଙ୍କୁ ଏ କଥା ଜଣାଇଲେ। ତଥାପି ଶିଷ୍ୟମାନେ ତାହାଙ୍କ କଥାକୁ ମଧ୍ୟ ବିଶ୍ୱାସ କଲେ ନାହିଁ।
ପ୍ରେରିତମାନଙ୍କ ସହିତ ଯୀଶୁଙ୍କ କଥାବାର୍ତ୍ତା(C)
14 ପରେ ଯେତେବେଳେ ଏଗାର ଜଣ ପ୍ରେରିତ ଖାଉଥିଲେ, ସେତିକିବେଳେ ଯୀଶୁ ସେମାନଙ୍କୁ ଦେଖା ଦେଲେ। ସେ ସେମାନଙ୍କୁ ସେମାନଙ୍କର ଅବିଶ୍ୱାସ ଓ ମନର ଜଡ଼ତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥାନ ହୋଇଛନ୍ତି ବୋଲି ଦେଖିଥିଲେ, ସେମାନଙ୍କୁ ଏହି ଶିଷ୍ୟମାନେ ବିଶ୍ୱାସ କରି ନ ଥିଲେ।
15 ଯୀଶୁ ସେମାନଙ୍କୁ କହିଲେ, “ପୃଥିବୀର ଗ୍ଭରିଆଡ଼କୁ ଯାଅ। ପ୍ରତ୍ୟେକ ଲୋକକୁ ସୁସମାଗ୍ଭର ଶୁଣାଅ। 16 ଯେଉଁ ଲୋକ ବିଶ୍ୱାସ କରିବ ଓ ବାପ୍ତିଜିତ ହେବ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ୱାସ କରିବ, ସେ ଦୋଷୀ ସାବ୍ୟସ୍ତ ହେବ। 17 ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା’ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ। 18 ସେମାନେ ନିଜ ହାତରେ ସାପକୁ ଧରିବେ କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ସେମାନେ ବିଷ ମଧ୍ୟ ପିଇ ଦେବେ, କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହୋଇଯିବେ।”
ଯୀଶୁଙ୍କ ସ୍ୱର୍ଗାରୋହଣ(D)
19 ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। 20 ତା’ପରେ ପ୍ରେରିତମାନେ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ। ପ୍ରଭୁ ପ୍ରମାଣିତ କରିଦେଲେ ଯେ, ପ୍ରେରିତମାନେ ଯେଉଁ ସୁସମାଗ୍ଭର ପ୍ରଗ୍ଭର କରୁଥିଲେ ତାହା ସତ୍ୟ। ପ୍ରଭୁ ସେମାନଙ୍କୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରିଦେଲେ।
2010 by World Bible Translation Center