M’Cheyne Bible Reading Plan
ଶାମ୍ଶୋନ୍ ଘସା ନଗରକୁ ଗଲେ
16 ଦିନେ ଶାମ୍ଶୋନ୍ ଘସାରେ ଥିବା ଏକ ବେଶ୍ୟା ପାଖକୁ ଗଲେ। ସେ ତା’ର ସହିତ ରାତ୍ରିଯାପନ କରିବା ପାଇଁ ସେଠାକୁ ଯାଇଥିଲେ। 2 କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶାମ୍ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶାମ୍ଶୋନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁପ୍ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶାମ୍ଶୋନଙ୍କୁ ହତ୍ୟା କରିବା।”
3 କିନ୍ତୁ ଶାମ୍ଶୋନ୍ ସେ ବେଶ୍ୟା ପାଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଓ ମଧ୍ୟରାତ୍ରିରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସେଗୁଡ଼ିକୁ କାନ୍ଥରୁ ଓ ଦୁଇ ବାଜୁବନ୍ଧରୁ ଉପାଡ଼ି ପକାଇଲେ। ସେ ଫାଟକର ଦୁଇଟି ଖମ୍ବକୁ ତା’ର ବାଜୁବନ୍ଧକୁ ହିବ୍ରୋଣ ପର୍ବତ ପାଖକୁ ନେଇଗଲେ।
ଶାମ୍ଶୋନ୍ ଓ ଦଲୀଲା
4 ଏହା ପରେ ଶାମ୍ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀଲୋକର ପ୍ରେମରେ ପଡ଼ିଗଲେ। ଯେ କି ଥିଲା ସୋରେକ୍ ଉପତ୍ୟକାର ଜଣେ ସ୍ତ୍ରୀଲୋକ।
5 ତେଣୁ ପଲେଷ୍ଟୀୟ ନେତୃବର୍ଗମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, “ଆମ୍ଭେ ଜାଣିବାକୁ ଗ୍ଭହୁଁ ସେ କେଉଁଠାରୁ ବଳ ପାଉଛି, ତୁମ୍ଭେ ଚତୁରତାର ସହ ତାଙ୍କ ପାଖରୁ ଏହି ଗୁପ୍ତ ରହସ୍ୟ ଆଦାୟ କର। ଆମ୍ଭେ ଜାଣିବାକୁ ଗ୍ଭହୁଁ, ତାକୁ କିପରି କାବୁ କରି ହେବ। ଯାହାଫଳରେ ଆମ୍ଭେ ଯେକୌଣସି ପ୍ରକାରେ ବନ୍ଦୀ କରି ପାରିବୁ। ଯଦି ତୁମ୍ଭେ ଏହା କରି ପାରିବ ତେବେ ତୁମ୍ଭକୁ ଆମ୍ଭେ ପ୍ରତ୍ୟେକ 1100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ।”
6 ତେଣୁ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଦୟାକରି କୁହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ୟକ୍ତି ତୁମ୍ଭକୁ ବାନ୍ଧି ପାରିବ?”
7 ଶାମ୍ଶୋନ୍ ଉତ୍ତର ଦେଇ କହିଲେ, “ଯାହା କେବେ ଶୁଷ୍କ ହୋଇ ନାହିଁ। ଏପରି ସାତୋଟା କଞ୍ଚାତନ୍ତୁରେ ଯେବେ ସେମାନେ ମୋତେ ବାନ୍ଧିବେ। ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକପରି ହୋଇ ଯିବି।”
8 ଏହା ପରେ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୋଟା କଞ୍ଚାତନ୍ତ ଆଣି ସେହି ସ୍ତ୍ରୀଲୋକଟିକୁ ଦେଲେ। ସେଥିରେ ସେ ଶାମ୍ଶୋନଙ୍କୁ ବାନ୍ଧିଲା। 9 ସେ ସମୟରେ କେତେକ ଲୋକ ପରବର୍ତ୍ତୀ କୋଠରୀରେ ଲୁଚି ରହିଲେ। ତେଣୁ ସେ ସେମାନଙ୍କୁ କହିଲା, “ଶାମ୍ଶୋନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତୁମ୍ଭ ପାଖକୁ ଆସିଛନ୍ତି!” କିନ୍ତୁ ଶାମ୍ଶୋନ୍ ଅନାୟାସରେ ଧନୁର ଗୁଣକୁ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡ଼ି ପରି ଛିଣ୍ତିଗଲା। ଏହିପରି ସେମାନେ ତାଙ୍କର ବଳର ଗୁପ୍ତ ରହସ୍ୟ ଜାଣି ପାରିଲେ ନାହିଁ।
10 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ମୋତେ ବୋକା ବନେଇଲ ଓ ମିଥ୍ୟା କହିଲ। ଏବେ ତୁମ୍ଭେ କେଉଁଥିରେ ବନ୍ଧାଯାଇପାର କୁହ।”
11 ତହିଁରେ ସେ ତାକୁ କହିଲେ, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ। ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକଙ୍କ ପରି ହୋଇଯିବି।”
12 ତେଣୁ ଦଲୀଲା ନୂତନ ରଜ୍ଜୁ ନେଇ ତାହାଙ୍କୁ ବାନ୍ଧିଲା। ସେତେବେଳେ ଅକ୍ତିଆର କରିବାକୁ ଉତ୍କଣ୍ଠିତ ଲୋକମାନେ ପରବର୍ତ୍ତୀ କୋଠରୀରେ ଲୁଚି ରହିଥିଲେ। ତା’ପରେ ସେ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହୁ ଉପରେ ଥିବା ରଜ୍ଜୁ ସବୁକୁ ଛିଣ୍ତାଇ ପକାଇଲେ।
13 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲେ, “ତୁମ୍ଭେ ପୁନର୍ବାର ମୋତେ ନିର୍ବୋଧ ବନେଇଲ ଓ ମିଛ କହିଲ! ତୁମ୍ଭେ କାହିଁରେ ବନ୍ଧାଯାଇପାର, ମୋତେ କୁହ।”
ତହିଁରେ ସେ ତାକୁ କହିଲେ, “ଯେବେ ତୁମ୍ଭେ ବୁଣା ଯାଉଥିବା ସୂତାରେ ମୋର ମସ୍ତକର ସାତ ବେଣୀ ବୁଣିବ ଏବଂ ଏହାକୁ ଏକ ଖିଲରେ ଜୋର୍ରେ ବାନ୍ଧିବ, ତେବେ ମୁଁ ସାଧାରଣ ମଣିଷପରି ଦୁର୍ବଳ ହୋଇଯିବି।”
14 ଶାମ୍ଶୋନ୍ ଶୋଇଥିବା ବେଳେ ସେ ତାଙ୍କର ବାଳକୁ ଗୋଟିଏ ସୂତା ବାହାର କରି ସାତୋଟି ବେଣୀ କଲା ଏବଂ ଗୋଟିଏ ତମ୍ବୁ ଖିଲରେ ବାନ୍ଧି ଦେଲା ଏବଂ ତା’ପରେ ସେ ତାଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” ତେଣୁ ସେ ଖିଲକୁ, ସୂତାକୁ ଓ ତନ୍ତୁକୁ ଉପାଡ଼ି ପକାଇଲେ।
15 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ପୁଣି ଥରେ ମୋତେ ମିଛ କହିଲ, ତୁମ୍ଭେ କିପରି କହି ପାରୁଛ, ‘ମୁଁ ତୁମ୍ଭକୁ ଭଲ ପାଏ,’ ଯେହେତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ? ତୁମ୍ଭର ମହାବଳ କେଉଁଥିରେ ଅଛି ମୋତେ କହି ନାହଁ। ତୁମ୍ଭେ ମୋତେ ତିନିଥରଯାକ ବୋକା ବନାଇଲ।” 16 ଦିନପରେ ଦିନ ସେ ଶାମ୍ଶୋନଙ୍କୁ ଏତେ ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ଣା ହୋଇଗଲେ ଯେ, ନିଜେ ମରିଗଲେ ବୋଲି ସେ ଅନୁଭବ କଲେ। 17 ଶେଷରେ ଶାମ୍ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।”
18 ଦଲୀଲା ଦେଖିଲା ଶାମ୍ଶୋନ୍ ତାକୁ ସମସ୍ତ ଗୁପ୍ତ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନେତୃବର୍ଗମାନଙ୍କୁ ଜଣାଇ ଦେଲା। ସେ କହିଲା, “ଏହି ଥର ଆସ, କାରଣ ଶାମ୍ଶୋନ୍ ମୋତେ ତାଙ୍କର ସମସ୍ତ ରହସ୍ୟ କହିଦେଇଛନ୍ତି।” ତେଣୁ ନେତୃବର୍ଗ ଦଲୀଲା ନିକଟକୁ ଆସିଲେ ଏବଂ ମୁଦ୍ରା ଆଣିଲେ।
19 ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା’ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା’ପରେ ଆଉ ଜଣେ ଲୋକ ଡକାଇ ତା’ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶାମ୍ଶୋନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶାମ୍ଶୋନ୍ର ସାମର୍ଥ୍ୟ ଗ୍ଭଲିଗଲା। 20 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ପାଇଁ ଆସିଛନ୍ତି।” ସେ ଉଠିଲା ଏବଂ ଚିନ୍ତା କଲା, “ମୁଁ ନିଜକୁ ମୁକ୍ତ କରିବି ଓ ପୂର୍ବଥର ପରି ତାଙ୍କ ପାଖରୁ ଖସି ପଳାଇବି।” କିନ୍ତୁ ଶାମ୍ଶୋନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ।
21 ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଅକ୍ତିଆର କଲେ। ସେମାନେ ତାଙ୍କର ଆଖିକୁ ଉପାଡ଼ି ଦେଲେ। ପୁଣି ତାଙ୍କୁ ଘସାକୁ ଆଣି ପିତ୍ତଳ ବେଢ଼ିରେ ବାନ୍ଧିଲେ। ଆଉ ସେ କାରାଗାରରେ ଚକି ପେଶିଲେ। 22 କିନ୍ତୁ ଶାମ୍ଶୋନଙ୍କର ବାଳ ପୁନର୍ବାର ବଢ଼ିବାକୁ ଲାଗିଲା।
23 ପଲେଷ୍ଟୀୟମାନେ ଏକତ୍ରିତ ହୋଇ ଜୟଲାଭ ଉତ୍ସବ ପାଳନ କଲେ। ସେମାନେ ସେମାନଙ୍କର ଦାଗୋନ୍ ଦେବତା ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କଲେ। ସେମାନେ କହିଲେ, “ଶାମ୍ଶୋନଙ୍କୁ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦେବତା ଆମ୍ଭମାନଙ୍କୁ ସାହାଯ୍ୟ କଲେ। ଯେ କି ଆମ୍ଭର ଶତ୍ରୁ ଥିଲା।” 24 ଯେତେବେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଦେଖିଲେ ସେମାନେ ତାଙ୍କର ଦେବତାର ପ୍ରଶଂସା ଗାନ କଲେ। ସେମାନେ କହିଲେ,
“ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କୁ
ଆମ୍ଭର ଶତ୍ରୁକୁ ଅକ୍ତିଆର କରିବାରେ ସାହାଯ୍ୟ କଲେ।
ଏହି ଲୋକ ଆମ୍ଭର ଦେଶକୁ ଧ୍ୱଂସ କରିଥିଲା।
ଏହି ଲୋକ ଆମ୍ଭର ଅନେକ ଲୋକମାନଙ୍କୁ ହତ୍ୟା କରିଥିଲା।”
25 ଅତି ଆନନ୍ଦିତ ହୋଇ ସେମାନେ କହିଲେ, “ଶାମ୍ଶୋନଙ୍କୁ ତା’ର କୋଠରୀରୁ ଆଣ, ସେ ଆମ୍ଭମାନଙ୍କ ସମ୍ମୁଖରେ କୌତୁକ କରିବ।” ତେଣୁ ସେମାନେ ଶାମ୍ଶୋନଙ୍କୁ ଗାରାଗାରରୁ ବାହାରକୁ ଆଣିଲେ। ସେ ସେମାନଙ୍କ ଆଗରେ କୌତୁକ କଲେ ଓ ସେମାନେ ତା’ର ପରିହାସ କଲେ। ଆଉ ସେମାନେ ତାକୁ ଦାଗୋନ୍ ମନ୍ଦିରର ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। 26 ଜଣେ ସେବକ ଶାମ୍ଶୋନ୍ର ହାତ ଧରିଥିଲା। ଶାମ୍ଶୋନ୍ ସେବକଙ୍କୁ କହିଲେ, “ମୋତେ ତୁମ୍ଭେ ମନ୍ଦିରର ମଝିଖୁଣ୍ଟି ନିକଟରେ ଛାଡ଼ ମୁଁ ସେହି ମନ୍ଦିରକୁ ଧରିଥିବା ସ୍ତମ୍ଭକୁ ଅନୁଭବ କରି ପାରିବି, ମୁଁ ସେଗୁଡ଼ିକ ଉପରେ ଆଉଜିବି।”
27 ସେହି ମନ୍ଦିର ନରନାରୀମାନଙ୍କ ସହିତ ଭରପୁର ଥିଲା। ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସେଠାରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାୟ ନରନାରୀ ତିନି ହଜାର ଛିଡ଼ା ହୋଇଗଲେ। ସେମାନେ ଶାମ୍ଶୋନଙ୍କୁ ଉପହାସ କରୁଥିଲେ। 28 ଏହା ପରେ ଶାମ୍ଶୋନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ! ମୋତେ ଭୁଲି ଯାଅ ନାହିଁ। ପ୍ରଭୁ, ଦୟାକରି ମୋତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳରେ ମୁଁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦେଇ ପାରିବି ଏବଂ ଏକ ମୁଷ୍ଟିଘାତରେ ସେମାନଙ୍କଠାରୁ ପ୍ରତିଶୋଧ ନେବି। ଯେଉଁମାନେ ମୋର ଦୁଇ ଆଖି ଉପାଡ଼ି ଦେଇଛନ୍ତି।” 29 ମନ୍ଦିର ମଧ୍ୟସ୍ଥ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭରାଥିଲା, ଶାମ୍ଶୋନ୍ ତହିଁରେ ଗୋଟିକୁ ଡାହାଣ ହାତରେ ଓ ଅନ୍ୟଟିକୁ ବାମ ହାତରେ ଧରି ତା’ଉପରେ ଆଉଜି ପଡ଼ିଲେ। 30 ପୁଣି ଶାମ୍ଶୋନ୍ କହିଲେ, “ପଲେଷ୍ଟୀୟମାନଙ୍କ ସହିତ ମୋର ପ୍ରାଣ ଯାଉ।” ଏହାକହି ସେ ସ୍ତମ୍ଭଗୁଡ଼ିକ ତାଙ୍କର ସମସ୍ତବଳ ଖଟାଇ ପେଲି ଦେଲେ। ଛାତଟି ପଡ଼ିଗଲା ଓ ସେଠାରେ ଏକତ୍ରିତ ହୋଇଥିବା ସମସ୍ତ ଲୋକ ମୃତ୍ୟୁବରଣ କଲେ। ଏହିପରି ତାଙ୍କର ଜୀବନ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅପେକ୍ଷା ତାଙ୍କର ମରଣ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଥିଲା।
31 ଏହା ପରେ ତାଙ୍କର ଭାତୃଗଣ ଓ ପିତୃଗୃହସ୍ଥ ପରିବାର ଆସିଲେ ଓ ତାଙ୍କର ମୃତ ଶରୀରକୁ ନେଇଗଲେ। ସେମାନେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନରେ କବର ଦେଲେ, ଯେଉଁଟାକି ସରିୟର ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ। ସେ କୋଡ଼ିଏ ବର୍ଷ ଧରି ଇସ୍ରାଏଲମାନଙ୍କର ବିଗ୍ଭରକ ଥିଲେ।
ପାଉଲଙ୍କ ମାକିଦନିଆ ଓ ଗ୍ରୀସ୍ ଯାତ୍ରା
20 ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା’ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ। 2 ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ। ତା’ପରେ ସେ ଗ୍ରୀସ୍ରେ ପହଞ୍ଚିଲେ। 3 ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ।
ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ। 4 ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ। 5 ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ। 6 ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ।
ପାଉଲଙ୍କର ତ୍ରୋୟା ଯାତ୍ରା
7 ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। 8 ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। 9 ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା।
10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” 11 ତା’ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।
ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା
13 ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ। 14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। 15 ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ। ତା’ପରେ ଦ୍ୱିତୀୟ ଦିନ ଆମ୍ଭେ ମିଳିତ ନଗରରେ ପହଞ୍ଚିଲୁ। 16 ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।
ପାଉଲଙ୍କର ଏଫିସ ନଗରର ପ୍ରାଚୀନ ଲୋକଙ୍କ ସହିତ କଥାବାର୍ତ୍ତା
17 ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଇଲେ।
18 ସେ ସେମାନଙ୍କୁ ଆସି ପହଞ୍ଚିବା ପରେ କହିଲେ, “ମୁଁ ଏସିଆରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭେମାନେ ଜାଣ। 19 ଯିହୂଦୀମାନେ ମୋ’ ବିରୁଦ୍ଧରେ ବହୁତ ଷଡ଼ଯନ୍ତ୍ର କରିଛନ୍ତି। ସେମାନେ ମୋତେ ବହୁତ ଅସୁବିଧାରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସେବା କରିଛି। 20 ଯେଉଁସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସେହିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚରେ ପ୍ରଗ୍ଭର କରିଛି। ଜନସାଧାରଣଙ୍କ ସାମନାରେ ଓ ଘରେ ଘରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦେଇଛି। 21 ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଚେତାଇ ଦେଇଅଛି।
22 “କିନ୍ତୁ ମୁଁ ବର୍ତ୍ତମାନ ପବିତ୍ରଆତ୍ମାଙ୍କର ବାଧ୍ୟ ହୋଇ ଯିରୁଶାଲମକୁ ଯାଉଛି। ମୁଁ ଜାଣି ନାହିଁ, ମୋର ସେଠାରେ କ’ଣ ହେବ। 23 ମୋତେ ପବିତ୍ରଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି। 24 କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଗ୍ଭର ଘୋଷଣା କରିବାର ଯେଉଁ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଛି। ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି।
25 “ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭେମାନେ, ତୁମ୍ଭମାନଙ୍କ ମଧ୍ୟରୁ କେହିହେଲେ ବର୍ତ୍ତମାନଠାରୁ ମୋତେ ଆଉ କେବେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ। 26 ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟେ। 27 କାରଣ ମୁଁ ତୁମ୍ଭମାନଙ୍କୁ ଆଗରେ ପରମେଶ୍ୱରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚରେ ଜଣାଇ ସାରିଛି। 28 ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ। 29 ମୁଁ ଜାଣେ, ମୋ’ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ। ସେମାନେ ଏହି ମେଷ ପଲକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ। 30 ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ୟ କେତେଜଣ ଲୋକ ବାହାରିବେ ଓ ଭୁଲ୍ କଥା ଉପଦେଶ ଦେଇ ଶିଷ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। 31 ତେଣୁ ତୁମ୍ଭେମାନେ ସାବଧାନ ହୋଇ ରୁହ। ତୁମ୍ଭେମାନେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଖରେ ରହି ଆଖିର ଲୁହରେ ପ୍ରତ୍ୟେକଙ୍କୁ ଦିନରାତି ସତର୍କବାଣୀ ଶୁଣାଇ ଥିଲି।
32 “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହଜନକ ବାକ୍ୟ ନିକଟରେ ସମର୍ପଣ କରୁଅଛି। ଏହି ବାକ୍ୟ ହିଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବ ଓ ପରମେଶ୍ୱର ତାହାଙ୍କର ସମସ୍ତ ପବିତ୍ର ଲୋକମାନଙ୍କୁ ଦେଇଥିବା ଅଧିକାର ତୁମ୍ଭମାନଙ୍କୁ ପ୍ରଦାନ କରିବେ। 33 ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତେବେଳେ ମୁଁ କେବେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦେଖାଇ ନାହିଁ। 34 ତୁମ୍ଭେମାନେ ଜାଣିଛ ଯେ, ମୁଁ ନିଜେ ମୋର ଓ ମୋ’ ସହିତ ରହିଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ହାତରେ କାର୍ଯ୍ୟ କରିଛି। 35 ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’”
36 ଏ କଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। 37 ସେମାନେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢେଇ ଧରି ଚୁମ୍ବନ ଦେଲେ। 38 ସେମାନେ ତାହାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା। ସେମାନେ ସମସ୍ତେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।
ବାବିଲସ୍ଥିତ ଜୀଉ ନିର୍ବାସିତମାନଙ୍କୁ ଏକ ପତ୍ର
29 ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ୟଦ୍ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖଦ୍ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ। 2 ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା। 3 ଯିହୁଦାର ରାଜା ସିଦିକିୟ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଶାଫନର ପୁତ୍ର ଇଲିୟାସା ଓ ହିଲ୍କିୟର ପୁତ୍ର ଗମରିୟକୁ ପଠାଇଲେ। ଯିରିମିୟ ସେହିମାନଙ୍କ ହସ୍ତରେ ପତ୍ର ଦେଲେ। ସେହି ପତ୍ରଟି ଏହିପରି ପାଠ କରାଗଲା।
4 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ଆମ୍ଭେ ଯିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି। 5 “ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପଭୋଗ କର। 6 ତୁମ୍ଭେମାନେ ବିବାହ କରି ପୁତ୍ରକନ୍ୟା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସେହି ପୁତ୍ରକନ୍ୟାମାନଙ୍କୁ ବିବାହ କରାଇ ସେମାନଙ୍କଠାରୁ ପୁତ୍ରକନ୍ୟା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ୟା ବୃଦ୍ଧି କର କିନ୍ତୁ ଊଣା କର ନାହିଁ। 7 ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସେହି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସେଠାରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।” 8 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟଦ୍ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ। 9 ପୁଣି ସେମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। କିନ୍ତୁ ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” ସଦାପ୍ରଭୁ କହନ୍ତି।
10 ତା’ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।” 11 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି। 12 ତେଣୁ ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେବା। 13 ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।” 14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”
15 ତୁମ୍ଭେମାନେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇ ଅଛନ୍ତି।” 16 ତୁମ୍ଭ ସହିତ ବାବିଲକୁ ବନ୍ଦୀ ହୋଇ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷୟରେ ଓ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। 17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯିରୁଶାଲମରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅଯୋଗ୍ୟ ମନ୍ଦ ଡିମ୍ବିରି ଫଳ ତୁଲ୍ୟ ସେମାନଙ୍କୁ କରିବା। 18 ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ 19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଭବିଷ୍ୟଦ୍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ସେମାନଙ୍କ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ। 20 ଏଣୁ ଆମ୍ଭଦ୍ୱାରା ଯିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ।”
21 “କୋଲାୟର ପୁତ୍ର ଆହାବ ଓ ମାସେୟର ପୁତ୍ର ସିଦିକିୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। ତେଣୁ ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ସେମାନଙ୍କୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖରେ ସେମାନଙ୍କୁ ବଧ କରିବ। 22 ପୁଣି ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ୱରୂପ ପ୍ରଗ୍ଭରିତ ହେବ। ସେହି ଲୋକମାନେ କହିବେ, ‘ବାବିଲର ରାଜା ଯେପରି ସିଦିକିୟ ଓ ଆହାବଙ୍କୁ ଅଗ୍ନିରେ ଦଗ୍ଧ କରିଥିଲେ ସଦାପ୍ରଭୁ ସେମାନଙ୍କୁ ସେହିପରି କରନ୍ତୁ।’ 23 ସେମାନେ ଇସ୍ରାଏଲରେ ଅତି ମନ୍ଦ ଆଚରଣ କରିଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସେମାନେ ଆମ୍ଭ ନାମରେ ମିଥ୍ୟା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।”
ଶିମିୟିୟଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
24 ଆଉ ମଧ୍ୟ ତୁମ୍ଭେ ନିହିଲାମୀୟ ବଂଶର ଶମୟିୟଙ୍କୁ ଏହି ବାର୍ତ୍ତା ଦେବ। 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଶମୟିୟ, ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକଙ୍କୁ ମାସେୟର ପୁତ୍ର ସିଫନିୟ ଯାଜକକୁ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଅ। 26 ତୁମ୍ଭେ ଏହି ପତ୍ରରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, ‘ଯିହୋୟାଦା ଯାଜକ ବଦଳରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କେହି ବାତୁଳ ହୋଇ ନିଜକୁ ଭବିଷ୍ୟଦ୍ବକ୍ତା ବୋଲି କହେ, ତେବେ ତୁମ୍ଭେ ତାକୁ ବଡ଼ ହରିକାଠରେ ଏକ ବେଡ଼ିରେ ବାନ୍ଧି ରଖିବ। 27 ସମ୍ପ୍ରତି ଯିରିମିୟ ନିଜକୁ ଭବିଷ୍ୟଦ୍ବକ୍ତା ପରି ଦେଖାଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ?’ 28 ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦେଇଅଛି, ତୁମ୍ଭେମାନେ ବାବିଲରେ ଦୀର୍ଘକାଳ ନିର୍ବାସିତ ହୋଇଅଛ। ତେଣୁ ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।’”
29 ଅନନ୍ତର ସିଫନିୟ ଯାଜକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ କର୍ଣ୍ଣ ଗୋଚରରେ ଏହି ପତ୍ର ପାଠ କଲା। 30 ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 31 “ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟଦ୍ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି। 32 ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିହିଲାମୀୟ ଶମୟିୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା। ଏହି ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ତାହାର କେହି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।’” ଏହା ସଦାପ୍ରଭୁ କହନ୍ତି,“‘ଆମ୍ଭେ ଶମୟିୟକୁ ଦଣ୍ଡ ଦେବା, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”
ଶାସନକର୍ତ୍ତା ପୀଲାତ ଯୀଶୁଙ୍କୁ ପ୍ରଶ୍ନ କଲେ(A)
15 ସକାଳ ହେବା ମାତ୍ରେ ପ୍ରଧାନଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ’ଣ ବିଗ୍ଭର କରାଯିବ, ତାହା ସ୍ଥିର କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ଶାସନକର୍ତ୍ତା ପୀଲାତଙ୍କ ପାଖକୁ ନେଇଗଲେ ଓ ତାହାଙ୍କ ହାତରେ ସମର୍ପଣ କରିଦେଲେ।
2 ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ତାହା ସତ୍ୟ।”
3 ପ୍ରଧାନଯାଜକମାନେ ଅନେକ ବିଷୟରେ ଯୀଶୁଙ୍କୁ ଅଭିଯୁକ୍ତ କଲେ। 4 ପୀଲାତ ପୁଣି ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର କ’ଣ କିଛି କହିବାର ନାହିଁ? ଦେଖ, ସେମାନେ ତୁମ୍ଭକୁ ଅନେକ ବିଷୟରେ ଅଭିଯୁକ୍ତ କରୁଛନ୍ତି।”
5 ତଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ।
ପୀଲାତ ଯୀଶୁଙ୍କୁ ମୁକ୍ତ କରିବାରେ ଅସମର୍ଥ ହେଲେ(B)
6 ପ୍ରତିବର୍ଷ ପରମ୍ପରାକ୍ରମେ ନିସ୍ତାରପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା’ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଗ୍ଭହାନ୍ତି, କେବଳ ସେହି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦେଇଥା’ନ୍ତି। 7 ସେହି ସମୟରେ ବନ୍ଦୀଶାଳାରେ ବାରବ୍ବା ନାମରେ ଏକ ବ୍ୟକ୍ତି ବିଦ୍ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
8 ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ। 9 ପୀଲାତ ଲୋକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡ଼ି ଦିଏ?” 10 ପୀଲାତ ଏ କଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ୱିତ ହୋଇ ଯୀଶୁଙ୍କୁ ତାହାଙ୍କ ହାତରେ ସମର୍ପଣ କରି ଦେଇଛନ୍ତି। 11 କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।
12 ପୀଲାତ ଲୋକମାନଙ୍କୁ ଆହୁରି ଥରେ ପଗ୍ଭରିଲେ, “ତୁମ୍ଭେମାନେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ’ଣ କରିବା ପାଇଁ ତୁମ୍ଭେମାନେ ଗ୍ଭହୁଁଛ?”
13 ଲୋକମାନେ ପାଟି କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
14 ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?”
କିନ୍ତୁ ଲୋକମାନେ ଅଧିକ ଜୋର୍ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
15 ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ।
16 ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ। 17 ସୈନ୍ୟମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସେମାନେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। 18 ତା’ପରେ ସେମାନେ ତାହାଙ୍କୁ ସ୍ୱାଗତ କରି ଥଟ୍ଟାରେ କହିଲେ, ହେ ଯିହୂଦୀମାନଙ୍କର ରାଜା, କହି ପ୍ରଣାମ କଲେ। 19 ସୈନ୍ୟମାନେ ଯୀଶୁଙ୍କ ମୁଣ୍ଡରେ ବାରମ୍ବାର ବେତରେ ଆଘାତ କଲେ। ତାହାଙ୍କ ଉପରେ ଛେପ ପକାଇଲେ। ଆଣ୍ଠୁମାଡ଼ି ବସି ତାହାଙ୍କୁ ପ୍ରଣାମ କଲେ। 20 ଥଟ୍ଟା କରି ସାରିବା ପରେ ସେମାନେ ଯୀଶୁଙ୍କ ଦେହରୁ ବାଇଗଣୀ ପୋଷାକ କାଢ଼ିନେଇ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନେଇଗଲେ।
କ୍ରୁଶ ଉପରେ ଯୀଶୁଙ୍କୁ ହତ୍ୟା କଲେ(C)
21 ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ। 22 ତା’ପରେ ସେମାନେ ଯୀଶୁଙ୍କୁ ଗଲ୍ଗଥା ନାମକ ସ୍ଥାନକୁ ନେଇଗଲେ। ଗଲ୍ଗଥାର ଅର୍ଥ “କପାଳ ସ୍ଥାନ” 23 ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ। 24 ତା’ପରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କଲେ। ସେମାନେ ଯୀଶୁଙ୍କ ଲୁଗା ପଟା ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। କିଏ କ’ଣ ପାଇବ, ତାହା ସେମାନେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବା ପାଇଁ ସ୍ଥିର କଲେ।
25 ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ବେଳକୁ ସକାଳ ନଅଟା ବାଜିଥିଲା। 26 ଯୀଶୁଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲେଖା ଯାଇଥିଲା ଏ “ ଯିହୂଦୀମାନଙ୍କର ରାଜା।” 27 ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ୟ ସେମାନେ କ୍ରୁଶ ବିଦ୍ଧ କଲେ। ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣକୁ ବାମ ପଟେ କ୍ରୁଶ ବିଦ୍ଧ କରାଗଲା। 28 [a]
29 ଯୀଶୁଙ୍କ ପାଖଦେଇ ଗ୍ଭଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିଲେ। ସେମାନେ ମୁଣ୍ଡ ହଲେଇ ହଲେଇ କହୁଥିଲେ, “ଆରେ ବାଃ, ତୁ ସେହି ଲୋକ, ଯିଏ ମନ୍ଦିରକୁ ଭାଙ୍ଗି ଦେଇ ତିନି ଦିନ ମଧ୍ୟରେ ତାହା ପୁଣି ତିଆରି କରି ଦେବୁ ବୋଲି କହୁଥିଲୁ। 30 ଏବେ କ୍ରୁଶ ଉପରୁ ଓହ୍ଲେଇ ଆସି ନିଜକୁ ରକ୍ଷା କର।”
31 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯେଭଳି ଭାବରେ ଥଟ୍ଟା କରୁଥିଲେ, ସେମାନେ ମଧ୍ୟ ଠିକ୍ ସେହିଭଳି ଯୀଶୁଙ୍କୁ ଥଟ୍ଟା କଲେ। ସେମାନେ କୁହାକୁହି ହେଉଥିଲେ, “ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ। 32 ଯଦି ପ୍ରକୃତରେ ସେ ଖ୍ରୀଷ୍ଟ, ଇସ୍ରାଏଲର ରାଜା, ତେବେ ବର୍ତ୍ତମାନ ସେ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସୁ। ନିଜକୁ ରକ୍ଷା କରୁ। ତା’ହେଲେ ଆମ୍ଭେମାନେ ତାହା ଦେଖିବା ଓ ତାକୁ ବିଶ୍ୱାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖରେ କ୍ରୁଶ ବିଦ୍ଧ କରାଯାଉଥିଲା, ସେମାନ ମଧ୍ୟ ଯୀଶୁଙ୍କ ଅପମାନିତ କଲେ।
ଯୀଶୁଙ୍କ ମୃତ୍ୟୁ(D)
33 ଦ୍ୱିପ୍ରହର ବେଳକୁ ସମଗ୍ରଦେଶ ଉପରେ ଅନ୍ଧକାର ମାଡ଼ି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବେଳ ପର୍ଯ୍ୟନ୍ତ ରହିଲା। 34 ସେହି ସମୟରେ ଯୀଶୁ ବଡ଼ ପାଟିରେ କହି ଉଠିଲେ, “ଏଲୀ, ଏଲୀ, ଲାମା ଶବକ୍ଥାନୀ।” ଅର୍ଥାତ, “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”
35 ସେଠାରେ ଠିଆ ହୋଇଥିବା କେତେକ ଲୋକ ଏ କଥା ଶୁଣିଲେ। ସେମାନେ କହିଲେ, “ଶୁଣ, ସେ ଏଲିୟଙ୍କୁ ଡାକୁଛି।”
36 ସେଠାରୁ ଜଣେ ଲୋକ ଦୌଡ଼ିଯାଇ ଅମ୍ଳରସରେ ଭିଜାଇଥିବା ଗୋଟିଏ ସ୍ପଞ୍ଜ୍ଆଣିଲା। ସ୍ପଞ୍ଜ୍କୁ ଗୋଟିଏ ବାଡ଼ିରେ ବାନ୍ଧିଲା। ଯୀଶୁ ସ୍ପଞ୍ଜ୍ରୁ ଅମ୍ଳରସ ପିଇବେ ବୋଲି ସେ ବାଡ଼ିଟିର ସ୍ପଞ୍ଜ୍ ବନ୍ଧା ହୋଇଥିବା ପାଖଟି ତାହାଙ୍କ ଆଡ଼କୁ ବଢ଼ାଇଲା। ଲୋକଟି କହିଲା, “ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କ୍ରୁଶ ଉପରୁ ତଳକୁ ନେବାକୁ ଆସୁଛନ୍ତି କି ନାହିଁ, ଦେଖିବା।”
37 ତା’ପରେ ଯୀଶୁ ଉଚ୍ଚ ସ୍ୱରରେ ପାଟି କରି ପ୍ରାଣତ୍ୟାଗ କଲେ।
38 ଯୀଶୁ ଯେତେବେଳେ ପ୍ରାଣତ୍ୟାଗ କଲେ, ସେତେବେଳେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା। 39 କ୍ରୁଶ ଆଗରେ ଠିଆ ହୋଇଥିବା ସେନାପତି ଯୀଶୁ କିପରି ପ୍ରାଣତ୍ୟାଗ କଲେ, ତାହା ଦେଖିଲେ। ସେ କହିଲେ, “ପ୍ରକୃତରେ ଏହି ଲୋକ ପରମେଶ୍ୱରଙ୍କ ପୁତ୍ର ଥିଲେ।”
40 କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା। 41 ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସେମାନେ ତାହାଙ୍କର ସେବାଯତ୍ନ କରୁଥିଲେ। ଅନ୍ୟ ଅନେକ ସ୍ତ୍ରୀଲୋକ ମଧ୍ୟ ସେଠାରେ ଥିଲେ। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମକୁ ଆସିଥିଲେ।
ଯୀଶୁଙ୍କୁ ସମାଧି ଦିଆଗଲା(E)
42 ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା। 43 ହାରାମାଥୀୟାର ଯିହୂଦୀ ଯୋସେଫ ମହାସଭାର ଜଣେ ସମ୍ମାନିତ ସଦସ୍ୟ ଥିଲେ ଓ ସେ ପରମେଶ୍ୱରଙ୍କ ରାଜ୍ୟ ଆସୁ ବୋଲି ଗ୍ଭହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।
44 ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲେଣି ଶୁଣି ପୀଲାତ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯୀଶୁଙ୍କୁ ଜଗିଥିବା ସେନାପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲେଣି କି ନାହିଁ ପଗ୍ଭରିଲେ। 45 ସେନାପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ୟାଗ କରି ସାରିଥିବା କଥା କହିଲେ। ତା’ପରେ ପୀଲାତ ଯୋସେଫଙ୍କୁ କହିଲେ ଯେ, ସେ ଯୀଶୁଙ୍କ ଶବ ନେଇ ଯାଇ ପାରିବେ।
46 ଯୋସେଫ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆଣିଲେ। ସେ ଶବକୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲେ ଓ ପଥର କଟା ହୋଇ ତିଆରି ହୋଇଥିବା ଗୋଟିଏ କବରରେ ତାହାଙ୍କୁ ରଖିଦେଲେ। ଖଣ୍ଡିଏ ବଡ଼ ପଥର ଗଡ଼େଇ ଆଣି କବରର ମୁହଁକୁ ବନ୍ଦ କରିଦେଲେ। 47 ମଗ୍ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ।
2010 by World Bible Translation Center