Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 10:1-11:11

ବିଗ୍ଭରକ ତୋଲୟ

10 ଅବୀମେଲକର ମୃତ୍ୟୁପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କୁ ଇସ୍ରାଏଲବାସୀଙ୍କୁ ରକ୍ଷା କରିବା ପାଇଁ ପଠାଇଲେ। ସେହି ବିଗ୍ଭରକଙ୍କ ନାମ ଥିଲା ତୋଲୟ। ସେ ଥିଲା ପୂୟାର ପୁତ୍ର। ଦୋଦୟର ପୁତ୍ର ପୂୟାର ଥିଲା। ତୋଲୟ ଥିଲା ଇଷାଖର ପରିବାରବର୍ଗ। ଯାହାକି ଇଫ୍ରୟିମ ପର୍ବତମୟ ଦେଶ ଶାମୀର ସହରରେ ତୋଲୟ ବାସ କଲା। ତୋଲୟ ଇସ୍ରାଏଲ ପାଇଁ ତେଇଶ୍ ବର୍ଷ ପାଇଁ ବିଗ୍ଭରକ ରହିଲା। ଏହା ପରେ ତୋଲୟ ମୃତ୍ୟୁବରଣ କଲେ ଓ ଶାମୀରରେ ତାଙ୍କୁ କବର ଦିଆଗଲା।

ବିଗ୍ଭରକ ଯାୟୀର

ଏହା ପରେ ପରମେଶ୍ୱର ଆଉ ଜଣେ ବିଗ୍ଭରକଙ୍କୁ ପଠାଇଲେ। ତାଙ୍କର ନାମ ଥିଲା ଯାୟୀର ଯେ କି ଥିଲେ ଗିଲିୟଦର ଅଧିବାସୀ। ଯାୟୀର ଇସ୍ରାଏଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହୋଇ ରହିଲେ। ଯାୟୀରଙ୍କର ତିରି‌ଶ୍‌ଟି ପୁତ୍ର ଥିଲେ। ଯେଉଁମାନେ କି ତିରି‌ଶ୍‌ଟି ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରି‌ଶ୍‌ଟି ସହର ଥିଲା। ସେହି ସହରଗୁଡ଼ିକୁ ଯାୟୀର ସହର ନାମରେ ଆଜି ପର୍ଯ୍ୟନ୍ତ ନାମିତ କରାଯାଇଛି। ସେହିସବୁ ସହରଗୁଡ଼ିକ ଗିଲିୟଦ ଦେଶରେ ଅଛି। ଯାୟୀରଙ୍କର ମୃତ୍ୟୁପରେ ତାଙ୍କୁ କାମୋନରେ କବର ଦିଆଗଲା।

ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ

ପୁନର୍ବାର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ସେହିପରି କାର୍ଯ୍ୟମାନ କଲେ। ସେମାନେ ‌ବା‌ଲ୍‌ଦେବତାଗଣ, ଅଷ୍ଟାରୋତ୍ ଦେବୀଗଣ, ଅରାମୀୟମାନଙ୍କର ଦେବଗଣ, ସୀଦୋନୀୟମାନଙ୍କର ଦେବଗଣ, ମୋୟାବୀୟମାନଙ୍କର ଦେବଗଣ, ଅମ୍ମୋନୀୟମାନଙ୍କର ଦେବଗଣ ଓ ପଲେଷ୍ଟୀୟମାନଙ୍କର ଦେବଗଣଙ୍କର ପୂଜା କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସେବା କଲେ ନାହିଁ।

ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ। ସେହିବର୍ଷ ସେମାନେ ଇସ୍ରାଏଲୀୟଙ୍କୁ ବିନାଶ ଓ ଅତ୍ୟାଗ୍ଭର କଲେ। ଅଠର ବର୍ଷ ପର୍ଯ୍ୟନ୍ତ, ଇସ୍ରାଏଲୀୟମାନେ ଯେଉଁମାନେ କି ଯର୍ଦ୍ଦନ ନଦୀର ଅନ୍ୟ ପାର୍ଶ୍ୱରେ ଗିଲିୟଦର ଅଞ୍ଚଳରେ ବାସ କଲେ ଏବଂ ସେମାନଙ୍କ ସକାଶେ କଷ୍ଟ ଭୋଗ କଲେ। ସେହି ଦେଶ ଯେଉଁଠାରେ ଅମୋରୀତ୍ ବାସ କରୁଥିଲେ। ଅମ୍ମୋନୀୟମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇ ଗଲେ। ଅମ୍ମୋନୀୟମାନେ ଇସ୍ରାଏଲ ଲୋକମାନଙ୍କ ପାଇଁ ବଡ଼ କଷ୍ଟର କାରଣ ହେଲେ।

10 ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ‌ବା‌ଲ୍‌ଦେବତାଗଣଙ୍କର ପୂଜା କରିଅଛୁ।”

11 ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ତୁମ୍ଭମାନଙ୍କୁ ମିସ୍ରୀୟ ଓ ଇମୋରୀୟ, ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରୁ ଉଦ୍ଧାର କଲି। 12 ତୁମ୍ଭେମାନେ ମୋ’ ପାଖରେ କ୍ରନ୍ଦନ କଲ ଯେତେବେଳେ, ସୀଦୋନୀୟମାନେ, ଆମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କୁ ଅତ୍ୟାଗ୍ଭର କଲେ। ମୁଁ ମଧ୍ୟ ସେମାନଙ୍କଠାରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲି। 13 କିନ୍ତୁ ତୁମ୍ଭେମାନେ ମୋତେ ପରିତ୍ୟାଗ କରି ଅନ୍ୟ ଦେବଗଣଙ୍କର ପୂଜା କଲ। ତେଣୁ ମୁଁ ପୁନ୍ନରାୟ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ମନା କରୁଅଛି। 14 ତୁମ୍ଭେମାନେ ଯେଉଁ ଦେବତାଗଣଙ୍କୁ ପୂଜା କରିବାକୁ ମନୋନୀତ କରିଛ। ସେମାନଙ୍କ ପାଖକୁ ଯାଅ ଓ ତାଙ୍କୁ ଉଦ୍ଧାର କରିବାକୁ କୁହ। ତୁମ୍ଭର ଦୁଃଖ ସମୟରେ ସେମାନେ ତୁମ୍ଭର ରକ୍ଷା କରନ୍ତୁ।”

15 କିନ୍ତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, “ଆମେ ପାପ କରିଛୁ। ତୁମ୍ଭର ଯାହା ଇଚ୍ଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।” 16 ଏହା ପରେ ସେମାନେ ନିଜ ମଧ୍ୟରୁ ବିଦେଶୀ ଦେବଗଣଙ୍କୁ ଦୂର କରିଦେଲେ ଏବଂ ସଦାପ୍ରଭୁଙ୍କର ସେବା କଲେ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କର ଦୁଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।

ଯିପ୍ତହଙ୍କୁ ନେତାରୂପେ ବଛାଗଲା

17 ଅମ୍ମୋନୀୟମାନେ ଗିଲିୟଦରେ ସେମାନଙ୍କର ଛାଉଣି ସ୍ଥାପନ କଲେ ଏବଂ ଇସ୍ରାଏଲ ଲୋକମାନେ, ଏକତ୍ରିତ ହେଲେ ଓ ମି‌ସ୍‌ପୀରେ ସେମାନଙ୍କର ଛାଉଣି ସ୍ଥାପନ କଲେ। 18 ତା’ପରେ ଗିଲିୟଦୀୟର ଲୋକମାନଙ୍କର ଅଧିପତିମାନେ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ଉପରେ ଯିଏ ଆକ୍ରମଣ କରିବାକୁ ନେତୃତ୍ୱ ନେବ। ସେ ଗିଲିୟଦରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ୱ କରିବ।”

11 ଯିପ୍ତହ ନାମକ ଜଣେ ଲୋକ ଗିଲିୟଦର ପରିବାରବର୍ଗର ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ୟାର ପୁତ୍ର ଥିଲେ। ଗିଲିୟଦ ତାଙ୍କର ପିତା ଥିଲେ। ଗିଲିୟଦର ସ୍ତ୍ରୀ ତାହାର କେତେକ ପୁତ୍ର ଜନ୍ମ କଲା ଏବଂ ଯେତେବେଳେ ପୁତ୍ରମାନେ ବଡ଼ ହେଲେ ସେମାନେ ଯିପ୍ତହକୁ ଏହା କହି ତଡ଼ି ଦେଲେ, “ଆମ୍ଭର ପିତୃ ସମ୍ପତ୍ତିରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।” ସେଥିରେ ଯିପ୍ତହ ନିଜର ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ୍ ଦେଶରେ ବାସ କଲା। ସେଥିରେ କେତେ ଗୁଡ଼ିଏ ଅଗାଡ଼ି ଲୋକ ଯିପ୍ତହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।

କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। ଯେତେବେଳେ ଅମ୍ମୋନୀୟମାନେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ଗିଲିୟଦର ନେତୃବର୍ଗ ପ୍ରାଚୀନବର୍ଗ ଯିପ୍ତହଙ୍କୁ ପାଇବାକୁ ଟୋବ୍ ଦେଶକୁ ଗଲେ।

ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ ସନ୍ତାନଗଣ ସହିତ ଯେମନ୍ତ ଯୁଦ୍ଧ କରିବାକୁ ଗ୍ଭହୁଁଛୁ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।”

ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ବଳପୂର୍ବକ ମୋର ପିତୃଗୃହରୁ ତଡ଼ି ଦେଇଥିଲ। ତୁମେ ମୋତେ ଘୃଣା କର। ଯେତେବେଳେ ତୁମ୍ଭର ଅସୁବିଧା ହୁଏ, ତେବେ କାହିଁକି ତୁମ୍ଭେ ଏବେ ମୋ’ ପାଖକୁ ଆସିଛ?”

ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଏଇଥିପାଇଁ ଆମ୍ଭେ ତୁମ୍ଭ ପାଖକୁ ଆସିଅଛୁ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଏବଂ ଗିଲିୟଦରେ ନେତା ହୁଅ।”

ଏହା ପରେ ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋତେ ଫେରାଇ ନେଉଛ, ଯଦି ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବାକୁ ମୋତେ ସହାୟ ହୁଅନ୍ତି ତେବେ ମୁଁ ତୁମ୍ଭମାନଙ୍କର ନେତା ହେବି।”

10 ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶୁଣିଛନ୍ତି। ଆମ୍ଭେମାନେ ଆପଣଙ୍କୁ କଥା ଦେଉଛୁ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭେମାନେ କରିବୁ।”

11 ତେଣୁ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କ ସହିତ ଯିପ୍ତହ ଗଲେ। ଲୋକମାନେ ତାଙ୍କୁ ସେମାନଙ୍କର ମୁଖ୍ୟ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମି‌ସ୍‌ପୀରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା ପୁନରାବୃତ୍ତି କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 14

ଇକନିୟରେ ପାଉଲ ଓ ବର୍ଣ୍ଣ‌ବ୍‌‌ବା

14 ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ। ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।

ତଥାପି ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ। ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ।

ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବା ଏହା ଜାଣିପାରି ଲୁକାୟନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଗ୍ଭରିପାଖ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେମାନେ ସୁସମାଗ୍ଭର ପ୍ରଗ୍ଭର କଲେ।

ଲୁସ୍ତ୍ରା ଓ ଦର୍ବୀରେ ପାଉଲ

ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା’ର ବିଶ୍ୱାସ ଅଛି। 10 ସେ ଖୁ‌ବ୍‌‌ ଜୋ‌ର୍‌‌ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।

11 ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋ‌ର୍‌‌ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” 12 ଲୋକମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13 ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।

14 କିନ୍ତୁ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: 15 “ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।

16 “ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। 17 କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”

18 ଏସବୁ କଥା କହି ପାଉଲ ଓ ବର୍ଣ୍ଣ‌ବ୍‌‌ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।

19 କିନ୍ତୁ ତା’ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। 20 କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ।

ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା

21 ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା’ପରେ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। 22 ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” 23 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।

24 ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। 25 ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। 26 ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ।

27 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। 28 ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 23

23 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନରେ ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”

ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି। “ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। ଆଉ ଆମ୍ଭେ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ପାଳକ ନିଯୁକ୍ତ କରିବା। ସେମାନେ ସେମାନଙ୍କୁ ଚରାଇବେ ଓ ଯତ୍ନ ନେବେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହେବେ ନାହିଁ। ପୁଣି ସେମାନଙ୍କ ମଧ୍ୟରୁ କେହି ହଜିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି।

The Good “Branch”

ସଦାପ୍ରଭୁ କହନ୍ତି,
“ଏପରି ଏକ ସମୟ ଆସୁଅଛି,
    ଯେଉଁ ସମୟରେ ଦାଉଦ ବଂଶରେ ଆମ୍ଭେ ଏକ ଧାର୍ମିକ ‘ଶାଖା’ ଉତ୍ପନ୍ନ କରିବା।
ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ।
    ସେ ନିଜର ଉତ୍ତମ ଜ୍ଞାନ ବଳରେ ଦେଶରେ ସୁବିଗ୍ଭର ଓ ନ୍ୟାୟ ପ୍ରତିଷ୍ଠା କରିବେ।
ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ
    ଓ ଇସ୍ରାଏଲ ନିରାପଦରେ ବାସ କରିବ।
ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,
    ଏହି ନାମରେ ସେ ବିଖ୍ୟାତ ହେବେ।

ଏଣୁକରି ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।’ ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସେମାନେ କହିବେ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ସେମାନଙ୍କୁ ବାହାର କରି ଆଣିଲେ।’ ଆଉ ସେମାନେ ଆପଣା ଦେଶରେ ବାସ କରିବେ। ଏପରି ସମୟ ଆସୁଅଛି।”

ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଙ୍କ ବିପକ୍ଷରେ ବିଗ୍ଭର

ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ବାର୍ତ୍ତା।
ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି।
    ମୋର ଅସ୍ଥିସବୁ କମ୍ପୁଅଛି।
ସଦାପ୍ରଭୁ ଓ ତାଙ୍କ ପବିତ୍ର ବାକ୍ୟ ହେତୁ
    ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ତୁଲ୍ୟ ହୋଇଅଛି।
10 କାରଣ ଯିହୁଦା ପାପୀ
    ଓ ବ୍ୟଭିଗ୍ଭରୀମାନଙ୍କର ପରିପୂର୍ଣ୍ଣ।
ସେମାନେ ବହୁ ଭାବରେ ଅବିଶ୍ୱସ୍ତ ହୋଇଛନ୍ତି।
    ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ
ପ୍ରାନ୍ତରସ୍ଥ ଗ୍ଭରଣଭୂମି ଶୁଷ୍କ ହୋଇଅଛି।
    ଦେଶ ଶୋକ କରୁଅଛି।
ଭବିଷ୍ୟ‌ଦ୍‌ବକ୍ତାଙ୍କର ବ୍ୟବହାର
    ଓ ପରାକ୍ରମ ନ୍ୟାୟସଙ୍ଗତ ନୁହେଁ।
11 “ଉଭୟ ଭବିଷ୍ୟ‌ଦ୍‌ବକ୍ତା ଓ ଯାଜକଗଣ ସବୁ ମିଛ।”
କାରଣ ସଦାପ୍ରଭୁ କହନ୍ତି,
    “ଏପରିକି ସେମାନେ ମୋ’ ମନ୍ଦିରରେ ଅପକର୍ମ କରୁଥିବାର ମୁଁ ଦେଖିଲି।
12 ତେଣୁ ସେମାନଙ୍କର ପଥ ଅନ୍ଧକାର ଓ ଖସଡ଼ା ହେବ।
    ସେମାନେ ସେହି ଅନ୍ଧାର ମଧ୍ୟରେ ରହିବେ।”
କାରଣ ସଦାପ୍ରଭୁ କହନ୍ତି, “ମୁଁ ସେମାନଙ୍କ ଉପରେ ଅମଙ୍ଗଳ ଓ ପ୍ରତିଫଳ ଆଣିବି।”

13 “ଶମରିୟାର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି।
    ସେମାନେ ‌ବା‌ଲ୍‌ଦେବ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ଇସ୍ରାଏଲ ଲୋକମାନଙ୍କୁ କୁପଥରେ ଚଳାଇଲେ।
14 ଯିରୁଶାଲମର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଆମ୍ଭେ ସେହି ଭୟଙ୍କର ବିଷୟ ଦେଖୁଅଛୁ।
    ସେମାନେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି,
ମିଥ୍ୟାଚରଣ କରନ୍ତି ଓ ଦୂରାଗ୍ଭରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ,
    ସେମାନଙ୍କ ମଧ୍ୟରୁ କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ।
ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ
    ଓ ତାହାର ନିବାସୀଗଣ ହମୋରାର ସମାନ ଅଟନ୍ତି।”

15 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବିଷୟରେ ଏହା କହନ୍ତି, “ଆମ୍ଭେ ସେମାନଙ୍କୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା
    ଓ ବିଷ ବୃକ୍ଷର ରସ ପାନ କରାଇବା।
କାରଣ ଯିରୁଶାଲମର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରୁ ପାଷାଣ୍ଡତା
    ଦେଶ ସାରା ବ୍ୟାପିଯାଇଛି।”

16 ପୁଣି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେଉଁ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି,
    ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ।
ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି।
    ସେମାନେ କେବଳ ନିଜ ହୃଦୟର ଦର୍ଶନ କଥା କହନ୍ତି।
    ମାତ୍ର ସେମାନେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ।
17 ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି।
    ସେମାନେ ସେମାନଙ୍କୁ କୁହନ୍ତି,
    ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’
ପୁଣି ଯେଉଁମାନେ ଅବାଧ୍ୟ ହୋଇ
    ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି,
ସେମାନଙ୍କୁ କୁହାଯାଏ,
    ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’
18 ମାତ୍ର କୌଣସି ଭବିଷ୍ୟ‌ଦ୍‌ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ
    ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ।
    କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।
19 ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ
    ଭୟଙ୍କର ଘୂର୍ଣ୍ଣିବାତ୍ୟା ସ୍ୱରୂପ ଆସିବ
    ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।
20 ଯେପର୍ଯ୍ୟନ୍ତ ସଦାପ୍ରଭୁ
    ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି,
ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ।
    ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ।
21 ଆମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ନ ଥିଲୁ।
    ତଥାପି ସେମାନେ ଆପେ ଆପେ ଧାଇଁଲେ।
ଆମ୍ଭେ ସେମାନଙ୍କୁ କିଛି ବାକ୍ୟ ପ୍ରଦାନ କରି ନ ଥିଲୁ।
    ମାତ୍ର ସେମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ।
22 ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ,
    ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ।
ଆଉ ସେମାନେ ସେମାନଙ୍କୁ କୁପଥରୁ
    ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।”

23 ସଦାପ୍ରଭୁ କହନ୍ତି,
“ଆମ୍ଭେ ପରମେଶ୍ୱର,
    ଆମ୍ଭେ କି ନିକଟ କି ଦୂର ସବୁସ୍ଥାନରେ ପରମେଶ୍ୱର ଅଟୁ।
24 ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ।
    କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ
    ସବୁଠାରେ ବ୍ୟାପି ରହିଅଛୁ।”

25 “ପୁଣି ଏପରି କେତେକ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ଯେଉଁମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ’ କହନ୍ତି, ସେମାନଙ୍କ କଥା ଆମ୍ଭେ ଶୁଣିଅଛୁ। 26 ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ହୃଦୟ ମିଥ୍ୟା ଭାବନାରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନେ କେତେକାଳ ଏହା ଗ୍ଭଲୁ ରଖିବେ? 27 ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ଆପଣା ଆପଣା ପ୍ରତିବାସୀଙ୍କୁ ମିଥ୍ୟା ସ୍ୱପ୍ନ କଥା କହି ମୋର ନାମକୁ ମୋ’ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଗ୍ଭହାନ୍ତି। ଯେପରି ସେମାନଙ୍କର ପୂର୍ବପୁରୁଷଗଣ ବା‌‌ଲ୍‌‌ଦେବ ସକାଶେ ମୋର ନାମ ପାଶୋରି ପକାଇଲେ। 28 ଶସ୍ୟ ସହିତ ପାଳ ସମାନ ନୁହେଁ। ଦେହିପରି ଯେଉଁ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭର ସ୍ୱପ୍ନ ଦେଖିଛନ୍ତି, ସେମାନେ ସେ ସ୍ୱପ୍ନକଥା ପ୍ରକାଶ କରନ୍ତୁ। ଯଦି ସେମାନେ ଆମ୍ଭର ବାକ୍ୟ ପାଇଛନ୍ତି ତେବେ ସେମାନେ ବିଶ୍ୱସ୍ତ ଭାବରେ ତାହା କୁହନ୍ତୁ।” 29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।”

30 ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” 31 ପୁଣି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ, ନିଜେ ମିଥ୍ୟା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସେମାନଙ୍କର ବିପକ୍ଷ ଅଟେ।” 32 ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”

ସଦାପ୍ରଭୁଙ୍କଠାରୁ ଶୋକବାର୍ତ୍ତା

33 “ତା’ପରେ ଯେତେବେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ୟ‌ଦ୍‌ବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଗ୍ଭରନ୍ତି, ‘ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ’ଣ?’ ସେତେବେଳେ ତୁମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଉତ୍ତର କରିବ, ‘ତୁମ୍ଭେମାନେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ୟାଗ କରିବି।’ ଏହା ସଦାପ୍ରଭୁ କହନ୍ତି।

34 “ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା କିଅବା ଯାଜକ କିଅବା ଲୋକମାନଙ୍କ ମଧ୍ୟରୁ ଯେକେହି କହେ, ‘ସଦାପ୍ରଭୁଙ୍କର ବାର୍ତ୍ତା ଏକ ଭାରୀ’, ମୁଁ ସେ ଲୋକକୁ ଓ ତାହାର ପରିବାରକୁ ଶାସ୍ତି ଦେବି। 35 ତୁମ୍ଭେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକି ଓ ଆପଣା ଭ୍ରାତାକୁ ପଗ୍ଭରିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ ‘ସଦାପ୍ରଭୁ କି କଥା କହିଅଛନ୍ତି?’ 36 ତୁମ୍ଭେମାନେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, ‘ସଦାପ୍ରଭୁଙ୍କର ବାର୍ତ୍ତା’ ବୋଝ ବୋଲି। କାରଣ ତୁମ୍ଭେମାନେ ପ୍ରତ୍ୟେକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ୱରଙ୍କ ବାକ୍ୟକୁ କଦର୍ଥ କରିଅଛ।

37 “ତୁମ୍ଭେ ଯଦି ପରମେଶ୍ୱରଙ୍କ ବାର୍ତ୍ତା ଜାଣିବାକୁ ଗ୍ଭହୁଁଛ, ତେବେ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏହିକଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ କିମ୍ବା‘ସଦାପ୍ରଭୁ କି କଥା କହିଛନ୍ତି?’ 38 ମାତ୍ର ‘ତୁମ୍ଭେମାନେ ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କୁହ ନାହିଁ। ତୁମ୍ଭେମାନେ ଯଦି ଏହିକଥା କୁହ, ତେବେ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କର ଭାରୋକ୍ତି ନ କହିବାକୁ କହିଥିଲୁ, ତଥାପି ତୁମ୍ଭେମାନେ ସେହି ଉଚ୍ଚ ଶବ୍ଦ ବ୍ୟବହାର କଲ?’ 39 ମାତ୍ର ତୁମ୍ଭେମାନେ ଆମ୍ଭର ବାକ୍ୟକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦେଇଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା। 40 ଆମ୍ଭେ ଏପରି ଦୁର୍ନାମ ଓ ଲଜ୍ଜା ତୁମ୍ଭମାନଙ୍କୁ ଚିରକାଳ ଭୋଗକରାଇବା, ଯାହାକୁ ତୁମ୍ଭେମାନେ କେବେ ଭୁଲିପାରିବ ନାହିଁ।”’

ମାର୍କ ଲିଖିତ ସୁସମାଗ୍ଭର 9

ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା’ର କ୍ଷମତା ନେଇ ଆସିବ।”

ଯୀଶୁଙ୍କ ସହିତ ମୋଶା ଓ ଏଲିୟ(A)

ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା। ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହୋଇଗଲା। ତାହା ଏତେ ଉଜ୍ଜ୍ୱଳ ଓ ଧଳା ଥିଲା ଯେ, ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ। ଏଲିୟ ଓ ମୋଶା [a] ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।

ପିତର ଯୀଶୁଙ୍କୁ କହିଲେ, “ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆମ୍ଭେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ।

ତା’ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!”

ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁ‌ତ୍‌ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା’ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।

10 ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବାର ଅର୍ଥ କ’ଣ? 11 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?”

12 ଯୀଶୁ ସେମାନଙ୍କୁ କହିଲେ, “ହଁ, ସେମାନେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ୟବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କ ସମ୍ବନ୍ଧରେ ଶାସ୍ତ୍ରରେ କାହିଁକି ଲେଖା ଅଛି ଯେ, ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାର କରିବେ। 13 ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଗ୍ଭହିଁଛନ୍ତି ତାହାଙ୍କ ପ୍ରତି ସେଭଳି ଖରାପ ବ୍ୟବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ ବୋଲି ଶାସ୍ତ୍ରରେ ଲେଖା ଅଛି।”

ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ(B)

14 ତା’ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। 15 ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।

16 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”

17 ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। 18 ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”

19 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”

20 ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା।

21 ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?”

ତା’ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” 22 ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।”

23 ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”

24 ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”

25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”

26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” 27 କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା।

28 ତା’ପରେ ଯୀଶୁ ଘର ଭିତରକୁ ଗଲେ। କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସେଠାରେ ଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭେମାନେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?”

29 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଏହି ପ୍ରକାରର ଦୁଷ୍ଟାତ୍ମାକୁ କେବଳ ପ୍ରାର୍ଥନା ମାଧ୍ୟମରେ ବାହାର କରାଯାଇପାରିବ।”

ନିଜ ମୃତ୍ୟୁ ସମ୍ବନ୍ଧରେ ଯୀଶୁଙ୍କ କଥନ(C)

30 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଗାଲିଲୀ ଦେଇ ଯାଉଥିଲେ। ସେମାନେ କେଉଁଠି ଅଛନ୍ତି ସେ କଥା ଲୋକେ ଜାଣନ୍ତୁ ବୋଲି ଯୀଶୁ ଗ୍ଭହୁଁ ନ ଥିଲେ। 31 କାରଣ ସେ ନିଜ ଶିଷ୍ୟମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦେବାକୁ ଗ୍ଭହୁଁଥିଲେ। ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନଙ୍କ ହସ୍ତରେ ସମର୍ପଣ କରାଯିବ। ସେମାନେ ତାହାଙ୍କୁ ବଧ କରିବେ। କିନ୍ତୁ ମୃତ୍ୟୁର ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।” 32 ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ୟମାନେ ବୁଝି ପାରିଲେ ନାହିଁ। ସେମାନେ ତାହାଙ୍କୁ ଏହାର ଅର୍ଥ ପଗ୍ଭରି ବୁଝିବାକୁ ଭୟ କଲେ।

ଯୀଶୁ କହନ୍ତି ସବୁଠାରୁ ଶ୍ରେଷ୍ଠ କିଏ(D)

33 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଆସିଲେ। ସେମାନେ ଗୋଟିଏ ଘର ଭିତରକୁ ଗଲେ। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଆଜି ରାସ୍ତାରେ ଆସିବା ବେଳେ କେଉଁ ବିଷୟରେ ତୁମ୍ଭେମାନେ ଯୁକ୍ତିତର୍କ କରୁଥିଲ?” 34 କିନ୍ତୁ ଶିଷ୍ୟମାନେ ଚୁପ୍ ରହିଲେ। କାରଣ ସେମାନେ ବାଟରେ ଯୁକ୍ତିତର୍କ କରୁଥିଲେ ଯେ, ତାହାଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ?

35 ଯୀଶୁ ବସିପଡ଼ିଲେ ଓ ବାରଜଣ ପ୍ରେରିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, “ଯଦି କେହି ସବୁଠାରୁ ବଡ଼ ହେବାକୁ ଗ୍ଭହେଁ ତେବେ ସେ ଅନ୍ୟ ସମସ୍ତଙ୍କୁ ତା’ ନିଜ ଅପେକ୍ଷା ବଡ଼ ମନେ କରୁ ଓ ସମସ୍ତଙ୍କର ସେବା କରୁ।”

36 ତା’ପରେ ଯୀଶୁ ଗୋଟିଏ ଛୋଟ ପିଲାକୁ ନେଇ ସେମାନଙ୍କ ଆଗରେ ଠିଆ କରାଇଲେ। ସେହି ପିଲାକୁ କୋଳରେ ନେଇ ସେ କହିଲେ, 37 “ମୋ’ ନାମରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଯେ, କେବଳ ମୋତେ ଗ୍ରହଣ କରେ, ତା’ ନୁହେଁ, ବରଂ ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”

ଆମକୁ ବିରୋଧ କରୁ ନ ଥିବା ଲୋକ ଆମ ନିଜର ଲୋକ(E)

38 ଯୋହନ ଯୀଶୁଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ନାମ ନେଇ ଲୋକଙ୍କ ଦେହରୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭେମାନେ ଦେଖିଲୁ। ଆମ୍ଭେମାନେ ତାକୁ ମନା କରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।”

39 କିନ୍ତୁ ଯୀଶୁ କହିଲେ, “ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମୋ’ ନାମ ନେଇ ଶକ୍ତିର କାର୍ଯ୍ୟ କରିପାରେ, ସେ ମୋ’ ନାମରେ ଆଉ ଖରାପ କଥା କହି ପାରିବ ନାହିଁ।” 40 ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ। 41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତେବେ ତାକୁ ଏଥିପାଇଁ ନିଶ୍ଚୟ ପୁରସ୍କାର ମିଳିବ।

ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ(F)

42 “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା। 43 ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 44 [b] 45 ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। ଦୁଇ ପାଦ ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ଛୋଟା ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 46 [c] 47 ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତେବେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ। 48 ମନୁଷ୍ୟକୁ ଖାଉଥିବା ନର୍କର କୀଟ କେବେ ମରେ ନାହିଁ କି ନର୍କର ନିଆଁ କେବେ ଲିଭେ ନାହିଁ।

49 “ନିଆଁରେ ପ୍ରତ୍ୟେକ ଲୋକକୁ ଦଣ୍ଡିତ କରାଯିବ।

50 “ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା’ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center