M’Cheyne Bible Reading Plan
ବୋଖୀମଠାରେ ସଦାପ୍ରଭୁଙ୍କର ଜଣେ ଦୂତ
2 ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରୁ ବୋଖୀମକୁ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତ ଇସ୍ରାଏଲବାସୀଙ୍କୁ ନିମ୍ନଲିଖିତ ବାର୍ତ୍ତା ଦେଲେ, “ମୁଁ ତୁମ୍ଭମାନଙ୍କୁ ମିଶରରୁ ଆଣିଲି। ମୁଁ ଯେଉଁ ଭୂମି ତୁମ୍ଭଙ୍କୁ ଦେଲି, ତାହା ମୁଁ ତୁମ୍ଭର ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁଁ କହିଲି ଯେ, ମୁଁ ତୁମ୍ଭମାନଙ୍କ ସହିତ ଚୁକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ। 2 କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ।
3 “ବର୍ତ୍ତମାନ ମୁଁ ତୁମ୍ଭକୁ ଏହିକଥା କହୁଅଛି, ‘ମୁଁ କେବେ ଅନ୍ୟ ଲୋକମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭର ଏକ ସମସ୍ୟା ହେବେ। ସେମାନେ ତୁମ୍ଭ ପ୍ରତି ଫାନ୍ଦ ସ୍ୱରୂପ ହେବେ ଓ ସେମାନଙ୍କର ଦେବତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ୱରୂପ ହେବେ।’”
4 ଯେତେବେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇସ୍ରାଏଲବାସୀଙ୍କୁ କହିଲେ, ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। 5 ତେଣୁ ଇସ୍ରାଏଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠାରେ ଇସ୍ରାଏଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ବଳିଦାନ କଲେ।
ଅମାନ୍ୟ ଓ ପରାସ୍ତ
6 ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ। 7 ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ। 8 ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ। 9 ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
10 ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ। 11 ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ। 12 ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା। 13 ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବାଲ୍ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ।
14 ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ। 15 ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।
16 ଏହା ପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କୁ ସେମାନଙ୍କ ଉପରେ ନିଯୁକ୍ତି କଲେ। ଏବଂ ସେହି ବିଗ୍ଭରକର୍ତ୍ତାଗଣ, ସେମାନଙ୍କର ଧନସମ୍ପତ୍ତି ଯେଉଁମାନେ ନେଇଥିଲେ, ସେହି ଶତ୍ରୁମାନଙ୍କ ହାତରୁ ସେମାନଙ୍କୁ ଉଦ୍ଧାର କଲେ। 17 କିନ୍ତୁ ଇସ୍ରାଏଲର ଲୋକମାନେ, ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କ କଥାକୁ ଶୁଣିଲେ ନାହିଁ। ମାତ୍ର ସେମାନେ ଅନ୍ୟ ଦେବତାଗଣଙ୍କ ପଛରେ ବେଶ୍ୟାପରି ଗଲେ ଓ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳରେ ସେମାନେ ସେ ପଥରୁ ଶୀଘ୍ର ବିମୁଖ ହେଲେ।
18 ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କୁ ବାଛିଲେ, ସେ ତାଙ୍କ ସଙ୍ଗରେ ଥିଲେ ଓ ସେ ସେମାନଙ୍କ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ଯ୍ୟନ୍ତ ସେମାନଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ହେଲେ, ଯେତେବେଳେ ସେମାନେ ଦୁଃଖ ଓ ତାଡ଼ନାରେ ଆସକ୍ତ ଥିଲେ। 19 କିନ୍ତୁ ଏହା ପରେ ପ୍ରତ୍ୟେକ ବିଗ୍ଭରକର୍ତ୍ତାଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପୁଣି ଥରେ ଦୁର୍ନୀତିଗ୍ରସ୍ତ ହେଲେ। ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅତି ମନ୍ଦ ବ୍ୟବହାର କଲେ। ସେମାନେ ମିଥ୍ୟାବାଦୀ ଦେବତାଙ୍କୁ ଅନୁସରଣ କଲେ ଓ ପୂଜା ଆରାଧନା କଲେ। ସେମାନେ ସେମାନଙ୍କର ମନ୍ଦ ବିଗ୍ଭର କିମ୍ବା ସେମାନଙ୍କର ଜିଦ୍ଖୋର୍ ବଦଳାଇଲେ ନାହିଁ।
20 ତେଣୁ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ଉପରେ କ୍ଷୁବ୍ଧ ହେଲେ। ଏବଂ ସେ କହିଲେ, “ମୁଁ ଯେଉଁ ନିୟମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହି ଜାତି ତାହା ଉଲଙ୍ଘନ କରିଛି। ସେମାନେ ମୋର କଥା ଶୁଣିଲେ ନାହିଁ। 21 ତେଣୁ ଯିହୋଶୂୟଙ୍କ ମରଣ କାଳରେ ଅବଶିଷ୍ଠ ଭୂମିକୁ ମୁଁ ଆଉ କେବେ କୌଣସି ଦେଶକୁ ତଡ଼ିବି ନାହିଁ। 22 ମୁଁ ଏହି ଜାତି ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବି, ଦେଖ, ଯଦି, ସେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯେମିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।” 23 ତେଣୁ ସଦାପ୍ରଭୁ ସେହି ଜାତିକୁ ଭୂମିରେ ରହିବା ପାଇଁ ଅନୁମତି ଦେଲେ। ସେ ସେମାନଙ୍କୁ ଜବରଦସ୍ତ ଶୀଘ୍ର ଦେଶ ପରିତ୍ୟାଗ କରାଇଲେ ନାହିଁ, ଅଥବା ଯିହୋଶୂୟଙ୍କ ହସ୍ତରେ ସମର୍ପଣ କଲେ ନାହିଁ।
ବିଶେଷ କାର୍ଯ୍ୟ ପାଇଁ ସାତ ଜଣଙ୍କୁ ବାଛିଲେ
6 ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା। 2 ତେଣୁ ପ୍ରେରିତମାନେ ସମ୍ପୂର୍ଣ୍ଣ ଶିଷ୍ୟ ମଣ୍ଡଳୀକୁ ଡାକି କହିଲେ,
“ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭରରେ ଅବହେଳା କରିବା ଠିକ୍ ହେବ ନାହିଁ। ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଗ୍ଭର କାର୍ଯ୍ୟ ଗ୍ଭଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହେବ। 3 ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ। 4 ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇ ପାରିବୁ।”
5 ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। 6 ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ।
7 ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ।
ସ୍ତିଫାନଙ୍କ ବିରୁଦ୍ଧରେ ଯିହୂଦୀମାନେ
8 ସ୍ତିଫାନ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ। 9 କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେକ୍ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ। 10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।
11 ତା’ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।” 12 ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ।
13 ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ। ସେମାନେ କହିଲେ, “ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ। 14 ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।” 15 ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।
15 ଅନନ୍ତର ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯଦିଓ ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୋଇ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର। ସେମାନଙ୍କୁ ବାହାରି ଯିବାକୁ କୁହ। 2 ପୁଣି ଯେବେ ସେମାନେ ତୁମ୍ଭକୁ ପଗ୍ଭରନ୍ତି, ‘ଆମ୍ଭେମାନେ କେଉଁଠାକୁ ଯିବା?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ:
“‘ମୃତ ଲୋକମାନେ
କବରକୁ ଯିବେ।
ଯେଉଁ ଲୋକମାନେ ଖଣ୍ଡା ଦ୍ୱାରା ହତ ହେବାକୁ ଥିବେ,
ସେମାନଙ୍କୁ ଖଣ୍ଡାରେ ହତ୍ୟା କରାଯିବ।
ଯେଉଁ ଲୋକମାନଙ୍କ ଭାଗ୍ୟରେ ଦୁର୍ଭିକ୍ଷରେ ପୀଡ଼ିତ ହେବାର ଥିବ,
ସେମାନେ ମରୁଡ଼ିରେ ପୀଡ଼ିତ ହେବେ
ଏବଂ ଯେଉଁ ଲୋକମାନଙ୍କ ଭାଗ୍ୟରେ ବନ୍ଦୀ ହେବାର ଥିବ
ସେମାନେ ବନ୍ଦୀଗୃହକୁ ଯିବେ।’
3 ସଦାପ୍ରଭୁ କହନ୍ତି,
‘ଆମ୍ଭେ ଗ୍ଭରି ପ୍ରକାରରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା।
ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା,
ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ,
ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ
ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପରେ ନିଯୁକ୍ତ କରିବା।
4 କାରଣ ଯିହୁଦାର ରାଜା
ହିଜକିୟଙ୍କର ପୁତ୍ର ମନଃଶି ଯିରୁଶାଲମରେ ଦୁଷ୍କର୍ମ କଲା,
ଆମ୍ଭେ ସେମାନଙ୍କୁ ଯାହା କରିବା
ସମଗ୍ର ପୃଥିବୀର ଲୋକେ ଭୟଭୀତ ହୋଇଯିବେ।’
5 “କାରଣ ହେ ଯିରୁଶାଲମ, କିଏ ତୁମ୍ଭକୁ ଦୟା କରିବ?
କିଏ ତୁମଲାଗି କାନ୍ଦିବ?
ତୁମ୍ଭର କୁଶଳତା ବିଷୟ ପଗ୍ଭରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ?”
6 ସଦାପ୍ରଭୁ କହନ୍ତି, “ହେ ଯିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ,
ତୁମ୍ଭେ ପଛକୁ ହଟି ଯାଇଅଛ।
ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ
ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ।
ଆମ୍ଭେ କ୍ଷମା କରି କ୍ଳାନ୍ତ ହୋଇଅଛୁ।
7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାର ସମୂହରେ
କୁଲାରେ ପାଛୁଡ଼ି ଅଛୁ।
ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ।
ଆମ୍ଭେ ସେମାନଙ୍କୁ ବିନାଶ କରିଅଛୁ।
ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
8 ମୋ’ ଉପସ୍ଥିତିରେ ସେମାନଙ୍କର ବିଧବାମାନେ
ସମୁଦ୍ରର ବାଲି ପରି ବହୁସଂଖ୍ୟକ ହେବେ।
ମୁଁ ଯୁବକମାନଙ୍କର ମାତାମାନଙ୍କ ନିକଟକୁ
ମଧ୍ୟାହ୍ନରେ ଏକ ବିନାଶକ ଆଣିବି,
ସେମାନେ ହଠାତ୍ ଭୟ
ଓ ଆତଙ୍କିତ ହେବେ।
9 ସେମାନେ ଖଡ଼୍ଗରେ ଲୋକମାନଙ୍କୁ ବିନାଶ କରିବେ।
ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ଶତ୍ରୁଗଣଙ୍କ ଖଡ଼୍ଗରେ ସମର୍ପଣ କରିବା”
ଏହା ସଦାପ୍ରଭୁ କହନ୍ତି।
“ସାତ ସନ୍ତାନ ବିଶିଷ୍ଟ ରମଣୀର ସମସ୍ତେ ପ୍ରାଣତ୍ୟାଗ କରିବେ।
ସେ ସ୍ତ୍ରୀ କାନ୍ଦି କାନ୍ଦି କ୍ଷୀଣା ହୋଇଯିବ।
ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଯିବ।
ସେ ଲଜ୍ଜିତା ଓ ଆଶାଶୂନ୍ୟ ହେବ।”
ଯିରିମିୟଙ୍କ ପୁନର୍ବାର ପରମେଶ୍ୱରଙ୍କ ନିକଟରେ ଅଭିଯୋଗ
10 ହେ ମାତା, ତୁମ୍ଭକୁ ଧିକ୍ ଯେ,
ତୁମ୍ଭେ ମୋ’ ପରି ଏକ ଯୁଦ୍ଧ
ଓ ବିବାଦର ମଣିଷକୁ ଜନ୍ମ ଦେଇଛ।
ମୁଁ କାହାରିକୁ ଧାର ଦେଇ ନାହିଁ
ଏବଂ କାହାଠାରୁ ଧାର କରି ନାହିଁ।
କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।
11 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା।
ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ
ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
ଯିରିମିୟକୁ ପରମେଶ୍ୱରଙ୍କ ଉତ୍ତର
12 “ହେ ଯିରିମିୟ, ତୁମ୍ଭେ ଜାଣ ଯେ,
ଲୁହା ଭାଙ୍ଗିବା ଅସମ୍ଭବ।
ନିର୍ଦ୍ଦିଷ୍ଟ ଭାବରେ
ଉତ୍ତର ଦେଶୀୟ ଲୌହ ଓ ପିତ୍ତଳକୁ।
13 ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି।
ଆମ୍ଭେ ସେମାନଙ୍କର ଧନ ସମ୍ପତ୍ତି
ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ୟରେ ଲୁଣ୍ଠିତ ହେବାକୁ ଦେବା।
କାରଣ ସେମାନେ ସେମାନଙ୍କର ପାପ ସମୂହର ଫଳ ଭୋଗ କରିବେ।
14 ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ
ଏକ ଦେଶକୁ କ୍ରୀତଦାସ କରି ନେଇଯିବା।
କାରଣ କ୍ରୋଧାଗ୍ନି ପ୍ରଜ୍ୱଳିତ ହୋଇଅଛି।
ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।”
15 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ;
ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ।
ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ।
ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ।
ତେଣୁ ମୋତେ ସଂହାର କର ନାହିଁ।
ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।
16 ତୁମ୍ଭର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି।
ଆଉ ତୁମ୍ଭର ବାକ୍ୟ ଦ୍ୱାରା ମୋର ପ୍ରାଣ ଉଲ୍ଲସିତ ହେଲା।
କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର,
ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
17 ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ
କିଅବା ଆନନ୍ଦ କଲି ନାହିଁ।
ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି,
କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ।
18 ମୋର ବେଦନା ଚିରନ୍ତନ,
ମୋର କ୍ଷତ ଦୁରାରୋଗ୍ୟ।
ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ।
ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।
19 ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ
ଓ ଆମ୍ଭର ସେବା କରିବ,
ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା।
ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି
ମୂଲ୍ୟବାନ୍ କଥା କହିବ,
ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ।
ସେମାନେ ତୁମ୍ଭ ପାଖକୁ ଫେରି ଆସିବେ।
ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ।
20 ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ
ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା।
ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ,
ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।”
କାରଣ ସଦାପ୍ରଭୁ କହନ୍ତି,
“ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ
ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
21 ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା
ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
ଯୀଶୁଙ୍କ ଆଗମନର ପ୍ରସ୍ତୁତି(A)
1 ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ। 2 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:
“ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ
ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”(B)
3 “ମରୁଭୂମିରେ ଜଣେ ପାଟିକରି କହୁଛି;
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ରାସ୍ତା ସମତଳ କର।’”(C)
4 ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ। 5 ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
6 ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।
7 ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। 8 ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”
ଯୀଶୁଙ୍କ ବାପ୍ତିସ୍ମ ଗ୍ରହଣ(D)
9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତ ସହରରୁ ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ। 10 ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି। 11 ଆକାଶରୁ ବାଣୀ ହେଲା: “ହେ ମୋହର ପୁତ୍ର, ମୁଁ ତୁମ୍ଭକୁ ପ୍ରେମ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସୀ।”
ଯୀଶୁଙ୍କୁ ଶୟତାନର ପରୀକ୍ଷା(E)
12 ତା’ପରେ, ସଙ୍ଗେ ସଙ୍ଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇଦେଲେ। 13 ଯୀଶୁ ସେଠାରେ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ସହିତ ରହିଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ତା’ପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ସେବା କଲେ।
ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ(F)
14 ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ। 15 ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।”
ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(G)
16 ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ। 17 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।” 18 ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।
19 ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ। 20 ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।
ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ(H)
21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ [a]ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 22 ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ। 23 ଯୀଶୁ ସମାଜଗୃହ [b]ରେ ଥିବା ସମୟରେ ସେଠାରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦେହରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା, 24 “ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭକୁ ଧ୍ୱଂସ କରିଦେବାକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ବ୍ୟକ୍ତି।”
25 ଯୀଶୁ ଭର୍ତ୍ସନା କରି କହିଲେ, “ଚୁପ୍ କର, ଏହାଠାରୁ ବାହାରିଯା।” 26 ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା’ପରେ ସେ ଖୁବ୍ ଜୋର୍ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା।
27 ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଏଠାରେ କ’ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ୟ ଆଜ୍ଞା ଦେଉଛି ଓ ଭୂତମାନେ ତା’ କଥା ମାନୁଛନ୍ତି।” 28 ତେଣୁ ଯୀଶୁଙ୍କ ବିଷୟରେ ଗାଲିଲୀ ଅଞ୍ଚଳର ଗ୍ଭରିଆଡ଼େ ଖୁବ୍ ଶୀଘ୍ର ଖବର ବ୍ୟାପିଗଲା।
ଯୀଶୁ ଅନେକଙ୍କୁ ସୁସ୍ଥ କଲେ(I)
29 ତା’ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମୋନ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ। 30 ଶିମୋନଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ି ଥିଲେ। ତେଣୁ ସେଠାରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟରେ କହିଲେ। 31 ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା’ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ।
32 ସୂର୍ଯ୍ୟ ବୁଡ଼ି ଯିବା ପରେ, ସେହି ରାତିରେ ଲୋକମାନେ ଅନେକ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଯେଉଁ ଲୋକମାନଙ୍କ ଦେହ ଭିତରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା, ସେମାନଙ୍କୁ ମଧ୍ୟ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ। 33 ସହରର ସବୁ ଲୋକେ ସେହି ଘରର ଦୁଆରରେ ଜମା ହୋଇଗଲେ। 34 ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଅନେକ ଲୋକଙ୍କୁ ଯୀଶୁ ସୁସ୍ଥ କରିଦେଲେ। ସେ ମଧ୍ୟ ଲୋକଙ୍କ ଦେହରୁ ଅନେକ ଭୂତାତ୍ମା ବାହାରି ଗ୍ଭଲି ଯିବାକୁ ବାଧ୍ୟ କଲେ, କିନ୍ତୁ ସେ କିଏ ବୋଲି ଭୂତମାନେ ଜାଣି ଥିବାରୁ ସେ ସେମାନଙ୍କୁ ପଦେ ହେଲେ କହିବାକୁ ସୁଯୋଗ ଦେଲେ ନାହିଁ।
ଲୋକଙ୍କୁ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଯୀଶୁଙ୍କ ପ୍ରସ୍ତୁତି(J)
35 ତା’ ପରଦିନ ସକାଳେ ଯୀଶୁ ଖୁବ୍ ଶୀଘ୍ର ଉଠି ପଡ଼ିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡ଼ି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ସେଠାରେ ସେ ପ୍ରାର୍ଥନା କଲେ। 36 ପରେ ଶିମୋନ ଓ ତାହାଙ୍କ ସାଥୀମାନେ ଯୀଶୁଙ୍କୁ ଖୋଜିବାକୁ ଗଲେ। 37 ସେମାନେ ଯୀଶୁଙ୍କୁ ପାଇଲେ ଓ ତାହାଙ୍କୁ କହିଲେ, “ଲୋକେ ତୁମ୍ଭକୁ ଖୋଜୁଛନ୍ତି।”
38 ଏହା ଶୁଣି ଯୀଶୁ କହିଲେ, “ଆମ୍ଭେମାନେ ଅନ୍ୟ ନିକଟବର୍ତ୍ତୀ ନଗରକୁ ଯିବା ଉଚିତ୍, ଯେପରି ମୁଁ ସେଠାରେ ସେମାନଙ୍କୁ ମଧ୍ୟ ଉପଦେଶ ଦେଇ ପାରିବି ମୁଁ କେବଳ ଏଥିପାଇଁ ଆସିଛି।” 39 ଏହିଭଳି ଭାବରେ ସେ ସମାଜଗୃହମାନଙ୍କରେ ଉପଦେଶ ଦେଇ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡ଼ି ଗାଲିଲୀ ସାରା ବୁଲିଲେ।
ଗୋଟିଏ କୁଷ୍ଠରୋଗୀକୁ ଯୀଶୁ ସୁସ୍ଥ କଲେ(K)
40 ଗୋଟିଏ କୁଷ୍ଠରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲା, “ତୁମ୍ଭେ ଇଚ୍ଛା କଲେ ମୋତେ ଭଲ କରି ଦେଇ ପାରିବ। ସେହି ଶକ୍ତି ତୁମ୍ଭର ଅଛି।”
41 ସେହି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢ଼େଇ ଲୋକଟିକୁ ଛୁଇଁଦେଲେ ଓ କହିଲେ, “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଗ୍ଭହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ।” 42 ତା’ର କୁଷ୍ଠରୋଗ ତତ୍କ୍ଷଣାତ୍ ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲା।
43 ଯୀଶୁ ଲୋକଟିକୁ ଗ୍ଭଲି ଯିବାକୁ କହିଲେ, କିନ୍ତୁ ତାକୁ ଚେତାବନୀ ଦେଇ କହିଲେ, 44 “ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।” 45 ଲୋକଟି ସେହି ସ୍ଥାନ ଛାଡ଼ି ଗ୍ଭଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦେଇଛନ୍ତି। ତେଣୁ ଯୀଶୁଙ୍କ ବିଷୟରେ ଖବର ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା। ଫଳରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନ ଥିବା ନିଛାଟିଆ ଜାଗାମାନଙ୍କରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।
2010 by World Bible Translation Center