M’Cheyne Bible Reading Plan
ଯିହୁଦା କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ
1 ଯିହୋଶୂୟଙ୍କର ମୃତ୍ୟୁପରେ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ସେମାନେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ?”
2 ସଦାପ୍ରଭୁ ଇସ୍ରାଏଲୀୟଙ୍କୁ କହିଲେ, “ସର୍ବପ୍ରଥମେ ଯିହୁଦାର ପରିବାରବର୍ଗ ଯିବେ। ମୁଁ ସେମାନଙ୍କୁ ସେହି ଭୂମି ଦେବାକୁ ଅନୁମତି ଦେବି।”
3 ଯିହୁଦାର ପରିବାରବର୍ଗ ସେମାନଙ୍କର ଭାଇମାନେ ଶିମିୟୋନର ପରିବାରବର୍ଗକୁ ସାହାଯ୍ୟ ମାଗିଲେ। ଯିହୁଦା ଲୋକମାନେ କହିଲେ, “ଭାଇମାନେ, ସଦାପ୍ରଭୁ ଆମ୍ଭକୁ କିଛି ଭୂମି ଦେବାକୁ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାଯ୍ୟ କରିବୁ।”ଶିମିୟୋନର ଲୋକମାନେ ସେମାନଙ୍କର ଭୂମି ପାଇଁ ସେମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ରାଜି ହେଲେ।
4 ତା’ପରେ ଯିହୁଦାର ଲୋକମାନେ ଆକ୍ରମଣ କରିବାକୁ ଗଲେ। କିଣାନୀୟ ଓ ପିରିଷୀୟମାନଙ୍କୁ ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ଯିହୁଦାର ଲୋକମାନେ 10,000 ଲୋକଙ୍କୁ ବେଷକରେ ହତ୍ୟା କଲେ। 5 ଯିହୁଦାର ଲୋକମାନେ ବେଷକର ଶାସକଙ୍କୁ ବେଷକ ସହରରେ ପାଇଲେ ଏବଂ ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସେମାନେ କିଣାନୀୟ ଏବଂ ପିରିଷୀୟଙ୍କୁ ପରାସ୍ତ କଲେ।
6 ବେଷକର ଶାସକ ଖସି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯିହୁଦାର ଲୋକମାନେ ତାଙ୍କୁ ଗୋଡ଼େଇଲେ ଏବଂ ତାଙ୍କୁ ଧରି ଥିଲେ। ଯେତେବେଳେ ସେମାନେ ତାଙ୍କୁ ଧରିଲେ, ସେମାନେ ତାଙ୍କର ବୁଢ଼ା ଅଙ୍ଗୁଳିକୁ ଏବଂ ପାଦର ବୁଢ଼ା ଅଙ୍ଗୁଳିକୁ କାଟି ନେଇଥିଲେ। 7 ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷକ୍କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।
8 ଯିହୁଦାର ଲୋକମାନେ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ଯିହୁଦାର ଲୋକମାନେ ସେମାନଙ୍କୁ ଖଣ୍ତା ଦ୍ୱାରା ହତ୍ୟା କଲେ ଓ ସହରକୁ ପୋଡ଼ି ଦେଲେ । 9 ଏହା ପରେ ଯିହୁଦାର ଲୋକମାନେ କିଣାନୀୟ ବିରୁଦ୍ଧରେ ଯୁଦ୍ଧ କଲେ, ଯେଉଁମାନେ ପର୍ବତମୟ ଦେଶରେ ନେଗେଭରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
10 ଏହା ପରେ ଯିହୁଦାର ଲୋକମାନେ କିଣାନୀୟମାନଙ୍କ ସହିତ ଯୁଦ୍ଧ କଲେ, ଯେଉଁମାନେ ହିବ୍ରୋଣ ସହରରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିୟଥ ଅର୍ବ ଯିହୁଦାର ଲୋକମାନେ ଶେଶୟ, ଅହୀମାନ ଓ ତନ୍ମୟକୁ ପରାସ୍ତ କଲେ।
କାଲେବ୍ ଓ ତାଙ୍କର କନ୍ୟା
11 ଯିହୁଦାର ଲୋକମାନେ ସେ ସ୍ଥାନକୁ ପରିତ୍ୟାଗ କଲେ। ସେମାନେ ଦବୀର ସହର ଅଭିମୁଖେ ସେମାନଙ୍କର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଅତୀତ କାଳରେ ଦବୀର ନାମ ଥିଲା କିରିୟଥ ସେଫର। 12 ଯିହୁଦାର ଲୋକମାନେ ଯୁଦ୍ଧ ଆରମ୍ଭ କଲା ପୂର୍ବରୁ, କାଲେବ୍ ସେମାନଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲେବ କହିଲା, “ମୁଁ କିରିୟଥ ସେଫର ବିରୁଦ୍ଧରେ ଯୁଦ୍ଧ କରିବାକୁ ଗ୍ଭହେଁ। ଯେଉଁ ଲୋକ ସେ ସହରକୁ ପରାସ୍ତ କରିବ, ମୁଁ ତା’ ସହିତ ମୋର କନ୍ୟା ଅକ୍ଷାରକୁ ବିବାହ ଦେବି।”
13 କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନ୍ସର। କନ୍ସରର ପୁତ୍ର ଅତ୍ନୀୟେଲ। ଅତ୍ନୀୟେଲ କରିୟଥ-ସେଫରର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକୁ ବିବାହ ଦେଲେ।
14 ତାଙ୍କର ସ୍ୱାମୀ ଅତ୍ନୀୟେଲଙ୍କୁ ସଙ୍ଗରେ ଯିବା ସମୟରେ, ଅକ୍ଷାର ତାଙ୍କ ପିତାକୁ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକୁ, ତାଙ୍କୁ ଉପଦେଶ ଦେଲେ। ଯେତେବେଳେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ, କାଲେବ୍ ତାଙ୍କୁ ପଗ୍ଭରିଲେ, “ଭୁଲ୍ କ’ଣ?”
15 ଅକ୍ଷାର କାଲେବଙ୍କୁ କହିଲେ, “ମୋତେ ଆଶୀର୍ବାଦ କର। ଆପଣ ମୋତେ ଦକ୍ଷିଣରେ ଭୂମି ଦେଇଛନ୍ତି, ଯାହାକି ଶୁଷ୍କ, ମୋତେ କିଛି ଜଳ ନିର୍ଝର ଭୂମି ଦିଅନ୍ତୁ।” ଏହା ପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସେହି ଭୂମି ତାଙ୍କୁ ଦେଲେ।
16 କିଣାନୀୟମାନେ ଖଜୁରୀପୁରସ୍ଥର ସହର ଯିରୀହୋକୁ ପରିତ୍ୟାଗ କଲେ ଏବଂ ଯିହୁଦାର ଲୋକମାନଙ୍କ ସହିତ ଯିହୁଦାର ମରୁଅଞ୍ଚଳରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କେନୀୟ ଲୋକମାନେ ମୋଶାଙ୍କର ଶ୍ୱଶୁର ଘର ପରିବାରରୁ ଥିଲେ।
17 ଯିହୁଦା ଓ ତାଙ୍କର ଭାଇମାନେ ମିଶି ଶିମିୟୋନ ପରିବାରବର୍ଗ ସହିତ ଗଲେ, ସେମାନେ ସଫାତ୍ ବାସୀ କିଣାନୀୟମାନଙ୍କୁ ଆଘାତ କରି ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଏବଂ ସେହି ନଗରର ନାମ ହେଲା ହର୍ମା।
18 ଯିହୁଦାର ଲୋକମାନେ ଘସା ସହର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସହର ଅଧିକାର କଲେ। ସେମାନେ ଅସ୍କିଲୋନ୍ ସହରଗୁଡ଼ିକ ଓ ଇକ୍ରୋଣ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଅଧିକାର କଲେ।
19 ଯିହୁଦାର ଲୋକମାନେ ଯେତେବେଳେ ଯୁଦ୍ଧ କରୁଥିଲେ, ସେତେବେଳେ ସଦାପ୍ରଭୁ ସେମାନଙ୍କର ପକ୍ଷରେ ଥିଲେ। ସଦାପ୍ରଭୁ ପର୍ବତମୟ ଦେଶକୁ ସେମାନଙ୍କର ଅଧିକାରକୁ ଆଣିଲେ। କିନ୍ତୁ ଯିହୁଦାର ଲୋକମାନେ ତଳଭୂମିଗୁଡ଼ିକୁ ସେମାନଙ୍କର ଅଧୀନକୁ ଆଣିପାରି ନ ଥିଲେ। କାରଣ ସେଠାରେ ଯେଉଁ ଲୋକମାନେ ବାସ କରୁଥିଲେ, ସେମାନେ ଲୌହ ନିର୍ମିତ ରଥ ବ୍ୟବହାର କରୁଥିଲେ।
20 କାଲେବ୍କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେବ୍କୁ ଦିଆଗଲା। କାଲେବ୍ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ।
21 ବିନ୍ୟାମୀନର ପରିବାରବର୍ଗମାନେ ଯିରୁଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଆଜିଯାଏ ମଧ୍ୟ ବିନ୍ୟାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
ଯୋଷେଫଙ୍କ ଲୋକମାନେ ବୈଥେଲ୍ ଅଧିକାର କଲେ
22-23 ଯୋଷେଫଙ୍କର ପରିବାରବର୍ଗ ବୈଥେଲ୍ର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅତୀତରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷେଫଙ୍କର ପରିବାରବର୍ଗଙ୍କ ପଟରେ ଥିଲେ। ଯୋଷେଫଙ୍କର ପରିବାରବର୍ଗ କିଛି ଅନୁଚରଗଣଙ୍କୁ ବୈଥେଲ୍କୁ ପଠାଇଲେ। 24 ଯେତେବେଳେ ଅନୁଚରମାନେ ଦେଖିଲେ କେହି ଜଣେ ନଗରରୁ ବାହାରକୁ ଆସୁଛି ସେହି ଅନୁଚରମାନେ ସେହି ଲୋକକୁ କହିଲେ, “ଆମ୍ଭମାନଙ୍କୁ ଗୁପ୍ତ ପଥ ଦେଖାନ୍ତୁ ଯେଉଁ ବାଟ ଦେଇ ଆମ୍ଭେ ସହରକୁ ଆକ୍ରମଣ କରିବୁ। ଯଦି ତୁମ୍ଭେ ଆମ୍ଭକୁ ସାହାଯ୍ୟ କର, ତେବେ ଆମ୍ଭେମାନେ ତୁମ୍ଭକୁ ମାରିବୁ ନାହିଁ।”
25 ସେହି ବ୍ୟକ୍ତିଜଣକ ଅନୁଚରମାନଙ୍କୁ ସହରର ଗୁପ୍ତପଥ ଦେଖାଇ ଥିଲେ। ଯୋଷେଫଙ୍କର ପରିବାରବର୍ଗ ଖଣ୍ଡାରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେହି ଲୋକଙ୍କୁ ମାରି ନ ଥିଲେ ଯିଏ ସେମାନଙ୍କୁ ଗୁପ୍ତପଥ ଦେଖାଇଥିଲେ। ସେମାନେ ତାଙ୍କୁ ଓ ତାହାର ପରିବାରବର୍ଗକୁ ସ୍ୱାଧୀନ ଭାବରେ ଯିବାକୁ ଅନୁମତି ଦେଲେ। 26 ସେହି ଲୋକ, ହିତ୍ତୀୟମାନେ ବାସ କରୁଥିବା ସ୍ଥାନକୁ ଗଲେ ଏବଂ ଏମିତିକି ଆଜି ସେହି ସହର ଲୂସ୍ ନାମରେ ପରିଚିତ।
ଅନ୍ୟ ପରିବାରବର୍ଗମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ
27 କିଣାନୀୟ ବୈଥ୍ସାନ୍ର ସହରଗୁଡ଼ିକରେ, ତାନକ, ଦୋରା, ଯିବ୍ଲିୟିମ, ମଗିଦ୍ଦୋ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱରେ ଅଧିକ ଛୋଟ ସହରମାନଙ୍କରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସେହି ସହରରୁ ସେହି ଲୋକମାନଙ୍କୁ ତଡ଼ିବାକୁ ସକ୍ଷମ ହେଲେ ନାହିଁ। ତେଣୁ ସେଠାରେ କିଣାନୀୟମାନେ ବାସ କଲେ। 28 ଏହା ପରେ ଇସ୍ରାଏଲର ଲୋକମାନେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ସେମାନଙ୍କର କ୍ରୀତଦାସ କରିବା ପାଇଁ ସେମାନେ କିଣାନୀୟମାନଙ୍କୁ ବାଧ୍ୟ କଲେ। କିନ୍ତୁ କିଣାନୀୟମାନଙ୍କୁ ତଡ଼ିଦେବାକୁ ସେମାନେ ସକ୍ଷମ ହୋଇ ନ ଥିଲେ।
29 ଇଫ୍ରୟିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗେଷର୍ରେ କିଣାନୀୟ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରୟିମ କିଣାନୀୟ ଲୋକମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଇଫ୍ରୟିମ କିଣାନୀୟମାନଙ୍କ ସହିତ ମିଶି ରହିବାକୁ ଲାଗିଲେ।
30 ଠିକ୍ ସେହିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତେକ କିଣାନୀୟ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସେମାନଙ୍କୁ ତଡ଼ି ଦେଇ ନ ଥିଲେ। ସେହି କିଣାନୀୟ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସେମାନଙ୍କୁ କ୍ରୀତଦାସ ଭାବରେ ଖଟାଇଲେ।
31 ଆଶେର ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶେର ପରିବାରବର୍ଗର ଲୋକମାନେ ଯେଉଁମାନେ ସେମାନଙ୍କ ସହିତ ଅକ୍କୋନିବାସୀ, ସୀଦୋନ୍, ଅହଲବ୍, ଅକଷୀବ, ହିଲବା, ଅଫିକ୍ ଓ ରୋହବରୁ ବସବାସ କରୁଥିଲେ, ସେହି ଲୋକମାନଙ୍କୁ ବିତାଡ଼ିତ କଲେ ନାହିଁ। 32 ଆଶେରୀୟ ଲୋକମାନେ କିଣାନୀୟକୁ ସେମାନଙ୍କର ଦେଶରୁ ତଡ଼ି ଦେଇ ନ ଥିଲେ। ତେଣୁ କିଣାନୀୟ ଲୋକମାନେ ଆଶେରୀୟମାନଙ୍କ ସହିତ ନିରନ୍ତର ମିଶି ରହୁଥିଲେ।
33 ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନପ୍ତାଲି ଲୋକମାନେ ବୈଥ୍ଶେମଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡ଼ିଦେଇ ନ ଥିଲେ। ତେଣୁ ନପ୍ତାଲିର ଲୋକମାନେ ସେହି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀୟମାନେ ନପ୍ତାଲି ଲୋକମାନଙ୍କର କ୍ରୀତଦାସ ରୂପେ କାର୍ଯ୍ୟ କଲେ।
34 ଇମୋରୀୟମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ। ସେମାନଙ୍କୁ ତଳଭୂମିକୁ ଆସିବାକୁ ଦେଲେ ନାହିଁ। 35 ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷେଫଙ୍କର ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସେମାନେ କ୍ରୀତଦାସ ହୋଇ ରହିଲେ। 36 ଇମୋରୀୟ ଲୋକମାନଙ୍କର ଭୂମିର ସୀମା ଅକ୍ରବ୍ବୀମ ଘାଟି ଶୈଳଠାରୁ ଏବଂ ପର୍ବତ ଦେଶ ଶିଳା ସୀମା ମଧ୍ୟରେ ଥିଲା।
ହନନିୟ ଓ ଶଫୀରା
5 ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରିଦେଲେ। 2 ସେ ତା’ ସ୍ତ୍ରୀକୁ ଜଣାଇ ତା’ର ସମ୍ମତିରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖରେ ରଖିଲା ଓ ବାକି ଟଙ୍କା ଆଣି ପ୍ରେରିତମାନଙ୍କ ଚରଣରେ ରଖିଲା।
3 ଏହା ଦେଖି ପିତର କହିଲେ, “ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ରଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଗ୍ଭଇ ରଖିଲ। 4 ସେ ସମ୍ପତ୍ତି କ’ଣ ବିକ୍ରୀ ପୂର୍ବରୁ ତୁମ୍ଭର ନ ଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ୟ କ’ଣ ତୁମ୍ଭ ଅଧିକାରରେ ନ ଥିଲା? ତେବେ ତୁମ୍ଭେ ମନ ଭିତରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ୱାରା ତୁମ୍ଭେ ମନୁଷ୍ୟମାନଙ୍କ ଆଗରେ ମିଥ୍ୟା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ୱରଙ୍କୁ ମିଥ୍ୟା କହିଲ।”
5 ଏ କଥା ଶୁଣିବା ମାତ୍ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡରିଗଲେ। 6 ତା’ପରେ ଯୁବକମାନେ ତାହାକୁ ଲୁଗାରେ ଗୁଡ଼େଇ ନେଇ ବାହାରକୁ ଗ୍ଭଲିଗଲେ ଓ କବର ଦେଲେ।
7 ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା’ ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା। ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା। 8 ପିତର ତାହାକୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ ତୁମ୍ଭ ଜମି ସେତିକି ଦାମ୍ରେ ବିକ୍ରୀ କରିଛ କି?”
ସେ ଉତ୍ତର ଦେଲା, “ହଁ, ସେହି ଦାମ୍ରେ।”
9 ତା’ପରେ ପିତର କହିଲେ, “ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି। ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ।” 10 ସେ ସ୍ତ୍ରୀଲୋକଟି ମଧ୍ୟ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା’ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ। 11 ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।
ପରମେଶ୍ୱରଙ୍କଠାରୁ ପ୍ରମାଣ
12 ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରାଗଲା। ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ। 13 ସେମାନଙ୍କ ସହିତ ଏକତ୍ର ଠିଆ ହେବା ପାଇଁ କେହିହେଲେ ସାହସ କଲେ ନାହିଁ। ସବୁଲୋକ ପ୍ରେରିତମାନଙ୍କର ଖୁବ୍ ପ୍ରଶଂସା କଲେ। 14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ। ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ। 15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହା ଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ। 16 ଯିରୁଶାଲମରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ୱାରା ବ୍ୟତିବ୍ୟସ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ।
ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା
17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, 20 “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।
ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ। 22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, 23 “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” 24 ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”
25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” 26 ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋର୍ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ।
27 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରାଇଲେ। ତା’ପରେ ମହାଯାଜକ ସେମାନଙ୍କୁ ପଗ୍ଭରିଲେ, 28 “ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”
29 ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ। 30 ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି। 31 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି। 32 ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ରଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ସେମାନେ ମଧ୍ୟ ଏହାର ସାକ୍ଷୀ।”
33 ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 34 କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ। 35 ତା’ପରେ ସେ ସେମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ। 36 ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଗ୍ଭରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା’ର ସମସ୍ତ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲା ନାହିଁ। 37 ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। 38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ। ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ। 39 କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।”
ସେମାନେ ତାହାଙ୍କ ଉପଦେଶ ମାନିଲେ। 40 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକି ନେଇ ପ୍ରହାର କଲେ। ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା’ପରେ ସେମାନଙ୍କୁ ଛାଡ଼ି ଦେଲେ। 41 ପ୍ରେରିତମାନେ ମହାସଭା ଛାଡ଼ି ଗ୍ଭଲିଗଲେ। ସେମାନେ ଖୁସୀ ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବାକୁ ଯୋଗ୍ୟ ବିବେଚିତ କରାଯାଇଛି। 42 ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଗ୍ଭର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସେମାନେ ପ୍ରଗ୍ଭର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ।
ଅନାବୃଷ୍ଟି ଓ ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ
14 ଅନାବୃଷ୍ଟି ବିଷୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2 “ଯିହୁଦା ଶୋକ କରୁଅଛି
ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି।
ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି
ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
3 ସେମାନଙ୍କର କୁଳୀନମାନେ
ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି।
ସେମାନେ ଜଳାଶୟ ନିକଟକୁ ଯାଇ ଜଳ ପାଆନ୍ତି ନାହିଁ
ଓ ଶୂନ୍ୟପାତ୍ର ଘେନି ଫେରି ଆସନ୍ତି।
ସେମାନେ ଲଜ୍ଜିତ ଓ ଘବରା ହୋଇ
ଆପଣା ଆପଣା ମସ୍ତକ ଢାଙ୍କନ୍ତି।
4 ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ
କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ
ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି।
5 ଏପରିକି ହରିଣୀ ନବଜାତ ଶାବକକୁ
ତୃଣ ଅଭାବରୁ ଛାଡ଼ି ଗ୍ଭଲିଯାଏ।
6 ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ
ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି।
ତୃଣ ନ ଥିବାରୁ
ସେମାନଙ୍କ ଚକ୍ଷୁ କ୍ଷୀଣ ହୁଏ।”
7 “ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ
ଆମ୍ଭେମାନେ ଦୁଃଖଭୋଗ କରୁଅଛୁ।
ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର।
କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ
ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
8 ହେ ପରମେଶ୍ୱର, ତୁମ୍ଭେ ଇସ୍ରାଏଲର ଆଶା
ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା!
ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ
ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ୟ ହେଉଅଛ।
9 ତୁମ୍ଭେ ଜଣେ ଦ୍ୱନ୍ଦରେ ପଡ଼ିଥିବା ମନୁଷ୍ୟ ତୁଲ୍ୟ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ।
କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ।
ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ।
ତେଣୁ ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।”
10 ସଦାପ୍ରଭୁ ଯିହୁଦା ବିଷୟରେ ଏହିକଥା କହନ୍ତି, “ସେମାନେ ପ୍ରକୃତରେ ଆମ୍ଭକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ସେଥିରୁ ନିବୃତ୍ତ କରି ନାହାନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ସେ ସେମାନଙ୍କର ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କୁ ସମସ୍ତ ପାପର ପ୍ରତିଫଳ ଦେବେ।”
11 ଆହୁରି ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ। 12 ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା ନାହିଁ। ସେମାନେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।”
13 ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କୁ ଭିନ୍ନ କଥା କହୁଛନ୍ତି। ସେମାନେ କହନ୍ତି, ‘ତୁମ୍ଭେମାନେ ଖଡ଼୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ଦୃଢ଼ ଶାନ୍ତି ଦେବେ।’”
14 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟଦ୍ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଛନ୍ତି। 15 ଏଣୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏ ଦେଶରେ ଖଡ଼୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେହିମାନଙ୍କ ବିଷୟରେ ସଦାପ୍ରଭୁ କହନ୍ତି, ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ଼୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ। 16 ପୁଣି ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। ସେମାନେ ଦୁର୍ଭିକ୍ଷ ଓ ଖଡ଼୍ଗ ହେତୁରୁ ଯିରୁଶାଲମର ସଡ଼କରେ ପକାଯିବେ। ଆଉ ସେମାନଙ୍କୁ ସେମାନଙ୍କର ସ୍ତ୍ରୀ ଏବଂ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ କବର ଦେବାକୁ କେହି ନ ଥିବେ। କାରଣ ଆମ୍ଭେ ସେମାନଙ୍କର ଦୁଷ୍ଟତା ସେମାନଙ୍କର ଉପରେ ଢାଳିଦେବା।’
17 “ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ,
‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ,
ତାହା କେବେ ନିବୃତ୍ତ ହେବ ନାହିଁ
କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ।
ଯେହେତୁ ତାହା ମହାଭଙ୍ଗରେ
ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।
18 ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ,
ତେବେ ସେଠାରେ ଖଡ଼୍ଗାହତ ଲୋକଙ୍କୁ ଦେଖୁ।
ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ
ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ।
କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି,
ସେମାନେ କିଛି ଜାଣନ୍ତି ନାହିଁ।’”
19 ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?
ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ?
ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ।
ତୁମ୍ଭେ କାହିଁକି ଏପରି କଲ?
ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ,
ମାତ୍ର କିଛି ମଙ୍ଗଳ ହେଲା ନାହିଁ।
ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ।
ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।
20 ହେ ପରମେଶ୍ୱର, ଆମ୍ଭେମାନେ ଆମ୍ଭମାନଙ୍କର ଦୁଷ୍ଟତା
ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ।
ହଁ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
21 ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ୟାଖାନ କର ନାହିଁ।
ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ।
ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ।
ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିୟମ ସ୍ମରଣ କର।
ତୁମ୍ଭ କୃତ ସେହି ନିୟମ ଭଙ୍ଗ କର ନାହିଁ।
22 ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ।
ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି?
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା।
ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ।
କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”
ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ(A)
28 ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।
2 ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ। 3 ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା। 4 କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।
5 ସ୍ୱର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ଯେଉଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଛି, ତୁମ୍ଭେ ତାହାଙ୍କୁ ଖୋଜୁଥିବା କଥା ମୁଁ ଜାଣିଛି। 6 କିନ୍ତୁ ଯୀଶୁ ଏଠାରେ ନାହାନ୍ତି। ସେ ତାହାଙ୍କ କଥା ଅନୁସାରେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ। 7 ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଅ, ‘ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସେଠାରେ ଥିବେ। ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।’’’ ତା’ପରେ ସ୍ୱର୍ଗଦୂତ ଆଉ ଥରେ କହିଲେ, “ଏହିସବୁ କଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।”
8 ତେଣୁ ସେହି ସ୍ତ୍ରୀଲୋକମାନେ ତତ୍କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ। 9 ହଠାତ୍ ସେମାନେ ଦେଖିଲେ, ଯୀଶୁ ତାହାଙ୍କ ଆଗରେ ଠିଆ ହୋଇଛନ୍ତି। ସେ କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ। 10 ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ ଯାଇ ମୋ’ ଭାଇମାନଙ୍କୁ କୁହ ଯେ, ସେମାନେ ଗାଲିଲୀ ଯାଆନ୍ତୁ। ସେମାନେ ମୋତେ ସେହିଠାରେ ଦେଖିବେ।”
ଜଗୁଆଳମାନେ ଯିହୂଦୀ ନେତାମାନଙ୍କୁ ଘଟଣାର ସୂଚନା ଦେଲେ
11 ଯେତେବେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖବର ଦେବାକୁ ଗଲେ, କବର ନିକଟରେ ପହରା ଦେଉଥିବା କେତେକ ଜଗୁଆଳ ନଗରକୁ ଗଲେ ଓ କବର ନିକଟରେ ଯାହାସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନଯାଜକମାନଙ୍କୁ ଜଣାଇଲେ। 12 ତା’ପରେ ପ୍ରଧାନଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସେମାନେ ସୈନ୍ୟମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବରେ ପ୍ରଚୁର ଟଙ୍କା ଦେଲେ। 13 ସେମାନେ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭେମାନେ ସବୁ ଶୋଇ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ରାତିରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଗ୍ଭେରେଇ ନେଲେ। 14 ରାଜ୍ୟପାଳ ଯଦି ଏ କଥା ଶୁଣନ୍ତି, ତେବେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।” 15 ସୈନ୍ୟମାନେ ଟଙ୍କାତକ ନେଲେ। ସେମାନଙ୍କୁ ଯେପରି କରିବାକୁ ଶିଖାଯାଇଥିଲା, ସେମାନେ ତାହା ହିଁ କଲେ। ଏବଂ ଏ କଥାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି।
ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେଲେ(B)
16 ଏଗାର ଜଣ ଶିଷ୍ୟ ଗାଲିଲୀକୁ ଗଲେ। ଯୀଶୁ ସେମାନଙ୍କୁ ଯେଉଁ ପାହାଡ଼ ଉପରକୁ ଯିବାକୁ କହିଥିଲେ, ସେମାନେ ସେଠାକୁ ଗଲେ। 17 ପାହାଡ଼ ଉପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେମାନେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତରେ ଯୀଶୁ। 18 ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି। 19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ। 20 ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”
2010 by World Bible Translation Center