M’Cheyne Bible Reading Plan
ଅବଶିଷ୍ଟ ଭୂମିକୁ ବାଣ୍ଟି ନେଲେ
18 ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ। 2 ମାତ୍ର ସେହି ସମୟରେ ମଧ୍ୟ ଇସ୍ରାଏଲର ସାତୋଟି ପରିବାରବର୍ଗ ଭୂମି ପାଇ ନ ଥିଲେ। ଯାହାକି ସଦାପ୍ରଭୁ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
3 ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି। 4 ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ’ ନିକଟକୁ ଫେରାଇ ଆଣିବେ। 5 ସେମାନେ ସେ ଭୂମିକୁ ସାତ ଭାଗରେ ବାଣ୍ଟ କରିବେ। ଯିହୁଦାର ଲୋକମାନେ ସେମାନଙ୍କର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷେଫଙ୍କର ଉତ୍ତରାଧିକାରୀଗଣ ଉତ୍ତରରେ ସେମାନଙ୍କର ଭୂମି ପାଇବେ। 6 କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ। 7 ଏଥିରେ ଲେବୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସେମାନଙ୍କର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସେବା କରିବା। ଏବଂ ଗାଦ୍, ରୁବେନ୍, ମନଃଶିର ଓ ଅର୍ଦ୍ଧବଂଶ ଯର୍ଦ୍ଦନ ପୂର୍ବ ପାରିରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସେବକ ମୋଶା ଯିଏ ସେମାନଙ୍କୁ ଏ ଭୂମି ଦେଲେ।”
8 ତେଣୁ ଲୋକମାନେ ଯେଉଁମାନେ ବଛା ଯାଇଥିଲେ, ସେମାନେ ଯାଇ ଦେଶ ଅନୁଧ୍ୟାନ କରି ସେ ବିଷୟରେ ଲେଖିଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ, ତା’ପରେ ମୁଁ ଶୀଲୋର ପରମେଶ୍ୱରଙ୍କ ସମ୍ମୁଖରେ ଗୁଲିବାଣ୍ଟ ପକାଇ ବାଣ୍ଟି ଦେବି।”
9 ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ। 10 ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ।
ବିନ୍ୟାମୀନ ବଂଶଧରଙ୍କ ପାଇଁ ଭୂମି
11 ବିନ୍ୟାମୀନର ପରିବାରବର୍ଗଗଣ ଯିହୁଦା ଓ ଯୋଷେଫଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳରେ ଭୂମି ପାଇଲେ। ବିନ୍ୟାମୀନ ପ୍ରତ୍ୟେକ ପରିବାରବର୍ଗର ଲୋକମାନେ ସେମାନଙ୍କର ଭାଗ ପାଇଲେ। ଏହି ଭୂମି ଯାହାକି ବିନ୍ୟାମୀନ ପରିବାରବର୍ଗଙ୍କ ପାଇଁ ସ୍ଥିର କରାଯାଇଥିଲା। 12 ସେମାନଙ୍କର ଉତ୍ତର ସୀମା ଯର୍ଦ୍ଦନ ନଦୀଠାରୁ ଆରମ୍ଭ ହେଲା। ଏହାର ସୀମା ଉତ୍ତରରେ ଯିରୀହୋରୁ ଲାଗିଥିଲା। ଏହା ପରେ ଏହାର ସୀମା ପଶ୍ଚିମରେ ପର୍ବତମୟ ଦେଶକୁ ଲାଗିଥିଲା। ଏହାର ସୀମା ପୂର୍ବ ପଟରେ ବୈଥାବନ ପର୍ଯ୍ୟନ୍ତ ଲାଗିଥିଲା। 13 ସେଠାରୁ ସେ ସୀମା ଦକ୍ଷିଣ ଆଡ଼େ ଲୁସ (ବୈଥେଲ୍) ପର୍ଯ୍ୟନ୍ତ ଗଲା। ଏହା ପରେ ନୀଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦେଇ ଅଟାରୋତ୍ ଅଦ୍ଦର ଆଡ଼କୁ ଗଲା। 14 ସେଠାରୁ ସେ ସୀମା ଲାଗି ରହିଲା। ପଶ୍ଚିମରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯିହୁଦା ସନ୍ତାନଗଣର କିରିୟଥ-ବାଲ୍ ବା କିରିୟଥ-ଯିୟାରୀମ୍ ନାମକ ଏକ ନଗର ପର୍ଯ୍ୟନ୍ତ। ଏହା ଥିଲା ସେମାନଙ୍କର ପଶ୍ଚିମ ସୀମା।
15 ଏହାର ଦକ୍ଷିଣ ସୀମା କିରିୟଥ୍-ଯିୟାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗରେ ଏହାର ସୀମା ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଥିଲା। 16 ଏହାର ସୀମା ରଫାୟୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରୁ ଯିବୂଷର ଦକ୍ଷିଣ ପାର୍ଶ୍ୱ ପର୍ଯ୍ୟନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନରୋଗଲେକୁ ଲାଗିଥିଲା। 17 ଏହାର ସୀମା ଉତ୍ତର ଦିଗଠାରୁ ଐନଶେମସ ପର୍ଯ୍ୟନ୍ତ ଲାଗିଥିଲା। ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ପର୍ଯ୍ୟନ୍ତ ଓ ସେଠାରୁ ଗଲୀଲୋତ୍ଠାରୁ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଲାଗିଥିଲା। 18 ଉତ୍ତର ଦିଗରେ ପଦା ଭୂମିର ସମ୍ମୁଖ ପାର୍ଶ୍ୱଠାରୁ ପଦାଭୂମି ପର୍ଯ୍ୟନ୍ତ ଲାଗି ଥିଲା। 19 ଏହାର ସେହି ସୀମା ବୈଥ-ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଲାଗି ରହିଥିଲା। ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତଭାଗ ଥିଲା। ଏହା ଥିଲା ଏହାର ଦକ୍ଷିଣ ସୀମା।
20 ଯର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ୟାମୀନଙ୍କର ପରିବାରବର୍ଗ ସେମାନଙ୍କର ଗୋଷ୍ଠୀ ଅନୁସାରେ ତାହା ଅଧିକାର କଲେ। 21 ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହୋ ଓ ବୈଥ୍-ଅଗ୍ଲା ଓ ଏମକ୍କତ୍ଶିସ୍। 22 ବୈଥ୍-ଆରବା, ସୀମାରୟମ ଓ ବୈଥେଲ୍। 23 ଅବ୍ବୀମ, ପାରା ଓ ଅଫ୍ରା। 24 କଫରମ୍ମୋନି, ଅଫନି ଓ ଗେବା, ଗ୍ରାମ ସମେତ ଏହିପରି ଭାବରେ ବାରଟି ନଗର ଥିଲା।
25 ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍, 26 ମିସ୍ପୀ, କଫୀରା, ମୋତ୍ସା, 27 ରେକମ୍, ଯିର୍ପେଲ୍, ତରଲା, 28 ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।
ଶିମିୟୋନମାନଙ୍କ ପାଇଁ ଭୂମି
19 ଏହା ପରେ ଯିହୋଶୂୟ ଶିମିୟୋନ ପରିବାରବର୍ଗମାନଙ୍କ ଗୋଷ୍ଠୀକୁ ସେମାନଙ୍କର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ଯିହୁଦାର ଅନ୍ତର୍ଗତ ଥିଲା। 2 ସେମାନେ ଯାହାସବୁ ପାଇଲେ ତାହା ସବୁ ହେଲା, ବେର୍ଶେବା ଓ ମୋଲାଦା। 3 ହତ୍ସରଶିୟାଲ୍ ଓ ବାଲା ଏବଂ ଏତ୍ସମ୍। 4 ଇଲତୋଲଦ୍, ବଥୁଲ୍ ଓ ହର୍ମା 5 ସିକ୍ଳଗ୍ ବୈଥ-ମର୍କାବୋତ୍ ଓ ହତ୍ସର ସୂଷୀମ୍ 6 ବୈଥଲବାୟୋତ୍, ଶାରୁହନ୍ ଗ୍ରାମ ସମେତ ଏହିପରି ଭାବରେ ତେରଟି ନଗର ଥିଲା।
7 ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମେତ ଏହିପରି ଗ୍ଭରୋଟି ନଗର ଥିଲା। 8 ବାଲତ୍-ବେର ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ସହରସବୁ ପାଇଲେ। ସେହି ଭୂମି ଶିମିୟୋନଙ୍କର ପରିବାରବର୍ଗକୁ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରତ୍ୟେକ ପରିବାର ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। 9 ଶିମିୟୋନ ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏଥିପାଇଁ ଶିମିୟୋନ ସନ୍ତାନଗଣ ସେମାନଙ୍କର ଅଧିକାର ମଧ୍ୟରେ ଅଧିକାର ପାଇଲେ।
ସବୂଲୂନ ପାଇଁ ଭୂମି
10 ସବୂଲୂନର ପରିବାରବର୍ଗ, ସେମାନଙ୍କର ଗୋଷ୍ଠୀମାନଙ୍କ ପ୍ରତିଜ୍ଞାନୁସାରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ଯ୍ୟନ୍ତ ଥିଲା। 11 ଏହିପରି ଭାବରେ ସେମାନଙ୍କର ସୀମା ପଶ୍ଚିମରେ ମରିୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଥିଲା। 12 ପୁଣି ସାରୀଦରୁ ପୂର୍ବ ଦିଗରେ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଲାଗିଥିଲା। ଏହି ସୀମା ଦାବରତକୁ ଲାଗି ଯାଫିୟ ପର୍ଯ୍ୟନ୍ତ ଥିଲା। 13 ସେଠାରୁ ପୂର୍ବ ଦିଗ ଦେଇ, ଗାଥ୍-ହେଫର ମଧ୍ୟଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣ ପର୍ଯ୍ୟନ୍ତ ଲାଗିଥିଲା। 14 ଉତ୍ତର ଦିଗରେ ସେହି ସୀମା ଘେରି ରହିଥିଲା ହନ୍ନାଥୋନ ପର୍ଯ୍ୟନ୍ତ। ଏହାର ସୀମା ଯିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଲାଗିଥିଲା। 15 କଟତ୍, ନହଲୋଲ୍, ଶିମ୍ରୋଣ, ଯିଦାଲା ଓ ବୈଥ୍ଲେହମ ଗ୍ରାମ ସମେତ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।
16 ଏହିସବୁ ଗ୍ରାମ ନଗର ସୂବୂଲୂନ ପରିବାରବର୍ଗର ଗୋଷ୍ଠୀ ଅନୁସାରେ ସେମାନଙ୍କର ଅଧିକାର ଥିଲା
ଇଷାଖରଙ୍କ ନିମନ୍ତେ ଭୂମି
17 ଭୂମିର ଚତୁର୍ଥ ଅଂଶ ଇଷାଖର ପରିବାରବର୍ଗକୁ ଦିଆଗଲା। ପ୍ରତ୍ୟେକ ପରିବାର ସେଥିରୁ ଭାଗ ପାଇଲେ। 18 ନିମ୍ନରେ ଦିଆଯାଇଥିବା ଭୂମିଗୁଡ଼ିକ ଉକ୍ତ ପରିବାରବର୍ଗଙ୍କୁ ଦିଆଗଲା। ସେମାନେ ହେଲେ ଯିଷ୍ରିୟେଲ, କସୁଲ୍ଲୋତ ଓ ସୁନେମ୍। 19 ହଫାରୟିମ୍, ଶୀୟୋନ ଓ ଅନହରତ୍। 20 ରାବ୍ବୀତ୍, କିଶିୟୋନ ଓ ଏବସ୍। 21 ରେମତ୍ ଐନ୍-ଗନ୍ନୀମ୍ ଐନ୍-ହଦ୍ଦା ଓ ବୈଥ୍ପତ୍ସେସ୍।
22 ଏସବୁର ସୀମା ତାଙ୍କର ତାବୋର ଶହତ୍ସୀସ୍ ଓ ବୈଥ୍ଶେମଶ ପର୍ଯ୍ୟନ୍ତ ଥିଲା। ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି ଷୋହଳଟି ନଗର ସେମାନଙ୍କର ଅଧୀନରେ ଥିଲା। 23 ଏହି ସହର ଓ ଗ୍ରାମଗୁଡ଼ିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗୁଡ଼ିକ ସେମାନଙ୍କର ବଂଶାନୁସାରେ ପାଇଲେ।
ଆଶେର ବଂଶଧରମାନଙ୍କର ଭୂମି
24 ଏହି ଭୂମିର ପଞ୍ଚମ ଅଂଶ ଆଶେର ପରିବାରବର୍ଗମାନେ ପାଇଲେ। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ସେହି ଭୂମିର ଏକ ଅଂଶ ପାଇଲେ। 25 ଯେଉଁ ଭୂମିସବୁ ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକର ମଧ୍ୟରେ ହିଲକତ୍, ହଲୀ, ବେଟନ୍ ଓ ଅକଷଫ୍ ଥିଲା। 26 ଅଲମେଲକ୍, ଅମିୟାଦ୍ ଓ ମିଶାଲ୍
ଏବଂ ଏହା ପଶ୍ଚିମ ଦିଗରେ କର୍ମିଲ ଶୀହୋର୍-ଲିବନତ୍ ପର୍ଯ୍ୟନ୍ତ ଥିଲା। 27 ଏହା ପରେ ଏହାର ସୀମା ପୂର୍ବ ଦିଗରେ ବୈଥଦାଗୁନ୍ ଆଡ଼େ ଥିଲା। ଏହି ସୀମା ବୈଥ୍ଏମକ୍ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଥିଲା। ଏହାର ବାମ ଦିଗରେ ଥିଲା କାବୂଲ୍। 28 ଏହାର ସୀମା ଇବ୍ରୋଣ, ରହୋବ୍ ହମ୍ମୋନ୍, କାନ୍ନା ଓ ସୁଦୂର ମହାସୀଦୋନ୍ ପର୍ଯ୍ୟନ୍ତ ଲାଗିଥିଲା। 29 ଏହା ପରେ ଏହାର ସୀମା ଦକ୍ଷିଣରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକୁ ଲାଗିଥିଲା। ଏହିଠାରୁ ସେ ସୀମା ହୋଷାକୁ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମୁଦ୍ର ପର୍ଯ୍ୟନ୍ତ ଥିଲା। 30 ଉମ୍ମା, ଅଫେକ୍ ଓ ରହୋବ
ଏହିପରି ଗ୍ରାମ ସମେତ ବାଇଶିଟି ନଗର ଥିଲା। 31 ଯେଉଁଟାକି ଆଶେରର ପରିବାରବର୍ଗକୁ ଦିଆଯାଇଥିଲା। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ନିଜ ନିଜର ପ୍ରାପ୍ୟ ଭୂମି ଭାଗ ପାଇଲେ।
ନପ୍ତାଲିର ବଂଶଧରଙ୍କର ଭୂମି
32 ଏହାର ଷଷ୍ଠାଂଶଟି ନପ୍ତାଲିର ପରିବାରବର୍ଗଙ୍କୁ ଦିଆଗଲା। ଏବଂ ସେହି ପରିବାରବର୍ଗର ପ୍ରତ୍ୟକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। 33 ସେମାନେ ଯେଉଁସବୁରୁ ଭୂମି ପାଇଥିଲେ, ସେ ସବୁର ସୀମା ଏହିପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେଲ୍ଫଠାରୁ ଆରମ୍ଭ ହେଲା। ଏହାର ସୀମା ଆଦାମୀ ଯବ୍ନିୟେଲଠାରୁ ନେକ୍ବ ମଧ୍ୟଦେଇ ଗଲା। ଏହାର ସୀମା ଲକ୍କୁମ ଓ ଯର୍ଦ୍ଦନ ନଦୀ ଶେଷଭାଗ ଯାଏ ଲାଗିଥିଲା। 34 ଏହାର ସୀମା ପଶ୍ଚିମ ଦିଗରେ ଅସ୍ନୋତ୍ତାବୋରକୁ ଲାଗିଥିଲା। ସେଠାରୁ ହୁକ୍କୋକ୍ ପର୍ଯ୍ୟନ୍ତ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଯର୍ଦ୍ଦନ ନିକଟ ଯିହୁଦା ପର୍ଯ୍ୟନ୍ତ ଲାଗିଥିଲା। 35 ଏହାର ସୀମାରେ କେତେଗୁଡ଼ିଏ ଶକ୍ତିଶାଳୀ ନଗର ଥିଲା। ସେଗୁଡ଼ିକ ହେଲା ସବୀମ, ସେର, ହମ୍ମତ, ରକ୍କତ୍ ଓ କିନ୍ନେରତ୍। 36 ଆଦାମା, ରାମା ଓ ହାତ୍ସୋର, 37 କେଦଶ, ଇଦ୍ରିୟୀ ଓ ଐନ ହାତ୍ସୋର, 38 ଯିରୋଣ ମିଗ୍ଦଲେଲ, ହୋରେମ୍ ବୈଥଂନାତ୍, ବୈଥ୍ଶେମଶ ଏହିସବୁ ଶକ୍ତିଶାଳୀ ନଗରଗୁଡ଼ିକ ଥିଲା। ଏହିପରି ଭାବରେ କ୍ଷେତକୁ ମିଶାଇ ଉଣିଶିଟି ନଗର ଚତୁର୍ପାର୍ଶ୍ୱରେ ଥିଲା।
39 ସେହି ପରିବାରବର୍ଗର ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ।
ଦାନ୍ ବଂଶଧରମାନଙ୍କ ଭୂମି
40 ଏହା ପରେ ଦାନ୍ ପରିବାରବର୍ଗମାନଙ୍କୁ ସପ୍ତମ ବାଣ୍ଟ ଉଠିଲା, ସେହି ଭୂମିର ସମସ୍ତ ଭାଗଟି ଦିଆଗଲା। 41 ଏହିସବୁ ଭୂମି ଯାହାକି ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ହେଲା ସରିୟ, ଇଷ୍ଟାୟୋଲ, ଇରଶେମଶ, 42 ଶାଲ୍ବୀମ୍, ଅୟାଲୋନ୍ ଓ ଯିତ୍ଲା, 43 ଏଲୋନ୍, ତିମ୍ନାଥା ଓ ଇକ୍ରୋଣ, 44 ଇଲତ୍କୀ, ଗିବୋଥୋନ ଓ ବାଲତ୍, 45 ଯିହୂଦ୍, ବନେବରକ ଓ ଗାଥ୍-ରିମ୍ମୋନ୍। 46 ମେୟକୋନ୍, ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
47 କିନ୍ତୁ ଦାନ୍ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସୁବିଧାର ସମ୍ମୁଖୀନ ହେଲେ। ସେଠାରେ ତାଙ୍କର ବହୁତ ଶକ୍ତିଶାଳୀ ଶତ୍ରୁ ଥିଲେ। ଏବଂ ଦାନ୍ର ଲୋକମାନେ ସେମାନଙ୍କୁ ଏତେ ସହଜରେ ପରାସ୍ତ କରି ପାରି ନ ଥିଲେ। ଯେଉଁଥିପାଇଁ ଦାନ୍ ବଂଶଧରମାନେ ଇସ୍ରାଏଲର ଉତ୍ତର ଦିଗକୁ ଗଲେ। ଏବଂ ଲେଶମ୍ମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ଲେଶମ୍ମାନଙ୍କୁ ଯୁଦ୍ଧରେ ପରାସ୍ତ କଲେ। ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ସେମାନେ ହତ୍ୟା କଲେ। ତେଣୁ ଦାନ୍ର ଲୋକମାନେ ଲେଶମ୍ମାନଙ୍କର ସହରରେ ବାସ କଲେ। ଏବଂ ଦାନ୍ର ପୂର୍ବପୁରୁଷଙ୍କ ନାମାନୁସାରେ ଲେଶମ୍ର ନାମ ଦାନ ରଖିଲେ। 48 ଏହି ସମସ୍ତ ନଗର, ଗ୍ରାମସବୁ ଓ ସେମାନଙ୍କର କ୍ଷେତସବୁ ଦାନଙ୍କ ପରିବାରବର୍ଗଙ୍କୁ ହିଁ ଦିଆଗଲା। ପ୍ରତ୍ୟେକ ବଂଶଧର ସେମାନଙ୍କ ବଂଶ ଅନୁସାରେ ଅଧିକାର ପାଇଲେ।
ଯିହୋଶୂୟ ପାଇଁ ଭୂମି
49 ଏହିପରି ଭାବରେ ସେମାନଙ୍କ ମୂଖ୍ୟ ଭୂମିକୁ ଭାଗ କଲେ ଓ ସେଗୁଡ଼ିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶେଷ କରିଲା ପରେ, ଇସ୍ରାଏଲୀୟ ଲୋକମାନେ ସ୍ଥିର କଲେ ନୂନର ପୁତ୍ର ଯିହୋଶୂୟଙ୍କୁ କିଛି ଭୂମି ଦେବାକୁ। ଏହିସବୁ ଭୂମି ତାଙ୍କୁ ଦିଆଯିବା ପାଇଁ ପ୍ରତିଜ୍ଞା କରାଯାଇଥିଲା। 50 ସଦାପ୍ରଭୁ ନିର୍ଦ୍ଦେଶ ଦେଇଥିଲେ, ଏହିସବୁ ଭୂମି ଦେବା ପାଇଁ। ତେଣୁ ସେମାନେ ଯିହୋଶୂୟଙ୍କୁ ଏହିସବୁ ନଗର ଦେଇଥିଲେ। ଇଫ୍ରୟିମ ପର୍ବତମୟ ଦେଶରେ ତିମତ୍-ସେରହ। ତେଣୁ ସେ ସେଠାରେ ନଗର ଗଠନ କରି ବାସ କଲେ।
51 ଏହିପରି ଭାବରେ ଇସ୍ରାଏଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରିତ ହେଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସେମାନେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।
149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
2 ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3 ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
ଦାରା ଓ ବୀଣା ବାଦନ କରି।
4 ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
ସେ ସେମାନଙ୍କୁ ରକ୍ଷା କଲେ।
5 ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।
6 ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖଡ଼୍ଗମାନ ଧରନ୍ତୁ।
7 ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
8 ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9 ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
2 ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3 ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
4 ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5 ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।
6 ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
9 ଯେବେ ମୋର ମସ୍ତକ ଜଳମୟ
ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା,
ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।
2 ଆଉ ଯଦି ପଥିକମାନଙ୍କର ବସାପରି
ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା,
ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି
ସେମାନଙ୍କଠାରୁ ଦୂରେଇ ଯାଇ ପାରନ୍ତି।
କାରଣ ସେମାନେ ସମସ୍ତେ ବ୍ୟଭିଗ୍ଭରୀ
ଓ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
3 “ପୁଣି ସେମାନେ ଅସତ୍ୟତା ନିମନ୍ତେ
ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି।
ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି,
ମାତ୍ର ସତ୍ୟତା ପାଇଁ ନୁହେଁ।
କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି।
ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।”
ଏହା ସଦାପ୍ରଭୁ କହନ୍ତି।
4 “ତୁମ୍ଭେମାନେ ପ୍ରତ୍ୟେକ ପ୍ରତିବାସୀ ପ୍ରତି ସାବଧାନ ହୁଅ
ଓ କୌଣସି ଭ୍ରାତାକୁ ବିଶ୍ୱାସ କର ନାହିଁ।
କାରଣ ପ୍ରତ୍ୟେକ ଭ୍ରାତା ପ୍ରତାରକ
ଓ ପ୍ରତ୍ୟେକ ପ୍ରତିବାସୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
5 ସେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ
ଓ କେବେ ସତ୍ୟକଥା କହିବେ ନାହିଁ।
ସେମାନେ ମିଥ୍ୟା କହିବାକୁ
ନିଜ ନିଜ ଜିହ୍ୱାକୁ ଶିଖାଇଅଛନ୍ତି।
ଥକିବା ପର୍ଯ୍ୟନ୍ତ
ସେମାନେ ମନ୍ଦକର୍ମ କରନ୍ତି।
6 ଗୋଟିଏ ମନ୍ଦକର୍ମ ପରେ ଅନ୍ୟ ଏକ ମନ୍ଦକର୍ମ ଗ୍ଭଲେ
ଓ ପ୍ରବଞ୍ଚନା ଲାଗି ରହେ।”
ତେଣୁ ସଦାପ୍ରଭୁ କହନ୍ତି, “ଏହି ମିଥ୍ୟା ଓ ପ୍ରବଞ୍ଚନା ଯୋଗୁଁ
ସେମାନେ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”
7 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନିରେ ତରଳାଏ,
ସେହିପରି ଆମ୍ଭେ ସେମାନଙ୍କୁ ପରୀକ୍ଷା କରିବା।
ଆମ୍ଭ ଲୋକମାନେ ପାପ କରିଥିବା ହେତୁ
ଆଉ ଆମ୍ଭେ କ’ଣ କରି ପାରିବା?
8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ବାଣସ୍ୱରୂପ।
ତାହା କେବଳ ମିଥ୍ୟା ଓ ପ୍ରବଞ୍ଚନାର କଥା କହେ।
ସେମାନେ ମୁହଁରେ ପ୍ରତିବାସୀ ସହିତ ପ୍ରେମାଳାପ କରନ୍ତି,
ମାତ୍ର ଅନ୍ତରରେ ସେମାନଙ୍କୁ ବିନାଶ କରିବାକୁ ଯୋଜନା କରନ୍ତି।”
9 ତେଣୁ ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା।
ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି
କ’ଣ ରହିପାରିବା?”
10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ
ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି।
ସେମାନଙ୍କ ନିମନ୍ତେ ଶୋକ କରିବି।
କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ।
କୌଣସି ଲୋକ ଯାତାୟାତ କରିବେ ନାହିଁ।
ପଶୁପଲର ରବ ଶୁଣାଯିବ ନାହିଁ।
ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ।
11 “ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି
ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା।
ଆଉ ଆମ୍ଭେ ଯିହୁଦାର ନଗରସମୂହକୁ
ନିର୍ଜନ ଧ୍ୱଂସସ୍ଥାନ କରିବା।”
12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦଗ୍ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ?
13 ଏସବୁର କାରଣ ସଦାପ୍ରଭୁ କହନ୍ତି, “ତାହା ହେଲା ଆମ୍ଭେ ସେମାନଙ୍କ ସମ୍ମୁଖରେ ଆମ୍ଭର ଯେଉଁ ବ୍ୟବସ୍ଥାମାନ ରଖିଲୁ ତାହା ସେମାନେ ପରିତ୍ୟାଗ କରିଅଛନ୍ତି। ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି କି ତଦନୁସାରେ ଆଚରଣ କରି ନାହାନ୍ତି। 14 ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବାଲ୍ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”
15 ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। 16 ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ଖଡ଼୍ଗ ପଠାଇବା।”
17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ବିବେଚନା କର
ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ
ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
18 ସେମାନେ କହନ୍ତି,
‘ସେହି ସ୍ତ୍ରୀଲୋକମାନେ ଶୀଘ୍ର ଆସନ୍ତୁ
ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ।
ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହେବ
ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହେବ।’
19 “କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି।
‘ଆମ୍ଭେମାନେ ପ୍ରକୃତରେ ବିନଷ୍ଟ ହୋଇଅଛୁ।
ଆମ୍ଭେମାନେ ବିଶେଷ ଭାବରେ ଲଜ୍ଜିତ,
କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହୋଇଅଛି
ଓ ଆମ୍ଭେମାନେ ଦେଶ ପରିତ୍ୟାଗ କରିଅଛୁ।’”
20 ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ୟ ଶୁଣ,
ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ୟ ଗ୍ରହଣ କରୁ।
ଆଉ “ତୁମ୍ଭେମାନେ ନିଜ ନିଜ କନ୍ୟାମାନଙ୍କୁ ହାହାକାର କରିବାକୁ
ଓ ପ୍ରତ୍ୟେକ ନିଜ ପ୍ରତିବାସିନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
21 “କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ
ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି।
ଏହା ବାହାରେ ବାଳକମାନଙ୍କୁ
ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”
22 ଯିରିମିୟ ଏହା କହନ୍ତି, “ସଦାପ୍ରଭୁଙ୍କ ବାକ୍ୟାନୁସାରେ
‘ମନୁଷ୍ୟମାନଙ୍କର ଶବ ଖତପରି କ୍ଷେତ୍ରରେ ପଡ଼ି ରହିବ
ଆଉ ଶସ୍ୟ ଚ୍ଛେଦନକାରୀର ଶସ୍ୟ ପଛରେ ପଡ଼ିଲା ପରି
ସେମାନେ କ୍ଷେତ୍ରରେ ପଡ଼ି ରହିବେ।
କେହି ସେମାନଙ୍କୁ ସଂଗ୍ରହ କରିବାକୁ ନ ଥିବେ।’”
23 ଆଉ ସଦାପ୍ରଭୁ କହନ୍ତି,
“ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ,
ବଳବାନ୍ ଆପଣା ବଳରେ ଦର୍ପ ନ କରୁ
ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ।
24 ଯଦି କେହି ଦର୍ପ କରିବ, ତେବେ ସେ ଆମ୍ଭକୁ ଚିହ୍ନେ
ଓ ଜାଣେ ବୋଲି ଦର୍ପ କରୁ।
ଆମ୍ଭେ ସଦାପ୍ରଭୁଙ୍କ ଜଗତରେ ସ୍ନେହ, କରୁଣା ବିଗ୍ଭର
ଓ ଧର୍ମସାଧନ କରୁ,
କାରଣ ସଦାପ୍ରଭୁ କହନ୍ତି
ଏସବୁରେ ଆମ୍ଭର ସନ୍ତୋଷ ଥାଏ।”
25 ସଦାପ୍ରଭୁ କହନ୍ତି ଦେଖ, “ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି। 26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”
ଯୀଶୁଙ୍କର ଯିହୂଦୀ ଧର୍ମ ନେତାଙ୍କୁ ସମାଲୋଚନା(A)
23 ତା’ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, 2 “ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାର ବ୍ୟାଖ୍ୟା କରିବାର ଅଧିକାର ପାଇଛନ୍ତି। 3 ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ। 4 ମାନିବା ପାଇଁ କଠିନ ହେଲେ ମଧ୍ୟ ସେମାନେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସେହି ନିୟମଗୁଡ଼ିକ ମାନିବା ପାଇଁ ସେମାନେ ଲୋକଙ୍କୁ ବାଧ୍ୟ କରନ୍ତି। କିନ୍ତୁ ସେମାନେ ନିଜେ କେବେ ହେଲେ ସେହି ନିୟମମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେଷ୍ଟା କରନ୍ତି ନାହିଁ।
5 “କେବଳ ଅନ୍ୟ ଲୋକଙ୍କୁ ଦେଖେଇ ହେବା ପାଇଁ ଯାହାକିଛି ଭଲ କାମ, ତାହା ସେମାନେ କରନ୍ତି। ନିଜକୁ ଧାର୍ମିକ ଦେଖେଇ ହେବା ପାଇଁ ପ୍ରକୃତରେ ସେମାନେ ବଡ଼ବଡ଼ କବଚ ପିନ୍ଧିଥା’ନ୍ତି ଓ ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥା’ନ୍ତି। 6 ଭୋଜିମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ପାଇବାକୁ ସେମାନେ ଭଲ ପାଆନ୍ତି। 7 ସେମାନେ ବଜାର ସ୍ଥାନମାନଙ୍କରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସେମାନେ ଗ୍ଭହାନ୍ତି ଯେ ଲୋକେ ତାହାଙ୍କୁ ‘ରାବ୍ବୀ’ [a] ବୋଲି ଡାକନ୍ତୁ।
8 “କିନ୍ତୁ ତୁମ୍ଭ ଭିତରୁ କେହି ନିଜକୁ ରାବ୍ବୀ କହିବ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି। 9 “ଏ ସଂସାରରେ କାହାରିକୁ ‘ପରମପିତା’ ବୋଲି ସମ୍ବୋଧନ କର ନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ୱର୍ଗରେ ରହୁଛନ୍ତି। 10 ତୁମ୍ଭେ ନିଜକୁ ‘ମାଲିକ’ ବୋଲି କହିବ ନାହିଁ। କାରଣ ତୁମ୍ଭର କେବଳ ଜଣେ ମାତ୍ର ମାଲିକ, ସେ ହେଉଛନ୍ତି ଯୀଶୁ। 11 ଯେଉଁ ଲୋକ ଗ୍ଭକର ଭଳି ତୁମ୍ଭର ସେବା କରିବ, ସେ ଲୋକ ତୁମ୍ଭମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବ। 12 ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାଯିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାଯିବ।
13 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ। 14 [b]
15 “ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।
16 “ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କେହି ଲୋକ ଉପାସନା ମନ୍ଦିର ନାମରେ ରାଣ ପକାଇ ଶପଥ କରିଥାଏ, ତେବେ ତାକୁ ସେହି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମରେ ରାଣ ପକାଇ ଶପଥ କରେ, ତେବେ ସେ ନିଶ୍ଚୟ ସେହି ଶପଥ ରକ୍ଷା କରିବ’। 17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।
18 “ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା’ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’। 19 ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। 20 “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ। 21 ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ। 22 ଏବଂ ଯେଉଁ ଲୋକ ସ୍ୱର୍ଗ ନାମରେ ଶପଥ ନେଇଥାଏ, ସେ ପରମେଶ୍ୱରଙ୍କ ସିଂହାସନ ସହିତ ସେହି ସିଂହାସନ ଉପରେ ଯିଏ ବିରାଜମାନ, ତାହାଙ୍କ ନାମରେ ମଧ୍ୟ ଶପଥ ନେଇଥାଏ।
23 “ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା’ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍। 24 ତୁମ୍ଭେମାନେ ଲୋକଙ୍କୁ ମାର୍ଗ ବତାଉଛ, କିନ୍ତୁ ତୁମ୍ଭେମାନେ ନିଜେ ଅନ୍ଧ। ତୁମ୍ଭେମାନେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।
25 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେମାନେ ଧିକ! ତୁମ୍ଭେମାନେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥରେ ପୂର୍ଣ୍ଣ କରୁଛ। 26 ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ।
27 “ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳାରଙ୍ଗ ବୋଳା ହୋଇଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦେଖାଯାଏ। କିନ୍ତୁ ସମାଧି ଭିତର ମଲା ଲୋକର କେବଳ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା’ ଭିତରେ ଥାଏ। 28 ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ।
29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। 30 ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ 31 ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କଲେ। 32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ।
33 “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। 34 ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ।
35 “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା(B)
37 “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ। 38 ବର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ଯିବ। 39 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’। [c]”
2010 by World Bible Translation Center