M’Cheyne Bible Reading Plan
ଇଫ୍ରୟିମ ଓ ମନଃଶି ପାଇଁ ଦେଶ
16 ଯୋଷେଫଙ୍କର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ଯର୍ଦ୍ଦନ ନଦୀ ନିକଟସ୍ଥ ଯିରୀହୋଠାରୁ ଆରମ୍ଭ କରି ଯିରୀହୋର ଜଳ ନିକଟବର୍ତ୍ତୀ ଯାଏ ବ୍ୟାପିଥିଲା। ଏହାର ସୀମା ଯିରୀହୋଠାରୁ ପର୍ବତମୟ ଦେଶ ବୈଥେଲ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା। 2 ଏହା ପରେ ଏହାର ସୀମା ବୈଥେଲ୍ଠାରୁ (ଲୁସ) ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା। 3 ପଶ୍ଚିମରେ ଯଫଲେଟୀୟ ସୀମା ଆଡ଼େ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗେଷର୍ ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମୁଦ୍ରରେ ଥିଲା।
4 ଏହିପରି ଯୋଷେଫଙ୍କର ସନ୍ତାନ ମନଃଶି ଏବଂ ଇଫ୍ରୟିମ ତାଙ୍କର ନିଜ ନିଜ ଅଧିକାର ପାଇଲେ। ଇଫ୍ରୟିମ ଓ ମନଃଶି ଯୋଷେଫଙ୍କର ସନ୍ତାନ ଥିଲେ।
5 ଏହି ଭୂମି ଇଫ୍ରୟିମ ଲୋକଙ୍କୁ ଅଧିକାର ପାଇଁ ଦିଆ ଯାଇଥିଲା। ଏହାର ପୂର୍ବ ସୀମା ଉଚ୍ଚ ସୀମା ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍-ଅଦ୍ଦର ସେମାନଙ୍କର ଅଧିକାର ସୀମା ହେଲା। 6 ସେ ସୀମା ପଶ୍ଚିମ ଦିଗରେ ମିକ୍ମଥତ୍ ଉତ୍ତରରେ ବାହାରି ଗଲା। ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍ ଶିଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ପୂର୍ବ ଦିଗରେ ଯାନୋହ ଯାଏ ଗଲା। 7 ଏହା ପରେ ଯାନୋହଠାରୁ ଅଟାରୋତ୍ ଓ ନାରତ୍ ଦେଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା। 8 ତହୁଁ ଏହାର ସୀମା ପଶ୍ଚିମ ତପୂହଠାରୁ କାନ୍ନା ନଦୀଦେଇ ଗଲା ଓ ଏହାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ନିଜ ନିଜ ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର। 9 ଏହା ଛଡ଼ା ମନଃଶି ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ ସନ୍ତାନଗଣର ପୃଥକୀକୃତ ଗ୍ରାମ ସମେତ ବହୁତ ନଗର ଥିଲା। 10 କିଣାନୀୟମାନଙ୍କୁ ଗେଷରକୁ ତଡ଼ିବା ପାଇଁ। କିନ୍ତୁ ଇଫ୍ରୟିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଇଫ୍ରୟିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀୟ ଲୋକମାନେ ଇଫ୍ରୟିମ ଲୋକମାନଙ୍କର ଦାସ ହୋଇ ରହିଲେ।
17 ଏହା ପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷେଫଙ୍କର ପ୍ରଥମ ପୁତ୍ର। ମନଃଶିଙ୍କର ପ୍ରଥମ ପୁତ୍ର ମାଖୀର ଗିଲିୟଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିୟଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା। 2 ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ।
3 ସଲଫାଦ ଥିଲେ ହେଫର ପୁତ୍ର, ହେଫର ଥିଲେ ଗିଲିୟଦର ପୁତ୍ର, ଗିଲିୟଦ ଥିଲେ ମାଖୀରର ପୁତ୍ର ଏବଂ ମାଖୀର ଥିଲେ ମନଃଶିର ପୁତ୍ର। ସଲଫାଦର କୌଣସି ପୁତ୍ର ନ ଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ୟା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା। 4 ଏହି ଝିଅମାନେ ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ସେନାପତିଗଣଙ୍କ ପାଖକୁ ଗଲେ। କନ୍ୟାଗଣ କହିଲେ, “ଆମ୍ଭମାନଙ୍କ ପୁରୁଷ ସମ୍ପର୍କୀୟମାନଙ୍କ ପରି ଆମ୍ଭକୁ ଭୂମି ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ।” ତେଣୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସେମାନଙ୍କର ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।
5 ତେଣୁ ମନଃଶିର ବଂଶଧର ଯର୍ଦ୍ଦନ ନଦୀର ପଶ୍ଚିମ ପଟରୁ ଦଶ ଗୋଟି ଅଞ୍ଚଳ ଏବଂ ଅଧିକ ଦୁଇଟି ଅଞ୍ଚଳ ଗିଲିୟଦ ଓ ବାଶନ ଯର୍ଦ୍ଦନ ନଦୀର ଆର ପାରିରେ ନେଲେ। 6 ତେଣୁ ଏହିପରି ଭାବରେ ସେ ସ୍ତ୍ରୀଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିୟଦର ଭୂମିକୁ ଅବଶିଷ୍ଟ ମନଃଶି ବଂଶଧରକୁ ଅଧିକାର ଦିଆଗଲା।
7 ମନଃଶିର ଅଞ୍ଚଳ ଥିଲା ଆଶେର ଓ ମିକ୍ମଥତ୍ ମଧ୍ୟବର୍ତ୍ତୀ, ଏହା ଥିଲା ଶିଖିମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରୁ ଐନ୍ନ-ତପୂହନିବାସୀମାନଙ୍କ ନିକଟବର୍ତ୍ତୀ ଥିଲା। 8 ତପୂହର ଚତୁର୍ପାର୍ଶ୍ୱସ୍ଥ ସମସ୍ତ ଭୂମି ମନଃଶିର ଅଧିକାରରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧୀନରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମାରେ ଥିଲା ଏବଂ ଏହା ଇଫ୍ରୟିମମାନଙ୍କ ଅଧିକାରରେ ରହିଲା। 9 ମନଃଶିର ସୀମା ଦକ୍ଷିଣରୁ କାନ୍ନା ନଦୀ ପର୍ଯ୍ୟନ୍ତ ଲାଗି ରହିଲା। ଏହି ଅଞ୍ଚଳ ମନଃଶିର ବଂଶଧରଙ୍କ ଅଧୀନରେ ରହିଲା। କିନ୍ତୁ ନଗରଟି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ମନଃଶିର ସୀମା ନଦୀର ଉତ୍ତର ସୀମାଠାରୁ ଆରମ୍ଭ କରି ପଶ୍ଚିମର ସମୁଦ୍ର ପର୍ଯ୍ୟନ୍ତ ଥିଲା। 10 ଦକ୍ଷିଣ ଭାଗରେ ଥିବା ଭୂମି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ଉତ୍ତରରେ ଥିବା ଭୂମି ମନଃଶିର ସନ୍ତାନମାନଙ୍କ ଅଧିକାରରେ ରହିଲା। ଏବଂ ଏହାର ସୀମା ଥିଲା ସମୁଦ୍ର। ଏହି ସୀମା ଉତ୍ତରରେ ଆଶେର ସୀମାକୁ ଛୁଇଁ ଥିଲା। ଏବଂ ଇଷାଖର ଭୂମି ପୂର୍ବରେ ଥିଲା।
11 ଇଷାଖର ଓ ଆଶେର ମଧ୍ୟରେ ବୈଥ୍ଶାନ୍ ଓ ତହିଁର ଉପନଗର ଯିବଲିୟମ ଓ ତା’ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ। 12 ତଥାପି ମନଃଶିର ସନ୍ତାନଗଣ ସେହିସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। 13 କିନ୍ତୁ ଇସ୍ରାଏଲବାସୀଗଣ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେମାନେ କିଣାନୀୟମାନଙ୍କୁ ବେଠିକାମ କରିବାକୁ ବାଧ୍ୟ କଲେ। କିନ୍ତୁ ସେମାନେ କିଣାନୀୟମାନଙ୍କୁ ସେଠାରୁ ତଡ଼ିଦେବା ପାଇଁ ବାଧ୍ୟ କଲେ ନାହିଁ।
14 ଯୋଷେଫ ବଂଶଧର ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଯାହାକୁ ସଦାପ୍ରଭୁ ଲୋକମାନଙ୍କୁ ଦେଇଥିଲେ।”
15 ଯିହୋଶୂୟ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଯଦି ତୁମ୍ଭେ ବହୁତ ଲୋକ ଅଛ, ତେବେ ତୁମ୍ଭେ ପର୍ବତମୟ ବଣ ଅଞ୍ଚଳକୁ ଯାଅ। ଏବଂ ବଣ ସଫା କରି ତାକୁ ବାସପଯୋଗୀ କର। ବର୍ତ୍ତମାନ ସେ ଭୂମି ପିରିଷୀୟ ଏବଂ ରଫାୟୀୟ ଲୋକମାନଙ୍କ ଅଧୀନରେ ଅଛି। ଯଦି ଇଫ୍ରୟିମର ପାର୍ବତ୍ୟ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତେବେ ତୁମ୍ଭେ ଯାଅ ଏବଂ ସେ ଭୂମିକୁ ନିଜ ଅଧୀନକୁ ନିଅ।”
16 ଯୋଷେଫଙ୍କର ଲୋକମାନେ କହିଲେ, “ଏହା ସତ୍ୟ ଯେ ଇଫ୍ରୟିମର ପର୍ବତମୟ ଦେଶ ଆମ୍ଭ ପାଇଁ ଯଥେଷ୍ଟ ନୁହେଁ। କିନ୍ତୁ ସେଠାରେ କିଣାନୀୟ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସେମାନଙ୍କର ଲୁହାର ରଥ ଅଛି। ଏବଂ ଯିଷ୍ରିୟେଲ ଉପତ୍ୟକା ତାଙ୍କ ଅଧୀନରେ ଅଛି। ବୈଥ୍ଶାନି ଏବଂ ତା’ର ଉପସହର ଗୁଡ଼ିକ ସେହି ଅଞ୍ଚଳର ଅଟେ।”
17 ଏହା ପରେ ଯିହୋଶୂୟ ଯୋଷେଫଙ୍କର ଲୋକମାନଙ୍କୁ, “ଇଫ୍ରୟିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, “ତୁମ୍ଭେ ବହୁପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରୁ ଅଧିକ ପାଇବା ଉଚିତ୍।” 18 ତୁମ୍ଭେମାନେ ସେହି ପର୍ବତମୟ ଦେଶକୁ ନେବ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭେମାନେ ଏଠାରେ ବୃକ୍ଷ ସଫା କରି ପାରିବ। ଏବଂ ଏହାକୁ ଏକ ସୁନ୍ଦର ବାସପୋଯୋଗୀ କରି ପାରିବ। ଏବଂ ତୁମ୍ଭେ ଏହାର ମାଲିକାନା ପାଇବ। ତୁମ୍ଭେମାନେ ବଳପୂର୍ବକ କିଣାନୀୟ ଲୋକମାନଙ୍କୁ ସେଠାରୁ ତଡ଼ି ଦିଅ। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରି ପାରିବ ଯଦିଓ ସେମାନେ ଶକ୍ତିଶାଳୀ ଓ ସେମାନଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଅଛି।”
148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
2 ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
4 ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
8 ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।
8 ସଦାପ୍ରଭୁ କହନ୍ତି, “ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା’ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ୟଦ୍ବକ୍ତାମାନଙ୍କର ଓ ଯିରୁଶାଲମ ନିବାସୀଗଣର ଅସ୍ଥିସବୁ ସେମାନଙ୍କ କବରରୁ ବାହାର କରିବେ। 2 ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସେମାନେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସେବା କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାଦ୍ଗାମୀ ହୋଇ ଅଛନ୍ତି, ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହା ସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରିତ ହୋଇ କବରରେ ପୋତା ହେବ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ୟ ହେବ।
3 ପୁଣି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।”
ପାପ ଓ ଶାସ୍ତି
4 “ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ୟ କୁହ,
“‘ମନୁଷ୍ୟ ପଡ଼ିଲେ
କ’ଣ ଆଉ ଉଠେ ନାହିଁ?
ବିପଥରେ ଗଲେ
କ’ଣ ଆଉ ଫେରେ ନାହିଁ?
5 ଯିହୁଦା ଓ ଯିରୁଶାଲମର ଲୋକମାନେ
କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି?
ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି
ଓ ସେମାନେ ଫେରିବାକୁ ଅସମ୍ମତ।
6 ଆମ୍ଭେ ସେମାନଙ୍କ କଥା ମନୋଯୋଗ ସହକାରେ ଶୁଣିଲେ ମଧ୍ୟ
ସେମାନେ ନ୍ୟାୟକଥା କହିଲେ ନାହିଁ।
ସେମାନେ ସେମାନଙ୍କର ପାପଲାଗି
ଅନୁତପ୍ତ ନୁହନ୍ତି।
ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ପୃଷ୍ଠରେ ଧାବମାନ ହୁଏ
ସେମାନେ ସେହିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।
7 ଏପରିକି ଆକାଶର ପକ୍ଷୀଗଣ
ନିଜ ନିଜ ନିରୂପିତ ସମୟ ଜାଣନ୍ତି।
ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ
ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି।
ମାତ୍ର ଆମ୍ଭର ଲୋକମାନେ
ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।
8 “‘ତୁମ୍ଭେମାନେ କହୁଛ ଯେ, “ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି।”
ମାତ୍ର ଏହା ସତ୍ୟ ନୁହେଁ।
କାରଣ ଅଧ୍ୟାପକଗଣଙ୍କ ମିଥ୍ୟା ଲେଖନୀ ମିଥ୍ୟା ଲେଖିଅଛି।
9 ସେହି “ଜ୍ଞାନୀ ଲୋକମାନେ” ଲଜ୍ଜିତ ହେବେ,
ସେମାନେ ଦ୍ୱନ୍ଦରେ ପଡ଼ିବେ ଓ ଫାନ୍ଦରେ ପଡ଼ିବା ପରି ଅନୁଭବ କରିବେ।
ଦେଖ, ସେମାନେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ୟାଖାନ କଲେ।
ସେମାନଙ୍କୁ କିପରି “ଜ୍ଞାନୀ” ବୋଲି ବିବେଚନା କରାଯିବ?
10 ତେଣୁ ଆମ୍ଭେ ସେମାନଙ୍କର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦେବା
ଓ ସେମାନଙ୍କର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦେବା।
କାରଣ ଇସ୍ରାଏଲ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତେ ଲୋଭାସକ୍ତ
ଆଉ ଭବିଷ୍ୟଦ୍ବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ଯ୍ୟନ୍ତ
ସମସ୍ତେ ମିଥ୍ୟାଚରଣ କରନ୍ତି।
11 ଯଦିଓ ମୋର ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି।
ଏଠାରେ “ଶାନ୍ତି” ଅଛି, ବୋଲି କହି ସେମାନେ ସହଜରେ
ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି।
ସେତେବେଳେ ସେଠାରେ କୌଣସି ‘ଶାନ୍ତି’ ନ ଥାଏ।
12 ସେମାନେ ଘୃଣ୍ୟକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ,
ସେମାନଙ୍କର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ।
ଏଣୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ
ପତିତ ହେବେ।
ସେମାନଙ୍କ ପ୍ରତିଫଳ ପ୍ରାପ୍ତି ସମୟରେ ସେମାନେ ନିପାତିତ ହେବେ।’”
ସଦାପ୍ରଭୁ ଏହିସବୁ କହନ୍ତି।
13 “‘ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସମସ୍ତ ଶସ୍ୟ ଓ ଫଳ ନେଇଯିବା
ଓ ସେମାନଙ୍କୁ ନିରିହ ରୂପେ ସଂହାର କରିବା।
ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ ଓ ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ।
ପତ୍ରସବୁ ମ୍ଳାନ ହୋଇଯିବେ।
ଆମ୍ଭେ ସେମାନଙ୍କୁ ଯାହାସବୁ ଦେଇଅଛୁ, ସେସବୁ ସେମାନଙ୍କଠାରୁ ନେଇଯିବୁ।’”
14 “ଆମ୍ଭେମାନେ କାହିଁକି ଶାନ୍ତଭାବେ ବସିଅଛୁ?
ଆସ, ଏକତ୍ରିତ ହୋଇ ଆମ୍ଭେମାନେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଗ୍ଭଲିଯିବା।
ଆସ ସେହି ସ୍ଥାନରେ ଆମ୍ଭେ ମୃତ୍ୟୁବରଣ କରିବା।
ଯେହେତୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଛନ୍ତି।
ଆସ ବିଷାକ୍ତ ପାଣି ପିଇବା,
ଯେହେତୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।
15 ଆମ୍ଭେମାନେ ଶାନ୍ତି ଆଶା କଲୁ,
ମାତ୍ର କିଛି ମଙ୍ଗଳ ହେଲା ନାହିଁ।
ସେ ଆମ୍ଭମାନଙ୍କୁ କ୍ଷମା ଦେବେ ବୋଲି ଇଚ୍ଛା କଲୁ,
ମାତ୍ର କେବଳ ବିପଦ ମାଡ଼ି ଆସିଲା।
16 ଦାନ୍ ନଗରଠାରୁ
ତାହାର ଅଶ୍ୱଗଣର ନାସିକା ଧ୍ୱନି ଶୁଣା ଯାଉଅଛି।
ତାହାର କନିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ
ସମୁଦାୟ ଦେଶ କମ୍ପିତ ହେଉଅଛି।
କାରଣ ସେମାନେ ଆସିଛନ୍ତି,
ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର
ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।”
17 “ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା,
ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ।
ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।”
ଏହା ସଦାପ୍ରଭୁ କହନ୍ତି।
18 ହେ ପରମେଶ୍ୱର ମୋର ହୃଦୟ ଦୁଃଖରେ ଅଭିଭୂତ, ମୁଁ ଅତ୍ୟନ୍ତ ଭୟଭୀତ ଓ ମୂର୍ଚ୍ଛିତ।
19 ମୋର ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା
ଆର୍ତ୍ତଚିତ୍କାର ଶୁଣ।
ସେମାନେ କହନ୍ତି, “ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି?
ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି?”
ମାତ୍ର ପରମେଶ୍ୱର କହନ୍ତି,
“ସେମାନେ ନିଜର ଖୋଦିତ ପ୍ରତିମା
ଓ ବିଦେଶୀୟ ଅସାର ବସ୍ତ୍ର ସମୂହଦ୍ୱାରା
ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।”
20 “ଶସ୍ୟ ସଂଗ୍ରହର ସମୟ ଶେଷ ହେଲା।
ଗ୍ରୀଷ୍ମକାଳ ଅତିବାହିତ ହେଲା।
ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।”
21 ମୋର ହୃଦୟ ଭାଙ୍ଗି ଯାଇଛି କାରଣ ମୋର ଲୋକମାନଙ୍କର ହୃଦୟ ଭାଙ୍ଗି ଯାଇଛି।
ମୁଁ ମଳିନ, ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।
22 ଗିଲିୟଦରେ ଔଷଧ ଅଛି
ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି।
ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?
ଭୋଜି ପାଇଁ ନିମନ୍ତ୍ରିତ ଲୋକଙ୍କ ଦୃଷ୍ଟାନ୍ତ(A)
22 ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରୟୋଗ କଲେ। 2 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି। 3 ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ।
4 “ତା’ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’
5 “ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। 6 ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ। 7 ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।
8 “ତା’ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ। 9 ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ 10 ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା।
11 “ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସେଠାରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ। 12 ରାଜା ତାହାଙ୍କୁ ପଗ୍ଭରିଲେ, ‘ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନ ପିନ୍ଧି ଓ ଭିତରକୁ କେମିତି ଆସିଲ?’ କିନ୍ତୁ ଲୋକଟି କିଛି କହିଲା ନାହିଁ। 13 ତେଣୁ ରାଜା କେତେକ ଗ୍ଭକରଙ୍କୁ କହିଲେ, ‘ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହାରେ ଅନ୍ଧାରରେ ଫିଙ୍ଗିଦିଅ, ଯେଉଁଠାରେ ଲୋକେ କାନ୍ଦୁଥିବେ ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରୁଥିବେ।’
14 “ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।”
କେତେକ ଯିହୂଦୀ ନେତା ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା(B)
15 ଯୀଶୁ ଯେଉଁ ସ୍ଥାନରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଯୀଶୁଙ୍କ କଥା ଦ୍ୱାରା ତାହାଙ୍କୁ କିପରି ଫାନ୍ଦରେ ପକାଇବେ, ସେ ବିଷୟରେ ଯୋଜନା କଲେ। 16 ସେମାନେ କେତେକ ହେରୋଦୀୟ [a]ମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ। 17 ଏ ବିଷୟରେ ତୁମ୍ଭ ମତାମତ କ’ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଉଚିତ୍ ହେବ, ନା ନାହିଁ?”
18 କିନ୍ତୁ ଯୀଶୁ ସେମାନଙ୍କ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, “ହେ କପଟୀଗଣ! ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? 19 କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା [b] ଦେଖାଇଲେ। 20 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖୋଦିତ ହୋଇଛି?”
21 ଲୋକମାନେ କହିଲେ, “କାଇସରଙ୍କର।”
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।”
22 ଏ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାହାଙ୍କୁ ଛାଡ଼ି ସେଠାରୁ ଗ୍ଭଲିଗଲେ।
କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା(C)
23 ସେହି ଦିନ କେତେକ ସାଦ୍ଦୂକୀ [c] ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି, ଯେ ଲୋକେ ମୃତ୍ୟୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୂକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 24 ସେମାନେ କହିଲେ, “ହେ ଗୁରୁ, ମୋଶା ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନ ଥାଇ ମରିଯାଏ, ତେବେ ତା’ର ଭାଇ ତା’ର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସେମାନେ ସନ୍ତାନ ଜନ୍ମ କରିବେ। 25 ଆମ୍ଭ ଭିତରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତା’ର କୌଣସି ସନ୍ତାନ ନ ଥିଲେ। ତେଣୁ ତା’ର ଭାଇ ସେହି ସ୍ତ୍ରୀଲୋକଟିକୁ ବିବାହ କଲା। 26 ଦ୍ୱିତୀୟ ଭାଇଟି ମଧ୍ୟ ମରିଗଲା। ଏହା ପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସେହି ଅବସ୍ଥା ହେଲା। 27 ଶେଷରେ ସେ ସ୍ତ୍ରୀଲୋକଟି ମଧ୍ୟ ମରିଗଲା। 28 କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହେବ?”
29 ଯୀଶୁ କହିଲେ, “ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କ’ଣ କୁହେ ଜାଣ ନାହିଁ। ଏବଂ ପରମେଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭେମାନେ କିଛି ଜାଣି ନାହଁ। 30 ତୁମ୍ଭର ବୁଝି ରଖିବା ଉଚିତ୍ ଯେ, ଯେତେବେଳେ ଲୋକମାନେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ କୌଣସି ବିବାହ ହେବ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କେହି କାହାକୁ ବାହା ହେବେନି। ସେମାନେ ସ୍ୱର୍ଗରେ ସମସ୍ତେ ସ୍ୱର୍ଗଦୂତମାନଙ୍କ ଭଳି ହେବେ। 31 ମୃତର ପୁନରୁତ୍ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ? 32 ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ [d] ପରମେଶ୍ୱର ଅଟେ।’ [e] ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।”
33 ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।
କେଉଁ ଆଜ୍ଞା ସବୁଠାରୁ ବଡ଼(D)
34 ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ଚୁପ୍ ହୋଇଗଲେ। ତା’ପରେ ସେମାନେ ସମସ୍ତେ ଏକାଠି ହେଲେ। 35 ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା। 36 ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”
37 ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’ [f] 38 ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ। 39 ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’ [g] 40 ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।”
ଫାରୂଶୀମାନଙ୍କୁ ଯୀଶୁଙ୍କର ଗୋଟିଏ ପ୍ରଶ୍ନ(E)
41 ଯେତେବେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 42 ଯୀଶୁ କହିଲେ, “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭେମାନେ କ’ଣ ମନେ କରୁଛ? ସେ କାହାର ପୁଅ?”
ସେମାନେ କହିଲେ, “ଦାଉଦଙ୍କ ପୁଅ।”
43 ଯୀଶୁ ଫାରୂଶୀମାନଙ୍କୁ ପଗ୍ଭରିଲେ, “ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି କାହିଁକି ସମ୍ବୋଧନ କଲେ? ଦାଉଦ ପବିତ୍ରଆତ୍ମାଙ୍କ ଶକ୍ତିରେ କହୁଥିଲେ। ଦାଉଦ କହିଲେ:
44 “ପ୍ରଭୁ ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ,
ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ନିୟନ୍ତ୍ରଣରେ ଦେବି
ଏବଂ ତୁମ୍ଭେ ମୋର ଡାହାଣ ପଟେ ବସିବ।”(F)
45 ଯଦି ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହୁଛନ୍ତି। ତେବେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହୋଇ ପାରିବେ?”
46 ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଗ୍ଭରି ଫାନ୍ଦରେ ପକାଇବାକୁ କେହିହେଲେ ଚେଷ୍ଟା କରିବାକୁ ସାହସ କଲେ ନାହିଁ।
2010 by World Bible Translation Center