Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 11

ଉତ୍ତର ଭାଗର ନଗରଗୁଡ଼ିକୁ ପରାସ୍ତ କଲେ

11 ହା‌ତ୍‌ସୋର ରାଜା ଯାବୀନ୍ ଏହିକଥା ଶୁଣିଲେ। ତେଣୁ ସେ ମନସ୍ଥ କଲେ, କେତେକ ରାଜାମାନଙ୍କର ସୈନ୍ୟବାହିନୀକୁ ଏକତ୍ର କରିବେ। ସେ ମାଦୋନର ରାଜା ଯୋବବ, ଶିମ୍ରୋଣର ରାଜା ଓ ଅ‌କ୍‌ଷଫର ରାଜାଙ୍କୁ ବାର୍ତ୍ତା ପଠାଇଲେ। ପୁଣି ଉତ୍ତର ପାର୍ବତୀୟ ଦେଶର ରାଜାଗଣଙ୍କୁ ଆରବଙ୍କୁ, ଗାଲିଲୀହ୍ରଦର ଦକ୍ଷିଣକୁ, ପଶ୍ଚିମସ୍ଥ ପାର୍ବତୀୟ ମାଳଭୂମିକୁ ଓ ପଶ୍ଚିମରେ ଦଫୋନ ଦୋରଙ୍କୁ। ଯାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ତହିଁରେ ସେମାନେ ନିଜର ସୈନ୍ୟମାନଙ୍କ ସହିତ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କ ସହିତ ଏକତ୍ରିତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ୟ ଛାଉଣି। ଏହା ଦେଖା ଯାଉଥିଲା ସତେ ଯେପରି, ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ, ଶସ୍ୟକ୍ଷେତ୍ର ପରି।

ସମସ୍ତ ରାଜାମାନେ ଏକ ଛୋଟ ନଦୀ ମେରୋମ୍ କୂଳରେ ଏକତ୍ରିତ ହେଲେ। ଏବଂ ଏହି ଛାଉଣିରେ ସମସ୍ତ ସୈନ୍ୟମାନଙ୍କ ସହିତ ଏକତ୍ରିତ ହେଲେ। ଏବଂ ଏହିଠାରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ।

ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେ ସମସ୍ତ ସୈନ୍ୟମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ସହାୟ ହେବି। ଆସନ୍ତା କାଲି ଏହି ସମୟରେ ତୁମ୍ଭେମାନେ ସେମାନଙ୍କୁ ହତ୍ୟା କରିବ। ତୁମ୍ଭେମାନେ ସେମାନଙ୍କର ଘୋଡ଼ାମାନଙ୍କୁ ଛୋଟା କରି ଦେବ ଓ ରଥଗୁଡ଼ିକୁ ପୋଡ଼ି ଦେବ।”

ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ସୈନ୍ୟବାହିନୀ ସହିତ ଆସି ହଠାତ୍ ମେରୋମ୍ ନଦୀ କୂଳରେ ସେମାନଙ୍କୁ ଆକ୍ରମଣ କଲେ। ସଦାପ୍ରଭୁ ଇସ୍ରାଏଲର ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ। ଇସ୍ରାଏଲୀୟମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋ‌‌‌ତ୍‌‌‌ମୟିମ୍ ପର୍ଯ୍ୟନ୍ତ ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ। ପୁଣି ସେମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ। ସେମାନେ ସମସ୍ତଙ୍କୁ ସଂହାର କଲେ। ଯିହୋଶୂୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡ଼ାମାନଙ୍କୁ ଛୋଟା କରି ଦେଲେ ଓ ରଥଗୁଡ଼ିକ ପୋଡ଼ି ଦେଲେ।

10 ଏହା ପରେ ଯିହୋଶୂୟ ଫେରି ଆସିଲେ ଓ ହା‌ତ୍‌ସୋର ସହରକୁ କରଗତ କଲେ ଓ ତା’ର ରାଜାକୁ ଖଣ୍ଡାରେ ଆଘାତ କଲେ। ପୂର୍ବରୁ ହା‌ତ୍‌ସୋର ସେହିସବୁ ରାଜ୍ୟର ମୂଖ୍ୟ ସହର ଥିଲା। 11 ଇସ୍ରାଏଲର ସୈନ୍ୟମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ସେମାନେ ସହରର ସମସ୍ତ ଲୋକକୁ ଧ୍ୱଂସ କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ତା’ପରେ ସେମାନେ ହା‌ତ୍‌ସୋର ସହରକୁ ଅଗ୍ନି ସଂଯୋଗ କଲେ।

12 ଯିହୋଶୂୟ ସେ ସମସ୍ତ ରାଜକୀୟ ସହରଗୁଡ଼ିକ ନିଜ ଅଧୀନକୁ ଆଣିଲେ ଓ ସେମାନଙ୍କର ରାଜାମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସମ୍ପୂର୍ଣ୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହରର ରାଜାଗଣକୁ ଧ୍ୱଂସ କଲେ। ସଦାପ୍ରଭୁଙ୍କ ସେବକ ମୋଶା ଏହିପରି ଭାବରେ ଆଜ୍ଞା କରିଥିଲେ। 13 ମାତ୍ର ନିଜ ନିଜ କୁଦ ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହା‌ତ୍‌ସୋର ବିନା ଆଉ କୌଣସି ନଗର ଇସ୍ରାଏଲ ଦ‌ଗ୍‌ଧ କଲେ ନାହିଁ। ତାହା ଯିହୋଶୂୟ ଦ‌ଗ୍‌ଧ କଲେ। 14 ଆଉ ଇସ୍ରାଏଲର ସନ୍ତାନଗଣ ସେହିସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣଙ୍କୁ ନିଜ ନିଜ ପାଇଁ ଲୁଟ୍ କରି ନେଲେ। କିନ୍ତୁ ସେମାନେ ସମସ୍ତ ଲୋକମାନଙ୍କୁ ସେମାନଙ୍କ ଖଣ୍ତା ଦ୍ୱାରା ହତ୍ୟା କଲେ। ସେମାନେ କୌଣସି ବ୍ୟକ୍ତିକୁ ଜୀବିତ ରହିବା ପାଇଁ ଦେଲେ ନାହିଁ। 15 ବହୁ ଦିନ ପୂର୍ବରୁ ସଦାପ୍ରଭୁ ନିଜର ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ। ଯିହୋଶୂୟ ମଧ୍ୟ ସେହିପରି କାର୍ଯ୍ୟ କରିଥିଲେ। ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାମାନ ଦେଇଥିଲେ, ସେ ସବୁ କଥାରୁ କୌଣସିଟିକୁ ଅନ୍ୟଥା କଲେ ନାହିଁ।

16 ଏହିପରି ଯିହୋଶୂୟ ସେହିସବୁ ପ୍ରବେଶ ଓ ସେଠାକାର ପର୍ବତମୟ ଦେଶ ଓ ସମସ୍ତ ନେଗେଭ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳ ଭୂମିକୁ ନିଜ ଅଧୀନକୁ ଆଣିଲେ। 17 ସେୟୀରଗାମୀ ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍ ସମସ୍ଥଳୀରେ ଥିବା ବା‌ଲ୍‌ଗାଦ୍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ହତ୍ୟା କଲେ। 18 ଯିହୋଶୂୟ ଏହିସବୁ ରାଜାମାନଙ୍କ ସଙ୍ଗେ ବହୁ ସମୟ ଧରି ଯୁଦ୍ଧ କଲେ। 19 କେବଳ ଗୋଟିଏ ନଗର ଇସ୍ରାଏଲ ସହିତ ଶାନ୍ତି ଚୁକ୍ତି କଲେ। ତାହା ଥିଲା ଗିବିୟୋନ ନିବାସୀ ହିବ୍ବୀୟ। ଅନ୍ୟ ସମସ୍ତ ସହର ଯୁଦ୍ଧରେ ଧ୍ୱଂସପ୍ରାପ୍ତ ହେଲା। 20 ସଦାପ୍ରଭୁ ସେମାନଙ୍କର ହୃଦୟ କଠିନ କଲେ। ଯେପରି ସେମାନେ ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବା ପାଇଁ ଆସିବେ ଓ ସମ୍ପୂର୍ଣ୍ଣ ରୂପେ ବିନା କରୁଣାରେ ଧ୍ୱଂସ ହେବେ। ଏହା ମୋଶାଙ୍କୁ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ହେଲା।

21 ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ, ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ନିବାସ କଲେ। 22 ଇସ୍ରାଏଲ ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ହେଲେ ଜୀବିତ ରହିଲେ ନାହିଁ। କେବଳ ଘସାରେ ଗାଥ୍ ଓ ଅ‌‌ସ୍‌‌ଦୋଦରେ କେହି କେହି ରହିଗଲେ। 23 ଏହିପରି ଭାବରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗନୁସାରେ ଅଧିକାର କରିବାକୁ ଇସ୍ରାଏଲକୁ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।

ଗୀତସଂହିତା 144

ଦାଉଦଙ୍କ ଗୀତ

144 ସଦାପ୍ରଭୁ ମୋର ଶୈଳ,
    ତାହଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
    ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
    ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
    ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
    ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।

ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
    ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
ମନୁଷ୍ୟ ଜୀବନ ପବନର ଫୁତ୍କାର।
    ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।

ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
    ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
    ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
    ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
    ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
ସେହି ଶତ୍ରୁଗଣ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
    ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
    ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
    ସେହି ଶତ୍ରୁମାନେ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
    ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
    ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
    ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14     ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
    ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
    ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
    ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5

ଯିହୁଦାବାସୀଙ୍କ ଦୁରାବସ୍ଥା

ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା। ସେମାନେ, ‘ଜୀବତ୍ ସଦାପ୍ରଭୁ’ କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।”

ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ
    ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ।
ସେମାନଙ୍କୁ ପ୍ରହାର କରିଅଛ।
    ମାତ୍ର ସେମାନେ ଅନୁତପ୍ତ ନୁହନ୍ତି।
ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ।
    ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି।
ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି।
    ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।

ତେଣୁ ମୁଁ ନିଜକୁ କହିଲି,
    “ନିଶ୍ଚୟ ସେମାନେ ଦରିଦ୍ର, ଏବଂ ନିର୍ବୋଧ,
କାରଣ ସେମାନେ ସଦାପ୍ରଭୁଙ୍କର ପଥ
    କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।
ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ
    ଏବଂ କଥାବାର୍ତ୍ତା ହେବାକୁ ଦିଅ।
କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ
    ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।”
କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି
    ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।
ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି।
    ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ
ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ।
    ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ।
ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ।
    କାରଣ ସେମାନେ ବହୁ ଅପରାଧ କରିଛନ୍ତି
    ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି।

ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା?
    ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି।
    ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି।
ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ
    ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ।
    ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ।
ସେମାନେ ଏକ କାମୁକି ଘୋଡୀ ପରି ବୁଲନ୍ତି,
    ପ୍ରତ୍ୟେକ ତା’ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।”
ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ?
    ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି
ପ୍ରତିଶୋଧ ନେବା ନାହିଁ?
    ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ।

10 “ତୁମ୍ଭେମାନେ ପ୍ରାଚୀର ଉପରକୁ ଯାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ।
    ମାତ୍ର ସେଗୁଡ଼ିକୁ ସମ୍ପୂର୍ଣ୍ଣ ବିନାଶ କର ନାହିଁ,
    କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।”
11 ସଦାପ୍ରଭୁ କହନ୍ତି,
    “ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର
    ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।”

12 “ମିଥ୍ୟାରେ ସେମାନେ ସଦାପ୍ରଭୁଙ୍କର ବିଷୟରେ କହିଲେ,
    ‘ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ।
ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ
    ଆଉ ଆମ୍ଭେମାନେ ‌‌ଖ‌ଡ଼୍‌ଗ
    କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।’
13 ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବାୟୁତୁଲ୍ୟ ହେବେ।
    ସେମାନଙ୍କ ଅନ୍ତରରେ ପ୍ରଭୁଙ୍କର ବାକ୍ୟ ନାହିଁ।
    ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”

14 ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଏହା କହନ୍ତି:
    “ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ,
ଆମ୍ଭେ ତୁମ୍ଭ ପାଟିରେ ଆମ୍ଭର ଶବ୍ଦସବୁ ରଖିଅଛୁ
    ଏବଂ ଏହା ଅଗ୍ନି ତୁଲ୍ୟ ହେବ।
    ଏହି ଦେଶ କାଠ ସଦୃଶ ଅଗ୍ନି ସେମାନଙ୍କୁ ପୋଡ଼ିଦେବ।”
15 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ,
    “ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା
ସେ ଏକ ବଳବାନ୍ ଗୋଷ୍ଠୀ
    ଓ ପ୍ରାଚୀନ ଗୋଷ୍ଠୀ।
ସେ ଗୋଷ୍ଠୀର ଭାଷା ତୁମ୍ଭେମାନେ ଜାଣ ନାହିଁ।
    ଆଉ ସେମାନଙ୍କର କଥା ତୁମ୍ଭେମାନେ ବୁଝିପାରିବ ନାହିଁ।
16 ସେମାନଙ୍କର ତୂଣୀର ଖୋଲା କବର ସଦୃଶ,
    ସେମାନେ ସମସ୍ତେ ବୀର ସୈନିକ।
17 ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ
    ଓ ରୋଟୀ ଭକ୍ଷ୍ୟଣ କରିବେ।
    ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ।
ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ।
    ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ।
ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ,
    ସେମାନେ ସେହିସବୁକୁ ‌‌ଖ‌ଡ଼୍‌ଗରେ ଧ୍ୱଂସ କରିବେ।”

18 ମାତ୍ର ସଦାପ୍ରଭୁ କହନ୍ତି, “ହେ ଯିହୁଦା ଏପରିକି ଯେତେବେଳେ ସେହି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ନାହିଁ। 19 ଆଉ ତୁମ୍ଭେମାନେ ଯେତେବେଳେ ଯିରିମିୟଙ୍କୁ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁପ୍ରକାରେ ତୁମ୍ଭେମାନେ ମୋତେ ପରିତ୍ୟାଗ କରିଅଛ ଏବଂ ମୂର୍ତ୍ତିଗଣର ସେବା କରିଅଛ, ସେହିପରି ଭାବରେ ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’

20 ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ
    ଓ ଯିହୁଦା ମଧ୍ୟରେ ପ୍ରଗ୍ଭର କରି କୁହ।
21 ‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ,
    ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ,
କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ।
    ଏବେ ଏହି କଥା ତୁମ୍ଭେମାନେ ଶୁଣ।
22 ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,”
ସଦାପ୍ରଭୁ କହନ୍ତି।
    “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି।
ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ,
    ଯେପରି ସମୁଦ୍ର ତା’ର ସୀମା ଲଙ୍ଘନ ନ କରିବ।
ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ।
    ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
23 ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ।
    ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି
    ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି।
24 ସେମାନେ କେବେ କହିବେ ନାହିଁ ଯେ,
    ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି
ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି,
    ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’
25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି।
    ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।
26 କାରଣ ଆମ୍ଭେ ଲୋକମାନଙ୍କ ମଧ୍ୟରେ
    କେତେକ ଦୁଷ୍ଟ ଲୋକ ଅଛନ୍ତି।
ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି
    ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି।
27 ଯେପରି ପିଞ୍ଜରା ପକ୍ଷୀରେ ପରିପୂର୍ଣ୍ଣ
    ସେହିପରି ସେମାନଙ୍କ ଗୃହ ଛଳନାରେ ପୂର୍ଣ୍ଣ।
ଏହି ମିଥ୍ୟା ଯୋଗୁଁ ସେମାନେ ଉନ୍ନତ ଓ ଧନବନ୍ତ ହୋଇଛନ୍ତି।
28     ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି
ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି।
    ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ,
    କାଳେ ଅନାଥମାନେ ଉନ୍ନତି କରି ପାରନ୍ତି।
    ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।”
29 ତେଣୁ ସଦାପ୍ରଭୁ କହନ୍ତି,
    “ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ?
ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ
    ପରିଶୋଧ ନେବ ନାହିଁ?”

30 ପୁଣି ସଦାପ୍ରଭୁ କହନ୍ତି,
    “ଏକ ଭୟଙ୍କର ଓ ମର୍ମନ୍ତୁକ ଘଟଣା ଦେଶ ମଧ୍ୟରେ ଘଟିଅଛି।
31 ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି
    ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି।
ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି।
    ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?

ମାଥିଉ ଲିଖିତ ସୁସମାଗ୍ଭର 19

ଯୀଶୁ ବିବାହ ବିଚ୍ଛେଦ ବିଷୟରେ ଶିକ୍ଷା ଦେଲେ(A)

19 ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫେରି ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ଥିବା ଯିହୂଦା ଅଞ୍ଚଳରେ ପହଞ୍ଚିଲେ। ଅନେକ ଲୋକ ତାହାଙ୍କୁ ଅନୁସରଣ କଲେ। ସେଠାରେ ଯୀଶୁ ରୋଗୀ ଲୋକମାନଙ୍କୁ ସୁସ୍ଥ କଲେ।

କେତେକ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଜଣେ ପୁରୁଷ କୌଣସି କାରଣରୁ ତା’ର ସ୍ତ୍ରୀକୁ ଛାଡ଼ି ଦେବା ନ୍ୟାୟସଙ୍ଗତ କି?”

ଯୀଶୁ କହିଲେ, “ତୁମ୍ଭେ ନିଶ୍ଚୟ ଶାସ୍ତ୍ରରେ ପଢ଼ିଛ ଯେ, ‘ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?’ [a] ପରମେଶ୍ୱର କହିଲେ, ‘ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହେବ, ଏବଂ ସେ ଦୁଇଜଣ ଏକ ହୋଇଯିବେ।’ [b] ତେଣୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ହୋଇ ରହନ୍ତି ନାହିଁ ମାତ୍ର ସେମାନେ ଏକ ହୋଇ ଯାଆନ୍ତି। ପରମେଶ୍ୱର ସେମାନଙ୍କୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସେମାନଙ୍କୁ ଅଲଗା ନ କରୁ।”

ଫାରୂଶୀମାନେ ପଗ୍ଭରିଲେ, “ତେବେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି ମୋଶା କାହିଁକି ଆଦେଶ ଦେଇଛନ୍ତି?”

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମୋଶା ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଅନୁମତି ଦେଇଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟଜଣେ ସ୍ତ୍ରୀଲୋକକୁ ବିବାହ କରେ, ତେବେ ସେ ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହୁଏ। ଯଦି ପ୍ରଥମ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ଯୌନ-ସମ୍ପର୍କ ରହିଥାଏ, ସେହି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପୁଣି ଥରେ ବିବାହ କରି ପାରିବ।”

10 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଯଦି ଜଣେ ପୁରୁଷ କେବଳ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ, ତେବେ ବିବାହ ନ କରିବା ବରଂ ଭଲ।”

11 ଯୀଶୁ ଉତ୍ତର ଦେଲେ, “ବିବାହ ସମ୍ବନ୍ଧରେ ଏହି ଉପଦେଶ ପ୍ରତ୍ୟେକ ଲୋକ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନଙ୍କୁ ପରମେଶ୍ୱର ଏହି କ୍ଷମତା ଦେଇଛନ୍ତି, କେବଳ ସେହିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ। 12 କେତେକ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତା’ର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତେକ ଲୋକ ନପୁଂସକ ହୋଇ ଜନ୍ମ ହୋଇଥା’ନ୍ତି। କେତେକ ଲୋକ ଅନ୍ୟମାନଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ନପୁଂସକ ହୋଇଯାଇଥା’ନ୍ତି। ଆଉ କେତେକ ଲୋକ ସ୍ୱର୍ଗରାଜ୍ୟ ପାଇଁ ବିବାହ କରି ନ ଥା’ନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରି ପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚିତ୍।” [c]

ଯୀଶୁ ପିଲାମାନଙ୍କୁ ସ୍ୱାଗତ କଲେ(B)

13 ତା’ପରେ ଲୋକମାନେ କେତେକ ପିଲାଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ, ଯେପରି ଯୀଶୁ ସେମାନଙ୍କ ଉପରେ ଆପଣା ହାତ ରଖି ପାରିବେ ଓ ସେମାନଙ୍କ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଇ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ। 14 ଯୀଶୁ କହିଲେ, “ପିଲାମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ୱର୍ଗରାଜ୍ୟ ସେହିମାନଙ୍କର।” 15 ତା’ପରେ ଯୀଶୁ ତାହାଙ୍କର ହାତ ସେହି ପିଲାମାନଙ୍କ ଉପରେ ରଖିଲେ ଏବଂ ସେଠାରୁ ଗ୍ଭଲିଗଲେ।

ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା(C)

16 ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?”

17 ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।”

18 ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?”

ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’ 19 ନିଜ ପିତାମାତାଙ୍କୁ ସମ୍ମାନ ଦେବ [d] ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’ [e]’’

20 ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”

21 ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା’ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା’ପରେ ଆସ ଓ ମୋର ଅନୁସରଣ କର।”

22 ଯୁବକଟି ଏ କଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖରେ ରଖିବାକୁ ଗ୍ଭହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

23 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଧନୀଲୋକ ନିମନ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ। 24 ହଁ, ମୁଁ ତୁମ୍ଭକୁ କହୁଛି ଯେ, ଜଣେ ଧନୀ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତରେ ଗଳିଯିବା ବରଂ ସହଜ।’’

25 ଶିଷ୍ୟମାନେ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ସେମାନେ ପଗ୍ଭରିଲେ, “ତେବେ କିଏ ପରିତ୍ରାଣ ପାଇ ପାରିବ?”

26 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।”

27 ତା’ପରେ ପିତର କହିଲେ, “ଆମ୍ଭର ଯାହାକିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦେଇଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା’ହେଲେ ଆମ୍ଭେ କ’ଣ ପାଇବୁ?”

28 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର [f] ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ। 29 ମୋ’ ପାଇଁ ଯେଉଁ ଲୋକ ଘରଦ୍ୱାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦେଇଛି, ସେ ଶହେ ଗୁଣ ଅଧିକା ପାଇବ ଏବଂ ଅନନ୍ତ ଜୀବନ ପାଇବ। 30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center