M’Cheyne Bible Reading Plan
The Day the Sun Stood Still
10 ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା’ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି। 2 ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ। 3 ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀଶ୍ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା। 4 “ମୋ’ ନିକଟକୁ ଆସ ଏବଂ ଗିବିୟୋନକୁ ଆକ୍ରମଣ କରିବା ପାଇଁ ସାହାଯ୍ୟ କର। ଗିବିୟୋନୀୟମାନେ ଯିହୋଶୂୟ ଓ ଇସ୍ରାଏଲୀୟ ବାସୀମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି।”
5 ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ।
6 ଗିବିୟୋନୀୟମାନେ ଗିଲ୍ଗଲ୍ ଛାଉଣିଠାରେ ଯିହୋଶୂୟଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତାବାହକ କହିଲା, “ଆମ୍ଭେ ଆପଣଙ୍କ ଦାସ, ଆମ୍ଭକୁ ଏକୁଟିଆ ଛାଡ଼ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶୀଘ୍ର ଆସି ଆମ୍ଭକୁ ସାହାଯ୍ୟ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇମୋରୀୟ ଦେଶର ପର୍ବତ ନିବାସୀ ରାଜାମାନେ ସେମାନଙ୍କର ସୈନ୍ୟବାହିନୀ ସହିତ ଏକତ୍ରିତ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।”
7 ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗିଲ୍ଗଲ୍ରୁ ଯାତ୍ରା କଲେ। 8 ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ କର ନାହିଁ, କାରଣ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ସେମାନଙ୍କ ମଧ୍ୟରୁ ଜଣେ ହେଲେ, ତୁମ୍ଭର ସମ୍ମୁଖୀନ ହୋଇ ପାରିବେ ନାହିଁ।”
9 ତେଣୁ ଯିହୋଶୂୟ ସୈନ୍ୟମାନଙ୍କ ସହିତ ଅଗ୍ରସର ହୋଇ ଅକସ୍ମାତ୍ ସେମାନଙ୍କୁ ଗିଲ୍ଗଲ୍ରୁ ରାତ୍ରିସାରା ଆକ୍ରମଣ କଲେ।
10 ସଦାପ୍ରଭୁ ସୈନ୍ୟବାହିନୀକୁ ଦ୍ୱନ୍ଦରେ ପକାଇଲେ, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ତେଣୁ ଇସ୍ରାଏଲୀୟମାନେ ସେମାନଙ୍କ ଉପରେ ବିଜୟ ଲାଭ କଲେ। ଇସ୍ରାଏଲୀୟମାନେ ଗିବିୟୋନଠାରୁ ଆକ୍ରମଣ କରି ବୈଥୋରୋଣ ପର୍ଯ୍ୟନ୍ତ ଗୋଡ଼ାଇଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କୁ ପରାସ୍ତ କଲେ। 11 ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ।
12 ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା’ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ।
“ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ।
ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।”
13 ତେଣୁ ଲୋକମାନେ ଆପଣା ଶତ୍ରୁମାନଙ୍କୁ ପରାସ୍ତ ନ କରିବା ପର୍ଯ୍ୟନ୍ତ ସୂର୍ଯ୍ୟ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ଯାଶେର୍ ପୁସ୍ତକରେ ଲେଖା ଅଛି। ଆଉ ସୂର୍ଯ୍ୟ ଆକାଶର ମଝି ସ୍ଥାନରେ ସ୍ତବ୍ଧ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। 14 ଏହା ପୂର୍ବରୁ ବା ଏହା ପରେ ଏପରି ଦିନ ଆଉ ହୋଇ ନାହିଁ। ସେହି ଦିନ ସଦାପ୍ରଭୁ ମନୁଷ୍ୟର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇସ୍ରାଏଲ ସପକ୍ଷରେ ଯୁଦ୍ଧ କଲେ।
15 ଏହା ପରେ ଯିହୋଶୂୟ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀ ସହିତ ଗିଲ୍ଗଲ୍ ଛାଉଣିକି ଲେଉଟି ଆସିଲେ। 16 ଏଥି ମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ନିଜ ନିଜକୁ ଲୁଗ୍ଭଇଲେ। 17 ତେଣୁ ସେହି ପାଞ୍ଚ ରାଜା ପାଳାଇ ମକ୍କେଦା ଗୁମ୍ଫାରେ ଲୁଚି ରହିଛନ୍ତି। ଏ କଥା ଯିହୋଶୂୟ ଯେତେବେଳେ ଜାଣିଲେ, 18 ଯିହୋଶୂୟ କହିଲେ, “ବଡ଼ ବଡ଼ ପ୍ରସ୍ତର ଫଳକ ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ଜଗିବା ପାଇଁ ଲୋକ ନିଯୁକ୍ତ କର। 19 ତୁମ୍ଭେମାନେ ବନ୍ଦ କର ନାହିଁ। ତୁମ୍ଭର ଶତ୍ରୁମାନଙ୍କ ପଛରେ ଗୋଡ଼ଅ। ସେମାନଙ୍କୁ ପଛରୁ ଆକ୍ରମଣ କର। ସେମାନଙ୍କର ଲୋକମାନଙ୍କୁ ସେମାନଙ୍କର ନଗରରେ ପହଞ୍ଚିବାକୁ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ଦେଇଛନ୍ତି।”
20 ଏହିପରି ଭାବରେ ଯିହୋଶୂୟ ଏବଂ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ହତ୍ୟାକଲେ। କିନ୍ତୁ କେତେକ ଶତ୍ରୁ ଖସିଯାଇ ସେମାନଙ୍କର ସୁଦୃଢ଼ ନଗରରେ ଲୁଚି ରହିଲେ। 21 ଯୁଦ୍ଧ ପରେ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକ ମକ୍କେଦା ଛାଉଣିକୁ ଫେରି ଆସିଲେ। କିନ୍ତୁ ସେ ଦେଶରେ କୌଣସି ଲୋକ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ କିଛି କହିବାକୁ ସାହସ କଲେ ନାହିଁ।
22 ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।” 23 ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀଶ୍ର ଏବଂ ଇଗ୍ଲୋନର ରାଜାମାନେ। 24 ସେମାନେ ସେହି ରାଜାଗଣଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲେ ଏବଂ ଯିହୋଶୂୟ ତାଙ୍କର ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସେଠାକୁ ପଠାଇଲେ। ଯିହୋଶୂୟ ତାଙ୍କର ସୈନ୍ୟବାହିନୀର ସମସ୍ତ ସେନାପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, “ପାଖକୁ ଆସ ଏବଂ ଏ ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
25 ଏହା ପରେ ଯିହୋଶୂୟ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି କହିଲେ, “ଯୋଦ୍ଧା ଏବଂ ସାହସୀ ହୁଅ! ଭୟ କର ନାହିଁ! ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଦେଖାଇବି, ସଦାପ୍ରଭୁ ଭବିଷ୍ୟତରେ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭେମାନେ ଭବିଷ୍ୟତରେ ଯୁଦ୍ଧ କରିବ।”
26 ଏହା ପରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚଟା ଗଛ ଡାଳରେ ଟଙ୍ଗାଇଲେ। ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଗଛରେ ଝୁଲି ରହିଥିଲେ। 27 ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦେଲା ପରେ ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ନିଜକୁ ଲୁଗ୍ଭଇ ଥିଲେ, ତାହା ଭିତରକୁ ଫୋପାଡ଼ି ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଦେଇ ବନ୍ଦ କଲେ ଯାହାକି ଆଜିଯାଏ ଅଛି।
28 ଏହା ପରେ ଯିହୋଶୂୟ ସେହି ଦିନ ମକ୍କେଦା ଅକ୍ତିଆର କରି ଖଡ଼୍ଗ ଧାରରେ ନଗରକୁ ଓ ତାହାର ରାଜାକୁ ହତ୍ୟା କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। କାହାକୁ ଅବଶିଷ୍ଟ ରଖିଲେ ନାହିଁ, ପୁଣି ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ସେହିପରି ମକ୍କେଦା ରାଜା ପ୍ରତି କଲେ।
ଦକ୍ଷିଣାବର୍ତ୍ତ ନଗରଗୁଡ଼ିକ କରଗତ କଲେ
29 ତା’ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟମାନେ ମକ୍କେଦାରୁ ଲିବ୍ନାକୁ ଗଲେ। ଏବଂ ସେ ସହରକୁ ଆକ୍ରମଣ କଲେ। 30 ସଦାପ୍ରଭୁ ସେହି ନଗରକୁ ତା’ର ରାଜା ସହିତ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ସହରର ସମସ୍ତ ସଜୀବ ପ୍ରାଣୀଙ୍କୁ ଖଣ୍ଡାରେ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ, ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କୁ ମଧ୍ୟ ଯିହୋଶୂୟ ସେହିପରି କଲେ।
31 ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟ ଲୋକ ଲିବ୍ନା ପରିତ୍ୟାଗ କରି ଲାଖୀଶ୍କୁ ଗଲେ। ଯିହୋଶୂୟ ଏବଂ ତାଙ୍କର ସୈନ୍ୟମାନେ ସେ ସହରକୁ ସେନା ଛାଉଣି କରି ରଖିଲେ। ଏବଂ ତାହାକୁ ଆକ୍ରମଣ କଲେ। 32 ସଦାପ୍ରଭୁ ଲାଖୀଶ୍କୁ ପରାସ୍ତ କରିବାକୁ ସହାୟ ହେଲେ। ସେମାନେ ଦ୍ୱିତୀୟ ଦିନରେ ସେ ସହରକୁ ପରାସ୍ତ କଲେ। ଇସ୍ରାଏଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ଯେପରି ଭାବରେ ଲିବ୍ନାରେ କରିଥିଲେ। 33 ଗେଷର୍ର ରାଜା ହୋରମ ଲାଖୀଶ୍ରକୁ ସାହାଯ୍ୟ କରିବାକୁ ଲାଗିଲେ। କିନ୍ତୁ ଯିହୋଶୂୟ ତାଙ୍କୁ ଓ ତାଙ୍କର ସୈନ୍ୟବାହିନୀକୁ ଓ ସମସ୍ତଙ୍କୁ ହତ୍ୟା କଲେ।
34 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଲାଖୀଶ୍ରୁ ଇଗ୍ଲୋନ୍କୁ ଗଲେ। ସେଠାରେ ସେମାନେ ସେନାଛାଉଣି କରି ସହରକୁ ଆକ୍ରମଣ କଲେ। 35 ସେହି ଦିନ ସେମାନେ ସହରକୁ ନିଜ ଅଧୀନକୁ ଆଣିଲେ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, ଯେପରି ଲାଖୀଶ୍ରେ ହତ୍ୟା କରିଥିଲେ।
36 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଇଗ୍ଲୋନ୍ରୁ ହିବ୍ରୋଣକୁ ଗଲେ। ତା’ପରେ ସେମାନେ ହିବ୍ରୋଣକୁ ଆକ୍ରମଣ କଲେ। 37 ସେମାନେ ହିବ୍ରୋଣ ଏବଂ ତା’ ପାଖରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଇଗ୍ଲୋନ୍ରେ ଠିକ୍ ଯେପରି ସେମାନେ ଇଗ୍ଲୋନ୍କୁ ଧ୍ୱଂସ କରିଥିଲେ, ସେହିପରି ସେମାନେ ହିବ୍ରୋଣକୁ ଧ୍ୱଂସ କଲେ ଏବଂ ଏହାର ରାଜାଙ୍କୁ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ହତ୍ୟା କଲେ ଓ ଧ୍ୱଂସ କଲେ।
38 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଦବୀରକୁ ଫେରିଲେ ଏବଂ ସେହି ସହରକୁ ଆକ୍ରମଣ କଲେ। 39 ସେମାନେ ଦବୀର ସହରକୁ ନିଜର କରଗତ କଲେ, ତାହାର ରାଜାଙ୍କୁ ମଧ୍ୟ କରଗତ କଲେ। ଏବଂ ତା’ର ନିକଟରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଏବଂ ସେ ସହରକୁ ଧ୍ୱଂସ କରି ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ସେମାନେ ହିବ୍ରୋଣ ସହରକୁ ଓ ଲିବ୍ନା ଓ ଏହାର ରାଜାଙ୍କୁ କଲାପରି, ଦବୀର ସହରକୁ ଧ୍ୱଂସ କଲେ।
40 ଏହିପରି ଯିହୋଶୂୟ ସମସ୍ତ ପର୍ବତମୟ ଦେଶ ନେଗେଭ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀୟ ରାଜାଙ୍କୁ ମଧ୍ୟ ହତ୍ୟା କଲେ। ସେ କାହାରିକୁ ସେଠାରେ ଜୀବିତ ଛାଡ଼ିଲେ ନାହିଁ। କାରଣ ସଦାପ୍ରଭୁ ଇସ୍ରାଏଲକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
41 ଯିହୋଶୂୟ ସେମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ଓ ଗିବିୟୋନ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ। 42 ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କୁ ଏକାବେଳକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। 43 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲବାସୀ ଗିଲ୍ଗଲ୍ଠାରେ ଥିବା ଶିବିରକୁ ଫେରିଲେ।
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
ଦାଉଦଙ୍କର ଏକ ଗୀତ।
143 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର।
ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।
2 ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ।
କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।
3 ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି।
ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି।
ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।
4 ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ।
ମୁଁ ମୋର ସାହସ ହରାଉଛି।
5 ମୁଁ ପୁରୁଣା ଦିନସବୁ ମନେ ପକାଏ।
ମୁଁ ତୁମ୍ଭର କର୍ମ ବିଷୟରେ ଭାବେ।
ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ।
6 ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି।
ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।
7 ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ।
ମୁଁ ମୋର ସାହସ ହରାଇଛି।
ମୋ’ଠାରୁ ଦୂରେଇ ଯାଅ ନାହିଁ।
ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।
8 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ।
ମୁଁ ତୁମ୍ଭ ଉପରେ ଭରସା କରେ।
ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ।
କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।
9 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି।
ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର।
10 ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ।
ତୁମ୍ଭେ ମୋର ପରମେଶ୍ୱର,
ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ।
11 ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ,
ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ।
କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ,
ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର।
12 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା
ମୋର ଶତ୍ରୁମାନଙ୍କୁ ପରାସ୍ତ କର।
ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର।
କାରଣ ମୁଁ ତୁମ୍ଭର ସେବକ ଅଟେ।
4 ସଦାପ୍ରଭୁ କହନ୍ତି,
“ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ,
ତେବେ ମୋ’ ନିକଟକୁ ଫେରି ଆସ।
ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ
ଓ ବିପଥଗାମୀ ହୁଅ ନାହିଁ।
2 ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ
‘ସଦାପ୍ରଭୁ ଜୀବିତ।’
ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ।
ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ।
ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।”
3 କାରଣ ସଦାପ୍ରଭୁ ଯିହୁଦା ଓ ଯିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,
“ତୁମ୍ଭେମାନେ ନିଜ ପାଇଁ ପଡ଼ିଆ ଭୂମି ପ୍ରସ୍ତୁତ କର
ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।
4 ହେ ଯିହୁଦା ଓ ଯିରୁଶାଲମର ନିବାସୀଗଣ,
ତୁମ୍ଭେମାନେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର।
ତୁମ୍ଭମାନଙ୍କର ହୃଦୟରୁ
ଆବିଳତାକୁ ଦୂର କର।
ତା’ ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ
ଆମ୍ଭର କ୍ରୋଧ ଅଗ୍ନିତୁଲ୍ୟ ପ୍ରଜ୍ୱଳିତ ହେବ।
ଓ ସେହି କ୍ରୋଧାଗ୍ନିରେ ତୁମ୍ଭେମାନେ ଭସ୍ମୀଭୂତ ହେବ।
କେହି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହେବ ନାହିଁ।”
ଉତ୍ତରରୁ ମହା ବିନାଶ ଆସିବ
5 “ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ
ଓ ଯିରୁଶାଲମରେ ଏହିକଥା ପ୍ରଗ୍ଭର କର।
‘ସମଗ୍ର ଦେଶରେ ତୂରୀ ବଜାଅ’
ଓ ଉଚ୍ଚସ୍ୱରରେ ଚିତ୍କାର କର,
‘ତୁମ୍ଭେମାନେ ଏକତ୍ରିତ ହୁଅ।
ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।’
6 ସିୟୋନଆଡ଼େ ଧ୍ୱଜା ଉଠାଅ।
ଜୀବନ ରକ୍ଷା ପାଇଁ ପଳାୟନ କର।
ଅପେକ୍ଷା କର ନାହିଁ,
କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।”
7 ଏକ ସିଂହ ନିଜ ଗହ୍ୱରରୁ ବାହାରିଅଛି।
ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି।
ତୁମ୍ଭର ନଗରସବୁ ଧ୍ୱଂସ ହେବ, ଆଉ ସେଗୁଡ଼ିକ ଜନଶୂନ୍ୟ ହେବ।
ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି
ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।
8 ତେଣୁ ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର।
କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କ ଉପରେ ରହିଅଛି।”
9 ସେହି ଦିନ ସଦାପ୍ରଭୁ କହିଲେ,
“ରାଜା ଓ ତାଙ୍କର ଅଧିପତିଗଣ ସାହସ ହରାଇବେ।
ଯାଜକଗଣ ଭୟଭୀତ ହେବେ
ଓ ଭବିଷ୍ୟଦ୍ବକ୍ତାମାନେ କ’ଣ କହିବାକୁ ହେବ ଜାଣି ପାରିବେ ନାହିଁ।”
10 ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ଖଡ଼୍ଗ ଅଛି।”
11 ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପାଖକୁ
ଏହି ବାର୍ତ୍ତା ଆସିବ,
“ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ
ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାୟୁ ଆସୁଅଛି।
ତାହା ଶସ୍ୟରୁ ତୁଷ ଝାଡ଼ିବା ପାଇଁ
ଧୀର ବାୟୁ ନୁହେଁ।
12 ଏହାଠାରୁ ଏକ ଶକ୍ତିଶାଳୀ ବାୟୁ
ଆମ୍ଭ ପାଖକୁ ଆସୁଛି।
ବର୍ତ୍ତମାନ ଯିହୁଦାର ଲୋକମାନଙ୍କ ବିରୁଦ୍ଧରେ
ଆମ୍ଭେ ଆପଣା ଦଣ୍ଡ ଘୋଷଣା କରୁଅଛୁ।”
13 ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି।
ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ
ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ।
ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ
ଓ ଆମ୍ଭେମାନେ ବିନଷ୍ଟ ହେବା।
14 ହେ ଯିରୁଶାଲମ ନିବାସୀଗଣ!
ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦୟରୁ ଅମଙ୍ଗଳକୁ ଧୋଇ ଦିଅ।
ହୃଦୟକୁ ନିର୍ମଳ ଓ ପବିତ୍ର କର,
ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ଦିଅ ନାହିଁ।
15 ହଁ ତୁମ୍ଭେ ଯତ୍ନ ସହକାରେ ଶୁଣିବା ଉଚିତ୍,
କାରଣ ଦାନରୁ ଏକ ସ୍ୱର ଶୁଣାଯିବ
ଏବଂ ଇଫ୍ରୟିମ ପର୍ବତରୁ
ଏକ ଦୁଃସମ୍ବାଦ ଆସୁଅଛି।
16 “ତୁମ୍ଭେମାନେ ନାନାଦେଶୀୟମାନଙ୍କୁ ଜଣାଅ,
ଯିରୁଶାଲମ ବିରୁଦ୍ଧରେ ଘୋଷଣା କର।
ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି।
ସେମାନେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧରେ ରଣହୁଙ୍କାର ଛାଡ଼ୁଛନ୍ତି।
17 ସେମାନେ ଶସ୍ୟକ୍ଷେତ୍ର ଜଗୁଆଳି ସଦୃଶ
ଯିରୁଶାଲମକୁ ଗ୍ଭରିଆଡ଼େ ଘେରି ରହିଛନ୍ତି।
କାରଣ ସଦାପ୍ରଭୁ କହନ୍ତି,
ସେମାନେ ଆମ୍ଭର ବିଦ୍ରୋହାଗ୍ଭରିଣୀ ହୋଇଅଛନ୍ତି।”
18 “ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟାସବୁ
ତୁମ୍ଭ ପ୍ରତି ଦୁଃଖ ଘଟାଇଅଛି।
ସେହି ମନ୍ଦ କ୍ରିୟା ତୁମ୍ଭର ଜୀବନକୁ ଦୁଃସହ କରିଛି।
ଏହା ଅତ୍ୟନ୍ତ ତିକ୍ତ ଓ ମର୍ମଭେଦକ।”
ଯିରିମିୟଙ୍କ ବିଳାପ
19 ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା
ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି।
ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି।
ମୁଁ ସ୍ଥିର ରହିପାରୁ ନାହିଁ,
କାରଣ ମୁଁ ସେହି ତୂରୀ ଶବ୍ଦ
ଓ ଯୁଦ୍ଧର ନାଦ ଶୁଣିପାରୁଛି।
20 ବିନାଶ ପରେ ବିନାଶର ଖବର ଆସୁଅଛି।
କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି।
ମୁହୂର୍ତ୍ତକ ମଧ୍ୟରେ ମୋର ତମ୍ବୁ
ଓ ନିମିଷକ ମଧ୍ୟରେ ମୋହର ଯବନିକା ସବୁ ଧ୍ୱଂସ ପାଇବ।
21 ହେ ପ୍ରଭୁ, ମୁଁ କେତେକାଳ ପତାକା ଦେଖିବି
ଓ ତୂରୀର ଶବ୍ଦ ଶୁଣିବି?
22 ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ
ଏବଂ ସେମାନେ ମୋତେ ଜାଣନ୍ତି ନାହିଁ।
ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ,
ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ।
ସେମାନେ କୁକର୍ମ କରିବାରେ ଧୂରନ୍ଧର।
ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।”
ବିନାଶ ଆସୁଛି
23 ମୁଁ ପୃଥିବୀ ଉପରେ ଦୃଷ୍ଟିପାତ କଲି,
ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ୟ ଥିଲା।
ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷେପ କରି ଦେଖିଲି
ସେଠାରେ ଆଲୋକ ନ ଥିଲା।
24 ମୁଁ ପର୍ବତମାଳାକୁ ଅନାଇ ଦେଖିଲି
ସେଗୁଡ଼ିକ କମ୍ପିତ ହେଉଥିଲେ
ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ।
25 ମୁଁ ଗ୍ଭହିଁ ଦେଖିଲି କୌଣସି ମନୁଷ୍ୟ ନ ଥିଲେ
ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ।
26 ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା
ଓ ସମସ୍ତ ନଗର ଧ୍ୱଂସ ପାଇଲା।
ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଏହି ସମସ୍ତ ଧ୍ୱଂସର କାରଣ ଥିଲା।
27 ସଦାପ୍ରଭୁ ଏହି କଥା କହନ୍ତି,
“ସମଗ୍ର ଦେଶ ବନ୍ଧ୍ୟା ହେବ,
ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶେଷ କରିବି ନାହିଁ।
28 ତେଣୁ ପୃଥିବୀବାସୀ ଶୋକ କରିବେ
ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହେବ।
କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନରେ ସ୍ଥିର କରିଅଛୁ।
ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହେବୁ ନାହିଁ।”
29 ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀଙ୍କ ଶବ୍ଦରେ
ସମଗ୍ର ନଗରବାସୀ ଭୟରେ ପଳାୟନ କରିବେ।
କେତେକ ଗୁମ୍ଫା ମଧ୍ୟରେ ଲୁଚିବେ,
କେତେକ ନିବିଡ଼ ଅରଣ୍ୟର
ବୁଦା ମଧ୍ୟରେ ଲୁଚିବେ
ଓ ଅନ୍ୟ କେତେକ ଶୈଳ ଉପରେ ଚଢ଼ିବେ।
ଯିହୁଦାର ସମସ୍ତ ନଗର ପରିତ୍ୟକ୍ତ ହୋଇ
ଜନଶୂନ୍ୟ ହେବ।
30 ଆଉ ତୁମ୍ଭେ ଯେତେବେଳେ ବିନଷ୍ଟ ହେବ
ସେତେବେଳେ ତୁମ୍ଭେ କ’ଣ କରିବ?
ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ
ଓ ସୁବର୍ଣ୍ଣ ଅଳଙ୍କାରରେ ନିଜକୁ ଭୂଷିତା କରୁଛ?
ତୁମ୍ଭେ ବୃଥାରେ ନିଜର ଚକ୍ଷୁରେ
ଅଞ୍ଜନ ଦେଇ ନିଜକୁ ସଜାଇଛ
ଓ ସୁନ୍ଦର କରୁଅଛ।
କାରଣ ଜାରପୁରୁଷମାନେ ମଧ୍ୟ ତୁମ୍ଭକୁ ଘୃଣା କରୁଛନ୍ତି
ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।
31 ପ୍ରସବକାରିଣୀ ସ୍ତ୍ରୀର ରବପରି
ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି
ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ।
ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି,
“ହାୟ, ହାୟ!
ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”
ସବୁଠାରୁ ଶ୍ରେଷ୍ଠ କିଏ(A)
18 ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ?”
2 ଯୀଶୁ ଗୋଟିଏ ଛୋଟ ପିଲାକୁ ପାଖକୁ ଡାକିଲେ। ସେ ପିଲାକୁ ଶିଷ୍ୟମାନଙ୍କ ଆଗରେ ଠିଆ କରାଇଲେ। 3 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ। 4 ଯେଉଁ ଲୋକ ନିଜକୁ ଗୋଟିଏ ଛୋଟ ପିଲା ଭଳି ନମ୍ର କରିଥାଏ, ସେହି ଲୋକ ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ।
5 “ଯେଉଁ ଲୋକ ମୋ’ ନାମରେ ଏହିଭଳି ଗୋଟିଏ ଛୋଟ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ।
ପାପର କାରଣ ବିଷୟରେ ସତର୍କ କଲେ(B)
6 “କିନ୍ତୁ ମୋ’ଠାରେ ବିଶ୍ୱାସ ରଖିଥିବା ଏହି ନମ୍ର ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ପାପ ପଥରେ ଯଦି କେହି ଟାଣିନିଏ, ତାହାହେଲେ ସେହି ଲୋକର ବେକରେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ତାକୁ ବୁଡ଼େଇ ଦିଆଯିବ। 7 ଏହି ପୃଥିବୀରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହେବ।
8 “ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗିଦିଅ। ଦୁଇ ହାତ ଓ ଦୁଇ ଗୋଡ଼ ଥାଇ ଚିରକାଳ ଜଳୁଥିବା ନର୍କର ନିଆଁରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନ ଥାଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ। 9 ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁରେ ଫିଙ୍ଗି ଦିଆଯିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ।
ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ(C)
10 “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। 11 ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। [a]
12 “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? 13 ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। 14 ଠିକ୍ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।
ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ(D)
15 “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା’ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର। 16 ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ। 17 ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।
18 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ। 19 ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ। 20 ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”
ପାପ କ୍ଷମାର ଦୃଷ୍ଟାନ୍ତ
21 ତା’ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”
22 ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି [b] ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ।
23 “ନିଜ ଗ୍ଭକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ୱର୍ଗରାଜ୍ୟର ତୁଳନା କରା ଯାଇପାରେ। 24 ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା। 25 ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା’ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।
26 “ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’ 27 ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ।
28 “ଗ୍ଭକର ବାହାରୁଥିବା ସମୟରେ ରାସ୍ତାରେ ସେ ତା’ର ଜଣେ ସଙ୍ଗୀ ଗ୍ଭକରକୁ ଦେଖିଲା। ସେ ଜଣକ ତା’ଠାରୁ ଶହେ ମୁଦ୍ରା ଋଣ କରିଥିଲା। ପ୍ରଥମ ଗ୍ଭକର ଦ୍ୱିତୀୟ ଗ୍ଭକରର ତଣ୍ଟି ଚିପି ଧରି କହିଲା, ‘ମୋ’ଠାରୁ ଯେଉଁ ଋଣ ନେଇଛୁ, ତାହାକୁ ଶୁଝିଦେ।’
29 “ତା’ପରେ ଦ୍ୱିତୀୟ ଗ୍ଭକର ତା’ ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, ‘ମୋ’ ପାଇଁ ଧୈର୍ଯ୍ୟ ଧର। ମୁଁ ଯାହା ନେଇଛି ସବୁତକ ଶୁଝିଦେବି।’
30 “କିନ୍ତୁ ପ୍ରଥମ ଗ୍ଭକର ଧୈର୍ଯ୍ୟ ଧରିବାକୁ ମନାକଲା। କେବଳ ଏତିକି ନୁହେଁ, ସେ ବିଗ୍ଭରପତିଙ୍କ ନିକଟକୁ ଯାଇ ଦ୍ୱିତୀୟ ଗ୍ଭକର ବିରୁଦ୍ଧରେ ଅଭିଯୋଗ ମଧ୍ୟ କଲା। ଦ୍ୱିତୀୟ ଗ୍ଭକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ କାରାଗାରରେ ରହିବାକୁ ପଡ଼ିଲା। 31 ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ।
32 “ତା’ପରେ ମାଲିକ ପ୍ରଥମ ଗ୍ଭକରକୁ ଡାକି କହିଲେ, ‘ରେ ଦୁଷ୍ଟ ଗ୍ଭକର! ତୁ ମୋ’ଠାରୁ ବହୁତ ଅଧିକ ଧନ ଋଣ କରିଥିଲୁ, କିନ୍ତୁ ତୁ ମୋତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦେଲି। 33 ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’ 34 ତା’ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।
35 “ମୋର ସ୍ୱର୍ଗୀୟ ପରମପିତା ତୁମ୍ଭକୁ ଯେଭଳି ବ୍ୟବହାର ଦେଖାଇବେ, ଏହି ରାଜା ଗ୍ଭକରକୁ ଠିକ୍ ସେହିଭଳି ବ୍ୟବହାର ଦେଖାଇଲେ। ଅତଏବ ତୁମ୍ଭେମାନେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦେବ। ନଚେତ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ।”
2010 by World Bible Translation Center