M’Cheyne Bible Reading Plan
ଲୋକମାନଙ୍କ ସ୍ମରଣ ପାଇଁ ଅଦ୍ଭୂତ ଶିଳା
4 ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 2 “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। 3 ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”
4 ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା’ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। 5 ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। 6 ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ 7 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”
8 ତେଣୁ ଇସ୍ରାଏଲ ଲୋକମାନେ ଯିହୋଶୂୟଙ୍କର ନିର୍ଦ୍ଦେଶ ମାନିଲେ। ସେମାନେ ସେହି ବାର ଖଣ୍ତ ଶିଳାଗୁଡ଼ିକୁ ନଦୀ ଶଯ୍ୟାରୁ ଆଣିଲେ। ସଦାପ୍ରଭୁ ଯିହୋଶୂୟଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସେମାନଙ୍କ ସହିତ ଶିଳାଖଣ୍ତ ବହିଲେ। ଏବଂ ସେମାନେ ଯେଉଁଠାରେ ରାତ୍ରି ଯାପନ କରନ୍ତି, ସେଠାରେ ଶିଳାଖଣ୍ଡକୁ ରଖନ୍ତି। 9 ଯିହୋଶୂୟ ଯର୍ଦ୍ଦନ ନଦୀର ମଝିରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠାରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ଧରି ଠିଆ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପଥରଖଣ୍ତଗୁଡ଼ିକ ସେହି ସ୍ଥାନରେ ଅଛି।
10 ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ । 11 ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।
12 ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ [a] । 13 ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ।
14 ସେହି ଦିନ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଆଗରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମୋଶାଙ୍କୁ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସେହିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।
15 ଯେତେବେଳେ ଯାଜକମାନେ ନିୟମ-ସିନ୍ଦୁକ ନଦୀ ମଧ୍ୟରେ ପାର କରୁଥିଲେ ସେ ସମୟରେ ସେମାନେ ନଦୀରେ ଛିଡ଼ା ହୋଇଥିଲେ, ସେ ସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 16 “ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ଯର୍ଦ୍ଦନ ନଦୀ ମଧ୍ୟରୁ ବାହାରକୁ ଆସିବା ପାଇଁ।”
17 ତେଣୁ ଯିହୋଶୂୟ ନିର୍ଦ୍ଦେଶ ଦେଇ ଯାଜକମାନଙ୍କୁ, କହିଲେ, “ଯର୍ଦ୍ଦନ ନଦୀରୁ ବାହାରକୁ ଆସ।”
18 ଯାଜକମାନେ ଯିହୋଶୂୟଙ୍କୁ ମାନିଲେ। ସେମାନେ ସେହି ପବିତ୍ର ସିନ୍ଦୁକକୁ ଧରି ନଦୀରୁ କୂଳକୁ ଆସିଲେ। ଯେତେବେଳେ ଯାଜକମାନଙ୍କର ପାଦ ନଦୀରୁ ବାହାରି ଆସିଲା, ଯର୍ଦ୍ଦନ ନଦୀ ପୂର୍ବପରି ବହିବାକୁ ଲାଗିଲା। ଏହି ନଦୀ ପୂର୍ବପରି ତା’ର କୂଳ ଲଙ୍ଘନ କଲା।
19 ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗିଲ୍ଗଲ୍ଠାରେ ଛାଉଣି ସ୍ଥାପନ କଲେ। 20 ସେମାନେ ଯର୍ଦ୍ଦନରୁ ଆଣିଥିବା ସେହି ବାରଟି ଶିଳାଖଣ୍ଡକୁ ଯିହୋଶୂୟ ଗିଲ୍ଗଲ୍ଠାରେ ସ୍ଥାପନ କଲେ। 21 ତା’ପରେ ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଭବିଷ୍ୟତରେ ତୁମ୍ଭର ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପଗ୍ଭରିବେ, ‘ଏ ପଥରଗୁଡ଼ିକ କ’ଣ?’ 22 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ। 23 ଆମ୍ଭେମାନେ ପାର ହେବାଯାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ଶକ୍ତିବଳରେ ସୂଫସାଗର ଶୁଷ୍କ କରିଥିଲେ, ସେହିପରି ତୁମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନ ନଦୀ ଶୁଷ୍କ କଲେ।’ 24 ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।”
ଏକ ଆରୋହଣ ସଙ୍ଗୀତ।
129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
ଇସ୍ରାଏଲ, ଏହାକୁ ଆଉଥରେ କୁହ।
2 ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
3 ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
4 କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
5 ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
6 ସେମାନେ ଗୃହର ଛାତ ଉପରିସ୍ଥ
ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
7 ଯେପରି କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
8 ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
“ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।
ଏକ ଆରୋହଣ ସଙ୍ଗୀତ।
131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
ଆଗ୍ରହୀ ହୋଇ ନାହିଁ।
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
ଏକ ଶିଶୁ ତା’ର ମା କୋଳରେ ଥିବାପରି
ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
64 ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ,
ତେବେ ସବୁକିଛି ପରିବର୍ତ୍ତନ ହୁଅନ୍ତା
ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ପ୍ରବାହିତ ହୁଅନ୍ତେ।
2 ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ
ଓ ଏଥି ସକାଶେ ତୁମ୍ଭ ବିପକ୍ଷଗଣଙ୍କୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ
ପର୍ବତଗୁଡ଼ିକ ଜ୍ୱଳନ୍ତ ଝାଟି ସଦୃଶ
ଓ ଉତ୍ତପ୍ତ ଜଳ ଫୁଟିଲା ସଦୃଶ ହେବେ।
3 ଯେତେବେଳେ ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲ, ଆମ୍ଭେ ଆଶାକରି ନ ଥିଲୁ।
ତା’ପରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗରେ କମ୍ପନ କରିବାକୁ ଆରମ୍ଭ କରିବ।
4 କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି,
ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା
ଅନ୍ୟ ପରମେଶ୍ୱର କଥା ଶୁଣି ନାହାନ୍ତି
କିମ୍ବା କର୍ଣ୍ଣଗୋଚର ହୋଇ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।
5 ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି,
ତୁମ୍ଭେ ସେହିମାନଙ୍କୁ ଆଘାତ କରିଛ।
ମାତ୍ର ଅତୀତ କାଳରେ ଆମ୍ଭେ ପାପ କଲୁ
ଏବଂ ତୁମ୍ଭେ ରାଗିଲ।
ଅତୀତ କାଳରେ ଆମ୍ଭେମାନେ ଦୋଷ କଲୁ।
6 ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର
ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ।
ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ
ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ
ଆମ୍ଭମାନଙ୍କୁ ଉଡ଼ାଇ ନିଏ।
7 ତୁମ୍ଭ ନାମରେ ପୂଜା କରିବାକୁ
ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ
ନିଜକୁ ଉତ୍ତେଜିତ କରିବାକୁ କେହି ନାହିଁ।
କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହୋଇଅଛି
ଓ ଆମ୍ଭମାନଙ୍କ ପାପଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।
8 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ।
ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର।
ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।
9 ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ
କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ।
ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର,
ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।
10 ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଅଛି।
ସିୟୋନ ପ୍ରାନ୍ତର ହୋଇଅଛି
ଓ ଯିରୁଶାଲମ ଧ୍ୱଂସ ହୋଇଅଛି।
11 ଆମ୍ଭମାନଙ୍କର ପିତୃପୁରୁଷଗଣ ଯେଉଁ ସ୍ଥାନରେ ତୁମ୍ଭର ପ୍ରଶଂସା କରୁଥିଲେ,
ଆମ୍ଭମାନଙ୍କର ସେହି ପବିତ୍ର ଓ ରମଣୀୟ ଗୃହ ଅଗ୍ନିରେ ଦଗ୍ଦିଭୂତ ହୋଇଅଛି,
ଆଉ ମଧ୍ୟ ଆମ୍ଭମାନଙ୍କର ମୂଲ୍ୟବାନ ପଦାର୍ଥଗୁଡ଼ିକ ବିନଷ୍ଟ ହୋଇଅଛି।
12 ହେ ସଦାପ୍ରଭୁ, ଏସବୁ ହେଲା ପରେ ମଧ୍ୟ ତୁମ୍ଭେ କ’ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ?
ତୁମ୍ଭେ କ’ଣ ନୀରବ ରହି
ଆମ୍ଭମାନଙ୍କୁ କ୍ଳେଶ ଦେଇ ଗ୍ଭଲିବ?
ଯୀଶୁ ବିଶ୍ରାମ ଦିନର ପ୍ରଭୁ(A)
12 ପ୍ରାୟ ସେହି ସମୟରେ ଯୀଶୁ ବିଶ୍ରାମ ଦିବସ [a]ରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ଭୋକ ଲାଗିଲା। ସେମାନେ କେତେକ ଗହମ କେଣ୍ଡା ଛିଣ୍ଡେଇ ଖାଇବାକୁ ଲାଗିଲେ। 2 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, “ଦେଖ, ତୁମ୍ଭର ଶିଷ୍ୟମାନେ ବିଶ୍ରାମ ଦିବସରେ ଏଭଳି ଯାହା କରୁଛନ୍ତି, ତାହା ମୋଶାଙ୍କ ବ୍ୟବସ୍ଥାର ବିରୋଧୀ।”
3 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସାଙ୍ଗରେ ଥିବା ଲୋକେ, ଭୋକ ଲାଗିବା ବେଳେ କ’ଣ କରିଥିଲେ, ସେ ବିଷୟରେ ତୁମ୍ଭେ କ’ଣ ପଢ଼ି ନାହଁ? 4 ସେ ପରମେଶ୍ୱରଙ୍କ ଘରେ ପ୍ରବେଶ କରିଥିଲେ ଓ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦେଇଥିଲେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନ ଥିଲା। କାରଣ କେବଳ ଯାଜକମାନଙ୍କୁ ତାହା ଖାଇବା ପାଇଁ ଅନୁମତି ଦିଆଯାଇଥାଏ। 5 ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାରେ କ’ଣ ପଢ଼ି ନାହଁ ଯେ ବିଶ୍ରାମ ଦିବସରେ ଯାଜକମାନେ ପ୍ରଭୁଙ୍କ ମନ୍ଦିରରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣାରେ ତାହାଙ୍କର କେହି କିଛି ଦୋଷ ଧରନ୍ତି ନାହିଁ। 6 କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। 7 ଶାସ୍ତ୍ରକହେ, ‘ମୁଁ ଲୋକମାନଙ୍କ ମଧ୍ୟରେ ଦୟା ଗ୍ଭହେଁ, କିନ୍ତୁ ପଶୁବଳି ଗ୍ଭହେଁ ନାହିଁ।’ [b] ତୁମ୍ଭେ ପ୍ରକୃତରେ ଏହାର ଅର୍ଥ ବୁଝି ନାହଁ। ଯଦି ବୁଝି ଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତ ନାହିଁ।
8 “ମନୁଷ୍ୟପୁତ୍ର [c] ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।”
ଯୀଶୁ ଗୋଟିଏ ଲୋକର ଅଚଳ ହାତଟି ସୁସ୍ଥ କଲେ(B)
9 ଯୀଶୁ ସେଠାରୁ ଯାଇ ସେମାନଙ୍କର ପ୍ରାର୍ଥନାଗୃହରେ ପ୍ରବେଶ କଲେ। 10 ସେଠାରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସେଠାରେ ଥିବା କେତେକ ଯିହୂଦୀ ଯୀଶୁଙ୍କ ଉପରେ ଦୋଷାରୋପ କରିବା ପାଇଁ ସୁଯୋଗ ଖୋଜୁଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ମୋଶାଙ୍କ ନିୟମ ଅନୁସାରେ ବିଶ୍ରାମ ଦିବସରେ କାହାରିକୁ ଭଲ କରିଦେବା କ’ଣ ବିଧିସଙ୍ଗତ?”
11 ଯୀଶୁ କହିଲେ, “ମନେକର ତୁମ୍ଭର କାହାରି ଗୋଟିଏ ମେଷ ଅଛି ଓ ସେହି ମେଷ ବିଶ୍ରାମ ଦିବସରେ ଖାଲ ଭିତରେ ଖସି ପଡ଼ିଲା। ତୁମ୍ଭେ କ’ଣ ତାକୁ ଖାଲରୁ ବାହାର କରି ଆଣିବ ନାହିଁ? 12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେଣୁ ମୋଶାଙ୍କ ବ୍ୟବସ୍ଥା ବିଶ୍ରାମ ଦିବସରେ ଭଲ କାମ କରିବାକୁ ଅନୁମତି ଦେଇଥାଏ।”
13 ତା’ପରେ ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କୁ ହାତ ଦେଖାଇବା ପାଇଁ ଆଗକୁ ବଢ଼େଇ ଦେଲା। ତା’ର ସେହି ଶୁଖି ଯାଇଥିବା ହାତଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ଏହି ହାତଟି ତା’ର ଅନ୍ୟ ହାତ ଭଳି ହୋଇଗଲା। 14 କିନ୍ତୁ ଫାରୂଶୀମାନେ ସେଠାରୁ ବାହାରି ଗଲେ। ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ସେମାନେ ଯୋଜନା କଲେ।
ପରମେଶ୍ୱରଙ୍କ ମନୋନୀତ ସେବକ: ଯୀଶୁ
15 ଯୀଶୁ ଏ କଥା ଜାଣିପାରି ସେ ଜାଗା ଛାଡ଼ି ଗ୍ଭଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରିଦେଲେ। 16 କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ, ସେଗୁଡ଼ିକ ପୂର୍ଣ୍ଣ ହେବା ପାଇଁ ଯୀଶୁ ଏହା କଲେ। ଯିଶାଇୟ କହିଥିଲେ,
18 “ଏ ମୋର ସେବକ।
ମୁଁ ତାହାଙ୍କୁ ବାଛିଛି।
ମୁଁ ତାହାଙ୍କୁ ଭଲ ପାଏ।
ମୁଁ ତାହାଙ୍କ ଉପରେ ଖୁସୀ।
ମୋର ଆତ୍ମା ମୁଁ ତାହାଙ୍କଠାରେ ରଖିବି।
ସେ ଜାତିମାନଙ୍କ ଭିତରେ ନ୍ୟାୟ ଘୋଷଣା କରିବେ।
19 ସେ ଯୁକ୍ତି କରିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ।
ଲୋକେ ଗଳିରେ ତାହାଙ୍କ କଥା ଶୁଣିବେ ନାହିଁ।
20 ନଇଁ ପଡ଼ିଥିବା ଛେଗ୍ଭନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ
କି ଲିଭି ଆସୁଥିବା ଦୀପଟିକୁ ସେ ଲିଭେଇବେ ନାହିଁ।
ନ୍ୟାୟର ବିଜୟ ନ ହେବା ପର୍ଯ୍ୟନ୍ତ ସେ ଅଟଳ ରହିବେ।
21 ସେଥିରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।”(C)
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ନିହିତ ଅଛି(D)
22 ତା’ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା, ତା ଦେହରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହୋଇଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରିଦେଲେ, ଫଳରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା। 23 ଜମା ହୋଇଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ କୁହାକୁହି ହେଲେ, “ଆମ୍ଭ ପାଖକୁ ପରମେଶ୍ୱର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସେହି ଦାଉଦଙ୍କ ପୁତ୍ର ଅଟନ୍ତି?”
24 ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, “ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ୍ [d]ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାନ୍ତି।”
25 ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣି ପାରିଲେ ଓ ସେମାନଙ୍କୁ କହିଲେ, “ନିଜ ବିରୁଦ୍ଧରେ ବିଭେଦ ସୃଷ୍ଟି କରୁଥିବା ପ୍ରତ୍ୟେକ ରାଜ୍ୟ ଧ୍ୱଂସ ପାଇଯିବ। ଯଦି କୌଣସି ନଗର ନିଜ ନିଜ ମଧ୍ୟରେ ଭାଗଭାଗ ହୋଇଯାଏ, ତେବେ ତାହା ତିଷ୍ଠିରହି ପାରିବନି। ସେହିଭଳି ନିଜ ନିଜ ଭିତରେ ଭାଗ ହୋଇଗଲେ କୌଣସି ପରିବାର ତିଷ୍ଠି ରହି ପାରିବନି। 26 ଯଦି ଶୟତାନ ତା’ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତେବେ ତା’ର ଅର୍ଥ ସେ ନିଜେ ନିଜ ଭିତରେ ଭାଗଭାଗ ହୋଇଛି। ଏ ପରିସ୍ଥିତିରେ ତା’ର ରାଜ୍ୟ ତିଷ୍ଠି ରହି ପାରିବା ସମ୍ଭବ ହେବ ନାହିଁ। 27 ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛି, ତେବେ ତୁମ୍ଭର ଶିଷ୍ୟମାନେ କାହା ସାହାଯ୍ୟରେ ତାହାଙ୍କୁ ତଡ଼ୁଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ୟମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ୍ କହୁଛ। 28 ମୁଁ କିନ୍ତୁ ଭୂତମାନଙ୍କୁ ପରମେଶ୍ୱରଙ୍କ ଆତ୍ମାର ଶକ୍ତି ସାହାଯ୍ୟରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି। 29 ଜଣେ ଲୋକ କୌଣସି ବଳବାନ ଲୋକ ଘରେ ପଶି ତା’ର ସମ୍ପତ୍ତି ଗ୍ଭେରେଇନେବାକୁ ଗ୍ଭହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା’ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନେଇ ଯାଇପାରିବ। 30 ଯଦି କେହି ମୋ’ ସହିତ କାମ କରୁ ନାହିଁ, ତେବେ ସେ ମୋ’ ବିରୁଦ୍ଧରେ କାମ କରୁଛି।
31 ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆଯିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆଯିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି। 32 ଯଦି କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କୁହେ ତେବେ ତାକୁ କ୍ଷମା କରାଯାଇପାରେ, କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କେହି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ୟତରେ କେବେ ହେଲେ କ୍ଷମା କରାଯିବ ନାହିଁ।
କର୍ମ ହିଁ ବ୍ୟକ୍ତିର ପରିଚୟ ଦିଏ(E)
33 “ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ୱାରା ଗଛଟିକୁ ଚିହ୍ନି ହୁଏ। 34 ହେ କାଳସର୍ପର ସନ୍ତାନଗଣ, ତୁମ୍ଭେମାନେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତରେ ଯାହା ଭାବୁଥାଏ, ତାକୁ କଥାରେ ପ୍ରକାଶ କରିଥାଏ। 35 ଗୋଟିଏ ଭଲ ଲୋକର ମନରେ ଭଲ କଥା ସଞ୍ଚିତ ହୋଇ ରହିଥାଏ, ସେ କହିବା ବେଳେ ତା’ର ମନରୁ ଭଲ କଥା ବାହାରି ଆସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତରେ ଖରାପ କଥା ସବୁ ସଞ୍ଚିତ ହୋଇ ରହିଥାଏ। ସେ କହିବା ବେଳେ ତା’ ମନ ଭିତରୁ ଖରାପ କଥା ବାହାରିଥାଏ। ତେଣୁ ସେ ଖରାପ କଥା କୁହେ। 36 କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରତ୍ୟେକ ଶବ୍ଦପାଇଁ ବିଗ୍ଭର ଦିନରେ ସେମାନଙ୍କୁ ଉତ୍ତର ଦେବାକୁ ହେବ। 37 ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବ, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ଦୋଷୀ ବୋଲି ବିଗ୍ଭର କରାଯିବ।”
ଯୀଶୁଙ୍କୁ ପ୍ରମାଣ ଦେବା ପାଇଁ ଯିହୂଦୀମାନଙ୍କର ଆହ୍ୱାନ(F)
38 ତା’ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତେକ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟଟିଏ ଦେଖାଅ।”
39 ଯୀଶୁ କହିଲେ, “ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦେଖାଇ ଦିଆ ଯିବ ନାହିଁ। କେବଳ ଭବିଷ୍ୟଦ୍ବକ୍ତା ଯୂନସଙ୍କ କ୍ଷେତ୍ରରେ ଘଟିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ହିଁ ସେମାନଙ୍କ ପାଇଁ ଏକମାତ୍ର ଚିହ୍ନ ହେବ। 40 ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ। 41 ଯେଉଁ ଦିନ ବିଗ୍ଭର ହେବ, ସେହି ଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହେବେ ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ଯେତେବେଳେ ଯୂନସ ସେମାନଙ୍କୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ଅଧିକ ମହାନ୍।
42 “ଯେଉଁ ଦିନ ବିଗ୍ଭର ହେବ ସେ ଦିନ ଦକ୍ଷିଣର ରାଣୀ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆହେବେ ଏବଂ ସେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲୋମନଙ୍କଠାରୁ ଅଧିକ ମହାନ୍।
ବର୍ତ୍ତମାନର ଲୋକମାନଙ୍କଠାରେ ମନ୍ଦଗୁଣ ଭରି ରହିଛି(G)
43 “ଯେତେବେଳେ ଗୋଟିଏ ଭୂତ କୌଣସି ଲୋକଦେହରୁ ବାହାରି ଗ୍ଭଲି ଆସେ, ସେତେବେଳେ ସେ ପଥଭ୍ରଷ୍ଟ ହୋଇ ବିଶ୍ରାମ ନେବା ପାଇଁ ଶୁଖିଲା ଜାଗାଟିଏ ଖୋଜି ବୁଲେ, କିନ୍ତୁ ସେଭଳି ଜାଗାଟିଏ ତାକୁ ମିଳେ ନାହିଁ। 44 ସେତେବେଳେ ସେ କୁହେ, ‘ମୁଁ ମୋର ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସେଠାକୁ ଫେରିଯିବି।’ ସେ ପୁଣି ଫେରି ଆସେ, ସେ ଦେଖେ ସେପର୍ଯ୍ୟନ୍ତ ମଧ୍ୟ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା’ପରେ ସେ ଯାଏ ଓ ତା’ଠାରୁ ଅଧିକ ଖରାପ ଆଉ ସାତୋଟା ଭୂତଙ୍କୁ ଡାକିଆଣେ। 45 ତା’ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସେଠାରେ ବସବାସ କରନ୍ତି। ସେତେବେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ହୋଇପଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସେହି ଏକାକଥା ଘଟିବ।”
ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ପରିବାର(H)
46 ଯୀଶୁ ଯେତେବେଳେ ଏହିସବୁ କଥା ସେଠାରେ ଜମା ହୋଇଥିବା ଲୋକମାନଙ୍କୁ କହୁଥିଲେ, ସେତେବେଳେ ତାହାଙ୍କ ମା ଏବଂ ଭାଇ ଆସି ବାହାରେ ଠିଆ ହେଲେ। ସେମାନେ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ। 47 ଜଣେ କେହି ଯୀଶୁଙ୍କୁ କହିଲେ, “ତୁମ୍ଭର ମା ଏବଂ ଭାଇମାନେ ବାହାରେ ଅପେକ୍ଷା କରିଛନ୍ତି। ସେମାନେ ତୁମ୍ଭ ସହିତ କଥାବାର୍ତ୍ତା ହେବାକୁ ଗ୍ଭହୁଁଛନ୍ତି।”
48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?” 49 ତା’ପରେ ସେ ତାହାଙ୍କର ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼େଇ କହିଲେ, “ଏମାନେ ମୋର ମା ଓ ଭାଇ। 50 ଯିଏ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମୋର ଭାଇ, ଭଉଣୀ ଓ ମା।”
2010 by World Bible Translation Center