Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 3

ଯର୍ଦ୍ଦନ ନଦୀରେ ଅଲୌକିକ ଘଟଣା ଘଟିଲା

ପ୍ରତ୍ୟୁଷରୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନେ ଆକାସିଆ ସହର ପରିତ୍ୟାଗ କରି ଯର୍ଦ୍ଦନ ନଦୀ କୂଳକୁ ଯାତ୍ରା କଲେ। ସେମାନେ ନଦୀ ପାର ହୋଇଯିବା ପର୍ଯ୍ୟନ୍ତ ସେହି ନଦୀ କୂଳରେ ଛାଉଣି କଲେ। ତିନି ଦିନ ପରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ। ନେତୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, “ଯେତେବେଳେ ଲେବୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ନିୟମ-ସିନ୍ଦୁକକୁ ନେଇ ଯିବେ, ତୁମ୍ଭେମାନେ ସମସ୍ତେ ସେମାନଙ୍କୁ ଅନୁସରଣ କରିବା ଉଚିତ୍। କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସେମାନଙ୍କର ଅଧିକ ନିକଟବର୍ତ୍ତୀ ହେବ ନାହିଁ। ତାଙ୍କ ପଛରେ 2000 ହାତ ପର୍ଯ୍ୟନ୍ତ ତୁମ୍ଭ ଓ ନିୟମ-ସିନ୍ଦୁକ ମଧ୍ୟରେ ବ୍ୟବଧାନରେ ରହିବ। ତୁମ୍ଭେ ଏ ବାଟ ଦେଇ ଆଗରୁ ଯାଇ ନାହଁ। କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଅନୁସରଣ କର, ତେବେ ତୁମ୍ଭେମାନେ ଜାଣି ପାରିବ ଯେ, ତୁମ୍ଭେମାନେ କେଉଁ ରାସ୍ତାରେ ଯିବା ଉଚିତ୍।”

ତା’ପରେ ଯିହୋଶୂୟ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜକୁ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ।”

ତା’ପରେ ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଉଠାଅ ଏବଂ ଲୋକମାନଙ୍କର ସମ୍ମୁଖରେ ନଦୀ ମଧ୍ୟରେ ଏହା ବହି ନିଅ।” ତେଣୁ ଯାଜକମାନେ ନିୟମ-ସିନ୍ଦୁକ ବହନ କରି ଲୋକମାନଙ୍କର ଆଗେ ଆଗେ ଗ୍ଭଲିଲେ।

ତା’ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ମୁଁ ତୁମ୍ଭକୁ ସମୁଦାୟ ଇସ୍ରାଏଲ ସମ୍ମୁଖରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥିରେ ଲୋକମାନେ ଜାଣିବେ ଯେ ମୁଁ ଯେପରି ମୋଶାଙ୍କ ସହିତ ଥିଲି, ତୁମ୍ଭ ସହିତ ସେହିପରି ଅଛି। ନିୟମ-ସିନ୍ଦୁକ ବାହକ ଯାଜକମାନଙ୍କୁ କୁହ, ‘ପାଣିରେ ପଶିବା ପୂର୍ବରୁ ଯର୍ଦ୍ଦନ ନଦୀ କୂଳରେ ଠିଆ ହୋଇ ରୁହ।’”

ତା’ପରେ ଯିହୋଶୂୟ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଏହିଠାକୁ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର କଥାମାନ ଶୁଣ। 10 ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ୱାରା ତୁମ୍ଭେମାନେ ଜାଣି ପାରିବ। ସେ କିଣାନୀୟ, ହିତ୍ତୀୟ, ହିବ୍ବୀୟ, ପିରିଷୀୟ, ଗିର୍ଗାଶୀୟ, ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ, ସେହି ଭୂମିରୁ ନିଶ୍ଚିତ ତଡ଼ି ଦେବେ। 11 ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ପାର ହୋଇ ତୁମ୍ଭମାନଙ୍କ ଆଗରେ ଯାଉଅଛି, ଯେହେତୁ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହେଉଅଛ। 12 ବର୍ତ୍ତମାନ ତୁମ୍ଭେ ବାର ଜଣ ଲୋକଙ୍କୁ ବାଛ। ତୁମ୍ଭେମାନେ ଇସ୍ରାଏଲର ବାର ପରିବାରରୁ ଜଣ ଜଣ କରି ବାର ଜଣଙ୍କୁ ବାଛ। 13 ଯେତେବେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବହନ କରି ଯର୍ଦ୍ଦନ ନଦୀରେ ପ୍ରବେଶ କରିବେ, ଯର୍ଦ୍ଦନର ପ୍ରବାହ ବନ୍ଦ ହୋଇଯିବ। ଯର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହୋଇ ସ୍ଥଗିତ ରହିବ।”

14 ଯେତେବେଳେ ଲୋକମାନେ ଛାଉଣି ପକାଇଥିବା ସ୍ଥାନରୁ ଯର୍ଦ୍ଦନ ନଦୀ ପାର ହେବା ପାଇଁ ଯାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିୟମ-ସିନ୍ଦୁକ ବହି ନେଉଥିଲେ। 15 ଯଦିଓ ଶସ୍ୟଅମଳ ସମୟରେ ଯର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶଯ୍ୟାରେ ପ୍ରବେଶ କଲା ମାତ୍ରେ ହଠାତ୍ ତା’ର ପ୍ରବାହ ବନ୍ଦ ହୋଇଗଲା। 16 ତା’ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ। 17 ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।

ଗୀତସଂହିତା 126-128

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 63

ସଦାପ୍ରଭୁ ତାଙ୍କର ସନ୍ତାନଙ୍କୁ ବିବେଚନା କରନ୍ତି

63 ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ
    ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ?
ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ
    ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ?
ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ
    ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”

“ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ
    ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି?”

ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ
    ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ।
ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ।
    ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।
କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା
    ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।
ଆମ୍ଭେ ଅନାଇଲୁ, ମାତ୍ର ସାହାଯ୍ୟକାରୀ କେହି ନ ଥିଲେ।
    ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ଯ୍ୟ ହେଲୁ।
ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା
    ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
ପୁଣି ଆମ୍ଭେ ନିଜର କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ
    ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ; ପୁଣି ଭୂମିରେ ସେମାନଙ୍କର ପ୍ରାଣର ରକ୍ତ ଢାଳି ଦେଲୁ।”

ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କ ପ୍ରତି ସଦୟ ହୋଇଛନ୍ତି

ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା
    ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି,
ପୁଣି ନିଜର ନାନାବିଧ ଦୟା
    ଓ ଅପାର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି,
    ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା।
ସଦାପ୍ରଭୁ କହିଲେ, “ନିଶ୍ଚୟ ସେମାନେ ଆମ୍ଭର ଲୋକ,
    ଯେଉଁମାନେ ଅସତ୍ୟ ବ୍ୟବହାର କରିବେ ନାହିଁ, ସେମାନେ ଆମ୍ଭର ସନ୍ତାନ।”
    ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।
ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ।
    ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ।
ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ
    ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ।
10 ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ
    ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ।
ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ
    ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।

11 ସେତେବେଳେ ସେ ପ୍ରାଚୀନ କାଳ ଓ ମୋଶା
    ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ,
ସେ ନିଜର ମେଷପାଳକମାନଙ୍କୁ
    ସମୁଦ୍ର ପାର କରାଇ ଆଣିଲେ
ଓ ସେ ଯିଏ କି ସେମାନଙ୍କ ମଧ୍ୟରେ
    ନିଜର ପବିତ୍ରଆତ୍ମାକୁ ସ୍ଥାପନ କଲେ, ସେ କାହାନ୍ତି?
12 ଯେ ନିଜର ଅ‌‌ଦ୍‌‌ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ
    ମୋଶାଙ୍କୁ ପରିଗ୍ଭଳିତ କଲେ
ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ
    ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି?
13 ଯେ ସମୁଦ୍ର ମଧ୍ୟରେ ବାଟ କଢ଼ାଇ ନେଲେ
    ଓ ଅଶ୍ୱତୁଲ୍ୟ ଗମନ କରାଇଲେ
    ମରୁଭୂମିରେ ଯିଏ କି ଝୁଣ୍ଟିଲେ ନାହିଁ, ସେ କାହାନ୍ତି?
14 ଯେପରି ପଶୁପଲ ଉପତ୍ୟକାକୁ ଓହ୍ଲାଇ ଯାଆନ୍ତି
    ସେହିପରି ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ।
ଏହିପରି ତୁମ୍ଭେ ନିଜ ନାମକୁ ଗୌରବାନ୍ୱିତ କରିବାକୁ
    ନିଜ ଲୋକମାନଙ୍କୁ ଗ୍ଭଳିତ କର।

ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା

15 ବର୍ତ୍ତମାନ ସ୍ୱର୍ଗ ଉପରୁ ଦେଖ,
    ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ,
ତୁମ୍ଭର ଶାଶ୍ୱତ ପ୍ରେମ କାହିଁ?
    ତୁମ୍ଭର କୋହ ଓ ଦୟା କାହିଁ?
16 ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ,
    ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ,
    ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା
ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ,
    ଆମ୍ଭକୁ ରକ୍ଷା କରିଛ।
17 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ କାହିଁକି ତୁମ୍ଭ ପଥରୁ ବିଭ୍ରାନ୍ତ କରୁଅଛି
    ଓ ତୁମ୍ଭକୁ ଭୟ କରିବାକୁ ଆମ୍ଭର ଅନ୍ତଃକରଣକୁ କଠିନ କରୁଅଛ?
ନିଜର ଦାସମାନଙ୍କ ପାଇଁ ଓ ନିଜର ଅଧିକାର ସ୍ୱରୂପ
    ଗୋଷ୍ଠୀଗଣଙ୍କ ପାଇଁ ଫେରି ଆସ।
18 ତୁମ୍ଭର ପବିତ୍ର ଲୋକମାନେ ଅଳ୍ପକାଳ ପାଇଁ ତୁମ୍ଭର ମନ୍ଦିରକୁ ଅଧିକାର କଲେ;
    ମାତ୍ର ଆମ୍ଭମାନଙ୍କର ବିପକ୍ଷଦଳ ତୁମ୍ଭର ସେହି ପବିତ୍ର ମନ୍ଦିରକୁ ପଦଦଳିତ କଲେ।
19 ଯେଉଁମାନଙ୍କୁ ତୁମ୍ଭେ କେବେ ଶାସନ କରି ନାହଁ
    ଓ ଯେଉଁମାନେ ତୁମ୍ଭ ନାମରେ
କେବେ ଖ୍ୟାତ ହୋଇ ନ ଥିଲେ,
    ଦୀର୍ଘକାଳ ସେହି ଲୋକମାନଙ୍କ ପରି ଆମ୍ଭେ ହୋଇଅଛୁ।

ମାଥିଉ ଲିଖିତ ସୁସମାଗ୍ଭର 11

ଯୀଶୁ ଓ ବାପ୍ତିଜକ ଯୋହନ(A)

11 ଯୀଶୁ ତାହାଙ୍କର ବାରଜଣ ଯାକ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ସାରିବା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଗ୍ଭର କରିବା ନିମନ୍ତେ ଗଲେ।

ବାପ୍ତିଜକ ଯୋହନ କାରାଗାରରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ। ସେ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”

ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ। ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଆନ୍ତି । ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଧନ୍ୟ।”

ଏ କଥା ଶୁଣି ଯୋହନଙ୍କ ଶିଷ୍ୟମାନେ ଫେରି ଯାଉଥିବା ସମୟରେ ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ଏ ମରୁଭୂମିକୁ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ପବନରେ ଦୋହଲୁ ଥିବା କୌଣସି ନଳଗଛକୁ? [a] ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ। ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ କୌଣସି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ମଧ୍ୟ ଆହୁରି ବଡ଼। 10 ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି:

‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି।
    ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’ (B)

11 “ମୁଁ ତୁମ୍ଭକୁ ସତ୍ୟ କହୁଛି, ବାପ୍ତିସ୍ମ ଦେଉଥିବା ଯୋହନଙ୍କଠାରୁ ମହାନ୍ ବ୍ୟକ୍ତି ଆଉ କେହିହେଲେ ଜନ୍ମ ହୋଇ ନାହାନ୍ତି। କିନ୍ତୁ ସ୍ୱର୍ଗରାଜ୍ୟରେ ଯେ ସବୁଠାରୁ ଛୋଟ, ସେ ଯୋହନଙ୍କଠାରୁ ମଧ୍ୟ ଶ୍ରେଷ୍ଠ। 12 ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟର ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରୟୋଗ କରି ଅଧିକାର କରି ନେବା ପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି। 13 ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଓ ମୋଶାଙ୍କ ନିୟମ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କହିଥିଲେ। 14 ଯଦି ତୁମ୍ଭେ ସେମାନଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ ବିଶ୍ୱାସ କରିବାକୁ ଇଚ୍ଛା କରୁଛ ତେବେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସେମାନେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ। 15 ଯେଉଁମାନେ ମୋ’ କଥା ଶୁଣୁଛ, ଶୁଣ।

16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:

17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
    କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
    କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’

18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା’ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”

ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ(C)

20 ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ, 21 ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେ‌‌‌‌‌‌ଥ୍‌‌‌‌‌‌ସାଇଦା! [b] ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନ [c]ରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ। 22 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ବିଗ୍ଭର ଦିନରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହେବ।

23 “ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମ [d]ରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା। 24 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ୟାୟ ହେବା ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହେବ।”

ଯୀଶୁ ତାହାଙ୍କର ଲୋକମାନଙ୍କୁ ଶାନ୍ତି ପ୍ରଦାନ କରନ୍ତି(D)

25 ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି। 26 ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା।

27 “ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ।

28 “ହେ କ୍ଳାନ୍ତ-ଶ୍ରାନ୍ତ ଓ ଚିନ୍ତାରେ ଭାରଗ୍ରସ୍ତ ଥିବା ଲୋକମାନେ! ମୋ’ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦେବି। 29 ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ’ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ। 30 ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center