M’Cheyne Bible Reading Plan
32 “ହେ ଆକାଶମଣ୍ତଳ ଶୁଣ, ମୁଁ କହିବି,
ପୃଥିବୀ ମୋର ବାକ୍ୟ ଶୁଣ।
2 ମୋର ଉପଦେଶ ବର୍ଷା ପରି ବର୍ଷିବ।
ମୋର ବାଣୀ ଶିଶିର ପରି କ୍ଷରିବ।
ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ
ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
3 ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି,
ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।
4 “ସେତ ଶୈଳ, ତାଙ୍କର କର୍ମ ସିଦ୍ଧ।
କାରଣ ତାଙ୍କର ସକଳ ପଥ ଯଥାର୍ଥ।
ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର।
ସେ ଉତ୍ତମ ଓ ସତ୍ୟ।
5 ସେମାନେ ତାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି।
ସେମାନେ ତାଙ୍କର ସନ୍ତାନ ନୁହନ୍ତି।
ମାତ୍ର ସନ୍ତାନମାନଙ୍କର କଳଙ୍କ, ସେମାନେ ବିପଥଗାମୀ ଓ କୁଟିଳ ବଂଶ।
6 ହେ ମୂର୍ଖ ଓ ଅଜ୍ଞାନ ଲୋକେ,
ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ?
ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି,
ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।
7 “ପୂର୍ବକାଳର ଦିନସବୁ ସ୍ମରଣ କର,
ଗତ ବହୁ ପୁରୁଷର ବର୍ଷ ବିବେଚନା କର।
ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ।
ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ।
8 ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ
ସେମାନଙ୍କ ଅଧିକାର ଦେଲେ,
ଯେତେବେଳେ ସେ ମନୁଷ୍ୟ [a] ସନ୍ତାନମାନଙ୍କୁ ପୃଥକ କଲେ।
ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ।
9 ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ,
ଯାକୁବ ତାଙ୍କର ଅଧିକାରର ବାଣ୍ଟ।
10 “ସଦାପ୍ରଭୁ ଯାକୁବଙ୍କୁ ପ୍ରାନ୍ତର ଦେଶରେ
ଓ ପଶୁ ବୋବାଳି ପୂର୍ଣ୍ଣ ଘୋର ମରୁଭୂମିରୁ ପାଇଲେ,
ସେ ତାହାଙ୍କୁ ଗ୍ଭରିଆଡ଼କୁ ଘେରି ରଖିଲେ।
ସେ ତାହାଙ୍କୁ ସୁରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ୟବାନ୍ ସମ୍ପତ୍ତି ପରି।
11 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ଉତ୍କ୍ରୋଶପକ୍ଷୀ ପରି।
ଉତ୍କ୍ରୋଶପକ୍ଷୀ ତା’ର ଛୁଆମାନଙ୍କୁ ବସାରୁ ପେଲି ଦିଏ ସେମାନଙ୍କୁ ଉଡ଼ି ଶିଖିବା ପାଇଁ,
ସେମାନେ ଯେତେବେଳେ ପଡ଼ିଯା’ନ୍ତି
ସେ ତା’ର ଡେଣା ମେଲାକରି ଉଡ଼ିଯାଏ ତାକୁ ଧରିବା ପାଇଁ।
ଏବଂ ତା’ର ନିରାପତ୍ତା ପାଇଁ ସେ ତା’ର ଡେଣା ମଧ୍ୟକୁ ଟାଣିନିଏ।
ସଦାପ୍ରଭୁ ହେଉଛନ୍ତି ସେହିପରି।
12 ସଦାପ୍ରଭୁ ଏକାକୀ ଯାକୁବକୁ ଗମନ କରାଇଲେ।
ତାଙ୍କ ସହିତ କୌଣସି ବିଦେଶୀ ଦେବଗଣ ନ ଥିଲେ।
13 ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ଯାକୁବଙ୍କୁ ବାହନ ଆହୋରଣ କରାଇଲେ।
ଯାକୁବ କ୍ଷେତ୍ରରୁ ଫସଲ ଖାଇଗଲେ।
ସଦାପ୍ରଭୁ ପାଷାଣରୁ ମଧୁ ଝରାଇ ଦେଲେ
ଏବଂ କଠିନ ଶୀଳାରୁ ଯାକୁବଙ୍କୁ ତୈଳ ଦେଲେ।
14 ସଦାପ୍ରଭୁ ଇସ୍ରାଏଲ ଗୋଦଧି ଓ ଛାଗଦୁଗ୍ଧ ଦେବା ସହିତ
ମେଷ ମେଦ, ବାଶନଦେଶୀୟ
ମେଷ ଓ ଛାଗର ମାଂସ ସହିତ
ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ଦେଲେ।
15 “କିନ୍ତୁ ଯିଶୁରୁଣ ହୃଷ୍ଟପୁଷ୍ଟ ହେଲା ଓ ପଦାଘାତ କଲା।
ତୁମ୍ଭକୁ ଭଲ ଭାବରେ ଖୁଆଇଲେ ଏବଂ ତୁମ୍ଭେ ମୋଟା ହୋଇଅଛ।
ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ୟାଗ କଲା।
ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ଯିଏ କି ତାଙ୍କୁ ରକ୍ଷା କଲେ।
16 ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଈର୍ଷା କଲେ।
ସେମାନେ ଅନ୍ୟ ଦେବଗଣଙ୍କର ପୂଜା କଲେ।
ସେମାନେ ପ୍ରତିମା ପୂଜା କଲେ।
ଏବଂ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ କଲେ।
17 ସେମାନେ ବଳିଦାନ କଲେ ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ବାସ୍ତବରେ ଦେବତା ନୁହନ୍ତି।
ଯେଉଁମାନେ ନୂତନ ଦେବଗଣ ଥିଲେ, ସେମାନେ ତାଙ୍କୁ ଜାଣି ନ ଥିଲେ।
ସେହି ନୂତନ ଦେବଗଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ୟ ଜାଣି ନ ଥିଲେ।
18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ।
ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।
19 “ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସେମାନଙ୍କୁ ପ୍ରତ୍ୟାଖାନ କଲେ,
କାରଣ ତା’ର ପୁତ୍ରକନ୍ୟାଗଣ ତାଙ୍କୁ ବିରକ୍ତି କଲେ।
20 ତେଣୁ ସଦାପ୍ରଭୁ କହିଲେ, ‘ଆମ୍ଭେ ତାଙ୍କଠାରୁ ଦୂର ହେବା,
ତା’ପରେ ଦେଖିବା ତାଙ୍କର କ’ଣ ହେଉଛି।
ସେମାନେ ବିଦ୍ରୋହୀ ଲୋକ
ସେମାନେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ୱସ୍ତତା ନାହିଁ
21 ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ।
ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ।
ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି।
ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି।
22 ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ,
ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି।
ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ।
ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ।
23 “‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅମଙ୍ଗଳ ଦେବା।
ଆମ୍ଭେ ଆପଣା ବାଣସବୁ ସେମାନଙ୍କ ଉପରେ ବ୍ୟୟ କରିବା।
24 ସେମାନେ ଭୋକ ଯୋଗୁଁ କ୍ଷୀଣ ହେବେ।
ସେମାନେ ବ୍ୟାଧିର ଜ୍ୱଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ।
ମୁଁ ସେମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଦଂଶନ କରିବା ପାଇଁ ବନ୍ୟଜନ୍ତୁମାନଙ୍କୁ,
ଏବଂ ଧୂଳିରେ ଗୁରୁଣ୍ଡୁଥିବା ବିଷାକ୍ତ ପୋକଜୋକ ପଠାଇବି।
25 ରାସ୍ତାରେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ।
ସେମାନଙ୍କ ଗୃହରେ ଭୟଙ୍କର କାର୍ଯ୍ୟମାନ ହେବ।
ସୈନ୍ୟମାନେ ଯୁବକ ଓ ଯୁବତୀମାନଙ୍କୁ ହତ୍ୟା କରିବେ।
ସେମାନେ ବୁଢ଼ା ଓ ପିଲାମାନଙ୍କୁ ହତ୍ୟା କରିବେ।
26 “‘ଆମ୍ଭେ ଚିନ୍ତା କଲୁ ଇସ୍ରାଏଲୀୟମାନଙ୍କୁ ଧ୍ୱଂସ କରିବା ପାଇଁ।
ତେଣୁ ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ।
27 କିନ୍ତୁ ଆମ୍ଭେ ଜାଣୁ ତାଙ୍କର ଶତ୍ରୁମାନେ କ’ଣ କହିବେ।
ଶତ୍ରୁମାନେ ବୁଝି ପାରୁ ନ ଥିବେ।
ସେମାନେ ଏପରି କହି ପାରନ୍ତି,
“ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରି ନାହାନ୍ତି। ଆମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ଜିତିଛୁ।’”
28 “ଇସ୍ରାଏଲର ଲୋକମାନେ ଯୁକ୍ତିହୀନ।
ସେମାନେ ବୁଝିପାରନ୍ତି ନାହିଁ।
29 ଯଦି ସେମାନେ ବୁଦ୍ଧିଆ ହୁଅନ୍ତେ,
ସେମାନେ ବୁଝିପାରନ୍ତେ, ସେମାନେ ଜାଣିପାରନ୍ତେ କ’ଣ ଘଟିବାକୁ ଯାଉଛି ସେମାନଙ୍କ ପାଇଁ।
30 ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ?
ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ?
ତାହା ଘଟିବ କେବଳ
ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି।
31 ସେମାନଙ୍କର ‘ଶୈଳ’ ଆମ୍ଭମାନଙ୍କର ଦେବତାମାନଙ୍କ ତୁଲ୍ୟ ନୁହଁ।
ଏବଂ ଆମ୍ଭର ଶତ୍ରୁମାନେ ଆମ୍ଭର ବିଗ୍ଭରକ।
32 ଏପରିକି ଆମ୍ଭର ଶତ୍ରୁଗଣ ତାହା ଜାଣନ୍ତି।
ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗମୋରର ଦ୍ରାକ୍ଷା ତୁଲ୍ୟ।
ସେମାନଙ୍କର ଦ୍ରାକ୍ଷାଫଳ ବିଷାକ୍ତ।
ସେମାନଙ୍କର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ।
33 ସେମାନଙ୍କର ଦ୍ରାକ୍ଷାରସ ସର୍ପ ବିଷ ତୁଲ୍ୟ ବିଷମୟ ଅଟେ।
34 “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ଏହାକୁ ସଞ୍ଚିତ ରଖିଛୁ।
ଆମ୍ଭେ ଏହାକୁ କ’ଣ ଭଣ୍ତାରରେ ସାଇତି ରଖି ନାହୁଁ।
35 ମୁଁ ପ୍ରତିଶୋଧ ନେବି।
ମୁଁ ସେମାନଙ୍କର ପ୍ରାପ୍ୟ ଦେବି।
ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି।
ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’
36 “ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ।
କାରଣ ସେମାନେ ତାଙ୍କର ଦାସ।
ସଦାପ୍ରଭୁ ସେମାନଙ୍କୁ ବିନାଶ କରିବା ବିଷୟରେ ନିଜ ମନ ପରିବର୍ତ୍ତନ କରିବେ।
କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିଯାଇଛି
ଏବଂ ସେମାନେ କିଛି ନୁହଁ, କେବଳ ଆତ୍ମରକ୍ଷାହୀନ ଓ ଭୀତସ୍ରତ।
37 ଏହା ପରେ ସଦାପ୍ରଭୁ ପୁଣି କହିବେ, ‘ସେମାନଙ୍କର ଦେବତାମାନେ କାହାନ୍ତି?
ଯେଉଁ “ଶୈଳ”ରେ ସେମାନେ ଆଶ୍ରୟ ନେଲେ ସେ କାହିଁ।
38 ସେମାନଙ୍କର ଭଣ୍ତ ଦେବତା, ଯେଉଁମାନେ ବଳି ମେଦ ଭୋଜନ କଲେ
ଏବଂ ଯେଉଁମାନେ ପେୟନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି?
ସେମାନେ ଆସି ସେମାନଙ୍କ ସାହାଯ୍ୟ କରନ୍ତୁ।
ସେମାନେ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ।
39 “‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ।
ଆଉ କୌଣସି ଅନ୍ୟ ଦେବତା ନାହିଁ।
ଆମ୍ଭେ ମରଣ ଦେଉ,
ଆମ୍ଭେ ଜୀବନ ଦାନ କରୁ।
ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ।
କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ
40 ଆମ୍ଭେ ଆକାଶ ଆଡ଼େ ହାତ ଉଠାଇ କହୁ, ଏହି ପ୍ରତିଜ୍ଞା କରୁ।
ଆମ୍ଭେ ଯେ ଅନନ୍ତ ଜୀବି ଅଟୁ।
41 ଆମ୍ଭେ ଆପଣା
ବଜ୍ରତୁଲ୍ୟ ଖଡ଼୍ଗରେ ଶାଣ ଦେଲେ,
ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରୁଦ୍ଧରେ ପରିଶୋଧ ନେବା।
ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି ସେମାନଙ୍କର ଦୋଷ ଅନୁଯାୟୀ ଦଣ୍ତ ଦେବା।
42 ମୋର ବାଣମାନ ତାଙ୍କ ରକ୍ତରେ ମାତାଲ ହେବ
ଏବଂ ମୋ’ ଖଡ଼୍ଗ ମୋର ଶତ୍ରୁମାନଙ୍କର ମାଂସକୁ ଗ୍ରାସ କରିବ, ସେମାନଙ୍କର ରକ୍ତ ରଂଜିତ ଶରୀରରୁ କେଶପୂର୍ଣ୍ଣ ମୁଣ୍ଡ ପର୍ଯ୍ୟନ୍ତ।’
43 “ହେ ଜାତିଗଣ, ତାଙ୍କର ଲୋକମାନଙ୍କ ପାଇଁ ଗାନ କର।
କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନେବେ।
ସେ ଆପଣା ବିପକ୍ଷଗଣଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ।
ପୁଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନେବେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାୟଶ୍ଚିତ କରିବେ।”
ମୋଶା ତାଙ୍କର ସଂଗୀତଗୁଡ଼ିକ ଲୋକମାନଙ୍କୁ ଶିକ୍ଷା ଦେଲେ
44 ମୋଶା ଏବଂ ନୂନର ପୁତ୍ର ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ।
45 ମୋଶା ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦେଇସାରିବା ପରେ, 46 ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ। 47 କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।”
ମୋଶା ନବୋ ପର୍ବତ ଉପରକୁ ଗଲେ
48 ସେହି ଦିନ ମୋଶାଙ୍କୁ ସଦାପ୍ରଭୁ କହିଲେ, 49 “ତୁମ୍ଭେ ଅବାରୀମ ପର୍ବତ ଉପରକୁ ଯାଅ। ଯିରୀହୋ ସମ୍ମୁଖସ୍ଥ ମୋୟାବ ଦେଶସ୍ଥ ନବୋ ପର୍ବତ ଉପରକୁ ଯାଅ। ଏହା ପରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଦେବାକୁ ଥିବା ଦେଶ ତୁମ୍ଭେ ଦେଖି ପାରିବ। 50 ତୁମ୍ଭର ଭାଇ ହାରୋଣ ଯେପରି ହୋର ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକୁ ଗଲା, ଠିକ୍ ସେହିପରି ତୁମ୍ଭେ ସେଠାରେ ପର୍ବତର ଶିର୍ଷ ଦେଶରେ ମୃତ୍ୟୁବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ୱର୍ଗସ୍ଥ ଲୋକମାନଙ୍କ ନିକଟକୁ ଗ୍ଭଲିଯିବ। 51 କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ। 52 ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସେହି ଦେଶ, ଯାହା ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ ଯାଉଅଛୁ। କିନ୍ତୁ ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”
ଅଇନ୍
121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
ମୁଁ ତୁମ୍ଭର ସେବକ।
ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।
ପେ
129 ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ।
ସେଥିପାଇଁ ମୁଁ ତାହା ଅନୁସରଣ କରେ।
130 ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ।
ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131 ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ।
ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132 ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର।
ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133 ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର।
ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134 ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର
ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135 ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର।
ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136 ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି।
କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।
ସାଦେ
137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।
ଦୁଷ୍ଟାଗ୍ଭରୀଗଣ ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ଉଚିତ୍
59 ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ। 2 ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ। 3 ତୁମ୍ଭମାନଙ୍କ ହସ୍ତ ରକ୍ତରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧରେ ଅଶୁଚି ହୋଇଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ୟା କହିଅଛି ଓ ଜିହ୍ୱା ଦୁଷ୍ଟତା ବକି ଅଛି। 4 କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି। 5 ସେମାନେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେକେହି ସେହି ଅଣ୍ଡା ଖାଏ ସେ ମୃତ୍ୟୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସେମାନଙ୍କୁ ଫୁଟାଏ, ସେଥିରୁ କାଳସର୍ପ ବାହାରେ।
6 ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ।
ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ। 7 ସେମାନଙ୍କର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସେମାନେ ନିର୍ଦ୍ଦୋଷରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା। ସେମାନଙ୍କ ପଥରେ ଧ୍ୱଂସ ଓ ବିନାଶ ଥାଏ। 8 ସେମାନେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସେମାନଙ୍କର ମାର୍ଗରେ ନ୍ୟାୟ ବିଗ୍ଭର ନ ଥାଏ। ସେମାନେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେକେହି ସେହି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।
ଇସ୍ରାଏଲର ପାପ ଦୁଃଖ ଆଣେ
9 ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ
ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ।
ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ।
ଆଲୋକକୁ ଅପେକ୍ଷା କରୁ,
ମାତ୍ର ଅନ୍ଧକାରରେ ଭ୍ରମଣ କରୁ।
10 ଆମ୍ଭେମାନେ ଅନ୍ଧଲୋକ ପରି
କାନ୍ଥ ପାଖରେ ଦରାଣ୍ଡି ହେଉ
ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ।
ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ
ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ।
11 ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ
ଓ କପୋତ କରି ଅତିଶୟ ବିଳାପ କରୁ।
ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ
ମାତ୍ର ତାହା ନ ଥାଏ।
ପୁଣି ପରିତ୍ରାଣକୁ ଅପେକ୍ଷା କରୁ
ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।
12 ତୁମ୍ଭ ସମ୍ମୁଖରେ ଆମ୍ଭମାନଙ୍କର ଅଧର୍ମ ଅନେକ
ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି।
କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି
ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭେମାନେ ଜାଣୁ।
13 ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା
ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା।
ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ।
ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ।
ଆମ୍ଭେ ମିଥ୍ୟା କଥା କହି
ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
14 ଏଣୁ ସୁବିଗ୍ଭର ପଛକୁ ହଟି ଯାଇଛି
ଓ ଧର୍ମ ଦୂରରେ ଠିଆ ହୋଇଅଛି।
ଛକ ସ୍ଥାନରେ ସତ୍ୟତାର ପତନ ଘଟିଛି
ଓ ସରଳତା ନଗର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ।
15 ତେଣୁ ସତ୍ୟତାର ଅଭାବ ହୋଇଅଛି
ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।
ପୁଣି ସଦାପ୍ରଭୁ ଏହା ଦେଖିଲେ
ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ।
ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ।
ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା
ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ,
ପରିତ୍ରାଣରୂପକ ଟୋପି ମସ୍ତକରେ,
ପ୍ରତିଶୋଧରୂପକ ବସ୍ତ୍ର
ଓ ଉଦ୍ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।
18 ସେ ପାପ କର୍ମର ପରିମାଣ ଅନୁସାରେ
ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ।
ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ।
ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ
ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ।
କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ
ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।
20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ
ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।
21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”
ଲୋକଙ୍କୁ ଚିହ୍ନିବା ପାଇଁ ଯୀଶୁଙ୍କ ଉପଦେଶ(A)
7 “ଅନ୍ୟର ବିଗ୍ଭର କର ନାହିଁ, ତା’ହେଲେ ପରମେଶ୍ୱର ତୁମ୍ଭର ବିଗ୍ଭର କରିବେ ନାହିଁ। 2 ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।
3 “ତୁମ୍ଭେ ତୁମ୍ଭ ଭାଇ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ଦେଖି ପାରୁ ନାହଁ? 4 ତୁମ୍ଭ ନିଜ ଆଖିରେ କାଠଗୁଣ୍ଡଟି ପଡ଼ିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହି ପାରୁଛ ଯେ, ଦେଖାଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢ଼ି ଦେବି! 5 ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା’ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା’ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ।
6 “କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ।
ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ(B)
7 “ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। 8 କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠକ୍ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ।
9 “ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। 10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? 11 ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!
ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ
12 “ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
ସ୍ୱର୍ଗ ଏବଂ ନର୍କର ମାର୍ଗ(C)
13 “ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି। 14 ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ ଛୋଟ। ବାସ୍ତବ ଜୀବନ ଆଡ଼କୁ ଯିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖୋଜି ପାଆନ୍ତି।
ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର(D)
15 “ଭଣ୍ଡ ଭବିଷ୍ୟଦ୍ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। 16 ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। 17 ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, 18 ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। 19 ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। 20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ।
21 “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ। 22 ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟଦ୍ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? 23 ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’
ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ(E)
24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା’ର ମୂଳଦୁଆ ପଥର ଉପରେ ରହିଥିଲା।
26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”
28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। 29 କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।
2010 by World Bible Translation Center