Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 28:20-68

20 “ତୁମ୍ଭେ ଯଦି କୁକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମୁଖ ହୁଅ, ତେବେ ସର୍ବଦା ସେ ତୁମ୍ଭର ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ଯ୍ୟରେ ହତୋତ୍ସାହ ଓ ଅସୁବିଧା ଜନ୍ମିବ। ତୁମ୍ଭେ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତୁମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠାରୁ ବିମୁଖ ହୋଇଛ ଓ ତାଙ୍କଠାରୁ ଦୂରେଇ ରହିଛ। 21 ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭକୁ ମହାମାରୀ ରୋଗରେ ଆକ୍ରାନ୍ତ କରିବେ। ତୁମ୍ଭେମାନେ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେହି ଦେଶରୁ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। 22 ସଦାପ୍ରଭୁ ତୁମ୍ଭକୁ ରୋଗ, ଜ୍ୱର ଓ ଜ୍ୱଳାରେ ଦଣ୍ତିତ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କୁ ଅତ୍ୟଧିକ ଉତ୍ତାପ ଦେବେ ଯେଉଁଥିରେ ତୁମ୍ଭେମାନେ ଉତ୍ତମ ବର୍ଷା ପାଇବ ନାହିଁ। ତୁମ୍ଭର ଫସଲ ବର୍ଷା ଅଭାବରେ ମରିଯିବ। ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସମସ୍ତ କୁକର୍ମମାନ ଘଟିବ। 23 ଆକାଶ ପିତ୍ତଳ ପରି ଦେଖାଯିବ ଏବଂ ଭୂମି ଲୁହାପରି ଦେଖାଯିବ। 24 ସଦାପ୍ରଭୁ ତୁମ୍ଭକୁ ବର୍ଷା ଦେବେ ନାହିଁ। ଆକାଶରୁ କେବଳ ଧୂଳି ଓ ବାଲି ବର୍ଷା କରିବେ। ତୁମ୍ଭମାନଙ୍କର ଧ୍ୱଂସ ହେବା ପର୍ଯ୍ୟନ୍ତ ଏହିପରି ଲାଗି ରହିବ।

25 “ସଦାପ୍ରଭୁ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁମାନଙ୍କ ହାତରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ଯୁଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତୋଟି ବାଟରେ ପଳାୟନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥିରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ। 26 ତୁମ୍ଭମାନଙ୍କର ମୃତ ଶରୀର ସବୁ ହିଂସ୍ର ଜନ୍ତୁ, ପକ୍ଷୀମାନଙ୍କର ଖାଦ୍ୟ ହେବ। ସେମାନଙ୍କୁ ଘଉଡ଼ାଇବା ପାଇଁ କେହି ନ ଥିବେ।

27 “ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀୟ ବଥ, ଅର୍ଶ, ଜାଦୁ ଓ କୁଣ୍ଡିଆଣି ଦ୍ୱାରା ଆଘାତ କରିବେ, ଯେପରି ମିଶରୀୟମାନଙ୍କୁ କରିଥିଲେ। ଏଥିରୁ ତୁମ୍ଭେମାନେ ଆରୋଗ୍ୟ ହୋଇ ପାରିବ ନାହିଁ। 28 ସଦାପ୍ରଭୁ ତୁମ୍ଭମାନଙ୍କୁ ଉନ୍ନାଦ ଓ ଅନ୍ଧତା ଓ ଚିତ୍ତ ସ୍ତ‌ବ୍‌ଧତା ଦ୍ୱାରା ଆଘାତ କରିବେ। 29 ତୁମ୍ଭେମାନେ ଦିନ ବେଳେ ମଧ୍ୟ ଅନ୍ଧଙ୍କ ପରି ଦରାଣ୍ତି ହେବ। ତୁମ୍ଭେମାନେ ଆପଣା କାର୍ଯ୍ୟରେ ସର୍ବଦା କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେ ସର୍ବଦା ଉପଦ୍ରବଗ୍ରସ୍ତ ଓ ଲୁଣ୍ଠିତ ହେବ। କେହି ତୁମ୍ଭକୁ ଉଦ୍ଧାର କରିବାକୁ ନ ଥିବେ।

30 “ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକୁ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥିରେ ଅନ୍ୟ ଜଣେ ବାସ କରିବ। ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା’ର ଫଳସବୁ ଖାଇବ। ତୁମ୍ଭେ ସେଥିରୁ କିଛି ପାଇବ ନାହିଁ। 31 ଲୋକମାନେ ତୁମ୍ଭ ସମ୍ମୁଖରେ ତୁମ୍ଭର ଗୋବତ୍ସାମାନଙ୍କୁ ବଧ କରିବେ। କିନ୍ତୁ ତୁମ୍ଭେ ତା’ର ମାଂସ ଖାଇ ପାରିବ ନାହିଁ। ଲୋକମାନେ ତୁମ୍ଭର ଗଧମାନ ନେଇ ଯିବେ। ସେମାନେ ତାହା ତୁମ୍ଭକୁ ଫେରାଇବେ ନାହିଁ। ତୁମ୍ଭର ଶତ୍ରୁମାନେ ତୁମ୍ଭର ମେଷମାନଙ୍କୁ ନେଇଯିବେ କିନ୍ତୁ ଉଦ୍ଧାର କରିବାକୁ କେହି ନ ଥିବେ।

32 “ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟମାନଙ୍କୁ ଦିଆଯିବ। ସବୁ ବେଳେ ତୁମ୍ଭେ ତାଙ୍କୁ ଗ୍ଭହୁଁ ଗ୍ଭହୁଁ ଦିନ ଯିବ। କିନ୍ତୁ ତୁମ୍ଭେମାନେ କିଛି କରି ପାରିବ ନାହିଁ। କିନ୍ତୁ ପରମେଶ୍ୱର ତୁମ୍ଭର କୌଣସି ସାହାଯ୍ୟ କରିବେ ନାହିଁ।

33 “ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନେଇଯିବେ। ଏବଂ ତୁମ୍ଭେ ସର୍ବଦା କେବଳ ଉପଦ୍ରବ ଗ୍ରସ୍ତ ଓ ନିର୍ଯ୍ୟାତନା ଭୋଗ କରିବ। 34 ତୁମ୍ଭେ ଯାହା ଦେଖିବ ତାହାରି ପାଇଁ ତୁମ୍ଭେ ଉନ୍ନତ ହେବ। 35 ସଦାପ୍ରଭୁ ତୁମ୍ଭର ଜାନୁ ଓ ଜଙ୍ଘ ଓ ତଳିପାରୁ ମସ୍ତକ ଯାଏ ବ୍ୟଥାଦାୟୀ ବଥଦ୍ୱାରା ତୁମ୍ଭକୁ ଆଘାତ କରିବେ। ତହିଁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।

36 “ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କଲ ତୁମ୍ଭର ସେହି ରାଜାକୁ ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ନିର୍ବାସିତ କରିବେ। ଏବଂ ସେଠାରେ ତୁମ୍ଭେମାନେ କାଠ ପଥର ଦେବତାମାନଙ୍କର ସେବା କରିବ। 37 ସେଠାରେ ତୁମ୍ଭେମାନେ ନିଜେ ଏକ ଭୟାନକ ଦୃଶ୍ୟରେ ପରିଣତ ହେବ, ସେହି ସମସ୍ତ ଜାତିମାନଙ୍କ ଆଗରେ ଅପମାନର ଓ ଉପହାସର ପାତ୍ର ହେବ। ଯେଉଁଠାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ।

ଅସଫଳତାର ଅଭିଶାପ

38 “ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହିନେବ ମାତ୍ର ଅଳ୍ପ ସଂଗ୍ରହ କରିବ। କାରଣ ପଙ୍ଗପାଳ ତାହା ଖାଇ ପକାଇବେ। 39 ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ। କାରଣ ପୋକମାନେ ତାହା ଖାଇ ପକାଇବେ। 40 ତୁମ୍ଭର ସମସ୍ତ କ୍ଷେତରେ ଜୀତ ବୃକ୍ଷ ହେବ। କିନ୍ତୁ ତୁମ୍ଭେମାନେ ତୈଳ ସଂଗ୍ରହ କରିବାକୁ ସମର୍ଥ ହେବ ନାହିଁ। କାରଣ ଭୂମିରେ ତା’ର ସମସ୍ତ ଫଳ ଝଡି ପଡ଼ିବ। 41 ତୁମ୍ଭେମାନେ ପୁତ୍ରକନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ କାରଣ ସେମାନେ ବନ୍ଦୀ ହୋଇଯିବେ। 42 ପଙ୍ଗପାଳ ଦଳ ତୁମ୍ଭର ସମସ୍ତ ଫସଲ ଓ ବୃକ୍ଷ ସବୁ ଖାଇଯିବେ। 43 ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନେ ତୁମ୍ଭମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହେବେ। ତୁମ୍ଭେମାନେ ଯେଉଁ ଶକ୍ତିର ଅଧିକାରୀ ହୋଇଥିବ, ତାହା ଲୋପ ପାଇବ। 44 ବିଦେଶୀମାନେ ତୁମ୍ଭକୁ ଋଣ ଦେବେ। କିନ୍ତୁ ତୁମ୍ଭମାନଙ୍କ ପାଖରେ ଅର୍ଥ ନ ଥିବ ଋଣ ପ୍ରତିଶୋଧ ପାଇଁ। ସେମାନେ ମସ୍ତକ ପରି ତୁମ୍ଭମାନଙ୍କୁ ପରିଗ୍ଭଳନା କରିବେ। ତୁମ୍ଭେମାନେ ଲାଙ୍ଗୁଡ଼ ତୁଲ୍ୟ ତାଙ୍କଦ୍ୱାରା ପରିଗ୍ଭଳିତ ହେବ।

45 “ସବୁ ଅଭିଶାପ ତୁମ୍ଭ ନିକଟକୁ ଆସିବ ତୁମ୍ଭେ ନଷ୍ଟ ହେବା ପର୍ଯ୍ୟନ୍ତ। କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଓ ବ୍ୟବସ୍ଥାମାନ ମାନିଲ ନାହିଁ। 46 ସବୁ ଅଭିଶାପ ତୁମ୍ଭ ଉପରେ ଓ ପୁରୁଷାନୁକ୍ରମେ ତୁମ୍ଭ ବଂଶ ଉପରେ ରହିବ। ଏହା ଚିହ୍ନସ୍ୱରୂପ ଓ ସଦାପ୍ରଭୁଙ୍କର ବିଗ୍ଭରର ପ୍ରମାଣ ହୋଇ ରହିବ।

47 “କାରଣ ତୁମ୍ଭେ ସର୍ବପ୍ରକାର ସମ୍ପତ୍ତି ବହୁଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ। 48 ତେଣୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ ଓ ତୃଷାରେ ଓ ଉଲଙ୍ଗତାରେ ଏବଂ ସବୁପ୍ରକାର ଅଭାବରେ ସେମାନଙ୍କର ଦାସକର୍ମ କରିବ। ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ଯାଏ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।

ଗୋଟିଏ ଶତ୍ରୁଜାତିର ଅଭିଶାପ

49 “ସଦାପ୍ରଭୁ ତୁମ୍ଭ ପାଇଁ ଦୂରରୁ ଅନ୍ୟ ଏକ ଜାତି ଆଣିବେ, ତୁମ୍ଭ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ। ତୁମ୍ଭେ ସେମାନଙ୍କର ଭାଷା ବୁଝିପାରିବ ନାହିଁ। ସେମାନେ ଖୁବ୍ ଶୀଘ୍ର ଆସିବେ। ଯେପରି ଆକାଶରୁ ବାଜପକ୍ଷୀ ଓହ୍ଲାଇଲା ପରି । 50 ସେହି ଲୋକମାନେ ଅତ୍ୟନ୍ତ କୃର ହେବେ। ବୃଦ୍ଧ ଲୋକମାନଙ୍କ ପ୍ରତି ମଧ୍ୟ ସେମାନେ ଦୟା ଦେଖାଇବେ ନାହିଁ। ସେମାନେ ତୁମ୍ଭର ପିଲାମାନଙ୍କ ପ୍ରତି ମଧ୍ୟ ଦୟା ଦେଖାଇବେ ନାହିଁ। 51 ସେମାନେ ତୁମ୍ଭର ପଶୁ ଓ ବଢ଼ିଥିବା ଶସ୍ୟ ନେଇଯିବେ। ତୁମ୍ଭମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ସେମାନେ ସମସ୍ତ ଦ୍ରବ୍ୟ ନେଇଯିବେ। ସେମାନେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ୟ ରଖିବେ ନାହିଁ। ମଦ, ତେଲ, ଗାଈ, ମେଷ କିଅବା ଛେଳି ଅବଶିଷ୍ଟ କିଛି ରଖିବେ ନାହିଁ। ସେମାନେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ସେମାନେ ନେଇଯିବେ।

52 “ଅନ୍ୟ ଜାତୀୟମାନେ ତୁମ୍ଭମାନଙ୍କୁ ଘେରାଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକୁ ଆକ୍ରମଣ କରିବେ। ତୁମ୍ଭେମାନେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ଼ ପାଚେରୀ ତୁମ୍ଭମାନଙ୍କୁ ସୁରକ୍ଷା ଦେବ ମାତ୍ର ତାହା ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ। ସେହି ପାଚେରୀମାନ ଭାଙ୍ଗି ପଡ଼ିବ। ସଦାପ୍ରଭୁ ଦେଇଥିବା ଦେଶରେ ସବୁଆଡ଼େ ଶତ୍ରୁମାନଙ୍କର ଛାଉଣି ହୋଇଯିବ। 53 ତୁମ୍ଭେମାନ ବହୁତ ଦୁଃଖ କଷ୍ଟ ଭୋଗ କରିବ। ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦେବେ ନାହିଁ। ତୁମ୍ଭେମାନେ ଭୋକରେ ରହିବ। ତୁମ୍ଭେମାନେ ଏତେ ଭୋକରେ ରହିବ ଯେ ତୁମ୍ଭେମାନେ ଆପଣା ପୁତ୍ରକନ୍ୟାମାନଙ୍କୁ ଖାଇ ଯିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶୁ ସନ୍ତାନମାନଙ୍କୁ ତୁମ୍ଭେମାନେ ଭକ୍ଷ୍ୟଣ କରିବ।

54 “ଏପରିକି ତୁମ୍ଭମାନଙ୍କ ମଧ୍ୟରେ ଥିବା ଦୟାଳୁ ଭଦ୍ରଲୋକ ମଧ୍ୟ ଅତି କୃର ହୋଇ ଉଠିବ। ସେ ଅନ୍ୟମାନଙ୍କ ପାଇଁ ଅତି ନିଷ୍ଠୁର ହେବ। ସେ ମଧ୍ୟ ତା’ର ସ୍ତ୍ରୀ ପାଇଁ ନିଷ୍ଠୁର ହେବ ଯାହାକୁ ସେ ବହୁତ ଭଲ ପାଉଥିଲା। ଏବଂ ସେ ମଧ୍ୟ ତା’ର ପିଲାମାନଙ୍କ ପାଇଁ ନିଷ୍ଠୁର ହେବ। 55 ସେ ତା’ର ପିଲାମାନଙ୍କର ମାଂସ ଖାଇଯିବ ଏବଂ ଆଉ କାହାକୁ ତାହା ଖାଇବାକୁ ଦେବ ନାହିଁ। ଏପରିକି ସେ ତା’ର ପରିବାରରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଦେବ ନାହିଁ। ଏହା ସେ କରିବ, ଯେତେବେଳେ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କର ନଗରଗୁଡ଼ିକୁ କରାୟତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟରେ ଯନ୍ତ୍ରଣା ଦେବେ।

56 “ଏପରିକି ତୁମ୍ଭମାନଙ୍କ ମଧ୍ୟରେ ଥିବା ଦୟାଳୁ ସ୍ତ୍ରୀଲୋକ ମଧ୍ୟ ନିଷ୍ଠୁର ହୋଇ ଉଠିବ। ସେ ତା’ର ଜୀବନକୁ ଏପରି ଉତ୍ସର୍ଗ କରିଥିଲା ଯେ ସେ କେବେ ତା’ର ପାଦ ପଦାକୁ ବାହାର କରି ନ ଥିଲା। ସେ ତା’ର ସ୍ୱାମୀ, ତା’ର ପିଲାମାନଙ୍କ ପ୍ରତି ନିଷ୍ଠୁର ହେବ। 57 ଏପରି ହେବ ସେହି ସ୍ତ୍ରୀ ଲୋକ ଯେଉଁ ପିଲାକୁ ଜନ୍ମ ଦେବ ତାକୁ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ୟକୁ ସେ ଖାଇ ପକାଇବ। ଯେତେବେଳେ ଶତ୍ରୁମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସେହି ସମୟରେ ଏପରି କର୍ମମାନ ଘଟିବ।

58 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବ। 59 ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ। 60 ତୁମ୍ଭେମାନେ ଦେଖିଛ ମିଶର ବାସୀମାନଙ୍କୁ କିପରି ଭାବରେ ରୋଗବ୍ୟାଧି ବ୍ୟାପି ଥିଲା। ତାହା ତୁମ୍ଭମାନଙ୍କୁ ଭୟଭୀତ କରାଇ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସେହିସବୁ ମନ୍ଦକର୍ମମାନ ଭିଆଇବେ। 61 ବ୍ୟବସ୍ଥା ପୁସ୍ତକରେ ଲେଖା ନ ଥିବା ରୋଗବ୍ୟାଧି ମଧ୍ୟ ତୁମ୍ଭ ପାଇଁ ସଦାପ୍ରଭୁ ଆଣିବେ। ତୁମ୍ଭମାନଙ୍କର ବିନାଶ ହେବା ପର୍ଯ୍ୟନ୍ତ ସେ ସବୁକୁ ସେ ଗ୍ଭଲୁ ରଖିବେ। 62 ତୁମ୍ଭମାନଙ୍କର ସଂଖ୍ୟା ତାରାମାନଙ୍କ ପରି ବହୁତ ହୋଇଥିବ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ରହିଯିବେ। କାରଣ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟପ୍ରତି ଧ୍ୟାନ ଦେଲ ନାହିଁ।

63 “ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖୁସୀ କରି ଓ ତୁମ୍ଭମାନଙ୍କର ସଂଖ୍ୟା ବଢ଼ାଇ। ଠିକ୍ ସେହିପରି ସଦାପ୍ରଭୁ ଆନନ୍ଦ ଖୁସୀ ଦେବେ ତୁମ୍ଭମାନଙ୍କୁ ହ୍ରାସକରି ଓ ବିନାଶ କରି। ତୁମ୍ଭେମାନେ ଅଧିକାର କରିବାକୁ ଯାଉଥିବା ଦେଶକୁ ଅନ୍ୟମାନେ ଅଧିକାର କରି ନେବେ। 64 ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ। ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତି ପୂଜା କରିବ।

65 “ତୁମ୍ଭେମାନେ ସେହି ଗୋଷ୍ଠୀୟମାନଙ୍କ ମଧ୍ୟରେ କିଛି ଶାନ୍ତି ପାଇବ ନାହିଁ ଓ ସେଠାରେ ତୁମ୍ଭ ପାଦର କିଛି ବିଶ୍ରାମ ହେବ ନାହିଁ। ସଦାପ୍ରଭୁ ତୁମ୍ଭର ମନକୁ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗୁଡ଼ିକ ଆଙ୍କାକ୍ଷାରେ ଅବସନ୍ନ କରି ଦେବେ ଏବଂ ସେ ତୁମ୍ଭକୁ ଦୁଃଖ ପୂର୍ଣ୍ଣ କରିବେ। 66 ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ। ପୁଣି ତୁମ୍ଭେ ରାତ୍ରଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ। 67 ତୁମ୍ଭେ ଯେଉଁ ଆଶଙ୍କା କରିବ; ତୁମ୍ଭ ହୃଦୟର ସେହି ଆଶଙ୍କା ହେତୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ହେତୁ ସକାଳ ହେଲେ, ତୁମ୍ଭେମାନେ କହିବ, ‘ଆହା ସନ୍ଧ୍ୟା ହୁଅନ୍ତା କି।’ ପୁଣି ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିବ, ‘ଦିନ ହୁଅନ୍ତା କି।’ କାରଣ ତୁମ୍ଭେମାନେ ଏପରି ଭୟାଭୟତା ଦୃଶ୍ୟମାନ ଦେଖିବ। 68 ସଦାପ୍ରଭୁ ତୁମ୍ଭମାନଙ୍କୁ ଜାହଜରେ ମିଶରକୁ ପଠାଇ ଦେବେ। ମୁଁ କହୁଅଛି, ତୁମ୍ଭେମାନେ କଦାପି ସେହି ଦେଶକୁ ଯିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭକୁ ସେହିଠାକୁ ପଠାଇବେ। ମିଶରରେ ତୁମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ କ୍ରିତଦାସ ଭାବେ ବିକ୍ରି ହେବାକୁ ଚେଷ୍ଟା କରିବ। କିନ୍ତୁ ତୁମ୍ଭମାନଙ୍କୁ କେହି କ୍ରୟ କରିବେ ନାହିଁ।”

ଗୀତସଂହିତା 119:25-48

ଦାଲତ୍

25 ମୁଁ ମରିବା ବେଳେ ଧୂଳିରେ ଗଡ଼େ।
    ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26 ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି।
    ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ।
    ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27 ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର।
    ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28 ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ।
    ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29 ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ।
    ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30 ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି।
    ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31 ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି।
    ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32 ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି,
    ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।

ହେ

33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
    ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
    ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
    ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
    ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
    ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
    ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
    ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
    ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
    ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।

ବୌ

41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
    ଯେଉଁମାନେ ମୋତେ ଅପମାନିତ କରୁଥିଲେ।
    ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
    ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
    ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
    ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 55

ପରମେଶ୍ୱରଦତ୍ତ “ଖାଦ୍ୟ” ପ୍ରକୃତ ସନ୍ତୋଷ ଦିଏ

55 “ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ,
    ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ।
ତୁମ୍ଭେମାନେ ଆସ, କିଣ ଓ ଭୋଜନ କର।
    ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁ‌ଗ୍‌ଧ କିଣ।
ଅଖାଦ୍ୟ ପାଇଁ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ।
    ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ।
ତେଣୁ ମନୋଯୋଗ ସହକାରେ ଆମ୍ଭ କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର।
    ପୁଣି ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହେବାକୁ ଦିଅ।
କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ।
    ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ।
ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି
    ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।
ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ,
    ଗୋଷ୍ଠୀବର୍ଗରେ ଶାସକ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।”

ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ୱାନ କରିବ
    ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ।
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପାଇଁ ଏହା ଘଟିବ।
    କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଅଛନ୍ତି।
ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କର,
    ଯେହେତୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳିଅଛି।
ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି,
    ସେ ପର୍ଯ୍ୟନ୍ତ ତାଙ୍କୁ ପ୍ରାର୍ଥନା କର।
ଦୁଷ୍ଟାଗ୍ଭରୀ ତା’ର ମନ୍ଦକାର୍ଯ୍ୟ
    ଓ ଅଧାର୍ମିକ ତା’ର ମନ୍ଦ ଚିନ୍ତା ପରିତ୍ୟାଗ କରୁ।
ସେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ଏବଂ ସେ ତାକୁ ଦୟା କରିବେ।
    ସେ ତାକୁ କ୍ଷମା କରି ଦେବେ।
ତାକୁ ପରମେଶ୍ୱରଙ୍କ ପାଖକୁ ଫେରିବାକୁ ଛାଡ଼ିଦିଅ।

ସେ ତାକୁ ବହୁଳ ଭାବରେ କ୍ଷମା କରିବେ।

ପରମେଶ୍ୱରଙ୍କୁ ଲୋକେ ବୁଝିବେ ନାହିଁ

ସଦାପ୍ରଭୁ କୁହନ୍ତି, “ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ
    ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।
ସଦାପ୍ରଭୁ ସ୍ୱୟଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ୱର୍ଗମଣ୍ଡଳ ଉଚ୍ଚତର
    ସେହିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର।
    ସେହିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।”

10 “ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆସେ, ପୁନର୍ବାର ଫେରି ଯାଏ ନାହିଁ;
    ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ,
କୃଷିକାରୀକୁ ବୀଜ ବପନ କରିବାରେ ସାହାଯ୍ୟ କରେ
    ଓ ଭୋଜନକାରୀକୁ ଶସ୍ୟ ଯୋଗାଏ।
11 ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ
    ଆମ୍ଭ ନିକଟକୁ ଫେରି ଆସିବ ନାହିଁ;
ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ
    ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ।

12 “ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି
    ଶାନ୍ତିରେ ଆଗେ ଆଗେ ଯିବ।
ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ
    ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ।
13 କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ।
    ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ
    ଓ କେବେ ଧ୍ୱଂସ ହେବ ନାହିଁ।”

ମାଥିଉ ଲିଖିତ ସୁସମାଗ୍ଭର 3

ବାପ୍ତିଜକ ଯୋହନଙ୍କ କାର୍ଯ୍ୟ(A)

ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ “ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” ସେହି ଯୋହନଙ୍କ ବିଷୟରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ କହୁଥିଲେ,

“ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର:
‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର,
    ତାହାଙ୍କ ରାଜପଥ ସଳଖ କର।’”(B)

ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।

ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10 ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।

11 “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ’ପରେ ଯେ ଆସୁଛନ୍ତି, ସେ ମୋ’ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12 ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”

ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ(C)

13 ସେହି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନେବା ପାଇଁ ଯୀଶୁ ଗାଲିଲୀରୁ ଯର୍ଦ୍ଦନ ନଦୀ କୂଳକୁ ଆସିଲେ। 14 କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠାରେ ନେବା ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, “ମୋର ତୁମ୍ଭଠାରୁ ବାପ୍ତିସ୍ମ ନେବା ଦରକାର। ତୁମ୍ଭେ ମୋ’ ପାଖକୁ କାହିଁକି ଆସିଛ?”

15 ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।

16 ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। 17 ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center