M’Cheyne Bible Reading Plan
ଲୋକଙ୍କ ପାଇଁ ପଥରର ସ୍ମୃତି ଫଳକ
27 ମୋଶା ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଛି, ସେଗୁଡ଼ିକ ପାଳନ କର। 2 ଯେଉଁ ଦିନ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ନଦୀ ପାରହେଲ ଏବଂ ସେହି ଦେଶରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି। ସେହି ଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲେପନ କରିବ। 3 ତୁମ୍ଭେମାନେ ସେଠାରେ ପ୍ରବେଶ କରିବା ମାତ୍ରେ, ତୁମ୍ଭେମାନେ ଏହିସବୁ ନିୟମ ସେହି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହୋଇ ସେହି ଦେଶରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଦେଉଛନ୍ତି। ଦୁଗ୍ଧମଧୁପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ୱର ଯେହେତୁ ପ୍ରତିଜ୍ଞା କରିଥିଲେ।
4 “ପୁଣି ଆଜି ମୁଁ ଯେଉଁ ପ୍ରସ୍ତର ଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ପରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚୂନରେ ଲେପିବ। 5 ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ଅର୍ଥାତ୍ ପଥରରେ ଏକ ଯଜ୍ଞବେଦି ନିର୍ମାଣ କରିବ। ସେହି ପଥର କାଟିବାରେ ଲୁହା ବ୍ୟବହାର କରିବ ନାହିଁ। 6 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯଜ୍ଞବେଦି ସମସ୍ତ ଅଚଞ୍ଛା ପଥରରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭେମାନେ ସେହି ସ୍ଥାନରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ହୋମବଳି ଉତ୍ସର୍ଗ କରିବା ଉଚିତ୍। 7 ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। 8 ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ସୁନ୍ଦରଭାବେ ଖୋଳି ଲେଖିବ।”
ନିୟମ ନ ମାନିଲେ ଅଭିଶପ୍ତ ହେବେ
9 ମୋଶା ଓ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ ନୀରବରେ ଅନୁଧ୍ୟାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଲୋକ ହେଲ। 10 ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ କଥାରେ କର୍ଣ୍ଣପାତ କର ଓ ଆଜି ମୁଁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତୁମ୍ଭଙ୍କୁ ଆଜ୍ଞା କରୁଅଛି। ତାହା ପାଳନ କର।”
11 ସେହି ଦିନ ମୋଶା ଲୋକମାନଙ୍କୁ କହିଲେ, 12 “ତୁମ୍ଭେ ଯର୍ଦ୍ଦନ ପାର ହେବାପରେ ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ଯୋଷେଫ ଓ ବିନ୍ୟାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚୟ ଛିଡ଼ା ହେବ। 13 ଏବଂ ରୁବେନ୍, ଗାଦ୍, ଆଶେର, ସବୂଲୂନ୍, ଦାନ, ନପ୍ତାଲି ଗୋଷ୍ଠୀୟକୁ ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
14 “ଏବଂ ସମସ୍ତ ଲେବୀୟମାନେ ଖୁବ୍ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ,
15 “‘ଯେଉଁ ମନୁଷ୍ୟ କୌଣସି ଖୋଦିତ କିଅବା ଛାଞ୍ଚ ଢଳା ମୂର୍ତ୍ତି ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକୁ ଏକ ଗୋପନ ସ୍ଥାନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେବା ଉଚିତ୍।’
“ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’।
16 “ଲେବୀୟମାନେ କହିବେ, ‘ଆପଣା ପିତାମାତାଙ୍କୁ ଯିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶପ୍ତ ହେଉ।’
“ସେଥିରେ ସମସ୍ତେ କହିବେ, ‘ଆମେନ୍’।
17 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପ୍ରତିବାସୀର ଭୂମିର ଚିହ୍ନ ଘୁଞ୍ଚାଏ, ସେ ଅଭିଶପ୍ତ ହେଉ।’
“ସେଥିରେ ସମସ୍ତେ କହିବେ, ‘ଆମେନ୍।’
18 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଅନ୍ଧକୁ ବାଟ ଭୂଲାଏ, ସେ ଲୋକ ଅଭିଶପ୍ତ ହେଉ।’
“ସେଥିରେ ସମସ୍ତେ କହିବେ, ‘ଆମେନ୍।’
19 “ଲେବୀୟମାନେ କହିବେ, ‘ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ୟାୟ କରିବାରେ ବାଧା ଦିଏ ସେ ଅଭିଶପ୍ତ ହେଉ।’
“ସେଥିରେ ସମସ୍ତେ କହିବେ, ‘ଆମେନ୍।’
20 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା’ର ପିତାର ସେ ତାକୁ ଅନାବରଣ କରିଥାଏ।”
“ଏଥିରେ ସମସ୍ତେ କହିବେ, ‘ଆମେନ୍।’
21 “ଲେବୀୟମାନେ କହିବେ, ‘ଯେଉଁ ଲୋକର କୌଣସି ପଶୁ ସହିତ ଯୌନ ସମ୍ପର୍କ ଥାଏ, ସେ ଅଭିଶପ୍ତ ହେଉ।’
“ଏଥିରେ ସମସ୍ତେ କହିବେ, ‘ଆମେନ୍।’
22 “ଲେବୀୟମାନେ କହିବେ, ‘ଯେଉଁମାନେ ସେମାନଙ୍କ ଭଉଣୀ ବା ପିତୃକନ୍ୟା ବା ମାତୃକନ୍ୟା ସହିତ ଯୌନ ସମ୍ପର୍କ ରଖେ ସେ ଅଭିଶପ୍ତ ହେଉ।’
“ଏଥିରେ ସମସ୍ତେ କହିବେ, ଆମେନ୍।’
23 “ଲେବୀୟମାନେ କହିବେ, ‘ଯେକେହି ଆପଣା ଶାଶୁ ସଙ୍ଗେ ଯୌନ ସମ୍ପର୍କ ରକ୍ଷାକରେ ସେ ଅଭିଶପ୍ତ ହେଉ।’
“ଏଥିରେ ସମସ୍ତେ କହିବେ, ‘ଆମେନ୍।’
24 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପଡ଼ୋଶୀକୁ ଗୋପନରେ ହତ୍ୟା କରେ ସେ ଅଭିଶପ୍ତ ହେଉ।’
“ଏଥିରେ ସମସ୍ତେ କହିବେ, ‘ଆମେନ୍।’
25 “ଲେବୀୟମାନେ କହିବେ, ‘ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକୁ ହତ୍ୟା କରିବାକୁ ଅର୍ଥ ନିଏ ସେ ଅଭିଶପ୍ତ ହେଉ?’
“ଏଥିରେ ସମସ୍ତେ କହିବେ, ‘ଆମେନ୍।’
26 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଏହି ବ୍ୟବସ୍ଥାର ପାଳନ କରେ ନାହିଁ କିମ୍ବା ଅନୁସରଣ କରେ ନାହିଁ, ସେ ଅଭିଶପ୍ତ ହେଉ।’
“ଏଥିରେ ସମସ୍ତେ କହିବେ, ‘ଆମେନ୍।’
ନିୟମ ମାନୁଥିବା ଲୋକେ ଆଶୀର୍ବାଦ ପ୍ରାପ୍ତ ହେବେ
28 “ବର୍ତ୍ତମାନ ତୁମ୍ଭେମାନେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସ୍ୱର ଶୁଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି, ତେବେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହୁ ଉଚ୍ଚରେ ରଖିବେ। 2 ଏହି ସମସ୍ତ ଆଶୀର୍ବାଦ ତୁମ୍ଭେମାନେ ଗ୍ରହଣ କରିବ ଏବଂ ସେଗୁଡ଼ିକ ତୁମ୍ଭ ପାଖକୁ ଆସିବ। କାରଣ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ସ୍ୱର ଶୁଣିଛ।
3 “ତୁମ୍ଭେମାନେ ଏହି ନଗରରେ ଆଶୀର୍ବାଦ ପ୍ରାପ୍ତ ହେବ
ଓ କ୍ଷେତ୍ରରେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବ।
4 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି
ବହୁ ସନ୍ତାନ ଦେବେ।
ତୁମ୍ଭମାନଙ୍କୁ ଫସଲ ବେଳେ
ଏବଂ ତୁମ୍ଭ ପଶୁମାନଙ୍କୁ ମଧ୍ୟ ବହୁ ଶାବକ ଦେବେ, ସେ ମଧ୍ୟ ତୁମ୍ଭମାନଙ୍କର ବାଛୁରି ଓ ମେଣ୍ଢାମାନଙ୍କୁ ଆଶୀର୍ବାଦ କରିବେ।
5 ସଦାପ୍ରଭୁ ତୁମ୍ଭର ପରମେଶ୍ୱର
ତୁମ୍ଭମାନଙ୍କର ପାତ୍ର ଖାଦ୍ୟରେ ପୂର୍ଣ୍ଣ କରିବେ।
6 ଯେତେବେଳେ ତୁମ୍ଭେମାନେ ଆସିବ ଓ ବାହାରକୁ ଯିବ,
ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ।
7 “ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତୁମ୍ଭ ଶତ୍ରୁମାନଙ୍କୁ ବିନାଶ କରିବେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉଠିବେ। ସେମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ବାଟରେ ଆସିବେ ଓ ସାତୋଟି ବାଟରେ ପଳାୟନ କରିବେ।
8 “ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ଯ୍ୟରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଦେଇଥିବା ଦେଶ ଉପରେ ଆଶୀର୍ବାଦ କରିବେ। 9 ସଦାପ୍ରଭୁ ତୁମ୍ଭକୁ ତାଙ୍କର ପବିତ୍ର ଲୋକ ଭାବେ ପ୍ରତିଷ୍ଠା କରିବେ, ଠିକ୍ ଯେପରି ସେ ପ୍ରତିଜ୍ଞା କରିଛନ୍ତି। ସେ ଠିକ୍ ସେହିପରି କରିବେ କାରଣ ତୁମ୍ଭେମାନେ ତାଙ୍କର ଆଦେଶ ମାନ ଓ ତାଙ୍କର ପଥରେ ଗ୍ଭଲ। 10 ଏହା ପରେ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୟ କରିବେ।
11 “ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନେକ ସନ୍ତାନରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲରେ ପରିପୂର୍ଣ୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ। 12 ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖୋଲିବେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ। କିନ୍ତୁ ତୁମ୍ଭେ ସେମାନଙ୍କଠାରୁ କିଛି ଉଧାର ଆଣିବ ନାହିଁ। 13 ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥିରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗୁଳ କରିବେ ନାହିଁ। ଏହିପରି ସବୁ ହେବ, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିୟମ ମାନି ଚଳିବ। ଯାହା ଆଜି ମୁଁ ତୁମ୍ଭମାନଙ୍କୁ କହୁଅଛ। 14 ଆଜି ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ଯେଉଁ ଶିକ୍ଷା ଦେଉଅଛି ସେଥିରୁ କେବେ ବିମୁଖ ହୁଅ ନାହିଁ। ତୁମ୍ଭେ ଦକ୍ଷିଣ କି ବାମକୁ ଫେରିବ ନାହିଁ। ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ଅନୁସରଣ କିଅବା ଉପାସନା କରିବ ନାହିଁ।
ଯେଉଁମାନେ ନିୟମ ନମାନିବେ ଅଭିଶପ୍ତ ହେବ
15 “କିନ୍ତୁ ତୁମ୍ଭେମାନେ ଯଦି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ବାକ୍ୟ ନ ଶୁଣ, ଯତ୍ନଶୀଳ ନ ହୁଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିୟମ ପାଳନ ନ କର, ଯାହା ମୁଁ ତୁମ୍ଭମାନଙ୍କୁ ଦେଉଛି, ତେବେ ଏହି ଅଭିଶାପଗୁଡ଼ିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।
16 “ସଦାପ୍ରଭୁ ତୁମ୍ଭମାନଙ୍କୁ ନଗରରେ
ଓ କ୍ଷେତ୍ରରେ ଅଭିଶାପ ଦେବେ।
17 ତୁମ୍ଭମାନଙ୍କର ଖାଇବା ପାତ୍ର ଅଭିଶପ୍ତ ହେବ।
ସେଥିରେ ଖାଦ୍ୟ ରହିବ ନାହିଁ।
18 ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦେବେ
ଏବଂ ତୁମ୍ଭେମାନେ ବହୁ ସନ୍ତାନର ଅଧିକାରୀ ହେବ ନାହିଁ।
ସେ ତୁମ୍ଭର କ୍ଷେତ୍ରକୁ ଅଭିଶପ୍ତ କରିବେ
ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହେବ ନାହିଁ।
ସେ ତୁମ୍ଭର ପଶୁମାନଙ୍କୁ ଅଭିଶାପ ଦେବେ,
ତାଙ୍କର ଅନେକ ଶାବକ ହେବେ ନାହିଁ।
ସେ ତୁମ୍ଭର ଗାଈ ଓ ମେଷମାନଙ୍କୁ ମଧ୍ୟ ଅଭିଶାପ ଦେବେ।
19 ପ୍ରବେଶ କରିବା ବେଳେ
ଓ ବାହାରକୁ ଯିବା ବେଳେ ତୁମ୍ଭେ ଶାପଗ୍ରସ୍ତ ହେବ।
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା’ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ’ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ’ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
ପରମେଶ୍ୱର ଆପଣା ଲୋକଙ୍କୁ ଗୃହକୁ ଆଣନ୍ତି
54 “ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର।
ହେ ଗର୍ଭବେଦନାରହିତ ନାରୀ!
ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର।
କାରଣ ସଦାପ୍ରଭୁ କୁହନ୍ତି,
“ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।”
2 “ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ
ଓ ସେମାନେ ତୁମ୍ଭର ବାସ ସ୍ଥାନର ଯବନିକା ସବୁ ବିସ୍ତାର କରନ୍ତୁ।
ବ୍ୟୟର ଆଶଙ୍କା କର ନାହିଁ।
ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।
3 କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ
ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ
ଏବଂ ଜନଶୂନ୍ୟ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।
4 ଭୟ କର ନାହିଁ,
କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ;
କିମ୍ବା ବିଷଣ୍ଣମନା ହୁଅ ନାହିଁ;
କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ।
ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ
ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।
5 କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି
ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।
ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା;
ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।
6 “କାରଣ ତୁମ୍ଭ ପରମେଶ୍ୱର କୁହନ୍ତି, ତ୍ୟକ୍ତା
ଓ ମନୋଦୁଃଖିନୀ ଭାର୍ଯ୍ୟା
କିମ୍ବା ଯୌବନକାଳୀନ ପରିତ୍ୟକ୍ତା ଭାର୍ଯ୍ୟାପରି
ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।”
7 “ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ,
ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।
8 ଅତି କ୍ରୋଧରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଗ୍ଭଇଲୁ;
ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା।”
ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି।
9 “କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ;
ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ,
ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ
କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
10 ସଦାପ୍ରଭୁ ଯେ କି ତୁମ୍ଭ ପ୍ରତି କରୁଣା କରିଅଛନ୍ତି କୁହନ୍ତି:
“ଯଦିଓ ପର୍ବତଗୁଡ଼ିକ ବିଚଳିତ ହୋଇ ଘୁଞ୍ଚିଯିବେ;
ଉପପର୍ବତଗୁଡ଼ିକ ଟଳି ପଡ଼ିବେ,
ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂରେଇ ଯିବ ନାହିଁ
କିମ୍ବା ଆମ୍ଭର ଶାନ୍ତିର ବ୍ୟବସ୍ଥା ଟଳିବ ନାହିଁ।”
11 “ହେ ଦୁଃଖିନୀ, ତୋଫାନ ବିଧ୍ୱସ୍ତ
ଓ ସାନ୍ତ୍ୱନା ବିରହିତ ନଗରୀ!
ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ
ତୁମ୍ଭର ପ୍ରସ୍ତର ବସାଇବା
ଓ ନୀଳମଣିଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12 ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭ ସ୍ତମ୍ଭର ଚୂଡ଼ା,
ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାର ସକଳ
ଓ ମନୋରମ ପ୍ରସ୍ତରରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।
13 ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେବେ
ଓ ସେମାନଙ୍କର ପରମ ଶାନ୍ତି ହେବ।
14 ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ;
ତୁମ୍ଭେ ଅତ୍ୟାଗ୍ଭରରୁ ଦୂରେଇ ରହିବ;
କାରଣ ତୁମ୍ଭେ ଭୟଭୀତ ହେବ ନାହିଁ,
ପୁଣି ଭୟଠାରୁ ଦୂରେଇ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
15 ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧରେ ଏକମତ ହୋଇପାରନ୍ତି,
କିନ୍ତୁ ସେମାନେ ମୋ’ ପ୍ରତି ଯେକେହି ତୁମ୍ଭ ବିରୁଦ୍ଧରେ ଯାଏ, ସେ ସେମାନଙ୍କ ପତିତକୁ ବହନ କରିବେ।
16 “ଦେଖ, ଯେଉଁ କମାର କୋଇଲାରେ ଅଗ୍ନିଦେଇ ତାଉ କରେ ଓ ଆପଣା କାର୍ଯ୍ୟ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ‘ବିନାଶପାଇଁ’ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।
17 “ତୁମ୍ଭ ବିପକ୍ଷରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ। ତୁମ୍ଭ ପ୍ରତିକୂଳରେ କହୁଥିବା ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ।”
ସଦାପ୍ରଭୁ କୁହନ୍ତି, “ଆମ୍ଭର ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ଧାର୍ମିକତା ଏହା ଅଟେ।”
ଯୀଶୁଙ୍କୁ ଦେଖିବା ପାଇଁ ପଣ୍ଡିତମାନଙ୍କ ଆଗମନ
2 ହେରୋଦଙ୍କ [a] ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେଥ୍ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ। 2 ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”
3 ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ଉଦ୍ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। 4 ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ? 5 ସେମାନେ କହିଲେ, “ଯିହୂଦା ପ୍ରଦେଶର ବେଥ୍ଲେହିମ ନଗରରେ। ଭବିଷ୍ୟଦ୍ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି:
6 ‘ହେ ଯିହୂଦା ପ୍ରଦେଶର ବେଥ୍ଲେହିମ!
ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ।
ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ,
ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’” (A)
7 ତା’ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। 8 ହେରୋଦ ସେମାନଙ୍କୁ ବେଥ୍ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେଥ୍ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ। ତା’ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”
9 ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। 10 ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ।
11 ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା’ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ [b] ଓ ଗନ୍ଧରସ [c] ଉପହାର ଦେଲେ। 12 କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।
ଯୀଶୁଙ୍କ ବାପା-ମାଆ ତାହାଙ୍କୁ ମିଶରକୁ ନେଲେ
13 ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”
14 ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। 15 ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।” [d]
ହେରୋଦ ବେଥ୍ଲେହିମର ଶିଶୁ ପୁତ୍ରମାନଙ୍କୁ ହତ୍ୟା କଲେ
16 ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେଥ୍ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା’ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ। 17 ଏହିଭଳି ଭାବରେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା:
18 “ରାମାରେ ଏକ ଦୁଃଖଭରା ସ୍ୱର ଶୁଣାଗଲା।
ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା।
ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଥିଲା।
କେହିହେଲେ ତାକୁ ସାନ୍ତ୍ୱନା ଦେଇ ପାରିବେନି।
କାରଣ ତା’ର ପିଲାମାନେ ମରିଯାଇଥିଲେ।”(B)
ଯୋଷେଫ ଓ ମରିୟମ ମିଶରରୁ ଫେରିଲେ
19 ହେରୋଦଙ୍କ ମୃତ୍ୟୁ ପରେ ମିଶରରେ ଯୋଷେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖା ଦେଲେ। 20 ଦୂତ କହିଲେ, “ଉଠ, ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦେବାକୁ ଚେଷ୍ଟା କରୁଥିଲେ, ସେମାନେ ଏବେ ମରିଗଲେଣି।”
21 ତେଣୁ ଯୋଷେଫ ପ୍ରସ୍ତୁତ ହେଲେ, ସେ ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଫେରିଗଲେ। 22 କିନ୍ତୁ ଯୋଷେଫ ଶୁଣିଲେ ଯେ, ହେରୋଦଙ୍କ ମୃତ୍ୟୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ଯିହୂଦାରେ ରାଜା ହୋଇଛନ୍ତି। ତେଣୁ ସେ ସେଠାକୁ ଯିବାକୁ ଭୟ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ସ୍ୱପ୍ନରେ ଆଦେଶ ପାଇ ଯୋଷେଫ ଗାଲିଲୀ ପ୍ରଦେଶକୁ ଗଲେ। 23 ସେ ସେଠାରେ ପହଞ୍ଚି ନାଜରିତ ନାମକ ନଗରରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ୟାତ ହେବେବୋଲି ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିଲେ। ସେହି ବାକ୍ୟ ଅନୁସାରେ ଏହା ଘଟିଲା।
2010 by World Bible Translation Center