Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 26

ପ୍ରଥମ ଅମଳ

26 “ତୁମ୍ଭେମାନେ ଖୁବ୍ ଶୀଘ୍ର ପ୍ରବେଶ କରିବ, ସେହି ଦେଶରେ ଯାହା ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭଙ୍କୁ ଦେବେ। ତୁମ୍ଭେମାନେ ସେଠାରେ ବାସ କରିବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶରେ ଭୂମିରୁ ଫଳିଥିବା ସମସ୍ତ ଫଳ ଓ ପରିବାରୁ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗୁଡ଼ିରେ ତାହା ନେଇ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକୁ ତୁମ୍ଭେ ଯିବ। ତୁମ୍ଭେ ସେହି ସମୟରେ ଯାଜକ ନିକଟକୁ ଯିବା ଉଚିତ୍ ଏବଂ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦେଶରେ ଆମ୍ଭେ ବାସ କରୁଅଛୁ। ଏହା ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଘୋଷଣା କରୁଅଛୁ।’

“ଏହା ପରେ ଯାଜକ ତୁମ୍ଭ ହାତରୁ ଗ୍ଭଙ୍ଗୁଡ଼ି ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବ। ତା’ପରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ,‘ଜଣେ ବୁଲୁଥିବା, ଅରାମୀୟ ଲୋକ ମୋର ପିତା ଥିଲେ ଓ ସେ ମିଶରକୁ ଗଲେ ଏବଂ ସେଠାରେ ଅଳ୍ପ କେତେକ ଲୋକ ସହିତ ବାସ କଲେ। ସେଠାରେ ସେ ଜାତୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଶକ୍ତିଶାଳୀ ହେଲେ। ସେଥିରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦେଇ କଠିନ ପରିଶ୍ରମ କରାଇଲେ। ଏହା ପରେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକୁ ହୃଦୟଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ। ତା’ପରେ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଓ ମହାତ୍ରାସ ଦ୍ୱାରା ଓ ନାନା ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମମାନ ଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ଏହା ପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଛନ୍ତି ଓ ଏହି ଦେଶ ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଛନ୍ତି। 10 ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକୁ ଯେଉଁ ଦେଶ ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।’

“ଏହା ପରେ ତୁମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ପ୍ରଣାମ କରିବ। 11 ଏହା ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁସବୁ ମଙ୍ଗଳ କରିଛନ୍ତି, ସେ ସବୁରେ ତୁମ୍ଭେ ଓ ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ ତୁମ୍ଭେମାନେ ସମସ୍ତେ ଆନନ୍ଦ କରିବ।

12 “ତୃତୀୟ ବର୍ଷରେ ଅର୍ଥାତ୍ ଦଶମାଂଶ ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟ ଆଦିର ଦଶମାଂଶ ଦେବାର ସମାପ୍ତ କଲାପରେ ତୁମ୍ଭେମାନେ ଲେବୀୟକୁ, ବିଦେଶୀକି, ପିତୃହୀନକୁ ଓ ବିଧବାକୁ ତାହା ଦେବ। ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ। 13 ତେଣୁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ନିଶ୍ଚୟ ଏହା କହିବ, ‘ତୁମ୍ଭର ସମସ୍ତ ଆଜ୍ଞା ଅନୁସାରେ ମୁଁ ଆପଣା ଗୃହରୁ ସମସ୍ତ ପବିତ୍ର ଖାଦ୍ୟ ବାହାର କରି ନେଇଛି। ଏବଂ ଲେବୀୟକୁ, ବିଦେଶୀମାନଙ୍କୁ, ପିତୃମାତୃହୀନମାନଙ୍କୁ ଓ ବିଧବାମାନଙ୍କୁ ଦେଇଅଛି। ମୁଁ ତୁମ୍ଭର କୌଣସି ଆଜ୍ଞା ଲଘଂନ କରି ନାହିଁ କିଅବା ସେଗୁଡ଼ିକ ପାଶୋରି ନାହିଁ। 14 ମୁଁ ଆପଣା ସେବା ସମୟରେ ତହିଁରୁ କିଛି ଭୋଜନ କରି ନାହିଁ। କିଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ଧ୍ୟାନ ଦେଇଅଛି। ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁଁ ପାଳନ କରିଛି। 15 ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର। ଏବଂ ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶକୁ ଆଶୀର୍ବାଦ କର।’

ସଦାପ୍ରଭୁଙ୍କର ନିର୍ଦ୍ଦେଶମାନ ପାଳନ କର

16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉ ଅଛନ୍ତି। ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ପାଳନ କରିବ। 17 ତୁମ୍ଭେମାନେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ୱର ଶୁଣ। 18 ଏବଂ ସଦାପ୍ରଭୁ ଆଜି ତାଙ୍କ ପ୍ରତିଜ୍ଞା ଅନୁସାରେ ଘୋଷଣା କରିଛନ୍ତି ଯେ, ତୁମ୍ଭେ ତାଙ୍କର ସଞ୍ଚିତ ଜାତି ହେବ ଓ ତାଙ୍କର ସମସ୍ତ ଆଜ୍ଞା ମାନିବା ଉଚିତ୍। 19 ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରୁ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ୟାତି ଓ ସମ୍ମାନ ଦେବେ। ଏବଂ ତୁମ୍ଭେମାନେ ତାଙ୍କର ନିଜର ପବିତ୍ର ଲୋକ ହେବ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।”

ଗୀତସଂହିତା 117-118

117 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି!
    ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
    “ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
    ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ, ମୋତେ କ’ଣ କରି ପାରିବେ।
ସଦାପ୍ରଭୁ ମୋର ସାହାଯ୍ୟକାରୀ।
    ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
    ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
    ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।

10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
    କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
    ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
    କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
    ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।

13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
    କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
    ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
    ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
    ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।

17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
    ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
    ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
    ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
    ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
    ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
    ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”

28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
    ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 53

53 ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?

କାରଣ ସେ ତାହାଙ୍କ ଦୃଷ୍ଟିରେ ଗ୍ଭରା ତୁଲ୍ୟ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାଙ୍କର ଐଶ୍ୱର୍ଯ୍ୟ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ଯ୍ୟ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ। ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ। ସେ ଦୁଃଖ ଓ ଶୋକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଗ୍ଭଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭେମାନେ ତାଙ୍କୁ ସମ୍ମାନ ଦେଲୁ ନାହିଁ।

ମାତ୍ର ସେ ଆମ୍ଭର ଦୁଃଖ ଯାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭେମାନେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ। ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ଯ୍ୟ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରିଦେଲେ। ତାଙ୍କର କ୍ଷତରେ ଆମ୍ଭେମାନେ ଆରୋଗ୍ୟ ଲାଭ କଲୁ। ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।

ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହୋଇ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମେଷ ଶାବକ ତୁଲ୍ୟ ଓ ଲୋମ ଛେଦନକାରୀଙ୍କ ସମ୍ମୁଖରେ ନିରୀହ ମେଷ ତୁଲ୍ୟ ସେ ନିଜର ମୁଖ ଫିଟାଇଲେ ନାହିଁ। ଲୋକମାନେ ବଳପୂର୍ବକ ତାଙ୍କୁ ବିଗ୍ଭର ପାଇଁ ଧରି ନେଲେ ଓ ଉପଯୁକ୍ତ ବିଗ୍ଭର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବେଚନା କଲା? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ। ସେ ମୃତ୍ୟୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ୟା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ୟ କରାଗଲା।

10 ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ। 11 ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ।

“ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ। 12 ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।”

ମାଥିଉ ଲିଖିତ ସୁସମାଗ୍ଭର 1

ଯୀଶୁଙ୍କ ବଂଶାବଳୀ(A)

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା।

ଇ‌‌ସ୍‌‌ହାକ ଯାକୁବଙ୍କ ବାପା।

ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।

ଯିହୂଦା, ଫେରସ ଓ ସେରହଙ୍କ ବାପା।

(ତାମର, ସେମାନଙ୍କ ମା)

ଫେରସ ହିଷ୍ରୋଣଙ୍କ ବାପା।

ହିଷ୍ରୋଣ ଅରାମଙ୍କ ବାପା।

ଅରାମ ଅମ୍ମୀନାଦାବ ବାପା।

ଅମ୍ମୀନାଦାବ ନହଶୋନଙ୍କ ବାପା।

ନହଶୋନ ସଲମୋନଙ୍କ ବାପା।

ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ)

ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା)

ଓବେଦ ଯିଶୟଙ୍କ ବାପା।

ଯିଶୟ ରାଜା ଦାଉଦଙ୍କ ବାପା।

ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)

ଶଲୋମନ ରିହବିୟାମଙ୍କ ବାପା।

ରିହବିୟାମ ଅବିୟଙ୍କ ବାପା।

ଅବିୟ ଆସାଙ୍କ ବାପା।

ଆସା ଯିହୋଶାଫଟଙ୍କ ବାପା।

ଯିହୋଶାଫଟ ଯୋରାମଙ୍କ ବାପା।

ଯୋରାମ ଉଜିୟଙ୍କ ବାପା।

ଉଜିୟ ଯୋଥମଙ୍କ ବାପା।

ଯୋଥମ୍ ଆହାସଙ୍କ ବାପା।

ଆହାସ ହିଜକିୟଙ୍କ ବାପା।

10 ହିଜକିୟ ମନଃଶିଙ୍କ ବାପା।

ମନଃଶି ଅମୋନଙ୍କ ବାପା।

ଅମୋନ ଯୋଶିୟଙ୍କ ବାପା।

11 ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲ ଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)

12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ:

ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା।

ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।

13 ଜିରୁବାବିଲ ଅବୀହୂଦଙ୍କ ବାପା।

ଅବୀହୂଦ ଏଲିୟାକୀମଙ୍କ ବାପା।

ଏଲିୟାକୀମ ଅ‌ଜ୍‌ଜୂରଙ୍କ ବାପା।

14 ଅ‌ଜ୍‌ଜୂର ସାଦୋକଙ୍କ ବାପା।

ସାଦୋକ ଯାଖୀନଙ୍କ ବାପା।

ଯାଖୀନ ଏଲୀହୂଦଙ୍କ ବାପା।

15 ଏଲୀହୂଦ ଇଲିୟାଜରଙ୍କ ବାପା।

ଇଲିୟାଜର ମଥାନଙ୍କ ବାପା।

ମଥାନ ଯାକୁବଙ୍କ ବାପା।

16 ଯାକୁବ ଯୋଷେଫଙ୍କ ବାପା।

ଯୋଷେଫ ମରିୟମଙ୍କ ସ୍ୱାମୀ।

ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ।

ଯୀଶୁଙ୍କୁ ଖ୍ରୀଷ୍ଟ [a] କୁହାଯାଏ।

17 ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ(B)

18 ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। 19 କିନ୍ତୁ ତାହଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।

20 କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।

21 ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌

22 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। 23 “ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।” [b] (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)

24 ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ। 25 କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center