M’Cheyne Bible Reading Plan
ଯାଜକ ଓ ଲେବୀମାନଙ୍କୁ ସମର୍ଥନ
18 “ଲେବୀୟ ପରିବାରବର୍ଗ ଇସ୍ରାଏଲଙ୍କଠାରୁ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହେବେ, ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ। 2 ସେହି ଲେବୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରୁ ଅଧିକାର ପାଇବେ ନାହିଁ। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସଦାପ୍ରଭୁ ହିଁ ସେମାନଙ୍କର ଅଧିକାର।
3 “ତୁମ୍ଭେମାନେ ଯେତେବେଳେ ବଳିଦାନ କରିବ, ତୁମ୍ଭେମାନେ ଯାଜକଙ୍କୁ ଏହି ଅଂଶ ଯଥା: ଆଗ-ଚଟୁଆ, ଦୁଇଗାଲ ଓ ପାକସ୍ଥଳୀ ଦେବ। 4 ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଆପଣା ତୈଳର, ଆପଣା ମେଷ ଲୋମର ପ୍ରଥମ ଭାଗ ଯାଜକଗଣଙ୍କୁ ନିଶ୍ଚିତ ଦେବ। 5 କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।
6 “ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗରଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯେବେ ଆପଣା ପ୍ରାଣର ସମ୍ପୂର୍ଣ୍ଣ ଇଚ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ। 7 ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ। 8 ଲେବୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ୟଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବେ।
ଇସ୍ରାଏଲୀୟମାନେ ଅନ୍ୟ ଦେଶୀୟମାନଙ୍କ ପରି ରହିବେ ନାହିଁ
9 “ତୁମ୍ଭେମାନେ ଯେତେବେଳେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତୁଲ୍ୟ ଘୃଣ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ତୁମ୍ଭେମାନେ ଶିଖିବା ଉଚିତ୍ ନୁହେଁ। 10 ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ଯଜ୍ଞବେଦି ଅଗ୍ନିରେ ଦଗ୍ଧ କରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଗଣକ କି ମାୟାବିଙ୍କଠାରୁ କିଛି ଶିକ୍ଷା କରିବ ନାହିଁ। 11 ମୋହକ, ଭୂତୁଡ଼ିୟା, ଗୁଣୀ କି ପ୍ରେତ ପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ କେହି ଯେପରି ଦେଖାଯିବ ନାହିଁ। 12 କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି। 13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।
ସଦାପ୍ରଭୁଙ୍କର ବିଶେଷ ଭବିଷ୍ୟଦ୍ବକ୍ତା
14 “ସେହି ଅନ୍ୟ ଦେଶୀୟ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭେମାନେ ଦେଶରୁ ତଡ଼ି ଦେଉଛ। ସେହି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ଯାଦୁକାରୀ କଥା ଶୁଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଏପରି କରିବାକୁ ଦେବେ ନାହିଁ। 15 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟଦ୍ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟଦ୍ବକ୍ତାଙ୍କ କଥାକୁ ପାଳନ କରିବ। 16 ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’
17 “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି। 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। 19 ଏହି ଭବିଷ୍ୟଦ୍ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’
କିପରି ମିଥ୍ୟା ଭବିଷ୍ୟଦ୍ବକ୍ତାକୁ ଜାଣିବ
20 “କିନ୍ତୁ ଯେତେବେଳେ ଜଣେ ଭବିଷ୍ୟଦ୍ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟଦ୍ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟଦ୍ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟଦ୍ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ। 21 ତୁମ୍ଭେମାନେ ଭାବୁଥିବ ଯେ, ‘ଆମ୍ଭେ କିପରି ଜାଣିବୁ ଯେ ଭବିଷ୍ୟଦ୍ବକ୍ତା ଯାହା କହୁଛନ୍ତି ତାହା ପରମେଶ୍ୱରଙ୍କଠାରୁ ଆସୁଛି କି ନାହିଁ।’ 22 ଯଦି କୌଣସି ଭବିଷ୍ୟଦ୍ବକ୍ତା କହେ ସେ ସଦାପ୍ରଭୁଙ୍କ ନାମ ଅନୁସାରେ କହୁଅଛି, କିନ୍ତୁ ସେପରି ଯଦି କିଛି ନ ହୁଏ, ତେବେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାନ୍ତି। ତୁମ୍ଭେମାନେ ଏହା ଜାଣିବ ଯେ ସେହି ଭବିଷ୍ୟଦ୍ବକ୍ତା ଜଣକ ତାଙ୍କର ମନରୁ ଏପରି କହୁଛନ୍ତି। ତୁମ୍ଭେମାନେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
ପରମେଶ୍ୱର ଇସ୍ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
ଏବଂ ସେହି ଭୂମି ତୁମ୍ଭର ହେବ।”
12 ଯେତେବେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତେବେଳେ ପରମେଶ୍ୱର ସେହି ପ୍ରତିଜ୍ଞା କରିଥିଲେ।
ପୁଣି ସେମାନେ ସେହି ଦେଶରେ ପ୍ରବାସୀ ପରି ରହୁଥିଲେ।
13 ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ
ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।
14 କିନ୍ତୁ ପରମେଶ୍ୱର, ସେମାନଙ୍କର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ।
ଆହୁରି ସେ ରାଜଗଣଙ୍କୁ ସେମାନଙ୍କର କ୍ଷତି ନ କରିବା ପାଇଁ କହିଲେ।
15 ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ।
ଏବଂ ଆମ୍ଭର ଭବିଷ୍ୟଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।”
16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ [a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
ସେମାନେ ଏକ ଲୁହାର କଡ଼ା ତା’ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା’ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
27 ପରମେଶ୍ୱର ମୋଶା ଓ ହାରୋଣଙ୍କ ଦ୍ୱାରା
ହାମ ଦେଶରେ ବହୁ ଅଦ୍ଭୂତ କାର୍ଯ୍ୟମାନ କରାଇଲେ।
28 ପରମେଶ୍ୱର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ,
କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ।
29 ସେ ସେମାନଙ୍କର ଜଳକୁ ରକ୍ତ କଲେ
ଓ ସେମାନଙ୍କର ମାଛସବୁ ମରିଗଲେ।
30 ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର
ବେଙ୍ଗରେ ପରିପୂର୍ଣ୍ଣ ହେଲା।
31 ପରମେଶ୍ୱର ଆଜ୍ଞା ଦେଲେ,
ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି
ସବୁଆଡ଼େ ଭର୍ତ୍ତି ହୋଇଗଲେ।
32 ପରମେଶ୍ୱର ସେମାନଙ୍କୁ ବର୍ଷା ବଦଳରେ କୁଆପଥର ବୃଷ୍ଟି କରାଇଲେ
ଏବଂ ଦେଶର ଗ୍ଭରିଆଡ଼େ ବିଜୁଳିର ଅଗ୍ନି ବ୍ୟାପିଗଲା।
33 ପରମେଶ୍ୱର ସେମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ
ଏବଂ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
34 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଓ ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ,
ସେମାନେ ଅସଂଖ୍ୟ ଥିଲେ।
35 ପଙ୍ଗପାଳ ଓ ପତଙ୍ଗ ସେମାନଙ୍କ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ।
ସେମାନେ କ୍ଷେତରୁ ଶସ୍ୟସବୁ ଖାଇ ପକାଇଲେ।
36 ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ
ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।
42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
ଇସ୍ରାଏଲକୁ ମୁକ୍ତ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ
45 ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ ବିଷୟରେ ଏହିକଥା କୁହନ୍ତି,
“ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ
ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା।
ପୁଣି ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ ନାହିଁ।
2 ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା,
ଉଚ୍ଚସ୍ଥାନକୁ ସମାନ କରିବା,
ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା
ଲୌହ ଅର୍ଗଳସବୁ କାଟି ପକାଇବା।
3 ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା।
ତାହାହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ
ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ୱାନ କରୁଥିଲୁ।
ଆମ୍ଭେ ଇସ୍ରାଏଲର ପରମେଶ୍ୱର ଏହା ମଧ୍ୟ ତୁମ୍ଭେ ଜାଣି ପାରିବ।
4 ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ
ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ।
ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ।
ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ।
5 ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ୱିତୀୟ।
ଆମ୍ଭ ବ୍ୟତୀତ ପରମେଶ୍ୱର କେହି ନାହାନ୍ତି।
ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ
ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।
6 ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ସମସ୍ତ ଲୋକେ ଜାଣିବେ ଯେ
ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭେ ସଦାପ୍ରଭୁ
ଓ ଅଦ୍ୱିତୀୟ ଆଉ କେହି ନାହିଁ।
7 ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ୟ ସୃଷ୍ଟି କରୁ।
ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ୟ ସୃଷ୍ଟି କରୁ।
ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।
8 “ହେ ଆକାଶମଣ୍ଡଳ, ତୁମ୍ଭେ ବିଜୟ,
ଧର୍ମ ଓ ନ୍ୟାୟ ମେଘ ଆକାରରେ ବର୍ଷଣ କର।
ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ;
ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ;
ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ।
ପରମେଶ୍ୱର ତାଙ୍କ ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି
9 “ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା’ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ। 10 ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ’ଣ ପିତାକୁ ପ୍ରଶ୍ନ କରୁଛନ୍ତି। ‘ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦେଇଛ?’ ସେମାନେ ମଧ୍ୟ ତାଙ୍କର ମାକୁ ‘କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”’
11 ସଦାପ୍ରଭୁ ଯେ ଇସ୍ରାଏଲର ଧର୍ମସ୍ୱରୂପ ଓ ନିର୍ମାଣ କର୍ତ୍ତା, ସେ ଏହି କଥା କୁହନ୍ତି,
“ହେ ମୋର ସନ୍ତାନଗଣ, ତୁମ୍ଭେମାନେ ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଗ୍ଭର;
ତୁମ୍ଭେମାନେ ଆମ୍ଭ ସନ୍ତାନଗଣ ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।
12 ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ
ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ।
ଆମ୍ଭେ ସ୍ୱହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ
ଓ ତହିଁରେ ସକଳ ସୈନ୍ୟସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ।
13 ଆମ୍ଭେ ତାଙ୍କୁ ଭଲ କାର୍ଯ୍ୟ ଉଦ୍ଦେଶ୍ୟରେ ଜାଗରିତ କରୁ,
ସେ ଆମ୍ଭର ନଗର ନିର୍ମାଣ କରିବ।
ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ।
ସେଥିପାଇଁ ସେ କୌଣସି ମୂଲ୍ୟ ବା ପୁରସ୍କାର ଆମ୍ଭଠାରୁ ନେବ ନାହିଁ।”
ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।
14 ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ,
କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ।
ସେମାନେ ତୁମ୍ଭର ଅନୁସରଣ କରିବେ।
ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ,
ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ,
‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି,
ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି
ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”
15 ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର,
ତୁମ୍ଭେ ନିଶ୍ଚୟ ଆତ୍ମା ଗୋପନକାରୀ ପରମେଶ୍ୱର ଅଟ।,
16 ସେମାନେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହେବେ।
ପ୍ରତିମା ନିର୍ମାଣକାରୀ ସମସ୍ତେ
ଏକା ସଙ୍ଗେ ଅପମାନିତ ହେବେ।
17 ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ;
ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ
କିମ୍ବା ବିବ୍ରତ ହେବ ନାହିଁ।
18 ସଦାପ୍ରଭୁ ହିଁ ପରମେଶ୍ୱର,
ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା,
ସେ ପୃଥିବୀର ମଧ୍ୟ ନିର୍ମାଣକାରୀ,
ସେ ଏହାକୁ ସ୍ଥାପନ କଲେ,
ସେ ତାକୁ ଶୂନ୍ୟପରି ସୃଷ୍ଟି କଲେ ନାହିଁ।
ସେ ତାକୁ ବସତି ପାଇଁ ସ୍ଥାପନ କଲେ।
“ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ୱର କେହି ନାହାନ୍ତି।
19 ଆମ୍ଭେ ଗୋପନରେ କହି ନାହୁଁ
କିମ୍ବା ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ।
ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ;
ତୁମ୍ଭେ ମୋତେ ନଗଣ୍ୟ ଭାବରେ ଅନୁସରଣ କର।
ମୁଁ ସଦାପ୍ରଭୁ, ମୁଁ ସତ୍ୟ କହେ,
ମୁଁ ନ୍ୟାୟ କହେ ଏବଂ ସରଳ କଥା କହେ।”
The Lord Proves He Is the Only God
20 “ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ। 21 ତୁମ୍ଭେମାନେ ଆସ ଓ ତାହା ଉପସ୍ଥିତ କର; ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ।
ବହୁକାଳରୁ “କିଏ ଏହା ଜଣାଇ ଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କ’ଣ ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ଧର୍ମଗୀତ ପରମେଶ୍ୱର ଓ ତ୍ରାଣକର୍ତ୍ତା, ଆମ୍ଭ ଛଡ଼ା ଆଉ କେହି ନାହିଁ। 22 ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭେମାନେ ଆମ୍ଭ ପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ୱର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ।
23 “ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ। 24 ତାହାହେଲେ ଲୋକେ କହିବେ, ‘କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି।’”
ତାଙ୍କ ନିକଟକୁ ସେମାନେ ଆସିବେ। ଯେଉଁମାନେ ତାଙ୍କ ଉପରେ କ୍ରୋଧ କରିଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ। 25 ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧର୍ମପ୍ରାପ୍ତ ହେବେ ଓ ଦର୍ପ କରିବେ।
ଦୂତଙ୍କର ଶେଷ ମହାମାରୀ
15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।
2 ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। 3 ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:
“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”
5 ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। 6 ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। 7 ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। 8 ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।
2010 by World Bible Translation Center