Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 17

କେବଳ ନିଖୁଣ ପ୍ରାଣୀକୁ ବଳି ଉତ୍ସର୍ଗ କର

17 “ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଉତ୍ସର୍ଗ କରିବ ବାଛୁରି ହେଉ କିଅବା ମେଷ ହେଉ, ସେମାନଙ୍କର କୌଣସି ଖୁଣ ନ ଥିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାହାକୁ ଘୃଣା କରନ୍ତି।

ମୂର୍ତ୍ତିପୂଜା ପାଇଁ ଦଣ୍ତ

“ଯଦି କେତେକ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିୟମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମୋ’ ଆଦେଶ ବିରୁଦ୍ଧରେ ଯାଆନ୍ତି, ଯେକୌଣସି ନଗର ମଧ୍ୟରେ ଯେଉଁଗୁଡ଼ିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି ଏବଂ ତାଙ୍କର ନିୟମ ଭଙ୍ଗ କରନ୍ତି। ଏବଂ ଅନ୍ୟ ଦେବଗଣର ସେବା କରନ୍ତି ଓ ସୂର୍ଯ୍ୟ, ଚନ୍ଦ୍ର କିଅବା କୌଣସି ଆକାଶୀୟ ବାହିନୀକୁ ପୂଜା କରନ୍ତି ଯାହା ମୁଁ ଆଦେଶ ଦେଇ ନାହିଁ। ଯଦି ତୁମ୍ଭେମାନେ ଏପରି କିଛି ଶୁଣ, ତେବେ ତୁମ୍ଭେ ଏଗୁଡ଼ିକୁ ଭଲଭାବେ ଅନୁଧ୍ୟାନ କରିବ। ଯଦି ତୁମ୍ଭେ ଜାଣିବ ଏହା ସତ୍ୟ ତେବେ ଜାଣିବ ଇସ୍ରାଏଲର ଘୋର ଅବନତୀ ଘଟିଛି। ଯଦି ତୁମ୍ଭେ ପ୍ରମାଣ କଲ ଏପରି ଘଟିଛି। ତେବେ ଏପରି ଅପକର୍ମ କରିଥିବା ସେହି ଲୋକଙ୍କୁ ଦଣ୍ତିତ କରିବ। ତୁମ୍ଭେ ସେହି ଲୋକଟିକୁ ନଗରଦ୍ୱାର ବାହାରକୁ ଆଣି ପଥର ଫିଙ୍ଗି ତାକୁ ସମସ୍ତଙ୍କ ଆଗରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହୋଇଥାଉ କେବଳ ଜଣେ ସାକ୍ଷୀ ପାଇଲେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍ ନୁହଁ। କିନ୍ତୁ ଯଦି ତା’ର ଦୁଇଟି ବା ଦୁଇଟିରୁ ଅଧିକ ସାକ୍ଷୀ ଥାଏ ତେବେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍। ସାକ୍ଷୀମାନେ ପ୍ରଥମେ ସେହି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହା ପରେ ଅନ୍ୟ ସମସ୍ତ ଲୋକେ ତାକୁ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଷ୍ଟ ଲୋକମାନଙ୍କୁ ବାହାର କରିବ।

ନ୍ୟାୟାଳୟର କଠିନ ନିଷ୍ପତ୍ତି

“ଏପରି କେତେକ ଘଟିପାରେ ଯାହାକି ତୁମ୍ଭମାନଙ୍କ ବିଗ୍ଭର ପାଇଁ ତୁମ୍ଭମାନଙ୍କୁ କଷ୍ଟ ହୋଇପାରେ। ଏପରିକି ରକ୍ତପାତ, ଚୁକ୍ତି ବିବାଦ, ବିବାଦ ମଧ୍ୟରେ ଆଘାତ ଦେଖାଯାଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହୁଏ, ତେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିରୂପିତ ସ୍ଥାନକୁ ସମସ୍ତେ ଆସିବ। ତୁମ୍ଭେ ଲେବୀ ପରିବାରବର୍ଗର ଯାଜକମାନଙ୍କ ପାଖକୁ ଓ ବିଗ୍ଭରକର୍ତ୍ତା ନିକଟକୁ ଯିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭେମାନେ ବୁଝିବ ତହିଁରେ ସେମାନେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ। 10 ତେଣୁ ସଦାପ୍ରଭୁ ମନୋନୀତ ସ୍ଥାନରୁ ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ମର୍ମ ଅନୁସାରେ ତୁମ୍ଭେ କର୍ମ କରିବ। 11 ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଗ୍ଭରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ ଓ ତୁମ୍ଭେମାନେ ସେହିପରି କରିବ। ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତାହାକୁ ବଦଳାଇବ ନାହିଁ।

12 “ଯେଉଁ ବ୍ୟକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ଯିଏ କି ଛିଡ଼ା ହୁଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସେବା କରେ, ତାକୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତେଣୁ ତୁମ୍ଭେ ଇସ୍ରାଏଲରୁ କୁକର୍ମ ବାହାର କରିଦେବା ଉଚିତ୍। 13 ଇସ୍ରାଏଲର ସମସ୍ତ ଲୋକେ ଏକଥା ଶୁଣିବେ, ସେମାନେ ଭୟ କରିବେ ଓ ଆଉ ଏପରି କରିବାକୁ କେହି ସାହସ କରିବେ ନାହିଁ।

କିପରି ରାଜା ବାଛିବ

14 “ତୁମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶମଧ୍ୟକୁ ପ୍ରବେଶ କରିବ। ତୁମ୍ଭେମାନେ ସେଠାରେ ବାସ କରିବ। ଏହା ପରେ ତୁମ୍ଭେମାନେ ଏପରି କହିବ ଯେ, ‘ଅନ୍ୟ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କରିବା।’ 15 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭେମାନେ ଆପଣା ଭାତୃଗଣମାନଙ୍କ ମଧ୍ୟରୁ ଜଣକୁ ଆପଣା ଉପରେ ରାଜାଭାବେ ନିଯୁକ୍ତ କରିବ। ଯିଏ ତୁମ୍ଭର ଭାଇ ନୁହେଁ ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା ଭାବେ ମନୋନୀତ କରିବ ନାହିଁ। 16 କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’ 17 କିଅବା ରାଜାମାନେ ଅନେକ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ, ତେବେ ସେ ବିପଥଗାମୀ ହେବ। ଯେଉଁ ଲୋକ ରାଜା ହେବ, ସେ ଆପଣା ପାଇଁ ଅଧିକ ସୁନା ଓ ରୂପା ରଖିପାରିବ ନାହିଁ।

18 “ଏବଂ ସେ ଯେତେବେଳେ ଶାସନ କରିବାକୁ ସିଂହାସନରେ ବସେ, ଲେବୀୟ ଯାଜକମାନେ ରଖିଥିବା ନଳାକାର ନିୟମ ପୁସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍। 19 ଏବଂ ତାହା ତାଙ୍କ ନିକଟରେ ରହିବ। ଏବଂ ସେ ତାକୁ ଯାବଜ୍ଜୀବନ ପାଠ କରିବ। ତହିଁରେ ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିକ୍ଷା କରିବ। 20 ତାଙ୍କର ହୃଦୟ ଅହଙ୍କାରି ହେବା ଉଚିତ୍ ନୁହଁ। ସେ ନିୟମରୁ ବିମୁଖ ହେବା ଉଚିତ୍ ନୁହଁ। ନିୟମକୁ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତେବେ ସେ ଓ ତା’ର ଭବିଷ୍ୟଦ୍ ବଂଶଧରମାନେ ଇସ୍ରାଏଲରେ ବହୁଦିନ ଧରି ରାଜତ୍ୱ କରିବେ।

ଗୀତସଂହିତା 104

104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
    ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
    ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
    ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
    ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
    ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ।
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
    ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
    ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
    ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
    ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
    ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

10 ପରମେଶ୍ୱର ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
    ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
    ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
    ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
    କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
    ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
    ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
    ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ
    ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।

16 ଲିବାନୋ‌ନ୍‌ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
    ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
    ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
    ଶୈଳସବୁ ଶାଫନର [b] ଆଶ୍ରୟ।

19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
    ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
    ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
    ସେତ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
    ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା’ର କାମକୁ ବାହାରେ
    ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
    ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
    ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
    ତହିଁରେ ଖେଳିବା ପାଇଁ
    ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।

27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
    ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
    ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
    ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
    ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
    ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
    ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
    ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।

33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
    ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 44

ସଦାପ୍ରଭୁ ହିଁ ପରମେଶ୍ୱର

44 “ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ। ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।

“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା। ତେଣୁ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ୟ ବଢ଼ିବାକୁ ଲାଗିବେ।

“ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’”

ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ।

“ତୁମ୍ଭେମାନେ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଭେ ସର୍ବଦା କହିଛୁ ଭବିଷ୍ୟତରେ କ’ଣ ଘଟିବ। ତୁମ୍ଭେମାନେ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରମେଶ୍ୱର ନାହାନ୍ତି। ଅନ୍ୟ ‘ଶୈଳ’ ନାହିଁ। ଆମ୍ଭେ ଜାଣୁ ଆମ୍ଭେ ହିଁ ଏକମାତ୍ର।”

ନିରର୍ଥକ ମିଥ୍ୟା ଦେବତା

ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେ ସବୁ ଅସାର, ଯଦିଓ ଲୋକେ ସେଗୁଡ଼ିକୁ ଆଦର କରନ୍ତି। ସେଗୁଡ଼ିକ ଉପକାରୀ ନୁହନ୍ତି। ସେହି ଲୋକମାନେ ସାକ୍ଷୀ ହେଲେ ବି ସେମାନେ ଲଜ୍ଜିତ ହେବେ। ସେମାନେ କିଛି ଦେଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।

10 କିଏ ଏପରି ଦେବତା ନିର୍ମାଣ କରିଛି ଯିଏ ଅଦରକାରୀ ଏବଂ ହାନିକାରକ? କିଏ ଏପରି ପ୍ରତିମା ଗଠନ କରିଛି? 11 ଯେଉଁ ଶ୍ରମିକଗଣ ସେହି ପ୍ରତିମା ନିର୍ମାଣ କରିଛନ୍ତି, ସେମାନେ ମନୁଷ୍ୟ ମାତ୍ର, ସେମାନେ ପରମେଶ୍ୱର ନୁହନ୍ତି। ସେମାନେ ସମସ୍ତେ ଯଦି ଏକତ୍ରିତ ହୋଇ ଆଲୋଚନା କରିବେ, ତେବେ ସେମାନେ ସମ୍ପୂର୍ଣ୍ଣ ଲଜ୍ଜିତ ହେବେ ଏବଂ କମ୍ପିତ ହେବେ।

12 କର୍ମକାର ପ୍ରତିମା ଗଢ଼ିଲା ବେଳେ ଲାଲ୍ ଉତ୍ତପ୍ତ ଅଙ୍ଗାରରେ କର୍ମ କରେ ଓ ନିଜର ବଳିଷ୍ଠ ବାହୁ ସାହାଯ୍ୟରେ ହାତୁଡ଼ିରେ ତାହାର ଆକାର ତିଆରି କରେ, ଯେତେବେଳେ ସେ କ୍ଷୁଧାର୍ତ୍ତ ହୁଏ, ତା’ର ଶକ୍ତି ହରାଏ ଓ ଜଳପାନ ନ କଲେ ଦୁର୍ବଳ ହୋଇଯାଏ।

13 ଅନ୍ୟ ଜଣେ ଶ୍ରମିକ ସୁତାଧରି ସିନ୍ଦୂରରେ ଚିହ୍ନ ହୋଇ କାଠ ଉପରେ ରନ୍ଦା ବୁଲାଇ ପ୍ରତିମାର ଆକୃତି କରେ। ସେ ତା’ର ହତିଆର ଓ ମାପ ଯନ୍ତ୍ର ବ୍ୟବହାର କରି ଠିକ୍ ମନୁଷ୍ୟ ଆକୃତିର ପ୍ରତିମା ଗଢ଼େ। ସେ ପ୍ରତିମାଗୁଡ଼ିକ ଘରେ କିମ୍ବା ମନ୍ଦିରରେ ରହିବା ପାଇଁ ମନୁଷ୍ୟର ସୁନ୍ଦରତାରେ ମନୁଷ୍ୟର ପ୍ରତିମାରେ ତିଆରି ହୋଇଛି।

14 ସେ ନିଜ ପାଇଁ ଏରସ, ତର୍ସୀ ଓ ଅଲୋନବୃକ୍ଷ କାଟେ। ସେ ସେଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧ୍ୟରେ ବଢ଼ାଇଥାଏ। ମାତ୍ର ସେ ଦେବଦାରୁ ରୋପଣ କରେ, ତେବେ ବର୍ଷା ତାକୁ ବଢ଼ାଇବାରେ ସାହାଯ୍ୟ କରେ।

15 ସେହି ବ୍ୟକ୍ତି ଏରସକୁ ଜାଳେଣି ରୂପେ ବ୍ୟବହାର କରେ। ସେ ତାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଅଗ୍ନି ସଂଯୋଗ କରି ତାପ ପାଏ। ସେ ସେହି ନିଆଁରେ ରୋଟୀ ତିଆରି କରେ, ଆଉ ମଧ୍ୟ ସେହି କାଠର କିଛି ଅଂଶରେ ଦେବତା କରି ତାକୁ ପୂଜା କରେ ଓ ଏକ ଖୋଦିତ ପ୍ରତିମା କରି ତାହା ସମ୍ମୁଖରେ ଦଣ୍ଡବତ କରେ। 16 ଅଧା କାଠ ସେ ଅଗ୍ନିରେ ପୋଡ଼େ ଓ ଅନ୍ୟ ଅର୍ଦ୍ଧେକରେ ସେ ମାଂସ ରାନ୍ଧି ଭୋଜନ କରେ। ସେଥିରେ ସେ ତୃପ୍ତ ହୁଏ। ଆଉ ମଧ୍ୟ ସେ ଅଗ୍ନି ଜାଳି ତାପ ପାଏ ଓ କହେ, “ଆମ୍ଭେ ଉଷ୍ମ ହେଲୁ ଓ ଆମ୍ଭେମାନେ ଆଲୋକ ଦେଖି ପାରିଲୁ।” 17 ଯେଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରହେ ସେ ସେଥିରେ ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ ଓ ତାକୁ ଦେବତା ବୋଲି କହେ। ସେ ତାହା ଆଗରେ ଦଣ୍ଡବତ ହୋଇ ପୂଜା କରେ। ଏବଂ ତାକୁ ପ୍ରାର୍ଥନା କରି କହେ, “ତୁମ୍ଭେ ଆମ୍ଭର ଦେବତା, ଆମ୍ଭକୁ ରକ୍ଷା କର।”

18 ସେହି ଲୋକମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଗ୍ଭର କରନ୍ତି ନାହିଁ। ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଛନ୍ତି। 19 ସେହି ଲୋକମାନେ ଭାବି ନ ଥା’ନ୍ତି। ସେମାନେ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥା’ନ୍ତି। ସେମାନେ ବୁଝନ୍ତି ନାହିଁ ଯେ, “ଅଧା କାଠ ପୋଡ଼ି ଆମ୍ଭେ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରରେ ରୋଟୀ ସେକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶରେ ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାଯୋଗ୍ୟ। ପୁଣି ସେ କାଠ ଆଗରେ ଦଣ୍ଡବତ ହେଲୁ।”

20 ଯେ ଭସ୍ମ ଭୋଜନ କରେ, ସେ ନିଜର ଜୀବନକୁ ରକ୍ଷା କରିପାରେ ନାହିଁ। ମୋ’ ଦକ୍ଷିଣ ହସ୍ତରେ ଏହି ସମସ୍ତ ବିଷୟରେ କ’ଣ କୌଣସି ମିଥ୍ୟା ନାହିଁ? କହିପାରେ ନାହିଁ। “ଏଣୁ ତା’ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।”

ସଦାପ୍ରଭୁ ପ୍ରକୃତ ପରମେଶ୍ୱର, ଇସ୍ରାଏଲକୁ ସାହାଯ୍ୟ କରନ୍ତି

21 “ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେମାନେ ଏହିସବୁ କଥା ସ୍ମରଣ କର।
    ତୁମ୍ଭମାନଙ୍କୁ ଆମ୍ଭେ ସୃଷ୍ଟି କରିଅଛୁ।
ତେଣୁ ତୁମ୍ଭେମାନେ ଆମ୍ଭର ଦାସ।
    ହେ ଇସ୍ରାଏଲ, ଆମ୍ଭକୁ ଭୁଲିବ ନାହିଁ।
22 ମେଘ ସଦୃଶ ତୁମ୍ଭର ପାପକୁ
    ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ।
ପବନରେ ମେଘ ଗ୍ଭଲିଗଲା ପରି
    ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି।
ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ,
    କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।”

23 ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।
    ହେ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ୱନି କର।
ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ବୃକ୍ଷ ସମୂହ,
    ତୁମ୍ଭେମାନେ ସମସ୍ତେ ଉଚ୍ଚ ସ୍ୱରରେ ପ୍ରଭୁଙ୍କର ପ୍ରଶଂସା ଗାନ କର;
କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି
    ଓ ଇସ୍ରାଏଲକୁ ଗୌରବାନ୍ୱିତ କରିବେ।
24 ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି।
    ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ।
ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ
    ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ।
    ଆମ୍ଭର ସହିତ କେହି ନାହିଁ।”

25 ଆମ୍ଭେ ମିଥ୍ୟାବାଦୀମାନଙ୍କର ମିଥ୍ୟାକୁ ପ୍ରମାଣ କରୁ। ଆମ୍ଭେ ନିର୍ବୋଧମାନଙ୍କର ଯାଦୁକାରୀ କାର୍ଯ୍ୟ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓ ସେମାନଙ୍କର ଜ୍ଞାନକୁ ଅଜ୍ଞାନତାରେ ପରିଣତ କରୁ। 26 ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ।

ଯିହୁଦା ପୁନଃନିର୍ମାଣ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ

ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି,
    “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ।
    ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”
27 “ଆମ୍ଭେ ଗଭୀର ଜଳକୁ ଶୁଷ୍କ ହେବାକୁ କହୁ
    ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦେଉ।”
28 ଆମ୍ଭେ କୋରସ୍ ବିଷୟରେ କହୁ,
    “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ।
ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’
    ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14

ମୁକ୍ତପ୍ରାପ୍ତ ଲୋକଙ୍କର ଗୀତ

14 ତା’ପରେ ମୁଁ ମୋ’ ସମ୍ମୁଖରେ ମେଷଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହୋଇଥିଲେ। ତାହାଙ୍କ ସହିତ 144,000 ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲେଖାଥିଲା।

ମୁଁ ସ୍ୱର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ୱର ଶୁଣିଲି। ଏହା ବୀଣାବାଦକମାନେ ସେମାନଙ୍କର ବୀଣାବାଦନ କରିବାପରି ମନେ ହେଲା। ଏହି ଲୋକମାନେ ସିଂହାସନ ସମ୍ମୁଖରେ ଗ୍ଭରି ଜଣ ଜୀବନ୍ତ ପଶୁଙ୍କ ସମ୍ମୁଖରେ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କେବଳ 144,000 ଜଣ ଲୋକମାନଙ୍କ ଛଡ଼ା କେହିହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

ଏହି 144,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ୟଭିଗ୍ଭରପାପ କରି ନାହାନ୍ତି। ସେମାନେ ନିଜକୁ କୁମାରୀକନ୍ୟା ତୁଲ୍ୟ ପବିତ୍ର କରି ରଖିଛନ୍ତି। ମେଷଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସେମାନେ ତାହାଙ୍କର ଅନୁସରଣ କରନ୍ତି। ଏହି 144,000 ଜଣ ମନୁଷ୍ୟଜାତି ମଧ୍ୟରୁ ମୁକ୍ତି ପାଇଛନ୍ତି। ସେମାନେ ପରମେଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଫଳ ସ୍ୱରୂପେ ଉତ୍ସର୍ଗୀକୃତ ହୋଇଛନ୍ତି। ସେମାନେ କେବେ ମିଥ୍ୟା କହନ୍ତି ନାହିଁ। ସେମାନେ ସର୍ବଦା ନିର୍ଦ୍ଦୋଷ।

ତିନି ଜଣ ସ୍ୱର୍ଗଦୂତ

ତା’ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତ ଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦେବା ପାଇଁ ସେହି ସ୍ୱର୍ଗଦୂତଙ୍କ ପାଖରେ ଏକ ଅନନ୍ତକାଳୀନ ସୁସମାଗ୍ଭର ଥିଲା। ସେହି ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ କହିଲେ, “ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ୱରଙ୍କ ଦ୍ୱାରା ଲୋକମାନଙ୍କୁ ବିଗ୍ଭର କରିବା ସମୟ ଉପସ୍ଥିତ। ପରମେଶ୍ୱରଙ୍କର ଉପାସନା କର। ସେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।”

ତା’ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”

ତା’ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ୱରରେ ଅନୁସରଣ କରି କହିଲେ, “ଯଦି କେହି ଲୋକ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା’ ନିଜ କପାଳରେ ଓ ହାତରେ ତା’ର ଚିହ୍ନ ଧାରଣ କରେ, 10 ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ। 11 ସେମାନଙ୍କ ଯନ୍ତ୍ରଣାର ଧୂଆଁ ସବୁବେଳ ପାଇଁ ଉଠୁଥିବ। ସେମାନଙ୍କୁ ଯନ୍ତ୍ରଣାରୁ ଦିନରାତି କେବେ ହେଲେ ଆରାମ ମିଳିବ ନାହିଁ, କାରଣ ସେମାନେ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି। 12 ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।

13 ତା’ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।”

ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”

ପୃଥିବୀରୁ ଶସ୍ୟ କଟା ହେବ

14 ତା’ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା। 15 ତା’ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।” 16 ତେଣୁ ମେଘ ଉପରେ ଯିଏ ବସିଥିଲେ, ସେ ପୃଥିବୀର ଶସ୍ୟରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ୟ କଟାଗଲା।

17 ତା’ପରେ ଆଉ ଜଣେ ସ୍ୱର୍ଗ ଦୂତ ସ୍ୱର୍ଗର ମନ୍ଦିର ଭିତରୁ ଆସିଲେ। ତାହାଙ୍କର ମଧ୍ୟ ଗୋଟିଏ ଧାରୁଆ ଦାଆ ଥିଲା। 18 ତା’ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।” 19 ତା’ପରେ ସ୍ୱର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ୱରଙ୍କର କ୍ରୋଧ ରୂପ ଦ୍ରାକ୍ଷାପେଷା କୁଣ୍ଡରେ ସେଗୁଡ଼ିକୁ ପକାଇ ଦେଲେ। 20 ନଗର ବାହାରେ ଦ୍ରାକ୍ଷା ଫଳ ସବୁ ସେହି ଦ୍ରାକ୍ଷାପେଷା କୁଣ୍ଡରେ ଚିପୁଡ଼ା ହେଲା। ସେହି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ଯ୍ୟନ୍ତ ଉପରକୁ ଉଠି 300 କିଲୋମିଟର ପର୍ଯ୍ୟନ୍ତ ରକ୍ତ ସ୍ରୋତ ହୋଇ ବହିବାରେ ଲାଗିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center