M’Cheyne Bible Reading Plan
ନିସ୍ତାରପର୍ବ
16 “ଆବୀବ ମାସର ପର୍ବକୁ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ନିସ୍ତାରପର୍ବ ପାଳନ କର। କାରଣ ଆବୀବ ମାସରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ରାତ୍ରିକାଳରେ ମିଶରରୁ ବାହାର କରି ଆଣିଲେ। 2 ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି। 3 ତୁମ୍ଭେମାନେ ଏହି ପର୍ବରେ ଖମିର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ। 4 ଏବଂ ସାତ ଦିନ ତୁମ୍ଭର ସବୁଆଡ଼େ ତାଡ଼ି ଦେଖା ନ ଯାଉ। ପ୍ରଥମ ଦିନର ସନ୍ଧ୍ୟା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
5 “ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦେବେ ତହିଁର କୌଣସି ନଗର ମଧ୍ୟରେ ତୁମ୍ଭେମାନେ ନିସ୍ତାରପର୍ବୀୟ ବଳି ଉତ୍ସର୍ଗ କରିବା ଉଚିତ୍ ନୁହେଁ। 6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେଠାରେ ନିସ୍ତାରପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସନ୍ଧ୍ୟା ସମୟର, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସେହି ସମୟରେ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଅଣା ହୋଇଥିଲା। 7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହୁଁ ତୁମ୍ଭେ ପ୍ରଭାତରେ ଆପଣା ତମ୍ବୁକୁ ଫେରିଯିବ। 8 ତୁମ୍ଭେମାନେ ଛଅ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ। ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
ସପ୍ତାହର ପର୍ବ
9 “ତୁମ୍ଭେମାନେ କ୍ଷେତ୍ରର ଶସ୍ୟ ଛେଦନ କରିବାର ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ। 10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ୱେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ। 11 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣ୍ଣୟ କରିବେ, ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ତୁମ୍ଭର କନ୍ୟା ଓ ତୁମ୍ଭର ଦାସ ଦାସୀ, ତୁମ୍ଭ ନଗର ଦ୍ୱାରର ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ। 12 ପୁଣି ତୁମ୍ଭେ ଯେ ମିଶରରେ ଦାସ ଥିଲୁ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
କୁଟୀର ପର୍ବ
13 “ତୁମ୍ଭେମାନେ ଯେତେବେଳେ ଖଳାରୁ ଶସ୍ୟ ସଂଗ୍ରହ କରି ସାରିଲା ପରେ ଓ ଯେତେବେଳେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ସଂଗ୍ରହ କଲାପରେ ସାତ ଦିନ ପାଇଁ କୁଟୀରପର୍ବ ପାଳନ କରିବ। 14 ଉତ୍ସବ ସମୟରେ ତୁମ୍ଭେ ଓ ତୁମ୍ଭ ପୁତ୍ର, କନ୍ୟା, ଦାସ, ଦାସୀ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ। 15 ସଦାପ୍ରଭୁଙ୍କର ମନୋନୀତ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହେବା ଉଚିତ୍।
16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାରପର୍ବ ଓ ସପ୍ତାହ ସମୂହର ପର୍ବ ସମୟରେ ଓ କୁଟୀର ପର୍ବ ସମୟରେ ମାତ୍ର ସେମାନେ ତୁଚ୍ଛା ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ଉଚିତ୍ ନୁହଁ। 17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
ଲୋକମାନଙ୍କ ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀଗଣ
18 “ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ୱାରା ଦତ୍ତ ସମସ୍ତ ସହର ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରତ୍ୟେକ ଗୋଷ୍ଠୀୟ ଏପରି କରିବା ଉଚିତ୍। ଏବଂ ସେହି ଲୋକମାନେ ସେମାନଙ୍କୁ ଶାସନ କରିବେ ଓ ନ୍ୟାୟ ସୁରକ୍ଷିତ କରିବେ। 19 ତୁମ୍ଭେ ସର୍ବଦା ନ୍ୟାୟବାନ ହେବ। ନ୍ୟାୟରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭେମାନେ ଉତ୍କୋଚ ନେଇ ଅନ୍ୟାୟ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। 20 ଯାହା ସର୍ବୋତଭାବେ ଯଥାର୍ଥ, ତୁମ୍ଭେ ତା’ର ଅନୁଗାମୀ ହୁଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
ପ୍ରତିମାଗୁଡ଼ିକୁ ପରମେଶ୍ୱର ଘୃଣା କରନ୍ତି
21 “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ। 22 ମୂର୍ତ୍ତିଗୁଡ଼ିକ ସକାଶେ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଘୃଣା କରନ୍ତି।
ଦାଉଦଙ୍କର ଏକ ଗୀତ।
103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
2 ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
3 ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
4 ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
5 ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
ଯୁବକ କରନ୍ତି।
6 ସଦାପ୍ରଭୁ ନ୍ୟାୟବାନ୍।
ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
7 ପରମେଶ୍ୱର ମୋଶାଙ୍କୁ ଆପଣା ପଥ
ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
9 ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
ତୁମ୍ଭେମାନେ ତାଙ୍କର ସେବକ ଅଟ।
ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ସର୍ବଦା ତାଙ୍କ ସନ୍ତାନଙ୍କ ସହବର୍ତ୍ତୀ
43 ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର। 2 ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦଗ୍ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ। 3 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଇସ୍ରାଏଲ ଧର୍ମସ୍ୱରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ୟ ସ୍ୱରୂପରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କୂଶ୍ ଓ ଶିବାଦେଶ ଦେଇଅଛୁ। 4 ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।
5 “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା। 6 ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ। 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।
8 ପରମେଶ୍ୱର କୁହନ୍ତି, “ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସେହି ଲୋକଙ୍କୁ ବାହାର କରି ଆଣ। 9 ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”
10 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ତୁମ୍ଭେମାନେ ମୋର ମନୋନୀତ ଦାସ। କାରଣ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ ରଖନ୍ତୁ ବୋଲି ପ୍ରଗ୍ଭର କରିବ ଓ ‘ଆମ୍ଭେ ସେହି ଅଟୁ’ ବୋଲି ସେମାନେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ୱର, ପୂର୍ବରୁ କେହି ପରମେଶ୍ୱର ନ ଥିଲେ କି ପରେ କେହି ଈଶ୍ୱର ହେବେ ନାହିଁ। 11 ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ୟତୀତ ତ୍ରାଣକର୍ତ୍ତା କେହି ନାହାନ୍ତି। 12 ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧ୍ୟରେ କେହି ବିଦେଶୀୟ ଦେବତା ନ ଥିଲେ, ଆମ୍ଭେ ଦେଖାଇଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13 “ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ୱର ହୋଇ ରହିବୁ। ଆମ୍ଭେ ଯାହା କରିବୁ କେହି ତାହା ଅନ୍ୟଥା କରି ପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କେହି ହେଲେ ଅନ୍ୟଜଣକୁ ରକ୍ଷା କରି ପାରିବ ନାହିଁ।”
14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କଲ୍ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ। 15 ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”
ପରମେଶ୍ୱର ତାଙ୍କ ଲୋକଙ୍କୁ ପୁନର୍ବାର ରକ୍ଷା କରିବେ
16 ସଦାପ୍ରଭୁ ସମୁଦ୍ରରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧ୍ୟରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି, 17 “ଯେଉଁ ଲୋକମାନେ ରଥ, ଅଶ୍ୱ, ସୈନ୍ୟ ଓ ବୀରଗଣଙ୍କୁ ନେଇ ମୋ’ ବିପକ୍ଷରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସେମାନେ କେବେ ଉଠିବେ ନାହିଁ। ସେମାନେ ଧ୍ୱଂସ ହେବେ ଓ ଛଣପଟ ପରି ଲିଭିଯିବେ। 18 ତେଣୁ ଆଦ୍ୟରେ ଘଟିଥିବା ବିଷୟକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷୟକୁ ବିବେଚନା କର ନାହିଁ। 19 କାରଣ ଆମ୍ଭେ ନୂତନ କାର୍ଯ୍ୟ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହେବ। ତୁମ୍ଭେ ଏହା ସତ୍ୟ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ୟ ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା। 20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। 21 ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
22 “ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହୋଇଅଛ। 23 ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମେଷଗୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ୱାରା ଆମ୍ଭର ଅଭ୍ୟର୍ଥନା କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ୟବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରି ନାହୁଁ। 24 ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ୟ କ୍ରୟ କରିବାକୁ ରୌପ୍ୟ ମୁଦ୍ରା ଦେଇ ନାହଁ। କିମ୍ବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ୱାରା ଆମ୍ଭକୁ ଦାସ୍ୟ କର୍ମ କରାଇଛ ଓ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।
25 “ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ। 26 ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ। 27 ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳରେ ଗଲେ। 28 ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦେବା ଓ ଇସ୍ରାଏଲକୁ ନିନ୍ଦିତ କରିବା।
ଦୁଇଟି ପଶୁ
13 ତା’ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତୋଟି ମୁଣ୍ଡ ଥିଲା। ପ୍ରତ୍ୟେକ ଶିଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରତ୍ୟେକ ମସ୍ତକରେ ପରମେଶ୍ୱରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲେଖାଯାଇଥିଲା। 2 ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା’ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସେହି ବିଶାଳ ସାପ ସମୁଦ୍ରକୂଳରେ ରହି ତା’ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦେଲା।
3 ତାହାର ମସ୍ତକଗୁଡ଼ିକ ମଧ୍ୟରୁ ଗୋଟିଏ ମସ୍ତକ ଆଘାତ ପ୍ରାପ୍ତ ହୋଇଥିବା ପରି ଓ ମରାଯାଇଥିବା ପରି ଦେଖାଗଲା। କିନ୍ତୁ ତା’ର ମାରାତ୍ମକ କ୍ଷତ ଭଲ ହୋଇଯାଇଥିଲା। ପୃଥିବୀର ସବୁ ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ସେହି ପଶୁର ଅନୁଗମନ କଲେ। 4 ଲୋକମାନେ ସେହି ସାପକୁ ପୂଜା କଲେ, କାରଣ ସେ ତା’ର କ୍ଷମତା ପଶୁକୁ ଦାନ କରିଦେଇଥିଲା। ଲୋକମାନେ ସେହି ପଶୁକୁ ମଧ୍ୟ ପୂଜା କଲେ। ସେମାନେ କହିଲେ, “ଏହି ପଶୁ ଭଳି ଶକ୍ତିଶାଳୀ କିଏ ଅଛି? ତା’ ବିରୁଦ୍ଧରେ କିଏ ଯୁଦ୍ଧ କରି ପାରିବ?”
5 ସେହି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବୟାଳିଶ୍ ମାସ ପର୍ଯ୍ୟନ୍ତ ତା’ର କ୍ଷମତା ପ୍ରୟୋଗ କରିବା ପାଇଁ ଅନୁମତି ଦିଆଗଲା। 6 ସେହି ପଶୁ ପରମେଶ୍ୱରଙ୍କ ବିରୁଦ୍ଧରେ ଖରାପ କଥା କହିବା ପାଇଁ ମୁହଁ ଖୋଲିଲା। ସେ ପରମେଶ୍ୱରଙ୍କର ନାମ ବିରୁଦ୍ଧରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧରେ ଓ ଯେଉଁମାନେ ସ୍ୱର୍ଗରେ ରହୁଥିଲେ, ସେମାନଙ୍କ ବିରୁଦ୍ଧରେ ଖରାପ କଥାମାନ କହିଲା। 7 ତାହାକୁ ପରମେଶ୍ୱରଙ୍କ ପବିତ୍ର ଲୋକ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା। 8 ପୃଥିବୀରେ ରହୁଥିବା ସମସ୍ତ ଲୋକମାନେ ସେହି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇ ନାହିଁ। ଏହି ମେଷଶାବକଙ୍କୁ ବଧ କରାଯାଇଥିଲା।
9 ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍।
10 ଯେଉଁ ବ୍ୟକ୍ତିର ବନ୍ଦୀ ହେବାର ଅଛି,
ତେବେ ସେ ବନ୍ଦୀ ହେବ।
ଯେଉଁ ବ୍ୟକ୍ତିର ମୃତ୍ୟୁ ଖଣ୍ଡା ଦ୍ୱାରା ହେବାର ଅଛି,
ତେବେ ସେ ଲୋକ ଖଣ୍ଡାରେ ମୃତ୍ୟୁବରଣ କରିବ।
ଏହି ସମୟରେ, ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ରହିବା ଉଚିତ୍।
ପୃଥିବୀ ମଧ୍ୟରୁ ପଶୁ
11 ତା’ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା’ର ମେଷ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା। 12 ଏହି ପଶୁ ପ୍ରଥମପଶୁ ସାମନାରେ ଠିଆ ହେଲା ଓ ପ୍ରଥମପଶୁଠାରେ ଥିବା ସମସ୍ତ କ୍ଷମତା ଭଳି କ୍ଷମତା ବ୍ୟବହାର କଲା। ସେ ପ୍ରଥମ ପଶୁକୁ ପୂଜା କରିବା ପାଇଁ ସମଗ୍ର ପୃଥିବୀବାସୀଙ୍କୁ ବାଧ୍ୟ କଲା। ସେହି ପ୍ରଥମପଶୁର ମାରାତ୍ମକ କ୍ଷତ ସୁସ୍ଥ ହୋଇଯାଇଥିଲା। 13 ଏହି ଦ୍ୱିତୀୟ ପଶୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରେ। ଲୋକମାନେ ଦେଖୁଥିଲାବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।
14 ଦ୍ୱିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଏ। ସେ ଯେଉଁ କ୍ଷମତା ପାଇଥିଲା, ତା’ ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହିସବୁ ଆଶ୍ଚର୍ଯ୍ୟକର୍ମମାନ କରେ। ଦ୍ୱିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦେବା ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦେଲା। ଏହି ପଶୁ ଖଣ୍ଡାରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା। 15 ଦ୍ୱିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦେବା ପାଇଁ କ୍ଷମତା ଦିଆ ଯାଇଥିଲା। ତା’ପରେ ସେହି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସେମାନଙ୍କୁ ମୃତ୍ୟୁଦଣ୍ଡର ଆଦେଶ ଦେବ। 16 ଦ୍ୱିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ୱାଧୀନ ଓ ପରାଧୀନ ନିର୍ବିଶେଷରେ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା ସେମାନଙ୍କ କପାଳରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ୟ କଲା। 17 ଯେଉଁ ମନୁଷ୍ୟ ସେହି ପଶୁର ନାମ କିମ୍ବା ତାହାର ନାମର ସଂଖ୍ୟା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରି ପାରିବ ନାହିଁ।
18 ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟାର ଅର୍ଥକୁ ଠିକ୍ ରୂପ ଦେଇ ପାରିବ। ଏଥିପାଇଁ ବୁଦ୍ଧି ଆବଶ୍ୟକ କାରଣ ଏହି ସଂଖ୍ୟା ଗୋଟିଏ ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି 666।
2010 by World Bible Translation Center