M’Cheyne Bible Reading Plan
ସଦାପ୍ରଭୁଙ୍କର ଉପାସନାସ୍ଥଳ
12 “ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ। 2 ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ। 3 ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି ସବୁକୁ ଅଗ୍ନିରେ ଦଗ୍ଧ କରିବ। ସେମାନଙ୍କର ଖୋଦିତ ଦେବ ପ୍ରତିମାଗଣକୁ ହାଣି ପକାଇବ। ସେ ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।
4 “ସେହି ଲୋକମାନେ ସେମାନଙ୍କର ଦେବଗଣଙ୍କୁ ସେମାନେ ପୂଜା କଲାପରି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ସେହି ଉପାସନା କର ନାହିଁ। 5 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍। 6 ତୁମ୍ଭେମାନେ ସେହି ସ୍ଥାନକୁ ନିଜ ନିଜ ହୋମବଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀୟ ଉପହାର ନିଜ ନିଜ ମାନତ ଦ୍ରବ୍ୟ, ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଓ ନିଜ ନିଜ ପଶୁପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ। 7 ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।
8 “ଏପରି ତୁମ୍ଭେମାନେ କର ନାହିଁ, ଯାହାର ଦୃଷ୍ଟିରେ ଯାହା ଭଲ, ସେହିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନରେ କରୁଅଛୁ। 9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ। 10 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସେଠାକୁ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ପାର ହୋଇଯିବ ଓ ସେଠାରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଗଣଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେବେ, ଏବଂ ତୁମ୍ଭେମାନେ ନିର୍ଭୟରେ ବାସ କରିବ। 11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ। 12 ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ହେତୁ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। 13 ସାବଧାନ ହେବ, ଯେଉଁ ସ୍ଥାନସବୁ ଦେଖିବ ପ୍ରତ୍ୟେକ ସ୍ଥାନରେ ହୋମବଳି ଉତ୍ସର୍ଗ କରିବ ନାହିଁ। 14 ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କେବଳ ସେହି ସ୍ଥାନରେ ତୁମ୍ଭେମାନେ ତୁମ୍ଭମାନଙ୍କର ହୋମବଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଇଛନ୍ତି, ତାହା ସବୁ ସେହିଠାରେ ଉତ୍ସର୍ଗ କରିବା ଉଚିତ୍।
15 “ତୁମ୍ଭେମାନେ ଯେଉଁଠାରେ ବାସ କରିବ, ସେଠାରେ ତୁମ୍ଭେମାନେ କୃଷ୍ଣସାର ଓ ମୃଗ ଜାତୀୟ ସୁସ୍ଥ ପ୍ରାଣୀ ବଧ କରି ଆପଣା ଇଚ୍ଛାମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଶୁଚି ଓ ଅଶୁଚି ଲୋକମାନେ ମଧ୍ୟ ଏହି ମାଂସ ଭକ୍ଷ୍ୟଣ କରି ପାରିବେ। 16 ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ। ଜଳତୁଲ୍ୟ ତାହା ଭୂମିରେ ଢାଳି ଦେବ।
17 “କେତେକ ଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ ଯେଉଁଠାରେ ତୁମ୍ଭେମାନେ ବାସ କରିବ, ସେଗୁଡ଼ିକ ହେଲା, ଯଥା: ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମେଷାଦିର ପ୍ରଥମଜାତ କିମ୍ବା ତୁମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ୟ କିଅବା ତୁମ୍ଭ ସ୍ୱେଚ୍ଛାଦତ୍ତ ନୈବେଦ୍ୟ, କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର। 18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ। 19 ସାବଧାନ ହେବ, ତୁମ୍ଭେମାନେ ଆପଣା ଭୂମିରେ ବାସ କରିବା ଯାଏ ଓ ବଞ୍ଚି ରହିଥିବା ଯାଏ ଲେବୀୟମାନଙ୍କୁ ତ୍ୟାଗ କରିବ ନାହିଁ।
20-21 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକୁ ବଢ଼ାଇବେ। ଯେତେବେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭେମାନେ ହୁଏତ ତାଙ୍କର ମନୋନୀତ ସ୍ଥାନର ବହୁ ଦୂରରେ ବାସ କରୁଥିବ। ଏହା ଯଦି ଅଧିକ ଦୂର ହୁଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହୁଅ, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କର ଦତ୍ତ ଯେକୌଣସି ପଶୁର ମାଂସ ଖାଇ ପାରିବ। ତୁମ୍ଭେମାନେ ସେହି ପଶୁକୁ ନିଅ, ତାକୁ ବଧକର ଓ ନିଜ ଫାଟକ ଭିତରେ ଭୋଜନ କର। ମୁଁ ଯେପରି ଆଜ୍ଞା କଲି, ତୁମ୍ଭେମାନେ ଏପରି କରିବା ଉଚିତ୍। ତୁମ୍ଭେମାନେ ଏହି ମାଂସ ଯେଉଁଠାରେ ବାସ କଲେ ମଧ୍ୟ ସେହିଠାରେ ଖାଇ ପାରିବ। 22 ତୁମ୍ଭେମାନେ କୃଷ୍ଣସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଏହା ଭୋଜନ କରି ପାରିବେ। କୃଷ୍ଣସାର ଓ ମୃଗ ମାଂସ ଭୋଜନ ପରି ଶୁଚି ଲୋକ ଓ ଅଶୁଚି ଲୋକେ ସମସ୍ତେ ଏହାକୁ ଭୋଜନ କରି ପାରିବେ। 23 କିନ୍ତୁ ସାବଧାନ, ସେମାନଙ୍କର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ। 24 ଜଳ ଢାଳିବା ପରି ରକ୍ତକୁ ଭୂମିରେ ଢାଳି ଦେବ। ତାହାକୁ ଖାଇବ ନାହିଁ। 25 ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ।
26 “ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ। 27 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ନିଜ ନିଜର ହୋମବଳି ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ। ତେବେ ତୁମ୍ଭେମାନେ ସେହି ମାଂସ ଭୋଜନ କରିବ। 28 ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।
29 “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେହି ଦେଶସବୁକୁ ଉଚ୍ଛିନ୍ନ କରିବାକୁ ଯାଉଛନ୍ତି, ଯେଉଁମାନଙ୍କର ଭୂମି ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତା’ପରେ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ। 30 ସେମାନଙ୍କୁ ବିନାଶ କଲାପରେ, ତୁମ୍ଭେମାନେ ବହୁତ ସାବଧାନ ହେବା ଉଚିତ୍। ଯେପରି ସେମାନଙ୍କର ଫାନ୍ଦରେ ପଡ଼ି ସେମାନଙ୍କ ଦେବଗଣଙ୍କର ପୂଜା ନ କର। ସାବଧାନ ହୁଅ ଯେ, ତୁମ୍ଭେ ସେମାନଙ୍କର ଦେବତାମାନଙ୍କୁ ଅନୁସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ‘ସେହି ଗୋଷ୍ଠୀମାନେ କିପରି ସେମାନଙ୍କର ଦେବତାମାନଙ୍କୁ ପୂଜା କରୁଥିଲେ, ଆମ୍ଭେମାନେ ମଧ୍ୟ ସେପରି କରିବୁ?, 31 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ସେପରି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକୁ ସଦାପ୍ରଭୁ ଘୃଣା କରନ୍ତି। ସେମାନେ ଆପଣା ଦେବତାଗଣଙ୍କ ଉଦ୍ଦେଶ୍ୟରେ ଆପଣାର ସନ୍ତାନମାନଙ୍କୁ ଅଗ୍ନିରେ ଦଗ୍ଧ କରନ୍ତି।
32 “ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।
97 ସଦାପ୍ରଭୁ ଶାସନ କରନ୍ତି।
ସକଳ ପୃଥିବୀ ଆନନ୍ଦ ହେଉ।
ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ।
2 ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ।
ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।
3 ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି
ତାଙ୍କର ଶତ୍ରୁଗଣକୁ ବିନାଶ କରେ।
4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା,
ଏହା ଦେଖି ଲୋକେ ଭୟ କଲେ।
5 ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ,
ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।
6 ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ
ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।
7 ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି।
ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି।
ସେହି ଲୋକମାନେ ଲଜ୍ଜିତ ହେବେ।
ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
8 ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି।
ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି,
କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
9 ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ।
ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ।
10 ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି!
ସେ ଆପଣା ସଦ୍ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି।
ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି।
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି।
12 ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର।
ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର।
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ଇସ୍ରାଏଲର ଦଣ୍ଡ ସମାପ୍ତି
40 ତୁମ୍ଭର ପରମେଶ୍ୱର ଏହା କୁହନ୍ତି,
“ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ।
2 ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ।
‘ତାହାର ସଂଗ୍ରାମ ଶେଷ ହୋଇଛି
ଓ ତାହାର ପାପକୁ କ୍ଷମା କରାଯାଇଛି।’
ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ
ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।”
3 ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ,
“ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର।
ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚିକ୍କଣ କର।
4 ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର,
ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର।
ବକ୍ର ରାସ୍ତାକୁ ସଳଖ କର
ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।
5 ତାହାହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ।
ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ।
କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।”
6 ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।”
ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?”
ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ।
ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ।
7 ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଳାନ ହୁଏ।
କାରଣ ତାହା ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ।
ତେଣୁ ଲୋକମାନେ ନିଶ୍ଚିତ ତୃଣ ସ୍ୱରୂପ।
8 “ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ,
ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।”
ପରିତ୍ରାଣ: ପରମେଶ୍ୱରଙ୍କ ସୁସମ୍ବାଦ
9 ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର,
ଉଚ୍ଚ ପର୍ବତକୁ ଯାଅ।
ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର।
ଜୋର୍ରେ କୁହ, ଭୟ କର ନାହିଁ।
ଯିହୁଦା ନଗରୀକୁ କୁହ,
“ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।”
10 ଦେଖ, ମୋର ପ୍ରଭୁ ସଦାପ୍ରଭୁ ସମସ୍ତ ପରାକ୍ରମ ନେଇ ଆସୁଛନ୍ତି
ଓ ତାଙ୍କର ବାହୁ ବଳରେ ସେ କର୍ତ୍ତୃତ୍ୱ କରିବେ।
ଦେଖ, ତାଙ୍କ ସହିତ ତାଙ୍କର ପୁରସ୍କାର ଅଛି
ଓ ତାଙ୍କ ଆଗେ ଆଗେ ତାଙ୍କର ପ୍ରତିଫଳ ଅଛି।
11 ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ।
ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ।
ସେମାନଙ୍କର ମାମାନେ ପଛେ ପଛେ ଯିବେ।
ପରମେଶ୍ୱର ଜଗତ ସୃଷ୍ଟି କଲେ; ସେ ଏହାକୁ ଶାସନ କରନ୍ତି
12 କିଏ ନିଜର ହସ୍ତ ପାପୁଲିରେ ସମୁଦ୍ର ଜଳରାଶି ମାପିଅଛି?
କିଏ ନିଜର ହସ୍ତ ଗ୍ଭଖଣ୍ଡରେ ଅନନ୍ତ ଆକାଶକୁ କଳନା କରିଅଛି?
ପୁଣି କିଏ ଗୌଣୀରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି?
କିଏ ପର୍ବତଗୁଡ଼ିକୁ ନିକିତିରେ ଓ ଉପପର୍ବତକୁ ତରାଜୁରେ ତଉଲି ଅଛି?
13 କେହି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦେଇଅଛି କି?
ପୁଣି ମନ୍ତ୍ରୀ ହୋଇ କେହି ତାଙ୍କୁ ନିର୍ଦ୍ଦେଶ ଦେଇଅଛି କି?
14 ସଦାପ୍ରଭୁ କାହାରି ସହିତ ମନ୍ତ୍ରଣା କରିଥିଲେ କି?
କେହି ତାଙ୍କୁ ଶିକ୍ଷା ଦେଇଥିଲା କି?
କିଏ ତାଙ୍କୁ ବିଗ୍ଭରର ପଥ ଶିଖାଇଲା?
କିଏ ତାଙ୍କୁ ଜ୍ଞାନ ଶିକ୍ଷା ଦେଲା?
ନା, ସଦାପ୍ରଭୁ ବିବେଚନାର ସମସ୍ତ ମାର୍ଗ ଶିକ୍ଷା କରିଥିଲେ।
15 ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ।
ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନେଇ ତାଙ୍କ ତରାଜୁରେ ରଖନ୍ତି, ତେବେ ସେ ସବୁ ନିକିତିରେ ଧୂଳିକଣା ତୁଲ୍ୟ ହେବ।
ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି।
16 ପୁଣି ଲିବାନୋନ୍ର ସମସ୍ତ ବୃକ୍ଷ
ସଦାପ୍ରଭୁଙ୍କ ଜାଳ ପାଇଁ ଯଥେଷ୍ଟ ନୁହେଁ
ଓ ତାହାର ସମସ୍ତ ପଶୁ
ହୋମବଳି ପାଇଁ ଯଥେଷ୍ଟ ନୁହେଁ।
17 ସମସ୍ତ ଗୋଷ୍ଠୀ ପରମେଶ୍ୱରଙ୍କ ତୁଳନାରେ ଅତି ନଗଣ୍ୟ ତୁଚ୍ଛ।
ସେମାନେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ୟ ଗଣ୍ୟ ଅଟନ୍ତି।
People Cannot Imagine What God Is Like
18 ତେବେ ପରମେଶ୍ୱରଙ୍କୁ ତୁମ୍ଭେ କାହା ସହିତ ତୁଳନା କରି ପାରିବ?
ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ? ନା।
19 କେତେକ ବ୍ୟକ୍ତି କାଠ ଓ ପଥରରେ ମୂର୍ତ୍ତି ଗଢ଼ନ୍ତି
ଓ ସେଗୁଡ଼ିକ ଦେବତା ବୋଲି କୁହନ୍ତି।
କେତେଜଣ ଏହାକୁ ଉର୍ବର ମୂର୍ତ୍ତିକାରେ
ଏବଂ ବଣିଆ ତାହା ସୂତାରେ ଛାଉଣି କରେ ଆଉ ତା’ ପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ।
20 ସେ ଖଣ୍ଡିଏ କାଠ ସଂଗ୍ରହ କରେ
ତାହା ଯେପରି ଯିବ ନାହିଁ।
ସେ ଜଣେ ନିଖୁଣ କାରିଗର କରିବାର ବାଛେ।
ଗୋଟିଏ “ପ୍ରତିମା” ନିର୍ମାଣ କରିବାରେ ଯାହାକି ପଡ଼ିଯିବ ନାହିଁ।
21 ତୁମ୍ଭେମାନେ କ’ଣ ଜାଣି ନାହଁ।
ତୁମ୍ଭେମାନେ କ’ଣ ଶୁଣି ନାହଁ?
ଆଦ୍ୟକାଳରୁ ତୁମ୍ଭମାନଙ୍କୁ କ’ଣ ଜଣାଇ ଦିଆଯାଇ ନାହିଁ।
ଏ ଜଗତରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚୟ ଜାଣିଛ।
22 ସଦାପ୍ରଭୁ ପ୍ରକୃତ ପରମେଶ୍ୱର।
ସେ ଭୂମଣ୍ଡଳ ଉପରେ ଉପବିଷ୍ଟ।
ତାଙ୍କ ତୁଳନାରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ।
ସେ ଗ୍ଭନ୍ଦୁଆ ତୁଲ୍ୟ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ୟ ତାକୁ ନିସ୍ତାର କରନ୍ତି।
23 ତାଙ୍କ ସୃଷ୍ଟ ରାଜାମାନଙ୍କୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ।
ପୃଥିବୀରେ ତାଙ୍କ ସୂକ୍ଷ୍ମ ବିଗ୍ଭରକର୍ତ୍ତାମାନଙ୍କୁ ସେ ମୂଲ୍ୟହୀନ କରନ୍ତି।
24 ସେହି ଶାସକଗଣ ରୋପିତ ବୃକ୍ଷ ସଦୃଶ।
ସେମାନଙ୍କର ଚେର ମାଟିକୁ ଯିବା ପୂର୍ବରୁ
ପରମେଶ୍ୱର “ଗ୍ଭରାକୁ” ଫୁଙ୍କି ଦିଅନ୍ତି।
ସେଥିରେ ସେ ମରିଯାଇ ଶୁଷ୍କ ହୋଇଯାଏ।
ଓ ଘୂର୍ଣ୍ଣିବାୟୁ ତାକୁ ନଡ଼ାପରି ଉଡ଼ାଇ ନିଏ।
25 ତେଣୁ ସେହି ପବିତ୍ର ସ୍ୱରୂପ କୁହନ୍ତି, “ଆମ୍ଭେ କ’ଣ କାହା ସହିତ ତୁଳନୀୟ ହୋଇ ପାରିବା?
କାରଣ କେହି ଆମ୍ଭ ସହିତ ସମାନ ନୁହେଁ।”
26 ଆକାଶକୁ ଦେଖ!
କିଏ ସେହି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି?
କିଏ ସେହି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି
ଓ ସେମାନଙ୍କ ନାମ ଧରି ସେମାନଙ୍କୁ ଡାକନ୍ତି?
ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ
ଗୋଟିଏ ମଧ୍ୟ ହଜେ ନାହିଁ।
27 ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ?
ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା ପ୍ରଗ୍ଭର କରୁଛ?
ମୋର ପଥ, “ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି
ଓ ମୋର ବିଗ୍ଭର ପରମେଶ୍ୱରଙ୍କର ଜ୍ଞାନର ଅତୀତ ବୋଲି କହୁଅଛ।”
28 ତୁମ୍ଭେ କ’ଣ ଜାଣି ନାହଁ?
ତୁମ୍ଭେ କ’ଣ ଶୁଣି ନାହଁ?
ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା।
ଅନାଦି ଅନନ୍ତ ପରମେଶ୍ୱର।
ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ।
ତାଙ୍କର ବୁଦ୍ଧି ବୋଧର ଅଗମ୍ୟ।
29 ସେ ଦୁର୍ବଳକୁ ବଳ ଦିଅନ୍ତି
ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।
30 ତରୁଣମାନେ କ୍ଳାନ୍ତ ଓ ଶ୍ରାନ୍ତ ହେବେ
ଓ ଯୁବକମାନେ ଟଳି ପଡ଼ିବେ।
31 ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି,
ସେମାନେ ନୂତନ ବଳ ପାଆନ୍ତି।
ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି।
ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ।
ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ
10 ତା’ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। 2 ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। 3 ସେ ସିଂହ ଗର୍ଜନ ପରି ଜୋର୍ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ।
4 ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।”
5 ତା’ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। 6 ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। 7 କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟଦ୍ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”
8 ତା’ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।”
9 ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” 10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। 11 ତା’ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟଦ୍ବାଣୀ କହିବାକୁ ପଡ଼ିବ।”
2010 by World Bible Translation Center