Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 9

ସଦାପ୍ରଭୁ ଇସ୍ରାଏଲର ସହାୟ ହେବେ

“ହେ ଇସ୍ରାଏଲର ଲୋକମାନେ, ଶୁଣ! ତୁମ୍ଭେମାନେ ଆଜି ଯର୍ଦ୍ଦନ ନଦୀ ପାର ହୋଇ ଯାଉଛ, ଜାତିମାନଙ୍କୁ ତଡ଼ିଦେବା ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସେମାନଙ୍କର ବୃହତ ନଗରଗୁଡ଼ିକ ଏବଂ ସେମାନଙ୍କର ପ୍ରାଚୀରଗୁଡ଼ିକ ଆକାଶକୁ ଛୁଏଁ। ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାୟ ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାରୁ ଏହା ଶୁଣିଅଛ। ଯେ, ‘ସେମାନଙ୍କ ସମ୍ମୁଖରେ କେହି ଛିଡ଼ା ହେବାକୁ ସାହସ କରନ୍ତି ନାହିଁ।’ ଏଣୁ ଆଜି ଏହା ଜ୍ଞାତ ହୁଅ, ଯେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନିସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରେ ନତ କରିବେ। ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ।

“ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲାପରେ ତୁମ୍ଭେ ଏପରି କୁହ ନାହିଁ ଯେ, ‘ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।’ ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ଧାର୍ମିକତା ହେତୁରୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି। ଏହା ତୁମ୍ଭେମାନେ ଜାଣ, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ।

ସଦାପ୍ରଭୁଙ୍କର କ୍ରୋଧକୁ ସ୍ମରଣ କର

“ତୁମ୍ଭେମାନେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୋଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭେମାନେ ତାହା ପାଶୋରି ଯାଅ ନାହିଁ। ତୁମ୍ଭେ ମିଶର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇଅଛ। ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ। ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି। ସେତେବେଳେ ମୁଁ ପର୍ବତରେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲି, ମୁଁ ଖାଦ୍ୟ କିଅବା ଜଳପାନ ମଧ୍ୟ କଲି ନାହିଁ। 10 ତା’ପରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ୟ ଯାହା ସଭାଦିନରେ ପର୍ବତର ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହା ସବୁ ସେଠାରେ ଲିଖିତ ହେଲା।

11 “ଆଉ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତରଫଳକ, ଅର୍ଥାତ ନିୟମର ପ୍ରସ୍ତରଫଳକ ମୋତେ ଦେଲେ। 12 ସଦାପ୍ରଭୁ ମୋତେ କହିଲେ, ‘ଉଠ, ଏସ୍ଥାନରୁ ଶୀଘ୍ର ତଳକୁ ଯାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ତୁମ୍ଭର ସେହି ଲୋକମାନେ ନିଜକୁ ଦୁର୍ନୀତିଗ୍ରସ୍ତ କରିଅଛନ୍ତି। ମୁଁ ସେମାନଙ୍କୁ ଯେଉଁ ପଥ ନିର୍ଦ୍ଦେଶ ଦେଇଥିଲି ତହିଁରୁ ସେମାନେ ଶୀଘ୍ର ବିମୁଖ ହେଲେ। ସେମାନେ ସେମାନଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।’

13 “ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ, ଆଉ ଏମାନେ ଶକ୍ତଗ୍ରୀବ ଲୋକ। 14 ଆମ୍ଭକୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଓ ଆକାଶ ମଣ୍ତଳ ତଳୁ ସେମାନଙ୍କ ନାମ ଲୋପ କରିବା। ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ବଳବତୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।’

ସୁବର୍ଣ୍ଣ ବାଛୁରି

15 “ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜଳୁଥିଲା। ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳ ମୋର ଦୁଇ ହସ୍ତରେ ଥିଲା। 16 ଆଉ ମୁଁ ଦେଖିବାକୁ ପାଇଲି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଅଛ। ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଅଛ। 17 ତେଣୁ ମୁଁ ସେହି ପ୍ରସ୍ତରଫଳକ ଦ୍ୱୟକୁ ତଳେ ଫିଙ୍ଗି ଦେଲି ଏବଂ ତାହା ତୁମ୍ଭମାନଙ୍କ ସମ୍ମୁଖରେ ଭାଙ୍ଗିଗଲା। 18 ତୁମ୍ଭେମାନେ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ଯାହାକି ସଦାପ୍ରଭୁଙ୍କୁ କ୍ରୋଧିତ କଲା, ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁଁ ଅନ୍ନ ଭୋଜନ କିଅବା ଜଳପାନ କଲି ନାହିଁ। 19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ତତା ଆଗରେ ମୁଁ ଭୟ କଲି, ମାତ୍ର ସଦାପ୍ରଭୁ ସେଥିରେ ମଧ୍ୟ ମୋର କଥା ଶୁଣିଲେ। 20 ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ, ମୁଁ ସେ ସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି। 21 ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦ‌‌ଗ୍‌‌ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦ‌‌ଗ୍‌‌ଧ କଲି। ତା’ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା’ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା।

ଇସ୍ରାଏଲକୁ କ୍ଷମା କରିବା ପାଇଁ ମୋଶା ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ

22 “ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋ‌‌‌ତ୍‌‌‌ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ। 23 ଏହା ପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ଅଧିକାର କର।’ ସେ ସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାରେ ବିଦ୍ରୋହାଗ୍ଭରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ କଥା ଶୁଣିଲ ନାହିଁ। 24 ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇ ଆସିଅଛ।

25 “ଏହିପରି ମୁଁ, ମୁହଁ ମାଡ଼ି ଗ୍ଭଳିଶ୍ ଦିନ ଗ୍ଭଳିଶ୍ ରାତି ସଦାପ୍ରଭୁଙ୍କ ସମ୍ମୁଖରେ ପଡ଼ି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ। 26 ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ‘ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ। ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ୍ ହସ୍ତଦ୍ୱାରା ମିଶରରୁ ବାହାର କରି ଆଣିଅଛ। 27 ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ୟତା ପ୍ରତି କି ସେମାନଙ୍କ ଦୁଷ୍ଟତା ପ୍ରତି କିଅବା ସେମାନଙ୍କର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ। 28 ସେହି ଦେଶ, ଯେଉଁ ଦେଶରୁ ତୁମ୍ଭେ ସେମାନଙ୍କୁ ବାହାର କରି ଆଣିଛ ତୁମ୍ଭ ବିଷୟରେ କହିବ। ସେମାନେ କହିବେ, “ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇଯିବାକୁ ସମର୍ଥ ହେଲେ ନାହିଁ ଏବଂ ସେ ସେମାନଙ୍କୁ ଯେହେତୁ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତରରେ ସେମାନଙ୍କୁ ହତ୍ୟା କରିବାକୁ ବାହାର କରି ଆଣିଛନ୍ତି।” 29 ତଥାପି ସେମାନେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସେମାନଙ୍କ ଉପରେ ଅଛି। ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁଦ୍ୱାରା ବାହାର କରି ଆଣିଅଛ।’

ଗୀତସଂହିତା 92-93

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍।
    ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ,
    କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ।
ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି
    ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି।
    ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।

ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ।
    ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ।
10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ।
    ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି।
ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ।
    ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
11 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି।
    ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

93 ସଦାପ୍ରଭୁ ରାଜା ଅଟନ୍ତି।
    ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
    ଏହା ଯେପରି ଟଳମଳ ହୋଇ ନ ଯାଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
    ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
    ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
    ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
    ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 37

ହିଜକିୟଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା

37 ରାଜା ହିଜକିୟ ସେ ସମସ୍ତ ଶୁଣିଲା ପରେ ନିଜର ବସ୍ତ୍ର ଚିରି ଓ ଅଖା ଘୋଡ଼ି ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ପୁଣି ହିଜକିୟ ରାଜା ଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଗି‌‌‌ବ୍‌‌‌ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ପିନ୍ଧାଇ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ। ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁଯୋଗ ଓ ଅପମାନର ଦିନ, କାରଣ ଜନ୍ମ ହେବାକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‌ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।”

5-6 ରାଜା ହିଜକିୟଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ପହଞ୍ଚିଲେ। ଯିଶାଇୟ ସେମାନଙ୍କୁ କହିଲେ, “ଏହି କଥା ତୁମ୍ଭର ପ୍ରଭୁ ହିଜକିୟଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ‘ଅଶୂର ରାଜାର ଦାସମାନେ “ବାଳକମାନଙ୍କୁ” ନିନ୍ଦା କରିବାର ଯେଉଁ କଥା ଶୁଣିଅଛ! ତହିଁରେ ଭୟଭୀତ ହୁଅ ନାହିଁ। ଦେଖ, ଆମ୍ଭେ ଅଶୂରୀୟ ରାଜା ମଧ୍ୟରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫେରିଯିବ। ସେତେବେଳେ ତାହାରି ନିଜ ଦେଶରେ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ନିପାତ କରିବା।”’

ଅଶୂରୀୟ ସୈନ୍ୟବାହିନୀ ଯିରୁଶାଲମ ତ୍ୟାଗ କରନ୍ତି

ପ୍ରଧାନ ସେନାପତି ଫେରିଗଲେ ଏବଂ ସେତେବେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀ‌‌‌ଶ୍‌‌‌ର ସେନା ଛାଉଣି ଛାଡ଼ିଛନ୍ତି। ସେନାପତି ଲି‌‌‌ବ୍‌‌‌ନାରେ ରାଜା ଯୁଦ୍ଧ କରୁଥିବାର ଦେଖିଲା। ଅଶୂରର ରାଜା ଶୁଣିବାକୁ ପାଇଲେ, “ରାଜା ତିହୀକ କୂଶ ଦେଶରେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି,” ଯେତେବେଳେ ଅଶୂରର ରାଜା ଏ କଥା ଶୁଣିଲେ,

ସେ ହିଜକିୟ ପାଖକୁ ଦୂତଗଣ ପଠାଇଲେ ଏବଂ କହିଲେ, 10 ହିଜକିୟକୁ ଏହିକଥା କହିବା ପାଇଁ ସେ ଦୂତଗଣ ପଠାଇଛନ୍ତି,

“ଯିରୁଶାଲମ ଅଶୂରୀୟ ରାଜାଙ୍କର ହସ୍ତଗତ ହେବ ନାହିଁ। ‘ଏହିକଥା କହି ତୁମ୍ଭ ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ଯେପରି ନ ଭୁଲାନ୍ତି।” 11 ଦେଖ, ଅଶୂରୀୟ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି, ତାହା ତୁମ୍ଭେମାନେ ଶୁଣିଅଛ। ଆଉ ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? 12 ମୋର ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେ‌‌‌ତ୍‌‌‌ଶଫ୍ ଦେଶୀୟମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କ’ଣ ସେମାନଙ୍କୁ ଉଦ୍ଧାର କଲେ? 13 ହମାତ, ଅର୍ପଦ, ସଫର୍ବୟିମ ନଗର, ହେନା ଓ ଅବ୍ବା ରାଜା କାହାନ୍ତି? ସେମାନେ ସମସ୍ତେ ବିନାଶ ହୋଇଛନ୍ତି।’”

ହିଜକିୟ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ

14 ହିଜକିୟ ଦୂତଙ୍କଠାରୁ ଏକ ଲେଖା ନେଲେ ଓ ପାଠ କଲେ। ତା’ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ପ୍ରାର୍ଥନା କରି କହିଲା। 15 ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, 16 “ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଯେ କି କିରୂବଗଣ ଉପରେ ଉପବିଷ୍ଟା ତୁମ୍ଭେ କେବଳ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ଏହି ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। 17 ହେ ସଦାପ୍ରଭୁ ଦୟାକରି କର୍ଣ୍ଣ ଦେଇ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖୋଲି ଦେଖ। ପୁଣି ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ସ‌‌‌ନ୍‌‌‌ହେରୀବ ଯାହାକିଛି ପଠାଇଛି, ତାହାର ସେହିସବୁ କଥା ଶୁଣ। 18 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରୀୟ ରାଜାମାନେ ସମସ୍ତ ଦେଶକୁ ଏବଂ ସେମାନଙ୍କ ଭୂମିକୁ ଧ୍ୱଂସ କରିଛନ୍ତି। 19 ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି। 20 ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀୟ ରାଜାଙ୍କଠାରୁ ଉଦ୍ଧାର କର, ତାହାହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ୱର, ଏ କଥା ସମଗ୍ର ପୃଥିବୀବାସୀ ଜାଣିବେ।”

ହିଜକିୟଙ୍କ ପ୍ରତି ପରମେଶ୍ୱରଙ୍କ ଉଦ୍ଧାର

21 ତା’ପରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକିୟ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ତୁମ୍ଭେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କର।

22 “ସ‌‌‌ନ୍‌‌‌ହେରୀବ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି,

‘ସିୟୋନର କୁଆଁରୀକନ୍ୟା ତୁମ୍ଭକୁ ତୁଚ୍ଛ କରିଛି
    ଓ ତୁମ୍ଭକୁ ପରିହାସ କରିଛି।
ଯିରୁଶାଲମର କନ୍ୟା ତୁମ୍ଭକୁ
    ହୀନ ଦୃଷ୍ଟିରେ ଦେଖିଛି।
23 ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ?
    କାହା ବିରୁଦ୍ଧରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ?
ପୁଣି ଗର୍ବରେ ଦୃଷ୍ଟି ଊର୍ଦ୍ଧ୍ୱକୁ କରିଅଛ।
    ଏସବୁ ଇସ୍ରାଏଲ ପବିତ୍ର ସ୍ୱରୂପ ବିରୁଦ୍ଧରେ ନୁହେଁ କି?
24 ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ।
    ତୁମ୍ଭେ କହିଛ,
“ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ
    ମୁଁ ଲିବାନୋନକୁ ପରାସ୍ତ କରିଅଛି,
ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି,
    ତା’ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି।
ପୁଣି ତା’ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ
    ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ।
25 ଆମ୍ଭେ କୂପ ଖୋଳି ଜଳପାନ କରିଅଛୁ।
    ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ
    ତା’ ଉପରେ ପଦଗ୍ଭରଣା କରିଅଛୁ।”

26 “ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ’ଣ ଶୁଣି ନାହଁ,
    “ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ?
ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ୱଂସ କରି ଢିପି କରିବ,
    ଏହା ଆମ୍ଭେ ଏବେ ସଫଳ କରିଅଛୁ।
27 ଏଣୁ ସେହି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ।
    ସେମାନେ ହତାଶ ଓ ବିଭ୍ରାନ୍ତ ହେଲେ।
ସେମାନେ କ୍ଷେତ୍ରର ଘାସ
    ଓ ନବୀନ ତୃଣ କର୍ତ୍ତନ ସଦୃଶ,
ଗୃହ ଛାତର ଉପରିସ୍ଥ ଘାସ
    ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।
28 ମାତ୍ର ତୁମ୍ଭେ କେବେ ଉଠିବ, ବସିବ,
    ବାହାରକୁ ଯିବ, ଭିତରକୁ ଆସିବ,
ପୁଣି ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବ,
    ଏସବୁ ଆମ୍ଭେ ଜାଣୁ।
29 ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ
    ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହୋଇଅଛି।
ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ
    ଓ ଓଠରେ ଲଗାମ ଦେବା।
ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ,
    ସେହି ବାଟରେ ତୁମ୍ଭେମାନେ ଫେରିଯିବ।””

ହିଜକିୟଙ୍କ ପାଇଁ ସଦାପ୍ରଭୁଙ୍କ ବାର୍ତ୍ତା

30 ତା’ପରେ ସଦାପ୍ରଭୁ ହିଜକିୟଙ୍କୁ କହିଲେ, “ଏହା ତୁମ୍ଭ ପାଇଁ ଏକ ଚିହ୍ନ ହେବ। ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟରୁ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ୟଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।

31 “ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସେମାନେ ବୃକ୍ଷପରି ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। 32 କାରଣ ଯିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତେକ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ରେମର ସିଦ୍ଧତା ଦ୍ୱାରା ଏହା ପ୍ରମାଣିତ ହେବ।

33 ଏଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହିକଥା କହନ୍ତି,

“ସେ ଏହି ନଗରକୁ ଆସିବ ନାହିଁ କି
    ଏହି ନଗରକୁ ତୀର ମାରିବ ନାହିଁ।
ପୁଣି ତା ସମ୍ମୁଖକୁ ଢାଲ ଧରି ଆସିବ ନାହିଁ କି
    ତାହା ବିରୁଦ୍ଧରେ ଆକ୍ରମଣ କରିବାକୁ ବନ୍ଧ ବାନ୍ଧିବ ନାହିଁ।
34 ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ
    ସେ ଯେଉଁ ବାଟଦେଇ ଆସିଥିଲା ସେହି ବାଟରେ ଫେରିଯିବ।
    ସେ ଏ ନଗରକୁ ଆସିବ ନାହିଁ।
35 ମୁଁ ମୋ’ ନିମନ୍ତେ ଓ ମୋର ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି
    ଓ ଏହାର ସପକ୍ଷରେ ରହିବି।”

The Assyrian Army Is Destroyed

36 ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ। 37 ତେଣୁ ଅଶୂର ରାଜା ସ‌‌‌ନ୍‌‌‌ହେରୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସେଠାରେ ବାସ କଲା।

38 ଦିନେ ସ‌‌‌ନ୍‌‌‌ହେରୀବ ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କଲାବେଳେ ତା’ର ଦୁଇ ପୁତ୍ର ଅଦ୍ରମ୍ମେଲକ ଓ ଶରେ‌ତ୍‌ସର ତାକୁ ‌‌ଖ‌ଡ଼୍‌ଗରେ ବଧ କଲେ। ତା’ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ୱ କଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7

ଇସ୍ରାଏଲର 144,000 ଲୋକ

ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ। ତା’ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ। ସେ ଗ୍ଭରି ଦୂତଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭର ପରମେଶ୍ୱରଙ୍କର ଲୋକମାନଙ୍କର କପାଳରେ ମୁଦ୍ରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।”

ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

ଯିହୂଦା ପରିବାରବର୍ଗରୁ 12,000

ରୁବେନ ପରିବାରବର୍ଗରୁ 12,000

ଗାଦ୍ ପରିବାରବର୍ଗରୁ 12,000

ଆଶେର ପରିବାରବର୍ଗରୁ 12,000

ନପ୍ତାଲି ପରିବାରବର୍ଗରୁ 12,000

ମନଃଶି ପରିବାରବର୍ଗରୁ 12,000

ଶିମିୟୋନ ପରିବାରବର୍ଗରୁ 12,000

ଲେବୀ ପରିବାରବର୍ଗରୁ 12,000

ଇସାଖର ପରିବାରବର୍ଗରୁ 12,000

ସବୁଲୂନ୍ ପରିବାରବର୍ଗରୁ 12,000

ଯୋଷେଫ ପରିବାରବର୍ଗରୁ 12,000

ବିନ୍ୟାମିନ ପରିବାରବର୍ଗରୁ 12,000

ବିଶାଳ ଜନତା

ତା’ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା। 10 ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।”

11 ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ। 12 ସେମାନେ କହିଲେ, “ଆମେନ୍! ପ୍ରଶଂସା, ମହିମା, ଧନ୍ୟବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଅଟେ। ଆମେନ୍!”

13 ତା’ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”

14 ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ।

ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି। 15 ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। 16 ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ । 17 ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center