M’Cheyne Bible Reading Plan
ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ
1 ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତେବେଳେ ସୂଫ ସେପାରିସ୍ଥିତ ପାରଣ, ତୋଫଲ, ଲାବନ, ହତ୍ସେରତ୍ ଓ ଦୀଷାହବର ମଧ୍ୟରେ ସେମାନେ ଯର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମୋଶା ଏହି ବାର୍ତ୍ତାସବୁ କହିଥିଲେ।
2 ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ। 3 କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ। 4 ସଦାପ୍ରଭୁ ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗ୍କୁ ଇଦ୍ରିୟୀରେ ପରାସ୍ତ କଲାପରେ। 5 ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।
6 “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ କହିଥିଲେ। ସେ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ ସମୟ ବାସ କରିଅଛ। 7 ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ। 8 ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇସ୍ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।’”
ମୋଶା ନେତାମାନଙ୍କୁ ବାଛିଲେ
9 ମୋଶା କହିଲେ, “ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବୁଝିପାରିବି ନାହିଁ। 10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ। 11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ। 12 କିନ୍ତୁ ମୁଁ ଏକାକି ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ। 13 ତେଣୁ ମୁଁ କହିଲି, ‘ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତ୍ୟେକ ଗୋଷ୍ଠୀରୁ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ଜଣ ଜଣକୁ ବାଛ। ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିଯୁକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବୁଦ୍ଧିମାନ, ବିଗ୍ଭରଶୀଳ, ଜ୍ଞାନି ଓ ଅଭିଜ୍ଞ ହୋଇଥିବେ।’
14 “ଏବଂ ତୁମ୍ଭେମାନେ କହିଥିଲ, ‘ଏହା ଆମ୍ଭମାନଙ୍କର କରିବା ଭଲ।’
15 “ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।
16 “ସେହି ସମୟରେ, ମୁଁ ତୁମ୍ଭର ବିଗ୍ଭରପତିମାନଙ୍କୁ କହିଥିଲି, ‘ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶୁଣ ଓ ତାହାର ଯଥାର୍ଥ ବିଗ୍ଭରକର। ଏହା ଇସ୍ରାଏଲୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ହେଉ ବା ଇସ୍ରାଏଲୀୟ ଓ ବିଦେଶୀମାନଙ୍କ ମଧ୍ୟରେ ହେଉ, ତୁମ୍ଭର ବିଗ୍ଭର ନିରପେକ୍ଷ ହେବ। 17 ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା’ର ସମାଧାନ କରି ଦେବି।’ 18 ସେହି ସମୟରେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ୟ ଓ କର୍ମ ବିଷୟରେ।
ଗୁପ୍ତଗ୍ଭେରମାନେ କିଣାନ ଦେଶକୁ ଗଲେ
19 “ଏହା ପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ହୋରେବ ପରିତ୍ୟାଗ କଲୁ। ଏବଂ ଇମୋରୀୟମାନଙ୍କର ପର୍ବତମୟ ଦେଶକୁ ଯାତ୍ରା କଲୁ। ଆମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ଯିବା ବାଟରେ ଦେଖିଲୁ, ତା’ ମଧ୍ୟଦେଇ ଯାଇ କାଦେଶ ବର୍ଣ୍ଣେୟରେ ପହଞ୍ଚିଲୁ। 20 ଏହା ପରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଇମୋରୀୟମାନଙ୍କର ପର୍ବତମୟ ଦେଶ ଦେବେ, ସେହିଠାରେ ଆମ୍ଭେମାନେ ଏବେ ଉପସ୍ଥିତ। 21 ଦେଖ, ସଦାପ୍ରଭୁ ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ଦେଇଛନ୍ତି। ଯାଅ, ତୁମ୍ଭମାନଙ୍କ ପାଇଁ ତାହା ଅଧିକାର କର। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଏପରି କରିବାକୁ କହିଥିଲେ। ତେଣୁ ତୁମ୍ଭମାନଙ୍କର ଭୟ କି ନିରାଶ ହୁଅ ନାହିଁ।’
22 “କିନ୍ତୁ ତୁମ୍ଭେମାନେ ମୋ’ ନିକଟକୁ ଆସିଲ ଏବଂ କହିଲ, ‘ଆସ ଆମ୍ଭମାନଙ୍କ ଆଗରେ ଲୋକମାନଙ୍କୁ ପଠାଇବା, କିଏ ସେହି ଦେଶକୁ ଆମ୍ଭ ପାଇଁ ଗୋପନରେ ସନ୍ଧାନ କରିବ ଏବଂ ତଥ୍ୟ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେବ। କେଉଁ ପଥ ଦେଇ ଆମ୍ଭମାନଙ୍କର ଯିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ଯିବା ଉଚିତ୍।’
23 “ମୁଁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଜଣେ କରି ବାର ଜଣଙ୍କୁ ବାଛିଲି। 24 ଏହା ପରେ ସେମାନେ ସେହି ପର୍ବତମୟ ଦେଶକୁ ଗଲେ ଓ ଇଷ୍କୋଲ ଉପତ୍ୟକାରେ ପହଞ୍ଚିଲେ ଏବଂ ସେହି ଦେଶରେ ଗୁପ୍ତ ଦୃଷ୍ଟି ରଖିଲେ। 25 ସେମାନେ କିଛି ଫଳଧରି ସେହି ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିଲେ। ସେମାନେ ସେହି ଦେଶ ବିଷୟରେ ଆମ୍ଭମାନଙ୍କୁ କହିଲେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦେଇଛନ୍ତି।’
26 “କିନ୍ତୁ ତୁମ୍ଭେ ସେ ଦେଶକୁ ଯିବାକୁ ମନା କରିଦେଲ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ବିରୁଦ୍ଧରେ ବିଦ୍ରୋହାଚରଣ କଲ। 27 ତୁମ୍ଭେମାନେ ଆପଣାର ତୁମ୍ଭମାନଙ୍କର ତମ୍ବୁକୁ ଯାଇ ଅଭିଯୋଗ କରି କହିଲ, ‘ସଦାପ୍ରଭୁ ଆମ୍ଭକୁ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି। 28 ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା’ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’
29 “ତେଣୁ ମୁଁ ତୁମ୍ଭମାନଙ୍କୁ କହିଲି, ‘ତ୍ରାସ କର ନାହିଁ କି ଭୟ କର ନାହିଁ। 30 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଆଗେ ଆଗେ ଗମନ କରୁଛନ୍ତି। ସେ ମିଶରରେ ଯେପରି କରିଥିଲେ, ଏହିଠାରେ ମଧ୍ୟ ସେହିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ। 31 ମରୁଭୂମିରେ ତୁମ୍ଭେମାନେ ଦେଖିଅଛ, ମନୁଷ୍ୟମାନେ ଆପଣା ସନ୍ତାନମାନଙ୍କୁ ବୋହିବା ପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏହିଠାରେ ପହଞ୍ଚିବା ପର୍ଯ୍ୟନ୍ତ, ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମ୍ଭମାନଙ୍କୁ କିପରି ବୋହିଛନ୍ତି।’
32 “କିନ୍ତୁ ତଥାପି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ। 33 ଯେତେବେଳେ ତୁମ୍ଭେମାନେ ଯାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ଯାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନିରୂପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦେଖାଇବା ପାଇଁ ସେ ରାତ୍ରିରେ ଅଗ୍ନିଶିଖା, ଦିନରେ ମେଘସ୍ତମ୍ଭ ଦ୍ୱାରା ଗମନ କଲେ।
ଲୋକମାନଙ୍କୁ କିଣାନରେ ପ୍ରବେଶ ନିଷେଧ
34 “ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କ୍ରୋଧ କଲେ। ସେ ଦୃଢ଼ ପ୍ରତିଜ୍ଞା କରି କହିଲେ। 35 ‘ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦେବାକୁ ଶପଥ କରିଥିଲି, ଏହା ସେହି ଦେଶ। ଏହି ପିଢ଼ିର ଦୁଷ୍ଟ ଲୋକମାନେ କେବେ ସେହି ଦେଶ ଦେଖିବେ ନାହିଁ। 36 କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେବ୍କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେବ୍ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’
37 “ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧିତ ହେଲେ। ସେ ମୋତେ କହିଲେ, ‘ମୋଶା, ତୁମ୍ଭେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ। 38 କିନ୍ତୁ ତୁମ୍ଭର ସହକର୍ମୀ ପରିଗ୍ଭରକ ନୂନର ପୁତ୍ର ଯିହୋଶୂୟ ସେ ସ୍ଥାନରେ ପ୍ରବେଶ କରିବ। ତାକୁ ସାହସ ଦିଅ। ଯେହେତୁ ସେ ଇସ୍ରାଏଲକୁ ତାଙ୍କର ଭୂମିକୁ ଅଧିକାର କରାଇବ।’
39 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ କହୁଥିଲ, ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ତୁମ୍ଭର ପିଲାମାନେ ଲୁଟିତ ହେବେ। କିନ୍ତୁ ସେହି ପିଲାମାନେ ସେହି ଦେଶକୁ ଯିବେ ଏବଂ ସେମାନଙ୍କୁ ସେହି ସ୍ଥାନ ଦେବା। ତୁମ୍ଭର ଦୋଷ ପାଇଁ, ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦେବା ନାହିଁ। କାରଣ ସେମାନଙ୍କର ଭଲମନ୍ଦ ବିଗ୍ଭର କରିବାର ଜ୍ଞାନ ନାହିଁ। ସେମାନେ ବହୁତ ସାନ, ସେମାନେ ଠିକ୍ ଭୁଲ୍ ବୁଝିପାରୁ ନାହାନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସେହି ଦେଶ ସବୁ ଦେବ। 40 କିନ୍ତୁ ତୁମ୍ଭେମାନେ ସୂଫସାଗର ପଥଦେଇ ପ୍ରାନ୍ତରକୁ ଫେରିଯାଅ।’
41 “ଏହା ପରେ ତୁମ୍ଭେମାନେ କହିଲ, ‘ମୋଶା, ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଆମ୍ଭେ ଯୁଦ୍ଧ କରିବା।’
“ଏହା ପରେ ତୁମ୍ଭେମାନେ ନିଜ ନିଜର ଯୁଦ୍ଧଅସ୍ତ୍ର ଧରି ପର୍ବତ ଉପରକୁ ଯିବାକୁ ଅଗ୍ରସର ହେଲ। ତୁମ୍ଭେମାନେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ୟମୟ ଦେଶ ଅଧିକାର କରିବାକୁ ସୁବିଧା ହେବ।
42 “କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ମନାକର, ସେଠାକୁ ଯାଇ ଯୁଦ୍ଧ କରିବା ପାଇଁ। କାରଣ ଆମ୍ଭେ ସେମାନଙ୍କ ସହିତ ଯିବୁ ନାହିଁ, ତେଣୁ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ପରାସ୍ତ କରିବେ।’
43 “ମୁଁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କର ଆଦେଶ ବିରୁଦ୍ଧରେ ବିଦ୍ରୋହ କଲ। ନିଜ ବଳରେ ଯୁଦ୍ଧ କରିବା ପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଚଢ଼ିଲ। 44 କିନ୍ତୁ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ ଓ ସେମାନେ ମହୁମାଛି ପରି ସେମାନଙ୍କୁ ତଡ଼ି ଦେଲେ। ସେମାନେ ତୁମ୍ଭମାନଙ୍କୁ ସେୟୀରର ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ। 45 ଏହା ପରେ ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସି ସାହାଯ୍ୟ ପାଇଁ କ୍ରନ୍ଦନ କଲ। କିନ୍ତୁ ସଦାପ୍ରଭୁ ସେମାନଙ୍କର କ୍ରନ୍ଦନ ଶୁଣିଲେ ନାହିଁ। 46 ତେଣୁ ତୁମ୍ଭେମାନେ କାଦେଶରେ ବହୁଦିନ ପର୍ଯ୍ୟନ୍ତ ରହିଲ।
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।
81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ଗୀତ ଆରମ୍ଭ କର
ଓ ଦାରା ବଜାଅ,
ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
3 ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
4 କାରଣ ଏହା ଇସ୍ରାଏଲ ପାଇଁ ନିୟମ।
ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
6 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
7 ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।”
8 “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
9 ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
ଆମ୍ଭେ ଖୁଆଇ ଦେବା।
11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”
ଆସଫର ଗୀତ।
82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
2 ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”
3 “ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
4 ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।
5 “ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
6 ମୁଁ (ପରମେଶ୍ୱର) କହିଲି,
“ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”
8 ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
ସମସ୍ତ ଜାତିଗଣ ତୁମ୍ଭର ଅଟେ।
ଯିରୁଶାଲମ ପାଇଁ ପରମେଶ୍ୱରଙ୍କ ପ୍ରେମ
29 ପରମେଶ୍ୱର କୁହନ୍ତି, “ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର। ବର୍ଷକୁ ବର୍ଷ ଯୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ। 2 ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।
3 “ପୁଣି ମୁଁ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବି। ତୁମ୍ଭ ବିପକ୍ଷରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳରେ ତାହା ତୁମ୍ଭକୁ ଅନୁରୋଧ କରିବ। 4 ଏଥିରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ୱର କ୍ଷୀଣ ହେବ ଓ ତାହା ଭୂତର ସ୍ୱର ତୁଲ୍ୟ ହେବ। ତୁମ୍ଭର ସ୍ୱର ଧୂଳି ଉପରୁ ଫୁସ୍ଫୁସ୍ ଶବ୍ଦ ସ୍ୱରରେ କହିଲା ପରି ହେବ।”
5 ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହେବେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ୟ ହେବ ଓ ଏସବୁ ନିମିଷକରେ ଘଟିବ। 6 ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାୟୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ୱଂସ କରିବେ। 7 ବହୁ ଜାତିଗଣ ଅରୀୟେଲ ବିପକ୍ଷରେ ଯୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳୀନ ସ୍ୱପ୍ନ ଓ ଦର୍ଶନ ତୁଲ୍ୟ ହେବ। 8 ଯେପରି ସ୍ୱପ୍ନରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବରେ ସେହି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥା’ନ୍ତି, ଠିକ୍ ସେହିପରି ସେହି ଜାତିଗଣ ସିୟୋନ ପାଇଁ ସେମାନଙ୍କର ଇଚ୍ଛା ଅନୁସାରେ କିଛି କରି ପାରିବେ ନାହିଁ। ସେହିପରି ସିୟୋନ ପର୍ବତର ବିପକ୍ଷରେ ଯୁଦ୍ଧ କରୁଥିବା ବହୁ ଗୋଷ୍ଠୀଗଣ ନିଜ ଇଚ୍ଛା ଅନୁସାରେ ପାଇବେ ନାହିଁ।
9 ତୁମ୍ଭେମାନେ ଅଜ୍ଞାତ ଓ ଚମତ୍କୃତ ହୁଅ।
ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ।
ଟଳଟଳ ହୁଅ, କିନ୍ତୁ ସୁରାପାନରେ ନୁହେଁ।
10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଛନ୍ତି।
ସେ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ।
ପୁଣି ଭବିଷ୍ୟଦ୍ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।
11 ସେସବୁ ଜିନିଷର ଦୃଶ୍ୟବଦ୍ଧ ପୁସ୍ତକ ପରି! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦେବ ଯିଏ ପଢ଼ିପାରିବ ଏବଂ କହିବ, “ଏହାକୁ ପଢ଼। ସେ କହିବ, ମୁଁ କରି ନ ପାରେ, ଏହା ବନ୍ଦ ଅଛି।” 12 ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦେବ, ସେମାନେ ମଧ୍ୟ ସାଧାରଣ ଭାବରେ କହିବେ, “ସେଗୁଡ଼ିକ ଅକ୍ଷରରେ ଛପା ହୋଇଛି। ମୁଁ ପଢ଼ିପାରିବି ନାହିଁ।”
13 ମୋର ପ୍ରଭୁ କୁହନ୍ତି, “ସେମାନଙ୍କର ମୁଖ ସହିତ ଏହି ଲୋକମାନେ ମୋ’ ପାଖକୁ ଆସନ୍ତି। ସେମାନେ ନିଜର ଓଷ୍ଠାଧରରେ ମୋର ସମ୍ମାନ କରନ୍ତି। ମାତ୍ର ପ୍ରକୃତରେ ସେମାନେ ମୋ’ଠାରୁ ବହୁତ ଦୂରେଇ ରହନ୍ତି। ମୋ’ ପ୍ରତି ସେମାନଙ୍କର ଭୟ ଓ ପ୍ରେମ ଅନ୍ୟ କିଛି ନୁହେଁ, କିନ୍ତୁ କେବଳ ମାନବିକ ଶିକ୍ଷା ଓ ବେଳେବେଳେ ଉପଦେଶ। 14 ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୂତ ଓ ଆଶ୍ଚର୍ଯ୍ୟ କର୍ମମାନ କରି ଗ୍ଭଲିବି। ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନେ ସେମାନଙ୍କର ବୁଦ୍ଧି ହରାଇବେ।”
15 ଯେଉଁମାନେ ସଦାପ୍ରଭୁଙ୍କଠାରେ ନିଜ ନିଜ ମନ୍ତ୍ରଣାକୁ ଲୁଗ୍ଭଇବାକୁ ଚେଷ୍ଟା କରନ୍ତି ସେମାନେ ଦୁଃଖ ପାଆନ୍ତି। ସେମାନେ ଅନ୍ଧକାରରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, “କେହି ଆମ୍ଭମାନଙ୍କୁ ଦେଖୁ ନାହିଁ କି କେହି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।”
16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଇବ। କୁମ୍ଭକାର କ’ଣ ମାଟିର ତୁଲ୍ୟ ହେବ? ନିର୍ମିତ ବସ୍ତୁ କ’ଣ ନିର୍ମାଣ କର୍ତ୍ତା ବିଷୟରେ କହିବ, “ଏ ବ୍ୟକ୍ତି ମୋତେ ନିର୍ମାଣ କରି ନାହିଁ।” ପୁଣି ଗଢ଼ାବସ୍ତୁ କ’ଣ ବ୍ୟକ୍ତି ବିଷୟରେ କହିବ, “ଏ ବ୍ୟକ୍ତିର ବୁଦ୍ଧି ନାହିଁ।”
ସୁସମୟ ଆସୁଛି
17 ଏହା ସତ୍ୟ ଯେ, ଅତି ଅଳ୍ପ ସମୟ ପରେ ଲିବାନୋନ ଫଳପୂର୍ଣ୍ଣ କ୍ଷେତ୍ରରେ ପରିଣତ ହେବ ଓ ଫଳବତୀ କ୍ଷେତ୍ର ଅରଣ୍ୟରେ ପରିଣତ ହେବ। 18 ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ। 19 ସଦାପ୍ରଭୁଙ୍କଠାରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମ ସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।
20 ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହୋଇଛନ୍ତି ଓ ଅଧର୍ମକାର୍ଯ୍ୟ କରୁଥିବା ବ୍ୟକ୍ତି ଧ୍ୱଂସ ହୋଇଛନ୍ତି। 21 ସେମାନେ କଥାରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ୱାରରେ ଦୋଷଯୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।
22 ତେଣୁ ଅବ୍ରହାମଙ୍କର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କୁହନ୍ତି, “ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହେବ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ। 23 ସେମାନେ ଯେତେବେଳେ ମୋର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧ୍ୟରେ ଦେଖିବେ ସେତେବେଳେ ସେମାନେ ମୋର ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ୟ ଯାକୁବର ଧର୍ମସ୍ୱରୂପକୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଓ ଭକ୍ତି କରିବେ। 24 ବହୁ ମନ୍ଦ କର୍ମରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହେବେ ଓ ଅଭିଯୋଗକାରୀ ତତ୍ତ୍ୱକଥା ଶିଖିବେ।”
1 ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।
2 ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲରେଥିବ। ତୁମ୍ଭର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। 3 ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। 4 ମୁଁ ଯେତେବେଳେ ଶୁଣେ ଯେ ମୋର ପିଲାମାନେ ସତ୍ୟର ମାର୍ଗ ଅନୁସରଣ କରୁଛନ୍ତି, ତାହା ମୋତେ ବିଶେଷ ଆନନ୍ଦ ଦିଏ।
5 ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ। 6 ସେହି ଭାଇମାନେ, ତୁମ୍ଭର ପ୍ରେମ ସମ୍ବନ୍ଧରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସେମାନଙ୍କୁ ସେମାନଙ୍କର ଯାତ୍ରାରେ ସାହାଯ୍ୟ କର। ତୁମ୍ଭେ ସେମାନଙ୍କୁ ଏପରି ସାହାଯ୍ୟ କର, ଯେପରି ତାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ। 7 ସେହି ଭାଇମାନେ ଖ୍ରୀଷ୍ଟଙ୍କର ସେବା ପାଇଁ ଭ୍ରମଣ କରନ୍ତି। ସେମାନେ ବିଶ୍ୱାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ। 8 ତେଣୁ ଆମ୍ଭେ ସେହି ଭାଇମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ତାହାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମ୍ଭେ ସତ୍ୟ ନିମନ୍ତେ ସେମାନଙ୍କର କାର୍ଯ୍ୟରେ ଭାଗୀଦାର ହୋଇପାରିବା।
9 ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ। 10 ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।
11 ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।
12 ଦୀମୀତ୍ରିୟଙ୍କ ବିଷୟରେ ସମସ୍ତେ ଭଲକଥା କହନ୍ତି। ସେମାନେ ଯାହା କହନ୍ତି, ସତ୍ୟ ଏଥିର ସାକ୍ଷ୍ୟ ଦିଏ। ଆମ୍ଭେ ମଧ୍ୟ ତାହା ବିଷୟରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ୟ ସତ୍ୟ ଅଟେ।
13 ମୋର ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମରେ ଲେଖିବା ପାଇଁ ଗ୍ଭହୁଁ ନାହିଁ। 14 ମୋର ତୁମ୍ଭ ସହିତ ଶୀଘ୍ର ଦେଖା ହେବ ବୋଲି ଆଶା କରୁଛି। ସେତେବେଳେ ଆମ୍ଭେ ଏକାଠି ହୋଇ କଥା ହେବା। 15 ତୁମ୍ଭ ପ୍ରତି ଶାନ୍ତି ହେଉ। ମୋର ଏଠାରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସେମାନଙ୍କର ପ୍ରେମ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ରେମ ସେଠାରେ ଥିବା ପ୍ରତ୍ୟେକ ବନ୍ଧୁଙ୍କୁ ଜଣାଇବ।
2010 by World Bible Translation Center